text
stringlengths
10
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
<bos>ଇନ୍‌ଫୋସିସ୍‌ ଭଳି କମ୍ପାନୀରେ ଚାକିରି ପାଇବା ପାଇଁ ଯେକେହି ଚାହିଁଥାନ୍ତି । ବଡ ବଡ ଡିଗ୍ରୀ ଓ ଅଭିଜ୍ଞତା ଥାଇ ବି ଇନ୍‌ଫୋସିସ୍‌ରେ ଚାକିରି ପାଇବା କଷ୍ଟକର ହୋଇଥାଏ । ହେଲେ ଜଣେ ମହିଳା ଇନ୍‌ଫୋସିସ୍‌ ଭଳି ଚାକିରି ଛାଡି ଖାଦ୍ୟ ପ୍ରସ୍ତୁତି ବ୍ୟବସାୟ କରିବା ଯାହାକୁ ବି ଆଶ୍ଚର୍ଯ୍ୟ କରିବ । ଆଜି ସେ ୧୪ଟି ରେଷ୍ଟୁରାଣ୍ଟର ମାଲିକ । ମହାରାଷ୍ଟ୍ରର ଏହି ମହିଳା ହେଉଛନ୍ତି ଜୟନ୍ତୀ କଠାଲେ । ସପ୍ଟ େଓ୍ଵୟାର ଇଂଜିନିୟର ଜୟନ୍ତୀ ଇନ୍‌ଫୋସିସ୍‌ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିଲେ । ଜୟନ୍ତୀଙ୍କ ସ୍ୱାମୀ ପ୍ୟାରିସ୍‌ରେ ଚାକିରି କରନ୍ତି । ଜୟନ୍ତୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ୟାରିସ୍‌ ଯାଉଥିବା ବେଳେ ଫ୍ଲାଇଟରେ ଶାକାହାରୀ ଖାଦ୍ୟ ନଥିବାରୁ ସେ ଭୋକିଲା ଥିବା କଥା ଲେଖିଥିଲେ । ସେ ଲେଖିଥିବା ଚିଠିରେ ତାଙ୍କର ଲୁହ ବୁନ୍ଦାଏ ପଡ଼ିଥିବା ସେ ଲକ୍ଷ୍ୟ କରିଥିଲେ । ସେହିଠାରୁ ସେ ମହାରାଷ୍ଟ୍ରର ପାରମ୍ପରିକ ଖାଦ୍ୟ ସବୁଠି ପହଞ୍ଚାଇବାକୁ ଚିନ୍ତା କଲେ । ଏବେ ସେ ମହାରାଷ୍ଟ୍ରର ପାରମ୍ପରିକ ଖାଦ୍ୟ ଅଷ୍ଟ୍ରେଲିଆରେ ମଧ୍ୟ ପହଞ୍ଚାଇ ପାରିଛନ୍ତି । ପ୍ରଥମେ ଘରୁ ମୋଦକ ବ୍ୟବସାୟ ଆରମ୍ଭ କରିଥିବା ଜୟନ୍ତୀ ପରେ ‘ପୂର୍ଣ୍ଣବ୍ରହ୍ମା’ ସ୍ଥାପନ କଲେ । ଯେଉଁଥିରେ ମହାରାଷ୍ଟ୍ରର ପାରମ୍ପରିକ ଖାଦ୍ୟ ସବୁଠି ପହଞ୍ଚାଇ ପାରିଲେ । ଏବେ ଦେଶ ଓ ବିଦେଶରେ ପ୍ରାୟ ୧୪ଟି ସ୍ଥାନରେ ତାଙ୍କର ରେଷ୍ଟୁରାଣ୍ଟ ଅଛି । ସବୁଠାରୁ ବଡ଼ କଥା ଯେ ତାଙ୍କର ସବୁ କର୍ମଚାରୀଙ୍କୁ ସମାନ ଦରମା ମିଳେ । କଷ୍ଟମର ପ୍ଲେଟ୍‌ରେ ଖାଦ୍ୟ ନଛାଡି ସବୁ ଖାଦ୍ୟ ଶେଷ କଲେ ୫% ଡିସ୍‌କାଉଣ୍ଟ ଓ ପ୍ଲେଟରେ ଖାଦ୍ୟ ଛାଡିଲେ ୨% ଅଧିକ ଚାର୍ଜ ଦେବାକୁ ପଡିବ ବୋଲି ରେଷ୍ଟୁରାଣ୍ଟର ନିୟମ ରହିଛି ।<eos>
2022-12-09T13:33:02Z
https://knewsodisha.com/nation-and-world/success-story-of-maharashtrian-food-business-it-women-jayanti-kathale-268664
OSCAR-2301
<bos>ପୁରୀ: ପାଖେଇ ଆସୁଛି ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ବିଶ୍ବ ନୟନ୍ତା ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ମିଶି ଆସିବେ ବଡ଼ ଦାଣ୍ଡକୁ। ମହାବାହୁଙ୍କ ଏହି ଯାତକୁ ଦେଖିବା ପାଇଁ ଅନେଇ ବସିଛନ୍ତି କୋଟି କୋଟି ଶ୍ରଦ୍ଧାଳୁ। ରଥଯାତ୍ରା ପୂର୍ବରୁ ପୁରୀ ବାସିନ୍ଦା ସୁସ୍ମିତା ମହାରଣା ଆଇସିକ୍ରିମ୍‌ କାଠିରେ କରିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅବିକଳ ପ୍ରତିକୃତି। ଯୁକ୍ତ ତିନିରେ ପଢ଼ୁଥିବା ସୁସ୍ମିତା ଏହି ନିଆରା କଳାକୃତି ପାଇଁ ଏବେ ଚର୍ଚ୍ଚାରେ। ଏଥିପାଇଁ ସୁସ୍ମିତାଙ୍କୁ ୭ ଦିନ ଲାଗି ଥିବା ବେଳେ ୨ ହଜାରରୁ ଅଧିକ ଆଇସି କ୍ରିମ କାଠି ଏହି କୁନି ରଥରେ ବ୍ୟବହାର ହୋଇଛି। ସବୁଠୁ ବଡ଼ କଥା ହେଉଛି ସୁସ୍ମିତା ପ୍ରତିଦିନ ରଥ ଦେଖିବା ପାଇଁ ଆସନ୍ତି। ଦେଖି ଦେଖି ଏହି ରଥ ସେ ନିର୍ମାଣ କରିଥିବା କଥା କହିଛନ୍ତି। ମହାମାରୀ କରୋନା କାରଣରୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନାଭକ୍ତରେ ହେବ ରଥଯାତ୍ରା। ଏଥିପାଇଁ ସୁସ୍ମିତା ଆଜି ସେ ତିଆରି କରିଥିବା ରଥ ଟିକୁ ରଥ ଖଳା ନିକଟକୁ ଆଣିଥିଲେ। କଳାକୃତି ଟିକୁ ଦେଖି ଅନେକ ଲୋକ ବେଶ ପ୍ରଶଂସା କରିଛନ୍ତି।<eos>
2022-12-05T16:04:10Z
https://www.odishalink.com/2021/07/06/a-girl-build-nandighosa-chariot-with-1000-ice-cream-sticks/
OSCAR-2301
<bos>କେପ୍ କେନାଭେରାଲ୍‌: ଇତିହାସ ରଚିଲା ‘ସ୍ପେସ୍-ଏକ୍ସ’। ଗତରାତିରେ ‘ସ୍ପେସ୍‌ଏକ୍ସ୍‌’ର ପ୍ରଥମ ଘରୋଇ ମହାକାଶଯାନ ଉତ୍‌କ୍ଷେପଣ କରାଯାଇଛି। ଯେଉଁଥିରେ ସମସ୍ତ ସୌଖିନ୍ କ୍ରୁ’ଙ୍କୁ ନେଇ ପୃଥିବୀର କକ୍ଷପଥ ଅଭିମୁଖେ ଯାତ୍ରା କରିଥିବା ପ୍ରଥମ ରକେଟ୍‌। ଏଥିରେ କୌଣସି ପ୍ରବୀଣ ମହାକାଶଚାରୀ ନାହାନ୍ତି। ଏହି ରକେଟ୍‌ରେ ସଂଯୋଗ ହୋଇଥିବା ‘ଡ୍ରାଗନ୍‌ କ୍ୟାପ୍‌ସୁଲ୍‌’ ମଧ୍ୟରେ ଯାଇଥିବା ଦୁଇଜଣ ପୁରୁଷ ଏବଂ ଦୁଇଜଣ ମହିଳା ୩ ଦିନ ଧରି ମହାକାଶରେ ପୃଥିବୀ ଚାରିପଟେ ପ୍ରଦକ୍ଷଣ କରିବେ। ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍ପେସ୍‌‌ ଷ୍ଟେସନ୍‌’ର କକ୍ଷପଥ ଠାରୁ ୧୬୦ କିଲୋମିଟର୍ ଉଚ୍ଚରେ ନିର୍ଦ୍ଧାରିତ କକ୍ଷ ପଥରେ ଥାଇ ତିନି ଦିନ ପୃଥିବୀ ଚତୁଃପାର୍ଶ୍ବରେ ବୁଲିବା ପରେ ଆଗାମୀ ସପ୍ତାହାନ୍ତରେ ‘ଡ୍ରାଗନ୍‌ କ୍ୟାପ୍‌ସୁଲ୍‌’ ‘କ୍ରୁ’ମାନଙ୍କ ସହ ଫ୍ଲୋରିଡା ଉପକୂଳବର୍ତ୍ତୀ ସମୁଦ୍ର ଜଳରାଶିରେ ଖସିପଡ଼ିବ। ଏହି ମହାକାଶ ଯାତ୍ରାର ନେତୃତ୍ବ ନେଇଛନ୍ତି ୩୮ ବର୍ଷିୟ ଜାରେଡ୍‌ ଆଇଜାକ୍‌ମ୍ୟାନ୍‌। ତରୁଣ ବୟସରୁ ‘ପେମେଣ୍ଟ୍‌-ପ୍ରୋସେସିଙ୍ଗ୍‌ କମ୍ପାନି’ ଆରମ୍ଭ କରି ସେ ଅନେକ ଅର୍ଥ ଉପାର୍ଜନ କରିଛନ୍ତି। ସେ ଜ‌ଣେ ସୁଦକ୍ଷ ବିମାନଚାଳକ ମଧ୍ୟ। ଆଇଜାକ୍‌ମ୍ୟାନ୍‌ଙ୍କ ପୂର୍ବରୁ ଗତ ଜୁଲାଇ ମାସରେ ଆଉ ଦୁଇଜଣ କୋଟିପତି ଖୁବ୍‌ ସ୍ବଳ୍ପ ସମୟ ପାଇଁ ମହାକାଶକୁ ପର୍ଯ୍ୟଟକ ଭାବେ ଯାଇଥିଲେ। ସେମାନେ ହେଉଛନ୍ତି ଭର୍ଜିନ୍‌ ଗାଲାକ୍‌ଟିକ୍ସ୍‌ ରିଚାର୍ଡ ବ୍ରାନ୍ସନ୍‌ ଏବଂ ବ୍ଲୁ ଅରିଜିନ୍‌ର ଜେଫ୍‌ ବିଜୋସ୍‌। ‘ଇନ୍‌ପାଇରେସନ୍‌-ଫୋର୍‌’ ବୋଲି କୁହାଯାଉଥିବା ଏହି ମହାକାଶ ପର୍ଯ୍ୟଟନରେ ଆଇଜାକ୍‌ମ୍ୟାନ୍‌ଙ୍କ ସହ ଯାଇଛନ୍ତି ଟେନିସିର ମିମ୍‌ଫିସ୍‌ରେ ଥିବା ‘ସେଣ୍ଟ୍‌ ଜୁଡ୍‌ ଚିଲ୍‌ଡ୍ରେନ୍‌ସ୍‌ ରିସର୍ଚ ହସ୍ପିଟାଲ୍‌’ରେ ଜଣେ ଡାକ୍ତରଙ୍କ ସହକାରିଣୀ ଭାବେ କାର୍ଯ୍ୟ କରୁଥିବା ୨୯ ବର୍ଷୀୟ ହେଲି ଆର୍ସେନକ୍ସ୍‌। ସେ ପିଲାବେଳୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ପ୍ରତିଯୋଗିତାରେ ବିଜୟୀ ହୋଇ ମହାକାଶ ପର୍ଯ୍ୟଟନରେ ଯାଇଥିବା ଅନ୍ୟ ଦୁଇଜଣ ହେଲେ ୱାସିଂଟନ୍‌ ଅନ୍ତର୍ଗତ ଇଭିରେଟ୍‌ର ଡାଟା ଇଞ୍ଜିନିୟର୍‌ ୪୨ ବର୍ଷିୟ କ୍ରିସ୍‌ ସିମ୍ବ୍ରୋସ୍କି ଏବଂ ଆରିଜୋନା ଅନ୍ତର୍ଗତ ଟିମ୍ପେସ୍ଥିତ କମ୍ୟୁନିଟି କଲେଜର୍‌ ଶିକ୍ଷକ ୫୧ ବର୍ଷିୟ ସିଆନ୍‌ ପ୍ରୋକ୍ଟର୍‌। ସେମାନେ ପୁନଃବ୍ୟବହାର ଉପଯୋଗୀ କରାଯାଇଥିବା ‘ଫାଲ୍‌କନ୍‌ ରକେଟ୍‌’ରେ ‘କେନେଡି ସ୍ପେସ୍‌ ସେଣ୍ଟର୍‌ ପ୍ୟାଡ୍‌’ରୁ ମହାକାଶକୁ ଯାତ୍ରା କରିଛନ୍ତି।<eos>
2022-12-05T15:04:06Z
https://www.odishalink.com/2021/09/16/spacex-inspiration-4-launch-all-civilian-crew/
OSCAR-2301
<bos>ଭୁବନେଶ୍ୱର: କିଟ୍‍ ଓ କିସ୍‍ ସର୍ବଦା କ୍ରୀଡ଼ା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିଥାଏ। ୨୦୦୫ରୁ କିଟ୍‍ ଓ କିସ୍‍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଇ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରାଯାଇଆସୁଛି। କ୍ରୀଡ଼ାର ଉନ୍ନତି ପାଇଁ କିଟ୍‍ ଓ କିସ୍‍ ବିଶ୍ୱବିଦ୍ୟାଳୟ ଭାରତ ତଥା ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିପାରିଛି। ନିକଟରେ ଟୋକିଓଠାରେ ସମାପନ ହୋଇଥିବା ପାରାଅଲିମ୍ପିକସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ପ୍ରମୋଦ ଭଗତ ଦେଶ ପାଇଁ ଗୌରବ ଆଣିପାରିଛନ୍ତି। ବିଶେଷ କରି ପ୍ରମୋଦଙ୍କ ପାଇଁ ଓଡ଼ିଶା ନିଜକୁ ଗର୍ବିତ ମନେକରେ। ଟୋକିଓ ପାରାଅଲିମ୍ପିକସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦଙ୍କୁ ସୋମବାର କିଟ୍‍ ଓ କିସ୍‍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‍ ଓ କିସର ବରିଷ୍ଠ ପଦାଧିକାରୀଙ୍କ ଗହଣରେ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ପ୍ରମୋଦଙ୍କୁ ନଗଦ ୫ ଲକ୍ଷ ଟଙ୍କା ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ପରାଅଲିମ୍ପିକସ ଯିବା ପୂର୍ବରୁ ପ୍ରମୋଦ କିଟର ୧୨ ନମ୍ବର କ୍ୟାମ୍ପସରେ ଥିବା ଇନଡୋର ଷ୍ଟାଡ଼ିଅମରେ ଦୀର୍ଘ ଦିନ ବ୍ୟାଡମିଣ୍ଟନ ଅଭ୍ୟାସ କରୁଥିଲେ। ସେହି ଷ୍ଟାଡିଅମକୁ ଖୁବଶୀଘ୍ର ‘ପ୍ରମୋଦ ଭଗତ ଇନଡୋର ଷ୍ଟାଡିଅମ୍‍’ ନାମରେ ନାମିତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଏହା ସହ ଓଡ଼ିଶାର ଗୌରବ ପ୍ରମୋଦଙ୍କୁ କିଟ୍‍ କିମ୍ବା କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତାବର୍ଷ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ସେହିପରି ଭାରତର ଦୌଡ଼ରାଣୀ ତଥା କିଟ୍‍ ଛାତ୍ରୀ ଦୂତୀ ଚାନ୍ଦଙ୍କୁ ମଧ୍ୟ ୨୦୧୩ ମସିହାରୁ କିଟ୍‍ ଓ କିସ୍‍ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ସହ ଅନ୍ୟାନ୍ୟ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଇଆସୁଛି। ଦୂତୀ ଦୁଇ ଦୁଇ ଥର ଅଲମ୍ପିକ୍‍ ଟ୍ରାକରେ ଦୌଡ଼ିବାର ଗୌରବ ଅର୍ଜନ କରିଥିବା ବେଳେ ଏସିଆଡ, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଦି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରି ଭାରତ, ଓଡ଼ିଶା ତଥା କିଟକୁ ଗୌରବାନ୍ୱିତ କରିଛନ୍ତି। ଦୂତୀଙ୍କ ସଫଳତା ପାଇଁ ତାଙ୍କ ନାମରେ ମଧ୍ୟ କିଟର ସିନ୍ଥେଟିକ୍‍ ଆଥଲେଟିକ୍‍ ଷ୍ଟାଡିଅମକୁ ‘ଦୂତୀ ଚାନ୍ଦ ଷ୍ଟାଡ଼ିଅମ୍‍’ ନାମରେ ନାମିତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଏହା ସହିତ ଦୂତୀ ଚାନ୍ଦଙ୍କୁ ମଧ୍ୟ କିଟ୍‍ କିମ୍ବା କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯିବ। ଏହା ଦ୍ୱାରା କେବଳ ପ୍ରମୋଦ ଓ ଦୂତୀ କେବଳ ଉତ୍ସାହିତ ହେବେ ନାହିଁ, ବରଂ ଅନ୍ୟ ଖେଳାଳିମାନେ ମଧ୍ୟ ଏଥିରୁ ପ୍ରେରଣା ପାଇପାରିବେ ବୋଲି ଶ୍ରୀ ସାମନ୍ତ କହିଥିଲେ। ଆସନ୍ତା ଡିସେମ୍ବର ମାସରେ ଏହି ଦୁଇ ଖୋଳାଳିଙ୍କ ନାମରେ କିଟର ଦୁଇ ଷ୍ଟାଡିଅମ୍‍ ନାମିତ ହେବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି ବୋଲି ଶ୍ରୀ ସାମନ୍ତ କହିବା ସହ ପ୍ରମୋଦ ଭଗତ ଓ ଦୂତୀ ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ କିଛି କରିଛନ୍ତି ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଦୁଇ ଜଣ ଅଲିମ୍ପିଆନଙ୍କ ନାମରେ ଗୋଟିଏ ବିଶ୍ୱବିଦ୍ୟାଳୟର ଦୁଇ ଦୁଇଟି ଷ୍ଟାଡିଅମ ଏକାଥରକେ ନାମିତ ହେବାରେ କିଟ୍‍ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ବୋଲି କୁହାଯାଉଛି।<eos>
2022-12-05T15:55:51Z
https://www.odishalink.com/2021/09/20/kiits-two-stadium-will-name-as-pramod-and-dutee/
OSCAR-2301
<bos>ଷ୍ଟେପ୍ ହୋଇଥିବା ଷ୍ଟେନଲେସ୍ ଷ୍ଟିଲ୍ ଟାଇ ବେଲ୍ଟରେ ଏକ ବେଲ୍ଟ ଶରୀର ଏବଂ ଏକ ମୁଣ୍ଡ ଅଛି, ବେଲ୍ଟ ଶରୀରକୁ ଏକ ସଂଯୋଗକାରୀ ଶେଷ ଏବଂ ଏକ ମୁକ୍ତ ଅନ୍ତର ଯୋଗାଇ ଦିଆଯାଏ, ବେଲ୍ଟ ଶରୀରକୁ ବହୁସଂଖ୍ୟାରେ ଫିକ୍ସିଂ ଛିଦ୍ର ଯୋଗାଇ ଦିଆଯାଏ ଏବଂ ବେଲ୍ଟ ଶରୀରର ସଂଯୋଗ ଶେଷ ସ୍ଥିର କରାଯାଇଥାଏ | ମୁଣ୍ଡ ସହିତ; ମୁଣ୍ଡକୁ ଏକ ଛିଦ୍ର ସହିତ ଯୋଗାଇ ଦିଆଯାଉଛି, ବେଲ୍ଟ ଦେହରୁ ଛେଚିବା ର ଗୋଟିଏ ମୁଣ୍ଡ ହେଉଛି ଏକ ବେଲ୍ଟ ଇନଲେଟ୍, ମୁଣ୍ଡର ଗୋଟିଏ ପାର୍ଶ୍ୱକୁ ଏକ ବକ୍ର ଖଣ୍ଡ ସହିତ ଯୋଗାଇ ଦିଆଯାଉଛି, ଖଣ୍ଡର ଦୁଇ ମୁଣ୍ଡ ବେଲ୍ଟ ଇନଲେଟ୍, ଅଞ୍ଚଳ | ଖଣ୍ଡ ଦ୍ୱାରା ଘେରି ରହିଛି ଏକ ଫିକ୍ସଡ୍ ସିଟ୍, ଫିକ୍ସଡ୍ ସିଟ୍ ପର୍ଫୋରେସନ୍ ଆଡକୁ ବଙ୍କା ହୋଇଛି ଏବଂ ଫିକ୍ସଡ୍ ସିଟ୍ ପର୍ଫୋରେସନ୍ ଆଡକୁ 2-5 କନଭକ୍ସ ଷ୍ଟ୍ରିପ୍ସ ସହିତ ପ୍ରଦାନ କରାଯାଇଛି, କନଭକ୍ସ ଷ୍ଟ୍ରିପ୍ ର ମୋଟେଇ ଏବଂ ଲମ୍ବ ମୋଟେଇ ଏବଂ ଲମ୍ବଠାରୁ କମ୍ ଅଟେ | ବେଲ୍ଟ ଫିକ୍ସିଂ ଛିଦ୍ର | ଅନୁସନ୍ଧାନସବିଶେଷ ପ୍ଲାଷ୍ଟିକ୍ ଟାଇରେ ଏକ ବେଲ୍ଟ ଶରୀର ଅନ୍ତର୍ଭୁକ୍ତ | ପ୍ଲାଷ୍ଟିକ୍ ଟାଇରେ ଏକ ବେଲ୍ଟ ଶରୀର ଅନ୍ତର୍ଭୁକ୍ତ, ଯାହା ମେରୁଦଣ୍ଡର ଏକରୁ ଅଧିକ ବିଭାଗରେ ବେଲ୍ଟ ଶରୀର ଉପରେ ସଜାଯାଇଥାଏ, ବେଲ୍ଟ ଶରୀରର ଗୋଟିଏ ମୁଣ୍ଡକୁ ଏକ ଖୋଲା ସହିତ ଯୋଗାଇ ଦିଆଯାଏ ଯାହା ବେଲ୍ଟ ଶରୀରର ଅନ୍ୟ ମୁଣ୍ଡରେ ଭର୍ତ୍ତି କରାଯାଇପାରେ | , ଏବଂ ଖୋଲିବାର ଆଉଟଲେଟ୍ ମେରୁଦଣ୍ଡ ସହିତ ମେଳ ଖାଉଥିବା ଏକ ବାୟୋନେଟ୍ ସହିତ ପ୍ରଦାନ କରାଯାଇଥାଏ ଯାହା କେବଳ ବେଲ୍ଟ ଶରୀରରେ ଭର୍ତ୍ତି କରାଯାଇପାରେ ଏବଂ ଟାଣି ହୋଇପାରିବ ନାହିଁ | ଯେହେତୁ ବେଲ୍ଟ ଶରୀରର ଦ length ର୍ଘ୍ୟ ପରିବର୍ତ୍ତନ କରାଯାଇପାରିବ, ବିଭିନ୍ନ ବ୍ୟାସ କିମ୍ବା ଆକାରର ପ୍ରବନ୍ଧଗୁଡ଼ିକ ବନ୍ଧା ହୋଇପାରେ | ୟୁଟିଲିଟି ମଡେଲରେ ସୁବିଧାଜନକ ବ୍ୟବହାର ଏବଂ ସରଳ ଗଠନର ସୁବିଧା ଅଛି | ଅନୁସନ୍ଧାନସବିଶେଷ କେବୁଲ୍ କ୍ଲମ୍ପ୍ ଫିକ୍ସିଂ କରିବାର କାର୍ଯ୍ୟ ଅଛି | କେବୁଲ୍ କ୍ଲମ୍ପ୍ ଫିକ୍ସିଂ କରିବାର କାର୍ଯ୍ୟ ଅଛି | କେବୁଲ୍ କ୍ଲମ୍ପ୍ ତାରର ଓଜନ ଏବଂ ଥର୍ମାମେକାନିକାଲ୍ ଫୋର୍ସକୁ ଥର୍ମାଲ୍ ବିସ୍ତାର ଏବଂ ଥଣ୍ଡାର ସଂକୋଚନ ଦ୍ ated ାରା ଉତ୍ପାଦିତ ପ୍ରତ୍ୟେକ କ୍ଲମ୍ପ ଉପରେ ବିସ୍ତାର କରିଥାଏ, ଯାହା ଦ୍ cable ାରା କେବୁଲ୍ ଯାନ୍ତ୍ରିକ କ୍ଷତିରୁ ରକ୍ଷା ପାଇବ | ବିଭିନ୍ନ ପରିବେଶ ପରିସ୍ଥିତିରେ କ୍ଲାମ ଫିକ୍ସିଂ ପାଇଁ ବିଭିନ୍ନ ପଦ୍ଧତି ଅଛି | ଅନୁସନ୍ଧାନସବିଶେଷ କେବୁଲ୍ କ୍ଲମ୍ପ୍ | କେବୁଲ୍ କ୍ଲମ୍ପ୍ ହେଉଛି ସର୍ବାଧିକ ବ୍ୟବହାର ଏବଂ କେବୁଲ୍ କ୍ଲମ୍ପ୍ର ଉତ୍ପାଦନ ସହିତ ସ୍ଥାନ, ଏବଂ ଏହା ମଧ୍ୟ ସ୍ପଷ୍ଟ ଗୁଣବତ୍ତା ସୁବିଧା ସହିତ ସ୍ଥାନ | ଅନୁସନ୍ଧାନସବିଶେଷ ନାଇଲନ୍ କେବୁଲ୍ ଟାଇ | ନାଇଲନ୍ ଟାଇର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟାଙ୍କନ ହେଉଛି ଏହାର ଟ୍ରିପିଙ୍ଗ୍ ଫୋର୍ସ | ଯେତେବେଳେ ଏହା ଏକ ନିର୍ଦ୍ଦିଷ୍ଟ ବଳ ଉପରେ ପ୍ରୟୋଗ କରାଯାଏ, ବେଲ୍ଟଟି ଭାଙ୍ଗିଯାଏ କି ନାହିଁ, ଓଲଟା ଦାନ୍ତ, ମୁଣ୍ଡ ଫାଟିଯାଏ, ଯେକ any ଣସି ଭାଙ୍ଗିବା ପଦ୍ଧତି ନାମକରଣ ଟେନସାଇଲ୍ ଫୋର୍ସ ଉପରେ ରହିବା ଆବଶ୍ୟକ | କିଛି ଉପଭୋକ୍ତାମାନଙ୍କ ପାଇଁ ଯେଉଁମାନେ ଟାଇର ଗୁଣ ଖରାପ ବୋଲି ଅନୁଭବ କରନ୍ତି, କେତେକ ମନୋନୀତ ନିର୍ଦ୍ଦିଷ୍ଟତା ସହିତ ଜଡିତ, ଏବଂ ସେମାନେ ପାରାଅଏଡ୍ ହୋଇପାରିବେ ନାହିଁ ଯେ ଏହା ଟାଇର ଖରାପ ଗୁଣ ଅଟେ, କାରଣ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ମାନକ ଟେନ୍ସନ୍ ଅଛି | ତଳ, ଯେତେବେଳେ ବ୍ୟବହାର ଅବସ୍ଥାରେ ଆବଶ୍ୟକ ବଳ ମାନକକୁ ଅତିକ୍ରମ କରେ, ସେଠାରେ କ guarantee ଣସି ଗ୍ୟାରେଣ୍ଟି ନାହିଁ | ଅନୁସନ୍ଧାନସବିଶେଷ ଷ୍ଟେନଲେସ୍ ଷ୍ଟିଲ୍ ବ୍ୟାଣ୍ଡ - ସାଧାରଣ ଉଦ୍ଦେଶ୍ୟ ବାନ୍ଧିବା ଚାପ | ଯାନ୍ତ୍ରିକ ସୂଚନା 1. ସାମଗ୍ରୀ: ଷ୍ଟେନଲେସ୍ ଷ୍ଟିଲ୍ ଗ୍ରେଡ୍ 304 କିମ୍ବା 316, ଗାଲ୍ଭାନାଇଜଡ୍ ଲ Iron ହ | 2. ଆବରଣ: ନାଇଲନ୍ 11 ପାଉଡର, ପଲିଷ୍ଟର / ଏପୋକ୍ସି ପାଉଡର | 3. ୱାର୍କିଂ ଟେମ୍ପ୍: -40 ℃ ରୁ 150 ℃ | 4. ବର୍ଣ୍ଣନା: ସଂପୂର୍ଣ୍ଣ କଳା | 5. ଜ୍ୱଳନ୍ତତା: ଅଗ୍ନି ନିର୍ବାପକ | 6. ଅନ୍ୟାନ୍ୟ ଗୁଣ: UV- ପ୍ରତିରୋଧକ, ହାଲୋଜେନ ମୁକ୍ତ, ବିଷାକ୍ତ ନୁହେଁ | ଅନୁସନ୍ଧାନସବିଶେଷ ସେଲ୍ଫ୍ ଲକିଂ ନାଇଲନ୍ ଟାଇ | ଯେପରି ନାମ ସୂଚାଏ, ସେଲ୍ଫ ଲକିଂ ନାଇଲନ୍ ଟାଇ କେବଳ ଅଧିକରୁ ଅଧିକ ଜୋରରେ ଲକ୍ ହେବ | ସାଧାରଣତ ,, ଏହା ଏକ ଷ୍ଟପ୍ ଫଙ୍କସନ୍ ସହିତ ଡିଜାଇନ୍ ହୋଇଛି | ଯଦିଓ, ଯଦି କେହି ଅଜାଣତରେ ଭୁଲ ସ୍ଥାନକୁ ଲକ୍ କରନ୍ତି, ଦୟାକରି ବ୍ୟସ୍ତ ହୁଅନ୍ତୁ ନାହିଁ ଏବଂ ତାଲା ପଡିଥିବା ବସ୍ତୁର କ୍ଷତି ନହେବା ପାଇଁ କଠିନ ଟାଣନ୍ତୁ | ଆମେ ଏହାକୁ ଅନଲକ୍ କରିବାକୁ ଚେଷ୍ଟା କରିପାରିବା | 1. ଏହାକୁ କଞ୍ଚା କିମ୍ବା ଛୁରୀରେ କାଟନ୍ତୁ, ଯାହା ସୁବିଧାଜନକ ଏବଂ ଦ୍ରୁତ, କିନ୍ତୁ ପୁନ used ବ୍ୟବହାର ହୋଇପାରିବ ନାହିଁ | 2. ଆମେ ଟାଇର ମୁଣ୍ଡ ଖୋଜିପାରୁ, ଏବଂ ତା’ପରେ ଏହାକୁ ଛୋଟ କିମ୍ବା ଆଙ୍ଗୁଠିରେ ଧୀରେ ଧୀରେ ଦବାନ୍ତୁ, ଯାହାଫଳରେ ଟାଇଟି ସ୍ୱୟଂଚାଳିତ ଭାବରେ ଖୋଲା ହୋଇ ଧୀରେ ଧୀରେ ଖୋଲିବ | ଅନୁସନ୍ଧାନସବିଶେଷ ଷ୍ଟେନଲେସ୍ ଷ୍ଟିଲ୍ ଷ୍ଟ୍ରାପିଙ୍ଗ୍ ପାଇପ୍, କେବୁଲ୍ ଏବଂ ବିଭିନ୍ନ ଆକାର ଏବଂ ଆକୃତିର କିଛି ଉତ୍ପାଦକୁ ବାନ୍ଧିବା ପାଇଁ ବ୍ୟବହୃତ ହୁଏ | ଷ୍ଟେନଲେସ୍ ଷ୍ଟିଲ୍ ଷ୍ଟ୍ରାପିଙ୍ଗ୍ ପାଇପ୍, କେବୁଲ୍ ଏବଂ ବିଭିନ୍ନ ଆକାର ଏବଂ ଆକୃତିର କିଛି ଉତ୍ପାଦକୁ ବାନ୍ଧିବା ପାଇଁ ବ୍ୟବହୃତ ହୁଏ | ଏହି ଉତ୍ପାଦଗୁଡ଼ିକୁ ବାନ୍ଧିବାବେଳେ, ବନ୍ଧନ ପ୍ରଭାବକୁ ଉନ୍ନତ କରିବା ପାଇଁ ଏକ ବୃତ୍ତିଗତ ବେଲ୍ଟ ଟାଣିବା ମେସିନ୍ ବେଳେବେଳେ ଆବଶ୍ୟକ ହୁଏ | ଅବଶ୍ୟ, ବନ୍ଧନର ଦୃ ness ତା ନିଶ୍ଚିତ କରିବାକୁ, ଷ୍ଟେନଲେସ୍ ଷ୍ଟିଲ୍ ଷ୍ଟ୍ରାପିଂ ପାଇଁ କିଛି ସତର୍କତା ଅଛି | ଅନୁସନ୍ଧାନସବିଶେଷ ଶକ୍ତି ଏବଂ ବିଦ୍ୟୁତ୍ ଯୋଗାଣ ପ୍ରଣାଳୀରେ ଷ୍ଟେନଲେସ୍ ଷ୍ଟିଲ୍ ବନ୍ଧଗୁଡିକ ବହୁଳ ଭାବରେ ବ୍ୟବହୃତ ହୁଏ | ଶକ୍ତି ଏବଂ ବିଦ୍ୟୁତ୍ ଯୋଗାଣ ପ୍ରଣାଳୀରେ ଷ୍ଟେନଲେସ୍ ଷ୍ଟିଲ୍ ବନ୍ଧଗୁଡିକ ବହୁଳ ଭାବରେ ବ୍ୟବହୃତ ହୁଏ, ଏବଂ ସେମାନଙ୍କର ସୁବିଧା ନିମ୍ନଲିଖିତ ଅଟେ: Various ବିଭିନ୍ନ ଆକୃତି ଏବଂ ଆକାରର ବସ୍ତୁଗୁଡ଼ିକ ଷ୍ଟେନଲେସ୍ ଷ୍ଟିଲ୍ ଷ୍ଟ୍ରାପ୍ ସହିତ ବନ୍ଧା ହୋଇପାରେ | Ain ଷ୍ଟେନଲେସ୍ ଷ୍ଟିଲ୍ ଷ୍ଟ୍ରାପିଙ୍ଗ୍ ଅତ୍ୟନ୍ତ ସରଳ ବାଲ୍କ ସଂରଚନା ଡିଜାଇନ୍ ଗ୍ରହଣ କରେ, ଯାହା ପାରମ୍ପାରିକ ଷ୍ଟ୍ରାପିଙ୍ଗ୍ (ନଟିଂ, ୱିଣ୍ଡିଙ୍ଗ୍ ଇତ୍ୟାଦି) ର ଜଟିଳତାକୁ ସରଳ କରିଥାଏ | ③ ଫାଟିଙ୍ଗ୍ କାର୍ଯ୍ୟଦକ୍ଷତା ନିଶ୍ଚିତ କରେ ଯେ ବନ୍ଧା ହୋଇଥିବା ବସ୍ତୁଗୁଡ଼ିକ ସର୍ବଦା ଏକ ସୁରକ୍ଷିତ ଅବସ୍ଥାରେ ଅଛି | Corr କ୍ଷତିକାରକ ଆଣ୍ଟି ଏବଂ ଉଚ୍ଚ ତାପମାତ୍ରା ପ୍ରତିରୋଧକ ସାମଗ୍ରୀ ଗ୍ରହଣ କରାଯାଏ, ଏବଂ ଉତ୍ପାଦର ଆଖପାଖ ପରିବେଶ ସହିତ ଖାପ ଖୁଆଇବାର ଦୃ strong କ୍ଷମତା ଅଛି | ଅଟୋମୋବାଇଲ୍ ଅନୁସନ୍ଧାନସବିଶେଷ ଷ୍ଟେନଲେସ୍ ଷ୍ଟିଲ୍ କେବୁଲ୍ ଟାଇ | ବର୍ତ୍ତମାନ, ବଜାରରେ ସାଧାରଣ ଷ୍ଟେନଲେସ୍ ଷ୍ଟିଲ୍ ଟାଇ ହେଉଛି ଏକ ପ୍ରକାର ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦ ଯାହା ମୁଖ୍ୟତ industrial ଶିଳ୍ପ ବନ୍ଧନ ଏବଂ ଫିକ୍ସିଂ ପାଇଁ ବ୍ୟବହୃତ ହୁଏ | କାରଣ ଏହା ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ, ଏଥିରେ ଷ୍ଟେନଲେସ୍ ଷ୍ଟିଲର ରାସାୟନିକ କ୍ଷତିକାରକ ମିଡିଆ (ଏସିଡ୍, କ୍ଷାର, ଲୁଣ ଏବଂ ଅନ୍ୟାନ୍ୟ ରାସାୟନିକ ଇଚିଂ) ର କ୍ଷୟ ପ୍ରତିରୋଧକ |<eos>
2022-12-03T22:39:08Z
http://or.zjyq-xxdf.com/products/
OSCAR-2301
<bos>ବେଜିଂ: ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ସମ୍ମିଳନୀର ଆଜି ଉଦ୍‌ଯାପନୀ ଦିବସ ଥିଲା। ଏହି କାର୍ଯ୍ୟକ୍ରମରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଦେଶର ବହୁ ପ୍ରମୁଖ ରାଜନୈତିକ ନେତୃବୃନ୍ଦ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ସମ୍ମିଳନୀରେ ଯୋଗ ଦେଇଥିବା ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓଙ୍କୁ ଅଚାନକ ସଭା ଛାଡ଼ିବାକୁ ପଡ଼ିଥଲା। ହୁ ଜିନ୍ତାଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍କ ପାଖ ଆସରେ ବସିଥିଲେ। ହେଲେ ସମ୍ମିଳନୀ ଚାଲିଥିବା ବେଳେ ହଠାତ୍ ତାଙ୍କୁ ଆସନରୁ ଉଠାଇ ଦିଆଯାଉଥିବା ଭିଡିଓ ସାମ୍ନକୁ ଆସିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅତ୍ୟନ୍ତ ଅପମାନଜନ ଭାବେ ତାଙ୍କ ସହ ବ୍ୟବହାର କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସାମ୍ବାଦିକ ଏହାର ଭିଡଓ ଉତ୍ତୋଳନ କରି ସୋଶାଲ ମିଡିଆରେ ସେୟାର କରିଥିବା ଜଣାପଡ଼ିଛି। Emperor Xi just had his predecessor Hu Jintao hauled out of the CCP summit on live TV in full view of everyone Ruthless pic.twitter.com/OTnsHKokSu — ShapiroExposed.com (@JackPosobiec) October 22, 2022 ଆହୁରି ପଢ଼ନ୍ତୁ ‘ଇଣ୍ଡିଆନ୍‌ ଓସେନ୍‌ ରିଜନ୍‌ ମିଟ୍‌’କୁ ଭାରତକୁ ଡାକିଲାନି ଚାଇନା 6 hours ago ବ୍ୟାପୁଛି ଜିନ୍‌ପିଙ୍ଗ ବିରୋଧୀ ନିଆଁ, କଟକଣା ହଟାଇବାକୁ ଦାବି 8 hours ago ଏହି ଭିଡିଓରେ ‘ହୁ’ ବସିଥିବା ବେଳେ ୨ ଜଣ ଆସି ତାଙ୍କୁ ଆଶ୍ଚର୍ଯ୍ୟଜନ ଭାବେ ଆସନ ଛାଡ଼ିବାକୁ କହୁଛନ୍ତି। କିନ୍ତୁ ‘ହୁ’ ବସିଥିବା ଆସନ ଛାଡ଼ିବାକୁ ଅମଙ୍ଗ ହୋଇଥିବା ବେଳେ ତାଙ୍କ ସହ ସାମାନ୍ୟ ବଳପୂର୍ବକ କରାଯାଇ ଉଠାଇ ଦିଆଯାଉଥିବା ଲକ୍ଷ କରାଯାଇଛି। ତେବେ ଏହି ସମୟରେ ସି ଜିନପିଙ୍ଗ ପାଖରେ ବସିଥିଲେ ମଧ୍ୟ ସେ କୌଣସି ଆପତ୍ତି ମଧ୍ୟ କରି ନଥିଲେ । ୭୯ ବର୍ଷୀୟ ହୁ ଅଡ଼ିଟୋରିୟରୁ ବିଦାୟ ନେଲା ବେଳେ ଜିନପିଙ୍ଗଙ୍କ କାନରେ କିଛି କହି ଯାଉଥିବା ଦେଖାଯାଉଛି। ବେଜିଂର ଗ୍ରେଟ ହଲରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଦଶନ୍ଧିରେ ଚାଇନା ସିପିଆଇ ପକ୍ଷରୁ ଦୁଇଥର କଂଗ୍ରେସ ସମ୍ମିଳନୀର ଆୟୋଜନ କରାଯାଇଛି। ଆଜିର ସମ୍ମିଳନୀରେ ସି ଜିନପିଙ୍ଗ ପୁଣି ଥରେ ଶାସନ କ୍ଷମତାରେ ରହିବା ପାଇଁ ବିଧିବଦ୍ଧଭାବେ ମୋହର ବାଜିଛି। ଫଳରେ ଜିନପିଙ୍ଗ ତୃତୀୟଥର ଲାଗି ଚାଇନାରେ ରାଷ୍ଟ୍ରପତି ଭାବେ ଶାସନ ଭାର ସମ୍ଭାଳିବେ।<eos>
2022-11-27T16:02:25Z
https://odishareporter.in/nation-world/world/former-chinese-president-walked-out-of-communist-party-meet-in-xis-presence-watch-775726
OSCAR-2301
<bos>ଭୁବନେଶ୍ବର ୧|୬: ରାଜ୍ୟରେ ଖାଲି ପଡ଼ିବାକୁ ଯାଉଛି ୪ଟି ରାଜ୍ୟସଭା ଆସନ । ରାଜ୍ୟସଭା ସାଂସଦ ଥାଇ ଲୋକସଭା ଓ ବିଧାନସଭାରେ ଲଢିଥିବା ୬ ସାଂସଦଙ୍କ ମଧ୍ୟରୁ ୪ ଜଣ ବିଜୟୀ ହୋଇଛନ୍ତି । ତେଣୁ ସେମାନଙ୍କୁ ଏବେ ରାଜ୍ୟସଭା ପଦ ଛାଡ଼ିବାକୁ ହେବ । ତେବେ ଏମାନଙ୍କ ସ୍ଥାନରେ କିଏ ସାଂସଦ ହେବେ , ତାକୁ ନେଇ ଲବି ବଢ଼ିଲାଣି । ଆଳି ବିଧାନସଭାରୁ ପ୍ରତାପ ଦେବ, ଖଣ୍ଡପଡ଼ାରୁ ସୌମ୍ୟରଂଜନ ପଟ୍ଟନାୟକ, କେନ୍ଦ୍ରାପଡ଼ା ଲୋକସଭାରୁ ଅନୁଭବ ମହାନ୍ତି ଓ କନ୍ଧମାଳ ଲୋକସଭାରୁ ଅଚ୍ୟୁତ ସାମନ୍ତ ବିଜୟୀ ହୋଇଛନ୍ତି । ଏମାନେ ନୂଆ ଦାୟିତ୍ବ ପାଖରେ ରଖିବେ ଓ ରାଜ୍ୟସଭା ପଦ ଛାଡ଼ିବେ ବୋଲି ଜଣାପଡିଛି । ତେଣୁ ଖାଲିହେବ ୪ ରାଜ୍ୟସଭା ସିଟ୍ । ଏଥିପାଇଁ ନିର୍ବାଚନରେ ଦଳୀୟ ଟିକଟ ପାଇ ନ ଥିବା ନେତା, ଆଉ ଟିକଟ ପାଇ ବି ହାରିଥିବା ହେଭିୱେଟ୍ ଲବି ଆରମ୍ଭ କଲେଣି । ଟିକଟ ବଣ୍ଟନ ବେଳେ ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ନବୀନ ରାଜ୍ୟସଭା ପ୍ରତିଶ୍ରୁତି ଦେଇଥିବା ଚର୍ଚ୍ଚା ହୋଇଥିଲା । ସେହିପରି ବହିଷ୍କାର ଉଠିବା ପରେ ଦଳକୁ ଫେରି ଉପସଭାପତି ହୋଇଥିବା ପ୍ରଫୁଲ୍ଲ ଘଡେଇ, ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକଙ୍କ କଥା ଦଳ ଚିନ୍ତା କରିପାରେ ।ଏହାଛଡା ମହିଳା ପ୍ରତିନିଧିତ୍ବକୁ ମଧ୍ୟ ନବୀନ ଗୁରୁତ୍ବ ଦେଇପାରନ୍ତି। କାରଣ ସେ ଏକତୃତୀୟାଂଶ ସାଂସଦ ପଠାଇବା ପାଇଁ ପୂର୍ବରୁ କହି ଆସିଛନ୍ତି । ସେହିଭଳି ପୁରୀରୁ ହାରିଥିବା ମହେଶ୍ୱର ମହାନ୍ତି, ସଂଜୟ ଦାସବର୍ମା ପ୍ରମୁଖ ଲବିରେ ଅଛନ୍ତି । କଳାହାଣ୍ଡି ଲୋକସଭାରୁ ହାରିଥିବା ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ବଲପୁର, ବାଲେଶ୍ବର, ଭୁବନେଶ୍ବରରୁ ହାରିଥିବା ନଳିନୀ ପ୍ରଧାନ, ରବୀନ୍ଦ୍ର ଜେନା, ଅରୂପ ପଟ୍ଟନାୟକ ପ୍ରମୁଖ ମଧ୍ୟ ରାଜ୍ୟସଭା ବାଟ ଦେଇ ସାଂସଦ ହେବାକୁ ଚାହିଁ ବସିଛନ୍ତି । ବଲାଙ୍ଗିର ରାଜ ପରିବାରର ନିର୍ବାଚନୀ ବିପର୍ଯ୍ୟୟ ପରେ ଅନଙ୍ଗ ଉଦୟ ସିଂହଦେଓଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।<eos>
2022-11-27T08:43:35Z
https://www.prameyanews7.com/who-will-get-seat-in-rajya-sabha/
OSCAR-2301
<bos>ଭୀଷ୍ମଙ୍କ ପିତା ଶାନ୍ତନୁ ସତ୍ୟବତୀ ନାମ୍ନୀ କୈବର୍ତ୍ତ କନ୍ୟାଙ୍କୁ ବିବାହ କରିଥିଲେ । ସତ୍ୟବତୀ ନିଜ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବ୍ୟକ୍ତ କଲେ । ଭାବାବେଗରେ ପଡି ଭୀଷ୍ମ ଆଜୀବନ ଅବିବାହିତ ହୋଇ ରହିଯିବା ଲାଗି ପ୍ରତିଜ୍ଞା ନେଲେ । ସେ ଏପରି କରିବା ପଛରେ କାରଣ ଥିଲା ସତ୍ୟବତୀଙ୍କ ପୁତ୍ରମାନେ ରାଜ୍ୟର ଉତ୍ତରାଧିକାରୀ ହୋଇ ପାରିବେ । ଏହା ଭୀଷ୍ମଙ୍କ ପ୍ରଥମ ଭୁଲ୍ ଥିଲା । ଭୀଷ୍ମ ଏପରି ପ୍ରତିଜ୍ଞା ନେଇଥିଲେ ହସ୍ତିନାପୁରର ରାଜସିଂହାସନ ଉପରେ କେଵଳ ତାଙ୍କର ଅଧିକାର ଥାଆନ୍ତା । ସେହି ସିଂହାସନର ଅନେକ ଦାବିଦାର ସୃଷ୍ଟି ହୋଇନଥାନ୍ତେ କିମ୍ବା ମହାଭାରତ ଯୁଦ୍ଧ ମଧ୍ୟ ହୋଇନଥାନ୍ତା । ନିଜ ସାବତଭାଇ ଅର୍ଥାତ ସତ୍ୟବତୀଙ୍କ ପୁତ୍ରଙ୍କ ସହିତ ୩ ଜଣ ରାଜକୁମାରୀ ଅମ୍ବା,ଅମ୍ବିଲିକା ଏବଂ ଅମ୍ବିକାଙ୍କ ବିବାହ କରାଇଦେଇଥିଲେ ଭୀଷ୍ମ । ଭୀମ ଏହି ରାଜକୁମାରୀ ମାନଙ୍କୁ ସେମାନଙ୍କ ଇଛା ବିରୋଧରେ ଅପହରଣ କରାଇ ଆଣିଥିଲେ । ଯେଉଁ ତିନି ରାଜକୁମାରୀଙ୍କୁ ଭୀଷ୍ମ ଅପହରଣ କରିଆଣିଲେ ସେମାନଙ୍କ ମଧ୍ୟରୁ ଅମ୍ବା ବେଶ ଜିଦଖୋର ଥିଲେ । ସେ ଭୀଷ୍ମଙ୍କୁ ଵିବାହ କରିଵାକୁ କହିଲେ ନହେଲେ ତାଙ୍କର ଅପମାନ ହେବ । ମାତ୍ର ଭୀଷ୍ମ ତାଙ୍କୁ ଵିବାହ କରିବାକୁ ମନା କରିଦେଲେ । ପରେ ଅମ୍ବା ପୁର୍ନଜନ୍ମ ନେଇ ଶ୍ରୀଖଣ୍ଡିଙ୍କ ରୂପରେ ଭୀଷ୍ମଙ୍କ ମୃତ୍ୟୁର କାରଣ ସାଜିଥିଲେ । ଧୃତରାଷ୍ଟ୍ର ଅନ୍ଧ ହୋଇଥିବା ସତ୍ତ୍ବେ ଭୀଷ୍ମ ତାଙ୍କ ସହ ଗାନ୍ଧାରର ରାଜକୁମାରୀଙ୍କ ବିଵାହ ଜୋରଜବରଦସ୍ତ କରାଇ ଦେଇଥିଲେ । ଗାନ୍ଧାରୀଙ୍କ ଭାଇ ଶକୁନି ଏଥିଯୋଗୁ ଅପମାନିତ ବୋଧ କଲେ । ଫଳରେ ସେ କୁରୁବଂଶକୁ ନିପାତ କରିବା ଲାଗି ପ୍ରତିଜ୍ଞା କଲେ । ତାଙ୍କର କୁଟୀଳ ବୁଦ୍ଧି ଯୋଗୁ ମହାଭାରତ ଯୁଦ୍ଧ ହେଲା । ଗାନ୍ଧାରୀଙ୍କ କୁଣ୍ଡଳୀରେ ଏକ ଦୋଷ ରହିଥିଲା । ସେଥିରେ ତାଙ୍କର ପ୍ରଥମ ପତିଙ୍କର ମୃତ୍ୟୁଯୋଗ ରହିଥିଲା । ସେଥିପାଇଁ ପିତାମାତା ପ୍ରଥମେ ଏକ ଛେଳି ସହିତ ତାଙ୍କର ବିବାହ କରାଇଦେଇଥିଲେ । ପରେ ଧୃତରାଷ୍ଟ୍ରଙ୍କ ସହିତ ବିବାହ ହୋଇଥିଲା । ଏହିକଥା ଜାଣିବା ପରେ ଭୀଷ୍ମ ଓ ଧୃତରାଷ୍ଟ୍ର ଅପମାନିତ ଵୋଧକଲେ । ଏତେବଡ ରହସ୍ୟ ଲୁଚାଇଥିବାରୁ ସେମାନେ ଗାନ୍ଧାରୀଙ୍କ ପରିବାର ଲୋକକୁ ବନ୍ଦୀ କରି ଅନେକ ଯାତନା ଦେଲେ । ପରେ ସେମାନଙ୍କର ମୃତ୍ୟୁ ଘଟିଲା । ଶକୁନି ନିଜ ପରିବାର ଲୋକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିଲେ । ଭୀଷ୍ମ ଜାଣିଥିଲେ ଯେ ପୁତ୍ରମୋହରେ ପଡି ଧୃତରାଷ୍ଟ୍ର ପାଣ୍ଡବଙ୍କ ସହ ଅନ୍ୟାୟ କରୁଛନ୍ତି । ଏହା ଜାଣିବା ସତ୍ତ୍ୱେ ଭୀଷ୍ମ ଆଜୀବନ ଧୃତରାଷ୍ଟ୍ରଙ୍କ ସହ ରହିଥିଲେ । ପାଣ୍ଡବଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ସେ ପରୋକ୍ଷରେ ସମର୍ଥନ କରିଥିଲେ । ଏଥିଯୋଗୁ ମହାଭାରତ ଯୁଦ୍ଧ ହେଲା । ପରିଜନଙ୍କ ମୃତ୍ୟୁ ଗାନ୍ଧରୀ ସାରା ଜୀବନ ଆଖିରେ ପଟି ବାନ୍ଧି ଜଣେ ଅନ୍ଧକୁ ବିବାହ କରିବାର ଅସନ୍ତୋଷ ଶକୁନିଙ୍କ ମନରେ ରହିଥିଲା । ଏହାଜାଣି ସୁଦ୍ଧା ଭୀଷ୍ମ ତାଙ୍କୁ ହସ୍ତିନାପୁରରେ ଆଶ୍ରୟ ଦେଇଥିଲେ । ଏହାର ପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡିଥିଲା । ଶକୁନି ଦୁର୍ଯ୍ୟୋଧନ ଏବଂ ଧୃତରାଷ୍ଟ୍ରଙ୍କୁ ପ୍ରରୋଚିତକରି ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଯୁଦ୍ଧ ଲଗାଇ ଦେଇଥିଲେ । ହସ୍ତିନାପୁରର ରାଜଭବନରେ ଜୁଆଖେଳକୁ ଅନୁମତି ଦେବା ଭୀଷ୍ମଙ୍କ ଆଉ ଏକ ଭୁଲ୍ ଥିଲା । ଏହି କାରଣରୁ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାହା ମହାଭାରତ ଯୁଦ୍ଧକୁ ଡାକି ଆଣିଲା । ଦ୍ରୌପଦୀଙ୍କ ବସ୍ତ୍ର ହରଣ ସମୟରେ ଭୀଷ୍ମ କିଛି ନକରି ଚୁପଚାପ ଛିଡା ହୋଇରହିଲେ । ଏହି କାରଣରୁ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ କୌରବଙ୍କ ବିରୋଧରେ ଛିଡା ହେବାଲାଗି ନିଷ୍ପତ୍ତି ନେଲେ । ଭୀଷ୍ମ ହସ୍ତିନାପୁର ସିଂହାସନର ରକ୍ଷକ ଥିଲେ । ଏହି ଦୃଷ୍ଟିରୁ ରାଜ୍ୟ ବିଭାଜନ ରୋକିବା ତାଙ୍କର ଧର୍ମ ଥିଲା । ମାତ୍ର ସେ ସେମିତି କଲେ ନାହିଁ । ପାଣ୍ଡଵମାନେ ଇନ୍ଦ୍ରପ୍ରସ୍ଥ ରାଜ୍ୟ ପାଇଲେ । ପରେ ଏହି ରାଜ୍ୟ ପାଇଁ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ।<eos>
2022-12-09T12:16:12Z
https://knewsodisha.com/special/know-details-about-mahabharat-war-166716
OSCAR-2301
<bos>ପ୍ରକାର ଉପଲବ୍ଧତା ନିର୍ମାଣ ଫିଟ୍ ନିୟାମକ ବିଚାର ଏବଂ ମାନକ ଶ୍ ir ାସକ୍ରିୟା ବ୍ୟବସାୟିକ ଭାବରେ ଉପଲବ୍ଧ |ବିଭିନ୍ନ ଆକାରରେ ଉପଲବ୍ଧ, ଛୋଟ ଆକାରକୁ ଅନ୍ତର୍ଭୁକ୍ତ କରି ଯାହା ପିଲାମାନଙ୍କ ପାଇଁ ବ୍ୟବହୃତ ହୋଇପାରେ ନିର୍ମାଣ ସାମଗ୍ରୀ ଭିନ୍ନ ହୋଇପାରେ କିନ୍ତୁ ଫିଲ୍ଟରେସନ୍ ମାନକ ପୂରଣ କରିବା ଆବଶ୍ୟକ ... ଅଧିକ ପଢ ମାସ୍କ ପିନ୍ଧିବା କାହିଁକି ଗୁରୁତ୍ୱପୂର୍ଣ୍ଣ agaisnt COVID-19 | COVID-19 ଆମ ସମ୍ପ୍ରଦାୟର ବିଭିନ୍ନ ସ୍ତରରେ ବିସ୍ତାର ଜାରି ରଖିବ ଏବଂ ଏପର୍ଯ୍ୟନ୍ତ ବିସ୍ତାର ଘଟିବ |ମାସ୍କ ହେଉଛି ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଗତ ଜନସ୍ୱାସ୍ଥ୍ୟ ପଦକ୍ଷେପ ଯାହାକି ଆମେ ନିଜକୁ ଏବଂ ଅନ୍ୟମାନଙ୍କୁ COVID-19 ରୁ ରକ୍ଷା କରିବା ପାଇଁ ବ୍ୟବହାର କରିପାରିବା |ଯେତେବେଳେ ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ପଦକ୍ଷେପ ସହିତ ସ୍ତର କରାଯାଏ, ଏକ ଭଲ-ଖରାପ ... ଅଧିକ ପଢ FFP1, FFP2, FFP3 କ’ଣ? FFP1 ମାସ୍କ FFP1 ମାସ୍କ ହେଉଛି ତିନୋଟିର ସର୍ବନିମ୍ନ ଫିଲ୍ଟର ମାସ୍କ |ଏରୋସୋଲ ଫିଲ୍ଟରେସନ୍ ଶତକଡା: 80% ସର୍ବନିମ୍ନ ଆଭ୍ୟନ୍ତରୀଣ ଲିକ୍ ହାର: ସର୍ବାଧିକ 22% ଏହା ମୁଖ୍ୟତ a ଏକ ଧୂଳି ମାସ୍କ ଭାବରେ ବ୍ୟବହୃତ ହୁଏ (ଉଦାହରଣ ସ୍ୱରୂପ DIY କାର୍ଯ୍ୟ ପାଇଁ) |ଧୂଳି ଫୁସଫୁସ ରୋଗ ସୃଷ୍ଟି କରିପାରେ, ଯେପରିକି ସିଲିକୋସିସ୍, ଆନ୍ଥ୍ରାକୋସିସ୍, ସାଇଡେରୋସିସ୍ ଏବଂ ଆଜବେଷ୍ଟୋସିସ୍ (କଣିକାରେ ... ଅଧିକ ପଢ EN149 କ’ଣ? EN 149 ହେଉଛି ଏକ ୟୁରୋପୀୟ ମାନକ ପରୀକ୍ଷା ଏବଂ ଅଧା ମାସ୍କ ଫିଲ୍ଟର୍ କରିବା ପାଇଁ ଆବଶ୍ୟକତା ଚିହ୍ନଟ କରିବା |ଏହିପରି ମାସ୍କଗୁଡ଼ିକ ନାକ, ପାଟି ଏବଂ ଚିନାକୁ ଆଚ୍ଛାଦନ କରିଥାଏ ଏବଂ ନିଶ୍ୱାସ ଏବଂ / କିମ୍ବା ନିଶ୍ୱାସ ଭଲଭ୍ ଥାଇପାରେ |EN 149 ଏହିପରି କଣିକା ଅଧା ମାସ୍କର ତିନୋଟି ଶ୍ରେଣୀକୁ ବ୍ୟାଖ୍ୟା କରେ, ଯାହାକୁ FFP1, FFP2 ଏବଂ FFP3 କୁହାଯାଏ, (ଯେଉଁଠାରେ FFP ଫିଲ୍ଟ ପାଇଁ ଥାଏ ... ଅଧିକ ପଢ ଡାକ୍ତରୀ ଚେହେରା ମାସ୍କ ଏବଂ ଶ୍ୱାସକ୍ରିୟା ସୁରକ୍ଷା ମଧ୍ୟରେ ପାର୍ଥକ୍ୟ | ମେଡିକାଲ୍ ଫେସ୍ ମାସ୍କ ଏକ ମେଡିକାଲ୍ କିମ୍ବା ସର୍ଜିକାଲ୍ ଫେସ୍ ମାସ୍କ ମୁଖ୍ୟତ the (ସମ୍ଭାବ୍ୟ ସଂକ୍ରାମକ) ଲାଳ / ମକୁସ୍ ବୁନ୍ଦା ବୁଣାକାରଙ୍କ ପାଟି / ନାକ ପରିବେଶରେ ପ୍ରବେଶ କରିଥାଏ |ପରିଧାନକାରୀଙ୍କ ପାଟି ଏବଂ ନାକ ପୁନର୍ବାର ମାସ୍କ ଦ୍ୱାରା ସୁରକ୍ଷିତ ହୋଇପାରିବ ... ଅଧିକ ପଢ ପ୍ରକାର I, ପ୍ରକାର II ଏବଂ ପ୍ରକାର IIR କ’ଣ? ଟାଇପ୍ I ଟାଇପ୍ I ମେଡିକାଲ୍ ଫେସ୍ ମାସ୍କଗୁଡିକ କେବଳ ରୋଗୀ ଏବଂ ଅନ୍ୟ ବ୍ୟକ୍ତିଙ୍କ ପାଇଁ ବ୍ୟବହୃତ ହେବା ଉଚିତ ଯାହା ବିଶେଷ ଭାବରେ ମହାମାରୀ କିମ୍ବା ମହାମାରୀ ପରିସ୍ଥିତିରେ ସଂକ୍ରମଣର ବିସ୍ତାର ହେବାର ଆଶଙ୍କା କମ୍ କରିଥାଏ |ଟାଇପ୍ I ମାସ୍କଗୁଡିକ ଏକ ଅପରେଟିଂ ରୁମ୍ କିମ୍ବା ଅନ୍ୟାନ୍ୟ ମେଡିକାଲ୍ ସେଟିଂସମୂହରେ ସ୍ୱାସ୍ଥ୍ୟସେବା ପ୍ରଫେସନାଲମାନଙ୍କ ଦ୍ୱାରା ବ୍ୟବହାର ପାଇଁ ଉଦ୍ଦିଷ୍ଟ ନୁହେଁ | ଅଧିକ ପଢ © କପିରାଇଟ୍ - 2010-2022: ସର୍ବସତ୍ତ୍ Res ସଂରକ୍ଷିତ | ଆମ ସହିତ ଯୋଗାଯୋଗ କରନ୍ତୁ | ରୁମ୍ 1002, ଟାୱାର ସି, ୟୁଆୟାଙ୍ଗ ଆନ୍ତର୍ଜାତୀୟ କେନ୍ଦ୍ର, ପୂର୍ବ ଚତୁର୍ଥ ରିଙ୍ଗ ମିଡିଲ୍ ରୋଡ୍, ଚାୟାଙ୍ଗ ଜିଲ୍ଲା, ବେଜିଂ 100025, ଚୀନ୍ |<eos>
2022-12-06T01:13:42Z
http://or.bdac.com/information_catalog/mask/
OSCAR-2301
<bos>ଲକ୍ଷ୍ନୌ: ଜଣେ ଅସହାୟ ମହିଳାଙ୍କୁ ଆଶ୍ରୟ ଦେବା ନାଁରେ କିଛି ଲୋକ ଆଶ୍ରମ ଭିତରେ ଗଣଦୁଷ୍କର୍ମ କରିଛନ୍ତି। ଖାଦ୍ୟରେ ନିଶା ଦେଇ ସେମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ଯଦି ମହିଳା ମୁହଁ ଖୋଲନ୍ତି, ତା’ହେଲେ ତାଙ୍କୁ ହତ୍ୟା କରି ପୋତି ଦିଆଯିବ ବୋଲି ଆଶ୍ରମର ମହନ୍ତ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ଗୋଟିଏ ଆଶ୍ରମରେ ଏପରି ଘଟଣା ଘଟିଛି। ମହିଳା ଜଣଙ୍କ ଗୋମତି ନଗର ପୁଲିସ ଷ୍ଟେସନରେ ଏଫଆଇଆର ଦେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ନୌର ଜାନକୀ ମନ୍ଦିର ଆଶ୍ରମରେ ଜଣେ ୫୦ ବର୍ଷୀୟ ମହିଳାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଛି। ମହିଳା ଜଣଙ୍କ ପୁଲିସ୍‌ରେ ୪ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଅଭିଯୋଗକୁ ଗ୍ରହଣ କରି ତାଙ୍କର ମେଡିକାଲ ଯାଞ୍ଚ କରାଇଛି। ଘଟଣାଟି ଅକ୍ଟୋବର ୪ ତାରିଖ ରାତିରେ ଘଟିଥିଲା। ଆହୁରି ପଢ଼ନ୍ତୁ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ଧମକ, ତୁରନ୍ତ ଭାରତ ଛାଡ଼ 1 hour ago ଦିଲ୍ଲୀ ପୌର ନିର୍ବାଚନ: ଭୋଟର୍ ଲିଷ୍ଟରେ ନାହିଁ କଂଗ୍ରେସ… 1 hour ago ମହିଳା ଜଣଙ୍କ ପୂର୍ବରୁ ମଥୁରାର ଗୋଟିଏ ଆଶ୍ରମରେ ରହୁଥିଲେ। ପ୍ରୟାଗରାଜରେ ଆୟୋଜିତ ମାଘ ମେଳା ସମୟରେ ତାଙ୍କ ଦେଖା ଜଣେ ମହିଳା ସନ୍ନ୍ୟାସୀ ମୋନା(ଛଦ୍ମନାମ)ଙ୍କ ସହ ହୋଇଥିଲା। ମୋନା ଲକ୍ଷ୍ନୌର ଜାନକୀ ମନ୍ଦିର ଆଶ୍ରମରେ ରହୁଥିଲେ। ଉଭୟ ମାଘ ମେଳାରେ ସମୟରେ ବିତାଇବା ସହ ପରସ୍ପରକୁ ମୋବାଇଲ ନମ୍ବର ଦେଇଥିଲେ। ମାଘ ମେଳା ପରେ ମଧ୍ୟ ଉଭୟ ଯୋଗାଯୋଗରେ ରହିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ମୋନି ଶ୍ରାବଣ ମାସରେ ମଥୁରା ଆଶ୍ରମକୁ ଯାଇଥିଲେ। ସେଠାରେ ପ୍ରାୟ ୨୦ ଦିନ ରହିଥିଲେ। ଏହି ସମୟରେ ସେ ତାଙ୍କୁ କହିଥିଲେ ଯେ ଲକ୍ଷ୍ନୌ ଆଶ୍ରମରେ ତାଙ୍କ ଗୁରୁ ହନୁମାନ ଦାସ ମହନ୍ତ ଭାବେ କାମ କରନ୍ତି। ସେଠାରେ ସେ ରହୁଛନ୍ତି। ମହନ୍ତ ହନୁମାନ ଦାସ ମହିଳାଙ୍କୁ ଡାକିଥିବା ମୋନା କହିଥିଲେ। ଏଥିରେ ବିଶ୍ୱାସ କରି ପୀଡ଼ିତା ଜଣଙ୍କ ମୋନାଙ୍କ ସହ ଲକ୍ଷ୍ନୌର ଜାନକୀ ମନ୍ଦିର ଆଶ୍ରମରେ ପହଞ୍ଚିଥିଲେ। ଏଠାରେ ସେ ପ୍ରାୟ ଗୋଟିଏ ମାସ ହେଲା ରହୁଥିଲେ ହେଁ କିଛି ବି ଅସୁବିଧା ହୋଇ ନଥିଲା। ତେବେ ଅକ୍ଟୋବର ୪ରେ ମୋନା ତାଙ୍କ ଭାଇଙ୍କ ଦେହ ଭଲ ନଥିବା କହି ବାରାଣସୀ ଚାଲି ଯାଇଥିଲେ। ଫଳରେ ପୀଡ଼ିତା ଜଣଙ୍କ ଆଶ୍ରମରେ ଏକାକୀ ରହି ଯାଇଥିଲେ। ଏହାର ଫାଇଦା ନେଇ ଆଶ୍ରମର ୩ ଜଣ ଲୋକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପ୍ରଥମେ ତାଙ୍କୁ ଆଶ୍ରମର ଖାଇବା ଦିଆଯାଇଥିଲା। ଅଭିଯୁକ୍ତମାନେ ଏଥିରେ ନିଶା ମିଶାଇ ଦେଇଥିବାରୁ ପୀଡ଼ିତା ଜଣଙ୍କ ଖାଦ୍ୟ ଖାଇବା ପରେ ଅଚେତ ହୋଇଯାଇଥିଲେ। ତାଙ୍କ ଚେତା ଫେରିବା ବେଳକୁ ତାଙ୍କର ଦେହରେ କୌଣସି ବସ୍ତ୍ର ନଥିଲା। ସେହିପରି ସେ ଛିଡ଼ା ହେବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ। ଏ ସମ୍ପର୍କରେ ପୀଡ଼ିତା ଜଣଙ୍କ ମହନ୍ତ ହନୁମାନ ଦାସଙ୍କୁ ଜଣାଇଥିଲା। ହେଲେ ସେ ତାଙ୍କୁ ହତ୍ୟା ଧମକ ଦେଇ ମୁହଁ ବନ୍ଦ ରଖିବାକୁ ଚେତାବନୀ ଦେଇଥିଲେ। ତଥାପି ପୀଡ଼ିତା ଜଣଙ୍କ କିଛି ଲୋକଙ୍କ ସହ ଯୋଗାଯୋଗ କରି ଆଶ୍ରମ ବାହାରକୁ ଯାଇଥିଲେ ଓ ଗୋମତି ପୁଲିସ୍‌ ଷ୍ଟେସନରେ ସବୁ କଥା କହିଥିଲେ। ପୁଲିସ୍‌ ଏହାପରେ ମହନ୍ତ ଓ ଆଶ୍ରମର ୩ ଜଣଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।<eos>
2022-12-04T07:25:21Z
https://odishareporter.in/nation-world/india/woman-gang-raped-in-ashram-on-pretext-of-shelter-774468
OSCAR-2301
<bos>ଏକ୍ସପୋ “ନିରାକରଣ ଏବଂ ଚିକିତ୍ସା, ସାମାଜିକ ନିରାପତ୍ତା, କ୍ରନିକ୍ ରୋଗ ପରିଚାଳନା ଏବଂ ପୁନର୍ବାସ ନର୍ସିଂ” ର ଚାରୋଟି ଦିଗକୁ ସମ୍ପୁର୍ଣ୍ଣ ଭାବରେ ଉପସ୍ଥାପନ କରେ | ସର୍ବଦଳୀୟ ଜୀବନଚକ୍ର ସ୍ୱାସ୍ଥ୍ୟ ସେବାଗୁଡିକର | ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ଜିଆଙ୍ଗସୁ ପ୍ରଦେଶର ଏକ ପ୍ରତିନିଧୀ ଉଦ୍ୟୋଗ ଭାବରେ ସୁପର ୟୁନିଅନ୍ ଗ୍ରୁପ୍ | ଏହି ସମୟରେ ପ୍ରଦର୍ଶିତ ହେଉଥିବା ଆମର କମ୍ପାନୀର ଉତ୍ପାଦଗୁଡ଼ିକରେ ମେଡିକାଲ୍ ଗେଜ୍, ଷ୍ଟେରିଲାଇଜଡ୍ ସ୍ ab ାବ୍, ଗଜ୍ ରୋଲ୍, ବ୍ୟାଣ୍ଡେଜ୍, ଫେସ୍ ମାସ୍କ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବହାର ଯୋଗ୍ୟ ଚିକିତ୍ସା ସାମଗ୍ରୀ ଅନ୍ତର୍ଭୁକ୍ତ | ଆମେ କ୍ରମାଗତ ଭାବରେ ଉତ୍ପାଦର ଗୁଣବତ୍ତା ଉନ୍ନତ କରୁ, ଉତ୍ପାଦର ଡିଜାଇନ୍କୁ ଅପ୍ଟିମାଇଜ୍ କରୁ, ବିଭିନ୍ନ ଡାକ୍ତରଖାନା ଏବଂ drug ଷଧ ଦୋକାନର ଆବଶ୍ୟକତା ପୂରଣ କରୁ ଏବଂ ଗ୍ରାହକଙ୍କଠାରୁ ଉଚ୍ଚ ମାନ୍ୟତା ପାଇଥାଉ | ପୋଷ୍ଟ ସମୟ: ଅକ୍ଟୋବର -18-2021 | ଆମ ସହିତ ଯୋଗାଯୋଗ କରନ୍ତୁ | ନଂ। +86 13601443135 [email protected] [email protected] ଅନୁସନ୍ଧାନ ଆମର ଉତ୍ପାଦ କିମ୍ବା ମୂଲ୍ୟବୋଧ ବିଷୟରେ ଅନୁସନ୍ଧାନ ପାଇଁ, ଦୟାକରି ଆପଣଙ୍କର ଇମେଲ୍ ଆମକୁ ଛାଡିଦିଅନ୍ତୁ ଏବଂ ଆମେ 24 ଘଣ୍ଟା ମଧ୍ୟରେ ସମ୍ପର୍କରେ ରହିବୁ |<eos>
2022-12-09T06:41:13Z
http://or.yzsumed.com/news/the-85th-china-international-medical-device-expo-cmef/
OSCAR-2301
<bos>ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ଆଜିଠାରୁ ୨ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏଥିସହିତ ବିଶଷକରି ଉପକୂଳ ଓ ଦକ୍ଷିଣ ଓଡିଶାରେ ବୃଷ୍ଟିପାତ ଲାଗିରହିଛି । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବ୍ରଜପାତ ହେବାର ସମ୍ଭାବନା ରହିଛି । ତେବେ ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ନୂଆପଡା ଓ ନବରଙ୍ଗପୁର ଆଦି ଜିଲ୍ଲାଗୁଡିକୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପକ୍ଷରେ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବି ମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି ।<eos>
2022-11-28T05:32:03Z
https://odishasambad.in/heavy-rain-in-most-part-of-odisha/
OSCAR-2301
<bos>ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ଵ କପ୍‌ରେ ରବିବାର ଖେଳାଯିବ ଆଉ ଏକ ହାଇଭୋଲଟେଜ୍ ମୁକାବିଲା। ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଦୁଇ ଦଳର ବିଶ୍ଵ କପ୍‌ରେ ଏହା ହେବ ତୃତୀୟ ମୁକାବିଲା। ଏ ପର୍ଯ୍ୟନ୍ତ ବିଶ୍ଵ କପ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ହାରି ନାହାନ୍ତି। ଆସନ୍ତାକାଲି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ମ୍ୟାଚ୍‌ରେ ସଭିଙ୍କ ନଜର ପୁଣି ଥରେ ରନ ମେସିନ ବିରାଟ କୋହଲିଙ୍କ ଉପରେ ରହିବ। କୋହଲି ଗତ ଦୁଇଟି ମ୍ୟାଚ୍‌ରେ ଅପରାଜିତ ରହି ଦଳ ବିଜୟରେ ହିରୋ ସାଜିଥିଲେ। କିଙ୍ଗ କୋହଲି ପାକିସ୍ତାନ ବିପକ୍ଷରେ ଅପରାଜିତ ୮୨ ରନ ଏବଂ ନେଦରଲାଣ୍ଡ ବିପକ୍ଷରେ ଅପରାଜିତ ୬୨ ରନର ଇନିଂସ ଖେଳିଥିଲେ। ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ ଆଡନ ମାରକ୍ରମ କହିଛନ୍ତି, ତାଙ୍କ ବୋଲର କୋହଲିଙ୍କ ବିରୋଧରେ ଖାସ୍ ରଣନୀତି ପ୍ରସ୍ତୁତ କରିଛନ୍ତି। ଭାରତୀୟ ବ୍ୟାଟିଂ ଏବଂ ଦକ୍ଷିଣ ଆଫ୍ରିକାର ବୋଲିଂ ମଧ୍ୟରେ କଡା ମୁକାବିଲା ହେବ ବୋଲି ମାରକ୍ରମ କହିଛନ୍ତି। ମାରକ୍ରମ ମ୍ୟାଚ୍‌ର ପୂର୍ବସନ୍ଧ୍ୟା ଶନିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୁଇ ଦଳ ମଧ୍ୟରେ ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି। ଆମର ଦ୍ରୁତ ବୋଲର ବିରାଟ କୋହଲିଙ୍କୁ ବୋଲିଂ କରିବାକୁ ପସନ୍ଦ କରନ୍ତି। କୋହଲି ନିଜର ଫର୍ମ ଫେରି ପାଇଛନ୍ତି। ଆଉ ଆମ ବୋଲର ବି ଦମଦାର ପ୍ରଦର୍ଶନ କରୁଛନ୍ତି। ବିରାଟ କୋହଲି ଏସିଆ କପ୍‌ରେ ଫର୍ମକୁ ଫେରିଥିଲେ। ଆଉ ତା ପରଠୁ ୧୨ଟି ଇନିଂସରେ ୭୮.୨୮ ହାରରେ ୫୪୮ ରନ କରି ସାରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ପାଞ୍ଚ ଅର୍ଦ୍ଧଶତକ ସାମିଲ୍। ସର୍ବୋଚ୍ଚ ସ୍କୋର ୧୨୪ ରନ ରହିଛି। ମାରକ୍ରମ କହିଛନ୍ତି, ତାଙ୍କୁ ତାଙ୍କ ବୋଲରଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି। ଏନରିକ ନୋର୍ତ୍ତଜେ ଏବଂ କାଗିସୋ ରାବଡାଙ୍କ ପରି ବୋଲର କୌଣସି ବି ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇ ପାରନ୍ତି। ସେ କହିଛନ୍ତି, ଅନ୍ୟ ମଇଦାନ ତୁଳନାରେ ପର୍ଥରେ ବଲ୍ ଅଧିକ ବାଉନ୍ସ ରହିବ। ଆଶା କରୁଛୁ ଆମର ବୋଲର ଏହାର ଫାଇଦା ଉଠାଇବେ। ଯଦି ଟପ୍ ଅର୍ଡର ଆକ୍ରମଣାତ୍ମକ ବ୍ୟାଟିଂ କରନ୍ତି ତେବେ ରନ ଗତି ବଢାଇବାର ଦାୟିତ୍ଵ ମଧ୍ୟକ୍ରମ ଉପରେ ଆସିଥାଏ। ମୁଁ ଦଳର ଆବଶ୍ୟକତା ମୁତାବକ ବ୍ୟାଟିଂ କରିଥାଏ ବୋଲି ମାରକ୍ରମ କହିଛନ୍ତି।<eos>
2022-11-29T04:33:45Z
https://www.prameyanews7.com/ind-vs-sa-aiden-markram-warns-virat-kohli-before-the-match-against-india/
OSCAR-2301
<bos>20 ବର୍ଷରୁ ଅଧିକ ପ୍ଲାଷ୍ଟିକ୍ ପଲି ପାରଦର୍ଶୀତା ସହିତ, ଆମର ଜ୍ଞାନ ଏବଂ ଅଭିଜ୍ଞତା ଅଛି ଯାହା ଆମକୁ ଏକ ଶିଳ୍ପ-ଅଗ୍ରଣୀ ପ୍ଲାଷ୍ଟିକ୍ ବ୍ୟାଗ୍ ଯୋଗାଣକାରୀ କରିଥାଏ |ଆମେ ନିଶ୍ଚିତ କରିବାକୁ ଚେଷ୍ଟା କରୁଛୁ ଯେ ଆମର ପଲି ବ୍ୟାଗ୍ ଏବଂ ପ୍ଲାଷ୍ଟିକ୍ ବ୍ୟାଗ୍ ଉତ୍ପାଦଗୁଡ଼ିକ କେବଳ ଆପଣଙ୍କର ଆବଶ୍ୟକତା ପୂରଣ କରେ ନାହିଁ ବରଂ ଆପଣଙ୍କ ଆଶାଠାରୁ ଅଧିକ |ଡିଜୋ ଡୋଙ୍ଗୁ ପ୍ଲାଷ୍ଟିକ୍ ଆଣ୍ଡ ପ୍ୟାକେଜିଂ କୋ, ଲିମିଟେଡ୍ ସମସ୍ତ ପ୍ରକାରର ପ୍ଲାଷ୍ଟିକ୍ ପ୍ୟାକେଜିଂ ବ୍ୟାଗ୍ ଉତ୍ପାଦନରେ ବିଶେଷଜ୍ଞ |ଉନ୍ନତ ଯନ୍ତ୍ରପାତି ଏବଂ ବୃତ୍ତିଗତ ଏବଂ ବ technical ଷୟିକ କର୍ମଚାରୀଙ୍କ ଗୋଷ୍ଠୀ ସହିତ, ଏହା ଏକ ଆଧୁନିକ ଉଦ୍ୟୋଗ ଯାହା ଶିଳ୍ପ ଏବଂ ବାଣିଜ୍ୟକୁ ଏକୀକୃତ କରେ |କମ୍ପାନୀର ବର୍ତ୍ତମାନ 2,000 ବର୍ଗ ମିଟର ଏବଂ 50-100 କର୍ମଚାରୀ ଥିବା ଏକ ମାନକ କର୍ମଶାଳା ଏବଂ ଗୋଦାମ ଅଛି |ଏଠାରେ 20 ଟି ପ୍ଲାଷ୍ଟିକ୍ ଚଳଚ୍ଚିତ୍ର ବ୍ଲୋଇଂ ମେସିନ୍, 30 ରୁ ଅଧିକ କ୍ରମାଗତ ରିଲିଂ ମେସିନ୍, ସିଲ୍ ଏବଂ କଟିଙ୍ଗ୍ ମେସିନ୍ ଏବଂ 10 ଟି ପ୍ରିଣ୍ଟିଂ ମେସିନ୍ ଅଛି |ବାର୍ଷିକ ଉତ୍ପାଦନ କ୍ଷମତା 4000 ଟନ୍ରେ ପହଞ୍ଚେ |ଆମେ ମୁଖ୍ୟତ ve ଭେଷ୍ଟ ବ୍ୟାଗ, ଫ୍ଲାଟ ବ୍ୟାଗ, ରୋଲଡ ଭେଷ୍ଟ ବ୍ୟାଗ, ରୋଲଡ ଫ୍ଲାଟ ବ୍ୟାଗ, ହ୍ୟାଣ୍ଡେଲ ବ୍ୟାଗ, ରୁଟି ବ୍ୟାଗ, 20% ରିହାତି ଅଳିଆ ବ୍ୟାଗ, ପୋଷା ଅଳିଆ ବ୍ୟାଗ, ଡିସପୋଜେବଲ୍ ଟେବୁଲ କପଡା, ଜିପ୍ଲକ୍ ବ୍ୟାଗ, ଫିଲ୍ମ ରୋଲ ଇତ୍ୟାଦି ଉତ୍ପାଦନ କରୁ | ଉତ୍ପାଦଗୁଡ଼ିକ ହେଉଛି ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ ଏବଂ ଆଫ୍ରିକା | ସ୍ଲୋଗାନ୍ / ଦର୍ଶନ / ବିକ୍ରୟ ପରେ ସେବା | ଆମ କମ୍ପାନୀର ସ୍ଲୋଗାନ ହେଉଛି:ଅଖଣ୍ଡତା ହେଉଛି ମୂଳ, ଗୁଣ ପ୍ରଥମେ |। ବୁ negoti ାମଣା ଏବଂ ସମାଧାନ କରିବାକୁ। ପ୍ରତ୍ୟେକ ଥର ଆପଣ 30 ଦିନ ମଧ୍ୟରେ ସାମଗ୍ରୀ ଗ୍ରହଣ କଲେ, ଆମେ ଏକ ରିଟର୍ନ ପରିଦର୍ଶନ କରିବୁ | ଏହା ଆପଣଙ୍କ ପରବର୍ତ୍ତୀ କ୍ରମରେ ଉନ୍ନତ ପରିବର୍ତ୍ତନ କରିବ | ଆମର କମ୍ପାନୀର ଦୃଷ୍ଟିକୋଣ ହେଉଛି ପ୍ରତ୍ୟେକ ଗ୍ରାହକଙ୍କୁ ଭଲ ଭାବରେ ସେବା କରିବା ଏବଂ ଗୁଣବତ୍ତା ଏବଂ ଅଖଣ୍ଡତା ସହିତ ଗ୍ରାହକଙ୍କ ସ୍ୱୀକୃତି ଜିତିବା |ଗ୍ରାହକଙ୍କ ଠାରୁ ଉତ୍ତମ ବନ୍ଧୁମାନଙ୍କ ପର୍ଯ୍ୟନ୍ତ | ବିକ୍ରୟ ପରେ ସେବା ବିଷୟରେ |ତୁମେ ବିଶ୍ୱସନୀୟ ପ୍ରମାଣ ଦେବା ପରେ |ଆମେ ଯଥାଶୀଘ୍ର କ୍ଷତିପୂରଣ ବୁ negoti ାମଣା କରିବୁ।ତୁମର ଆଗ୍ରହକୁ କ୍ଷତି ପହ does ୍ଚାଏ ନାହିଁ |ଏବଂ ରେକର୍ଡ ଏବଂ ଆଲୋଚନା କରିବା |ବାରମ୍ବାର ଉତ୍ପାଦ ଗୁଣବତ୍ତା ସମସ୍ୟାକୁ ରୋକିବା ପାଇଁ | ଆପଣ ଆମକୁ ଏକ ସୁଯୋଗ ଦିଅନ୍ତୁ | ଆମେ ଆପଣଙ୍କୁ କହିବା ପାଇଁ ବ୍ୟବହାରିକ କାର୍ଯ୍ୟ ବ୍ୟବହାର କରିବୁ | ଆମ ସହିତ ଯୋଗାଯୋଗ କରନ୍ତୁ | ଆମର ଉତ୍ପାଦ କିମ୍ବା ମୂଲ୍ୟବୋଧ ବିଷୟରେ ଅନୁସନ୍ଧାନ ପାଇଁ, ଦୟାକରି ଆପଣଙ୍କର ଇମେଲ୍ ଆମକୁ ଛାଡି ଦିଅନ୍ତୁ ଏବଂ ଆମେ 24 ଘଣ୍ଟା ମଧ୍ୟରେ ସମ୍ପର୍କରେ ରହିବୁ |ଅନୁସନ୍ଧାନ<eos>
2022-12-09T08:47:35Z
http://or.dzdyplastic.com/about-us/
OSCAR-2301
<bos>ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (୨୬.୧୧.୨୦୨୨) ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ସମ୍ବିଧାନ ଦିବସ ସମାରୋହ ଉପଲକ୍ଷେ ଅଂଶଗ୍ରହଣ କରି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ୧୯୪୯ ମସିହାରେ ସାମ୍ବିଧାନିକ ସଭା ଦ୍ୱାରା ଗୃହୀତ ଓ ଭାରତୀୟ ସମ୍ବିଧାନର ସ୍ମରଣାର୍ଥେ ୨୦୧୫ ମସିହାଠାରୁ ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ଭାବେ ପାଳିତ ହୋଇ ଆସୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ କେତେକ ନୂତନ ପଦକ୍ଷେପ ସ୍ୱରୂପ-ଇ-କୋର୍ଟ ପ୍ରକଳ୍ପ ଜରିଆରେ କେତେକ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି । ସେଗୁଡିକ ମଧ୍ୟରେ ଭର୍ଚୁଆଲ ଜଷ୍ଟିସ କ୍ଲକ୍‌, ଜଷ୍ଟିସ ମୋବାଇଲ ଆପ୍‌୨.୦, ଡିଜିଟାଲ କୋର୍ଟ ଓ ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍ ଅନ୍ତର୍ଭୁକ୍ତ। ସମ୍ବିଧାନ ଦିବସର ଶୁଭେଚ୍ଛା ଜ୍ଞାପନ ସହ ପ୍ରଧାନମନ୍ତ୍ରୀ ୧୯୪୯ ମସିହାରେ ଆଜିର ଦିନରେ ସ୍ୱାଧୀନ ଭାରତ କିପରି ନିଜ ଭବିଷ୍ୟତର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ତା’ର ସ୍ମୃତିଚାରଣ କରିଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ସମ୍ବିଧାନ ଦିବସର ମହତ୍ୱ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ। ସେ ମଧ୍ୟ ବାବା ସାହେବ ଡକ୍ଟର ବି.ଆର ଆମ୍ବେଦକର ଓ ସାମ୍ବିଧାନିକ ସଭାର ନମସ୍ୟ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ଗତ ୭୦ବର୍ଷ ଧରି ଆଇନ ପ୍ରଣୟନ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ପ୍ରତି ଅସଂଖ୍ୟ ବ୍ୟକ୍ତିଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ସେମାନେ ଭାରତୀୟ ସମ୍ବିଧାନର ସଂପ୍ରସାରଣ ଓ ବିକାଶ ଯାତ୍ରାରେ କିପରି ସାମିଲ ହୋଇଛନ୍ତି ସେମାନଙ୍କୁ ଏହି ସ୍ୱତନ୍ତ୍ର ଅବସରରେ ସମଗ୍ର ଦେଶ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ। ଭାରତୀୟ ଇତିହାସର କଳା ଦିବସ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ଦିବସ ଭଳି ସ୍ମରଣୀୟ ଘଟଣା ଦେଶ ପାଳନ କରୁଥିବାବେଳେ ନଭେମ୍ବର ୨୬ତାରିଖ ଦିନ ଭାରତ ମାନବତାର ଶତ୍ରୁମାନଙ୍କ ଦ୍ୱାରା ବିରାଟ ଆତଙ୍କବାଦୀ ଆକ୍ରମଣରେ ଶିକାର ହୋଇଥିଲା । ଜଘନ୍ୟ ମୁମ୍ବାଇ ଆତଙ୍କୀ ଆକ୍ରମଣ ଯୋଗୁଁ ଯେଉଁମାନେ ପ୍ରାଣ ହରାଇଥିଲେ ଶ୍ରୀ ମୋଦୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ ଯେ ବର୍ତ୍ତମାନର ବୈଶ୍ୱିକ ଦୃଶ୍ୟପଟରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଓ ଆନ୍ତର୍ଜାତିକ ଛବି ଦୃଷ୍ଟିରୁ ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି। ସ୍ଥାୟିତ୍ୱ ନେଇ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଭାରତ ପୁରାଦମ୍‌ରେ ଆଗେଇ ଚାଲିବା ସହ ଏହାର ବିବିଧତାକୁ ନେଇ ଗର୍ବ କରୁଛି ବୋଲି ସେ କହିଥିଲେ। ସେ ଏହି ସଫଳତାର ଶ୍ରେୟ ସମ୍ବିଧାନକୁ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆହୁରି ଏହି ଅବସରରେ ସମ୍ବିଧାନ ପ୍ରସ୍ତାବନାର ତିନୋଟି ଶବ୍ଦ ‘ୱି ଦ ପିପୁଲ’ର ଅବତାରଣା କରି କହିଥିଲେ ଯେ ଏହା ହେଉଛି ଏକ ଆହ୍ୱାନ, ଏକ ଆସ୍ଥା ଓ ଏକ ଶପଥ । ସମ୍ବିଧାନର ଏହି ଆତ୍ମା ହେଉଛି ଭାରତର ଆତ୍ମା ଓ ବିଶ୍ୱ ଗଣତନ୍ତ୍ରର ଜନନୀ। ଆଧୁନିକ ଯୁଗରେ ସମ୍ବିଧାନ ଦେଶର ସମସ୍ତ ସାଂସ୍କୃତିକ ଓ ନୈତିକ ଭାବାବେଗକୁ ଆଦରରେ ଗ୍ରହଣ କରିନେଇଛି। ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରି କହିଥିଲେ ଯେ ଗଣତନ୍ତ୍ରର ଜନନୀ ଭାବେ ଦେଶ ସମ୍ବିଧାନର ଆଦର୍ଶକୁ ମଜବୁତ କରିବା ସହ ଜନପ୍ରିୟ ନୀତି ଗରିବ ଓ ମହିଳାଙ୍କୁ ସଶକ୍ତ କରୁଛି। ଆଇନର ସରଳୀକରଣ ଯୋଗୁଁ ଏହା ସାଧାରଣ ନାଗରିକଙ୍କ ନିମନ୍ତେ ବୋଧଗମ୍ୟ ହେଉଛି ଓ ନ୍ୟାୟପାଳିକା ସମୟଭିତ୍ତିକ ନ୍ୟାୟ ପ୍ରଦାନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ କହିଥିଲେ। କର୍ତ୍ତବ୍ୟ ନେଇ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ଏହା ସମ୍ବିଧାନର ଢାଞ୍ଚଗତ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲେ। ଅମୃତକାଳକୁ କର୍ତ୍ତବ୍ୟକାଳ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ଅମୃତକାଳରେ ଦେଶ ଯେତେବେଳେ ସ୍ୱାଧୀନତାର ୭୫ବର୍ଷ ସମ୍ପୂର୍ଣ୍ଣ କରିବାକୁ ଯାଉଛି ଓ ଆମେ ଆଗାମୀ ୨୫ବର୍ଷ ନିମନ୍ତେ ବିକାଶଯାତ୍ରା ପାଇଁ ସଜବାଜ ହେଉଛୁ କର୍ତ୍ତବ୍ୟର ମନ୍ତ୍ର ଦେଶ ପ୍ରଥମ ଓ ସବୁଠାରୁ ଆଗରେ ବୋଲି କହିଥିଲେ। “ସ୍ୱାଧୀନତାର ଅମୃତ କାଳ ହେଉଛି ଦେଶ ପାଇଁ କର୍ତ୍ତବ୍ୟ ସମ୍ପାଦନର ସମୟ । ସେ ବ୍ୟକ୍ତି ହେଉ ବା ଅନୁଷ୍ଠାନ ଆମର ଦାୟିତ୍ୱ ହେଉଛି ଆମର ପ୍ରାଥମିକତା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜଣେ ନିଜର କର୍ତ୍ତବ୍ୟ ପଥ ଅନୁସରଣ କଲେ ଦେଶ ବିକାଶର ନୂତନ ଶିଖର ଛୁଇଁ ପାରିବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଆଉ ସପ୍ତାହକ ମଧ୍ୟରେ ଭାରତ ଜି-୨୦ର ସଭାପତିତ୍ୱ କରିବାକୁ ଯାଉଛି। ସେ ଦୃଷ୍ଟିରୁ ଦେଶ ମର୍ଯ୍ୟାଦା ଓ ଖ୍ୟାତି ଏକ ଦଳ ଭାବେ ବିଶ୍ୱ ଦରବାରରେ ଆମକୁ ରଖିବାକୁ ପଡିବ। “ଏହା ଆମର ମିଳିତ ଦାୟିତ୍ୱ”। ଗଣତନ୍ତ୍ରର ଜନନୀ ଭାବେ ଭାରତର ପରିଚୟକୁ ଆହୁରି ଅଧିକ ମଜବୁତ କରିବାକୁ ପଡିବ।” ଯୁବ କୈନ୍ଦ୍ରିକ ଉତ୍ସାହ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସମ୍ବିଧାନ ଏହାର ଖୋଲାପଣ, ଭବିଷ୍ୟତ ପାଇଁ ଉପଯୁକ୍ତ ଓ ଆଧୁନିକ ଦୃଷ୍ଟିଭଙ୍ଗୀ ଦ୍ୱାରା ପରିପୃଷ୍ଟ। ଭାରତର ଅଭିବୃଦ୍ଧିର କାହାଣୀରେ ଯୁବଶକ୍ତିର ଅବଦାନକୁ ସେ ଦୃଢଭାବେ ସ୍ୱୀକାର କରିଥିଲେ। ଭାରତୀୟ ସମ୍ବିଧାନରେ ଥିବା ସମାନତା ଓ ସଶକ୍ତିକରଣ ବିଷୟକୁ ନେଇ ଦେଶର ଯୁବଗୋଷ୍ଠୀଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ସମ୍ବିଧାନର ଚିଠା ପ୍ରସ୍ତୁତ ବେଳକୁ ଦେଶ କିଭଳି ପରିସ୍ଥିତି ଥିଲା ତାହାର ସ୍ମୃତିଚାରଣ କରିଥିଲେ। ସାମ୍ବିଧାନିକ ସଭାରେ ଚାଲିଥିବା ଆଲୋଚନା ବିଷୟବସ୍ତୁ ଉପରେ ଆମର ଯୁବଗୋଷ୍ଠୀ ଅବଗତ ହେବା ଉଚିତ’ ବୋଲି ସେ କହିଥିଲେ। ଏହା ସେମାନଙ୍କ ସମ୍ବିଧାନ ଜାଣିବା ନେଇ ଆଗ୍ରହ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ସମ୍ବିଧାନ ସଭାରେ ୧୫ଜଣ ମହିଳା ସଦସ୍ୟ ଥିବା ସମ୍ପର୍କରେ ସୂଚନା ଦେଇ ସମାଜର ଅବହେଳିତ ବର୍ଗରୁ ଦାକ୍ଷାୟେନୀ ଭେଲାୟୁଧନଙ୍କ ଭଳି ମହିଳା କିପରି ଏଥିରେ ସ୍ଥାନ ପାଇଥିଲେ ତା’ର ଉଦାହରଣ ଦେଇଥିଲେ। ଦକ୍ଷୋୟେନୀ ଭେଲାୟୁଧନଙ୍କ ଭଳି ମହିଳା ଅବଦନାକୁ ନେଇ ଖୁବ୍ କମ୍ ଆଲୋଚନା ହେଉଥିବାରୁ ଯୋଗୁସେ ତାହାର ସମାଲୋଚନା କରିବା ସହ ସେ ଦଳିତ ଓ ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ସଭାରେ ଅନେକ ହସ୍ତକ୍ଷେପ କରିଥିବା କଥା କହିଥିଲେ। ପ୍ରଧାନମନ୍ତ୍ରୀ ଦୁର୍ଗାବାଈ ଦେଶମୁଖ, ହାମ୍‌ସା ମେହେଟ୍ଟା, ରାଜକୁମାରୀ ଅମ୍ରିତ କାଉର ଓ ଅନ୍ୟାନ୍ୟ ମହିଳା ଯେଉଁମାନେ ମହିଳାଙ୍କ ସମସ୍ୟା ନେଇ ଅନେକ ଅବଦାନ ଦେଇଯାଇଛନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ କହିଥିଲେ। “ଆମର ଯୁବଗୋଷ୍ଠୀ ଯେତେବଳେ ଏସବୁ ବିଷୟ ଜାଣିବାକୁ ପାଇବେ, ସେମାନେ ନିଜ ପ୍ରଶ୍ନର ଉତ୍ତରମାନ ପାଇଯିବେ” ବୋଲ୍‌ ଶ୍ରୀ ମୋଦୀ କହିଥିଲେ। ଏହା ଦ୍ୱାରା ସେମାନଙ୍କ ଆନୁଗତ୍ୟ ସମ୍ବିଧାନ ପ୍ରତି ରହିବ ଓ ତାହା ଆମର ସାମ୍ବିଧାନ, ଗତଣନ୍ତ୍ର ଓ ଭବିଷ୍ୟତକୁ ମଧ୍ୟ ସୁଦୃଢ କରିବ।”ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସ୍ୱାଧୀନତାର ଅମୃତ କାଳରେ ଏହା ଦେଶର ଆବଶ୍ୟକତା। ମୁଁ ଆଶା କରେ ଯେ ଏହି ସମ୍ବିଧାନ ଦିବସ ଏ ଦିଗରେ ଆମର ସଂକଳ୍ପକୁ ଅଧିକ ଶକ୍ତି ପ୍ରଦାନ କରିବ।” ପ୍ରଧାନ ବିଚାରପତି ଡକ୍ଟର ଡି.ୱାଇ ଚନ୍ଦ୍ରଚୂଡ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କାଉଲ ଓ ଜଷ୍ଟିସ ଏସ. ଅବଦୁଲ ନଜୀର, କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ.ପି. ବାଘେଲ, ଭାରତର ଆଟର୍ଣ୍ଣି ଜେନେରୋଲ ଆର. ଭେଙ୍କଟରମଣ, ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ସୁପ୍ରିମକୋର୍ଟର ବାର ଆସୋସିଏସନ ସଭାପତି ବିକାଶ ସିଂ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ। ପୃଷ୍ଠଭୂମି: ଏହି ପ୍ରକଳ୍ପ ମକଦ୍ଦମାରେ ସମ୍ପୃକ୍ତ ପକ୍ଷ, ଆଇନଜୀବୀ ଓ ନ୍ୟାୟପାଳିକାକୁ ସେବା ଯୋଗାଇବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକ ମଧ୍ୟରେ ଭର୍ଚୁଆଲ ଜଷ୍ଟିସ କ୍ଲକ, ଜଷ୍ଟିସ ମୋବାଇଲ ଆପ୍ ୨.୦, ଡିଜିଟାଲ କୋର୍ଟ ଏବଂ ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍ ଅନ୍ତର୍ଭୁକ୍ତ। ଭର୍ଚୁଆଲ ଜଷ୍ଟିସ କ୍ଲକ୍ ନ୍ୟାୟ ପ୍ରଦାନ ପଦ୍ଧତିରେ ପ୍ରମୁଖ ପରିସଂଖ୍ୟନ, ନ୍ୟାୟାଳୟ ସ୍ତରରେ ପ୍ରଦାନ କରିଥାଏ। ଏଥିରେ ସମ୍ପୂର୍ଣ୍ଣ ମକଦ୍ଦମା, ମାମଲା, ରଫାଦଫା, ଦିନ,ସପ୍ତାହ,ମାସ ଭିତ୍ତିରେ ବିଚାରାଧୀନ ମାମଲା ଇତ୍ୟାଦିର ତଥ୍ୟ ପ୍ରଦାନ କରିଥାଏ। ଜନସାଧାରଣଙ୍କୁ ଏହା ନ୍ୟାୟାଳୟର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଓ ମାମଲା ଫଏସଲାର ସବିଶେଷ ନେଇ ସୁଚାଇଥାଏ। ଜିଲ୍ଲା କୋର୍ଟର ୱେବସାଇଟ୍ ଜରିଆରେ ଜନସାଧାରଣ ଭର୍ଚୁଆଲ ଜଷ୍ଟିସ କ୍ଲକରେ ପହଞ୍ଚିପାରିବେ। ଜଷ୍ଟିସ ମୋବାଇଲ ଆପ୍ ୨.୦ ବିଚାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଉପଲବ୍ଧ। ଏହା ଦ୍ୱାରା ସେମାନେ ନିଜ କୋର୍ଟରେ ମାମଲା ଫଇସଲା ତଥା ବିଚାରଧୀନ ବିଷୟରେ ଜାଣିବା ସହ ନିଜ ଅଧୀନରେ କାର୍ଯ୍ୟ କରୁଥିବା ଅନ୍ୟ ଜଜ୍‌ଙ୍କ ସମ୍ପର୍କରେ ମଧ୍ୟ ଜାଣିପାରିବେ। ଏହି ଆପ୍ ବର୍ତ୍ତମାନ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଜଜ୍‌ମାନଙ୍କ ଠାରେ ମଧ୍ୟ ଉପଲବ୍ଧ ହେଉଛି। ଏହା ଦ୍ୱାରା ସେମାନେ ସମସ୍ତ ରାଜ୍ୟ ଓ ଜିଲ୍ଲାରେ ଥିବା ବିଚାରାଧୀନ ଓ ଫଏସଲା ମାମଲା ସମ୍ପର୍କରେ ଜାଣିପାରିବେ। ବିଚାରକମାନଙ୍କୁ ଡିଜିଟାଲ ଫର୍ମରେ କୋର୍ଟ ଅଭିଲେଖ ଉପଲବ୍ଧ ହେବା ପାଇଁ ଡିଜିଟାଲ କୋର୍ଟ ଏକ ମାଧ୍ୟମ। ଏହା କାଗ ବିହୀନ ଅଦାଲତ ପରିଚାଳନାକୁ ପ୍ରୋତ୍ସାହିତ କରିଥାଏ। ଏସ୍ ୩ ଡବ୍ଲୁଏଏଏସ ୱେବସାଇଟ୍ ଜରିଆରେ ଜିଲ୍ଳା ବିଚାର ବିଭାଗୀ୍‌ୟ କୌଣସି ତଥ୍ୟ ବା ନିର୍ଦ୍ଦିଷ୍ଟ ସୂଚନା ପ୍ରକାଶ କରିହେବ। ଏହା ଏକ କ୍ଲାଉଡ ସେବା ଯାହା ସରକାରୀ ସଂସ୍ଥାକୁ ନିରାପଦ, ସୁଗମ୍ୟ ୱେବସାଇଟ୍ ସୃଷ୍ଟିରେ ସାହାଯ୍ୟ କରିଥାଏ। ଏହା ବହୁଭାଷୀ, ନାଗରିକ ଓ ଦିବ୍ୟାଙ୍ଗ ବନ୍ଧୁ ଭାବାପନ୍ନ ୱେବସାଇଟ୍। Tags ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ଭାରତ, ସମ୍ବିଧାନ ଦିବସ, ସର୍ବୋଚ୍ଚ ନ୍ୟାୟାଳୟ Categories ଆଜିର ଖବର ଜାତୀୟ ଖବର ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ Post author By Samikhsya Bureau Post date August 20, 2022 ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ’ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ଦ୍ୱାରା ଗୁଜରାଟର ଜାମନଗରଠାରେ ସ୍ଥାପନ କରାଯାଉଥିବା ଚିଡ଼ିଆଖାନା ବିରୁଦ୍ଧରେ ଦାୟର ଏକ ଜନସ୍ୱାର୍ଥ ଆବେଦନ (ପିଆଇଏଲ୍‍)କୁ ଖାରଜ କରିଦେଇଛନ୍ତି। ନ୍ୟାୟମୂର୍ତ୍ତି ଦିନେଶ ମହେଶ୍ୱରୀ ଏବଂ ନ୍ୟାୟମୂର୍ତ୍ତି କୃଷ୍ଣ ମୁରାରୀ ଜନସ୍ୱାର୍ଥ ଯାଚିକାକୁ ଖାରଜ କରିଦେଇ କହିଛନ୍ତି ଯେ, “ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ଏକ ଆଇନସମ୍ମତ ଏବଂ ମାନ୍ୟତା ପ୍ରାପ୍ତ ଚିଡ଼ିଆଖାନା ଏବଂ ରେସ୍‍କ୍ୟୁ ସେଣ୍ଟର। ଆମେ ଏଥିରେ ବିବାଦର କୌଣସି କାରଣ ଲକ୍ଷ୍ୟ କରୁନାହୁଁ।” ଏଥିରେ ଅସନ୍ତୋଷ ପ୍ରକାଶ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆବେଦନକାରୀ ବିନା କୌଣସି ଠୋସ୍‍ କାରଣ ନଥାଇ ଏବଂ କେବଳ କିଛି ନ୍ୟୁଜ ରିପୋର୍ଟ ଆଧାରରେ ଏହି ଯାଚିକା ଦାଖଲ କରିଦେଇଛନ୍ତି। ଆବେଦନକାରୀ ନିଜ ସପକ୍ଷରେ ସର୍ବୋଚ୍ଚ ଅଦାଲତରେ ଠୋସ୍‍ ସାକ୍ଷ୍ୟ ପ୍ରମାଣ ଦାଖଲ କରିପାରିନାହାନ୍ତି। ଜନସ୍ୱାର୍ଥ ଯାଚିକାରେ ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ବିରୁଦ୍ଧରେ ଭାରତ ଏବଂ ବିଦେଶରୁ ଜୀବଜନ୍ତୁଙ୍କୁ ଆଣିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିବେଦନ କରିଥିଲେ। ଏଥିସହିତ ଏହି ଅଣ ଲାଭଜନକ ସଂଗଠନ ପରିଚାଳନା ଏବଂ ପ୍ରଶାସନ ସମ୍ପର୍କରେ ଯାଞ୍ଚ କରିବାକୁ ଏସ୍‍ଆଇଟି ଗଠନ ନିମନ୍ତେ ମଧ୍ୟ ଅଦାଲତରେ ଆବେଦନ କରିଥିଲେ। ତେବେ ଏହାକୁ ସର୍ବୋଚ୍ଚ ଅଦାଲତ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଦେଇଥିଲେ। ସର୍ବୋଚ୍ଚ ଅଦାଲତରେ ନିଜ ପକ୍ଷ ରଖି ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ପକ୍ଷରୁ ‘ତେନ୍ଦୁଆ ସଂରକ୍ଷଣ କେନ୍ଦ୍ର’ ଏବଂ ‘କୁମ୍ଭୀର ସଂରକ୍ଷଣ କେନ୍ଦ୍ର’ ସହିତ ନିଜ କାର୍ଯ୍ୟକଳାପର ବିଭିନ୍ନ ସଫଳତା ସମ୍ପର୍କରେ ବ୍ୟାପକ ବିବରଣୀ ଉପସ୍ଥାପନ କରିଥିଲେ। ସର୍ବୋଚ୍ଚ ଅଦାଲତ ଉକ୍ତ ସେଣ୍ଟରରେ ଜୀବଜନ୍ତୁଙ୍କ ସହାୟତା ନିମନ୍ତେ ଉପଲବ୍ଧ ଚିକିତ୍ସକ, କ୍ୟୁରେଟର, ଜୀବବିଜ୍ଞାନୀ, ପ୍ରାଣୀ ବିଜ୍ଞାନୀ ଏବଂ ଅନ୍ୟ ବିଶେଷଜ୍ଞଙ୍କ ଉପଲବ୍ଧତା ଏବଂ ତାହାର ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହିତ ଜାଣିବାକୁ ପାଇଥିଲେ ଯେ ଜୀବଜନ୍ତୁ ପରିଚାଳନା ଏବଂ ସ୍ଥାନାନ୍ତରଣ ନିମନ୍ତେ ଦିଆଯାଇଥିବା ଅନୁମତି ଏବଂ ସେ ସମ୍ପର୍କିତ ସମସ୍ତ ବିଧିବ୍ୟବସ୍ଥା ଆଇନସମ୍ମତ ଏବଂ ଅଧିକୃତ ଅଟେ। ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ସମ୍ପର୍କରେ ଅଦାଲତଙ୍କୁ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଥିଲେ ଯେ ଜିଜେଡଆର୍‍ଆର୍‍ସିର କାର୍ଯ୍ୟକଳାପ ସମ୍ପର୍କରେ ବିବାଦର କୌଣସି ପ୍ରଶ୍ନ ଉଠୁନାହିଁ। ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ମଧ୍ୟ କହିଥିଲେ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହାୟତାରେ ପରିଚାଳିତ ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର (ଜିଜେଡଆର୍‍ଆର୍‍ସି)ରେ ଉପଲବ୍ଧ ସୁବିଧା ସୁଯୋଗରେ ଉଚ୍ଚ ନ୍ୟାୟାଳୟ ସନ୍ତୁଷ୍ଟ ଅଛନ୍ତି। ଏ ସମ୍ପର୍କରେ ପ୍ରକାଶ କରି ଜିଜେଡଆର୍‍ଆର୍‍ସିର ମୁଖ୍ୟ ଧନରାଜ ନାଥୱାନି କହିଛନ୍ତି, “ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସ୍ୱାଗତ କରୁଛୁ। ଜିଜେଡଆର୍‍ଆର୍‍ସି ଜୀବଜନ୍ତୁଙ୍କର କଲ୍ୟାଣ, ଉଦ୍ଧାର, ଥଇଥାନ ଏବଂ ସଂରକ୍ଷଣ ସହିତ ଜଟିଳ ପରିସ୍ଥିତିରୁ ଉଦ୍ଧାର ହେବା ଆବଶ୍ୟକ କରୁଥିବା ଜୀବଜନ୍ତୁଙ୍କୁ ବିଶ୍ୱ ମାନର ଥଇଥାନ ଯତ୍ନ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛି।” Tags ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର, ରିଲାଏନ୍ସ, ସବୁଜ ସଙ୍କେତ, ସର୍ବୋଚ୍ଚ ନ୍ୟାୟାଳୟ, ସୁପ୍ରିମକୋର୍ଟ Copyright © SM Network 2018 - 2022 Email: [email protected] Designed, Developed & Maintained By Ratna Technology<eos>
2022-12-08T19:25:15Z
https://thesamikhsya.com/odia/tag/%E0%AC%B8%E0%AC%B0%E0%AD%8D%E0%AC%AC%E0%AD%87%E0%AC%BE%E0%AC%9A%E0%AD%8D%E0%AC%9A-%E0%AC%A8%E0%AD%8D%E0%AD%9F%E0%AC%BE%E0%AD%9F%E0%AC%BE%E0%AC%B3%E0%AD%9F/
OSCAR-2301
<bos>ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ। ଲୋକେ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଡିଜିଟାଲ ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣାର ଭିଡିଓ ସାମ୍ନାକୁ ଆସୁଛି।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡ଼ିଓ କୁ ଯିଏବି ଦେଖୁଛି ସେ ଖୁସି ହେବା ସହିତ ପ୍ରଶଂସା ମଧ୍ଯ କରୁଛି। ଆପଣ ତ ଜାଣିଛନ୍ତି ନୃତ୍ୟ ଏଵଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ଯେତେବେଳେ ବି ଆମେ କେହି ନାଚୁଥିବାର ଦେଖିବାକୁ ପାଉ ସେତେବେଳ ଆମକୁ ଟିକିଏ ଦେଖିବାକୁ ଇଚ୍ଛା ହୁଏ। ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ। ହୁଏତ ଅନେକ ଲୋକଙ୍କୁ ନୃତ୍ୟ ପସନ୍ଦ ହୋଇ ନପାରେ କିନ୍ତୁ ପ୍ରାୟତଃ ନାଚ ଦେଖିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ସେହିଭଳି ଏବେ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ସେଥିରେ ଶାଳୀ ଏବଂ ଭିଣୋଇ ଙ୍କ ଡାନ୍ସ ଦେଖିବାକୁ ମିଳିଛି। କୁହାଯାଉଛି କି ଏହି ଭିଡିଓ ରେ ଥିବା ଦୁଇଜଣ ବ୍ୟକ୍ତି ହେଉଛନ୍ତି ଶାଳୀ ଏବଂ ଭିଣୋଇ। ଯାହା ଏହି ଭିଡିଓ ରେ କୁହା ଯାଇଛି ସେହି ସଂପର୍କ କୁ ଆମେ ଆପଣଙ୍କୁ ଜଣାଉଛୁ। କିନ୍ତୁ ଏ ବିଷୟରେ ଆମେ ଆପଣଙ୍କୁ ସତ୍ୟତା ଦେଉ ନାହୁଁ। ତେବେ ସେ ଯାହା ବି ହେଉ ଏହି ଭିଡିଓ ଟି କୁ ଲୋକେ ବହୁତ୍ ସେୟାର କରୁଛନ୍ତି ଏବଂ ବହୁତ୍ ଜଣ ଏହାକୁ ଦେଖୁଛନ୍ତି ମଧ୍ଯ। ଏଠାରେ ଶାଳୀ ଭିଣୋଇ ଙ୍କ ଏପରି ଡାନ୍ସ ସମସ୍ତଙ୍କୁ ଖୁସି କରୁଛି। ଶାଳୀ ଜଣଙ୍କ ଶାଢ଼ି ପିନ୍ଧି ବହୁତ୍ ସୁନ୍ଦର ଭାବରେ ନିଜକୁ ସଜାଇ ଛନ୍ତି। ଖୁସି ଅନୁଭଵ କରିବା ପାଇଁ ସେମାନେ ଏପରି ଏକ ସୁନ୍ଦର୍ ମୁହୂର୍ତ୍ତକୁ କ୍ୟାମେରା ରେ ରେକର୍ଡ କରିଛନ୍ତି। ଦୁଇଜଣଙ୍କର ଏପରି ଡାନ୍ସ କୁ ବହୁତ୍ ଲୋକେ ପସନ୍ଦ କରୁଛନ୍ତି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ଏହାକୁ ଦେଖିଲେ ଆପଣଙ୍କୁ ନିଶ୍ଚିତ ଖୁସି ଲାଗିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।<eos>
2022-12-10T02:31:56Z
https://swastiktv.com/%E0%AC%93%E0%AC%83-%E0%AC%95%E0%AC%BF-%E0%AC%A1%E0%AD%8D%E0%AD%9F%E0%AC%BE%E0%AC%A8%E0%AD%8D%E0%AC%B8-%E0%AC%A6%E0%AD%87%E0%AC%96%E0%AC%A8%E0%AD%8D%E0%AC%A4%E0%AD%81-%E0%AC%AD%E0%AC%BE%E0%AC%87-3/
OSCAR-2301
<bos>ଦେଖନ୍ତୁ ଭିଡିଓ- ଷ୍ଟେଜ ପ୍ରଗ୍ରାମ ରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଏମିତି କହିଲେ ବଙ୍ଗୀୟ ଅଭିନେତ୍ରୀ ଝିଲିକ , ଲୋକମାନେ ଦେଖି କହିଲେ କ’ଣ ସତରେ – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home ଭାଇରାଲ ଭିଡିଓ ଦେଖନ୍ତୁ ଭିଡିଓ- ଷ୍ଟେଜ ପ୍ରଗ୍ରାମ ରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଏମିତି କହିଲେ ବଙ୍ଗୀୟ ଅଭିନେତ୍ରୀ ଝିଲିକ , ଲୋକମାନେ ଦେଖି କହିଲେ କ’ଣ ସତରେ ଦେଖନ୍ତୁ ଭିଡିଓ- ଷ୍ଟେଜ ପ୍ରଗ୍ରାମ ରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଏମିତି କହିଲେ ବଙ୍ଗୀୟ ଅଭିନେତ୍ରୀ ଝିଲିକ , ଲୋକମାନେ ଦେଖି କହିଲେ କ’ଣ ସତରେ ଭାଇରାଲ ଭିଡିଓ Share ବଙ୍ଗୀୟ ଅଭିନେତ୍ରୀ ତଥା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପପୁଲାର ତଥା ଲୋକପ୍ରିୟ ଅଭିନେତ୍ରୀ ଝିଲିକି ଭଟ୍ଟାଚାର୍ଯ୍ୟଙ୍କୁ ତ ଆପଣମାନେ ବହୁତ ଭଲ ଭବାରେ ଜାଣିଥିବେ । ତେବେ ଗତ ବର୍ଷ ଝିଲିକ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ସେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କୁ ବିବାହ କରିଛନ୍ତି । ସେ ଏବେ ତାଙ୍କ ଶାଶୁ ଘରେ ବହୁତ ଖୁସି ଅଛନ୍ତି ।ତେବେ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଏବେ କିଛି ଦିନ ହେବ ଓଡିଆ ଘରର ବୋହୂ ହୋଇ ସାରିଛନ୍ତି । ଆଉ ଓଡିଆ ବୋହୂ ହେବା ପରେ ସେ ନିଜ କାର୍ଯ୍ୟ ସଠିକ୍ ଭାବେ ତୁଲେଉଛନ୍ତି । ତେବେ ସେ ଜଗନ୍ନାଥ ଙ୍କୁ ଓ ପୁରୀ କୁ ବହୁତ ଭଲ ପାଆନ୍ତି ବୋଲି ସବୁବେଳେ କହିଥାନ୍ତି ଆଉ ଏହି ନୂଆବର୍ଷରେ ସେ ପୁରୀ ମଧ୍ୟ ଦର୍ଶନ ପାଇଁ ଯାଇଥିଲେ । ଏହାସହିତ ସେ ବହୁତ ପଶି ପ୍ରେମୀ ମଧ୍ୟ ଅଟନ୍ତି । କିନ୍ତୁ ଝିଲିକ୍ ବିବାହ କରିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସଂମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇଛନ୍ତି ଏବଂ କୌଣସି ନୂଆ ଓଡିଆ ଫିଲ୍ମ କିମ୍ବା ବଙ୍ଗଳା ଫିଲ୍ମରେ ଅଭିନୟ କରି ନାହାଁନ୍ତି । କିନ୍ତୁ ସେ କହିଛନ୍ତି ଯେ ଆଉ କିଛି ଦିନ ପରେ ପୁଣି ଥରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିବେ ଏବଂ ଆପଣ ମାନଙ୍କୁ ନୂଆ ନୂଆ ମନୋରଞ୍ଜନଭରା ଚଳଚିତ୍ର ସବୁ ଭେଟି ଦେବେ । ତେବେ ଅଭିନୟ ଦୁନିଆର ଗ୍ଲାମର ଲାଇଫ୍ ରୁ ପାରିବାରିକ ଜୀବନ ଅର୍ଥାତ ବୈବାହିକ ଜୀବନରେ ଜଣେ ଖାଣ୍ଟି ଓଡିଆ ବୋହୂ ଭୂମିକା ତୁଲାଇବା ଅଧିକାଂଶ ନାୟିକାଙ୍କ ପକ୍ଷରେ ସମ୍ଭବପର ହୋଇନଥାଏ । କିନ୍ତୁ ଝିଲିକ ଏହାକୁ ବହୁତ ଭଲ ଭବାରେ ଚଳାଇ ଆସୁଥିବାର ନଜରରେ ଆସିଛି । ଜଣେ ସଂସ୍କାରୀ ମହିଳା ଏବଂ ଟିପିକଲ୍ ହିନ୍ଦୁ ବୋହୂ ଭବାରେ ତାଙ୍କର ଚଳଣୀ ଓ ବେଶଭୂଷା ବେଶ୍ ମନଲୋଭା । ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦୀର୍ଘ 6ବର୍ଷ ଧରି ଓଡିଶାର ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେ ତାଙ୍କର ଅଭିନୟ ସହିତ ମନଲୋଭା ହସ ପାଇଁ ବେଶ୍ ଆକର୍ଷିତ ଲାଗନ୍ତି । ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । Related Posts Viral VIDEO -ପୁଅ ଗୁଆନଙ୍କ ସହ ଘରେ କେମିତି ସମୟ କାଟୁଛନ୍ତି ହିରୋ… Nov 30, 2022 ଓଡିଆ ହିରୋଇନ ଝିଲିକ (Jhilik ) କେମିତି ନିଜର ନୂଆ ଘର ପ୍ରତିଷ୍ଠା… Nov 29, 2022 VIRAL VIDEO – ଲଣ୍ଡନରେ କେମିତି ମସ୍ତି କରୁଛନ୍ତି ଅଭିନେତା… Nov 28, 2022 ଯେଉଂଥିରେ ଦେଖିବାକୁ ମିଳିଛି ଝିଲ୍ଲିକ ଏକ ଷ୍ଟେଜ୍ ଶୋ୍ ରେ ଓଡିଶା ସରକାରଙ୍କ ମିଶନ ଶକ୍ତି ମେଳା ଅବସରରେ ତାଙ୍କର ଅଭିଭାଷଣ ରଖୁଛନ୍ତି ଏବଂ ଓଡିଶା ପ୍ରତି ତାଙ୍କର ଭଲପାଇବା ତଥା ଓଡିଶାବାସୀଙ୍କ ପାଖରୁ ପାଇଥିବା ଭଲପାଇବା ବିଷୟରେ କହିଛନ୍ତି । ସେଠାରେ ଉପସ୍ଥିତ ଦର୍ଶକମାନଙ୍କ ସହିତ ବହୁତ ମଜାମସ୍ତି କରିଛନ୍ତି । ସେ କଲୋକତା ଆସି କିପରି ଓଡିଶାରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ଏବଂ ଓଡିଆ ଭାଷା ସହିତ ପରିଚିତ୍ ହୋଇଛନ୍ତି ସେ ବିଷୟରେ କହିଛନ୍ତି । ମିଶନ ଶକ୍ତି ଯାହା ମହିଳାମାନଙ୍କର ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଳିଷ୍ଠ ପଦକ୍ଷେପ ବୋଲି କହିଛନ୍ତି । ଏହାଦ୍ବାରା 17ଲକ୍ଷରୁ ଅଧିକ ମହିଳା ଉପକୃତ ତଥା ନିଜ ଗୋଡରେ ଛିଡା ହୋଇପାରିଛନ୍ତି । ତେଣୁ ସରକାରଙ୍କ ଏହି ଉଦ୍ୟମ ନାରୀମାନଙ୍କ ପାଇଁ ବାସ୍ତବରେ ପ୍ରଶଂସନୀୟ ଏବଂ ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post Health Tips – Cancer ହେବ ପୁର୍ବରୁ ଆମ ଶରୀର ଦେଇଥାଏ ଏହି ସବୁ ସଂକେତ , ପୋଷ୍ଟଟି ନିଶ୍ଚିତ ପଢନ୍ତୁ ….. Next Post Dr Diptiranjani Bisoyi – ଆପଣଙ୍କ ଦେହରେ କିମ୍ବା ମୁହଁରେ ଭାତୁଡି ହୋଇଥିଲେ କିପରି ଏହିସବୁ ଉପାୟ ମାଧ୍ୟମରେ ଦୂର ହୋଇଯିବ<eos>
2022-11-30T11:49:27Z
https://live43today.com/mukha-y-mannti-sta-ge-u-pa-r-aku/
OSCAR-2301
<bos>ମୋଦି କାଳରେ କଂଗ୍ରେସର ରାଜନୈତିକ ସୂଚକାଙ୍କ ଗଲା ୭ ବର୍ଷରେ ଢେର ତଳକୁ ଖସି ଯାଇଛି । ୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଇ ଚାଲିଛି କଂଗ୍ରେସ । ୨୦୧୭ରେ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି କଂଗ୍ରସ ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିବା ସ୍ୱପ୍ନ ଦେଖିଥିଲା । କିନ୍ତୁ କ୍ଷମତାକୁ…<eos>
2022-11-29T08:37:32Z
http://risingodisha.in/tag/%E0%AC%B8%E0%AC%AE%E0%AC%BE%E0%AC%9C%E0%AC%AC%E0%AC%BE%E0%AC%A6%E0%AD%80-%E0%AC%AA%E0%AC%BE%E0%AC%B0%E0%AD%8D%E0%AC%9F%E0%AC%BF-%E0%AC%B8%E0%AC%B9%E0%AC%BF%E0%AC%A4-%E0%AC%AE%E0%AD%87%E0%AC%A3/
OSCAR-2301
<bos>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜା ପୂର୍ବରୁ ରାଜ୍ୟ ସରକାରଙ୍କ ଭେଟି। ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା। ୩ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ବର୍ଦ୍ଧିତ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରୀ କର୍ମଚାରୀଙ୍କ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ। ଆହୁରି ପଢ଼ନ୍ତୁ ଓଲଟି ପଡ଼ିଲା ଅଟୋ, ୮ ପରୀକ୍ଷାର୍ଥୀ ଆହତ 1 hour ago ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ୱର ଯାଉଥିଲେ ଶିକ୍ଷକ, ବାଟରେ… 2 hours ago ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି। କର୍ମଚାରୀ ଓ ପେନସନଭୋଗୀମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ଦିଆଯିବ। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ।<eos>
2022-11-29T08:57:49Z
https://www.odishareporter.in/odisha/state-govt-hike-da-of-employees-767481
OSCAR-2301
<bos>ଏହି ଜାଗାରେ ବାହା ହେବା ପାଇଁ ପାଗଳ ହେଉଛନ୍ତି ସୁନ୍ଦରୀ ସୁନ୍ଦରୀ ଝିଅମାନେ – କେହି ପୁରୁଷ ନାହାନ୍ତି ଏଠାରେ.. - OdiaExpress Skip to content Top Menu December 8, 2022 Privacy Policy Disclaimer OdiaExpress Entertenment SPECIAL Astrology Cricket News Hasa Katha Search for: Main Menu SPECIAL ଏହି ଜାଗାରେ ବାହା ହେବା ପାଇଁ ପାଗଳ ହେଉଛନ୍ତି ସୁନ୍ଦରୀ ସୁନ୍ଦରୀ ଝିଅମାନେ – କେହି ପୁରୁଷ ନାହାନ୍ତି ଏଠାରେ.. May 23, 2019 - by Odia Express - Leave a Comment ସମସ୍ତେ ଜାଣିଛନ୍ତି କି ଦୁନିଆଁରେ ଏମିତି ବହୁତ ଅଜିବ ଗରିବ ଦେଶ ଅଛି ଯେଉଁଠି ଅଲଗା ଅଲଗା ରୀତିନୀତି ପ୍ରଚଳିତ ଅଛି , ଯାହାକୁ ଶୂଣି କେହି ବି ଭରସା କରିପାରିବେ ନାହିଁ । ସବୁ ବ୍ୟକ୍ତିର ସ୍ୱପ୍ନ ହୋଇଥାଏ କି ତାର ବାହାଘର ବହୁତ ଆଡମ୍ବର ସହ ହେଉ । ଦୁନିଆଁର ସବୁ ବ୍ୟକ୍ତି ନିଜ ଜୀବନ ସାଥି ରୁପ୍ରେ ଏକ ଭଲ ବ୍ୟକ୍ତି ଚାହିଁଥାଏ , ସେ ପୁଅ ହେଉ କିମ୍ବା ଝିଅ , ନିଜ ଜୀବନସାଥି ବିଷୟରେ ବହୁତ ଲୋକେ ନାନାଦି ସ୍ୱପ୍ନ ଦେଖିଥାନ୍ତି , ଯେଉଁ ମଣିଷକୁ ତାହାର ମନ ମୁତାବକ ସାଥି ମିଳିଯାଉ , ତାହାର ଦୁନିଆଁ ବହୁତ ସୁନ୍ଦର ହୋଇଯାଏ । ଏଥିପାଇଁ ଆଜି କାଲିର ପୁଅ ହେଉ କିମ୍ବା ଝିଅ ନିଜ ଇଚ୍ଛା ମୁତାବକ ଜୀବନସାଥି ବାଛୁଛନ୍ତି । ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଏହି ଦୁନିଆଁରେ ଏମିତି ଏକ ଦେଶ ଅଛି ଯେଉଁଠି ଝିଅ ମାନେ ବାଧ୍ୟତା ମୁଳକ ବାହା ହେଉଛନ୍ତି , ତାହା ଅନ୍ୟ କୌଣସି ଦେଶ ନୁହେଁ ସିରିଆ ଅଟେ , ସିରିଆରେ ପୁରୁଷ ନଥିବାରୁ ଏଠାରେ ଜବାନ ଝିଅମାନେ ନିଜ ବୟସରୁ ବହୁତ ବୟସ୍କ ପୁରୁଷଙ୍କୁ ବିବାହ କରିବାକୁ ବାଧ୍ୟ ହେଉଛନ୍ତି , ହଁ ଆଜ୍ଞା ଏହା ସତ , ଆପଣଙ୍କୁ ଏହା ବିଶ୍ୱାସ ଲାଗୁ ନଥାଇ ପାରେ କିନ୍ତୁ ଏହା ବିଲକୁଲ୍ ସତ ଅଟେ । Related Posts Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି… November 1, 2022 ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଘରୋଇ Remedy,ଘରେ ବସି ବସି ଏହି ଉପାୟ କରନ୍ତୁ ଆଜି… October 27, 2022 କଳା କୁକୁର (Black Dog) ପାଳନ କଲେ ଘରେ କେଉଁ ସମସ୍ୟା ର ସମାଧାନ ମିଳେ,ଜାଣିରଖନ୍ତୁ ଏ ବିଷୟରେ ବାସ୍ତୁଶାସ୍ତ୍ର କଣ କହୁଛି… August 22, 2022 Post navigation Previous Article କଣ ପାଇଁ ସିଲିଣ୍ତରରେ ଲେଖା ହୋଇଥିବା ନମ୍ବର ବହୁତ ଗୁରୁତ୍ୱପୂର୍ଣ୍ଣ ହେଇଥାଏ , ୯୮% ପ୍ରତିଶତ ଲୋକେ ଏହି ବିଷୟରେ ଜାଣିନାହାନ୍ତି … Next Article “ଜୁଦାଇ” ଫିଲ୍ମରେ ନଜର ଆସିଥିବା ନିରୀହ ଛୁଆ ଏବେ ହୋଇସାରିଛି ବଲିଉଡ୍ ର ସବୁଠାରୁ ବଡ ସୁପରଷ୍ଟାର , ନାମ ଜାଣିଲେ ହୋସ୍ ଉଡିଯିବ ଆପଣଙ୍କର About Odia Express View all posts by Odia Express → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Search for: Recent Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି…<eos>
2022-12-10T06:26:48Z
https://www.odiaexpress.net/2019/05/23/ehi-jagare/
OSCAR-2301
<bos>ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଅନ୍ତ ହେବାକୁ ଯାଉଛି ଛ’ ମାସର ପ୍ରତିକ୍ଷା । ରାଜ୍ୟର ସମସ୍ତ ଦେବାଳୟ ଖୁବଶୀଘ୍ର ଖୋଲିବା ନେଇ ଆଶା ବଢ଼ିଛି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଏ ସଂକ୍ରାନ୍ତିୟ ଏକ ଚିଠି ସାର୍ବଜନୀନ ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଶା ବଢ଼ିଛି । State govt directs temple admn of Puri and other major temples of state under Endowment to prepare plan of action for opening temples for worshippers adhering to covid regulations.Respective Collectors will submit report after consultation with all stake holders in next 10 days. — ChiefSecyOdisha (@SecyChief) October 8, 2020 କରୋନା ଭାଇରସ୍‌ ପାଇଁ ମାସ ମାସ ଧରି ରାଜ୍ୟର ମନ୍ଦିରଗୁଡ଼ିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବା ନେଇ ସଂକେତ ଦେଇଛନ୍ତି ରାଜ୍ୟ ସରକାର। କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ଅଧୀନରେ ଥିବା ଅନ୍ୟ ମନ୍ଦିରକୁ ରାଜ୍ୟ ସରକାର ସେ ବିଷୟରେ ଜଣାଇବାକୁ ଚିଠିରେ କହିଛନ୍ତି। ମନ୍ଦିର ପ୍ରଶାସନକୁ ସରକାରଙ୍କ ପକ୍ଷରୁ ଚିଠି ଜାରି‌ ହୋଇଥିବା ମୁଖ୍ୟ ଶାସନ ସଚିବ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ହିତାଧିକାରୀଙ୍କ ସହ କଥା ହୋଇ ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ରିପୋର୍ଟ ଦାଖଲ କରିବ‌ାକୁ କୁହାଯାଇଛି। ମନ୍ଦିର ଖୋଲିବା ଉପରେ ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି ‘କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲାଯାଇ ପାରିବ। ସରକାର ଯେଉଁ ଗାଇଡଲାଇନ କରିବେ ଆମେ କାର୍ଯ୍ୟକାରୀ କରିବୁ । ଜିଲ୍ଲାପାଳମାନେ ରିପୋର୍ଟ ଦେଲା ପରେ ବିଚାର କରାଯିବ । ଆମ ଅଧୀନରେ ୧୮ହଜାର ମନ୍ଦିର ରହିଛି।’ ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ମାସ ମାସ ଧରି ବନ୍ଦ ରହିଥିବା ମନ୍ଦିର ଖୋଲିବାକୁ ଦାବି କରି ଗତକାଲି ବାଲିଅନ୍ତା ବ୍ଲକର ବିଭିନ୍ନ ମଠ ମନ୍ଦିରରେ ସେବାୟତମାନେ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମନ୍ଦିର ସମ୍ମୁଖରେ ସେବାୟତମାନେ ଘଣ୍ଟ ପିଟି ଓ ଘଣ୍ଟି ବଜାଇ ଦାବି ଜଣାଇଥିଲେ। ସେବାୟତମାନଙ୍କ ସହ ବହୁ ସ୍ଥାନୀୟ ଲୋକେ ମଧ୍ୟ ଏଭଳି ବିକ୍ଷୋଭରେ ସାମିଲ୍ ହୋଇ ଘଣ୍ଟ ପିଟି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା। ଅଭିଯୋଗ ଅନୁସାରେ ମନ୍ଦିର ସବୁ ବନ୍ଦ ରହିବା ଫଳରେ ପୂଜକ, ମାଳି, ପଣ୍ଡା ଓ ଅନ୍ୟାନ୍ୟ ସେବାୟତମାନଙ୍କ ପରିବାର ଘୋର ଆର୍ଥିକ ସଂକଟରେ ପଡ଼ିଛନ୍ତି। ମାତ୍ର ସରକାରୀ ସ୍ତରରେ ସେମାନଙ୍କୁ କୌଣସି ସହାୟତା ଦିଆଯାଉନାହିଁ। ଏବେ ସବୁ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲି ସାରିଥିବାରୁ ମନ୍ଦିର ଖୋଲିଲେ କିଛି ସମସ୍ୟା ନାହିଁ। କରୋନା କଟକଣା ଭିତରେ ମନ୍ଦିରକୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଆସିବାରେ କିଛି ଅସୁବିଧା ନାହିଁ। ମାତ୍ର ସରକାର ଏ ଦିଗରେ ମୋଟେ ବିଚାରଶୀଳ ହେଉନାହାନ୍ତି।<eos>
2022-12-01T09:29:40Z
https://prismnews.in/temple-will-open-soon-cs-write-letter-to-temple-admin/
OSCAR-2301
<bos>HS-6120 ଚ୍ୟାନେଲ ଅକ୍ଷର ନମ୍ର ମେସିନ୍ ଷ୍ଟେନଲେସ୍ ଷ୍ଟିଲ୍, ଆଲୁମିନିୟମ୍ ଆଲୋଇ ଏବଂ ଗାଲ୍ଭାନାଇଜଡ୍ ଲ iron ହ ପରି ସମସ୍ତ ଫ୍ଲାଟ ଧାତୁ ପଦାର୍ଥକୁ ପ୍ରକ୍ରିୟାକରଣ କରିପାରିବ ଏବଂ ପଦାର୍ଥକୁ କ୍ଷତି ପହଞ୍ଚାଇବ ନାହିଁ |ଏହା ଉଚ୍ଚ ଗୁଣବତ୍ତା ଏନକୋଡ୍ ସହିତ ଆସିଥାଏ, ପ୍ରକ୍ରିୟାକରଣ ସଠିକତା ଅଧିକ ଏବଂ ଗତି ଦ୍ରୁତ ଅଟେ |ମେସିନ୍ ଅନକି ସଫ୍ଟୱେର୍ ଆଡଜଷ୍ଟ୍ କଟିଙ୍ଗ୍ drpth ସିଷ୍ଟମ୍ ସହିତ ଆସିଥାଏ, ଅଧିକ ସୁବିଧାଜନକ ଏବଂ ତୀବ୍ର | ଆମକୁ ଇମେଲ୍ ପଠାନ୍ତୁ | ଉତ୍ପାଦ ବିବରଣୀ ଉତ୍ପାଦ ଟ୍ୟାଗ୍ସ | ଆବେଦନ ଟ୍ରିମଲେସ୍ ଚ୍ୟାନେଲ୍ ଅକ୍ଷର, ତରଳ ଆକ୍ରିଲିକ୍ ଚ୍ୟାନେଲ୍ ଅକ୍ଷର, ଆଲୁମିନିୟମ୍ ଏପୋକ୍ସି ଚ୍ୟାନେଲ୍ ଅକ୍ଷର, ଷ୍ଟେନଲେସ୍ ଷ୍ଟିଲ୍ ଚ୍ୟାନେଲ୍ ଅକ୍ଷର, ପଞ୍ଚିଂ ଚ୍ୟାନେଲ୍ ଅକ୍ଷର | ବ .ଶିଷ୍ଟ୍ୟ 1. ଗ୍ରୋଭିଙ୍ଗ୍ ଏବଂ ଆର୍କ ବଙ୍କା ପାଇଁ ଚାଇନାର ସର୍ବୋତ୍ତମ ସର୍ଭୋ ମୋଟର ଗ୍ରହଣ କରନ୍ତୁ, ଯାହା ଅଧିକ ସ୍ଥାୟୀ ଏବଂ ଅଧିକ ସଠିକ୍ | 2. ନମ୍ର ଅଂଶ ଦୁଇ-ଅକ୍ଷ ଲିଙ୍କେଜ୍ ନମ୍ର କାର୍ଯ୍ୟର ମୋଡ୍ ଗ୍ରହଣ କରେ, ଯାହା ସର୍ଭୋ ମୋଟର ଏବଂ ସ୍ପିଡ୍ ରିଡ୍ୟୁଟର ସହିତ ସଜ୍ଜିତ |ଏହାର ଦ୍ରୁତ ଗତି, ଉଚ୍ଚ ସଠିକତା, ବସ୍ତୁ ପୃଷ୍ଠରେ କ damage ଣସି କ୍ଷତି ଏବଂ ଛୋଟ ନମ୍ର ବାଧା ନାହିଁ; 3. ଷ୍ଟେପର୍ ମୋଟରର ହଜିଯାଇଥିବା ପଦକ୍ଷେପକୁ କ୍ଷତିପୂରଣ ଦେବା ପାଇଁ ଏକ ଏନକୋଡର୍ ସହିତ, ଅକ୍ଷରଗୁଡ଼ିକର ସଠିକତା ନିଶ୍ଚିତ କରନ୍ତୁ | 4. ସଫ୍ଟୱେର୍ରେ ପାରାମିଟର ସେଟ୍ କରି ଦ length ର୍ଘ୍ୟ, ରେଡିଆନ୍ ଏବଂ ଗଭୀରତା ସ୍ୱୟଂଚାଳିତ ଭାବରେ ଆଡଜଷ୍ଟ ହୋଇପାରିବ | 5. ବ୍ଲେଡ୍ ଉଚ୍ଚ କଠିନତା ଏବଂ ଉଚ୍ଚ ତାପମାତ୍ରା ପ୍ରତିରୋଧ ସହିତ ଆମଦାନୀ ହୋଇଥିବା ହାଇ ସ୍ପିଡ୍ ଷ୍ଟିଲରେ ନିର୍ମିତ |ଦକ୍ଷତା ବୃଦ୍ଧି ଏବଂ ମୂଲ୍ୟ ହ୍ରାସ କରିବା ପାଇଁ ଏହା ବାରମ୍ବାର ଭୂମି ହୋଇପାରେ; 6. କ୍ଷୁଦ୍ରତମ ଆର୍ ବ୍ୟାସ 7 ମିମି, ଅକ୍ଷରଗୁଡ଼ିକୁ ଅଧିକ ସଠିକ୍ ଏବଂ ସୂକ୍ଷ୍ମ କରିଥାଏ; 7. ଫ୍ଲାଟ ଆଲୁମିନିୟମ ଏବଂ ଷ୍ଟେନଲେସ ଷ୍ଟିଲ ଉପରେ କାମ କରିପାରିବ |ସୁଲଭ ଏବଂ ଅଧିକାଂଶ ଆବଶ୍ୟକତା ପୂରଣ କରିପାରିବ; 8. ଲେକ୍ଟ୍ରନ୍ CBS4 କଣ୍ଟ୍ରୋଲ୍ ସିଷ୍ଟମ୍, ସରଳ ଏବଂ ଦ୍ରୁତ ଅପରେସନ୍, ସ୍ଥିର ସିଷ୍ଟମ୍, ସରଳ ଇଣ୍ଟରଫେସ୍, ଶିଖିବା ଏବଂ କାର୍ଯ୍ୟ କରିବା ସହଜ | 9. ବଣ୍ଟନ ପାଇଁ ରୋଲର୍ ଘର୍ଷଣ ଫିଡିଂ, ଷ୍ଟେପର୍ ମୋଟର ଏବଂ ଏନକୋଡର୍, ସଠିକ୍ ଫିଡିଂ; 10. ସଫ୍ଟୱେର୍ ଦ୍ୱାରା ଅଟୋ କଟିଙ୍ଗ୍ ଗଭୀରତା ଆଡଜଷ୍ଟମେଣ୍ଟ୍ ଅନ୍ୱି କରନ୍ତୁ | ଯାନ୍ତ୍ରିକ ପାରାମିଟରଗୁଡିକ | କାର୍ଯ୍ୟ ନୀତି ଅଟୋ ଫିଡିଂ, ନଚ୍ ଏବଂ ବଙ୍କା | ପ୍ରଯୁଜ୍ୟ ସାମଗ୍ରୀ | ଷ୍ଟେନଲେସ୍ ଷ୍ଟିଲ୍, ଫ୍ଲାଟ ଆଲୁମିନିୟମ୍, ଗାଲ୍ଭାନାଇଜଡ୍ ଲୁହା, ଷ୍ଟିଲ୍ | ବଙ୍କା ରେଡିଓ | ≥6mm ସାମଗ୍ରୀର ମୋଟେଇ | 20120 ମିମି ବାସ୍ତୁ ମୋଟା | 0.3mm-1.0mm ମେସିନ୍ ଶକ୍ତି | ≤2000W ଫାଇଲ୍ ଫର୍ମାଟ୍ | DXF, AI, PLT | ସଫ୍ଟୱେର୍ ସଫ୍ଟୱେର୍ ଲିଟ୍ରୋ ସଫ୍ଟୱେର୍ CBS4 | ମେସିନ୍ ଆକାର | 1800mm * 850mm * 1480mm ମେସିନ୍ ଓଜନ | 280 କିଲୋଗ୍ରାମ | କାର୍ଯ୍ୟ ଚାପ 0.6Mpa ଭୋଲଟେଜ୍ 220V50HZ1P ମେସିନ୍ ସୁବିଧା ଆମଦାନୀ ହୋଇଥିବା ପ୍ଲେନ କଟର | ଷ୍ଟେନଲେସ୍ ଷ୍ଟିଲ୍ ସ୍ଲୋଟିଂ ଜାପାନରୁ ଆମଦାନୀ ହୋଇଥିବା ବିମାନ କଟର ବ୍ୟବହାର କରେ |ଏଥିରେ କମ୍ କଟିଙ୍ଗ୍ ସାଉଣ୍ଡ୍, ପୋଷାକ-ପ୍ରତିରୋଧୀ ବ୍ଲେଡ୍, ଫୋଲ୍ଡିଂର ବଡ଼ କୋଣ ଅଛି, ଭାଙ୍ଗିବା ସହଜ ନୁହେଁ ଏବଂ ପରିବର୍ତ୍ତନ କରିବା ସହଜ | ଉଚ୍ଚ ଗୁଣବତ୍ତା ଏନକୋଡର୍ | ଏହି ମେସିନରେ ବ୍ୟବହୃତ ଉଚ୍ଚମାନର ଏନକୋଡରର ଉଚ୍ଚ ବିଶ୍ୱସନୀୟତା, ଦୀର୍ଘ ଜୀବନ ଏବଂ ଦୃ strong ଆଣ୍ଟି-ବାଧା କାର୍ଯ୍ୟଦକ୍ଷତା ଅଛି |ହାଇ ସ୍ପିଡ୍ ସଠିକ୍ ମୋଟର ସହିତ, ଏହାର ଉଚ୍ଚ ସଠିକତା କାର୍ଯ୍ୟଦକ୍ଷତା ଫିଡିଂ ନିୟନ୍ତ୍ରଣକୁ ଅଧିକ ସଠିକ୍ କରିଥାଏ | କଣ୍ଟ୍ରୋଲ୍ ସିଷ୍ଟମ୍ | କଣ୍ଟ୍ରୋଲ୍ କାର୍ଡ ଏବଂ ସଫ୍ଟୱେର୍ ହେଉଛି ମୂଳ ଲିଟ୍ରୋ କଣ୍ଟ୍ରୋଲ୍ ସିଷ୍ଟମ୍, ଅଧ୍ୟୟନ ଏବଂ କାର୍ଯ୍ୟ କରିବା ସହଜ, ଶୂନ୍ୟ ତ୍ରୁଟି ସହିତ ମେସିନ୍ ଗଣନା କରୁଥିବା ଆକାରକୁ ସୁନିଶ୍ଚିତ କରେ |ଶକ୍ତିଶାଳୀ ଆଣ୍ଟି-ବାଧା କ୍ଷମତା ସହିତ କଣ୍ଟ୍ରୋଲ୍ କାର୍ଡ ସ୍ଥିର ଭାବରେ ଚାଲିପାରିବ | ଗଭୀର ଆଡଜଷ୍ଟିଂ ସିଷ୍ଟମ୍ | ଅନନ୍ୟ ଗଭୀରତା ଆଡଜଷ୍ଟିଂ ସିଷ୍ଟମ୍ ସଫ୍ଟୱେର୍ ପାରାମିଟରଗୁଡିକ ପରିବର୍ତ୍ତନ କରି ସ୍ୱୟଂଚାଳିତ ଭାବରେ ଗ୍ରୀଭ୍ ଗଭୀରତାକୁ ସଜାଡିପାରେ ଏବଂ ଆଗ ଏବଂ ପଛ ଆଡଜଷ୍ଟେସନ୍ଗୁଡ଼ିକୁ ପୃଥକ ଭାବରେ ନିୟନ୍ତ୍ରଣ କରିପାରିବ |ଗତି ଅଂଶ ସ୍କ୍ରୁ ରଡ୍, ବର୍ଗ ରେଳ ଏବଂ ସ୍ଲାଇଡର୍ ଗ୍ରହଣ କରେ, ଯାହାର ଉଚ୍ଚ ସଠିକତା ଏବଂ ଭଲ ସ୍ଥିରତା ଅଛି | ଖାଇବା ପ୍ରଣାଳୀ | ଖାଇବା ଅଂଶ ରବର ରୋଲର୍ସ ଦ୍ୱାରା ଚାପି ହୋଇ ଗିଅର ବେଲ୍ଟ ଦ୍ୱାରା ଚାଳିତ |ଦ୍ରୁତ ଗତି କ୍ରମାଗତ ଖାଇବାକୁ ଅନୁଭବ କରିପାରିବ |ଏହା ଷ୍ଟେନଲେସ୍ ଷ୍ଟିଲ୍, ଗାଲ୍ଭାନାଇଜଡ୍ ସିଟ୍, ଫ୍ଲାଟ ଆଲୁମିନିୟମ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଉପଯୁକ୍ତ | ନମ୍ର ସାଧନ | ନମ୍ର ଅଂଶ ଦୁଇ-ଅକ୍ଷ ଲିଙ୍କେଜ୍ ନମ୍ର କାର୍ଯ୍ୟର ମୋଡ୍ ଗ୍ରହଣ କରେ, ଯାହା ସର୍ଭୋ ମୋଟର ଏବଂ ସ୍ପିଡ୍ ରିଡ୍ୟୁଟର ସହିତ ସଜ୍ଜିତ |ଏହାର ଦ୍ରୁତ ଗତି, ଉଚ୍ଚ ସଠିକତା, ବସ୍ତୁ ପୃଷ୍ଠରେ କ damage ଣସି କ୍ଷତି ଏବଂ ଛୋଟ ନମ୍ରତା ବାଧା ନାହିଁ | ଅନ୍ୟାନ୍ୟ ଉତ୍ପାଦ ବିବରଣୀ | ପୂର୍ବ: HS-5150 ଆଲୁମିନିୟମ୍ ଅକ୍ଷର ନମ୍ର ଯନ୍ତ୍ର | ପରବର୍ତ୍ତୀ: HS-8150 ମଲ୍ଟି-ଫଙ୍କସନାଲ ଲେଟର ବେକିଂ ମେସିନ୍ | ତୁମର ବାର୍ତ୍ତା ଏଠାରେ ଲେଖ ଏବଂ ଆମକୁ ପଠାନ୍ତୁ | ଉତ୍ପାଦ ବର୍ଗଗୁଡିକ | HS-9200 ସୁପର ଅକ୍ଷର ନମ୍ର ଯନ୍ତ୍ର | HS-8150 ମଲ୍ଟି-ଫଙ୍କସନାଲ ଲେଟର ବେକିଂ ମେସିନ୍ | HS-5150 ଆଲୁମିନିୟମ୍ ଅକ୍ଷର ନମ୍ର ଯନ୍ତ୍ର | HS-300W ଲେଜର ୱେଲଡିଂ ମେସିନ୍ | ରଙ୍ଗୀନ ବିଜ୍ଞାପନ ଚ୍ୟାନେଲ ଅକ୍ଷର ଆଲୁମିନିୟମ୍ କୋଇଲ୍ | HS 1325 1530 2030 ବିଜ୍ଞାପନ ପାଇଁ CNC ରାଉଟର ବିଜ୍ଞାପନ ... ଆମ ସହିତ ଯୋଗାଯୋଗ କରନ୍ତୁ | ଚେନଜିଆ ଗ୍ରାମ ୱାଙ୍ଗଲିଉ ଜିଲ୍ଲା, ୱାଇଫାଙ୍ଗ, ଚାନ୍ଦୋଙ୍ଗ, ଚୀନ୍ | +8618853605806 [email protected] NEWLETTER ଆମର ଉତ୍ପାଦ କିମ୍ବା ମୂଲ୍ୟବୋଧ ବିଷୟରେ ଅନୁସନ୍ଧାନ ପାଇଁ, ଦୟାକରି ଆପଣଙ୍କର ଇମେଲ୍ ଆମକୁ ଛାଡିଦିଅ ଏବଂ ଆମେ 24 ଘଣ୍ଟା ମଧ୍ୟରେ ସମ୍ପର୍କରେ ରହିବୁ |<eos>
2022-12-01T23:09:12Z
http://or.hosengcnc.com/hs-6120-stainless-steel-letter-bending-machine-product/
OSCAR-2301
<bos>ମାଗଣାରେ ଚମତ୍କାର ଚଳଚ୍ଚିତ୍ର ଏବଂ ଟିଭି ଶୋ ଦେଖନ୍ତୁ | କ subs ଣସି ସଦସ୍ୟତା ଦେୟ ନାହିଁ ଏବଂ କ୍ରେଡିଟ୍ କାର୍ଡ ନାହିଁ | ପାରାମାଉଣ୍ଟ୍ ଲାୟନ୍ସଗେଟ୍ MGM ଏବଂ ଅଧିକ ଷ୍ଟୁଡିଓରୁ କେବଳ ହଜାରେ ଘଣ୍ଟା ଷ୍ଟ୍ରିମିଂ ଭିଡିଓ ବିଷୟବସ୍ତୁ | ସମସ୍ତ ଦେଖନ୍ତୁ | ଚଳଚ୍ଚିତ୍ରସମସ୍ତ ଦେଖନ୍ତୁ | ଟିଭି ଶୋ | ସାଇଟର ସଦସ୍ୟ ହେବାବେଳେ ଆପଣ ପ୍ରତ୍ୟେକ ସ୍ଥାନରେ ଏବଂ ପ୍ରତ୍ୟେକ ସମୟରେ ସବୁଠାରୁ ରୋମାଞ୍ଚକର ଚଳଚ୍ଚିତ୍ର ବ୍ୟବହାର କରିପାରିବେ ଏବଂ ଉପଭୋଗ କରିପାରିବେ | ହଜାର ହଜାର ଚଳଚ୍ଚିତ୍ର ଏବଂ ଟିଭି ଶୋ ମାଗଣା ଷ୍ଟ୍ରିମ୍ କରନ୍ତୁ | CineMax Copyright © 2022 CineMax. All Rights Reserved Disclaimer: This site does not store any files on its server. All contents are provided by non-affiliated third parties. About us Terms & Privacy Policy DMCA Disclaimer Contact ଚୁକ୍ତି କରିବା ଆପଣଙ୍କର ମାଗଣା ଖାତା ସକ୍ରିୟ କରନ୍ତୁ! ମାଗଣା ଅସୀମିତ ପ୍ରବେଶ |, କ No ଣସି ବିଜ୍ଞାପନ ପାଇଁ ଖୋଜ ନାହିଁ |, ପ୍ରତିଦିନ ଲକ୍ଷ ଲକ୍ଷ ଟାଇଟଲ୍ ଏବଂ ଯୋଡା ଯାଇଛି |, ସମସ୍ତ ପ୍ଲାଟଫର୍ମ ଏବଂ ସମ୍ପୂର୍ଣ୍ଣ ଅପ୍ଟିମାଇଜ୍ |, ଯେକ where ଣସି ସ୍ଥାନରେ ଏବଂ ଯେକ time ଣସି ସମୟରେ |<eos>
2022-12-06T20:46:44Z
https://hdcinemax.site/or
OSCAR-2301
<bos>ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗୁଥିବା ସମୟରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।ତେବେ କରୋନା ସଂକ୍ରମଣରେ ବହୁ ବରିଷ୍ଠ ଲୋକଙ୍କର ପରଲୋକ ଘଟୁଥିବା ସମୟରେ ଆଜି ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ କରୋନାରେ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ ହୋଇ ଯାଇଛି । ସେ ଓଡ଼ିଶା ମହିଳା ଫୁଟବଲ ଜଗତର ସ୍ରଷ୍ଟା ଥିଲେ । ସେ ଅନେକ ଅନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳିଙ୍କୁ ତିଆରି କରିଛନ୍ତି । ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ସସ୍ମିତା ମାଲିକ, ଜବାମଣି ଟୁଡୁଙ୍କ ଭଳି ଅନେକ ଖେଳାଳିଙ୍କ ସେ କୋଚିଂ ଦେଇ ଅନ୍ତର୍ଜାତୀୟ ଷ୍ଟାର କରିଥିଲେ ।ତାଙ୍କ ଦେହାନ୍ତରେ କ୍ରୀଡା ଜଗତରେ ଶୋକର ଛାୟା ଖେଳି ଯାଇଛି ।<eos>
2022-12-09T05:06:58Z
http://www.swadhikar.in/latest/odisha-football-coach-nanda-kishore-patnaik-dies-of-covid-19/
OSCAR-2301
<bos>ଦେଖନ୍ତୁ ଭିଡିଓ – କଲେଜ ଯିବା ରାସ୍ତାରେ କରୁଥିଲେ କିସ୍ ଓ ରୋମାନ୍ସ କିଛି ଲୋକ ଭିଡିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ… – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home ଭାଇରାଲ ଭିଡିଓ ଦେଖନ୍ତୁ ଭିଡିଓ – କଲେଜ ଯିବା ରାସ୍ତାରେ କରୁଥିଲେ କିସ୍ ଓ ରୋମାନ୍ସ କିଛି ଲୋକ ଭିଡିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ… ଦେଖନ୍ତୁ ଭିଡିଓ – କଲେଜ ଯିବା ରାସ୍ତାରେ କରୁଥିଲେ କିସ୍ ଓ ରୋମାନ୍ସ କିଛି ଲୋକ ଭିଡିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ… ଭାଇରାଲ ଭିଡିଓ By Apurva Das 0 Share ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଆଜିର ଦୁନିଆ କିଛି ବ୍ୟକ୍ତି ବିଶେଷ ଙ୍କ ଲଜ୍ୟା ଜନକ ଏବଂ ନିନ୍ଦନୀୟ କାର୍ଯ୍ୟ କଳାପ ପାଇଁ ଏତେ ତଳକୁ ଖସି ଯାଉଛି ଯେ ଏହା ଏକ ସଭ୍ୟ ଶିକ୍ଷିତ ସମାଜର ଅଂଶ ବିଶେଷ ବୋଲି ମନେ ହେଉନାହିଁ। କହିବାକୁ ଗଲେ କିଛି ଏପରି ବ୍ୟକ୍ତି ବିଶେଷ ଙ୍କ ପାଇଁ ଅନେକ ସମ୍ପର୍କ ଏବଂ ପ୍ରେମକୁ ଲୋକେ ଖରାପ୍ ନଜର ରେ ଦେଖୁଛନ୍ତି। ପ୍ରାୟତଃ ଯୁବପିଢି ମାନଙ୍କ କ୍ଷେତ୍ରରେ ଏସବୁ ଅନେକାଂଶରେ ସୀମା ଟପି ଯାଉଛି।ଆଜିର ଯୁବପିଢି ମାନଙ୍କ କ୍ଷେତ୍ରରେ ଅଧିକାଂଶ କ୍ଷେତ୍ରରେ ପ୍ରେମର ବାସ୍ତବ ସଂଜ୍ଞା ରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। କାରଣ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ରୁଚି ଏବଂ କାର୍ଯ୍ୟ କଲାପ ଦ୍ଵାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ଏବେ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ପ୍ରସାରିତ ହେଉଛି। ଏଠାରେ ଦେଖିବାକୁ ମିଳୁଛି କି କିପରି ଭାବରେ କିଛି ପ୍ରେମୀ ଯୁଗଳ ଏକ ନିଛାଟିଆ ସ୍ଥାନରେ ଗଛ ମୂଳରେ କିଭଳି ଭାବରେ ଖୋଲା ପରିବେଶରେ ଅନ୍ତରଙ୍ଗ କାର୍ଯ୍ୟ ରେ ଲିପ୍ତ ରହିଛନ୍ତି। ଯାହାକୁ ଦେଖିଲେ ଲଜ୍ୟା ବୋଧ ହେବା ସ୍ଵାଭାବିକ କଥା।ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଅନେକ ଏହାକୁ ନିନ୍ଦା କରିଛନ୍ତି ଏବଂ ଏହି ପ୍ରେମୀ ଯୁଗଳଙ୍କୁ ତାଙ୍କର ଏହି ମନ୍ଦ କାର୍ଯ୍ୟ ପାଇଁ ସମାଲୋଚନା ମଧ୍ୟ କରିଛନ୍ତି। ଆଜିର ଯୁବପିଢି ଙ୍କ ଏହିଭଳି କିଛି ହରକତ ସେମାନଙ୍କୁ କିଛି ଶିକ୍ଷା ନିଶ୍ଚିତ ଦେଇଥିବ। ଆଜିର ଯୁବପିଢି ପ୍ରେମର ପ୍ରକୃତ ମହତ୍ୱକୁ ବୁଝିବା ଆବଶ୍ୟକ। କାରଣ ଏହା ଏମିତି ଏକ ଜିନିଷ ଯାହା ପବିତ୍ର ଏବଂ ଦୁଇଟି ଆତ୍ମାର ମିଳନ ରେ ହୋଇଥାଏ। ଯାହା ଏକ ପରିଣତ ବୟସରେ ନିଜର ବୌଦ୍ଧିକ ବିକାଶ ହେବା ପରେ ପରସ୍ପର ପ୍ରତି ସ୍ନେହ ମମତା ଭଲପାଇବା, ଯତ୍ନ ଆସିବା ପରେ ହିଁ ହୋଇଥାଏ। ସେଥିପାଇଁ କୁହାଯାଏ ପ୍ରେମ କେତେବେଳେ କାହା ସହ ହୋଇଯାଏ ତାହା କହିବା ମୁସ୍କିଲ। କାରଣ ପ୍ରେମରେ ପଡ଼ିବା ପରେ ପ୍ରେମୀ ଯୁଗଳ ପରସ୍ପର ଭିତରେ ନିଜକୁ ହଜାଇ ଦେଇଥାନ୍ତି।ଏକ ସୁନ୍ଦର ଅନୁଭବ ଭିତରେ ଦୁହେଁ ଦୁହିଁଙ୍କୁ ଅନୁଭବ କରିଥାନ୍ତି। ପ୍ରେମ ହେଉଛି ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ।ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ। ତେଣୁ ପ୍ରେମକୁ ସମ୍ମାନ ଦେବା ଆବଶ୍ୟକ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ଝିଅ ପଟେଇବା ପାଇଁ ବଶୀକରଣ ମାତ୍ର ୧ ଘଣ୍ଟାରେ, ଆଜି ରାତିରେ ଚୁପ ଚାପି କରି ଦିଅନ୍ତୁ ଏହି କାମ ୧୦୦% ଗ୍ୟାରେଣ୍ଟି Next Post ଏମିତି ଏକ ଚମତ୍କାର ମନ୍ଦିର ଯେଉଁଠାରେ ମୂର୍ତ୍ତି ର ଆକାର ଆଶ୍ଚର୍ଯ୍ୟ ଜନକ ଭାବେ ବଢ଼ି ଚାଲିଛି ! ବୈଜ୍ଞାନିକ ମାନେ କହିଲେ ଏମିତି ….<eos>
2022-12-05T02:18:25Z
https://news22media.com/college-jiba-rastare-karu-thile/
OSCAR-2301
<bos>ନୀଳାଦ୍ରି ବିହାର ୧୦ ଟି ବସ୍ତିରେ ଡ୍ରୋନ୍ ସର୍ଭେ ,ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାରଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତିମୃତ ମଣିଷ ଜୀବିତ ହେବେ: ବିଜ୍ଞାନପ୍ରସ୍ତାବିତ ଯୋଜନା ଅନୁସାରେ ଉପକୂଳ ଜାତୀୟ ରାଜପଥ ଯାଉ, ଉପକୂଳୀୟ ବିକାଶ ପରିଷଦ ନାଉଗାଁ ଗଠିତପଟ୍ଟାମୁଣ୍ଡାଇ ତଳ ରାସ୍ତାରେ ବସ୍ ଚଳାଚଳ ନେଇ ତେଜିଲା ଆନ୍ଦୋଳନ Home ରାଜ୍ୟ ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୯ ଜଣ। ରାଜ୍ୟ ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୯ ଜଣ। By Odia News On Jun 8, 2020 0 Share ଭୁବନେଶ୍ବର,୮।୬(ଓଡ଼ିଆ ନ୍ୟୁଜ) : ସୋମବାର ରାଜ୍ୟରୁ ପୁଣି ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୯୯୩ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୯୯ ଜଣଙ୍କ ମଧ୍ୟରୁ ଯାଜପୁରରୁ ୧୬ ଜଣ, ଖୋର୍ଦ୍ଧାରୁ ୧୩ ଜଣ, କେନ୍ଦ୍ରାପଡାରୁ ୧୧ ଜଣ ଓ ଗଞ୍ଜାମରୁ ୯ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଦେବଗଡରୁ ୮ ଜଣ, କଟକ ଓ ଜଗତସିଂହପୁରରୁ ୭ ଜଣେ ଲେଖାଏଁ, ବାଲେଶ୍ବର, ବରଗଡ ଓ ବଲାଙ୍ଗୀରରୁ ୬ ଜଣ ​ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦୁଝରରୁ ୪ ଜଣ ଏବଂ ନୟାଗଡରୁ ୩ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।<eos>
2022-12-05T01:42:38Z
https://odianews.org/corona-108/
OSCAR-2301
<bos>ନୀଳାଦ୍ରି ବିହାର ୧୦ ଟି ବସ୍ତିରେ ଡ୍ରୋନ୍ ସର୍ଭେ ,ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାରଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତିମୃତ ମଣିଷ ଜୀବିତ ହେବେ: ବିଜ୍ଞାନପ୍ରସ୍ତାବିତ ଯୋଜନା ଅନୁସାରେ ଉପକୂଳ ଜାତୀୟ ରାଜପଥ ଯାଉ, ଉପକୂଳୀୟ ବିକାଶ ପରିଷଦ ନାଉଗାଁ ଗଠିତପଟ୍ଟାମୁଣ୍ଡାଇ ତଳ ରାସ୍ତାରେ ବସ୍ ଚଳାଚଳ ନେଇ ତେଜିଲା ଆନ୍ଦୋଳନ Home ଜିଲ୍ଲା କେନ୍ଦ୍ରାପଡାକୁ ରେଳ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ଜିଲ୍ଲା କେନ୍ଦ୍ରାପଡାକୁ ରେଳ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି। By Odia News On Jul 28, 2020 0 Share ଭୁବନେଶ୍ୱର,୨୮/୭(ଓଡ଼ିଆ ନ୍ୟୁଜ):ହରିଦାସପୁର ଓ ପାରାଦୀପ ମଧ୍ୟରେ ରେଳ ଚଳାଚଳ ଦାବି କରି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ୮୨ କିଲୋମିଟର ବିଶିଷ୍ଟ ଏହି ରେଳପଥ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ରେଳ ମାନଚିତ୍ରରେ ସ୍ଥାନ ପାଇଛି। ହରିଦାସପୁର-ପାରାଦ୍ବୀପ ରେଲପଥ ରେଳଲାଇନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଇଛନ୍ତି। ରାଜ୍ୟବାସୀଙ୍କ ସ୍ବପ୍ନ ହେଉଛି ଏହି ରୁଟ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚାଲିବା। ଆସନ୍ତା ଅଗଷ୍ଟ ମାସରୁ ଏହି ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।<eos>
2022-12-05T00:51:47Z
https://odianews.org/kendrapara-6/
OSCAR-2301
<bos>ନୀଳାଦ୍ରି ବିହାର ୧୦ ଟି ବସ୍ତିରେ ଡ୍ରୋନ୍ ସର୍ଭେ ,ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାରଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତିମୃତ ମଣିଷ ଜୀବିତ ହେବେ: ବିଜ୍ଞାନପ୍ରସ୍ତାବିତ ଯୋଜନା ଅନୁସାରେ ଉପକୂଳ ଜାତୀୟ ରାଜପଥ ଯାଉ, ଉପକୂଳୀୟ ବିକାଶ ପରିଷଦ ନାଉଗାଁ ଗଠିତପଟ୍ଟାମୁଣ୍ଡାଇ ତଳ ରାସ୍ତାରେ ବସ୍ ଚଳାଚଳ ନେଇ ତେଜିଲା ଆନ୍ଦୋଳନ Home ରାଶିଫଳ ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ। ରାଶିଫଳ ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ। By Odia News On Sep 28, 2020 0 Share ମେଷ:-ଆଜି ପାରିବାରିକ ସ୍ଥିତିକୁ ନେଇ ମାନସିକ ସ୍ଥିତି ଭଲ ରହିବନାହିଁ । ବହୁତ ଦିନରୁ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ । ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ ନ କଲେ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଶିଥିଳତା ଦେଖାଦେବ । ବୃଷ:-ଆଜି ଅପୂରଣୀୟ ଆଶା ଓ ଅଭିଳାଷ ମନରେ ଲଘୁ କ୍ରୋଧ ସୃଷ୍ଟି କରିପାରେ । ପୁରୁଣା ସମ୍ପର୍କ, ଜମିଜମା, ଗାଡି ମୋଟରରୁ ଭଲ ଲାଭ ପାଇବେ । ନିର୍ମାଣାଧୀନ କାର୍ଯ୍ୟ ସମସ୍ୟା ବହୁଳ ରହିବ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ଉପକୃତ ହେବେ । ମିଥୁନ:-ଆଜି ସାଧାରଣ ଘଟଣାରେ ଝଗଡା ଲାଗିଥିବା ଗତକାଲିର ଘଟଣାବଳୀ ମନକୁ ବିବ୍ରତ କରିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପ୍ରାପ୍ତି ହୋଇପାରେ । କର୍ମକ୍ଷେତ୍ରର ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । କର୍କଟ:-ଆଜି ଦୂରଯାତ୍ରା ଓ ବନ୍ଧୁ ମିଳନଜନିତ ସାମୟିକ ଆନନ୍ଦ ଅନୁଭବ କରିବେ । ଦୀର୍ଘଦିନର ଆଶା ଫଳବତୀ ହେବ କିନ୍ତୁ ଏଥି ସକାଶେ ଆପଣଙ୍କୁ କିଛି ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ସି˚ହ:-ଆଜି ସୁଚିନ୍ତିତ ଯୋଜନାକୁ ବାସ୍ତବରୂପ ଦେବା ଦିଗରେ ଚେଷ୍ଟା କରି ସଫଳ ହେବେ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଲେ ମଧ୍ୟ ଚେଷ୍ଟାରୁ ବିରତ ହେବେ ନାହିଁ । ବନ୍ଧୁଗହଣରେ ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । କନ୍ୟା:-ଆଜି କଳା, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ର ଓ ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସହମତିିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ । ତୁଳା:-ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସଙ୍ଗକୁ ସାମାଜିକ ସ୍ତରରେ ଆନୁଷ୍ଠାନିକ କାର୍ଯ୍ୟ ତଥା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ । କିନ୍ତୁ ଦ୍ୱିତୀୟ ଭାବ ମଙ୍ଗଳ ଦ୍ୱାରା ପ୍ରଭାବିତ ହୋଇଥିବାରୁ କଠୋର ବାକ୍ୟାଳାପ ଦ୍ୱାରା ସମ୍ପର୍କହାନି ଘଟିପାରେ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବିଛା:-ଦୁର୍ବଳ ଭାଗ୍ୟାଧିପଜନିତ ପ୍ରତ୍ୟେକ କ୍ଷେତ୍ରର ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ନ ହୋଇପାରେ । ମନୋରଞ୍ଜନ କାର୍ଯ୍ୟରେ ସାମିଲ୍‌ ହୋଇପାରନ୍ତି, କିନ୍ତୁ ପୂର୍ଣ୍ଣ ଉପଭୋଗ୍ୟ ହୋଇପାରିବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଧନୁ:-କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ । ଉତ୍ତରାଷାଢା ନକ୍ଷତ୍ର ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିବେ । ମକର:-ଯେତେ ସତର୍କରେ ଚଳିଲେ ମଧ୍ୟ ଅନ୍ୟମାନଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ ନାହିଁ । ଘରେ ବସି ରହିଥିଲେ ମଧ୍ୟ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ ଆପଣଙ୍କ ଉପରକୁ ଆସିପାରେ । ମଙ୍ଗଳ ଷଷ୍ଠାଧିପ ବୁଧ ଦୃଷ୍ଟିରେ ଥିବାରୁ ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । କୁମ୍ଭ:-ବ୍ୟୟସ୍ଥାନରୁ ଶନିଙ୍କ ଦୃଷ୍ଟି ପ୍ରଭାବରୁ ବିଗିଡି ଯାଉଥିବା ଯୋଜନା କ୍ରମଶଃ ସ୍ବାଭାବିକ ହୋଇପାରେ । କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବେ, ଯଦ୍ଦ୍ବାରା କି ଆପଣଙ୍କୁ ଏଥି ସକାଶେ କେତେକ କଟୁକ୍ତି ଶୁଣିବାକୁ ପଡିପାରେ । ଅଭାବ ସୁଧାରିବାକୁ ଯାଇ ଧାର ଉଧାର କରିବାକୁ ପଡିବ । ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବାର ଆଶା ରହିଛି । ମୀନ:-ଶନିଙ୍କ ଦୃଷ୍ଟିରୁ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । ବନ୍ଧୁ ମାନଙ୍କ ପରାମର୍ଶ ଅନୁଶାରେ ସମସ୍ୟା ସମାଧାନ ହେବା ଦିଗରେ ଚେଷ୍ଟା କରିପାରନ୍ତି। ନିଜ ଲୋକ ମାନଙ୍କ ଈର୍ଷାପରାୟଣତା କାରଣରୁ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।<eos>
2022-12-05T00:17:23Z
https://odianews.org/rashifala-200/
OSCAR-2301
<bos>ଷଠି ଓଷା (ଷଠି ବ୍ରତ ଓ ଷଷ୍ଠୀ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା ।[୧] ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ, ଜନ୍ମଦା,ଦେବସେନା ବାଳକଦା ବୋଲି କୁହାଯାଏ । ଷୋଡ଼ଶ ମାତୃକା (ଗୌରୀ ମେଧା ସଚୀ ଆଦି) ମଧ୍ୟରେ ତାଙ୍କୁ ଦେବସେନା ନାମ ରେ ପୂଜା କରାଯାଏ। ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ଷଠି ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି ।[୨][୩] ଷଠି ଓଷା ଷଠି ଓଷା ଅନ୍ୟ ନାମ ନେଙ୍କୁଡ଼ିଆ ଷଠି ପାଳନକାରୀ ମାଆମାନଙ୍କ ଦ୍ୱାରା ପ୍ରକାର ଧାର୍ମିକ, ତାରିଖ ଭାଦ୍ରବ ଶୁକ୍ଳ ଷଷ୍ଠୀ ୨୦୨୨ ତାରିଖ date missing (please add) ପୁନଃପୌନିକତା ବାର୍ଷିକ ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠି ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା । ପାଳନ ବିଧିସମ୍ପାଦନ କରନ୍ତୁ ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ହୁଏ । ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ । ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି । ଷଠି ବାଡ଼ିଆସମ୍ପାଦନ କରନ୍ତୁ ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ଧୀରେ ଧୀରେ ଆଘାତ କରନ୍ତି ଏହାକୁ ଷଠିବାଡ଼ିଆ କହନ୍ତି ଏତଦ୍ୱାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ୱାସ । ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି: "ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ - ବଜ୍ର ହୋ ! ବଜ୍ର ହୋ !"[୪] ଷଠି ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କହନ୍ତି ସ୍କନ୍ଦ ପୁରାଣରେ ଏ ଷଷ୍ଠୀର ନାମ ଚପେଟା ଷଷ୍ଠୀ ଓ ତିଥି ତତ୍ତ୍ୱରେ ଏ ଷଷ୍ଠୀର ନାମ ଅକ୍ଷୟା ଷଷ୍ଠୀ । ଚପେଟୀର ଅର୍ଥ ଚାପୁଡ଼ା 'ଚପେଟୀଷଷ୍ଠୀ' ନାମରୁ ଅନୁମିତ ହୁଏ ଯେ, ବର୍ଷୀୟସୀମାନେ ପିଲାମାନଙ୍କ ପିଠିରେ ଯେଉଁ 'ଷଠି ବାଡ଼ିଆ' କରନ୍ତି ତହିଁ ସଙ୍ଗେ ଏ ନାମର କିଛି ସମ୍ପର୍କ ଅଛି ।[୫] ଆଧାରସମ୍ପାଦନ କରନ୍ତୁ ↑ Cultural Heritage of Orissa: Justice Sri Harihar Mahapatra Felicitation Volume. Institute of Oriental and Orissan Studies. 1993. ↑ Kuñjabihāri Dāśa (1991). Folklore of Orissa. Orissa Sahitya Akademi. ↑ N. Patnaik; Sarat Chandra Mohanty; Tribal and Harijan Research-cum-Training Institute (Bhubaneswar, India) (1989). The Ganda, a scheduled caste weaver community of western Orissa. Tribal & Harijan Research-cum-Training Institute.<eos>
2022-12-05T02:06:06Z
https://or.m.wikipedia.org/wiki/%E0%AC%B7%E0%AC%A0%E0%AC%BF_%E0%AC%93%E0%AC%B7%E0%AC%BE
OSCAR-2301
<bos>ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଆଣିବା ସହିତ ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରି ତଦନ୍ତ ପରିସର ଭୁକ୍ତ କରିବାପାଇଁ ଦାବି କରିଛନ୍ତି । ପାରିପାଶ୍ୱର୍ିକ ପରିସ୍ଥିତିରୁ ଯାହା ଜଣାପଡ଼ୁଛି ମମିତା ମେହେରଙ୍କୁ ଅପହରଣ ପରେ ହତ୍ୟା କରି ଷ୍ଟାଡିୟମ ପରିସରରେ ପୋତି ଦିଆଯାଇଛି । ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ କାର୍ଯ୍ୟ ସିଧାସଳଖ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଉଥିବା ବେଳେ ଷ୍ଟାଡିୟମ ପରିସରରୁ ୭ଫୁଟ ଗଭୀରତାରେ ଅଧାପୋଡ଼ା ଶବ ମିଳିବା ଏବଂ ଶବପାଖରୁ ବ୍ୟବହାର ସାମଗ୍ରୀ ଆଦି ମିଳିବା ମନ୍ତ୍ରୀଙ୍କ ସଂପୃକ୍ତିକୁ ପ୍ରମାଣିିିତ କରୁଛି । ଗତ ୮ ଅକ୍ଟୋବର ଶୁକ୍ରବାର ଦିନ ମମିତା ମେହେର ସକାଳ ୫ଘଂଟା ୪୫ ମି. ରେ ଜୟବଜରଙ୍ଗ ବାଲି ବସରେ ତାଙ୍କ କାର୍ଯ୍ୟସ୍ଥଳୀ ମହାଲିଙ୍ଗ୍ ଯାଉଥିଲେ । କିନ୍ତୁ ମହାଲିଙ୍ଗ ପୂର୍ବରୁ ଚାନ୍ଦତାରା ଛକରେ, ସେ ଶିକ୍ଷକ ଭାବେ କାର୍ଯ୍ୟକରୁଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସନସାଇନ ସ୍କୁଲର ମୁଖ୍ୟ ତଥା ମାଲିକ ଗୋବିନ୍ଦ ସାହୁ ତାଙ୍କୁ ବସ୍‌ରୁ ଓହ୍ଲାଇ ନିଜସହିତ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ନେଇଯାଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଯାଗାରେ ତାଙ୍କୁ ସାଙ୍ଗରେ ନେଇ ସୌଖିନ ଜିନିଷ କିଣାକିଣି କରିବାର ସିସି ଟିଭି ଭିଡିଓ ଫୁଟେଜ ଅଛି । ତା ପରଠାରୁ ଶିକ୍ଷୟତ୍ରୀ ମମିତା ମେହେରଙ୍କର ଖୋଜ ଖବର ମିଳୁନାହିଁ । ତାଙ୍କ ଘର ପରିବାର ଲୋକଙ୍କ ତରଫରୁ ତା ୧୩ ଅକ୍ଟୋବରରେ ସିଂଧେକେଲା ଥାନାରେ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ନାମରେ ଅପହରଣ ଜନିତ ମାମଲା ନଂ ୦୦୯୭/୨୧ ରୁଜୁ କରିଥିଲେ । ସିଂଧେକେଲା ପୋଲିସ୍ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଶିକ୍ଷୟତ୍ରୀ ମମିତା ମେହେରଙ୍କର ଘରକୁ ଯାଇ ତାଙ୍କର ଲାପଟପ, ପେନ ଡ୍ରାଇଭ ଆଦି ନିଜ ସହିିତ ନେଇଯାଇଛନ୍ତି ଯାହା ଫଳରେ ମନ୍ତ୍ରୀଙ୍କର ମମିତା ମେହରଙ୍କ ସହିତ ଥିବା ବ୍ୟକ୍ତିଗତ ଅନୈତିକ ସମ୍ପକର ଅନେକ ପ୍ରମାଣ ମିଳିପାରୁ ନାହିଁ । ଏଠାରେ ସ୍ଥାନୀୟ ପୋଲିସ୍ ମନ୍ତ୍ରୀଙ୍କର ହାତବାରିସ ହୋଇ କାର୍ଯ୍ୟ କରୁଛନ୍ତି ଯାହା ଫଳରେ ପୋଲିସ୍ ଗୋବିନ୍ଦ ସାହୁଙ୍କୁ ୪ଦିନ ଧରି ଥାନାରେ ଅଟକ ରଖିବା ପରେ ୧୭ ଅକ୍ଟୋବର ଦିନ ଛାଡ଼ି ଦେଇଥିଲା । ପୋଲିସ୍ ଗୋବିନ୍ଦ ସାହୁଙ୍କୁ ଥାନାକୁ ଧରିଆଣିବାର ୨୪ ଘଂଟା ଭିତରେ ମାନ୍ୟବର ଅଦାଲତଙ୍କ ପାଖରେ ଉପସ୍ଥିତ କରାଇବା ପରିବର୍ତେ, ଛାଡ଼ି ଦେବା ପଛରେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ସିଧାସଳଖ ସଂପୃକ୍ତି ରହିଛି ଏବଂ ଚାପରେ ପଡ଼ି ପୋଲିସ ଅଭିଯୁକ୍ତକୁ ଥାନାରୁ ଛାଡ଼ିଦେଇଛି ବୋଲି ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି । ଅପହୃତା ଶିକ୍ଷୟତ୍ରୀ ମମିତା ମେହେରଙ୍କର କାକା କୌଷିକ ମେହେର ତାଙ୍କ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ଭିତରେ ହୋଇଥିବା କଥାବାର୍ତାରୁ ସ୍ପଷ୍ଟ ଜଣାପଡୁଛି ଯେ ଏଭଳି ସଙ୍ଗୀନ ଘଟଣାରେ ଗୃହରାଜ୍ୟ ମନ୍ତ୍ରୀଙ୍କର ସିଧାସଳଖ ସଂପୃକ୍ତି ରହିଛି । ସ୍କୁଲ ମୁଖ୍ୟ ଗୋବିନ୍ଦ ସାହୁ ମମିତା ମେହେରଙ୍କର ଷ୍ଟେଟବ୍ୟାଙ୍କରେ ଥିବା ଆକାଉଂଟ ନମ୍ବର -୩୫୩୩୫୪୩୩୯୮ କୁ ୮ ହଜାର ଟଙ୍କା ନିଖୋଜ ହୋଇଥିବା ଦିନ ପଠାଇଥିବା କଥା ସାମନାକୁ ଆସୁଛି । ମମିତା ମେହେରଙ୍କ ବାପା ତାଙ୍କ ଝିଅ ନିଖୋଜ ହେବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସନସାଇନ୍ ସ୍କୁଲରେ ଦେହବ୍ୟବସାୟ ଭଳି ଅନେକ ଅନୈତିକ କାର୍ଯ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତିରେ କରାଯାଉଥିଲା । ଏହାର କିଛି ଖବର ଝିଅ ପାଖରେ ଥିଲା ତେଣୁ ତାକୁ ସୁଚିନ୍ତିତ ଉପାୟରେ ଅପହରଣ ଓ ପରେ ହତ୍ୟା କରାଯାଇଛି ଏବଂ ଏଥିରେ ସନସାଇନ ପବ୍ଲିକ ସ୍କୁଲର ମୁଖ୍ୟ ତଥା ମନ୍ତ୍ରୀଙ୍କ ନିକଟତମ ଲୋକ ଗୋବିନ୍ଦ ସାହୁ ସିଧାସଳଖ ଦାୟୀ । ସନସାଇନ ସ୍କୁଲରେ ଅନେକ ଗୁପ୍ତ କଠୋରୀ ରହିଛି ଯାହାକି ମନ୍ତ୍ରୀଙ୍କ ନଷ୍ଟ ଚରିତ୍ରର ମୁକ ସାଖୀ ଅଟନ୍ତି । ଅନେକ ସମୟରେ ସନସାଇନ ସ୍କୁଲର ଛାତ୍ରୀମାନେ ୮-୧୦ ଦିନ ଧରି ସ୍କୁଲ ପରିସରରୁ ନିଖୋଜ ହୁଅନ୍ତି ଏବଂ ଛତିଶଗଡ଼, ରାୟପୁରରୁ ପୁଣି ସ୍କୁଲକୁ ଫେରନ୍ତି- ଏକଥା ଖୋଦ ଗୋବିନ୍ଦ ସାହୁ ନିଜେ ପ୍ରକାଶ କରିଛନ୍ତି । ପ୍ରସଙ୍ଗରେ ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି କିଛି ନବୁଝି ଏବଂ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ନକରି ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେବା ଏବଂ ଶସ୍ତା ମନ୍ତବ୍ୟ ପ୍ରଦାନ କରିବା ଅତ୍ୟନ୍ତ ନିନ୍ଦନୀୟ । ଏଭଳି ସ୍ପର୍ଶକାତର ପ୍ରସଙ୍ଗକୁ ନିରପେକ୍ଷ ଓ ଚାପମୁକ୍ତ ତଦନ୍ତ କରାଗଲେ ଅନେକ ଘଟଣା ଲୋକଲୋଚନକୁ ଆସିବ ଏବଂ ମମିତା ମେହେର ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବ । ଶ୍ରୀ ସାଲୁଜା, ନିରପେକ୍ଷ ତଦନ୍ତ ନିମନ୍ତେ ଗୃହରାଜ୍ୟ ମନ୍ତ୍ରୀଙ୍କର ତୁରନ୍ତ ଇସ୍ତଫା ଦାବି କରିବା ସହିତ ଏଭଳି ସ୍ପର୍ଷକାତର ଘଟଣାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବାପାଇଁ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ । Facebook Twitter Telegram WhatsApp Email Print Previous article100 Crore Shots Soon Next articleHC Gets Three More Judges Tathya Correspondent RELATED ARTICLESMORE FROM AUTHOR General ବିଧାନସଭା ଅଧିବେଶନ ବେଳେ ଆନ୍ଦୋଳନ ଋତୁ General ଖାଦ୍ୟ ସୁରକ୍ଷା ଅପେକ୍ଷାରେ ୧.୩୪ଲକ୍ଷ ଆବେଦନକାରୀ Agriculture ଅଣଧାନ ବିହନ ବିକ୍ରି ନଗଣ୍ୟ General ଆହାର କେନ୍ଦ୍ରର ମୂଲ୍ୟାୟନ କରାଯିବ Excise ଅବକାରୀ ଅଧିକାରୀଙ୍କୁ ଆଇନ ତାଲିମ Disclaimer Privacy Advertisement Contact Us Website byCITSPL MORE STORIES General ସହଜ ନୁହେଁ ମୋ ସାଇକେଲ ଚଳାଇବା Tathya Correspondent - October 10, 2021 0 ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ‘ମୋ ସାଇକେଲ’ କୁ ଚଳାଇବା ଲୋକଙ୍କ ପାଇଁ ସହଜ ହେଉନାହିଁ । ଏଥିପାଇଁ ଥିବା ‘ମୋ ସାଇକେଲ ଆପ୍‍’ ଟି ଠିକଣା...<eos>
2022-11-30T20:55:31Z
https://tathya.in/%E0%AC%A6%E0%AC%BF%E0%AC%AC%E0%AD%8D%E0%AD%9F%E0%AC%B6%E0%AC%99%E0%AD%8D%E0%AC%95%E0%AC%B0%E0%AC%99%E0%AD%8D%E0%AC%95-%E0%AC%AC%E0%AC%B9%E0%AC%BF%E0%AC%B7%E0%AD%8D%E0%AC%95%E0%AC%BE%E0%AC%B0-%E0%AC%A6/
OSCAR-2301
<bos>ଭୁବନେଶ୍ୱର:ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଟପରେ ଥିଲାବେଳେ ବହିଷ୍କୃତ ବିଜେଡି ବିଧାୟକ ଦାମଦୋର ରାଉତ ନୂଆ ଦଳ ଗଠନ କରିବାକୁ ଚାହୁଁଛନ୍ତି। ପୁଅ ନବୀନଙ୍କୁ ଟକ୍କର ଦେବାକୁ ଦାମଦୋର ରାଉତ ବାପା ବିଜୁ ପଟ୍ଟନାୟକଙ୍କ ନାଁରେ ଦଳରେ ଗଢିବେ। ଅକ୍ଟୋବର ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠନ ହେବ ବୋଲି ପାରାଦୀପ ବିଧାୟକ ଦାମ ରାଉତ ସୂଚନା ଦେଇଛନ୍ତି । ବିଜେଡିରେ ନକଲି ଲୋକ ଅଛନ୍ତି, କିନ୍ତୁ ବିଜୁ ଅନୁଗତଙ୍କୁ ନେଇ ନୂଆ ଦଳ ଗଠନ କରାଯିବ ବୋଲି ଦାମ ରାଉତ କହିଛନ୍ତି। ଅଣକଂଗ୍ରେସ ରାଜନୀତିର ଚେହେରା ଦାମ ରାଉତ, ମଙ୍ଗଳବାର କଂଗ୍ରେସ ଭବନରୁ ଫେରିଲା ପରେ ବୈଜୟନ୍ତ ପଣ୍ଡାଙ୍କ ଆର୍ଥିକ ସହଯୋଗରେ ବୋଧହୁଏ ନୂଆ ରାଜନୈତିକ ଦଳ ଗଠନ କଥା କହୁଛନ୍ତି। ଗଣତନ୍ତ୍ର ପରିଷଦରୁ ଆରମ୍ଭ ଅବଶ୍ୟ ଓଡ଼ିଶାରେ ଆଞ୍ଚଳିକ ରାଜନୈତିକ ଦଳ ଗଠନ ହେବା କିଛି ନୂଆ ନୁହେଁ।୨୬ଡିସେମ୍ବର ୧୯୯୭ରୁ ବିଜୁ ଜନତା ଦଳ ଗଠନ ହୋଇ ଦୀର୍ଘ ୧୮ବର୍ଷ ହେଲାଣି କ୍ଷମତାରେ ଅଛନ୍ତି। କେବଳ ବିଜୁଙ୍କ ନାଁରେ ଗଠିତ ଆଞ୍ଚଳିକ ଦଳକୁ ଯେ ଓଡ଼ିଶାରେ ସଫଳତା ମିଳିଛି ତା ନୁହେଁ, ଅତୀତରେ ଅନେକ ଆଞ୍ଚଳିକ ଦଳ କ୍ଷମତାରେ ରହିଛନ୍ତି। ସ୍ୱାଧିନତା ପରେ ପ୍ରଥମ ନିର୍ବାଚନ ୧୯୫୨ରେ ଆଞ୍ଚଳିକ ଦଳ ଗଣତନ୍ତ୍ର ପରିଷଦ ୩୧ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା। କୋଶଳ ଉତ୍କଳ ପ୍ରଜା ପରିଷଦର ବିଚାରଧାରାକୁ ନେଇ ଗଡ଼ଜାତ ରାଜାମାନେ ଗଣତନ୍ତ୍ର ପରିଷଦ ଦଳ ଗଠନ କରିଥିଲେ। ସେହି ଦଳର ନେତୃତ୍ୱ ନେଇ ରାଜେନ୍ଦ୍ର ନାରାୟଣ ସିଂହଦେଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଜନ କଂଗ୍ରେସ-ଉତ୍କଳ କଂଗ୍ରେସ ଅପରପକ୍ଷରେ କଂଗ୍ରେସରୁ ବାହାରି ହରେକୃଷ୍ଣ ମହତାବ ୧୯୬୭ରେ ଜନ କଂଗ୍ରେସ ଗଠନ କରିଥିଲେ । ଆଉ ୨୬ଟି ଆସନରେ ନିଜର ପ୍ରାର୍ଥୀଙ୍କୁ ଜିତାଇ କଂଗ୍ରେସକୁ ଗାଦିଚ୍ୟୁତ କରିଥିଲେ। ସେହିପରି ବିଜୁ ପଟ୍ଟନାୟକ ୧୯୭୧ରେ ଉତ୍କଳ କଂଗ୍ରେସ ଗଠନ କରିଥିଲେ। ଆଉ ସ୍ୱତନ୍ତ୍ର ପାର୍ଟିକୁ ଉତ୍କଳ କଂଗ୍ରେସର ୩୩ଜଣ ବିଧାୟକଙ୍କ ସମର୍ଥନ ଦେଇ କଂଗ୍ରେସକୁ କ୍ଷମତାଚ୍ୟୁତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଜାଗ୍ରତ ଓଡ଼ିଶା ନାଁରେ ଏକ ଆଞ୍ଚଳିକ ଦଳ ଗଠନ କରି ସଫଳତା ପାଇ ନଥିଲେ। ବିଜୟ-ପ୍ୟାରୀ-ସୌମ୍ୟ ଫେଲ୍ ଓଡ଼ିଶାରେ ଆଞ୍ଚଳିକ ଦଳର ସଫଳତା ହାର ଯଥେଷ୍ଟ ଅଧିକ । କିନ୍ତୁ ୨୦୦୦ମସିହା ପରେ ବିଜେଡି-ବିଜେପିର ମେଣ୍ଟ ଆଞ୍ଚଳିକ ଦଳକୁ ବଢ଼ିବାକୁ ଦେଇନାହିଁ।ବିଜୟ ମହାପାତ୍ରଙ୍କ ଓଡ଼ିଶା ଗଣ ପରିଷଦ, ବାଲଗୋପାଲ ମିଶ୍ରଙ୍କ କୋଶଳ କ୍ରାନ୍ତି ଦଳ ଏହାର ସବୁଠୁ ବଡ ଉଦାହରଣ।ଏପରିକି ପ୍ୟାରୀମୋହନ ମହାପାତ୍ରଙ୍କ ଓଡ଼ିଶା ଜନମୋର୍ଚ୍ଚା, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଓଡ଼ିଶା ପାର୍ଟି, ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ଏବଂ ବ୍ରଜ ତିପ୍ରାଠୀଙ୍କ ସମତାକ୍ରାନ୍ତି ଦଳର ପରୀକ୍ଷା ସବୁ ବିଫଳ। କମୁଛି ବିଜୁ କ୍ରେଜ୍ ଅନ୍ୟପଟେ ବିଜୁ ପଟ୍ଟନାୟକଙ୍କ କ୍ରେଜ୍ ଦିନକୁ ଦିନ ଓଡ଼ିଶାରେ କମିବାରେ ଲାଗିଛି । ଯେଉଁ ନବୀନ ସରକାର ବିଜୁଙ୍କ ନାଁରେ ବିଜୁ କେବିକେ, ବିଜୁ ସେତୁ, ବିଜୁ କୃଷକ କଲ୍ୟାଣ,ବିଜୁ କନ୍ଧମାଳ ଓ ଗଜପତି ଏବଂ ବିଜୁ ଗାଁ ଗାଡ଼ି ପରି ଡଜେନ ଯୋଜନା କରିଥିଲା, ଏବେ ଅନ୍ୟ ମହାପୁରୁଷଙ୍କ ନାଁରେ ରାଜନୀତି କଲାଣି। ବିଜୁ ଯୁବ ବାହିନୀ ଗଠନ କରି ଅଡୁଆରେ ଫସିଥିବା ବିଜେଡି ଏବେ ୪ଟି ନୂଆ ମେଡିକାଲ କଲେଜକୁ ସହୀଦ ଲକ୍ଷ୍ମଣ ନାୟକ, ସନ୍ଥକବି ଭୀମ ଭୋଇ, ବ୍ୟାସକବି ଫକୀର ମୋହନ ସେନାପତି ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁ କରିଛି। ବିଜେଡିର ଆକଳନ କହୁଛି ନବୀନ ପଟ୍ଟନାୟକ ପପୁଲାରିଟ୍ ଉଚ୍ଚରେ, କିନ୍ତୁ ଆଉ ବିଜୁଙ୍କ ନାଁରେ ଅଧିକ ଦିନ ରାଜନୀତି କରି ହେବନି। ସେ ସମୟରେ ସାଂଗଠନିକ କ୍ଷେତ୍ରରେ ଦୁର୍ବଳ ଦାମୋଦର ରାଉତ ବିଜୁଙ୍କ ନାଁରେ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି।<eos>
2022-11-30T19:41:38Z
https://www.bartamanodisha.com/dama-rout-may-float-new-political-party/
OSCAR-2301
<bos>ଇଂରେଜ ଶାସନ ସମୟରେ ଜାତିପ୍ରୀତି ପାଇଁ ସଂଗ୍ରାମ କରି ଅନେକ ମହାପୁରୁଷ ନିଜର ପ୍ରାଣବଳୀ ଦେଇଛନ୍ତି।ଓଡ଼ିଶାରେ ମୁଣ୍ଡ ଟେକିଥିବା ଆନ୍ଦୋଳନ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ମିଳିଛି। ୧୮୧୭ ମସିହାର ସୀପାହି ବିଦ୍ରୋହକୁ ଦେଶର ପ୍ରଥମ ସଂଗ୍ରାମ କହୁଥିବା ବେଳେ ୧୮୦୪ର ପାଇକ ବିଦ୍ରୋହ ହିଁ ସର୍ବପ୍ରଥମ ସଂଗ୍ରାମ ବୋଲି ଇତିହାସ ରୋମନ୍ଥନରୁ ସ୍ପଷ୍ଟ ହୋଇଛି। ଏହି ଆଧାରରେ ସେ ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ପ୍ରମୁଖ ସ୍ୱାଧିନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କୁ ପ୍ରତମ ସ୍ୱାଧିନତା ସଂଗ୍ରାମୀର ମାନ୍ୟତା ପାଇଁ ମଧ୍ୟ ଦାବୀ ଉଠିଥିଲା। ଜୟୀ ରାଜଗୁରୁ ଓଡିଶାରେ ଜନ୍ମିତ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଜୟୀ ରାଜଗୁରୁ। ସେ ଖୋର୍ଦ୍ଧାର ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜକୀୟ ରାଜଗୁରୁ (ପୁଜାରୀ) ହେବା ସହ ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେl ଭାରତର ସ୍ୱାଧୀନତା ସଂଗ୍ରାମର ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ପ୍ରଥମ ସ୍ୱର ଉତ୍ତୋଳନ କରିଥିବା ଓଡିଶାର ପ୍ରଥମ ପାଇକ ପୁଅ ଜୟୀ ରାଜଗୁରୁl ଯାହାଙ୍କର ଜନ୍ମ ୨୯ ଅକ୍ଟୋବର ୧୭୩୯ ମସିହାରେ ହୋଇଥିଲାl ସେ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମରେ ଜନ୍ମ ନେଇଥିଲେ ଜୟୀ ରାଜଗୁରୁl ବାପାଙ୍କ ନାମ ଥିଲା ଶ୍ରୀଚନ୍ଦ୍ର ରାଜଗୁରୁ ଏବଂ ମାଙ୍କ ନାମ ହରାମଣି ଦେଵିl ମୁଣ୍ଡ ନୁଆଁଇ ନଥିବା ଓଡ଼ିଆ ପୁଅ ଜୟୀ ରାଜଗୁରୁଙ୍କୁ ଧରିବା ପାଇଁ ଇଂରେଜମାନେ ସତ୍ତ ଜାଗ୍ରତ ହୋଇଥିଲେl ସେମାନେ ଭାବିଥିଲେ କି ଜୟୀରାଜଗୁରୁ ସେମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବେ, କିନ୍ତୁ ଏହା ହୋଇନଥିଲାl ଏକଥା ଶୁଣି ଜୟୀ ରାଜଗୁରୁ ହସିହସି ବୀରଦର୍ପରେ ଜବାବ ଦେଇଥିଲେ କି ସୂର୍ଯ୍ୟ ପଶ୍ଚିମ ଦିଗରେ ଉଇଁ ପାରେ, ପାହାଡରେ ପଦ୍ମ ଫୁଟି ପାରେ କିନ୍ତୁ ଏ ଓଡ଼ିଆ ପୁଅ କାହା ପାଖରେ ମୁଣ୍ଡ ନୁଆଁଇବ ନାହିଁ l ଶେଷରେ ସେଇୟା ହିଁ ହୋଇଥିଲା। ଶେଷ ଓ ସ୍ୱାଧୀନ ରାଜା ଭାବେ ଆଶ୍ରୟ ନେଇଥିଲେ ମୁକୁନ୍ଦ ଦେବ କଟକର ବାରବାଟୀ ଦୁର୍ଗରେ କିନ୍ତୁ ବ୍ରିଟିଶର ମାନେ ସେଇ ରାଜାଙ୍କୁ ହତ୍ୟା କରିବା ପାଇଁ ବିଭିନ୍ନ ଉପାୟ କରି ୧୮୦୩ ମସିହାରେ ଖୋର୍ଦ୍ଧା ଗଡ଼ରେ ପଂହଁଚିଥିଲେl ସେହି ସମୟରେ ସେମାନଙ୍କୁ କଡ଼ା ଜଵlବ ଦେଇଥିଲେ ଜୟୀ ରାଜଗୁରୁl ମେଦିନିପୁରର ଛାତିଥରା କାହାଣୀ ଜୟୀ ରାଜଗୁରୁ ବ୍ରିଟିଶ ସରକାରଙ୍କୁ ହଟାଇବା ପାଇଁ ପାଇକ ମେଳି କରି ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇ ସହ ସହ ବ୍ରିଟିଶର ମାନଙ୍କୁ ଧରାଶାୟୀ କରିଦେଇଥିଲେl ବ୍ରିଟିଶର ମାନଙ୍କୁ ହଟାଇବା ପାଇଁ ସେମାନଙ୍କ ରକ୍ତରେ ରକ୍ତ ରଂଜିତ ହୋଇଥିଲା ଖୋର୍ଦ୍ଧାର ମାଟି। ଶେଷରେ କିଛି ଗୁପ୍ତଚର, ଗୃହ ଶତ୍ରୁ ଆଉ କିଛି କୂଟନୀତିଜ୍ଞମାନେ ଇଂରେଜମାନଙ୍କର ପଶାପାଲି ଖେଳକୁ ବୁଝିନପାରି ଜୟୀ ରାଜଗୁରୁଙ୍କ ଗୁପ୍ତ ତଥ୍ୟକୁ ଇଂରେଜମାନଙ୍କ ଆଗରେ ଯୋଗାଇ ଦେଇଥିଲେl ଆଉ ରାତାରାତି ବ୍ରିଟିଶ ମାନେ ଜୟୀ ରାଜଗୁରୁଙ୍କୁ ଧରିନେଇଥିଲେl ବ୍ରିଟିଶମାନେ ଜୟୀରାଜଗୁରୁଙ୍କୁ ଭୟରେ ଓଡ଼ିଶାରେ ନ ମାରି ନେଇଯାଇଥିଲେ ମେଦିନପୁରକୁl ମେଦିନପୁର ଜିଲ୍ଲାର ବାଘାତୁଟାନାଳ ପାଖରେ ଏକ ବିରାଟ ବରଗଛର ସିଅରରେ ବାନ୍ଧିଦେଥିଲେl ଯେତେବେଳେ ଇଂରେଜମାନେ ସେହି ସିଅରର ଡାଳକୁ ଛଡ଼ିଦେଇଥିଲେ ସେତେବେଳେ ଜୟୀ ରାଜଗୁରୁ ଜୀବନ୍ତ ଚିରିହୋଇ ଦୁଇଫାଳ ହୋଇଯାଇଥିଲେl ସେଦିନ ଥିଲା ୧୮୦୬ ମସିହା ଡ଼ିସେମ୍ବର ୦୬ ତାରିଖ ୬୭ ବର୍ଷ ବୟସରେ ହସିହସି ଦେଶ ପାଇଁ ଜୀବନ ଦେଇଥିଲେ ଜୟୀ ରାଜଗୁରୁ l<eos>
2022-11-30T20:31:26Z
https://www.bartamanodisha.com/why-did-the-british-government-take-jayee-rajguru-to-medinipur-and-killed-here-instead-of-odisha/
OSCAR-2301
<bos>ନୂଆଦିଲ୍ଲୀ (ଲାଇଭ ଓଡିଶା ବ୍ୟୁରୋ): ଭାରତକୁ ପ୍ରବେଶ କଲା ଓମିକ୍ରନ ୍ । ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ଜଣେ ନାଗରିକଙ୍କ ପାଇଁ ଏବେ ଚିନ୍ତା ବଢିଛି । ସାଉଥ ଆଫ୍ରିକାରୁ ମହାରାଷ୍ଟ୍ର ଫେରୁଥିବା ଯାତ୍ରୀଙ୍କ ଠାର କୋଭିଡ଼ ପଜିଟିଭ ଥିବା ନେଇ ଜଣା ପଡ଼ିଛି । ତେବେ ଉକ୍ତ ଯାତ୍ରୀଙ୍କ ଠାରେ କୋଭିଡ଼ ଚିହ୍ନଟ ପରେ ଆଲର୍ଟ ଜାରି କରାଯାଇଥିଲା । ଏହା ପରେ ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋଭିଡ଼ର ଏହି ନୂଆ ଭ୍ୟାରିଆଣ୍ଟ ଓମିକ୍ରନଙ୍କୁ ଚିନ୍ତା ଜନକ ଭୂତାଣୁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସେପଟେ ଏହି ମାରାତ୍ମକ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନାର ନୂଆ ଭ୍ୟାରିଆଣ୍ଟ ସମଗ୍ର ବିଶ୍ୱରେ ଚିନ୍ତ ଜନକ ପରିସ୍ଥିତ ସୃଷ୍ଟି କରିଛି । ଓମିକ୍ରନ ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର । ଡିସେମ୍ବର ପହିଲାରୁ ଲାଗୁ ହେବ ନୂଆ ଗାଇଡଲାଇନ । ସୂଚନା ମୁତାବକ ୧୨ଟି ଦେଶରୁ ଫେରୁଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ଯାଞ୍ଚ କରାଯିବ । କୋଭିଡ ଟେଷ୍ଟ ରିପୋର୍ଟ ଆସିବା ପର‌୍ୟ୍ୟନ୍ତ ସେମାନେ ସଂଗରୋଧରେ ରହିବେ । ରିପୋର୍ଟ ନେଗେଟିଭ ଆସିଲେ ବି ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ । ୭ଦିନ ପରେ ପୁଣି ଥରେ କରୋନା ଟେଷ୍ଟ କରିବାକୁ ହେବ । ଏଥିସହ ୧୪ ଦିନର ଯାତ୍ରା ବିବରଣୀ ଦାଖଲ କରିବାକୁ କେନ୍ଦ୍ର ସରକାର ଗାଇଡଲାଇନ୍ରେ ଉଲ୍ଲେଖ କରିଛନ୍ତି । କରୋନା ଭାଇରସ୍ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’କୁ ନେଇ ସମଗ୍ର ବିଶ୍ବବାସୀ ଚିନ୍ତିତ ଅଛନ୍ତି। ଭାରତରେ ମଧ୍ୟ ଓମିକ୍ରନ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି। ସରକାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ସତର୍କ ଅଛନ୍ତି। କାରଣ ଅନ୍ୟ ଦେଶ ଗୁଡ଼ିକରେ ଏବେ ଏହି ସଂକ୍ରମଣ କାୟା ବସ୍ତାର କରୁଛି କରୋନାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ଏମ୍ସର ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନା ଟିକା ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଣ୍ଟିବଡି ଏହି ଭାରିଆଣ୍ଟ ଆଗରେ ପ୍ରଭାବଶାଳୀ ହୋଇପାରେ ।<eos>
2022-12-03T02:58:52Z
https://liveodishatv.com/inter-national/new-variant-in-india/
OSCAR-2301
<bos>ଦୀର୍ଘ 70 ବର୍ଷ ପରେ ସରିଗଲା ଦୁଃଖର ଦିନ ନୂଆବର୍ଷ ପରଠାରୁ ଏହି ରାଶି ହେବେ କୋଟିପତି !ମହାଦେବ ଙ୍କ କୃପା ବର୍ଷିବାକୁ ଯାଉଛି… – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home ଜୀବନଚର୍ଯ୍ୟା ଦୀର୍ଘ 70 ବର୍ଷ ପରେ ସରିଗଲା ଦୁଃଖର ଦିନ ନୂଆବର୍ଷ ପରଠାରୁ ଏହି ରାଶି ହେବେ କୋଟିପତି !ମହାଦେବ ଙ୍କ କୃପା ବର୍ଷିବାକୁ ଯାଉଛି… ଦୀର୍ଘ 70 ବର୍ଷ ପରେ ସରିଗଲା ଦୁଃଖର ଦିନ ନୂଆବର୍ଷ ପରଠାରୁ ଏହି ରାଶି ହେବେ କୋଟିପତି !ମହାଦେବ ଙ୍କ କୃପା ବର୍ଷିବାକୁ ଯାଉଛି… ଜୀବନଚର୍ଯ୍ୟା Share ଆଜି ଆମେ ଆପଣ ମାନଙ୍କୁ ସେହି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛି ଯେଉଁ ମାନଙ୍କ ଉପରେ ଆସନ୍ତା କାଲି ଠାରୁ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆଜି ରାତି ଠାରୁ ହିଁ ଗ୍ରହ ମାନଙ୍କରେ ରହିଥିବା 12 ଟି ରାଶି ମାନଙ୍କ ମଧ୍ୟରୁ 6 ଟି ରାଶି ଉପରେ ଭଗବାନ ଶିବ ଏବଂ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରଖିବା ପାଇଁ ଯାଉଛନ୍ତି । ଯେଉଁ ମାନଙ୍କର ଆଜି ରାତି ଠାରୁ ହିଁ ଭାଗ୍ୟ ଚମକି ଉଠିପାରେ । ତେବେ ଆସନ୍ତୁ ଜାଣିବା କି କଣ କଣ ସେହି ରାଶି ମାନେ ଅଟନ୍ତି । 1–ବୃଷ ରାଶି–ବୃଷ ରାଶିର ବ୍ୟକ୍ତି ମାନଙ୍କର ସମାଜରେ ଧନ ପ୍ରାପ୍ତି ହେବ ଏବଂ ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ । ବ୍ୟାପାର ମାନଙ୍କରେ ଏହି ସମାଜରେ ବହୁତ ବ୍ୟବସାୟରେ ଲାଭ ମିଳିବ । ଶନି ଦେବଙ୍କର କୃପା କାରଣରୁ ଘର ପରିବାରରେ ଖୁସି ଆସିଯିବ ମିତ୍ରଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ । ଯେଉଁ ମାନେ ଅବିବାହିତ ହେଉଛନ୍ତି ଏବଂ ବିବାହରେ ବିଳମ୍ବ ହେଉଥିଲା ତାହା ଏବେ ଆଉ ହେବ ନାହିଁ ବହୁତ ଶୀଘ୍ର ବିବାହ ହେବାର ଅଛି । 2–କର୍କଟ ରାଶି କର୍କଟ ରାଶିର ଲୋକମାନଙ୍କ ପାଇଁ କୌଣସି ଏକ ଶୁଭ ସମୟର ଲାଭ ହେବାକୁ ଯାଉଛି । କୌଣସି ଶୁଭ ସମାଚାର ମିଳିବାର ଯୋଗ ବନୁଅଛି । ଆପଣ ମାନଙ୍କ ଘରକୁ ନୂଆ କୁଣିଆ ଘରକୁ ଆସିବା ପାଇଁ ଯାଉଛି । ମାତ୍ର ସ୍ୱାସ୍ଥ୍ୟକୁ ନେଇ କରି ଆପଣ ମାନଙ୍କୁ ଟିକେ ଅସୁବିଧା ମଧ୍ୟ ହୋଇପାରେ । ସେଥିପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ । ଆପଣ ମାନେ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । 3–କୁମ୍ଭ ରାଶି ଆପଣ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବ୍ୟାପାର ସହିତ ଜଡିତ ଲୋକମାନଙ୍କୁ ଆର୍ଥିକ ଧନ ଲାଭ ହେବାର ଯୋଗ ବନୁଅଛି । ଶନି ଦେବ ଆପଣ ମାନଙ୍କ ସମସ୍ତ କଷ୍ଟକୁ ଦୂର କରିବେ । ଲଭ ଲାଇଫ କ୍ଷେତ୍ରରେ ଆପଣ ମାନଙ୍କୁ ସଫଳତା ମିଳିପାରେ । ଦୀର୍ଘ ଦିନରୁ ଚାଲି ଆସୁଥିବା ସମସ୍ୟା ମାନଙ୍କର ଅନ୍ତ ଘଟିବ । ଆପଣ ମାନଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କର କୃପା ମଧ୍ୟ ପ୍ରାପ୍ତ ହେବ । Related Posts jitu das amrutabani – ତୁଳସୀ ପୂଜା ଭୁଲରେ ବି କରିବେ ନାହିଁ… Nov 10, 2022 ଯାଦୁ, କାଛୁ, କୁଣ୍ଡିଆ ( Fungal Infection ) ସବୁଦିନ ପାଇଁ ଭଲ… Aug 30, 2022 ପାଦ ଯନ୍ତ୍ରଣା ( Heel Pain ) ହେଲେ କ’ଣ କରିବେ ? | Dr. Prabha SP Aug 25, 2022 4–ସିଂହ ରାଶି ସିଂହ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନ ସମ୍ବଦ୍ଧରେ ଭଳ ଲାଭ ମିଲିବ । ଆପଣ ନିଜ ଜୀବନରେ ଯାହା କାର୍ଯ୍ୟ କରିବେ ସେଥିରୁ ଆପଣ ମାନଙ୍କୁ ନିଶ୍ଚିତ ରୂପରେ ଲାଭ ମିଲିବ । ଯାହା ଦୁଃଖ କଷ୍ଟ ଥିଲା ତାହା ମାତା ଲକ୍ଷ୍ମୀଙ୍କ କୃପାରୁ ଦୂର ହେବ । ମାତା ଲକ୍ଷ୍ମୀଙ୍କର କୃପା ଆପଣ ମାନଙ୍କ ଉପରେ ବର୍ଷିବାକୁ ଯାଉଛି । 5–ତୁଳା ରାଶି ଆସନ୍ତା କାଲି ଠାରୁ ଭଗବାନ ଶିବ ଏବଂ ମାତା ଲକ୍ଷ୍ମୀଙ୍କର କୃପା ନିଶ୍ଚିତ ରହିବ । ଆପଣ ମାନେ ନିଜର କାର୍ଯ୍ୟ ସ୍ଥଳରେ ଉନ୍ନତି କରିବେ । ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ସମସ୍ତ ପୁରୁଣା କାର୍ଯ୍ୟ ସଂପନ୍ନ ହେବ । ଆପଣ କୌଣସି ପ୍ରତାକ ନୂଆ ବିଜନେସ ଆରମ୍ଭ କରିପାରନ୍ତି । ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ । ଆକସ୍ମିକ ଧନ ଲାଭ ହୋଇପାରେ । 6–ମିଥୁନ ରାଶି ଏହି ରାଶିରେ ଧନ ବର୍ଷା ହେବାକୁ ଯାଉଛି , ଧନର କେବେବି ଅଭାବ ଦେଖା ଯିବ ନାହିଁ । ଆସନ୍ତା କାଲି ଠାରୁ ଏମାନଙ୍କର ପରିବାରରେ ସୁଖ ଶାନ୍ତି ଲାଗି ରହିବ । ପ୍ରେମ ଜୀବନରେ ସୁଖ ମିଳିବା ପାଇଁ ଯାଉଛି , ଏହା ସହିତ ପାଠ ପଢାରେ ମଧ୍ୟ ଉଚ୍ଚ ଫଳ ମିଳିବ । ଏହି ରାଶିର ବ୍ୟକ୍ତି ମାନେ ବ୍ୟାପାର ବାଣିଜ୍ୟ କରୁଥିଲେ ସେମାନଙ୍କୁ ସେଥିରୁ ବହୁତ ଲାଭ ମିଳିବାକୁ ଯାଉଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post 2021 ରେ ଏହି ସାତୋଟି ରାଶି ଉପରେ ମାତାଲଷ୍ମୀ ଙ୍କ ଆର୍ଶିବାଦ ବର୍ଷିବାକୁ ଯାଉଛି !ଏମାନେ ହେଉଛନ୍ତି ଦୁନିଆର ଭାଗ୍ୟଶାଳୀ ରାଶି …… Next Post ସମ୍ପତିକୁ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ । ଏବେ କୌଣସି ବି ସ୍ଥିତିରେ ବାପାଙ୍କ ସଂପତିରେ ରହିବ ଝିଅର ଅଧିକାର । ବିବାହିତା ହୁଅନ୍ତୁ କିମ୍ବା ଅବିବାହିତା ? ଆପଣଙ୍କ ମତାମତ କଣ ?<eos>
2022-11-30T23:52:30Z
https://live43today.com/e-hi-rashi-jai-pan-mane-siba-snklar/
OSCAR-2301
<bos>ଦେଖନ୍ତୁ ଭିଡ଼ିଓ । ଘର ଭିତରେ କିଙ୍ଗ କୋବ୍ରା । ଭୟରେ ରାତି କାଟିଲେ ପରିବାର ଲୋକେ, ଭିଡ଼ିଓ ଟି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ….. – news40daily.com Publisher - Just another WordPress site ଆଶ୍କର୍ଯ୍ୟ ଘଟଣା କରୋନା ଜୀବନଚର୍ଯ୍ୟା ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଲାଇଫ୍ ଷ୍ଟାଇଲ୍ Viral video ଦେଖନ୍ତୁ ଭିଡ଼ିଓ । ଘର ଭିତରେ କିଙ୍ଗ କୋବ୍ରା । ଭୟରେ ରାତି କାଟିଲେ ପରିବାର ଲୋକେ, ଭିଡ଼ିଓ ଟି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ….. Share ଏହା ସତ ଯେ ସାପ ନାଁ ଶୁଣିବା ମାତ୍ରେ ମନ ଭିତରେ ଏକ ଅଜଣା କୋକୁଆ ଭୟ ଜାତ ହୁଏ।ସାପକୁ ପ୍ରାୟତଃ ସଭିଏଁ ଡରି ଥାଆନ୍ତି। ସାପ ଯଦି ବଡ଼ ଓ ଅଧିକ ବିଷଧର ହୋଇଥାଏ ତେବେ ତା ପାଖକୁ ଯିବାକୁ ସମସ୍ତେ ଭୟ କରନ୍ତି। କାରଣ ବିଷଧର ସାପ ଯୋଗୁ ଜୀବନ ଯିବାର ବି ବହୁତ୍ ଆଶଙ୍କା ଥାଏ। ତେବେ ଏବେ ସୋସିଆଲ ମିଡିଆରେ ଯାହା ସେୟାର ବା ଭାଇରାଲ ହେଉଛି ତାହା ଏକ ବିରାଟ ବଡ଼ କିଙ୍ଗ୍‌ କୋବ୍ରା ବା ଅହିରାଜକୁ ଧରୁଥିବାର ଭିଡିଓ। ଯାହା ବହୁତ୍ ମାତ୍ରାରେ ଭାଇରାଲ ହେଉଛି।ତେବେ ଏହି ଭିଡିଓରେ ଥିବା ସାପକୁ ଦେଖିଲେ ଆପଣ ବି ବିସ୍ମିତ ହୋଇଯିବେ।ଆପଣ ପୃଥିବୀରେ ଅନେକ ବିଶାଳକାୟ ଜୀବ ରହିଥିବାର ଜାଣିଥିବେ। କିନ୍ତୁ ଥରେ ଏଇ ସାପକୁ ଭଲ ଭାବରେ ଦେଖି ଦେଖନ୍ତୁ। କାରଣ ଏହିଭଳି ଭୟାନକ ଜୀବ ଏବେବି କିଛି ମାତ୍ରାରେ ଦେଖା ଯାଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ସାପ ଅନ୍ୟତମ।ପ୍ରତିଦିନ ସୋସିଆଲ ମିଡିଆରେ ଆପଣ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଥିବା ନିଶ୍ଚିତ ଦେଖିଥିବେ। ସେମାନଙ୍କ ମଧ୍ୟରୁ ସାପ ଏକ ଏଭଳି ଜୀବ ଯିଏକି ମଣିଷକୁ ଭୟଭୀତ କରି ଦେଇଥାଏ। ଆମ ପୃଥିବୀରେ ଅନେକ କିସମ ର ସାପ ରହିଥିଲେ ମଧ୍ୟ ଅଜଗର, ଅହିରାଜ, କୋବ୍ରା ବହୁତ ଭୟାନକ,ବିଷଧର ଓ ମାରାତ୍ମକ ଅଟନ୍ତି।ଏଠାରେ ଯାହା ଘଟିଛି ତାର ଭିଡିଓ ଦେଖିଲେ ଆପଣ ମଣିଷର ସାହସିକତା କୁ ବୁଝି ପାରିବେ। ଯାହା ଜଣା ପଡିଛି ଉକ୍ତ ବ୍ୟକ୍ତି ସାପ ଧରିବା ସମୟରେ ଏହି ଭିଡିଓଟିକୁ ଶୁଟ୍ କରିଛନ୍ତି ତାଙ୍କ ସହ ଆସିଥିବା ସହଯୋଗୀ ଜଣଙ୍କ। ଏକ ଭିଡିଓ ମଧ୍ୟ ଶୁଟ୍ କରାଯାଇ ଏହାକୁ ସେୟାର କରା ଯାଇଚି ଏବଂ ଭିଡିଓରେ କୁହା ଯାଇଛି କି ଆପଣ ମାନେ ସାପ ଦଂଶନ କରିବା ପରେ କୌଣସି ପ୍ରକାରେ ଅନ୍ଧବିଶ୍ୱାସ ରେ ନପଡି କାହାର ଜୀବନ କୁ ହରାନ୍ତୁ ନାହିଁ। Related Posts ସାବଧାନ ! ରୂପ ବଦଳାଇ ଆସୁଛନ୍ତି IPS ମ୍ୟାଡାମ୍… Papu Pom Pom ଙ୍କ ନୂଆ କମେଡି ” ତୋର କୁଞ୍ଚୁ କୁଞ୍ଚିଆ ବାଳ ରେ ନନୀ… ଦେଖନ୍ତୁ VIRAL ଭିଡ଼ିଓ – ହଟାତ ଘରକୁ ଆସିଲେ ବୋଉଙ୍କ ମା, ଆଉ ରୂପା ”… ସାପ ଦଂଶନ କରିବା ମାତ୍ରେ ତାକୁ ଯଥା ସମ୍ଭବ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା କରନ୍ତୁ। ଦୁନିଆର କେହିବି ଗୁଣି ବା ବାବା ଏହାକୁ ଭଲ କରି ପାରି ନଥାନ୍ତି। ଯେଉଁ କାରଣରୁ ଅକାରଣରେ ବ୍ୟକ୍ତି ର ଜୀବନ ଯାଇଥାଏ। କିଛି ଉଦାହରଣ ଦେଇ ମଧ୍ୟ ସେ ଏ କଥାକୁ ସ୍ପଷ୍ଟ କରିଛନ୍ତି। ତେବେ ଏହି ଭିଡିଓଟି ଛତିଶଗଡ଼ ର ଏକ ଗାଆଁ ର ବୋଲି ଜଣା ଯାଇଛି। ଏଠାରେ ସାପ ଧରାଳି ଜଣଙ୍କ କହିଛନ୍ତି ଯେ କୌଣସି ପ୍ରକାର ଗୁଣି ଗାରେଡ଼ି ରେ ବିଶ୍ୱାସ ନକରି ସାପ କାମୁଡିବା ମାତ୍ରେ ଡାକ୍ତର ଙ୍କ ପାଖକୁ ନେଇ ଯାଆନ୍ତୁ।ତେବେ ଯେଉଁ ସାପଟି ଏଠାରେ ଧରାଯାଇଛି ତାହା ମଧ୍ୟ ବିଷଧର। ମୌସୁମୀ ବର୍ଷା କାରଣରୁ ସାପମାନେ ଜଙ୍ଗଲରୁ ବାହାରି ଆସୁଥିବା ଘଟଣା ଓ କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ଲୋକମାନଙ୍କୁ ତଳେ ନସୋଇ ଖଟ ଉପରେ ଶୋଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ସାପ ଧରାଳି ଜଣଙ୍କ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 911 Share FacebookTwitterGoogle+ReddItWhatsAppPinterestEmail Prev Post ଐଶ୍ୱର୍ୟା ରାୟ ଙ୍କ ପୂର୍ବରୁ ଏହି ଅଭିନେତ୍ରୀ ଙ୍କୁ ଅଭିଷେକ ଙ୍କ ପାଇଁ ପସନ୍ଦ କରିଥିଲେ ଅମିତାଭ ବଚ୍ଚନ, ଏହି ହିରୋଇନ ହୋଇଥାନ୍ତେ ବଚ୍ଚନ ପରିବାର ର ବୋହୂ….. Next Post Jyotisha Shastra – ଯଦି ଆପଣଙ୍କ ରାଶି ତୁଳା, କନ୍ୟା, କର୍କଟ, ମେଷ, ମିଥୁନ ଓ ମକର ରାଶି ଅଟେ,ତେବେ ଜାଣନ୍ତୁ ଭୋଳାନାଥ ଶିବ ଙ୍କ କୃପାରୁ କଣ ସବୁ ଘଟିବାକୁ ଯାଉଛି…..<eos>
2022-11-30T12:57:36Z
https://news40daily.com/index.php/dekhantu-bhideo-dekhile-aascharya/
OSCAR-2301
<bos>ଏହି ପୃଷ୍ଠାରେ ଥିବା ଆଲୋଚନାଗୁଡ଼ିକୁ ଆଲୋଚନା ସଭାରୁ ଆଣି ଏଠାରେ ସାଇତାଯାଇଛି । ଦୟାକରି ଏହି ପୃଷ୍ଠାରେ କିଛି ବଦଳ କରନ୍ତୁ ନାହିଁ । ଯଦି ଆପଣ ଏଠାରେ ଆଲୋଚନା ହୋଇଥିବା କୌଣସି ବିଷୟ ଉପରେ ପୁଣି ଆଲୋଚନା କରିବାକୁ ଚାହୁଁଛନ୍ତି, ତେବେ ଏଠାରେ କ୍ଲିକ କରି ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ କିମ୍ବା ସେହି ବିଷୟ ଉପରେ ଥିବା ପୃଷ୍ଠାର ଆଲୋଚନା ପୃଷ୍ଠାରେ ଆଲୋଚନା କରନ୍ତୁ । ଅଭିଲେଖ: ୧ · ୨ · ୩ · ୪ · ୫ · ୬ · ୭ · ୮ · ୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · ୨୩ ବିଷୟସୂଚୀ ୧ ସ୍କାନର ବିଷୟରେ ସୂଚନା ୨ ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥି ପାଳନ: ଅକ୍ଟୋବର-ନଭେମ୍ବର ଭିତରେ ୩ ଛତର ପୂଜା ପ୍ରକଳ୍ପ କରିବା ପାଇଁ ଅଲୋଚନା ୩.୧ ଯାତ୍ରା ବିବରଣୀ ୩.୨ ନାମ ୩.୩ ସମର୍ଥନ ୩.୪ ବିରୋଧ ୩.୫ ଭିନ୍ନ ମତ ୪ ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ୪.୧ ସମର୍ଥନ ୪.୨ ବିରୋଧ ୪.୩ ଭିନ୍ନ ମତ ୫ ପୋଥି : ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥିରେ ବିରଳ ବହି ଡିଜିଟାଇଯେସନ ୫.୧ ସମର୍ଥନ ୫.୨ ବିରୋଧ ୫.୩ ଭିନ୍ନ ମତ ୬ ୨୦୧୬ ରଥଯାତ୍ରା ଗଣସମ୍ପାଦନା ବାବଦରେ ୬.୧ ସମର୍ଥନ ୬.୨ ଉତ୍ତର ୭ IIMC, ଢେଙ୍କାନାଳରେ କର୍ମଶାଳା ପାଇଁ ଆଲୋଚନା ୮ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କର୍ମଶାଳା ୯ CIS-A2K Newsletter October 2016 ୧୦ ପୁରୀ ଉଇକିଟୁଙ୍ଗୀ ମେଳଣ ୧୧ ଡିସେମ୍ବର ମାସ IRC ୧୧.୧ ମତାମତ ୧୨ ଉଇକିପାଠାଗାର ଜନ୍ମତିଥି ୨୦୧୭ ୧୩ କାହାକୁ ଅତିଥି ଭାବେ ଡାକିବା? ୧୪ Invitation for Office Hours with WMF's Global Reach team ୧୫ Train-the-Trainer 2017: Invitation to participate ୧୬ ଟ୍ରେନ ଦି ଟ୍ରେନର ୨୦୧୭ ଘୋଷଣା ୧୭ MediaWiki Training 2017: Invitation to participate ସ୍କାନର ବିଷୟରେ ସୂଚନାସମ୍ପାଦନ କରନ୍ତୁ ମୁଁ ଜଣାଇବାକୁ ଚାହୁଁଞ୍ଛି କି କମ୍ୟୁନିଟି ପାଇଁ ଡିଜିଟାଇଜେସନ୍ ପାଇଁ ଗୋଟେ ସ୍କାନର ଅଛି, ଯଦି କେହି ସ୍କାନର ସାହାୟତାରେ କିଛି କାମ ଆଗକୁ କରିବାକୁ ଚାହୁଁଛନ୍ତି ଦୟାକରି ଏଠାରେ ଜଣାନ୍ତୁ। ସ୍କାନର ସ‌ହିତ ଆଉ କିଛି ପ୍ରକାର ସାହାୟତା ଲୋଡା ହେଲେ ମଧ୍ୟ ଜଣାନ୍ତୁ।--ଶୈଳେଶ (ପଚାରିବେ କିଛି?) ୧୮:୦୮, ୩ ସେପ୍ଟେମ୍ବର ୨୦୧୬ (IST) ମୁଁ ଏହି ସ୍କାନରର ବ୍ୟବହାର ଶିଖିବାକୁ ଚାହୁଁଛି । ମୋର କିଛି ସାଙ୍ଗ ମଧ୍ୟ ଏଥିପାଇଁ ଆଗ୍ରହୀ ଅଛନ୍ତି । ହୁଏତ ଏହାର ବ୍ୟବହାର ଜାଣିଲା ପରେ ମୁଁ ଓ ମୋର ସାଙ୍ଗ ମାନେ ମିଶି ଏହି ଡିଜିଟାଇଜେସନ୍ କାମରେ ସହାୟତା କରିପାରନ୍ତୁ । --Chinmayee Mishra (ମୋ ଆଲୋଚନା) ୧୧:୧୧, ୯ ସେପ୍ଟେମ୍ବର ୨୦୧୬ (IST) ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥି ପାଳନ: ଅକ୍ଟୋବର-ନଭେମ୍ବର ଭିତରେସମ୍ପାଦନ କରନ୍ତୁ ଆପଣମାନଙ୍କ ଭିତରୁ ହୁଏତ ଅନେକେ ଦେଖିଥିବେ ଯେ ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥି ପାଇଁ ଆଲୋଚନା ଆରମ୍ଭ ହୋଇଗଲାଣି' । ଉଇକିପିଡ଼ିଆର ସବୁ ଉଇକିଆଳିଙ୍କୁ ଏଥିରେ ଭାଗନେବା ପାଇଁ ଅନୁରୋଧ କାରଣ ଉଇକିପାଠାଗାରରେ ସକ୍ରିୟ ଉଇକିଆଳିଙ୍କ ସଂଖ୍ୟା ଖୁବ ବେଶୀ ନ ଥିବାରୁ ଏହା ଆମ ସଭିଙ୍କ ସହଯୋଗରେ ହିଁ ସଫଳ ହେବ । ଖୁବ ସହଳ ଏଥି ନିମନ୍ତେ ଆବଶ୍ୟକ ପାଣ୍ଠି ପାଇଁ ଏକ ଗ୍ରାଣ୍ଟ ଆବେଦନ କରାଯିବ ଓ ତାହା ଏଠାରେ ଆପଣାମାନଙ୍କୁ ସୂଚାଇ ଦିଆଯିବ । ତେବେ ସଭିଙ୍କୁ ଅନୁରୋଧ ଯେ ଏହି ଉଇକିପାଠାଗାର ସଭା ବାବଦରେ ଆଲୋଚନା ସବୁ ଏହି ଆଲୋଚନା ପୃଷ୍ଠାରେ କରିବେ ଫଳରେ ଆଲୋଚନାସବୁ ଆଗକୁ ଗୋଟେ ଜାଗାରେ ରହିବ ।--ସୁଭାସିସ ପାଣିଘରି (ଆଳାପ) ୦୯:୫୩, ୨୨ ସେପ୍ଟେମ୍ବର ୨୦୧୬ (IST) ଏଥିରେ ହେବାକୁ ଥିବା ଖର୍ଚ୍ଚ ତୁଲାଇବା ପାଇଁ ଏକ ଗ୍ରାଣ୍ଟ ଆବେଦନ କରାଯାଇଛି । ତା'କୁ ପଢ଼ି ସମସ୍ତେ ସେଠାରେ ନିଜ ନିଜର ମତ ଦେଲେ ସହଳ କାମ ଆରମ୍ଭ ହୋଇପାରିବ । -ସୁଭାସିସ ପାଣିଘରି (ଆଳାପ) ୧୯:୦୩, ୨୯ ସେପ୍ଟେମ୍ବର ୨୦୧୬ (IST) ଛତର ପୂଜା ପ୍ରକଳ୍ପ କରିବା ପାଇଁ ଅଲୋଚନାସମ୍ପାଦନ କରନ୍ତୁ ସଭିଙ୍କୁ ମୋର ନମସ୍କାର । ଆମେ ଆସନ୍ତା ମାସରେ ଭବାନୀପାଟଣାରେ ହେଉଥିବା ଛତର ପୂଜାକୁ ଯାଇ ସେଠାକାର ସମସ୍ତ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି commons ରେ ଅପଲୋଡ କାରିବାକୁ ଚାହୁଁଛୁ । ଏହା ସମ୍ବନ୍ଧୀୟ କିଛି article ମଧ୍ୟ ଲେଖାଯାଇ ପାରିବ । ଏଥିପାଇଁ ଅମେ କିଛି ସ‌ହାୟତା ଆଶା କରୁଅଛୁ । ଆମେ ରଥଯାତ୍ରା ପ୍ରକଳ୍ପକୁ ମଧ୍ୟ କରିଛୁ ୪୦୦ ରୁ ୫୦୦ ଫଟୋ ଏବଂ ଭିଡିଓ ଅପଲୋଡ କରିଛୁ ଆହୁରି ମଧ୍ୟ କରିବୁ ଏବଂ କିଛି articles ରେ ମଧ୍ୟ ଏହା ବ୍ୟ‌ବହାର ହୋଇଛି । ଏହି ଛତର ପୂଜାର ଫଟୋ ଉତ୍ତୋଳନ କରିବା ପାଇ‌ଁ କ୍ୟାମେରା ମିଳିଲେ ଭଲ ହୁଅନ୍ତା । ଯାତ୍ରା ବିବରଣୀସମ୍ପାଦନ କରନ୍ତୁ ପୁଜା ଅଷ୍ଟମୀ ଏବଂ ନବମୀ ଦୁଇ ଦିନ ଧରି ହୁଏ । ଏହି ବର୍ଷ ଅଷ୍ଟମୀ ଅକ୍ଟୋବର ୮ ଏବଂ ନବମୀ ଦୁଇ ଦିନ ୯ ଏବଂ ୧୦ ରେ ହଉଛି । ତେଣୁ ଅମେ ୭ରେ ବାହରିବୁ ୮,୯,୧୦ ତାରିଖ ସେଠାରେ ରହିବୁ ଏବଂ ୧୧ ତାରିଖରେ ଆସି ‌ପ‌ହଞ୍ଚିବୁ । ଆମେ ଏହା ପରେ ଏକ ଗଣ ସମ୍ପଦନା ଆୟୋଜନ କରି Article ଗୁଡିକୁ ଲେଖିବୁ ଏବଂ ଫଟୋ ଏବଂ ଭିଡିଓ ଗୁଡିକୁ ଅପଲୋଡ କରିବୁ । ଅନୁଦାନ ଶୀଘ୍ର ମିଳିଲେ ଭଲ ହୁଅନ୍ତା । ଆପଣ ମାନେ ଏହି ବିଷୟରେ ନିଜ ମତ ଦେବେ । Dibyadarsi Nayak (ମୋ ଆଲୋଚନା) ୨୨:୫୬, ୨୪ ସେପ୍ଟେମ୍ବର ୨୦୧୬ (IST) ଛତର ଯାତ୍ରା ନିମନ୍ତେ ଖର୍ଚ୍ଚ ବିବରଣୀ ଖର୍ଚ୍ଚ ଟଙ୍କାରେ ଯାତ୍ରା ଖର୍ଚ୍ଚ ୩୦୦୦ ରହଣୀ ଖର୍ଚ୍ଚ ୨୫୦୦ + ୨୦୦୦ ଖାଇବା ଖର୍ଚ୍ଚ ୩୦୦୦ miscellaneous ୧୫୦୦ ଆମେ ଭାବୁଛୁ ସେଠାରେ ରହଣୀ ଖର୍ଚ୍ଚ ଅଧିକ ହୋଇ ପାରେ ତେଣୁ ଆମେ ଆଉ ୨୦୦୦ ମାଗୁଛୁ । ନାମସମ୍ପାଦନ କରନ୍ତୁ Dibyadarsi Nayak ଜଗନ୍ନାଥ ଦୋରା Dinesh.das.171 ସମର୍ଥନସମ୍ପାଦନ କରନ୍ତୁ ପବିତ୍ର କୁମାର ପଣ୍ଡା (ଯୋଗାଯୋଗ କରନ୍ତୁ) |ଅବଦାନ) ୦୦:୧୫, ୨୫ ସେପ୍ଟେମ୍ବର ୨୦୧୬ (IST) ଜଗନ୍ନାଥ ଦୋରା ୦୦:୨୧, ୨୫ ସେପ୍ଟେମ୍ବର ୨୦୧୬ (IST) Dibyadarsi Nayak(ପଚାରିବେ) ଅବଦାନ) ୧୨:୨୬, ୨୫ ସେପ୍ଟେମ୍ବର ୨୦୧୬ (IST) Abha Pradhan (ଯୋଗାଯୋଗ କରନ୍ତୁ) |ଅବଦାନ) ୧୨:୫୨, ୨୫ ସେପ୍ଟେମ୍ବର ୨୦୧୬ (IST) Ramachanra nayak (ମୋ ଆଲୋଚନା) ୧୪:୧୨, ୨୫ ସେପ୍ଟେମ୍ବର ୨୦୧୬ (IST) --Subas Chandra Rout (ମୋ ଆଲୋଚନା) ୧୪:୩୮, ୨୫ ସେପ୍ଟେମ୍ବର ୨୦୧୬ (IST) ସମର୍ଥନ--ଶୈଳେଶ (ପଚାରିବେ କିଛି?) ୧୬:୪୭, ୨୫ ସେପ୍ଟେମ୍ବର ୨୦୧୬ (IST) Dinesh.das.171(ମୋ ଆଲୋଚନା)୧୯:୫୨, ୨୫ ସେପ୍ଟେମ୍ବର ୨୦୧୬ (IST) ଆପଣ ମାନଙ୍କ ବାର୍ତ୍ତା କୁ ମୁଁ ସମର୍ଥନ କରୁଛି ।--Aliva Sahoo (ମୋ ଆଲୋଚନା) ୨୦:୪୧, ୨୫ ସେପ୍ଟେମ୍ବର ୨୦୧୬ (IST) ଏହି କାର୍ଯ୍ୟକୁ ମୁଁ ସମର୍ଥନ କରୁଚି। ।--Adyasha1994 (ମୋ ଆଲୋଚନା) ୧୯:୩୩, ୨୬ ସେପ୍ଟେମ୍ବର ୨୦୧୬ (IST) ସମର୍ଥନ --Chinmayee Mishra (ମୋ ଆଲୋଚନା) ୧୩:୦୦, ୨୬ ସେପ୍ଟେମ୍ବର ୨୦୧୬ (IST) --ସୁଭାସିସ ପାଣିଘରି (ଆଳାପ) ୧୮:୫୬, ୨୯ ସେପ୍ଟେମ୍ବର ୨୦୧୬ (IST) ବିରୋଧସମ୍ପାଦନ କରନ୍ତୁ ଭିନ୍ନ ମତସମ୍ପାଦନ କରନ୍ତୁ ଫଟୋ, ଭିଡ଼ିଓ ଅପଲୋଡ ପାଇଁ ନେଟ୍ ଖର୍ଚ୍ଚ ମଧ୍ୟ ଏକାଥରେ ସାମିଲ କରାଯାଉ । ଅଳ୍ପ ଟଙ୍କା ପାଇଁ ଆଉଥରେ ଆବେଦନ କରିବା ଠିକ ହବନି । Abha Pradhan (ଯୋଗାଯୋଗ କରନ୍ତୁ) |ଅବଦାନ) ୧୨:୫୬, ୨୫ ସେପ୍ଟେମ୍ବର ୨୦୧୬ (IST) ବର୍ତ୍ତମାନ ଆମ ପାଖରେ jio ସିମ୍ ଅଛି ତେଣୁ ନେଟ୍ ଖର୍ଚ୍ଚ ଦରକାର ନାହିଁ । ଜଗନ୍ନାଥ ଦୋରା ୦୧:୫୭, ୨୫ ସେପ୍ଟେମ୍ବର ୨୦୧୬ (IST) ତୁମର ସେଇଠି କେହି ଚିହ୍ନା ଅଛନ୍ତି ? କାର୍ଯ୍ୟକ୍ରମ schedule ବାବଦରେ ଅବଗତ ହେବା ନିହାତି ଦରକାର । ସ୍ଥାନୀୟ ଲୋକଙ୍କ ସହଯୋଗରେ ସହଜରେ ଏସବୁ କାମ ହୋଇପାରିବ । --ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୧୯:୦୩, ୨୫ ସେପ୍ଟେମ୍ବର ୨୦୧୬ (IST) ହଁ ଅଛନ୍ତି ଜଣେ ବନ୍ଧୁ ସେଠାକାର ସେ ସ‌ହାୟତା କରିବା ପାଇଁ ରାଜି ହୋଇଛନ୍ତି । Dibyadarsi Nayak 20:03, ୨୫ ସେପ୍ଟେମ୍ବର ୨୦୧୬ (IST) jio ସିମ ଜିନ୍ଦାବାଦ କହିବାକୁ ହେବ । ଯଦିଓ ଦିବନକୁ ୪ GB ଭଲ ସ୍ପିଦ ରେ ଦଉଛି ତଥାପି ତାହା ଅପଲୋଡ ପାଇଁ ଯଥେଷ୍ଠ । ୧୨:୫୯, ୧୮ ଅକ୍ଟୋବର ୨୦୧୬ (IST) ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନାସମ୍ପାଦନ କରନ୍ତୁ ପୁର୍ବ ବର୍ଷଠାରୁ ପ୍ରତି ନଭେମ୍ବର ମାସରେ ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ଆୟୋଜନ ହେଇଛି। ଏହି ବର୍ଷ ମଧ୍ୟ ଏହି ଗଣସମ୍ପାଦନା ଆୟୋଜନ ହେଉଛି ଓ ବିଭିନ୍ନ ଏସିଅ ଭାଷାର ଉଇକିପିଡ଼ିଆ ମାନେ ଏଥିରେ ଭାଗ ନେଉଛନ୍ତି। ଆଶା ଓଡ଼ିଆ ଉଇକିପିଡ଼ିଆ ମଧ୍ୟ ଏହି ବର୍ଷ ଏହି ଗଣସମ୍ପାଦନାରେ ଭାଗନେବ। ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ ଦେଖନ୍ତୁ।-ଶୈଳେଶ (ପଚାରିବେ କିଛି?) ୦୦:୩୯, ୨୮ ସେପ୍ଟେମ୍ବର ୨୦୧୬ (IST) ସମର୍ଥନସମ୍ପାଦନ କରନ୍ତୁ ମୁଁ ଏହାକୁ ସମର୍ଥନ କରୁଛି ଏବଂ ଅଂଶଗ୍ରହଣ କରିବାକୁ ଚାହୁଁଛି । ଏଥିରେ କିପରି ଭାଗ ନେବାକୁ ହେବ ଦୟାକରି ଜଣାଇବେ । --Satyakam Parthasarathy (ମୋ ଆଲୋଚନା) ୧୩:୧୭, ୨୮ ସେପ୍ଟେମ୍ବର ୨୦୧୬ (IST) ସମର୍ଥନ --Chinmayee Mishra (ମୋ ଆଲୋଚନା) ୧୬:୩୩, ୫ ଅକ୍ଟୋବର ୨୦୧୬ (IST) ମୋର ସମର୍ଥନ--ଜଗନ୍ନାଥ ଦୋରା ୧୩:୫୦, ୧୧ ଅକ୍ଟୋବର ୨୦୧୬ (IST) ବିରୋଧସମ୍ପାଦନ କରନ୍ତୁ ଭିନ୍ନ ମତସମ୍ପାଦନ କରନ୍ତୁ ପୋଥି : ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥିରେ ବିରଳ ବହି ଡିଜିଟାଇଯେସନସମ୍ପାଦନ କରନ୍ତୁ ମୋର ଗୋଟିଏ ପ୍ରୋପୋଜାଳ ଅଛି- ଉଇକିପାଠାଗାରର ଜନ୍ମତିଥିରେ ନିକଟତମ ପୁସ୍ତକାଳୟଗୁଡ଼ିକରୁ କେତୋଟି ବିରଳ ବହିଗୁଡ଼ିକୁ ଡିଜିଟାଇଜ କରାଯିବା ପାଇଁ ଗୋଟିଏ ପ୍ରୋଗ୍ରାମ କରାଯାଉ । ପାଖାପାଖି ଲାଇବ୍ରେରୀରୁ ଯଦି ଅତି ପୁରୁଣା ଓ ନଷ୍ଟ ହୋଇଯାଉଥିବା ବହିଗୁଡ଼ିକୁ ଆମେ ସ୍କାନ କରି ଉଇକିପାଠାଗାରରେ ମିଶାଇ ପାରିଥାନ୍ତେ, ତାହେଲେ ସେ ବହି ବଞ୍ଚିଯିବା ସହିତ ଜନ୍ମତିଥିରେ ଉଇକିପାଠାଗାରରେ ମଧ୍ୟ ଅମୂଲ୍ୟ ଜିନିଷ କେତୋଟି ରହିଥାନ୍ତା, ଯାହାକି ଆଜିକାଲି ସହଜରେ ପାଇବା କଷ୍ଟକର ହେଇଗଲାଣି । ଏମିତି ପୁରୁଣା ବହି ଅଧିକତର ସଂକଳନ ପରି ବହି ଏବଂ କାବ୍ୟ ଇତ୍ୟାଦି ଆଜିକାଲି ଆଉ ମିଳୁନାହିଁ ଏବଂ ଶହ ଶହ ବର୍ଷ ପୂର୍ବରୁ ଲେଖାହୋଇଥିବା କାବ୍ୟଗୁଡ଼ିକରେ କପିରାଇଟ ଇତ୍ୟାଦି ମଧ୍ୟ ଲାଗୁ ହେବ ନାହିଁ । ତେଣୁ ଯଦି ଏହା ପାଇଁ କୌଣସି ଉପଯୁକ୍ତ ଲାଇବ୍ରେରୀ ଥାଏ, ଦୟାକରି ମତାମତ ଦିଅନ୍ତୁ । ଆମେ ଏହାକୁ ଜନ୍ମତିଥି ଦିନ ବା ତା ପୂର୍ବ ଦିନ ଯାଇ କରି ପାରିବା । ଯଦି ନକରିବା ସେମିତି ଏଗୁଡ଼ିକ ସଡିଯାଇ ନଷ୍ଟ ହେଇଯିବ । ମୋ ମତରେ ଉଇକିରେ ଥିବା ସ୍କାନର ସହିତ ସେଠି ଉପସ୍ଥିତ ସଦସ୍ୟମାନେ ନିଜ ମୋବାଇଲ କ୍ୟାମେରାରେ ମଧ୍ୟ ସ୍କାନ କରିବାରେ ସହାୟତା କରିପାରିବେ, କାରଣ ଆଜିକାଲି ମୋବାଇଲ ସ୍କାନରରେ ମଧ୍ୟ କୁଆଲିଟି କୌଣସି ଗୁଣେ କାମ ନୁହେଁ । କେବଳ ପଢି ହେଲେ ଠିକ । ଆଉ ପଦେ କଥା- ଅଧିକତର ପୁସ୍ତକାଳୟରେ ଅତି ବିରଳ ବହିକୁ ଅଲଗା ଥାନରେ ରଖନ୍ତି ଓ ସମସ୍ତଙ୍କୁ ତାହା ଦେଖିବାର ଅନୁମତି ଦିଅନ୍ତି ନାହିଁ, ଓ ସେଠି କାମେରା ଇତ୍ୟାଦି ମଧ୍ୟ ନେବା ପାଇଁ ଅନୁମତି ନଥାଏ । ତେଣୁ individual ଭାବେ ଏପରି କାମ କରିବା କଷ୍ଟ ହୋଇ ଥିଲେ ହେଁ, ଉଇକି ଭଳି ପ୍ରକଳ୍ପ ତରଫରୁ ଯଦି ନିବେଦନ କରାଯାଏ, ତେବେ ହୁଏତ କିଛି ସମ୍ଭବପର ହେବ । --ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୧୨:୦୧, ୨୮ ସେପ୍ଟେମ୍ବର ୨୦୧୬ (IST) ସମର୍ଥନସମ୍ପାଦନ କରନ୍ତୁ ସମର୍ଥନ-ଶୈଳେଶ (ପଚାରିବେ କିଛି?) ୧୨:୦୫, ୨୮ ସେପ୍ଟେମ୍ବର ୨୦୧୬ (IST) ସମର୍ଥନ---Subas Chandra Rout (ମୋ ଆଲୋଚନା) ୧୭:୦୮, ୨୮ ସେପ୍ଟେମ୍ବର ୨୦୧୬ (IST) ସମର୍ଥନ --Chinmayee Mishra (ମୋ ଆଲୋଚନା) ୧୬:୩୫, ୫ ଅକ୍ଟୋବର ୨୦୧୬ (IST) ସମର୍ଥନ --ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୦:୧୨, ୧୧ ଅକ୍ଟୋବର ୨୦୧୬ (IST) ସମର୍ଥନ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୨:୨୨, ୭ ଡିସେମ୍ବର ୨୦୧୬ (IST) ଏହି କାର୍ଯ୍ୟ କରିବା ପାଇଁ କିଛି ୱିକିଅଳିଙ୍କୁ ଦାୟିତ୍ଵା ଦିଆଗଲେ ତାହା ସଙ୍ଗଠିତା ଭାବରେ ହେଇପାରିବ । ପୁରାତନ ପୁସ୍ତକ ଥିବା ଲାଇବ୍ରେରୀ ଚିହତ ପରେ ଦାୟିତ୍ଵ ରେ ଥିବା ଅଧିକାରୀ ଙ୍କୁ ଏ ବିଷୟ ରେ ଅନୁରୋଧ କାଲେ ଏପରି ଏକ ଭଲ କମ ପାଇଁ ସେ ନିଶ୍ଚୟ ସ୍ବୀକୃତି ଦେବେ ଓ ସେହି ଲାଇବ୍ରେରୀ ରେ ହିଁ ସ୍କାନର ସହାୟତା ରେ ଫୋଟୋ ସବୁ ଅପଲୋଡ କରାଯାଇ ପାରିବ । ତେବେ ଏଥିପାଇଁ କିଛି ସମୟ ଲାଗିବ ।Susant purohit (ମୋ ଆଲୋଚନା) ୨୧:୪୯, ୧୮ ଅକ୍ଟୋବର ୨୦୧୬ (IST) ସୁଶାନ୍ତ ଭାଇ, ଏହି କାମ ନିମନ୍ତେ ଭୁବନେଶ୍ୱରରେ ଥିବା ଉଇକିଆଳିମାନଙ୍କ ସହାୟତା ଦରକାର | ତେଣୁ ଭୁବନେଶ୍ୱରରେ ଥିବା ଉଇକିଆଳିମାନେ, ଯେଉଁମାନେ ଏହି କାର୍ଯ୍ୟ କରିପାରିବେ ଦୟାକରି ତଳେ ନାମ ଲେଖନ୍ତୁ | --ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୩:୩୭, ୨୨ ନଭେମ୍ବର ୨୦୧୬ (IST) ଏହି କାମକୁ ଆଗକୁ ନେବା ପାଇଁ ୨୬ ତାରିଖରେ ମୁଁ କଟକ ଓ ପୁରୀକୁ ଯାଇ ଧର୍ମଗ୍ରନ୍ଥ ଷ୍ଟୋର ଇତ୍ଯାଦି ପୁରୁଣା ପ୍ରକାଶକଙ୍କଠୁଁ କପିରାଇଟ ବାହାରେ ଥିବା ବହିସବୁ ଆଣିବି । ଏହା ସହ ପୁରୀର ପୁରାତନ ପୁସ୍ତକାଳୟ (ଯେପରିକି ରଘୁନନ୍ଦନ ଲାଇବ୍ରେରୀ) ଓ ମୋର କେତେକ ସାଙ୍ଗଙ୍କଠୁଁ ପୁରୁଣା ବହିସବୁ ଯୋଗାଡ଼ କଲିଣି । ଏହି ସବୁ ପ୍ରଥମ ପର୍ଯ୍ୟାୟରେ ସ୍କାନ କରାହୋଇ ପରେ ଉଇକିପାଠାଗାରରେ ଯୋଡ଼ାହେବ । ଏଥିରେ ମୋ ସଙ୍ଗରେ ଶୈଳେଶ ଭାଇ ମଧ୍ୟ ସ୍ୱେଚ୍ଛାରେ ଯାଉଛନ୍ତି । ଯଦି ଆଉ କେହି ନିଜ ବ୍ୟକ୍ତିଗତ ପୁସ୍ତକ ସଙ୍ଗ୍ରହରୁ ବା ଅନ୍ୟ କୌଣସି ବାଟରେ ସାହାଯ୍ୟ କରିପାରିବେ କୁହନ୍ତୁ । ଏହା ପାଇଁ ମୁଁ ସିଆଇଏସକୁ ଗୋଟିଏ ଗ୍ରାଣ୍ଟ ଆବେଦନ ମଧ୍ୟ କରିଛି, ଠିକ ଭାବିଲେ ମୋତେ endorse କରନ୍ତୁ- ଲିଙ୍କ--ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୧୦:୨୪, ୬ ଡିସେମ୍ବର ୨୦୧୬ (IST) ବିରୋଧସମ୍ପାଦନ କରନ୍ତୁ ଭିନ୍ନ ମତସମ୍ପାଦନ କରନ୍ତୁ ୨୦୧୬ ରଥଯାତ୍ରା ଗଣସମ୍ପାଦନା ବାବଦରେସମ୍ପାଦନ କରନ୍ତୁ ପ୍ରଥମେ ସମସ୍ତ ଉଇକିଆଳିଙ୍କୁ ମୁଁ ଅବଗତ କରାଇବାକୁ ଚାହେଁ ଯେ, ଜୁଲାଇ ମାସ ୬ ତାରିଖ ଠାରୁ ଅଗଷ୍ଟ ମାସ ୪ ତାରିଖ ପର୍ଯ୍ୟନ୍ତ ନିଷ୍ଠା ଭାଇଙ୍କ ଦ୍ୱାରା ୨୦୧୬ ରଥଯାତ୍ରା ଗଣସମ୍ପାଦନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ୮ଜଣ ଉଇକିଆଳି ସାମିଲ ଥିଲେ।ରଥଯାତ୍ରା ଗଣସମ୍ପାଦନା ପୃଷ୍ଠାରେ, ୨୦୦ ପଏଣ୍ଟ(200kb) ତଥ୍ୟ ପ୍ରଦାନ କରିଥିବା ଉଇକିଆଳିଙ୍କୁ ଉପଯୁକ୍ତ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯିବା କଥା ଉଲ୍ଲେଖ ଥିଲା।ଏହାର ଖର୍ଚ୍ଚ ବହନ କରିବା ପାଇଁ ନିଷ୍ଠା ଭାଇଙ୍କ ପାଖରେ ପୁର୍ବରୁ (ପୂର୍ଵ ଗଣସମ୍ପାଦନାରୁ) ବଳି ପଡ଼ିଥିବା ୬୩୦୦ ଟଙ୍କାକୁ ଉପଯୋଗ କରାଯିବା କଥା ଆଲୋଚନା ସଭାରେ ଉଲ୍ଲେଖ ଥିଲା।ପ୍ରତିଯୋଗିତାର ପୁରସ୍କାର ଓ ଫଳାଫଳ ପାଇଁ ମୁଁ ନିଷ୍ଠା ଭାଇଙ୍କ ସହ what's up ଓ fb ରେ କହିଥିଲି ହେଲେ ଏ ପର୍ଯ୍ୟନ୍ତ କିଛି ହେଲା ନାହିଁ, ପ୍ରତିଯୋଗିତା ଶେଷ ହେବାର ପ୍ରାୟ ଅଢେ଼ଇ ମାସ ହୋଇଗଲାଣି।ଉଇକିପିଡ଼ିଆରେ ସମ୍ପାଦନା ଏକ ସ୍ଵେଚ୍ଛାଚାରୀ କାର୍ଯ୍ୟ ହୋଇଥିବାରୁ ଏଥିରୁ କୌଣସି ଜିନିଷ ଆଶା କରିବା ଠିକ୍ ନୁହେଁ।କିନ୍ତୁ ଯେହେତୁ ଏହା ଏକ ପ୍ରତିଯୋଗିତା ଥିଲା, ଏକ ପ୍ରତିଯୋଗୀ ହିସାବରେ ନିଜ ପରିଶ୍ରମର ଫଳ ଆଶା କରିବା ମୋ ମତରେ ଭୁଲ୍ ନୁହେଁ।ମୁଁ ଏହି ପ୍ରତିଯୋଗିତା ପାଇଁ ବହୁ ମୂଲ୍ୟ ସମୟ ଦେଇ 200kb ରୁ ଅଧିକ ତଥ୍ୟ ପ୍ରଦାନ କରିଥିଲି ଓ ପ୍ରାୟ 70 ଟି photo upload କରିଥିଲି।କିନ୍ତୁ ଏ ପରିଶ୍ରମର ଉପଯୁକ୍ତ ମୂଲ୍ୟ ନ ମିଳିଲେ Wikipedia edit ରେ ଇଚ୍ଛା କମିଯିବା ଏକ ସ୍ଵାଭାବିକ କଥା।ତେଣୁ ମୁଁ ଚାହେଁ କି, ଆଲୋଚନା ସଭାରେ ପ୍ରତିଯୋଗୀ ମାନଙ୍କର ଅବଦାନ ଗଣନା କରି ଲେଖାଯାଉ ଏବଂ ତତ୍ ସହିତ ପୁରସ୍କାର ବାବଦରେ ଲେଖାଯାଉ।ପୁରସ୍କାର ପ୍ରଦାନର ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ କରି ଆଲୋଚନା ସଭାରେ ଲେଖାଯାଉ।ଏହି link ରେ ଆପଣ 2016 ରଥଯାତ୍ରା ଗଣସମ୍ପାଦନା ପୃଷ୍ଠା କୁ ଯାଇପାରିବେ(https://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%B0%E0%AC%A5%E0%AC%AF%E0%AC%BE%E0%AC%A4%E0%AD%8D%E0%AC%B0%E0%AC%BE_%E0%AC%97%E0%AC%A3%E0%AC%B8%E0%AC%AE%E0%AD%8D%E0%AC%AA%E0%AC%BE%E0%AC%A6%E0%AC%A8%E0%AC%BE_%E0%AD%A8%E0%AD%A6%E0%AD%A7%E0%AD%AC)। ପବିତ୍ର କୁମାର ପଣ୍ଡା (ମୋ ଆଲୋଚନା) |ଅବଦାନ) ସମର୍ଥନସମ୍ପାଦନ କରନ୍ତୁ ସମର୍ଥନ ପବିତ୍ରଙ୍କ ଦ୍ୱାରା ଉଲ୍ଳେଖ କରାଯାଇଥିବା ରଥଯାତ୍ରା ଗଣ ସମ୍ପାଦନା ବାବଦରେ ମୁଁ ଏକମତ ରହିଅଛି । ଯଥାଶୀଘ୍ର ଏହାର ଉଚିତ ମତାମତ ପ୍ରଦାନ କରାଯାଉ ।--Aliva Sahoo (ମୋ ଆଲୋଚନା) ୧୩:୪୬, ୧୧ ଅକ୍ଟୋବର ୨୦୧୬ (IST) ହଁ ଏଥିପାଇଁ ଇଚ୍ଛା କମିଯାଇପାରେ ମଧ୍ୟ --ଜଗନ୍ନାଥ ଦୋରା ୧୩:୫୯, ୧୧ ଅକ୍ଟୋବର ୨୦୧୬ (IST) ଉତ୍ତରସମ୍ପାଦନ କରନ୍ତୁ ଦିନେଶ ଏବଂ ତାଙ୍କ ଦଳ 250ରୁ ଅଧିକ ଫଟୋ ଓ ଭିଡିଓ ଅପଲୋଡ଼ କରିଛନ୍ତି । କାମ ଏବେ ସୁଦ୍ଧା ଚାଲୁଅଛି । କେତେ ସଂଖ୍ୟକ ଫଟୋ ଅପଲୋଡ଼ କଲେ ସଠିକ ସୂଚନା ଜଣେଇନଥିବାରୁ ପରିସଂଖ୍ୟାନ ବିଭାଗ ଅପଡେଟ ହୋଇନଥିଲା । ଦିନେଶ ଓ ତାଙ୍କ ଦଳ, ଆଭା, ପବିତ୍ର ଓ ସଂଗ୍ରାମଙ୍କୁ ଉଇକି ପାଠାଗାର ଦ୍ବିତୀୟ ଜନ୍ମତିଥି ଅବସରରେ ଛପା ପୋଷ୍ଟ କାର୍ଡ଼ ଏବଂ ସାର୍ଟିଫିକେଟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବ । (@Psubhashish:ଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କଲି । ଶୁଭ ଭାଇ ଖର୍ଚ୍ଚ ଉଲ୍ଲେଖ କରିବେ ।) ଦିନେଶଙ୍କୁ ୧୦୦୦ ଟଙ୍କାର ଇଣ୍ଟରନେଟ ସହାୟତା ଦିଆଯାଇଛି । ଆଭା ପ୍ରଧାନ, ପବିତ୍ର କୁମାର ପଣ୍ଡା ଓ ସଂଗ୍ରାମ କେଶରୀ ସେନାପତିଙ୍କୁ ଇଣ୍ଟରନେଟ ଖର୍ଚ୍ଚ ୨୦୦ ଲେଖାଏଁ ଟଙ୍କା ପ୍ରଦାନ କରାଯିବ । *ମୁଁ ଅବହେଳା କରିଥିବାରୁ ବ୍ୟକ୍ତିଗତ ଭାବେ ଦୁଃଖିତ । ଆଶା କରେ ଉଇକି ପାଠାଗାର ଦ୍ଵିତୀୟ ଜନ୍ମତିଥି କାର୍ଯ୍ୟକ୍ରମ ଯାଏଁ ଅପେକ୍ଷା କରିବେ ଏବଂ ଉଇକିପିଡ଼ିଆକୁ ଭଲ ପାଇବା ଜାରି ରଖିବେ । IIMC, ଢେଙ୍କାନାଳରେ କର୍ମଶାଳା ପାଇଁ ଆଲୋଚନାସମ୍ପାଦନ କରନ୍ତୁ କିଛି ଦିନ ତଳେ ମୃଣାଳ ସାରଙ୍କ ସ‌ହ ମେଲ ଯୋଗେ ଯୋଗାଯୋଗ କରିଥିଲି, ସେ ନିଜ ତରଫରୁ IIMCଠାରେ ଉଇକିପିଡ଼ିଆ କର୍ମଶାଳା କରିବାକୁ ଇଚ୍ଛୁକ ଥିଲେ । ସେ ଡିସେମ୍ବର ପ୍ରଥମ ସପ୍ତାହରେ ଏହି କର୍ମଶାଳାଟି କରିବାକୁ ଇଚ୍ଛୁକ ଅଛନ୍ତି । ଏଠାରେ, ଆମେ କିପରି ସେ କର୍ମଶାଳାଟି କରିବା ତା ବିଷ‌ୟରେ ଆଲୋଚନା କରିବାକୁ ଚାହୁଁଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କର୍ମଶାଳାସମ୍ପାଦନ କରନ୍ତୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ପାଇଁ ପ୍ରସ୍ତାବ ଆସିଛି, ଏହା ଗୋଟେ ଦିନର କର୍ମଶାଳା ହେବ ଏବଂ ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ହେଇପାରେ। ଏହି କର୍ମଶାଳା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କିଛି ଉଇକିଆଳିଙ୍କୁ Resource Person ଭାବେ ନିମନ୍ତ୍ରଣ ଦେଇଛି, ଯଦି କେହି ଯିବାକୁ ଇଚ୍ଛୁକ ଅଛନ୍ତି ତେବେ ଏଠାରେ ଜଣାଇବାକୁ ଅନୁରୋଧ। ମତେ HoDଙ୍କୁ କାଲି ସୁଧା ମେଲ ପଠେଇବାର ଅଛି।-ଶୈଳେଶ (ପଚାରିବେ କିଛି?) ୧୨:୩୨, ୨୦ ନଭେମ୍ବର ୨୦୧୬ (IST) ନଭେମ୍ବର ୨୭ ରେ ଏହି କର୍ମଶାଳାଟି ଆୟୋଜନ କରାଯାଇଥିଲା। ମୁଁ ସମ୍ବଲପୁରରେ ରହୁଛି । ସାହାଯ୍ୟ କରିବା ପାଇଁ ସଦା ପ୍ରସ୍ତୁତ । --ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୧୩:୨୫, ୨୦ ନଭେମ୍ବର ୨୦୧୬ (IST) ଏହି କର୍ମଶାଳା ରେ କଣ ସବୁ ହେଲା ତାହା ଏଠାରେ ଜଣେଇଲେ ଅନ୍ୟ ୱିକିଆଳି ମାନେ ଜାଣି ପାରନ୍ତେ । ମୁ ସାଧାରଣତଃ ସମ୍ବଲପୁର ରେ ରହେ । କିନ୍ତୁ ପୂର୍ବ ନିର୍ଧାରିତ କାର୍ଯ୍ୟ କ୍ରମ ଅନୁସାରେ ସେହି ସମୟ ରେ ମୁ ଉତ୍ତର ଭାରତ ର ରାଜସ୍ଥାନ ଭ୍ରମଣ ରେ ଥିବାରୁ ଏହି କାର୍ମଶାଳା ରେ ଯୋଗଦାନ କରି ନ ପରି ଖୁବ ଦୁଖିତ । ମୋତେ ଯୋଗ ଦେବା ଆଗରୁ ସୁଚିତ କରି ଆମନ୍ତ୍ରିତ କରିଥିବାରୁ ମୁ ସମ୍ପାଦକ ମହାଶଯ ଙ୍କୁ ଧନ୍ୟବାଦ ଦେବା ସହ ଅନୁପସ୍ଥିତ ରହିଥିବାରୁ କ୍ଷ୍ୟମା ପ୍ରାର୍ଥନା କରୁଛି । Susant purohit (ମୋ ଆଲୋଚନା) ୨୧:୫୪, ୭ ଡିସେମ୍ବର ୨୦୧୬ (IST) ଆଗାମୀ ଦିନ ରେ ସମ୍ବଲପୁର ବା ଭୁବନେଶ୍ବର ନିକଟ ସ୍ଥାନ ରେ କାର୍ମଶାଳା କାଲେ ମତେ ଜଣେଇବାକୁ ଅନୁରୋଧ । ମୁ ନିଶ୍ଚୟ ଚେଷ୍ଟା କରିବି ଯୋଗ ଦେବା ପାଇଁ । Susant purohit (ମୋ ଆଲୋଚନା) ୨୧:୫୯, ୭ ଡିସେମ୍ବର ୨୦୧୬ (IST) CIS-A2K Newsletter October 2016ସମ୍ପାଦନ କରନ୍ତୁ Hello, CIS-A2K has published their newsletter for the months of October 2016. The edition includes details about these topics: Blog post Wikipedia Asian Month — 2016 iteration starts on 1 November — a revisit Program report: Impact Report form for the Annual Program Grant Program report: Kannada Wikipedia Education Program at Christ university: Work so far Article: What Indian Language Wikipedias can do for Greater Open Access in India Article: What Indian Language Wikipedias can do for Greater Open Access in India . . . and more Please read the complete newsletter here. --MediaWiki message delivery (ମୋ ଆଲୋଚନା) ୧୦:୪୮, ୨୧ ନଭେମ୍ବର ୨୦୧୬ (IST) If you want to subscribe/unsubscribe this newsletter, click here. ପୁରୀ ଉଇକିଟୁଙ୍ଗୀ ମେଳଣସମ୍ପାଦନ କରନ୍ତୁ ଆଗାମୀ ୧ ଡିସେମ୍ବର ୨୦୧୬ରେ ପୁରୀ ରେ ଷଷ୍ଠ ଉଇକିଟୁଙ୍ଗୀ ମେଳଣ ହେବ। ନୁଆ ପ୍ରକଳ୍ପ, ଉଇକିପାଠାଗାର ଯୋଜନା, ପୁରୀରେ କିପରି ନୁଆ ଉଇକିଆଳିଙ୍କୁ ଆଣିବା ତା ବିଷୟରେ ଆଲୋଚନା। ଆଗ୍ରହୀ ଉଇକିଆଳିଙ୍କୁ ଯୋଗ ଦେବାକୁ ଅନୁରୋଧ।--ଶୈଳେଶ (ପଚାରିବେ କିଛି?) ୧୯:୫୮, ୨୯ ନଭେମ୍ବର ୨୦୧୬ (IST) ଡିସେମ୍ବର ମାସ IRCସମ୍ପାଦନ କରନ୍ତୁ ନମସ୍କାର, ମୁଁ ସମସ୍ତଙ୍କୁ ଡିସେମ୍ବର ମାସର IRCରେ ଭାଗ ନେବା ପାଇଁ ଅନୁରୋଧ କରୁଛି। ଏହି IRCରେ ଆମେ ପାଠାଗାର ଜନ୍ମତିଥି ବିଷୟରେ ଏବଂ ଉଇକିପିଡ଼ିଆ ପ୍ରକଳ୍ପର ଅନ୍ୟ ଯୋଜନା ବିଷୟରେ ଆଲୋଚନା କରିବା। IRC ପାଇଁ ତଳେ ତାରିଖ ବାଛିବାକୁ ଅନୁରୋଧ କରୁଛି।--ଶୈଳେଶ (ପଚାରିବେ କିଛି?) ୧୨:୦୯, ୧୭ ଡିସେମ୍ବର ୨୦୧୬ (IST) ମତାମତସମ୍ପାଦନ କରନ୍ତୁ ୧୯ ଡିସେମ୍ବର (ସୋମବାର) ରାତି ୭.୩୦ / ୮ ।--ଶିତିକଣ୍ଠ (ଆଲୋଚନା) ୦୦:୪୩, ୧୮ ଡିସେମ୍ବର ୨୦୧୬ (IST) ମୁଁ ବି ଏଇ ସମୟରେ ଭାଗ ନେଇପାରିବି । --ସୁଭାସିସ ପାଣିଘରି (ଆଳାପ) ୦୮:୧୭, ୧୮ ଡିସେମ୍ବର ୨୦୧୬ (IST) ଉଇକିପାଠାଗାର ଜନ୍ମତିଥି ୨୦୧୭ସମ୍ପାଦନ କରନ୍ତୁ ନମସ୍କାର, ମୁଁ ଜଣେଇବାକୁ ଚାହେଁ କି ଉଇକିପାଠାଗାରର ୨ୟ ଜନ୍ମତିଥି ପାଇଁ ତାରିଖ ତୟ ହେଇଛି, ଏହି ସମ୍ମିଳନୀଟି ଜାନୁଆରୀ ୨୯ରେ ହେବ। ଉଇକିଆଳି ମାନ୍ଙ୍କୁ ଏହି ସମ୍ମିଳନୀରେ ଯୋଗଦେବାକୁ କରିବାକୁ ଅନୁରୋଧ କରୁଛି। ଏହି ଗୁଗୁଲ ଫର୍ମରେ (କେବଳ ଉଇକିଆଳିଙ୍କ ପାଇଁ) ନିଜର ତଥ୍ୟ ଦିଅନ୍ତୁ, ଯାହା ଆମକୁ ଆପଣଙ୍କ ଗମନାଗମନ, ଖାଦ୍ୟ ଓ ଅନ୍ୟ ବିଷୟରେ ଧ୍ୟାନ ରଖିବାରେ ସାହାୟତା କରିବ।-ଶୈଳେଶ (ପଚାରିବେ କିଛି?) ୧୧:୦୭, ୧୫ ଜାନୁଆରୀ ୨୦୧୭ (IST) ଫର୍ମର ଲିଙ୍କ ଯୋଡ଼ାଯାଇନଥିଲା । ଯୋଡ଼ିଦେଇଛି ଉପରେ । --ସୁଭାସିସ ପାଣିଘରି (ଆଳାପ) ୧୨:୪୨, ୧୬ ଜାନୁଆରୀ ୨୦୧୭ (IST) କାହାକୁ ଅତିଥି ଭାବେ ଡାକିବା?ସମ୍ପାଦନ କରନ୍ତୁ ତଳେ ନିଜ ମତ ଓ କାହିଁକି ତାଙ୍କୁ ଡାକିବା ସେ ବାବଦରେ ମତ ଦେବେ । ୧ମ ପସନ୍ଦ: ୱାକିଂ ବୁକଫେଆର୍ସର ଶତାବ୍ଦୀ ମିଶ୍ର ଓ ଅକ୍ଷୟ ରାଉତରାୟ (ଉଭୟ ଆମ ଭଳି ସାଧାରଣ ଲୋକ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଓଡ଼ିଶାରେ ଓ ଓଡ଼ିଶା ବାହାରେ ଅନେକ ଲୋକଙ୍କ ପାଖେ ବହି ପହଞ୍ଚାଇଛନ୍ତି । ଆମର ମୂଳ ଉଦ୍ଦେଶ୍ୟ ବି ସେଇଆ । କପିରାଇଟର ବାଧା ନ ଥାଇ ସାଧାରଣ ପାଠକ ପାଖରେ ବିରଳ ବହିସବୁ ଉପଲବ୍ଧ କରାଇବା ।), ଓ ୨ୟ ପସନ୍ଦ: ବକୁଳ ପାଠାଗାରର ସୁଜିତ ମହାପାତ୍ର (ବକୁଳ ଫାଉଣ୍ଡେସନ ଓ ପାଠାଗାର ଅନେକ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପରିଚାଳିତ । ପିଲାଙ୍କୁ ଗପ, କାହାଣୀ, ଖେଳ, ଛବି ଅଙ୍କା ଆଦି କାମ ଭିତରେ ପଢ଼ାଇବାରେ ବକୁଳ ଅନେକ ନୂଆ ନୂଆ କାମ ଆରମ୍ଭ କରିଛି । ୧୨ ବର୍ଷରୁ ୭୦ ବର୍ଷ ବୟସର ଲୋକଙ୍କୁ ନେଇ ତିଆରି ଆମ ଓଡ଼ିଆ ଉଇକି ସଂଘ ତାଙ୍କଠୁ ଅନେକ ଶିଖିପାରିବ ।) --ସୁଭାସିସ ପାଣିଘରି (ଆଳାପ) ୧୩:୫୭, ୨୩ ଜାନୁଆରୀ ୨୦୧୭ (IST) --ସମର୍ଥନ:ୱାକିଂ ବୁକଫେଆର୍ସର ଶତାବ୍ଦୀ ମିଶ୍ର ଓ ଅକ୍ଷୟ ରାଉତରାୟ (କାରଣ ଆମେ ଉଇକି ପାଠାଗାର ପାଇଁ ତାଙ୍କଠାରୁ/ଦ୍ୱାରା କିଛି ବିରଳ ବ‌ହି ପାଇପାରିବା)--Pmsarangi (ମୋ ଆଲୋଚନା) ୧୪:୨୩, ୨୩ ଜାନୁଆରୀ ୨୦୧୭ (IST) Invitation for Office Hours with WMF's Global Reach teamସମ୍ପାଦନ କରନ୍ତୁ Hi, On behalf of Wikimedia Foundation’s Global Reach Team, we would like to invite all the South Asian Wikimedia communities to our office hours to discuss our work in the region. Meeting Details Date: Thursday, 19th January 2017 Time: 16:00 UTC/21:30 IST Duration: 1 hour Language: English Google Hangout Location: https://hangouts.google.com/hangouts/_/ytl/w5sE6IZTXERWH0VvKtDRiAm9WE1eZ5mYcnQm0h7dHok=?hl=en_US&authuser=0 If you are not able to join the hangout, you can watch the live stream with a few seconds lag at https://www.youtube.com/watch?v=qD-VCpQkVSk Etherpad: https://etherpad.wikimedia.org/p/Global_Reach_South_Asia_Office_Hours Agenda Introduction of Global Reach Team and office hours Research around New Readers and our partnership themes Feedback for next office hours Q&A We plan to hold these office hours at regular intervals. FYI, office hours for South East Asia and Central Asia/Eastern Europe will be held separately; given the size of communities, we needed to break down the regions. Please feel free to add your questions, comments, and expectations in the Etherpad document shared above. You can also reach out to [email protected] and [email protected] for any clarification. Please help us translate and share this invitation in community social media channels to spread the word. Thanks, Ravishankar Ayyakkannu, Manager, Strategic Partnerships, Asia, Wikimedia Foundation --୨୩:୫୭, ୧୭ ଜାନୁଆରୀ ୨୦୧୭ (IST) We thank everyone for participating in the Office hours with WMF's Global Reach team. Meeting notes can be found here. You can also watch the YouTube recording here. --Ravishankar Ayyakkannu, Manager, Strategic Partnerships, Asia, Wikimedia Foundation. ୧୫:୪୯, ୧ ଫେବୃଆରୀ ୨୦୧୭ (IST) Train-the-Trainer 2017: Invitation to participateସମ୍ପାଦନ କରନ୍ତୁ Sorry for writing in English, please translate this message to your language, if possible Hello, It gives us great pleasure to inform that the Train-the-Trainer (TTT) 2017 programme organised by CIS-A2K is going to be held from 20-22 February 2017. What is TTT? Train the Trainer or TTT is a residential training program. The program attempts to groom leadership skills among the Indian Wikimedia community members. Earlier TTT have been conducted in 2013, 2015 and 2016. Who should join? Any active Wikimedian contributing to any Indic language Wikimedia project is eligible to apply. An editor must have 500+ edits. Anyone who have already participated in an earlier iteration of TTT, can not apply. Please see more about this program and apply to participate or encourage the deserving candidates from your community to do so: CIS-A2K/Events/Train the Trainer Program/2017 If you have any question, please let us know. Regards. Tito Dutta (CIS-A2K) sent using MediaWiki message delivery (ମୋ ଆଲୋଚନା) ୧୧:୦୫, ୧୮ ଜାନୁଆରୀ ୨୦୧୭ (IST) ଟ୍ରେନ ଦି ଟ୍ରେନର ୨୦୧୭ ଘୋଷଣାସମ୍ପାଦନ କରନ୍ତୁ ନମସ୍କାର, ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିଙ୍କ ଆକସେସ ଟୁ ନଲେଜ ପ୍ରୋଗ୍ରାମ (CIS-A2K)ର ୨୦୧୩ରୁ ଆରମ୍ଭ ହେଇଥିବା ଉଇକିପିଡ଼ିଆ ଟ୍ରେନ-ଦି-ଟ୍ରେନର ପ୍ରୋଗ୍ରାମ (TTT)ର ଚତୁର୍ଥ ସଂସ୍କରଣ ଏହି ଫେବୃଆରୀ ୨୦ରୁ ଆରମ୍ଭ ହେବାକୁ ଯାଉଛି। ଟିଟିଟି କଣ ? ଏହାର ମୂଳ ଲକ୍ଷ ହେଲା ବିଭିନ୍ନ ସମୂହ ମଧ୍ୟେ ମୁଖିଆପଣକୁ ଚେତାଇବା ଓ ମୁଖିଆ ତିଆରି କରିବା । କିଏ ଭାଗ ନେଇପାରିବେ? ଭାରତୀୟ ଭାଷାରେ ଥିବା ଯେ କୌଣସି ଉଇକିମିଡ଼ିଆ ପ୍ରକଳ୍ପର ସଚଳ ସଭ୍ଯ। ଉଇକିମିଡ଼ିଆ ପ୍ରକଳ୍ପରେ ୫୦୦ ଏଡିଟ ଥିବା ଉଇକିଆଳିମାନେ। ଏହି ସନ୍ଦେଶଟି ଆପଣମାନଙ୍କୁ ଆଗାମୀ କାର୍ଯ୍ୟକ୍ରମ ବାବଦେ ଜଣାଇବା ନିମନ୍ତେ । ଏହା ଫେବୃଆରୀ ୨୦୧୭ ରେ ହେବ । ଆମେ ଆପଣମାନଙ୍କଠାରୁ ଆବେଦନ ପାଇଁ ଅନୁରୋଧ କରୁଛୁ । ଏଠାରେ ଆବେଦନ କରନ୍ତୁ । କିଛି ଦରକାରୀ ତାରିଖ ୨୦୧୭ ଜାନୁଆରୀ ୨୬ : ଆବେଦନ କରିବାର ଶେଷ ତାରିଖ ୨୦୧୭ ଫେବୃଆରୀ ୨୦-ଫେବୃଆରୀ ୨୨: TTT-୨୦୧୭ କର୍ମଶାଳା ଆମେ ନିର୍ଘଣ୍ଟ ଏବଂ ଅନ୍ୟାନ୍ୟ ବିଭାଗ ସବୁ ଏବେ ସମ୍ପାଦନା କରୁଛୁ । ଆପଣମାନଙ୍କ ଅଭିମତ ଓ ପରାମର୍ଶ ଏଠାରେ ଜଣାଇପାରିବେ । କିଛି ପ୍ରଶ୍ନ ଥିଲେ tanveer cis-india.org ଏବଂ tito cis-india.org ଙ୍କୁ ଇମେଲ ଜରିଆରେ ପଚାରିପାରିବେ ।-ଶୈଳେଶ (ପଚାରିବେ କିଛି?) ୦୬:୧୬, ୨୦ ଜାନୁଆରୀ ୨୦୧୭ (IST) MediaWiki Training 2017: Invitation to participateସମ୍ପାଦନ କରନ୍ତୁ Hello, We are glad to inform that MediaWiki Training or MWT 2017 is going to be conducted between 24-26 February 2017 at Bangalore. MWT is a residential training workshop that attempts to groom technical leadership skills among the Indian Wikimedia community members. We invite active Indian Wikimedia community members to participate in this workshop. Please find details about this event here. Let us know if you have any question. Regards. -- Tito Dutta (CIS-A2K) sent using MediaWiki message delivery (ମୋ ଆଲୋଚନା) ୦୮:୫୫, ୨୧ ଜାନୁଆରୀ ୨୦୧୭ (IST) "https://or.wikipedia.org/w/index.php?title=ଉଇକିପିଡ଼ିଆ:ଆଲୋଚନା_ସଭା/ଅଭିଲେଖ_୧୮&oldid=264238"ରୁ ଅଣାଯାଇଅଛି<eos>
2022-11-26T15:21:49Z
https://or.m.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE_%E0%AC%B8%E0%AC%AD%E0%AC%BE/%E0%AC%85%E0%AC%AD%E0%AC%BF%E0%AC%B2%E0%AD%87%E0%AC%96_%E0%AD%A7%E0%AD%AE
OSCAR-2301
<bos>ଓମିକ୍ରନ ମୁକାବିଲା ଲାଗି ଆସୁଛି ଗାଇଡ୍‌ଲାଇନ୍ସ ; କୋଭିଡ୍‌ର ଓମିକ୍ରନ ଭାରିଆଣ୍ଟ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ସରକାର। - TIMES OF ODISHA Skip to content Friday, December 9, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career State ଓମିକ୍ରନ ମୁକାବିଲା ଲାଗି ଆସୁଛି ଗାଇଡ୍‌ଲାଇନ୍ସ ; କୋଭିଡ୍‌ର ଓମିକ୍ରନ ଭାରିଆଣ୍ଟ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ସରକାର। November 27, 2021 November 27, 2021 admin 0 Comments ଓମିକ୍ରନ ମୁକାବିଲା ଲାଗି ଆସୁଛି ଗାଇଡ୍‌ଲାଇନ୍ସ | କୋଭିଡ୍‌ର ଓମିକ୍ରନ ଭାରିଆଣ୍ଟ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ସରକାର। ସନ୍ଦିଗ୍ଧ ଓ ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର, ବିଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କ କୋଭିଡ ଟେଷ୍ଟ ଓ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ହେବ । ବିଦେଶରୁ ଆସୁଥିବା ଯାତ୍ରୀ ପଜିଟିଭ ଚିହ୍ନଟ ହେଲେ ଜିନମ ସିକ୍ବେନ୍ସିଂ କରାଯିବ । ଖୁବ୍‌ ଶୀଘ୍ର ଓମିକ୍ରନ ନେଇ ଆସିବ ରାଜ୍ୟର ଗାଇଡ୍‌ଲାଇନ: ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର ← ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ଆଜି ଅପରାହ୍‌ଣରେ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ । ୨ ଦିନ ଧରି ସନ୍ତୋଷଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଜବତ ହୋଇଥିଲା ୪୨ ଲକ୍ଷ ଟଙ୍କା । ଅନେକ ସ୍ଥାନରେ ସନ୍ତୋଷଙ୍କ ଫ୍ଲାଟ, କୋଠା ଓ ଜମି ଠାବ ହୋଇଥିଲା ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୬୫ ଜୀବନ, ୮ ହଜାର ୩୧୮ ନୂଆ ଆକ୍ରାନ୍ତ → You May Also Like ଲିଙ୍ଗ ନିରୂପଣ ଚାଲିଥିବା ଅଭିଯୋଗରେ , କଟକ ମଙ୍ଗଳାବାଗ କାଠଗୋଲାର ଏକ ଲାବୋରେଟୋରିକୁ ସିଲ୍‌ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ | ଲିଙ୍ଗ ନିରୂପଣରେ ବ୍ୟବହୃତ ଯନ୍ତ୍ରାଂଶ ଜବତ , ଲ୍ୟାବ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିବା କହିଛି ପୁଲିସ୍‌ | ଦୀର୍ଘଦିନ ଧରି ଲ୍ୟାବ୍‌ରେ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ | January 17, 2022 January 17, 2022 Jayaprada samantaray 0 ଜମ୍ମୁକାଶ୍ମୀର: ସୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୋପିଆନର ଚୌଗାମ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ ଜାରି ରହିଥିବା ବେଳେ, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବାହିନୀ । December 25, 2021 December 25, 2021 Jayaprada samantaray 0 ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନର ପ୍ରଥମ ଦିନରେ ନାମାଙ୍କନ କଲେ ୮ ହଜାର ୭୭୨ ପ୍ରାର୍ଥୀ | ୭୧୧୬ ୱାର୍ଡ ମେମ୍ବର, ୧ ହଜାର ୧୨୨ ସରପଞ୍ଚ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ | ସମିତି ସଭ୍ୟ ପାଇଁ ୫୧୨ ଏବଂ ଜିଲ୍ଲା ପରିଷଦ ପାଇଁ ୨୨ ଜଣ ଦାଖଲ କଲେ ପ୍ରାର୍ଥିପତ୍ର | ରାଜ୍ୟ ନିର୍ବାଚନ ଆୟୋଗ ସଚିବଙ୍କ ସୂଚନା January 17, 2022 January 17, 2022 admin 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ତେଲକୋଇ: ୪୯ନଂ ଜାତୀୟ ରାଜପଥରେ ଓଲଟିଲା ବସ୍ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଗାଁ ନିକଟରେ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା । ବସରେ ଥିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ସମ୍ମୁଖରୁ ହଠାତ୍ ଏକ ସାଇକେଲ ଆରୋହୀ ମାଡ଼ି ଆସିବାରୁ ଚାଳକ ଷ୍ଟିୟରିଙ୍ଗ ମୋଡି ଦେବାରୁ ରାସ୍ତାକଡ଼ରେ ବସଟି ଓଲଟିପଡ଼ିଥିଲା । ଘଟଣାସ୍ଥଳରେ କାଞ୍ଜିପାଣି ପୁଲିସର ତଦନ୍ତ ଜାରି। December 5, 2022 ବଙ୍ଗୋପସାଗରରେ ଭୂକମ୍ପ ଝଟକା, ଆଜି ସକାଳ ୮ଟା ୩୨ରେ ଭୂକମ୍ପ ଅନୁଭୂତ ସୂଚନା, ୫.୧ ତୀବ୍ରତାର ଝଟକା ହୋଇଥିବା ନେଇ NCSର ସୂଚନା December 5, 2022 ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ<eos>
2022-12-09T19:30:41Z
https://timesofodisha.com/guideline-for-coming-to-fight-omicron/
OSCAR-2301
<bos>ଉଭୟ ନୂତନ ଏବଂ ନବୀକରଣ ପ୍ରକଳ୍ପର ଭିତରର ଚଟାଣର ସୁରକ୍ଷା ପ୍ରାୟତ। ଆବଶ୍ୟକ |ଫାଷ୍ଟ ଟ୍ରାକ୍ ପ୍ରୋଗ୍ରାମଗୁଡିକ ପ୍ରାୟତ other ଅନ୍ୟ ବାଣିଜ୍ୟ ଦ୍ୱାରା କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ ସ୍ଥାପିତ ଚଟାଣର ଆବରଣକୁ ଅନ୍ତର୍ଭୁକ୍ତ କରିଥାଏ ଏବଂ କ୍ଷତି ହେବାର ଆଶଙ୍କା କମାଇବା ପାଇଁ ଉପଯୁକ୍ତ ସୁରକ୍ଷା ସାମଗ୍ରୀକୁ ବିଚାର କରାଯିବା ଉଚିତ | ଯେତେବେଳେ ଆପଣ ଫ୍ଲୋର ପ୍ରୋଟେକସନ ଖୋଜୁଛନ୍ତି, ଆପଣ କେଉଁ ଉତ୍ପାଦ ବ୍ୟବହାର କରିବେ ତାହା ବାଛିବା ପୂର୍ବରୁ ଧ୍ୟାନ ଦେବା ପାଇଁ ଅନେକ ଜିନିଷ ଅଛି |ନିର୍ଦ୍ଦିଷ୍ଟ କାର୍ଯ୍ୟ ପରିବେଶରେ କେଉଁ ଉତ୍ପାଦଗୁଡିକ ସର୍ବୋତ୍ତମ ସୁରକ୍ଷା ପ୍ରଦାନ କରିବ ସେ ସମ୍ବନ୍ଧରେ ପରାମର୍ଶ ପାଇଁ ଆମ ଗ୍ରାହକମାନେ ବାରମ୍ବାର ପଚାରିଥାନ୍ତି | ତୁମର ଆବଶ୍ୟକତା ପାଇଁ ସଠିକ୍ ଚଟାଣ ସୁରକ୍ଷା ବାଛିବା | ଅସ୍ଥାୟୀ ସୁରକ୍ଷାର ଅନେକ ପ୍ରକାର ଅଛି;ନିମ୍ନଲିଖିତ ବିନ୍ଦୁଗୁଡ଼ିକୁ ବିଚାର କରିବା ପରେ ଉଦ୍ଦେଶ୍ୟ ପାଇଁ ଏକ ଉତ୍ପାଦ ଚୟନ କରାଯିବା ଉଚିତ: ସୁରକ୍ଷା ଆବଶ୍ୟକ କରୁଥିବା ପୃଷ୍ଠଭୂମି | ସାଇଟ୍ ଅବସ୍ଥା ଏବଂ ସାଇଟ୍ ଟ୍ରାଫିକ୍ | ସମୟର ଲମ୍ବ ହସ୍ତାନ୍ତର ପୂର୍ବରୁ ସୁରକ୍ଷା ଆବଶ୍ୟକ କରେ | ଏହା ଜରୁରୀ ଯେ ଏହି କାରଣଗୁଡିକ ଉପରେ ନିର୍ଭର କରି ଅସ୍ଥାୟୀ ସୁରକ୍ଷାର ସଠିକ୍ ଫର୍ମ ବ୍ୟବହୃତ ହୁଏ, ଯେହେତୁ ଚଟାଣ ସଂରକ୍ଷଣର ଏକ ଭୁଲ ପସନ୍ଦ ଖରାପ କାର୍ଯ୍ୟଦକ୍ଷତା ସୃଷ୍ଟି କରିପାରେ, ସୁରକ୍ଷାକୁ ବାରମ୍ବାର ବଦଳାଇବା ଆବଶ୍ୟକ କରେ, ଫଳସ୍ୱରୂପ ଅଧିକ ସାମଗ୍ରିକ ଖର୍ଚ୍ଚ ହେବା ସହିତ ସମୟ ଯୋଡିବା | ତୁମର ନିର୍ମାଣ, ଚଟାଣକୁ ପ୍ରକୃତରେ କ୍ଷତି ପହଞ୍ଚାଇବାର ସମ୍ଭାବନା ବିଷୟରେ ଉଲ୍ଲେଖ ନକରିବା, ଏହା ପ୍ରକୃତରେ ସୁରକ୍ଷା ଦେବା ଉଚିତ୍ | କଠିନ ଚଟାଣ | ଚିକ୍କଣ ଚଟାଣ ପାଇଁ (ଭିନିଲ୍, ମାର୍ବଲ୍, ଆରୋଗ୍ୟ ହୋଇଥିବା କାଠ, ଲାମିନେଟ୍ ଇତ୍ୟାଦି) ଏହା ଉପରେ ଯାଉଥିବା କ heavy ଣସି ଭାରୀଯାନକୁ ସୁରକ୍ଷିତ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ତରର ପ୍ରଭାବ ସୁରକ୍ଷା ଆବଶ୍ୟକ ହୁଏ ଏବଂ ବିଶେଷତ if ଯଦି ସାଧନ କିମ୍ବା ଯନ୍ତ୍ରପାତିଗୁଡିକ ଡ୍ରପ୍ ହୋଇଥିବା ହାତୁଡ଼ି ଭାବରେ ବ୍ୟବହାର କରାଯାଏ ତେବେ ଏହା ସହଜରେ ସୃଷ୍ଟି କରିପାରେ | ତୁମର ଚଟାଣର ପୃଷ୍ଠକୁ ଦାନ୍ତ କିମ୍ବା ଚିପ୍ କର |ସେଠାରେ ବିଭିନ୍ନ ପ୍ରକାରର ସୁରକ୍ଷା ଅଛି ଯାହା ପ୍ରଭାବର କ୍ଷତି ବିରୁଦ୍ଧରେ ଭଲ ପ୍ରଦର୍ଶନ କରିଥାଏ ଏବଂ ନିର୍ମାଣ ଶିଳ୍ପରେ ସବୁଠାରୁ ଲୋକପ୍ରିୟ ହେଉଛି ପ୍ଲାଷ୍ଟିକ୍ କରଗେଜ୍ ସିଟ୍ (ଏହାକୁ କରକ୍ସ, କର୍ଫ୍ଲୁଟ୍, ଫ୍ଲ୍ୟୁଟେଡ୍ ସିଟ୍, କରୋପ୍ଲାଷ୍ଟ ମଧ୍ୟ କୁହାଯାଏ) |ଏହା ଏକ ଯାଆଁଳା କାନ୍ଥ / ଯାଆଁଳା ଫ୍ଲ୍ୟୁଟେଡ୍ ପଲିପ୍ରୋପିଲିନ ବୋର୍ଡ ଯାହା ସାଧାରଣତ she ଶୀଟ୍ ଫର୍ମରେ ଯୋଗାଯାଏ, ସାଧାରଣତ 1.2 1.2mx 2.4m କିମ୍ବା 1.2mx 1.8m |ବୋର୍ଡର ଯାଆଁଳା କାନ୍ଥ ରଚନା ଏକ ଉଚ୍ଚତର ସ୍ଥାୟୀତ୍ୱ ଏବଂ ଦୃ urd ତା ପ୍ରଦାନ କରିଥାଏ ଯେତେବେଳେ କି ଓଜନରେ ଅବିଶ୍ୱସନୀୟ ଭାବରେ ହାଲୁକା ଅର୍ଥାତ୍ ଏହାକୁ ପରିଚାଳନା କରିବା ଅତି ସହଜ |ଏହାର ଅର୍ଥ ହାର୍ଡବୋର୍ଡ ବିକଳ୍ପଗୁଡିକ ପାଇଁ ଏହା ଅଧିକ ପସନ୍ଦ ଏବଂ ଏହା ପୁନ yc ବ୍ୟବହୃତ ଫର୍ମରେ ଆସିପାରେ ଏବଂ ନିଜକୁ ସହଜରେ ପୁନ yc ବ୍ୟବହାର କରାଯାଇପାରିବ ତେଣୁ ଅଧିକ ପରିବେଶ ଅନୁକୂଳ ହୋଇପାରେ | ଯଦିଓ ହାର୍ଡୱେଡ୍ ଫ୍ଲୋର ସହିତ ବ୍ୟବହାର ପାଇଁ କର୍ରୁଟେଡ୍ ପ୍ଲାଷ୍ଟିକ୍ ସୁରକ୍ଷା ଠିକ ଅଟେ, ଯେଉଁଠାରେ ଏହା ଉଚ୍ଚ ପଏଣ୍ଟ୍ ଲୋଡ୍ ବିଷୟରେ ଚିନ୍ତା କରାଯାଏ, ଉଦାହରଣ ସ୍ୱରୂପ ଆକ୍ସେସ୍ ଯନ୍ତ୍ରପାତିରୁ, ସେହି କାଠଟି କର୍ରୁଟେଡ୍ ସିଟ୍ ର ଛାପ ସହିତ ଇଣ୍ଡେଣ୍ଟ ହୋଇପାରେ |ଏହା ପରାମର୍ଶ ଦିଆଯାଇଛି ଯେ କିଛି ଚଟାଣରେ ଯେକ any ଣସି ପଏଣ୍ଟ ଲୋଡ୍ ସମାନ ଭାବରେ ବଣ୍ଟନ କରିବା ପାଇଁ ଅତିରିକ୍ତ ସୁରକ୍ଷା ଆବଶ୍ୟକ ହୋଇପାରେ ଯେପରିକି ଅନୁଭବ କିମ୍ବା ଚମଡା ସାମଗ୍ରୀ କିମ୍ବା ବିଲଡର୍ସ କାର୍ଡବୋର୍ଡ | ପୋଷ୍ଟ ସମୟ: ଜାନ -12-2022 | ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଆମ ବିଷୟରେ FAQs ଆମକୁ ଯୋଗାଯୋଗ କରନ୍ତୁ | 13887 କିୱାଙ୍ଗ ରୋଡ୍, ନାଓଶାନ୍ ଅର୍ଥନ Development ତିକ ବିକାଶ ଜୋନ୍, ୱାଇଫାଙ୍ଗ, ଚାନ୍ଦୋଙ୍ଗ, ଚୀନ୍ | ବର୍ତ୍ତମାନ ଆମକୁ କଲ୍ କରନ୍ତୁ: +8613355279991 [email protected] ଆମକୁ ଅନୁସରଣ କରନ୍ତୁ | ବର୍ତ୍ତମାନ ପ୍ରଶ୍ନ © କପିରାଇଟ୍ 20102022: ସର୍ବସତ୍ତ୍ Res ସଂରକ୍ଷିତ | ଗରମ ଦ୍ରବ୍ୟ | ସାଇଟମ୍ୟାପ୍ AMP ମୋବାଇଲ୍ | ଷ୍ଟାକେବଲ୍ ଖେଳନା ପାତ୍ର |, ବଗିଚା କ୍ଷେତ୍ର ଅଳଙ୍କାର |, ବଡ଼ ମୂଷା ଲନ୍ ଅଳଙ୍କାର |, ସ୍ଲିମ୍ ପ୍ଲାଷ୍ଟିକ୍ ଷ୍ଟୋରେଜ୍ ପାତ୍ରଗୁଡିକ |, ଷ୍ଟୋରେଜ୍ ବାକ୍ସ କିଣିବା ପାଇଁ ସର୍ବୋତ୍ତମ ସ୍ଥାନ |, ଅତିରିକ୍ତ ବଡ଼ ଭଣ୍ଡାର ପାତ୍ର |,<eos>
2022-12-05T12:28:17Z
http://or.runpingplast.com/news/temporary-flooring-protection-for-your-contract-flooring-project/
OSCAR-2301
<bos>ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଓଡ଼ିଶା ଆସନ୍ତା ୧୭ ତାରିଖରୁ ଏମ୍‌ସ ଓପିଡି ବନ୍ଦ, ଜାରି ରହିବ ଜରୁରିକାଳୀନ ସେବା ଆସନ୍ତା ୧୭ ତାରିଖରୁ ଏମ୍‌ସ ଓପିଡି ବନ୍ଦ, ଜାରି ରହିବ ଜରୁରିକାଳୀନ ସେବା By The Sakala SS On Jan 15, 2022 ଭୁବନେଶ୍ବର : ଆସନ୍ତା ୧୭ ତାରିଖ ସୋମବାରରୁ ବନ୍ଦ ହେବ ଭୁବନେଶ୍ବର ଏମ୍‌ସ ଓପିଡି। କୋଭିଡ ସଂକ୍ରମଣ ଦୃଷ୍ଟିରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଆସନ୍ତା ୧୭ ଜାନୁଆରୀରୁ ଏହି ସେବା ବନ୍ଦ ରହିବ । ତେବେ ଅଳ୍ପ କେତେକ ବିଭାଗ ପୂର୍ବବତ ସେବା ଜାରି ରଖିବେ । ଯେଉଁ ଯେଉଁ ବିଭାଗ ଖୋଲାରହିବ ସେଗୁଡିକ ହେଲା- ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ, ଟେଲିମେଡିସିନ ଓ ଟେଲିକନସଲଟେସନ, ଆଇପିଡି ସେବା, ପଲମନାରୀ, ଆନେସ୍ଥେସିଓଲୋଜି ଓ କୋଭିଡ ଟିକାକରଣ ସେବା । ସେପଟେ ହସ୍ପିଟାଲକୁ ଆସୁଥିବା ରୋଗୀ ଯଦି ଅତ୍ୟଧିକ ଗୁରୁତର ନାହାଁନ୍ତି ତେବେ ଓପିଡିକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ଅନଲାଇନରେ ପୂର୍ବରୁ ଟିକେଟ ବୁକ୍ କରିଛନ୍ତି ସେମାନେ ନିର୍ଦ୍ଦିଷ୍ଟ ତାରିଖରେ ଆସିବା ଲାଗି କୁହାଯାଇଛି । କୋଭିଡ ସଂକ୍ରମଣ ବଢୁଥିବା ବେଳେ ଏଭଳି କଟକଣା ଜାରି କରାଯାଇଛି । ବିଭିନ୍ନ ଓପିଡି ଖୋଲା ରହୁଥିବାରୁ ବାହାରେ ଅତ୍ୟଧିକ ଗହଳି ଜମୁଛି । ଅନ୍ୟପଟେ ଏମସ ସ୍ବାସ୍ଥ୍ୟ ଆପ ଓ ଟେଲିମେଡିସିନ ଜରିଆରେ ରୋଗୀଙ୍କ ଚେକ୍ ଅପ କରାଯିବ ବୋଲି ମେିକାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଟେଲିମେଡିସିନ ସେବା ଜରିଆରେ କଲ କରି ମେଡିସିନ୍ ସଂକ୍ରାନ୍ତରେ ବୁଝି ହେବ । ଟେଲିମେଡିସିନ ସେବା ସୋମବାର ଠାରୁ ଶୁକ୍ରବାର ସକାଳ ୯ ରୁ ସଂନ୍ଧ୍ୟା ୫ ଟା ଏବଂ ଶନିବାର ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେହିପରି ସ୍ୱାସ୍ଥ୍ୟ ଆପ୍ ସୋମବାରରୁ ଶୁକ୍ରବାର ଦିନ ୮.୩୦ରୁ ଅପରାହ୍ନ ୫ଟା ଯାଏଁ ଏବଂ ଶନିବାର ଦିନ ଦିନ ଗୋଟାଏ ପର୍ଯ୍ୟନ୍ତ ସେବା ପାଇପାରିବେ ରୋଗୀ। ଅଧିକ ପଢନ୍ତୁ କାଲି ପଦମପୁର ରେଜଲ୍ଟ : ୧୪ଟି ଟେବୁଲରେ ହେବ ୨୩ ରାଉଣ୍ଡ ଗଣତି Dec 7, 2022 ଏଥିସହିତ ପଢ଼ନ୍ତୁ ସାଧାରଣ ଲୋକଙ୍କୁ ଆରବିଆଇର ଝଟ୍‌କା, ରେପୋ ରେଟ୍ ୦.୩୫ ପ୍ରତିଶତ… Dec 7, 2022 ଯଦି ଟେଲିମେଡିସିନ୍‌ ସେବା କିମ୍ବା ସ୍ୱାସ୍ଥ୍ୟ ଆପ୍ ସେବା ବେଳେ ଡାକ୍ତର ଅନୁଭବ କରନ୍ତି କି ରୋଗୀର ଅବସ୍ଥା ଗୁରୁତର ଅଛି ଏବଂ ତାଙ୍କୁ ଶାରୀରିକ ଭାବରେ ଦେଖାଯିବା ଉଚିତ୍। ତେବେ ସେମାନେ “ଟେଲିମେଡିସିନ୍” କିମ୍ବା AIIMS ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍ ମାଧ୍ୟମରେ ଏକ ଟିକେଟ କରିପାରିବେ। ପ୍ରବେଶ ଦ୍ୱାରରେ ରୋଗୀଙ୍କୁ ଟିକେଟ ଏବଂ ଡବଲ୍ ଡୋଜ ଟୀକାକରଣ ପ୍ରମାଣପତ୍ର ଦେଖାଇ ଡାକ୍ତରଙ୍କୁ ଦେଖାଇ ପାରିବେ। ସେହିଭଳି, ବିଭିନ୍ନ ସର୍ଜିକାଲ ୱାର୍ଡରେ ଅସ୍ତ୍ରୋପଚାରକୁ ଅପେକ୍ଷା କରିଥିବା ସମସ୍ତ ରୋଗୀଙ୍କୁ ଲେବର OT, COVID OT, T&E ଏବଂ ଜରୁରୀକାଳୀନ OT ବ୍ୟତୀତ ସୀମିତ ସଂଖ୍ୟକ OT ରେ ସମସ୍ତ ସୁରକ୍ଷା ସହିତ ଅପରେସନ୍ କରାଯିବ | AIIMS ଭୁବନେଶ୍ୱରରେ COVID ନାମରେକୌଣସି ଜରୁରୀକାଳୀନ ମାମଲାକୁ ଠିକ ସମୟରେ ଚିକିତ୍ସା ସେବା ନଯୋଗାଇ ଫେରାଇ ଦେବନାହିଁ ବୋଲି AIIMS ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ପ୍ରଫେସର ଡକ୍ଟର ଏନ୍ ମହାନ୍ତି କହିଛନ୍ତି। ସେହିପରି ଆଇପିଡି ଆଡମିଶନ ସମୟରେ, ଉଭୟ ରୋଗୀ ଏବଂ ତାଙ୍କ ସହାୟକଙ୍କ ପାଇଁ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ଅଟେ । ଆଇପିଡି ରୋଗୀଙ୍କ ସହିତ କେବଳ ଜଣେ ପରିବାର ଲୋକ ରହିପାରିବେ। ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବିଭାଗକୁ COVID ଉପଯୁକ୍ତ ପ୍ରୋଟୋକଲ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି ।<eos>
2022-12-07T13:08:00Z
https://thesakala.in/bhubaneswar-aiims-opd-will-be-closed-from-the-17th-january/
OSCAR-2301
<bos>ସରକାରଙ୍କ ବଡ ଚେତାବନୀ ! ଏଣିକି ଏହି 5ଟି ଜିନିଷ GOOGLE ରେ ସର୍ଚ୍ଚ କରିବା ସମ୍ପୂର୍ଣ୍ଣ ମନା, ନଚେତ ଯାଇପାରନ୍ତି ଜେଲ, ଗଣିପାରନ୍ତି ଏହି ମୋଟା ଅଙ୍କର ଫାଇନ୍… – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home viral news ସରକାରଙ୍କ ବଡ ଚେତାବନୀ ! ଏଣିକି ଏହି 5ଟି ଜିନିଷ GOOGLE ରେ ସର୍ଚ୍ଚ କରିବା ସମ୍ପୂର୍ଣ୍ଣ ମନା, ନଚେତ ଯାଇପାରନ୍ତି ଜେଲ, ଗଣିପାରନ୍ତି ଏହି ମୋଟା ଅଙ୍କର ଫାଇନ୍… ସରକାରଙ୍କ ବଡ ଚେତାବନୀ ! ଏଣିକି ଏହି 5ଟି ଜିନିଷ GOOGLE ରେ ସର୍ଚ୍ଚ କରିବା ସମ୍ପୂର୍ଣ୍ଣ ମନା, ନଚେତ ଯାଇପାରନ୍ତି ଜେଲ, ଗଣିପାରନ୍ତି ଏହି ମୋଟା ଅଙ୍କର ଫାଇନ୍… viral news Share ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ମାନେ ଇଣ୍ଟରନେଟର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ । ଇଣ୍ଟରନେଟ୍ ର ବ୍ୟବହାର କରି ଲୋକେ ସେମାନଙ୍କ କଳା ପ୍ରତିଭା ତଥା ଦେଶ ବିଦେଶର ଖବର ଜାଣିବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁ ନାହିଁ । ତେଣୁ ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ କିମ୍ବା କୌଣସି ସାଧାରଣ ଘଟଣାକୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ। ନିଜକୁ ଶିକ୍ଷିତ ଏବଂ ସର୍ବଶ୍ରେଷ୍ଠ ପ୍ରାଣୀ ର ଆଖ୍ୟା ପାଇବା ପରେ ମଣିଷ ଗୋଟିଏ ପ୍ରଶ୍ନ ର ଉତ୍ତର ପାଇବା ପାଇଁ ବହୁତ ଗୋଟାଏ ପୋଥି ଦେଖୁଥିଲା,ବହୁତ ସମୟ ନେଉଥିଲା ତା ପରେ ବହୁ କଷ୍ଟ ରେ ସେହି ପ୍ରଶ୍ନ ର ଉତ୍ତର ସରଳ ଭାବରେ ପାଉଥିଲା,କିନ୍ତୁ ବର୍ତ୍ତମାନ ମଣିଷ ନିଜର ଜ୍ଞାନ କୈଶଳ ଦ୍ବାରା ତାହାକୁ ସମାଧାନ କରିଦେଇଛି। ତାକୁ ଆଉ ଗୋଟିଏ ପ୍ରଶ୍ନ ର ଉତ୍ତର ପାଇଁ ବହୁ ପୋଥି ଦେଖିବାକୁ ପଡୁନାହିଁ କିମ୍ବା ବହୁ ସମୟ ମଧ୍ୟ ଲାଗୁ ନାହିଁ,କେବଳ ମାତ୍ର ଗୋଟିଏ କ୍ଲିକ୍ ରେ ସେ ତାହାର ସମସ୍ତ ପ୍ରଶ୍ନର ଉତ୍ତର ମାତ୍ର କିଛି ସେକେଣ୍ଡ ରେ ପାଇ ପାରୁଛି। ହଁ ଆଜ୍ଞା କେବଳ ଗୁଗଲ ସର୍ଚ ଇଞିନ ସାହାଯ୍ୟ ରେ ମାତ୍ର କିଛି ସମୟରେ ନିଜର ପ୍ରଶ୍ନ ର ଉତ୍ତର ପାଇ ପାରୁଛି,କିନ୍ତୁ କଣ ଆପଣ ଜାଣନ୍ତି ଗୁଗଲ ସର୍ବଦା ଆପଣ ଙ୍କ ଉପରେ ନଜର ରଖୁଛି। ହଁ ଆଜ୍ଞା ଜାଣି ଆଶ୍ଚର୍ୟ୍ଯ ହେବେ ଆପଣ କଣ କରୁଛନ୍ତି, କୁଆଡେ଼ ଯାଉଛନ୍ତି ଏବଂ କାହା ସହିତ ମିଶୁଛନ୍ତି ସବୁର ଟିକିନିକି ଖବର ଗୁଗଲ ପାଖରେ ରହୁଛି। ତେବେ କିଛି ଜିନିଷ ରହିଛି ଯାହାକୁ କେବେ ଗୁଗଲ ରେ ସର୍ଚ୍ଚ କରିବା କଥା ନୁହଁ। ତାହା ହେଲେ ଆସନ୍ତୁ ଜାଣିବା ସେ ଗୁଡିକ କଣ। 1. ଆତଙ୍କବାଦ ସମ୍ବନ୍ଧିୟ ତଥ୍ୟ ଯଥା ବମ୍ ବନେଇବା, ହତିଆର ସପ୍ଲାଏ କରିବା , କାରଣ ସବୁ ଦେଶର ପ୍ରଧାନମନ୍ତ୍ରୀ ଆତଙ୍କ ବାଦ କୁ ଅଟକାଇବା ପାଇଁ ଚେ଼ଷ୍ଟା ଚଳାଇଛନ୍ତି। 2. ନିଜର ନାମ, ଇମେଲ ଆଇଡି, ଫୋନ୍ ନମ୍ବର ଇତ୍ୟାଦି କୁ ସର୍ଚ୍ଚ କରିବା କଥା ନୁହଁ କାରଣ ଏହା ଦ୍ବାରା ଆପଣଙ୍କ ଡାଟା ଗୁଗଲ ରେ ସେଭ୍ ହେଇଯାଏ। Related Posts ଦେଖନ୍ତୁ viral ଭିଡ଼ିଓ- ଓଡ଼ିଆ ଲୋକ ପ୍ରିୟ ହିରୋଇନ ରିୟା ଦେଙ୍କ… Nov 30, 2022 ଦେଖନ୍ତୁ viral ଭିଡ଼ିଓ-“ସେକ୍ସି ବିଲ୍ଲି ଗୀତ ମୋ ଜୀବନର ମୋଡ଼… Nov 29, 2022 ଯୁବକ ଦେଲେ କଡା ମନ୍ତବ୍ୟ ! ପୁଅଟା କମଜୋର ଥିଲା ଝିଅମାନେ ଲୋଡ… Nov 27, 2022 3. ଖାଦ୍ୟ ସମ୍ବନ୍ଧିୟ ପ୍ରଶ୍ନ ର ଉତ୍ତର ଯଥା କଣ ଖାଇଲେ ଡାଇବେଟିସ ହେବନାହିଁ, କାରଣ ଏହା ସମ୍ବନ୍ଧିୟ ଉତ୍ତର କିଛି ନାହିଁ। ଯାହା ଆସେ ସେ ଗୁଡିକ ଭୁଲ। 4. ନିଜ ରୋଗ ର ନିଜେ ଚିକିତ୍ସା କରିବା। ଯଦି ଆପଣ ଙ୍କ ଶରୀର ର କିଛି ଅସୁବିଧା ହୋଇଛି,ତାହା ହେଲେ ଗୁଗଲ ଦେଖି ନିଜେ ଚିକିତ୍ସା କରିବା। ଏପରି ଜମା କରନ୍ତୁ ନାହିଁ କାରଣ ଏହା ଦ୍ବାରା ଆପଣ ଅସୁବିଧା ରେ ପଡି ପାରନ୍ତି,ଏପରି ନ କରି ଡାକ୍ତର ପରାମର୍ଶ ନିଅନ୍ତୁ। 5. ଚାଇଲ୍ଡ ପର୍ଣଗ୍ରାଫି ସମ୍ବନ୍ଧିୟ କୈଣସି ତଥ୍ୟ ସର୍ଚ୍ଚ କରନ୍ତୁ ନାହିଁ,ଏହା ଦ୍ବାରା ଆପଣ ଙ୍କୁ ଜେଲ୍ ଜିବା ସହ ଜୋରିମାନା ଦେବାକୁ ପଡିପାରେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ମାଳିକାର ଆଶ୍ଚର୍ଯ୍ୟ ଜନକ ଭବିଷ୍ୟତବାଣୀ ! ଜଳିପୋଡି ପାଉଁଶ ହୋଇଯିବ ସୁନ୍ଦରନଗରୀ ରାଉରକେଲା ଦେଖିବ ସାରା ଦୁନିଆ , ମାଳିକାକଲା ସାବଧାନ……. Next Post ସରକାରୀ କର୍ମଚାରୀ ପାଇଁ ସରକାର କଲେ ନୂଆ ନିୟମ ! ମନଇଚ୍ଛା ପୋଷାକ ପିନ୍ଧି ଯାଇ ପାରିବେନି ଅଫିସ୍ ନଚେତ୍ ଆପଣ ହୋଇପାରନ୍ତି ହୋଇରାଣ !ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ….<eos>
2022-11-30T22:53:07Z
https://live43today.com/e-ni-ki-ehi-5-ti-ji-ni-sha-serch-kair-v/
OSCAR-2301
<bos>ଋଷିଆ: ନୀଳବର୍ଣ୍ଣ ଶୃଗାଳ ଗପ ତ ଆପଣ ଶୁଣିଥିବେ। ଯିଏ ଦେହରେ ରଙ୍ଗ ବୋଳି ଜଙ୍ଗଲରେ ଅନ୍ୟ ପଶୁଙ୍କୁ ଭୟଭୀତ କରୁଥିଲା। ହେଲେ ଆପଣ କେବେ ନୀଳବର୍ଣ୍ଣ କୁକୁର କଥା ଶୁଣିଛନ୍ତି। ଏବେ ଦେଖିବାକୁ ମିଳୁଛି ନୀଳବର୍ଣ୍ଣର କୁକୁର। ଏଭଳି କୁକୁର ଏବେ ଋଷିଆର ଏକ ସହରରେ ଦେଖିବାକୁ ମିଳିଲାଣି। ପୂର୍ବରୁ ଏହି କୁକୁରଙ୍କ ରଙ୍ଗ ନୀଳ ନଥିଲା ଧୀରେ ଧୀରେ କୁକୁରର ରଙ୍ଗବଦଳିବା ସହ ନୀଳ ରଙ୍ଗ ହୋଇଛି। ଆଉ ଏଭଳି ଘଟଣା ପୂର୍ବରୁ ଭାରତରେ ମଧ୍ୟ ଘଟି ସାରିଛି। ଋଷର ରାଜଧାନୀ ମସ୍କୋର ପୂର୍ବରେ ଥିବା ଜେରାଜିଂସ୍କ ସହରରେ ଏଭଳି କୁକୁରୁଙ୍କୁ ଏବେ ଦେଖିବାକୁ ମିଳୁଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଭିନ୍ନ ରାସାୟନିକ ଗ୍ୟାସ ପ୍ରଭାବରେ କୁକୁରଙ୍କ ରଙ୍ଗ ନୀଳ ଓ ସବୁଜ ରଙ୍ଗର ହୋଇଛି। ଏକ ଖାଲି ପଡିଥିବା କେମିକାଲ ପ୍ଲାଣ୍ଟରେ ଥିବା ରାସାୟନିକ ଗ୍ୟାସ୍ ଯୋଗୁଁ କୁକୁରଙ୍କ ରଙ୍ଗରେ ଏଭଳି ପରିବର୍ତ୍ତନ ହୋଇଛି। ଏଠାରେ ପୂର୍ବରୁ ପ୍ଲେକ୍ସିଗ୍ଲାସ ଓ ହାଇଡ୍ରୋସାଇନିକ ଏସିଡ ଉତ୍ପାଦନ କରାଯାଉଥିଲା। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳର ପାଣିରେ ହାଇଡ୍ରୋଜେନ ସାଇନାଇଡ ମିଶି ଯାଇଥିଲା। ଆଉ ଏହି ରାସାୟନିକ ପଦାର୍ଥ ବେଶ ବିଷାକ୍ତ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଏହି ରାସାୟନିକ ପଦାର୍ଥରେ ଥିବା କପର ସଲଫେଟର ପ୍ରଭାବରେ ଆସି କୁକୁରର ରଙ୍ଗ ବଦଳିଯାଇଛି। ତେବେ ବାସ୍ତବରେ କେଉଁ କାରଣରୁ କୁକୁରଙ୍କ ରଙ୍ଗ ବଦଳୁଛି ତାହା ଜଣାପଡିନଥିଲେ ମଧ୍ୟ କୁକୁରଙ୍ଗ ସ୍ୱାସ୍ଥ୍ୟ ଉପରେ ଅତି ଖରାପ ପ୍ରଭାବ ପକାଉଛି। ଏପରିକି କିଛି କୁକୁରଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ୨୦୧୫ରେ ଏହି କେମିକାଲ ପ୍ଲାଣ୍ଟକୁ ବନ୍ଦ କରାଯାଇଥିଲା । ତେବେ କୁକୁର ଏହା ଭିତରକୁ ଯେପରି ପ୍ରବେଶ ନ କରିପାରିବେ ସେଥିପାଇଁ ପ୍ଲାଣ୍ଟର ଚାରିପଟୁ ବନ୍ଦ କରି ରଖାଯାଇଥିଲା। କିନ୍ତୁ ଏବେ କୁକୁରର ରଙ୍ଗ ନୀଳ ପଡିବାରୁ ସ୍ଥାନୀୟ ପ୍ରଶାସନ ଏବେ କୁକୁରଙ୍ଗ ଚିକିତ୍ସା କରିବାକୁ ଡାକ୍ତରୀ ଟିମର ବନ୍ଦୋବସ୍ତ କରିଛି। ପୂର୍ବରୁ ମଧ୍ୟ ପ୍ଲାଣ୍ଟ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ କୁକୁର ଏଭଳି ରାସାୟନିକ ଗ୍ୟାସ୍ ସଂସ୍ପର୍ଶରେ ଆସିବା ସହ ରୋଗାଗ୍ରସ୍ତ ହୋଇଥିଲେ। ସେତେବେଳେ ମଧ୍ୟ କୁକୁରଙ୍କ ରଙ୍ଗ ନୀଳ ପଡି ଯାଇଥିଲା । ୨୦୧୭ରେ ମୁମ୍ବାଇରେ ମଧ୍ୟ ନୀଳ ରଙ୍ଗର କୁକୁର ନଜର ଆସିଥିଲେ। ଏହି କୁକୁର ସେହି ନଦୀରେ ବୁଡିଥିଲେ ଯେଉଠି ସ୍ଥାନୀୟ ଫ୍ୟାକ୍ଟ୍ରି ରୁ ବିପୁଳ ମାତ୍ରାରେ କ୍ଲୋରାଇଡ ଛଡାଯାଉଥିଲା। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଫ୍ୟାକ୍ଟ୍ରିକୁ ବନ୍ଦ କରି ଦିଆଯାଇଥିଲା<eos>
2022-12-01T01:08:29Z
https://www.odishalink.com/2021/09/28/blue-dogs-discovered-in-russia/
OSCAR-2301
<bos>ବନ୍ଧୁଗଣ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ, ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ର ନାମ ହେଉଛି ଓଡ଼ିଶାର ନୂଆ ସ୍ୱର ଜୁନିଅର୍। ଜୁନିଅର୍ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି।ଏହି ଶୋ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। ଛୋଟ ପିଲା ମାନଙ୍କ ପାଇଁ ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ନିକଟରେ ଏହି ଶୋ ର ଗ୍ରାଣ୍ଡ ଫାଇନାଲ ମଧ୍ୟ ହୋଇ ସାରିଛି। ଆଉ ଏହି ଶୋ ର ବିଜେତା ହେଇଛନ୍ତି ସୁଶିଲ କୁମାର। ତାଙ୍କର ଗୀତରେ ଗୀତରେ ଝୁମିଥିଲେ ସମସ୍ତେ। ଏହାଛଡା ସମସ୍ତେ ଏହି କାର୍ଯ୍ୟକ୍ରମ କୁ ବହୁତ୍ ଉପଭୋଗ କରିଥିଲେ।ତେବେ ଏହି କାର୍ଯ୍ୟକ୍ରମ ରେ ବିଚାରକ ଭାବରେ ସବୁଦିନ ପରି ରହିଥିଲେ ଦୁଇ ବେଶ୍ ପରିଚିତ ସିଙ୍ଗର ଅର୍ପିତା ଚୌଧୁରୀ ଏବଂ ପ୍ରଜ୍ଞା ହୋତା। ସେମାନେ ପିଲା ମାନଙ୍କ ଗୀତକୁ ଶୁଣି ବହୁତ୍ ସୁନ୍ଦର୍ ସୁନ୍ଦର୍ କମେଣ୍ଟ ଦେଇ ସେମାନଙ୍କୁ ଉତ୍ସାହିତ କରୁଥିଲେ। ଆଉ ଏହି ଷ୍ଟେଜ ରେ ସିଙ୍ଗର ଅର୍ପିତାଙ୍କ ମୁହଁରୁ ଶୁଣିବାକୁ ମିଳିଛି ଏକ ମନ ପସନ୍ଦର ଗୀତ। ଯାହାକୁ ଶୁଣି ଖୁସି ହୋଇଛନ୍ତି ସେଠାରେ ଉପସ୍ଥିତ ଥିବା ସମସ୍ତ ଜର୍ଜ ମାନେ।ତେବେ ଅର୍ପିତା ଜଣେ ସୁନ୍ଦର୍ ଗାୟକ ସାଙ୍ଗକୁ ସୁନ୍ଦର୍ ହୃଦୟର ବ୍ୟକ୍ତି ଟିଏ। ଯାହାଙ୍କୁ ଆପଣ ଏଠାରେ ଦେଖି ଜାଣି ପାରୁଥିବେ। ସିଦ୍ଧାର୍ଥ ଟିଭି ର ଓଡ଼ିଶାର ନୂଆ ସ୍ୱର ଜୁନିଅର ରେ ସେ ଏକ ସୁପରହିଟ ଗୀତ ଗାଇଥିଲେ। ଯେଉଁ ଗୀତକୁ ଶୁଣି ଏହାକୁ ଲୋକ ବହୁତ୍ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଇଛନ୍ତି। ତାଙ୍କ ଗୀତ ଶୁଣି ସେଠାରେ ଉପସ୍ଥିତ ନମିତା ଅଗ୍ରୱାଲ ଏବଂ ମହା ବିଚାରକ ଶ୍ରୀକାନ୍ତ ଗୌତମ ଏବଂ ବିକାଶ ଦାସ୍ ମଧ୍ୟ ବହୁତ୍ ଖୁସି ହୋଇଛନ୍ତି। ତେବେ ଅର୍ପିତା ଗାଇଥିବା ଏହି ଗୀତଟି ହେଉଛି, ରାମାରେ ରାମାରେ ରାମାରେ ଏ କିଃ ହେଲା ଏ କି ହେଲା ରେ। ପ୍ରଥମ ଦେଖାରେ, ପ୍ରଥମ ଛୁଆଁରେ ମନ ରହିଗଲା ତୁମରି ଠାରେ। ଏଠାରେ ଅର୍ପିତା ଙ୍କ ଗୀତର ତାଳେ ତାଳେ ଠୁମକା ଲଗାଇଛନ୍ତି ଡାନ୍ସର ମାନେ। ଅର୍ପିତା ଙ୍କ ଗୀତ ଏତେ ରୋମାଣ୍ଟିକ ଲାଗୁଛି ଯେ ଆପଣ ତାଙ୍କର ଏହି ସ୍ୱରକୁ ଶୁଣିଲେ ନିଶ୍ଚିତ ତାଙ୍କ ସ୍ୱରର ଦିବାନା ହୋଇଯିବେ। ସେ ଯେଉଁଭଳି ଭାବରେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସୁଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।ସେ ତାଙ୍କର ଗୀତ ଏବଂ ସ୍ୱରର ଭିନ୍ନ ଅନ୍ଦାଜ ର କଳାରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି। ଆପଣ ବି ଏହି ଦମଦାର ଗୀତକୁ ଶୁଣିଲେ ବହୁତ୍ ଖୁସି ହେବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।<eos>
2022-12-07T09:20:28Z
https://swastiktv.com/grand-final-%E0%AC%B0%E0%AD%87-arpita%E0%AC%99%E0%AD%8D%E0%AC%95-%E0%AC%AE%E0%AC%A8-%E0%AC%B0%E0%AC%B9%E0%AC%BF%E0%AC%97%E0%AC%B2%E0%AC%BE-%E0%AC%95%E0%AC%BE%E0%AC%B9%E0%AC%BE-%E0%AC%AA%E0%AC%BE/
OSCAR-2301
<bos>ଦୃଢ ମନୋବଳ ଓ କଠିନ ପରିଶ୍ରମ ଦାଦନର ଦୁଃଖ ଭିତରେ ବି ସ୍ୱାଭୀମାନ ଓ ସ୍ୱାବଲମ୍ବନର ଇଚ୍ଛାକୁ ଜାଗ୍ରତ କରିବାରେ ଏକଥା ରଞନଙ୍କ ସଂଘର୍ଷମୟ ଜୀବନ କାହାଣୀ ବଖାଣ କରେ । ରଞନ ସାହୁ, ବୟସ ୪୫ । ବରଗଡ ଜିଲ୍ଲା ଗଇସିଲେଟ ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗ୍ରାମର ବସିନ୍ଦା । ଗରିବ ପରିବାରରେ ଜନ୍ମନେଇଥିଲେ ବି ଉଚ୍ଚଶିକ୍ଷିତ ହୋଇ ଅଧିକ ଉପାର୍ଜନ କରିବେ ଓ ପରିବରରୁ ଗରିବୀ ଦୂର ହେବ, ଏହା ସ୍ୱପ୍ନ ଦେଖିଥିଲେ । ହେଲେ ଗରିବଙ୍କ ସ୍ୱପ୍ନର କ’ଣ ମୂଲଅଛି? ମାଟ୍ରିକ ପଢୁ ପଢୁ ପାଠରେ ଡୋରି ବନ୍ଧା ହେଲା । ଘରର ଆର୍ଥିକ ସ୍ଥିତିକୁ ସୁଧାରିବାର ଉଦ୍ଦେଶ୍ୟରେ ସେ ଚାଲିଆସିଲେ ପାଖ ସହର ବଲାଙ୍ଗିରକୁ । ଛୋଟ ଏକ ତେଜରାତି ଦୋକାନରେ ଅଳ୍ପ ଦରମାରେ ଚାକିରି କଲେ । ଏଥିରେ ତ ତାଙ୍କ ନିଜର ପେଟ ପୁରୁ ନଥିଲା; ଘରକୁ ବା ଆଉ ସହଯୋଗ କରିଥାନ୍ତେ କି ରି? ଏହାରି ଭିତରେ ଦାଦନର ମାୟାଜାଲରେ ପଡିଗଲେ ରଞନ । ଅଧିକ ରୋଜଗାର ଆଶାରେ ସାଙ୍ଗମାନଙ୍କ ସହ ଚାଲିଗଲେ ଉ ର ପ୍ରଦେଶ । ପ୍ରଥମେ ଗାଲିଚା ବୁଣା କାମରେ ସହଯୋଗୀ ଭାବେ କାମ ଆରମ୍ଭ କଲେ । ଦାଦନର ସମୟତକ କେବେବି ସୁଃଖକର ନଥିଲା । ମାଲିକ ଠାରୁ ଗାଳି ମାଡ ଖାଇବା, ଅସ୍ୱସ୍ଥ୍ୟକର ପରିବେଶରେ ରହିବା, ଖାଇବାକୁ ଠିକରେ ନମିଳିବା ଭଳି ସମସ୍ୟା ସହିତ ପ୍ରତିଦିନ ଜୁଝିବାକୁ ପଡୁଥିଲା । ଠିକରେ ପାରିଶ୍ରମିକ ପାଇବା ତ ଥିଲା ସ୍ୱପ୍ନ । ତଥାପି ମୁଣ୍ଡ ଝାଳକୁ ତୁଣ୍ଡରେ ମାରି କେମିତି ବି ଜୀବନ ଜୀଇଁବାକୁ ପଡୁଥିଲା । ଦାଦନର ଏହି ଦାରୁଣ ସ୍ଥିତି କନ୍ତୁ ମନ ଭିତରର ସ୍ୱପ୍ନକୁ ମାରି ନଥିଲା । ଧିରେ ଧିରେ ଗାଳିଚା ବୁଣାର କଳାକୁ ଆୟ କରିଚାଲିଥିଲେ ରଞନ । ଏହାରି ଭିତରେ ବିତିଗଲା ଦୀର୍ଘ ବାର ବର୍ଷ । ନି ଟ ମଫସଲରୁ ଯାଇଥିବା ଯୁବକଟିଏ ପାଳଟିଯାଇଥିଲା ଏକ କୌଷଳୀ କାରିଗର । ନିଜେ କିଛି କରିବାର ସ୍ୱପ୍ନ ପୁଣିଥରେ ଅଙ୍କୁରିତ ହେଉଥିଲା ମନରେ । ନା, ପରଦେଶରେ ଖଟିବା ବହୁତ ହୋଇଗଲା ! ଏବେ ଫେରିଯିବା ନିଜର ଭିଟାମାଟିକୁ । ସତେ ଯେମିତି ବାର ବର୍ଷର ବନବାସ ସରିଯାଇଛି । ଗାଁ କୁ ଫେରି ନିଜ ବ୍ୟବସାୟ ଆରମ୍ଭ କରିବାକୁ ହାତରେ ପାହୁଲାଟିଏ ନାହିଁ । ଇଆରି ଭିତରେ ଭଉଣି ବାହାଘର ପାଇଁ ପୈତୃକ ଜମି ତିନି ଏକର ମଧ୍ୟ ବନ୍ଧା ପଡି ସାରିଛି । ସହାସ ହାରି ନଥିଲେ ରଞନ । ନିଜର କ ର୍ବ୍ୟ ନିଷ୍ଠା ଓ ସାଧୁତାକୁ ପାଥେୟ କରି ପୁରାତନ ବୈବସାୟୀକ ଚିହ୍ନା ପାରିଚିତଙ୍କୁ ସାହାଯ୍ୟ ମାଗିଲେ ଓ ସଫଳ ହେଲେ । ଚାରି ଲକ୍ଷ ଟଙ୍କା ଋଣ ନେଇ ଗାଁ ଠାରୁ ଚାରି କିଲୋମିଟର ଦୂର କେରେକେଚିଆ ଠାରେ ଆରମ୍ଭ ହେଲା ସ୍ୱପ୍ନର କାରଖାନା । ନିଜର ଚମକ୍ରର କରିଗରୀ କୌଷଳରେ ସେ ତିଆରି କରୁଥିଲେ ଭଳିକି ଭଳି ଗାଲିଚା । କପାଡା ଭିତରେ ସୁତାକୁ ଫୁଟାଉ ଫୁଟାଉ ସତେ ଯେମିତି ସେ ନିଜର ସ୍ୱପ୍ନକୁ ରୂ ଦେଉଥିଲେ । ହେଲେ ଭାଗ୍ୟ ବି ପରଖୁଥିଲା ତାଙ୍କର ଧର୍ଯ୍ୟ । ଗୋଟିଏ ବର୍ଷ କ୍ଷତିରେ ଚାଲିଲା ବ୍ୟବସାୟ । ଋଣ ପରିଷୋଧ କରିବା କଷ୍ଟ ହୋଇପାଡିଲା । ଏମିତି ସମୟ ଆସିଲା, ଗାଲିଚା ତିଆରି ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା । ରଞନ କୁହନ୍ତି “ଏହା ପରେ ବି ମୁ ସାହସ ହାରି ନଥିଲି । ତିଆରି ପରେ ବିକ୍ରିର ବ୍ୟବସ୍ଥାକୁ ସଜାଡିବା ପାଇଁ ଯୋଗାଯୋଗ ଆରମ୍ଭ କଲି । କିଛି ପୁରୁଣା ଚିହ୍ନା ପରିଚୟ ଲୋକ ଏଥିରେ ସାହାଯ୍ୟ କଲେ । ନିକଟ ସମ୍ପର୍କିୟମାନଙ୍କଠୁ ହାତ ଉଧାରି ଆଣିଲି । ଆବଶୟକୀୟ କ ।ମାଲ ମଧ୍ୟ ବାକିରେ ମିଳିଗଲା । ଏଥର ପ୍ରଥମ ଥରର ଭୁଲକୁ ଅନେକ ମାତ୍ରାରେ ସୁଧାରି ପାରିଥିଲି ।” ଏବେ ରଞନଙ୍କର ଏହି ଗାଲିଚା କାରଖାନା ଅନେକଙ୍କ ପାଇଁ ପାଳଟିଛି ପ୍ରେରଣାର ଉତ୍ସ । ଆଗରୁ ଦାଦନ ଖଟିବାକୁ ଯାଉଥିବା ୩୫ ଜଣ ସ୍ଥାନୀୟ ଯୁବକଙ୍କୁ କର୍ମ ସଂସ୍ଥାନ ଯୋଗେଇ ପାରିଛି ଏହି କାରଖାନା । ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ରଞନଙ୍କ ସଂସାରରେ ଏବେ ଆଉ ଆର୍ଥିକ ଅନାଟନ ନାହିଁ । ନିଜେ ମାସକୁ ପ୍ରାୟ ପନ୍ଦର ହଜାର ରୋଜଗାର କରି ।ରୁଥିବା ବେଳେ କାମ କରୁଥିବା ସହକର୍ମିମାନେ ସାତରୁ ଅଠ ହଜାର ପର୍ଯ୍ୟନ୍ତ ରୋଜଗାର କରି ।ରନ୍ତି । ସରକାରୀ ସ୍ତରରୁ କିଛି ଆର୍ଥିକ ପ୍ରୋତ୍ସାହନ ମିଳିଳେ କାରଖାନାର କଳେବରକୁ ବିସ୍ଥାର କରି ଆଉକିଛି ଯୁବକଙ୍କୁ ନିଯୁକ୍ତି ଦିଆଯାଇ ଦାଦନ ସମସ୍ୟାକୁ ରୋକାଯାଇ ପାରନ୍ତା ବୋଲି ରଞନଙ୍କ ମତ । ଘାସିରାମ ପଣ୍ଡା Filed Under: ରୋକ ଠୋକ Tagged With: ପରିଶ୍ରମ, ଭିଟାମାଟି Reader Interactions Leave a Reply Cancel reply Your email address will not be published. Required fields are marked * Comment * Name * Email * Website Δ This site uses Akismet to reduce spam. Learn how your comment data is processed. Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ<eos>
2022-12-02T22:48:26Z
https://www.odisha.com/2018/05/11/%E0%AC%AD%E0%AC%BF%E0%AC%9F%E0%AC%BE%E0%AC%AE%E0%AC%BE%E0%AC%9F%E0%AC%BF%E0%AC%B0-%E0%AC%AC%E0%AC%BE%E0%AC%B8%E0%AD%8D%E0%AC%A8%E0%AC%BE/?noamp=mobile
OSCAR-2301
<bos>ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତେଲେଙ୍ଗାନାର ହାଇଦ୍ରାବାଦରୁ ଭାରତ ଯୋଡୋ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ଆଜି ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ପୂଜା ଭଟ୍ଟ ସାମିଲ ହୋଇଥିଲେ। ଏହି ପଦଯାତ୍ରା ବେଳେ ରାହୁଲଙ୍କ ସହ ପାଦରେ ପାଦ ମିଶାଇ ଚାଲିଥିଲେ ପୂଜା। ଯାହାର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାହୁଲ ଗାନ୍ଧି ଓ ପୂଜା ଭଟ୍ଟଙ୍କ ଫଟୋ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରେ କ୍ୟାପସନ ରହିଛି କି ପ୍ରତ୍ୟେକ ଦିନ ଦେଶକୁ ଭଲ ପାଉଥିବା ଲୋକ ରାହୁଲଙ୍କ ସହ ଯୋଡି ହେଉଛନ୍ତି । Actress #PoojaBhatt walking along with @RahulGandhi on #BharatJodaYatra in #Hyderabad on Wednesday @PoojaB1972 @bharatjodo @ndtv @ndtvindia pic.twitter.com/7RgjCH0Icu — Uma Sudhir (@umasudhir) November 2, 2022 ଆହୁରି ପଢ଼ନ୍ତୁ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ଧମକ, ତୁରନ୍ତ ଭାରତ ଛାଡ଼ 2 hours ago ଦିଲ୍ଲୀ ପୌର ନିର୍ବାଚନ: ଭୋଟର୍ ଲିଷ୍ଟରେ ନାହିଁ କଂଗ୍ରେସ… 3 hours ago ଅଭିନେତ୍ରୀ ପୂଜା ଭଟ୍ଟ ସବୁବେଳେ ସୋସିଆଲ ମିଡିଆରେ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ମତ ଦେଇଥାନ୍ତି। ପୂଜା ଭଟ୍ଟ ୧୯୮୯ ମସିହାରେ ବଲିଉଡରେ ପ୍ରବେଶ କରିଥିଲେ। ଏହାସହ ସେ ଜଣେ ସିନେ ପ୍ରଯୋଜକ। ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିବା ପୂଜା ଭଟ୍ଟ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ। ପୂଜ ଏହି ଯାତ୍ରାରେ ସାମିଲ ହୋଇ ରାହୁଲ ଗାନ୍ଧିଙ୍କ ସହ ୧୦.୫ କିଲୋମିଟର ଯାଏଁ ପଦଯାତ୍ରା କରିଥିଲେ। ଏଥିସହ ରାହୁଲଙ୍କ ସହ ଅନେକ ବିଷୟରେ ସେ ଆଲୋଚନା ମଧ୍ୟ କରିଥିଲେ। ଭାରତ ଯୋଡ ଯାତ୍ରାର ଆଜି ୫୬ ତମ ଦିନ। ଏହି ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଗତକାଲି ହାଇଦ୍ରାବାଦରେ ରାହୁଲ ଗାନ୍ଧିଙ୍କର ଏହି ପଦଯାତ୍ରାରେ ରୋହିତ ଭେମୁଲାଙ୍କ ମା ଯୋଗ ଦେଇଥିଲେ। ସେ ରାହୁଲଙ୍କ ସହ କିଛି ବାଟ ଚାଲିବା ବେଳେ କହିଥିଲେ କି ଦେଶରେ ବଢୁଥିବା ଭେଦଭାବକୁ କେବଳ କଂଗ୍ରେସ ହିଁ ଦୂରେଇ ପାରିବ।<eos>
2022-12-04T08:41:58Z
https://odishareporter.in/nation-world/india/pooja-bhatt-joined-bharat-jodo-yatra-with-rahul-gandhi-778512
OSCAR-2301
<bos>କଲମ୍ବୋ, ୧୯ା୧୦: ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ଶ୍ରୀଲଙ୍କାର ଲେଖକ ଶେହାନ୍‌ କରୁଣାତିଲକ(୪୭)ଙ୍କୁ ୨୦୨୨ ବର୍ଷ ପାଇଁ ବ୍ରିଟେନର ବୁକର ସମ୍ମାନ ପ୍ରଦାନ କରାଯାଇଛି। ‘ଦ ସେଭେନ୍‌ ମୁନ୍‌ସ ଅଫ୍‌ ମାଲି ଅଲ୍‌ମେଡା’ ପୁସ୍ତକ ପାଇଁ ସେ ଏହି ସାହିତ୍ୟ ସମ୍ମାନ ଜିତିଛନ୍ତି। ସୋମବାର ରାତିରେ ଲଣ୍ଡନରେ ଆୟୋଜିତ ଏକ ସମାରୋହରେ କରୁଣାତିଲକଙ୍କୁ ସମ୍ମାନିତ କରାଯାଇଛି। ବୁକର୍‌ ବାବଦରେ ତାଙ୍କୁ ୫୦,୦୦୦ ଗ୍ରେଟ୍‌ ବ୍ରିଟେନ୍‌ ପାଉଣ୍ଡ (ଜିବିପି) ପ୍ରଦାନ କରାଯିବ। ମାଇକେଲ ଓନ୍‌ଣ୍ଡାତ୍‌ଜେଙ୍କ ପରେ ବୁକର୍‌ ସମ୍ମାନ ପାଇବାରେ କରୁଣାତିଲକ ହେଉଛନ୍ତି ଦ୍ୱିତୀୟ ଶ୍ରୀଲଙ୍କା ନାଗରିକ। ୧୯୯୨ରେ ମାଇକେଲ୍‌ଙ୍କୁ ‘ଦ ଇଁଲିଶ ପେସେଣ୍ଟ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଗୃହଯୁଦ୍ଧ ଏବଂ ହିଂସାକାଣ୍ଡ ଉପରେ ଆଧାରିତ କରୁଣାତିଲକ୍‌ଙ୍କ ଫିକ୍ସନ ଲେଖାରେ ଜଣେ ଫଟୋଗ୍ରାଫର ମାଲି ଅଲମେଡାଙ୍କ କାହାଣୀ ରହିଛି। ଗୃହଯୁଦ୍ଧ ବେଳେ ଅଲ୍‌ମେଡାଙ୍କର ମୃତ୍ୟୁ ଘଟିସାରିଛି। ସେ ଉଠିବା ପରେ ସାଙ୍ଗମାନଙ୍କୁ ତାଙ୍କ ଫଟୋଗୁଡ଼ିକୁ ଖୋଜିଦେବା ପାଇଁ କହୁଛନ୍ତି। ଗୃହଯୁଦ୍ଧର ଭୟାବହତା ଏବଂ ଏଥିପାଇଁ କିଏ ଦାୟୀ ତାହା ଦୁନିଆକୁ ଦେଖାଇବା ପାଇଁ ସେହି ଫଟୋସବୁକୁ ପାଇବାକୁ ସେ ଚେଷ୍ଟା କରୁଛନ୍ତି। ଏଥିସହ ସେ ତାଙ୍କ ମୃତ୍ୟୁର ରହସ୍ୟ ମଧ୍ୟ ଖୋଜୁଛନ୍ତି। ୧୯୭୫ରେ ଶ୍ରୀଲଙ୍କାର ଗାଲେ ସହରରେ କରୁଣାତିଲକ୍‌ଙ୍କ ଜନ୍ମ। ସେ କଲମ୍ବୋରେ ବଡ଼ ହୋଇଛନ୍ତି। ଶ୍ରୀଲଙ୍କାରେ ଗୃହଯୁଦ୍ଧ ଶେଷହେବା ପରେ ୨୦୦୯ରେ ଭୂତର କାହାଣୀ ଲେଖିବା ପାଇଁ କରୁଣାତିଲକ୍‌ ସ୍ଥିର କରିଥିଲେ। ଗୃହଯୁଦ୍ଧରେ ବାସ୍ତବ ମୃତାହତଙ୍କ ସଂଖ୍ୟା କେତେ ଏବଂ ଏଥିପାଇଁ କିଏ ଦାୟୀ ତାହା ଉପରେ ବିତର୍କ ଚାଲିଥିବାବେଳେ ନିଜ ପୁସ୍ତକରେ ମୃତକଙ୍କ ମନକଥା ଅବତାରଣା କରିବାକୁ ସେ ଚିନ୍ତା କରିଥିଲେ। ସମ୍ମାନ ଗ୍ରହଣ କଲାବେଳେ କରୁଣାତିଲକ୍‌ କହିଥିଲେ, ଏହି ପୁସ୍ତକ ଆପଣମାନଙ୍କ ପାଇଁ। ଦେଶ ବହୁକିଛି ହରାଇସାରିଥିବା ଭଳି କଠିନ ସମୟରେ ତାଙ୍କୁ ଏହି ସମ୍ମାନ ମିଳିଛି। ଏହାକୁ ସ୍ବୀକାର କରି ଆଗକୁ ବଢ଼ିବା ଏବଂ ଟି-୨୦ ଓ୍ବାଲର୍‌ଡକପ୍‌ ଜିତିବା ପାଇଁ ଆଶା କରିବା। ଶ୍ରୀଲଙ୍କା ନିକଟ ଭବିଷ୍ୟତରେ ବୁଝିବାରେ ସମର୍ଥ ହେବ ଯେ ଦୁର୍ନୀତି, ବେଟିଂ, ପରିବାର କିମ୍ବା ନିଜ ବଂଶର ଲୋକଙ୍କୁ କ୍ଷମତାରେ ରଖିବା ଭଳି ଚିନ୍ତାଧାରା ଇତିହାସରେ କେବେ ସୁଫଳ ଦେଇନାହିଁ କିମ୍ବା ଆଗକୁ ମଧ୍ୟ ଦେବନାହିଁ ବୋଲି ମଧ୍ୟ କରୁଣାତିଲକ କହିଥିଲେ। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ଏବଂ ମୁଖ୍ୟ ବିରୋଧୀ ଦଳ ନେତା ସାଜିଥ୍‌ ପ୍ରେମଦାସା ବୁକର ବିଜେତା କରୁଣାତିଲକ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଅନ୍ତର୍ଜାତୀୟ View All ପାକିସ୍ତାନ ଉପରେ ୪୨,୭୪୫ ଶହ କୋଟିରୁ ଅଧିକ ଋଣ ବୋଝ… ଇସଲାମାବାଦ୍‌, ୧୮।୪ : ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଉପରେ ଋଣ ବୋଝ ବଢ଼ିବାରେ ଲାଗିଛି। ଏବେ ପାକିସ୍ତାନର ମୋଟ ଋଣ ପରିମାଣ ୪୨,୭୪୫... ୧୧୦ ଲୋକଙ୍କ ମୁଣ୍ଡ କାଟିଲେ ଆତଙ୍କବାଦୀ ଆବୁଜା,୩୦।୧୧: ଆତଙ୍କବାଦୀମାନେ ୧୧୦ ଜଣ ସାଧାରଣ ଲୋକଙ୍କ ମୁଣ୍ଡକାଟି ହତ୍ୟା କରିଛନ୍ତି। ଏଭଳି ଅମାନବୀୟ ଘଟଣା ନାଇଜେରିଆରେ ଘଟିଛି। ଆତଙ୍କବାଦୀ ସଂଗଠନ ବୋକା ହାରାମ ପକ୍ଷରୁ... ମୋଦିଙ୍କ ଆଭିମୁଖ୍ୟ ବଦଳିଲେ… ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮ା୧: ଦୁଇଦିନ ପରେ ଆମେରିକାରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ୨୦ ତାରିଖରେ ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ ବିଦାୟ ନେବା ସହ ୭୮ ବର୍ଷୀୟ... ବିବାଦରେ ଗ୍ରେଟାଙ୍କ ପ୍ରତିମୂର୍ତ୍ତି ଲଣ୍ଡନ, ୨/୪: ସ୍ବିଡେନ ସାମାଜିକ କର୍ମୀ ତଥା ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ପ୍ରତିମୂର୍ତ୍ତି ବ୍ରିଟେନର ଓ୍ବିଞ୍ଚଷ୍ଟର ୟୁନିଭର୍ସିଟି ପରିସରରେ ସ୍ଥାପନ ହେବାକୁ ନେଇ ବିବାଦ... ନୂଆ ଟିମ ସହ ସାମ୍ନାକୁ ଆସିଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ଲି କିୟାଙ୍ଗ ହୋଇପାରନ୍ତି ନୂଆ ପ୍ରଧାନମନ୍ତ୍ରୀ ବେଜିଂ,୨୩ ।୧୦: ଚାଇନାରେ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଦଳୀୟ କଂଗ୍ରେସର ବୈଠକ ଶେଷ ହେବା ପରେ ରବିବାର ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ତୃତୀୟ ଇନିଂସ... ପାକ୍‌ ଚ୍ୟାନେଲରେ ଇମ୍ରାନ୍‌ଙ୍କ ଭାଷଣ ବ୍ୟାନ୍‌ ଇସ୍‌ଲାମାବାଦ, ୨୨ା୮: ଇସ୍‌ଲାମାବାଦର ଏକ ପାର୍କରେ ଭାଷଣ ଦେବାବେଳେ ବରିଷ୍ଠ ପୋଲିସ ଅଧିକାରୀ, ଜଣେ ମହିଳା ବିଚାରପତି, ସରକାରୀ ଅଫିସରଙ୍କୁ ଖୋଲାଖୋଲି ଧମକ ଅଭିଯୋଗରେ ପାକିସ୍ତାନର... କାବୁଲରେ ତାଲିବାନ, ଶାନ୍ତିପୂର୍ଣ୍ଣ ଭାବେ ହେବ କ୍ଷମତା ହସ୍ତାନ୍ତର କହିଲେ ମନ୍ତ୍ରୀ… କାବୁଲ,୧୫।୮: ଆଫଗାନିସ୍ତାନର କାବୁଲରେ ତାଲିବାନ ସଦସ୍ୟ ପ୍ରବେଶ କରିଛନ୍ତି। ସହରର ଆକାଶରେ ସୈନ୍ୟ ବାହିନୀ ହେଲିକପ୍ଟର ଉଡ଼ିବୁଲି ସ୍ଥିତି ଅନୁଧ୍ୟାନ କରୁଛି। ଏପରିସ୍ଥଳେ ଗୃହମନ୍ତ୍ରୀ ଅବଦୁଲ୍‌... ସ୍କୁଲ ଖୋଲିବା ପରେ ବେକାକୁ ହେଉଛି କରୋନା, ସାତ ଦିନରେ ୧.୪୧ ଲକ୍ଷ ସଂକ୍ରମିତ ୱାଶିଂଟନ,୨୫ ।୧୧: କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଆମେରିକାରେ ଏବେ ଏହି ମହାମାରୀ ଶିଶୁଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରୁଥିବା ଜଣାପଡିଛି । ଭାଇରସର... Archives Archives Select Month December 2022 November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017<eos>
2022-12-07T07:04:12Z
https://www.dharitri.com/sri-lankan-writer-shehan-karunatilaka-wins-2022-booker-prize/
OSCAR-2301
<bos>ବହୁବ୍ୟକ୍ତି ଶୁଭେୁ୍ଚ୍ଛା ଗ୍ରହଣ କରି ସେମାନଙ୍କ ସହିତ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି।ଐଶ୍ୱର୍ଯ୍ୟ ପ୍ରାପ୍ତି ସୂଚନା ମିଳୁଛି। ‌ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। କର୍ମଚଞ୍ଚଳ ରହିବେ। ନିରୋଳା ସ୍ଥାନରେ ଧ୍ୟାନରତ ହୋଇପାରନ୍ତି। ଥଣ୍ଡାକଫଜନିତ ଓ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ବ୍ୟବହାରରେ ପରକୁଆପଣାର କରିବେ। ଖର୍ଚ୍ଚାନ୍ତ ଯୋଗ ଅଛି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ।ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ମନ ପ୍ରସନ୍ନ ରହିବ। ଚେତନାର ଉଜ୍ଜ୍ୱଳ ପ୍ରଦୀପ ହୋଇପାରନ୍ତି।ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି।ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ ରହିବ। ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହୋଇପାରନ୍ତି।ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ। ସ୍ୱାଭିମାନୀ ହେବେ।ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନି। ଧର୍ଯ୍ୟ ଓ ସାହସର ସହିତ ଆଶୁବିପଦର ମୁକାବିଲା କରିପାରନ୍ତି। ସାରାଦିନ ସତର୍କରେ ଚଳିବେ। ଅନାବଶ୍ୟକ ଖର୍ଚ୍ଚକୁ ପ୍ରତ୍ୟାଖ୍ୟାନ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ।ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦିବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ଯୁକ୍ତ ହେବେ। ଉଦାର ସ୍ୱଭାବର ହୋଇପାରନ୍ତି।ଦାନ-ଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍ ‌ ହେବେ। ମନ ପ୍ରସନ୍ନ ରହିବ। ଆତ୍ମବିଶ୍ୱାସୀ ହେବେ। ଭାଷା ମଧରୁ ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁପ୍ରେ୍ମୀ ଓ ବିଦ୍ୱାନ୍‌ ହେବେ। ଭଉଣୀଠାରୁ ଧନ ପ୍ରାପ୍ତି ହୋଇପାରେ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ,ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ପାଇ କୃତଜ୍ଞ ହେବେ। ଧନାଗମ ହେବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ। For daily odia rashiphala visit our website daily in the morning. This is compiled from a trusted source.<eos>
2022-11-30T00:30:33Z
https://www.odiaweb.in/odia-rashiphala-friday-24th-jun-2022/
OSCAR-2301
<bos>ବାଲେଶ୍ୱର/UJJWAL KAR : ଦୁଇଦିନ ଧରି ସ୍ଥାନୀୟ ଗାନ୍ଧି ସ୍ମୃତି ଭବନରେ ଚାଲିଥିବା ବାଲେଶ୍ୱରର ଅନ୍ୟତମ ଯୁବ ମହୋତ୍ସବ ‘ୱାଓ’ଉଦଯାପିତ ହୋଇିଯାଇଛି । ଉଦ୍ୟାପନ ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଭଦ୍ରକର ପୂର୍ବତନ ସାଂସଦ ଅନନ୍ତ ସେଠୀ, ସମାଜସେବୀ ନରେନ୍ଦ୍ର ବିହାରୀ ଦାସ, ଅନୁଷ୍ଠାନର ଅଧ୍ୟକ୍ଷ ଅସିତ କୁମାର ଦାସ, ଉପାଧ୍ୟକ୍ଷ ଡ.ଶ୍ରୀମାନ ଶ୍ରୀଚନ୍ଦନ ପ୍ରମୁଖ ମଞ୍ଚାସୀନ ହୋଇ ଆୟୋଜକ କମିଟିର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଯୁବ ମହୋସôବ ଯୁବ ତଥା ଶିଶୁ ପ୍ରତିଭା ବିକାଶରେ ବିଶେଷ ସହାୟ ହୋଇପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଦୁଇଦିନ ଧରି ଚାଲିଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଭମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ସଭାପରେ ଆୟୋଜିତ ମନୋରଂଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଯାଦୁକରୀ ସଙ୍ଗୀତରେ ଦର୍ଶକ ଝୁମିଥିଲେ । ହ୍ୟୁମାନଙ୍କ ସହିତ କଣ୍ଠଶିଳ୍ପୀ ସ୍ମିତା ପଣ୍ଡା, ଓଡିଶାର ହନି ସିଂହ ଭାବେ ପରିଚିତ ବାଲେଶ୍ୱରର କୌଶିକ ଏବଂ ସୁନୀତା ପ୍ରମୁଖ ଇଂରାଜୀ ଠାରୁ ଆରମ୍ଭ କରି ଓଡିଆ, ହିନ୍ଦୀ, ସମ୍ବଲପୁରୀ ଗୀତ ପ୍ରଭୃତି ଗାଇଥିଲେ । ଉପଦେଷ୍ଟା ତାପସ ଦାସ, ଗୌତମ ସେଠୀ, ମନୋଜ ନାୟକ, ଉଦୟଜ୍ୟୋତି ମହାନ୍ତି, ଅଭିଷେକ ବେହେରା, ଅଜିତ୍ ପୁହାଣ, ରଣଜିତ୍ ପଣ୍ଡାଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।<eos>
2022-11-30T03:45:08Z
https://shasakprashasak.com/index.php/literature-culture/746-2018-01-09-13-01-24
OSCAR-2301
<bos>ଦେଖନ୍ତୁ ଭିଡିଓ – ସାମାନ୍ୟ ଅଭିନୟକୁ ନେଇ ହିରୋଇନ୍ ସୁପ୍ରିୟା ଆଉ ସୁପରଷ୍ଟାର ସିଦ୍ଧାର୍ଥଙ୍କ ମଧ୍ୟରେ ଝଗଡା କଣ କ୍ୟାମେରା ପଛରେ….. – news40daily.com Publisher - Just another WordPress site ଆଶ୍କର୍ଯ୍ୟ ଘଟଣା କରୋନା ଜୀବନଚର୍ଯ୍ୟା ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଲାଇଫ୍ ଷ୍ଟାଇଲ୍ enrertainment ଦେଖନ୍ତୁ ଭିଡିଓ – ସାମାନ୍ୟ ଅଭିନୟକୁ ନେଇ ହିରୋଇନ୍ ସୁପ୍ରିୟା ଆଉ ସୁପରଷ୍ଟାର ସିଦ୍ଧାର୍ଥଙ୍କ ମଧ୍ୟରେ ଝଗଡା କଣ କ୍ୟାମେରା ପଛରେ….. Share ଆପଣ ମାନେ ଯଦି ଧାରାବିହକ ଦେଖିବାକୁ ଭଲ ପାଉଥିବେ ତେବେ ଟିଭିରେ ପ୍ରସାରିତ ହେଉଥିବା ଅନେକ ମନୋରଞ୍ଜନ ଧର୍ମୀ ଧାରାବାହିକ ବା ସିରିଏଲ୍ କୁ ନିୟମିତ ଭାବେ ଦେଖୁଥିବେ ଏବଂ ଏଥିରେ ଅଭିନୟ କରୁଥିବା ଚରିତ୍ର ମାନଙ୍କ ସହିତ ବହୁ ମାତ୍ରାରେ ଜଡିତ ମଧ୍ୟ ଥିବେ । ସେହିଭଳି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜି ସାର୍ଥକ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡିଶାର ଲୋକପ୍ରିୟ ଧାରାବାହିକ “କେମିତି କହିବି କହ” ବିଷୟରେ । ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗୁଥିବ କାହିଁକି ନାଁ ଏଥିରେ ଅଭିନୟ କରୁଥିବା କଳାକାର ମାନେ ସବୁଠୁ ଭିନ୍ନ ଅଟନ୍ତି ଏବଂ ଭିନ୍ନ ଧରଣର ଅଭିନୟ ମଧ୍ୟ କରୁଛନ୍ତି । ଆଉ ଏହି ଧାରାବାହିକ ଦରଶକ ମାନଙ୍କୁ ଏକ ଭିନ୍ନ ଧରଣର ସ୍ବାଦର ମନୋରଞ୍ଜନ ଯୋଗାଇ ଆସୁଛି । ତେବେ ଏହି ଧାରାବିହକରେ ଅଭିନୟ କରୁଥିବା କଳାକାର ମାନଙ୍କ ସହିତ ଆପଣ ପରିଚିତ ଥିବେ । ତେବେ ସାଧାରଣତଃ ଅଭିନେତା ଅବିନେତ୍ରୀ ମାନେ ସବୁବେଳେ ନିଜର କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି । ଆଉ ବର୍ତ୍ତମାନ ସମୟରେ ଠିକ୍ ସେହିପରି ସିଦ୍ଧାର୍ଥ ମହାପାତ୍ର ସୁପ୍ରିୟା ସହିତ ଝଗଡା କରୁ ଥିବାର ନଜର ଆସିଛନ୍ତି । ତେବେ କଣ ରହିଛି ଏହି ଝଗଡା ପଛର ସତ୍ୟତା ଆସନ୍ତୁ ଜାଣିବା । ଆପଣ ମାନେ ଅଲିଉଡ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ରଙ୍କୁ ତ ବହୁତ ଭଲ ଭାବର ଜାଣିଥିବେ । ସିଦ୍ଧାର୍ଥ ମହାପାତ୍ର ଅଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତା । ଯୁବକ ଠାରୁ ବୃଦ୍ଧ ହେବା ପର୍ଯ୍ୟନ୍ତ ସେ ତାଙ୍କର ଅଭିନୟ ଜାରି ରଖିଛନ୍ତି । ତାଙ୍କ ସିନେମା ଦେଖିଲେ ଲୋକଙ୍କ ହାତରେ ତାଳି ବନ୍ଦ ହୁଏ ନାହିଁ କିମ୍ବା ପାଟିରୁ ପ୍ରଂଶାସ ସରେ ନାହିଁ । ତାଙ୍କର ବିଚକ୍ଷଣ ଅଭିନୟ ସାଙ୍ଗକୁ କମେଡି ମଧ୍ୟ ସିନେମାକୁ ଆହୁରି ସୁପରହିଟ୍ କରିଥାଏ । ତେବେ ବର୍ତ୍ତମାନ ସେ ସିନେମା ଜଗତରୁ ଦୂରେଇ ଯାଇ ଧାରାବିହକରେ ନଜର ଆସୁଛନ୍ତି । Related Posts ଓଡିଶାର No-1ସିଙ୍ଗର “ନମିତା ଅଗ୍ରୱାଲ ” କିପରି ତାଙ୍କ ଶାଶୁଙ୍କ ଯତ୍ନ… ଶୁଣନ୍ତୁ ନମିତା ଅଗ୍ରୱାଲ ଏବଂ ଗୀତା ଦାସ୍ ଙ୍କ କଣ୍ଠରୁ ଲକ୍ଷ୍ମୀ ପୁରାଣ Puja ମାଣବସା… ଓଡିଶା ର No -1 youtuber ରୂପା ହଟାତ ଛାଡିଲେ ଘର ! ପୁରା ଘଟଣା ଜାଣିଲେ ଆପଣ ବି… ତେବେ ଜି ସାର୍ଥରେ ପ୍ରସାରିତ କେମିତି କହିବି କହ ଧାରାବାହିକରେ ନାୟକ ଭାବରେ ଦେଖିବାକୁ ମିଳିଛି ଅଲିଭଡ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ରଙ୍କୁ । ତାଙ୍କ ଜୀବନରେ ଏହା ତାଙ୍କର ପ୍ରଥମ ଧାରାବାହିକ ଏବଂ ଏହି ଧାରାବିହକରେ ତାଙ୍କର ନାୟିକା ଭାବରେ ଅଭିନୟ କରିଛନ୍ତି ଅଭିନେତ୍ରୀ ସୁପ୍ରିୟା । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସିଦ୍ଧାର୍ଥ ମହାପାତ୍ର ଏବଂ ସୁପ୍ରିୟାଙ୍କ ମଧ୍ୟରେ ଝଗଡା ହେଉଥିବାର ଦେଖିବାକୁ ମିଳିଛି । ଆପଣଙ୍କୁ କହିରଖୁଛୁ କି ଏହି ଭିଡିଓରେ ସେମାନେ ମସ୍ତି ପାଇଁ ଝଗଡା ପରି ଅଭିନୟ କରୁଛନ୍ତି । ସିଦ୍ଧାର୍ଥ ମହାପାତ୍ର ସୁପ୍ରିୟାଙ୍କୁ କହିଛନ୍ତି ଯେ ଯଦି ସେ ତାଙ୍କ ଠାରୁ ଭଲ ଅଭିନୟ କରିବେ ତାହେଲେ ସେ ବହୁତ ଖୁସି ହେବେ । ଏହା ତାଙ୍କର ଅଫସ୍କ୍ରିନ୍ ମସ୍ତି ଏଥିରେ କୌଣସି ସତ୍ୟତା ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 480 Share FacebookTwitterGoogle+ReddItWhatsAppPinterestEmail Prev Post ଫୁଣି ଭୟଙ୍କର ବର୍ଷା ! ରାଜ୍ୟର ଏହି ସ୍ଥାନ ଗୁଡିକ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କଲା ପାଣି ପାଗ ବିଭାଗ… ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…. Next Post ନିର୍ଯ୍ୟାତନା କଷାଘାତରେ ପେଷି ହୋଇଯାଇଛି ଆଉ ଜଣେ ନାରୀ । ଯାହାକୁ ସର୍ବ ସମ୍ମୁଖରେ କରାଯାଇଛି ଲଣ୍ଡା ! ଦୟାକରି ତୁରନ୍ତ କମେଣ୍ଟ କରନ୍ତୁ ଏପରି ଅପରାଧି ଙ୍କୁ କି ଦଣ୍ଡ ହେବା ଦରକାର !<eos>
2022-11-28T08:13:16Z
https://news40daily.com/index.php/de-khan-tu-ve-di-o-ke-mi-ti-saman-ya/
OSCAR-2301
<bos>କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ସ୍ଵାସ୍ଥ୍ୟ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି। ଟ୍ରମାକେୟାର, ପିଜି ଗ୍ରାଜୁଏଟ୍, ମେଡିକାଲ କଲେଜ, ସର୍ଜରୀ ବ୍ଲକ, ଜୁନିଅର ହଷ୍ଟେଲ ସହ ବରିଷ୍ଠ ଡାକ୍ତରଙ୍କ କ୍ଵାର୍ଟର ଭିତ୍ତିଭୂମିର ବିକାଶ କାମ କେତେ ବାଟ ଆଗେଇଛି, ତାର ସମୀକ୍ଷା କରିଛନ୍ତି। ସମୀକ୍ଷା ବେଳେ ସ୍ଵାସ୍ଥ୍ୟ ବିଭାଗର ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବ୍ରିକମ ଯାଦବ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ। ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧିନ କାମ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଛନ୍ତି। ଆସନ୍ତା ୨୦୨୩ ମସିହା ସୁଦ୍ଧା ନିର୍ମାଣ କାମ ଶେଷ ହେବ। କ୍ୟାପିଟାଲ ହସ୍ପିଟାଲର ପରିସରରେ ୮୦ କୋଟି ଟଙ୍କାରେ ତିଆରି ହେଉଥିବା ଟ୍ରମାକେୟାର ନିର୍ମାଣସ୍ଥଳ ସହ ୨୮୦ କୋଟି ଟଙ୍କାରେ ତିଆରି ହେଉଥିବା ପିଜିଆଇ ବ୍ଲକ କାମ ବୁଲି ଦେଇଥିଲେ ୫-ଟି ସଚିବ। ପ୍ରତିବର୍ଷ ଏହି ପିଜି କମ୍ପ୍ଲେକ୍ସରେ ନାମଲେଖା ହେବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ। Tags: #VKPandian #5TSecretary #CapitalHospital #Review #Bhubaneswar #Odisha #Health Facebook Twitter Pinterest WhatsApp Deepali Pattanayak RELATED ARTICLESMORE FROM AUTHOR News ଶ୍ରୀଜିଉଙ୍କୁ ଦର୍ଶନ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ News ଶ୍ରୀଗୁଣ୍ଡିଚା ମନ୍ଦିରରେ ଜଗମୋହନର ବିମ୍ ଓ କଲମରେ ଫାଟ ଅନୁଧ୍ୟାନ କଲେ ଗଜପତି ଦିବ୍ୟସିଂହ ଦେବ News ବଦଳିବ ଶିଖରଚଣ୍ଡୀ ମନ୍ଦିରର ରୂପ, ସମୀକ୍ଷା କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ News ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଇଡକୋ ପରିଚାଳନା ନିର୍ଦ୍ଦେଶକ News ଗୁରୁଣ୍ଡିଆ ଏବଂ ବଣାଇଁ ବ୍ଲକରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ ସୁନ୍ଦରଗଡ଼ ଜିଲ୍ଲାପାଳ News ପାଇଲଟ୍ ହେବାର ସ୍ୱପ୍ନ ଦେଖୁଥିବା ସୁନ୍ଦରଗଡ଼ର ଛାତ୍ରୀ ଭୂମିକାଙ୍କୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ‘୫-ଟି’ ସଚିବ Education ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ରୂପାନ୍ତରଣ’ କାର୍ଯ୍ୟକ୍ରମର ସମୀକ୍ଷା: ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସ୍ୱପ୍ନ ବିଷୟରେ ପଚାରି ବୁଝିଲେ ୫ଟି ସଚିବ News ରାଉରକେଲାରେ କ୍ରୀଡ଼ା ଭିତ୍ତିଭୂମିର ଅନୁଧ୍ୟାନ ସହ ଓଏସଏପି କ୍ୟାମ୍ପସରେ କଲ୍ୟାଣ ମଣ୍ଡପ ଉଦଘାଟନ କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ News ବଣାଇଁ ଏବଂ ଲହୁଣୀପଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ Media ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ସମୀକ୍ଷା କଲେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଏବଂ ସଚିବ ସ୍ତରୀୟ ଟିମ୍‌ Comment Cancel reply Independent. Responsible. Connected. Explore stories that matter and make sense of the news, elegantly presented bilingually.<eos>
2022-12-08T17:23:35Z
https://odisha.live/2022/11/16/5t-secretary-vk-pandian-review-capital-hospital-new-infrastructure/
OSCAR-2301
<bos>ଡେଲାଙ୍ଗ,୧୦/୨ ( ଏସଏସନିୟୁଜ) ସକଳ୍ପ ନେଲେ ଏକାଠି ହେବେ । କର୍ମବହୁଳ ଜଞାଳରୁ ଟିକିଏ ସମୟ ବାହାରକରି ସୁଖଦୁଖକୁ ବାଂଟିବା ।ଏହା ସହିତ ସମାଜର ମଙ୍ଗଳପାଇଁ କିଛିଟା ଉଦ୍ୟମ କରିବା ।ଏହିଭଳି ଭାବରେ ଏକାଠି ହୋଇଥିଲେ ପୁରାତନ ଛାତ୍ରଛାତ୍ରୀ । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ବିଦ୍ୟାପୀଠର ପୁରାତନ ଛାତ୍ରଛତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ମା କେନ୍ଦେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ୧୯୯୮ ମସିହାର ପୁରାତନ ଛାତ୍ରଛାତ୍ରୀଙ୍କ ଏହି ବନ୍ଧୁ ମିଳନ ଉତ୍ସବ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟର ଶିକ୍ଷକ ଶ୍ରୀନିବାସ ପ୍ରଧାନ,ପଦ୍ମଚରଣ ହରିଚନ୍ଦନ,ଧୋବେଇଚରଣ ପରିଡା,ରମେଶ ପରିଡା,ପଦ୍ମନାଭ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛତ୍ରୀ ମାନେ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବତନ ଛାତ୍ରଛାତ୍ରୀ ଦୀପକ ମିଶ୍ର,ସୁକାନ୍ତ ସାହୁ,ଅଭିମନ୍ୟୁ ସାହୁ,ସଦାଶିବ ପରିଡା,ଗୀତାଞ୍ଜଳୀ ସାହୁ,ଅଂଜନ ପ୍ରଧାନ,ସୁନିତା ଦାସ,ଚିନ୍ମୟୀ ପରିଡା,କଳ୍ପତରୁ ବିଶ୍ୱାଳ ପ୍ରମୁଖ ବନ୍ଧୁ ମାନେ ଅନେକ ଦିନ ପରେ ପରଷ୍ପରକୁ ଏକାଠି ପାଇ ସୁଖଦୁଖର ଆଦନ ପ୍ରଦାନ କରିବା ସହିତ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ ଠିକ୍ ଏହି ଦିନ କରିବା ପାଇ ସଙ୍କଳ୍ପ କରିଥିଲେ ।<eos>
2022-12-08T08:40:05Z
https://www.satyasandhana.in/1998-byachar-puratana-chatrachatrinka-bandhu-milana/
OSCAR-2301
<bos>ସାମ୍ବାଦିକତାରେ ଚାଞ୍ଚଲ୍ୟ । କାର୍ଯ୍ୟରତ ଡ଼ାକ୍ତରଙ୍କୁ ଅସାମ୍ବିଧାନିକ ବ୍ୟବହାର ଓ ହତ୍ୟା ଧମକ ଘଟଣାରେ ଧୁର୍ତ୍ତ କୋଟିପତି ମାଫିଆ ସାମ୍ବାଦିକ ଗିରଫ । - Nirikhyaka Sign in Home ବ୍ରହ୍ମପୁର ସ୍ପେଶାଳ ରାଜ୍ୟ ଦେଶ- ବିଦେଶ Contact Us Sign in Welcome!Log into your account your username your password Forgot your password? Password recovery Recover your password your email Search NirikhyakaNews 27x7 Sign in Welcome! Log into your account your username your password Forgot your password? Get help Password recovery Recover your password your email A password will be e-mailed to you. 0.3 C Innichen Friday, December 2, 2022 Sign in / Join Home ବ୍ରହ୍ମପୁର ସ୍ପେଶାଳ ରାଜ୍ୟ ଦେଶ- ବିଦେଶ Contact Us Facebook Instagram Twitter Vimeo Youtube NirikhyakaNews 27x7 Ad Home ବ୍ରହ୍ମପୁର ସ୍ପେଶାଳ ରାଜ୍ୟ ଦେଶ- ବିଦେଶ Contact Us Search Home ବ୍ରହ୍ମପୁର ସ୍ପେଶାଳ ରାଜ୍ୟ ଦେଶ- ବିଦେଶ Contact Us Search Home ଦେଶ- ବିଦେଶ ସାମ୍ବାଦିକତାରେ ଚାଞ୍ଚଲ୍ୟ । କାର୍ଯ୍ୟରତ ଡ଼ାକ୍ତରଙ୍କୁ ଅସାମ୍ବିଧାନିକ ବ୍ୟବହାର ଓ ହତ୍ୟା ଧମକ ଘଟଣାରେ ଧୁର୍ତ୍ତ... ଦେଶ- ବିଦେଶ ସାମ୍ବାଦିକତାରେ ଚାଞ୍ଚଲ୍ୟ । କାର୍ଯ୍ୟରତ ଡ଼ାକ୍ତରଙ୍କୁ ଅସାମ୍ବିଧାନିକ ବ୍ୟବହାର ଓ ହତ୍ୟା ଧମକ ଘଟଣାରେ ଧୁର୍ତ୍ତ କୋଟିପତି ମାଫିଆ ସାମ୍ବାଦିକ ଗିରଫ । By Nirikhyaka - May 15, 2021 0 207 Facebook Twitter Pinterest WhatsApp ବ୍ରହ୍ମପୁର,୧୪/୦୫/୨୦୨୧: ସାଧାରଣ ଜୀବନ ଯାପନ ପାଇଁ ନିଜ ଆଦର୍ଶରେ ନିରପେକ୍ଷତାକୁ ପାଥେୟ କରି ଦୁର୍ବିସହ ଜୀବନ ଲଢେଇ ସହ ସମାଜକୁ ସେବା ଯୋଗାଉଥିବା ସାଧାରଣ ସାମ୍ବାଦିକ ଟିଏ ସମ୍ପ୍ରତି ଜୀବନ ଯୁଦ୍ଧରେ ସଂଗ୍ରାମ ଚାଲୁ ରଖିଅଛି । ପ୍ରଶାସନିକ ଦାଓ ପେଞ୍ଚ , ରାଜନୈତିକ ହଟଚମଟ ସହ ସାମାଜିକ ସ୍ତିତାବସ୍ତାରେ ପରିବର୍ତ୍ତନ ସାମ୍ବାଦିକତା ପେଶାକୁ ଗୌଣ କରିଥିବା ବେଳେ ଧୁଆ ଅଧୁଆଙ୍କ ପେଶାରେ ପ୍ରବେଶ ସମ୍ପ୍ରତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଅସମ୍ମାନ ସଦୃଶ୍ୟ ହୋଇଅଛି । ସ୍ବାର୍ଥ ହାସଲ ପାଇଁ ସାମ୍ବାଦିକତାକୁ ଢାଲ କରୁଥିବା ବହୁ ସାମ୍ବାଦିକ ସ୍ଥଳବିଶେଷରେ ନିଜର ରାହାଜାନୀ ଚଳାଇ ଅମାପ ସମ୍ପତ୍ତି ଠୁଳ କରିଥିବା ବିଷୟ ସମ୍ପ୍ରତି ରହସ୍ୟାବୃତ ହୋଇଅଛି । ପରନ୍ତୁ କୋଭୀଡ ଭୁତାଣୁ ସଂକ୍ରମଣଜନିତ କରାଳ ଦୁର୍ବିପାକରେ ବିଶ୍ଵ ସମୁଦାୟଙ୍କ ପାଇଁ ଜୀବନର ସତ୍ତା ମୂଲ୍ୟହୀନ ଗଣା ଯାଉଥିବା ବେଳେ ସରକାରଙ୍କ ଦ୍ୱାରା ଘୋଷିତ ଜନୈକ କରୋନା ସମ୍ମୁଖ ଯୋଦ୍ଧା ସାମ୍ବାଦିକ ସ୍ବାସ୍ଥ୍ୟସେବା ଯୋଗାଉଥିବା କାର୍ଯ୍ୟରତ ମହିଳା ଡ଼ାକ୍ତରଙ୍କୁ ସେବାସ୍ଥଳରେ ଅସାମ୍ବିଧାନିକ ଆଚରଣ ସହ ଜୀବନରେ ମାରିଦେବାକୁ ଧମକ ଦେଇ ଅଧିକାରୀଙ୍କ ଦ୍ଵାରା ଥାନାରେ ଏତଲା ପ୍ରକାରେ ଗିରଫ ହୋଇ କୋର୍ଟରୁ ଜାମିନ ପାଇ ଆସିବା ପୁଣି ସେଇ ଘଟଣାରେ ଆକ୍ରୋଶ ମୂଳକ ଭାବେ ମେଡିକାଲରେ ପଶି ଡ଼ାକ୍ତରଙ୍କୁ ଜୀବନରେ ମାରିଦେବାକୁ ଧମକ , ଅଶ୍ରାବ୍ୟ ଗାଳି ସହ ରୋଗୀ ସେବାରେ ବାଧା ପହଞ୍ଚାଇବା ଅଭିଯୋଗରେ ମେଡିକାଲ ଅଧିକ୍ଷକଙ୍କ ଦ୍ଵାରା ଦ୍ଵିତୀୟ ସମୟର ଥାନାରେ ଏତଲା ପ୍ରକାରେ ପୁଣି ଗିରଫ ହୋଇ ଜାମିନ ନାମଞ୍ଜୁର କାରଣରୁ ଜେଲ୍ ଯାଇଥିବା ଘଟଣା ଅଞ୍ଚଳ ସାମ୍ବାଦିକଙ୍କ ସହ ଗଞ୍ଜାମ ଜିଲ୍ଲା ତଥା ଆସିକା ଓ ଧରାକୋଟ ଅଞ୍ଚଳରେ ପ୍ରମୁଖ ଆଲୋଚ୍ୟ ବିଷୟ ହୋଇଅଛି ।ହସ୍ତଗତ ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ତା ୦୬/୦୫ ରିଖରେ ଘଟିଥିବା ଏକ ଘଟଣାକ୍ରମରେ ରୋଗୀ ସେବାରେ ଥିବା ବେଳେ ଜନୈକ ମହିଳା ଡାକ୍ତରଙ୍କୁ ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ ଶ୍ରୀ ବିଷ୍ଣୁ କେଶରୀ ଆଚାର୍ଯ୍ୟ ଓ ହୃଦାନନ୍ଦ ଜେନା ଅସାମ୍ବିଧାନିକ , ଆଶ୍ରାବ୍ୟ ଭାଷାରେ ଗାଳିଦେବା ସହ ଯୌନ ଉତ୍ପିଡିତ ଧମକ ଦେବା , ଉଚ୍ଚ ରଡ଼ିରେ ଜୀବନରେ ମାରିଦେବାକୁ ଧମକ ଦେବାପରେ ସଂପୃକ୍ତ ମହିଳା ଡାକ୍ତର ଧରାକୋଟ ଥାନ ଅଧିକାରୀ , ତହସିଲଦାର ଏବଂ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଫୋନ୍ ଦ୍ଵାରା ଅବଗତ କରିଥିଲେ । କିଛି ସମୟ ପରେ ଧରାକୋଟର ଅନ୍ୟ କିଛି ସାମ୍ବାଦିକଙ୍କ ଗହଣରେ ମେଡିକାଲ ଆସି ଥାନା ,ତହସିଲ ଓ ଉପଜିଲଲାପାଳଙ୍କ ଅବଗତି ନେଇ ଧମକ ଚମକ ଦେଇଥିଲେ । ଘଟଣାର ମୀମାଂସା ନକଲେ ରୋଗୀସେବା ଠପ୍ ସହ ମେଡିକାଲ୍ ଅଚଳ କରାଯିବାର ଧମକ ଦେଇଥିଲେ । ଡାକ୍ତର ପିଙ୍କି ପାତ୍ରଙ୍କୁ ରାଜନୈତିକ ପାତିଆରା ଥିବାରୁ ଯାହା ଚାହିଁବେ କରିପାରିବେ କହିବା ସହିତ ” ଲେଡୀ ଡନ୍ ” ଆଖ୍ୟାଦେଇ ମହିଳା ଡାକ୍ତର ଓ କର୍ମଚାରୀଙ୍କୁ ଭୟଭୀତ କରିଥିଲେ । କୋଭିଡ – ୧୯ କାର୍ଯ୍ୟକ୍ରମରେ ବାହାରେ ଦ୍ୟୁଟିରେ ଥିବା ମେଡିକାଲ୍ ଅଧ୍ୟକ୍ଷ କାର୍ଯ୍ୟାଳୟ ଫେରିବା ପରେ ଘଟଣା ସମନ୍ଧରେ ଅବଗତ ପରେ ଧରାକୋଟ ଥାନାରେ ଏତଲା ଦେଇଥିଲେ । ଧରାକୋଟ ଥାନା ପକ୍ଷରୁ ଏତଲା ଗ୍ରହଣ ପରେ କେଶ ନଂ – ୭୫ / ୨୧ ମାମଲା ରୁଜୁ କରାଯାଇ ଉଭୟ ସାମ୍ବାଦିକଙ୍କୁ ପୋଲିସ୍ ଗିରଫ କରି ତା – ୦୭/୦୫ ରିଖାରେ ଆସିକା କୋର୍ଟକୁ ଚାଲାଣ କରିଥିଲା । ମାନ୍ୟବର ବିଚାରପତି ଉଭୟଙ୍କୁ ନିର୍ଦ୍ଧିଷ୍ଟ ନୀତିରେ ଜାମିନ ପ୍ରଦାନ କରିବାରୁ ଉଭୟ ଜାମିନରେ ଆସିଥିଲେ । ପରନ୍ତୁ ଗତ ଟା – ୧୩/୦୫ ରିଖ ସକାଳ ପ୍ରାୟ ସାଢେ଼ ସାତଟାରେ ସଂପୃକ୍ତ ସାମ୍ବାଦିକ ବିଷ୍ଣୁ ଆଚାର୍ଯ୍ୟ ପୂର୍ବ ଘଟଣାକୁ ନେଇ ଧରାକୋଟ ମେଡିକାଲ ସମ୍ମୁଖରେ କାର୍ଯ୍ୟରତ ଡାକ୍ତର ଏମ୍ ଭି କେ ପ୍ରସାଦକୁ ଆସୌଜନ୍ୟ ବ୍ୟବହାର ସହ ଅସାମ୍ବିଧାନିକ ଶବ୍ଦର ପ୍ରୟୋଗ କରି କଥା ନ ଶୁଣିଲେ ଘରୁ କାତି ନେଇ ଆସି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସାମ୍ବାଦିକଙ୍କ ଉଗ୍ରରୁପରେ ହତଚକିତ ଡାକ୍ତର ଓ କର୍ମଚାରୀ ଭୟଭୀତ ହୋଇଯାଇଥିଲେ । ସାମ୍ବାଦିକଙ୍କ ଉଗ୍ରରୂପ ଦେଖି ସଂପୃକ୍ତ ଡାକ୍ତର ଅବିଳମ୍ବେ ଧରାକୋଟ ଥାନାରେ ପହଞ୍ଚି ଆଚାର୍ଯ୍ୟଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ସି ଏଚ ସି ଅଧିକ୍ଷକଙ୍କ ପତ୍ର ସଂଖ୍ୟା ୨୫୨ / ତା – ୧୩/୦୫/୨୦୨୧ ପ୍ରକାରେ ଧରାକୋଟ ଥାନାରେ କରାଯାଇଥିବା ସରକାରୀ ଏତଲା ପ୍ରକାରେ ପୋଲିସ୍ ପକ୍ଷରୁ ଥାନା କେଶ୍ ନଂ ୭୮/୨୦୨୧ ପ୍ରକାରେ ମାମଲା ରୁଜୁ କରି ସାମ୍ବାଦିକଙ୍କୁ ଦ୍ଵିତୀୟବାର ଗିରଫ କରି ପୁଣି କୋର୍ଟ ଚାଲାଣ କରିଥିଲା । ପରନ୍ତୁ ଆସିକା କୋର୍ଟ ସାମ୍ବାଦିକଙ୍କ ଜାମିନ ମୁଚାଲିକାକୁ ଗ୍ରହଣ ନକରିବାରୁ ସମ୍ପ୍ରତି ଆସିକା ଜେଲରେ ଥିବା ଜଣା ଯାଇଅଛି । ଏଥିନେଇ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିରପେକ୍ଷ ସାମ୍ବାଦିକଙ୍କ ଠାରେ ଅପମାନ ଜନକ ଭାବ ସୃଷ୍ଟି ହୋଇଥିବା ବେଳେ ସାମ୍ବାଦିକଙ୍କ ପ୍ରତି ହେଉଥିବା ସାମ୍ପ୍ରତିକ କଠୋର ଆଭିମୁଖ୍ୟ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ପରନ୍ତୁ ଗିରଫ ହୋଇ ଜେଲରେ ଥିବା ସାମ୍ବାଦିକ ବିଷ୍ଣୁ କେଶରୀ ଆଚାର୍ଯ୍ୟ ଜଗମୋହନ ପଞ୍ଚାୟତର କିଶୋରଚନ୍ଦ୍ର ପଲ୍ଲୀରେ ଇଟା ଭାଟି ବେପାର , ଯାହାଡା ରାଜସ୍ବ ସର୍କଲର କିରାଖାଇ ପାହାଡ଼ରେ ଅବୈଧ ପଥର କୁଆଁରୀ ବ୍ୟବସାୟ , ଧରାକୋଟ ନିକଟବର୍ତ୍ତୀ ବାଲିବନ୍ଧର ଜବରଦଖଲରେ ଥିବା ସରକାରୀ ଜମିରେ ଚାଳିଶ ଲକ୍ଷରୁ ଅଧିକ ମୂଲ୍ୟର ବେଆଇନ କୋଠା , ସାମ୍ବାଦିକତା ଓ ଶାସକଦଳର ଭୟ ଦେଖାଇ ବେଆଇନ ବାଲି ବେପାର , ପ୍ଲଟ ବେପାର ସହ ସରକାରଙ୍କ ଠିକାଦାର କାମରେ ଭାଗିଦାରୀ ରହି ପ୍ରଚୁର ସମ୍ପତ୍ତିର ମାଲିକ ସାଜିଥିବା ଜଣାଯାଇଛି ।ଏତଦ୍ ବ୍ୟତୀତ ଅଞ୍ଚଳର ଥାନା , ତହସିଲ , ବ୍ଲକ୍ , ଡାକ୍ତରଖାନା ସହ ସମସ୍ତ ଲାଇନ୍ ବିଭାଗର କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀଙ୍କୁ ଚାପରେ ରଖି ବତି ଆଦାୟ ସହ ଧମକ ଚମକ ଦେଉଥିବାର ଅଭିଯୋଗ ହେଉଅଛି । ଅନ୍ୟ ପକ୍ଷରେ ଏକ ସାମ୍ବାଦିକ ସଂଘର ଜିଲ୍ଲା ସଂପାଦକ ରହି ନିଜ ଆଡୁ ଦବଦବା ଜାହିର କରି ଅସାଧୁ ଉପାୟରେ ବିପୂଳଧନ ଠୁଳ କରିଥିବା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଅଛି । Facebook Twitter Pinterest WhatsApp Previous articleଅକ୍ଷୟତୃତୀୟା ପାଳନ ଅବସରରେ ଗ୍ରାମଞ୍ଚଳରେ ସମନ୍ବିତ କୃଷିର ଋପାନ୍ତରିତ କାର୍ଯ୍ୟକ୍ରମ (ତାରା) ର ସମୀକ୍ଷା Next articleରାଜ୍ୟର ଗରିବ ଅସହାୟ ବୁଢ଼ା ବୁଢୀ ଙ୍କୁ ମହାମାରୀ କରୋନା ସଂକ୍ରମଣ କାଳରେ ସରକାର ସିଧାସଳଖ ସହାୟତା ପ୍ରଦାନ କରନ୍ତୁ:ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ Nirikhyaka RELATED ARTICLESMORE FROM AUTHOR କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ୟୁଏସ ନ୍ୟାସନାଲ୍ ସାଇନ୍ସ ଫାଉଣ୍ଡେସନର ନିର୍ଦ୍ଦେଶକ।ଦେଶର ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହେବା ପାଇଁ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୯ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି • ଶ୍ରୀମଦ୍ ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ରାଜ୍ୟ ବିଜେପି ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ତାଲିକା ଘୋଷଣା, ଅନୁସୂଚିତ ଜାତି ମୋର୍ଚ୍ଚା: ପୃଥ୍ବୀରାଜ ହରିଚନ୍ଦନ; ଯୁବ ମୋର୍ଚ୍ଚା: ଗୋଲକ ପ୍ରସାଦ ମହାପାତ୍ର; ସଂଖ୍ୟାଲଘୁ ମୋର୍ଚ୍ଚା: ରବି ନାରାୟଣ ନାଏକ; ଓବିସି ମୋର୍ଚ୍ଚା:... LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. Recent Posts ପିପୁଲସ କଲେଜରେ ବିଶ୍ୱ ଏଡସ୍ ଦିବସ ପାଳନ ପୋଲସରା କଲେଜରେ ବିଶ୍ୱ ଏଡ୍ସ ଦିବସ ପାଳନ ଶ୍ରମମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୃତକ ଓ ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ କ୍ଷେତ୍ରମହନ ବିଜ୍ଞାନ ମହାବଦ୍ୟାଳୟ ରେ ଏଡ଼ସ ଦିବସ ପାଳିତ RECENT POSTS ସଡକ ଦୁର୍ଘଟଣାରେ ବାଇକ ଚାଳକ ସହ ମହିଳା ଆହତ November 27, 2022 ମନ୍ତ୍ରୀଙ୍କ ସହଯୋଗରେ ସୁରାଟରେ ହେଲା ଶବ ସଂସ୍କାର November 30, 2022 ପୋଲସରା କଲେଜରେ ବିଶ୍ୱ ଏଡ୍ସ ଦିବସ ପାଳନ December 1, 2022 POPULAR POSTS ଆଜି ଠାରୁ ଆରମ୍ଭ ହେଲା ସୋନାପୁର ବେଳାଭୂମିରେ ଇକୋ ରିଟ୍ରେଟ୍ କିକ୍। ପର୍ଯ୍ୟଟନ ସ୍ଥଳୀର ବିକାଶ ଦିଗରେ ଇକୋ ରିଟ୍ରେଟ୍ ସହାୟ ହେବ December 1, 2022 ପିପୁଲସ କଲେଜରେ ବିଶ୍ୱ ଏଡସ୍ ଦିବସ ପାଳନ December 1, 2022 ପୋଲସରା କଲେଜରେ ବିଶ୍ୱ ଏଡ୍ସ ଦିବସ ପାଳନ December 1, 2022 POPULAR CATEGORY ବ୍ରହ୍ମପୁର ସ୍ପେଶାଳ9859 ରାଜ୍ୟ1654 ଦେଶ- ବିଦେଶ90 ଭିଡିଓ5 Ad Nirikhyaka News 24x7 ABOUT US Nirikhyaka is our news, entertainment, music fashion website. We provide you with the latest breaking news and videos. For more information or for support fell free to reach us.<eos>
2022-12-01T20:40:00Z
https://nirikhyaka.com/2021/05/15/%e0%ac%b8%e0%ac%be%e0%ac%ae%e0%ad%8d%e0%ac%ac%e0%ac%be%e0%ac%a6%e0%ac%bf%e0%ac%95%e0%ac%a4%e0%ac%be%e0%ac%b0%e0%ad%87-%e0%ac%9a%e0%ac%be%e0%ac%9e%e0%ad%8d%e0%ac%9a%e0%ac%b2%e0%ad%8d%e0%ad%9f-%e0%a5%a4/
OSCAR-2301
<bos>Exclusive – “ପ୍ରକୃତି ଆଜି ବ୍ୟାଚେଲର ଅଛନ୍ତି କାଲି ସେ ମା ହେବେ..ତାପରେ ସେ ତୃପ୍ତିଙ୍କ କଷ୍ଟ ଜାଣିପାରିବେ”..ଦେଖନ୍ତୁ ଭାଇ ଜଣକ କ’ଣ କହୁଛନ୍ତି ? – ଦୈନିକ ଖବର ସବୁ ସମୟ ଖବର ସାଥିରେ Publisher - ସବୁ ସମୟ ଖବର ସାଥିରେ Home ଭାଇରାଲ ନ୍ୟୁଜ ଘରୋଇ ଉପଚାର ଦେଶବିଦେଶ ଓଡିଶା Home Breaking news Exclusive – “ପ୍ରକୃତି ଆଜି ବ୍ୟାଚେଲର ଅଛନ୍ତି କାଲି ସେ ମା ହେବେ..ତାପରେ ସେ ତୃପ୍ତିଙ୍କ କଷ୍ଟ ଜାଣିପାରିବେ”..ଦେଖନ୍ତୁ ଭାଇ ଜଣକ କ’ଣ କହୁଛନ୍ତି ? Breaking news Exclusive – “ପ୍ରକୃତି ଆଜି ବ୍ୟାଚେଲର ଅଛନ୍ତି କାଲି ସେ ମା ହେବେ..ତାପରେ ସେ ତୃପ୍ତିଙ୍କ କଷ୍ଟ ଜାଣିପାରିବେ”..ଦେଖନ୍ତୁ ଭାଇ ଜଣକ କ’ଣ କହୁଛନ୍ତି ? 0 18 Share ଏବେ ସୋସିଆଲ ମିଡିଆରେ ଟ୍ରଲରେ ଅଛନ୍ତି ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ର | କିଛି ଦିନ ପୂର୍ବରୁ ଭୁବନେଶ୍ୱରର ଏଆରପୋର୍ଟ ନିକଟରେ ଏକ କାରରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି ସେମାନଙ୍କ ଚୋରା ପ୍ରୀତିକୁ ସମସ୍ତଙ୍କ ଆଗକୁ ଆଣିଥିଲେ ଓ ପ୍ରକୃତିଙ୍କୁ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଥିଲା |ତୃପ୍ତି ଏହା ମଧ୍ୟ କହିଥିଲେ କି ସେମାନେ ଦେଢ ବର୍ଷ ହେଲାଣି ଲିଭ ଇନରେ ଅଛନ୍ତି ବୋଲି |ତାପରେ ବାବୁସାନ ଓ ପ୍ରକୃତି ସୋସିଆଲ ମିଡିଆରେ ନିଜର ମନ୍ତବ୍ୟ ରଖି କହିଥିଲେ କି ସେମାନେ କେବଳ ଭଲ ବନ୍ଧୁ କିନ୍ତୁ ଏ କଥାକୁ ତୃପ୍ତି ଓ ବାବୁସାନଙ୍କ ପରିବାର ପ୍ରତ୍ୟାଖାନ କରିଥିଲେ | ଯେହେତୁ ଦୁଇ ଜଣ ଯାକ ଆମ ଓଡ଼ିଶାର ପ୍ରଖ୍ୟାତନାମ କଳାକାର ସେଥିପାଇଁ ସେମାନଙ୍କର ପ୍ରଶଂସକ ମାନଙ୍କର ମନରେ ଲାଗି ରହିଛି ଦୁଃଖର ଜୁଆର | ସମସ୍ତେ ଯିଏ ଯାହାର ମତ ସୋସିଆଲ ମିଡିଆରେ ରଖୁଛନ୍ତି | କିଏ ବାବୁସାନଙ୍କ ପରିବାରକୁ ପ୍ରୋତ୍ସାହନ କରୁଛି ତ କିଏ ପ୍ରକୃତି ମିଶ୍ରଙ୍କ ପରିବାରକୁ କାରଣ ଦୁଇ ପରିବାର ଆମ ଓଡ଼ିଶାର ସୁନାମଧନ୍ୟ ପରିବାର | ବାବୁସାନ ବରିଷ୍ଠ ଅଭିନେତ୍ରୀ ଅପରାଜିତା ଓ ଉତ୍ତମ ମହାନ୍ତିଙ୍କ ପୁଅ ହୋଇଥିବା ବେଳେ ପ୍ରକୃତି ସଂଗୀତ ନିର୍ଦେଶକ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟାଙ୍କ ଝିଅ ଅଟନ୍ତି | ତେଣୁ ବହୁ ପ୍ରଶଂସକ ନିଜର ମନ୍ତବ୍ୟ ସୋସିଆଲ ମିଡିଆରେ ରଖି କହିଛନ୍ତି କି ବାବୁସାନ ଓ ତୃପ୍ତିଙ୍କର ପୁଣି ଏକ ସୁନାର ସଂସାର ହେଇଯାଉ ବୋଲି ଆଶା ରଖିଛନ୍ତି କାରଣ ବାବୁସାନଙ୍କର ଦେଢ ବର୍ଷର ଏକ ଶିଶୁ ପୁତ୍ରଟିଏ ଅଛି | ବାବୁସାନଙ୍କର ଜଣେ ଫେନ ଆଜି ଏମିତି କଥା କହିଛନ୍ତି ଆସନ୍ତୁ ଜାଣିବାକୁ ସେ ସମ୍ପର୍କରେ | ବାବୁସାନ ଓ ପ୍ରକୃତିଙ୍କର ଯୋଉଁ ଘଟଣା ଘଟିଛି ତାହା ଘଟିବା କଥା ନୁହଁ କାହିଁକି ନା ବାବୁସାନ ଆମ ଓଲିଉଡ଼ରେ ଜଣେ ପ୍ରଖ୍ୟାତ କଳାକାର ଏବଂ ତାଙ୍କର ନାଁ ଅଛି ଓଡ଼ିଶାରେ | ଏଭଳି ହେବ ବୋଲି କେହି ଆଶା କରି ନ ଥିଲେ |ବାବୁସାନଙ୍କର ଗୋଟିଏ ପିଲା ଅଛି ତେଣୁ ପ୍ରକୃତିଙ୍କୁ ଏଭଳି କାରନାମା କରିବା ଆଗରୁ ଥରେ ଭାବିବାର ଥିଲା ବୋଲି ସେ କହିଛନ୍ତି | ଏବଂ ଗୋଟିଏ ପିଲାଠୁ ତାର ବାପାଙ୍କୁ ଛଡାଇ ନେବା ଠିକ ନୁହେଁ ଓ ଆ କଥା ଯିଏ ମାଆ ହେଇଛି ସେ ଜାଣିଛି ଏହାର ମହତ କଣ ବୋଲି କହିଛନ୍ତି |ପ୍ରକୃତି ଆଜି ବ୍ୟାଚଲର ଅଛନ୍ତି, ତ କିଛି ଦିନ ପରେ ସେ ବି ମାଆ ହେବେ ଏବଂ ସେ ଜାଣିବେ ଯେ ଜଣେ ପିଲା ଠାରୁ ତାର ବାପାଙ୍କୁ ଛଡ଼ାଇଲେ କେତେ କଷ୍ଟ ହୋଇଥାଏ ଓ ଜଣେ ସ୍ତ୍ରୀ ଠାରୁ ତାର ସ୍ୱାମୀଙ୍କୁ ଦୂର କଲେ କେତେ କଷ୍ଟ ହୋଇଥାଏ | ଓଡ଼ିଆ ଇଣ୍ଡଷ୍ଟ୍ରି ତଳକୁ ଯାଉଥିବା ବେଳେ ବାବୁସାନ ଏକ ହିଁ ଭରସା ଥିଲେ | ତେଣୁ ଏହି ଯୋଉ ଘଟଣା ଖରାପ ଲାଗୁଚି ବୋଲି କହିଛନ୍ତି |ପ୍ରକୃତି ମଧ୍ୟ ଜଣେ ଭଲ କଳାକାର ହିସାବରେ ଏହା ଠିକ କରି ନାହାନ୍ତି ବୋଲି କହିଛନ୍ତି | ଏବଂ ବାବୁସାନ ତାଙ୍କ ସ୍ତ୍ରୀ ପାଖକୁ ଫେରି ଆସନ୍ତୁ ଓ ଭବିଷ୍ୟତରେ ଏମିତି ଅଘଟଣ ନ ଘଟିବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ୱାସ | ନ ହେଲେ ସାଧାରଣ ଲୋକେ ଓ ଯୁବପିଢ଼ି ସେମାନଙ୍କଠୁ ଭଲ କଥା ଶିଖି ପାରିବେ ନାହିଁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।<eos>
2022-12-06T09:56:05Z
https://dainikhabar.com/index.php/prakruti-aji-byachlor-achanti/
OSCAR-2301
<bos>ଶାଢୀ ପିନ୍ଧି ସବୁ ଭୁଲି ନାଚିଲେ କଲେକ୍ଟର ମ୍ୟାଡାମ । କଲେଜ ଛାତ୍ରଛାତ୍ରୀଙ୍କ ସହ ନିଜେ ବି କଲେଜ ଗାର୍ଲ ପାଲଟି ଗଲେ । ଆଉ ମ୍ୟାଡାମଙ୍କ ନାଚ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଇଏ ହେଉଛନ୍ତି କେରଳ ପାଠନାମଥିଟା ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ଦିବ୍ୟା ଏସ. ଆୟର । କେରଳର ମହାତ୍ମା ଗାନ୍ଧୀ ବିଶ୍ଵ ବିଦ୍ୟାଳୟରେ ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ଏକ ବଡ ଧରଣର ଆର୍ଟ ଫେଷ୍ଟିଭାଲ । ଯାହାକୁ ଜିଲ୍ଲା ପ୍ରଶାସନ ସହାୟତାରେ ଆୟୋଜନ କରାଯାଉଛି । ଆଉ ଏଥିପାଇଁ ଜିଲ୍ଲାପାଳ ମହୋଦୟା ସ୍ଥିତି ପରଖିବା ପାଇଁ ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚିଥିଲେ । ଏହି ସମୟରେ କିଛି ପିଲା ଏକାଠି ହୋଇ ଡ୍ୟାନ୍ସ ପ୍ରତିଯୋଗୀତା ପାଇଁ ଅଭ୍ଯାସରେ ମାତିଥିଲେ । କିନ୍ତୁ ଜିଲ୍ଲାପାଳଙ୍କୁ ଦେଖି ସମସ୍ତେ ଟିକେ ଅଟକି ଗଲେ । ହେଲେ ଜିଲ୍ଲାପାଳ ସେମାନଙ୍କୁ ଏପରି କରିବାକୁ ମନା କରିବା ସହ ଅଭ୍ଯାସ ଜାରି ରଖିବା ପାଇଁ କହିଥିଲେ । ଆଉ ସବୁଠାରୁ ବଡ କଥା ହେଲା ଯେତେବେଳେ ଗୀତ ବାଜିଲା ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ମହୋଦୟା ନିଜେ ନାଚିବାକୁ ଲାଗିଲେ । ଏହାକୁ ନେଇ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପିଲାମାନଙ୍କ ନାଚ ଦେଖି ମୋର କଲେଜ ଦିନ କଥା ମନେ ପଡିଗଲା । ମୁଁ ନାଚିବା ସମୟରେ ମୋ ସ୍ଵାମୀ ମଧ୍ୟ ଉପସ୍ଥିତ ଥିଲେ । ବହୁତ ଦିନ ପରେ କଲେଜ କଥା ମନେ ପକାଇ ନାଚି ଥିବାରୁ ମୁଁ ବି ବହୁତ ଖୁସି । ଜିଲ୍ଲାପାଳଙ୍କ ନାଚିବା ସମୟର ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆଉ ଜିଲ୍ଲାପାଳଙ୍କ ନାଚ ଦେଖି ସମସ୍ତେ ବେଶ ତାଜୁବ ବି ହେଉଛନ୍ତି । କଲେଜ ପିଲାଙ୍କ ସହ ତାଳରେ ତାଳ ମିଶାଇ ନାଚୁଛନ୍ତି ଜିଲ୍ଲାପାଳ ଓ ସେ ବହୁତ ଫିଟ୍ ମଧ୍ୟ ଲାଗୁଛନ୍ତି । ୩୭ ବର୍ଷୀୟ ଏହି ଜିଲ୍ଲାପାଳ ଡାକ୍ତରୀ ପାଠ ମଧ୍ୟ ପଢିଛନ୍ତି । ଆଇଏଏସ ଦେବା ଆଗରୁ ସେ ମେଡ଼ିସିନରେ ପ୍ରାକ୍ଟିସ ମଧ୍ୟ କରୁଥିଲେ । ୨୦୧୪ରେ ସେ ଆଇଏଏସ ରେ ଯୋଗ ଦେବାକୁ ନିର୍ଣ୍ଣୟ ନେଇଥିଲେ । ୨୦୧୭ ମସିହାରେ ସେ ବିବାହ କରିଛନ୍ତି ଓ ୨୦୨୧ରେ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ବଡ ଭଉଣୀ ଶେଷା ଆୟର ଭାରତୀୟ ଅନ୍ତରିକ୍ଷ ସଂସ୍ଥା ଇସ୍ରୋର ଜଣେ ନାମୀ କର୍ମଚାରୀ ଥିଲେ, ଯିଏକି ଏବେ ଅବସର ନେଇ ସାରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । Categories ବିଶେଷ Post navigation ଟୋଲ କର୍ମଚାରୀଙ୍କ ଉପରେ ରାଗିଗଲେ ଟ୍ରକ ଡ୍ରାଇଭର, ଆଉ ତା’ପରେ ତାଙ୍କ ସହ ଯାହା କଲେ ଦେଖିଲେ ଲୋମ ଟାଙ୍କୁରି ଉଠିବ, ଏବେ ଭାଇରାଲ ହେଉଛି video ସମୁଦ୍ର ଭିତରେ ବ୍ୟକ୍ତିଙ୍କ କ୍ୟାମେରା ଛଡେଇ ଗିଳିଦେଲା ସାର୍କ, ରେକର୍ଡ ହେଲା ସାର୍କ ପେଟ ଭିତରର ଦୃଶ୍ୟ, ଦେଖନ୍ତୁ ଏହି ଭାଇରାଲ video CID ସିରିଏଲର ଆକ୍ଟର ମାନଙ୍କ ରିଅଲ ଲାଇଫ ସ୍ତ୍ରୀ ମାନେ ବହୁତ ସୁନ୍ଦର, ଦେଖିଲେ ଆପଣ ବି ହେଇଯିବେ ଦିୱାନା TV ସିରିଏଲ “ରାମାୟଣ” ର ରାମଙ୍କ ରିଅଲ ଲାଇଫ ସ୍ତ୍ରୀ ଓ ଝିଅ ଲାଗନ୍ତି ବହୁତ ସୁନ୍ଦର, ବିଶ୍ଵାସ ହେଉନଥିଲେ ନିଜେ ଦେଖି ନିଅନ୍ତୁ<eos>
2022-11-28T10:30:01Z
https://headlines9.com/college-pilanka-shaa-nachile-collector/
OSCAR-2301
<bos>ଧପନ୍ତରିଆ ପଡ଼ିଛି ଗ୍ରାମ ରାସ୍ତା। ବିଭାଗୀୟ ଅବହେଳା ଯୋଗୁ ରାସ୍ତା କାମ ହେଉ ନ ଥିବାବେଳେ ଆସିଯାଇଛି ବର୍ଷା। ଏକମାତ୍ର ରାସ୍ତା କାଦୁଅ ପଚପଚ ହୋଇଯାଇଛି। ତା ଭିତରେ ପଶି ଗାଁ ଲୋକ ଯିବା ଆସିବା କରୁଛନ୍ତି। ଯେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେ ଅସନ୍ତୋଷ ବଢୁଛି। ଏହି ଅସନ୍ତୋଷ ଶେଷରେ ବିସ୍ଫୋରକ ରୂପ ନେଇଛି।<eos>
2022-11-28T11:23:35Z
https://otvkhabar.in/tag/muddy-village-road
OSCAR-2301
<bos>୮୦ ଓ ୯୦ ଦଶକରେ ସବୁଠୁ ଫେମସ୍ ଆକ୍ଟ୍ରେସ ଭାବରେ ଭାରି କ୍ରେଜ ଥିଲା ମାଧୁରୀ ଦୀକ୍ଷିତଙ୍କର। ମାଧୁରୀଙ୍କ ଡ୍ୟାନ୍ସ ଓ ଆକ୍ଟିଂର ଆଜି ବି ଫ୍ୟାନମାନେ ଦିଓ୍ୱାନା। ବୟସ ବଢ଼ିଥିଲେ ବି ଚମକ ଏବେ ବି ଭରି ରହିଛି। କିନ୍ତୁ ଏକଥା ବହୁତ କମ୍ ଲୋକ ଜାଣିଥିବେ ଯେ, ତାଙ୍କ ବାପା-ମାଆ ଚାହୁଁ ନଥିଲେ ଫିଲ୍ମରେ କାମ କରନ୍ତୁ ମାଧୁରୀ। ମାଧୁରୀ କ୍ୟାରିୟରକୁ ନେଇ ସିରିଅସ୍ ଥିବାବେଳେ ବରପାତ୍ର ଯୋଗାଡରେ ବ୍ୟସ୍ତ ରହୁଥିଲେ ତାଙ୍କ ବାପା-ମା’। ସୁରେଶଙ୍କ ପସନ୍ଦ ନଥିଲେ ମାଧୁରୀ ବହୁ ଖୋଜାଖୋଜି ପରେ ମାଧୁରୀଙ୍କ ପାଇଁ ଉପଯୁକ୍ତ ବରପାତ୍ର ପାଇଥିଲେ ଘର ଲୋକ। ସେ ଥିଲେ ସୁରେଶ ଓ୍ୱାଡେକର। ସେ ସମୟର ଜଣାଶୁଣା ସିଙ୍ଗର୍। ତାଙ୍କ ଘରକୁ ମାଧୁରୀଙ୍କ ବାପା-ମା ବିବାହ ପ୍ରସ୍ତାବ ପଠାଇଥିଲେ। କିନ୍ତୁ ମନା କରିଥିଲେ ସୁରେଶ ଓ୍ୱାଡେକର। କାରଣ ସୁରେଶ ଓ୍ୱାଡେକର ସେତେବେଳେ ଭାରି ଫେମସ୍ ଥିଲେ, କିନ୍ତୁ କ୍ଲିକ୍ କରିନଥିଲେ ମାଧୁରୀ। ମାଧୁରୀଙ୍କ ସ୍ଲିମ୍ ଚେହେରା ବି କୁଆଡେ ସୁରେଶଙ୍କୁ ପସନ୍ଦ ଆସିନଥିଲା। ସୁରେଶଙ୍କ ସହ ପ୍ରସ୍ତାବ ଭାଙ୍ଗିବା ପରେ ଭାରି ମନ ଦୁଃଖ କରିଥିଲେ ମାଧୁରୀଙ୍କ ବାପା-ମା। ସେମାନେ ସିନା ମନ ଦୁଃଖ କଲେ,କିନ୍ତୁ ଭିତରେ ଭାରି ଖୁସି ହୋଇଥିଲେ ମାଧୁରୀ। କାରଣ ସେତେବେଳେ ବିବାହ କରିବାକୁ ସେ ଚାହୁଁନଥିଲେ। ବିବାହ ଭାଙ୍ଗିଲା, ବଲିଉଡ୍ ଡିଭା ହେଲେ ମାଧୁରୀ ବାହାଘର ବନ୍ଦ ହେବାରୁ ବଲିଉଡର ଗ୍ଲାମର କୁଇନ୍ ଟ୍ୟାଗ୍ ମିଳିଲା ମାଧୁରୀଙ୍କୁ। ଆକ୍ଚିଂ ପାଇଁ ଅନୁମତି ଦେଇଦେଲେ ପରିବାର ଲୋକ। ବାସ ତା’ପରଠୁ ମାଡି ଚାଲିଲେ ଧକ୍ ଧକ୍ ଗର୍ଲ। ୧୯୮୪ରେ ଫିଲ୍ମ ‘ଅବୋଧ’ରେ ବଲିଉଡ ଡେବ୍ୟୁ କରିଥିଲେ। ଚାରି ବର୍ଷ ପରେ ସୁବାସ ଘାଇଙ୍କ ‘ତେଜାବ୍’ ମାଧୁରୀଙ୍କୁ ରାତାରାତି ବ୍ଲକବଷ୍ଟର ହିରୋଇନ୍ ମାନ୍ୟତା ଦେଇଦେଲା। ତା’ପରଠୁ ମାଧୁରୀଙ୍କ ପଛରେ ଲାଗିଲା ପ୍ରଯୋଜକ-ନିର୍ଦ୍ଦେଶକଙ୍କ ଲାଇନ୍। ଦର୍ଶକଙ୍କୁ ଭେଟି ଦେଲେ ‘ରାମ ଲକ୍ଷ୍ମଣ’, ‘ଫରିନ୍ଦା’, ‘ଦିଲ୍’, ‘ସାଜନ୍’, ‘ବେଟା’, ‘ଖଳନାୟକ’, ‘ହମ୍ ଆପ୍ କେ ହୈ କୌନ୍’, ‘ରାଜା’ ଭଳି ଅନେକ ସୁପରହିଟ୍ ଫିଲ୍ମ। ବଲିଉଡର ସୁପରଷ୍ଚାର ହିରୋଇନ୍ ଭାବରେ ନିଜକୁ ଏଷ୍ଟାବ୍ଲିସ କରିଥିଲେ ମାଧୁରୀ। ତାଙ୍କର ଡ୍ୟାନ୍ସ ଠୁମକାରେ ମତୁଆଲା ଦର୍ଶକ। ଆଜିକାଲି ସେ ଫିଲ୍ମ କରୁ ନାହାନ୍ତି ସତ, କିନ୍ତୁ କ୍ରେଜ୍ କମିନି। ବର୍ତ୍ତମାନ ଟେଲିଭିଜନ୍ ରିଆଲିଟି ସୋର ଜଜ୍ ସିଟରେ ନଜର ଆସୁଛନ୍ତି ବଲିଉଡ ଡିଭା। ସଞ୍ଜୟ ଦତ୍ତଙ୍କ ସହ ମାଧୁରୀଙ୍କ ଆଫେୟାର୍ସକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ହୋଇଥିଲା। ଶେଷରେ ଆମେରିକାର ଡାକ୍ତର ରାମ ନୈନେଙ୍କ ଦିଲ୍ କି ରାଣୀ ସାଜିଥିଲେ ବଲିଉଡ କୁଇନ୍। ସେମାନଙ୍କର ଦୁଇଟି ପୁଅ। ପ୍ରଥମ ଦେଖାରେ ମାଧୁରୀଙ୍କ ବିଉଟିର ଦିଓ୍ୱାନା ହୋଇଥିଲେ ରାମ ନୈନେ । ତାଙ୍କୁ ବିବାହ କରି ଅନେକଙ୍କ ଦିଲ୍ ଭାଙ୍ଗିଥିଲେ ମାଧୁରୀ। ସୁରେଶ ଓ୍ୱାଡେକର ପରେ ଏକଥା ବୋଧେ ଭାବିଥିବେ ଯେ ସେ ମସ୍ତବଡ଼ ଭୁଲ୍ କଲେ।<eos>
2022-11-30T19:51:10Z
https://www.bartamanodisha.com/when-suresh-wadekar-refused-to-marry-madhuri-dixit/
OSCAR-2301
<bos>ଇତିହାସର ଏଭଳି ଏକ ଗାଥା ରହିଛି ଯାହାକୁ ଭାରତ ଏବେ ସୁଦ୍ଧା ଶୁଣୁଛି। ଏବେ ବଲିଉଡ ପରଦାରେ ଏହାକୁ ଚିତ୍ରିତ କରାଯାଇଛି। ଆଶୁତୋଷ ଗୋୱାରିକର ଭବ୍ୟ ସେଟ୍ ଏବଂ ଦମଦାର ଆକ୍ସନ ଥିବା ଫିଲ୍ମ ପାନିପତର ଟ୍ରେଲର ରିଲିଜ୍ କରିଛନ୍ତି। ଫିଲ୍ମରେ ସଞ୍ଜୟ ଦତ୍ତ, ଅର୍ଜୁନ କାପୁର, କୃତି ସେନନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ତିନି ଜଣ ଫିଲ୍ମର ପ୍ରତ୍ୟେକ ସିନକୁ ଦମଦାର କରିଛନ୍ତି। ଅହମ୍ମଦ ଶାହାଙ୍କ ଭୂମିକାରେ ଥିବା ସଞ୍ଜୟ ଦତ୍ତ ଫିଲ୍ମରେ ଧମାକାଦାର ଅଭିନୟ କରିଛନ୍ତି। ଏହି ଅର୍ଜୁନ କପୁର ସଦାଶିବ ଭାଓ ଭୂମିକାରେ ଅଛନ୍ତି। ସେ ପେଶୱା ବାଜିରାଓଙ୍କ ପ୍ରଥମ ଭଣଜା ଥିଲେ। ଫିଲ୍ମ ପାଇଁ ଅର୍ଜୁନ ଲଣ୍ଡା ହୋଇଛନ୍ତି। ଏଥିପାଇଁ ତାଙ୍କୁ ତାଙ୍କର ଲୁକ ଚେଞ୍ଜ କରିବାକୁ ପଡିଥିଲା। ସେହିପରି କୃତ୍ତି ମରାଠା ମହାରାଣୀ ଭୂମିକାରେ ଅଛନ୍ତି। ତାଙ୍କ ନାମ ପାର୍ବତୀ ବାଇ ଅଛି। ଏହି ଫିଲ୍ମ ଐତିହାସିକ ଆଧାରରେ ନିର୍ମାଣ କରାଯାଇଛି। ତେବେ ଫିଲ୍ମ ଡିସେମ୍ବର ୬ ରେ ରିଲିଜ ହେବାକୁ ଯାଉଛି। Related Posts ଇଡି କାର୍ଯ୍ୟାଳୟରେ ହାଜର ହେଲେ ଅଭିନେତା ବିଜୟ ଦେବରକୋଣ୍ଡା ଦି କାଶ୍ମୀର ଫାଇଲ’ ଫିଲ୍ମ୍: ଲାପିଡ୍ ନିଜ ମନ୍ତବ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଇବା ସହିତ ଘଟଣାର ରାଜନୀତିକରଣକୁ କଲେ ନିନ୍ଦା ସୋହନାର ଦମଦମ ହ୍ରଦ ନିକଟରେ ଥିବା କଣ୍ଠଶିଳ୍ପୀ ଦଲେର ମେହନ୍ଦିଙ୍କ ଫାର୍ମା ହାଉସ ସିଲ୍‌ ‘କାଶ୍ମୀର ଫାଇଲ୍ସ’ ରିଲିଜ୍ ପରେ ହିଁ କଶ୍ମୀରରେ ସର୍ବାଧିକ ସଂଖ୍ୟକ ହତ୍ୟାକାଣ୍ଡ ଘଟିଛି: ସଞ୍ଜୟ ରାଉତ ମିଛର ପାଦ କେତେ ବି ଲମ୍ବା ହେଉ ସତ ତୁଳନାରେ ଛୋଟ ହିଁ ରହିବ: ‘କାଶ୍ମୀର ଫାଇଲ୍ସ’ ବିବାଦକୁ ନେଇ ଅନୁପମଙ୍କ ପ୍ରତିକ୍ରିୟା<eos>
2022-11-30T20:17:02Z
https://www.satyapatha.com/panipat-trailer-out/
OSCAR-2301
<bos>ଡେରାଡୁନ: ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ। କେଦାରନାଥ ମନ୍ଦିର ନିକଟ ଧସିଲା ବିଶାଳକାୟ ବରଫ ଖଣ୍ଡ। ହିମାଳୟ ପର୍ବତରୁ ବିଶାଳକାୟ ବରଫ ଖଣ୍ଡ ଧସିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଶ୍ରୀବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷଙ୍କ କହିବା ମୁତାବକ, ହିମାଳୟ ପର୍ବତରୁ ଆଜି ସକାଳେ ହିମସ୍ଖଳନ ହୋଇଥିଲା। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଥିବା ଯାତ୍ରୀମାନେ କିନ୍ତୁ ଭୟଭୀତ ହୋଇପଡିଥିଲେ। ସେପଟେ ହିମସ୍ଖଳନ ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ କିଭଳି ପାହାଡ ଉପରୁ ବରଫ ଖଣ୍ଡ ଧସୁଛି ତା’ର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ଏହି ଭଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆହୁରି ପଢ଼ନ୍ତୁ ରାଜ୍ୟସଭାରେ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କଲେ ଉପ ରାଷ୍ଟ୍ରପତି 49 mins ago ଆପ୍‌ ବନାମ ବିଜେପି: ରେକର୍ଡ ରେଜଲ୍ଟର ୧୦ ଗୁରୁତ୍ୱପୂର୍ଣ୍ଣ ତଥ୍ୟ 1 hour ago #WATCH | Uttarakhand: An avalanche occurred this morning in the Himalayan region but no damage was sustained to the Kedarnath temple: Shri Badrinath-Kedarnath Temple Committee President, Ajendra Ajay pic.twitter.com/fyi2WofTqZ — ANI UP/Uttarakhand (@ANINewsUP) October 1, 2022 ଗତମାସ ୨୩ ତାରିଖରେ ମଧ୍ୟ କେଦାରନାଥ ମନ୍ଦିର ନିକଟ ପାହାଡରେ ହିମସ୍ଫଳନ ହୋଇଥିଲା। ଏଥିଯୋଗୁଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡିଥିଲେ। ସେତେବେଳେ ମଧ୍ୟ କେଦାରନାଥ ମନ୍ଦିରର କୌଣସି କ୍ଷତି ହୋଇ ନଥିଲା। କେଦାରନାଥ ଘାଟିରେ ବର୍ଷା ଜାରି ରହିଛି। ଏଥିଯୋଗୁ ବିଭିନ୍ନ ସମୟରେ ଏଠାରେ ଭୁସ୍ଖଳନ ହୋଇ ଜାତୀୟ ରାଜପଥ ଅବରୋଧ ହେଉଛି। ବର୍ଷା ଯୋଗୁ ଚାରିଧାମ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ବଦ୍ରିନାଥ ଓ କେଦାରନାଥ ଜାତୀୟ ରାଜପଥରେ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହେଉଛି। ଗତ କିଛି ଦିନ ହେବ ଏଠାରେ ବର୍ଷା ଲାଗି ରହିଥିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।<eos>
2022-12-07T16:54:55Z
https://odishareporter.in/nation-world/india/uttarakhand-an-avalanche-occurred-this-morning-in-the-himalayan-region-but-no-damage-770523
OSCAR-2301
<bos>ମାୟାଧର ନାୟକ ଏହି ଭାରତରେ ବଣିକତନ୍ତ୍ରୀ ସାମ୍ରାଜ୍ୟବାଦୀ ବ୍ରିଟିଶଙ୍କୁ ହଟାଇବା ପାଇଁ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇ ‘କର ବା ମର’ ଡାକରା ଆକୁମାରୀ ହିମାଚଳକୁ କରିଥିଲା ଚଳଚଂଚଳ। ବ୍ରିଟିଶ୍ ବିରୋଧୀ ମହାବିପ୍ଳବର ଜନକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆହ୍ୱାନ ଦେଇଥିଲେ - ମତେ ରକ୍ତ ଦିଅ, ମଁୁ ତୁମକୁ ସ୍ୱାଧୀନତା ଦେବି। ଏହି ଭାରତର ସନ୍ଥସଂସ୍କୃତି ମଧ୍ୟ ଏକ ସମୁନ୍ନତ ନିର୍ଭୀକ ମାନବସମାଜର ନବଜାଗରଣ ପାଇଁ ମନ୍ତ୍ରପାଠ କରିଆସିଛି କାଳେକାଳେ। ଗୁରୁ ଗୋବିନ୍ଦ ସିଂ ଆହ୍ୱାନ ଦେଇଥିଲେ - ଯୁବକମାନେ ଦେଶ ପାଇଁ, ଜାତି ପାଇଁ ମରିବାକୁ ପ୍ରସ୍ତୁତ ହୁଅ। ଏହି ନିର୍ଭୀକ ଗୁରୁଙ୍କ ନେତୃତ୍ୱରେ ଶାନ୍ତସହିଷ୍ଣୁ ଶିଖଜାତି ନିଜ ସାମାଜିକ ଇଜ୍ଜତ ରକ୍ଷା କରିବାର ଶପଥ ନେଇ ଅସ୍ତ୍ରଧାରଣ ପୂର୍ବକ ଏକ ସାହସିକ ସାମରିକ ଜାତିରେ ପରିଣତ ହୋଇପାରିଥିଲା। ଆପଣମାନଙ୍କର ମନେ ରଖିବା ଦରକାର - କୋଟିଏ ମୁକୁଟଠୁଁ କାହିଁ କେତେଗୁଣରେ ମୂଲ୍ୟବାନ ଗୋଟିଏ ମୁଣ୍ଡ ... ସେ ମୁଣ୍ଡ ମଣିଷର ମୁଣ୍ଡ..., ସେ ମୁଣ୍ଡଥିବା ମଣିଷମାନେ ପୁଣି ହେବା ଦରକାର ଚିରଉନ୍ନତ ଶିର। ସମଗ୍ର ବିଶ୍ୱର ଦେଶେଦେଶେ ବହୁ ମହାମନୀଷୀ ନିଜନିଜ ସମୟର ତଳିତଳାନ୍ତ ମାନବସମାଜ ପାଇଁ କାର୍ଯ୍ୟ କରିଯାଇଛନ୍ତି। ବିବ୍ରତ ନହୋଇ ସେ ପ୍ରତ୍ୟେକ ହୋଇଉଠିଛନ୍ତି ଏକ ମହାନ୍ ଜୀବନର ଜାଗରଣ ଉଦ୍ଦେଶ୍ୟରେ ଜଣେ ଜଣେ ଯଥାର୍ଥ ବ୍ରତମନସ୍କ ପଥଚାରୀ। କେହି ଜୀବନକୁ ବାଜି ଲଗାଇଦେଇ ମରଣ ସହିତ ମୁକାବିଲା କରିଛନ୍ତି, କେହି ହସିହସି ବିଷର ପିଆଲା ତୋଳିନେଇଛନ୍ତି ମୁହଁ ପାଖକୁ ଏବଂ ଆଉ କେହିକେହି ଫାଶୀଦଉଡ଼ିରେ ଗଳାଇଦେଇଛନ୍ତି ବେକ। ଶୂଳୀରୁ ଆରମ୍ଭକରି ଗୁଳି - ବନ୍ଧୁକରୁ ଆରମ୍ଭ କରି ବୋମା - କେବେହେଲେ କାହାର ଧମକଚମକ ଧରାଶାୟୀ କରିପାରିନି ସେମାନଙ୍କ ମହାନ୍ ଲକ୍ଷ୍ୟ ଓ ଉତ୍ତୁଙ୍ଗ ଆଦର୍ଶବାଦକୁ। ସେ ସମସ୍ତଙ୍କର ମହାର୍ଘ ମନ୍ତ୍ର-ଉଚ୍ଚାରଣ ହେଉଛି ସାରା ମଣିଷଜାତିର ଦୁନିଆରୁ ଦୁଃଖ ଦୂରୀକରଣ। ମାତ୍ର ସେ ଦୁଃଖ କ’ଣ ଏଯାଏଁ ସରିଛି? ଏବେ ବି ମଣିଷ ମନରେ ଦୁଃଖ ଭରି ରହିଛି। ଆନନ୍ଦକୁ ଖୋଜିଖୋଜି ମରୀଚିକା ପଛେପଛେ ଗୋଡେଇଗୋଡେଇ ମରଣଭୟର ମରୁବାଲିରେ, ହତାଶାପଙ୍କରେ ଘାଂଟି ହେଉଛୁ ଆମେ ସମସ୍ତେ। ଅର୍ଥାଭାବରୁ ଯେତିକି ଦୁଃଖଦୁର୍ଦ୍ଦଶାର ଘଟଣା ଘଟେ, ତା’ଠାରୁ ଅଧିକ ଘଟେ ଭଲ ପାଇବା ଅଭାବରୁ। ବ୍ୟକ୍ତିଗତ ଓ ସାମାଜିକ ସଂପର୍କ ମଣିଷ ନିକଟରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ - ତା’ର ବ୍ୟାଙ୍କରେ କେତେ ଅର୍ଥ ଅଛି - ସେଟା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି କିମିଆ କରି କେହି ସଂଗେସଂଗେ ବିଶ୍ୱର ଦାରଦ୍ର୍ୟ କମେଇଦିଏ, ତା’ହେଲେ ମଣିଷର ଦୁଃଖ ମାତ୍ର ଶତକଡ଼ା ୫ ଭାଗ କମିବ ଏବଂ ଆଉ ଯଦି କେହି ବିଷାଦ, ଉଦବେଗରୁ ମଣିଷକୁ ବିଚ୍ଛିନ୍ନ କରିଦିଏ, ତା’ହେଲେ ଦୁଃଖ କମିବ ମାତ୍ର ଶତକଡ଼ା ୨୦ ଭାଗ। ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସର ଏକ ସମୀକ୍ଷାରୁ ଜଣାପଡ଼ିଛି - ମଣିଷର ଆଶାଆକାଂକ୍ଷା ତାଲିକାରେ ଅଗ୍ରାଧିକାର କ’ଣ କ’ଣ ପାଇବ। ସେଇ ଅନ୍ଦାଜ ଆମ ଅଧିକାଂଶଙ୍କର ଭୁଲ ଏବଂ ସରକାରଙ୍କର କାର୍ଯ୍ୟସୂଚୀରେ ଦାରିଦ୍ର୍ୟ ଦୂରୀକରଣ, କର୍ମସଂସ୍ଥାନ, ଶିକ୍ଷାପ୍ରସାର ଓ ସ୍ୱାସ୍ଥ୍ୟପ୍ରସାର ଆଭିମୁଖ୍ୟ ଯେଉଁ ପରିମାଣରେ ଗୁରୁତ୍ୱ ପାଉଛି, ତା’ଠାରୁ ଅଧିକ ଗୁରୁତ୍ୱ ପାଇବା ଉଚିତ୍ - ସହ୍ୟ ଶକ୍ତି, ଗୃହନିଗ୍ରହ, ଯୁବସମାଜ ମଧ୍ୟରେ ବିଚ୍ଛିନ୍ନତା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରୀକ୍ଷାଭୟ। କାରଣ ଏ ସବୁର ପ୍ରଭାବରେ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ କ୍ଷେତ୍ରରେ ଦୁଶ୍ଚିନ୍ତା ଏତେମାତ୍ରାରେ ବୃଦ୍ଧି ପାଉଛି ଯେ ମାନସିକ ସ୍ଥିତି ତଳକୁ ତଳକୁ ଯାଉଛି। ମଣିଷ ଅସୁଖୀ ହୋଇପଡ଼ୁଛି, ଯଦି ପରିବାର ମଧ୍ୟରେ ସ୍ନେହ, ପ୍ରୀତି ପାରସ୍ପରିକ ଶ୍ରଦ୍ଧା ଥାଏ, ସାମାଜିକ ଜୀବନରେ ଥାନ୍ତି ସମଝ୍ଦାର ବନ୍ଧୁ ଓ ଶୁଭେଚ୍ଛାସଂପନ୍ନ ଆତ୍ମୀୟବର୍ଗ - ତା’ହେଲେ ଦାରିଦ୍ର୍ୟଗ୍ରସ୍ତ ମଣିଷ ମଧ୍ୟ ମହାସୁଖରେ ଖୁସିମନରେ ନିଦରେ ଶୋଇପାରେ, ତାହାର ସର୍ବସଂପଦର ସମ୍ୱଳ ହେବ ତାହାର ଅନୁଦବିଗ୍ନ ହୃଦୟ। ଏ କଥାଟି ନୂଆ ନୁହେଁ। ବହୁ ମହାପୁରୁଷ ବାରମ୍ୱାର ଦୋହରାଇଛନ୍ତି : ଅର୍ଥ ଅପେକ୍ଷା ପରମାର୍ଥ ବହୁଗୁଣରେ ମୂଲ୍ୟବାନ। ମଣିଷ ତାହା ଶୁଣିଛନ୍ତି ଏବଂ ଭକ୍ତି ସହକାରେ ପ୍ରଣାମି ଦେଇଛନ୍ତି। ଯେଉଁ ମଣିଷଟି ପ୍ରେମ ନ ପାଇ ଜୀବନ ହରାଇ ଦିଏ କିମ୍ୱା ପ୍ରେମ ପାଇବା ପାଇଁ ସଂପତ୍ତି ହରାଉଛି, ତାକୁ ଦେଖି ଲୋକେ ଭାବନ୍ତି - ଆବେଗର ଆତିଶଯ୍ୟ ଏହାର କ୍ଷତି କଲା ବା ଟଙ୍କାର ଅଭାବରେ କ୍ଷୁଧାର ଜ୍ୱାଳାରେ ମୃତ ମଣିଷର ଦୁଃଖଠାରୁ ଏହି ପ୍ରେମଦଗ୍ଧ ମଣିଷର ଦୁଃଖ ଅଜସ୍ରଗୁଣ ତୀବ୍ରତର ହୋଇସାରିଛି। ସମୀକ୍ଷା କିନ୍ତୁ କହୁଛି - ବାସ୍ତବରେ ସଂପର୍କ ସ୍ପୃହାହିଁ ଅଧିକ ଜୀବନ ନିୟନ୍ତ୍ରକ। ସମୀକ୍ଷା ଏହା ମଧ୍ୟ ଜଣାଇଛି ଯେ ଶିକ୍ଷା ଆୟତ୍ତ କରିବା ଅପେକ୍ଷା ଚମତ୍କାର ଜୀବନସଂଗୀ ସନ୍ଧାନରେ ମଣିଷର ନିକଟତର ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବର୍ତ୍ତମାନ ଯୁବଛାତ୍ରସମାଜ ମଧ୍ୟରେ ଦ୍ରୁତଗତିରେ ଅପସଂସ୍କୃତି ପ୍ରବେଶ କରି ଭବିଷ୍ୟତ ଜୀବନକୁ ଅନ୍ଧକାରର ଏକ ଅନ୍ଧକୂପ ଆଡ଼େ ଆଗେଇ ନେଉଛି। ବହୁସଂଖ୍ୟାରେ ଦେଖିବାକୁ ମିଳୁଛି ଏପରି ଉଚ୍ଛୃଙ୍ଖଳ ଯୁବକଯୁବତୀମାନଙ୍କୁ ଯେଉଁମାନେ ପରବର୍ତ୍ତୀ କାଳରେ ଅନୁତାପ କରନ୍ତି ନାହିଁ ଯେ ସେତେବେଳେ ମନଦେଇ ପଢ଼ିଥିଲେ ଆଜି ସଂପନ୍ନ ଗୃହସ୍ଥ ହୋଇଥାନ୍ତୁ - ଶୀଘ୍ର ଶୀଘ୍ର ବାହାହୋଇ ସଂସାର କରି ଏଭଳି ଅନଟନରେ ପଡ଼ିନଥାନ୍ତୁ। ଆଜିର ଯୁବଛାତ୍ରସମାଜ ମଧ୍ୟରେ ନୈତିକତା, ଆଦର୍ଶ, ସତ୍ୟତାର ଚିହ୍ନବର୍ଣ୍ଣ ଦୁର୍ଲଭ। ୟାଙ୍କି ସଂସ୍କୃତି, ଅପସଂସ୍କୃତିରେ କଣ୍ଠାଗ୍ରତ, ଏବକାର ଅଧିକାଂଶ ଯୁବଛାତ୍ରସମାଜ ଟିଭି ସିନେମା ଦେଖି ହିରୋ-ହିରୋଇନ୍-ଭିଲାନମାନଙ୍କୁ ଅନୁକରଣ କରି ସେଇଭଳି ଅର୍ଦ୍ଧନଗ୍ନ ପୋଷାକ, ଚୁଟିକଟାକୁ ଅନୁକରଣ କରୁଛନ୍ତି। ବିଦେଶୀ ଖାଦ୍ୟ, ଜଙ୍କ ଫୁଡ୍‌କୁ ପ୍ରସାଦ ମନେ କରି ମୁନାଫାଖୋର୍ ବେପାରୀ କମ୍ପାନୀଗୁଡ଼ିକ ଦ୍ୱାରା ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ଖଟାମିଠାକଡ଼ା ଥଣ୍ଡା ପାନୀୟକୁ ପାଦୁକ ଭଳି ପିଇଯାଉଛନ୍ତି। ପିଲାଠାରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ଟିଭିରେ ସିନେମା, ସିରିଅଲ୍ ଉପରୁ ଆଖିପତା ଫେରଉ ନାହାନ୍ତି। ମୋବାଇଲ୍ ତ ସବୁବେଳେ କାନରେ; ଆଙ୍ଗୁଠିଯାଇ ସ୍କ୍ରିନ୍ ଟଚ୍‌ରେ। ଏହା ଫଳରେ ଏକେତ ଅଖାଦ୍ୟ ଖାଇ ରୋଗରେ ପଡ଼ୁଛନ୍ତି ଏଣେ ଆଖି ଖରାପ ହେଉଛି - ତେଣେ ପକେଟ୍‌କୁ କଣା କରି ଟଙ୍କାପଇସା ପବନରେ ଉଡ଼ିଯାଉଛି - ପୁଣି ରୋଜଗାର ନ ଥିବାରୁ ବାପମା’ଙ୍କୁ ଧମକେଇ ଚମକେଇ ଅର୍ଥ ନେଇଯାଉଛନ୍ତି। ଆଉ କେତେକେ ନିଜନିଜର ପ୍ରେମିକ-ପ୍ରେମିକାଙ୍କ ପର୍ସ ଖାଲିକରି ଦେଉଛନ୍ତି। ଏସବୁ ଧନଲୋଭୀ ଶିଳ୍ପପତି, କ୍ଷମତାଲୋଭୀ ଶାସକ-ପ୍ରଶାସକଙ୍କ କାରସାଦି। ଯୁବ-ଛାତ୍ରସମାଜ ମୁଣ୍ଡକୁ ଖରାପ ନ କଲେ ତାଙ୍କ ଶାସନ ଚାଲିପାରିବ ନାହିଁ। ସଂପତ୍ତି ସୁରକ୍ଷିତ ରହିବ ନାହିଁ। ଯେଉଁ ଦେଶରେ ଯୁବଛାତ୍ର ସମାଜ ଅନ୍ୟାୟ ଅତ୍ୟାଚାର, ଶୋଷଣ, କଷଣ, ହତ୍ୟା, ରାହାଜାନି, ଅପସଂସ୍କୃତି ବିରୋଧରେ ଖଡ଼୍‌ଗହସ୍ତ ହୁଏନା, ସେ ଦେଶର ଅଦୃଷ୍ଟରେ ଦୁର୍ଭାଗ୍ୟ ହିଁ ପ୍ରଥମ ଓ ଶେଷ ଲେଖା। ସେ ଦେଶ ଅଭାଗା। ଆମର ସବୁ ଥାଇ ଆମେ ହାହୁତାଶରେ ପ୍ରତିଦିନ ବଞ୍ଚି ବି ମରୁଛେ। ଯିଏ ଯେତେବଡ଼ ଧନୀ ହୁଅନ୍ତୁ ପଛେ ମନରେ ସରସ ଭାବ ନାହିଁ। କୋଉ କୋଣରେ ନା କୋଉ କୋଣରେ ଦୁଃଖ, ହତାଶା, ଭୟ ମାଡ଼ି ବସୁଛି। ମଣିଷ-ମଣିଷର ସଂପର୍କ ଆର୍ଥିକ ସାମର୍ଥ୍ୟ ପାଇଁ ନିର୍ଦ୍ଧାରିତ ହୁଏ କି? ଗୋଟିଏ ଅତି ଆନନ୍ଦମୟ ଦାମ୍ପତ୍ୟ ସଂପର୍କ ଅର୍ଥାଭାବରୁ ଦୂଷିତ ହୋଇଯାଏନା? ସନ୍ତାନମାନେ କ’ଣ ପିତାମାତାଙ୍କ ଦରିଦ୍ରତା ପାଇଁ ଶତ୍ରୁମନୋଭାବାପନ୍ନ ହୋଇ ପଡ଼ନ୍ତି କି? ଗୋଟିଏ ସଂପର୍କର ପ୍ରକୃତ ଶ୍ରଦ୍ଧାପ୍ରୀତି ପାଇଁ ଯେଉଁ ପରିମଣ୍ଡଳ ପ୍ରୟୋଜନ - ଅର୍ଥାଭାବରୁ ତାହା ନଷ୍ଟ ହୋଇଯାଉଛି କି? ଏବେ ବିଭିନ୍ନ ଖବରରୁ ଜଣାପଡ଼ିଛି ପ୍ରେମ ପାଉ ନାହିଁ ବୋଲି ପ୍ରାଚୁର୍ଯ୍ୟ ଶିଖରରେ ପହଞ୍ଚି ମଧ୍ୟ ମଣିଷ ଆତ୍ମହତ୍ୟା କରୁଛି। ଧନୀଲୋକମାନେ ବରାବର ସଂପତ୍ତିର ପାହାଡ଼ ଉପରେ ବସି ପୁଣି ଧନ ପାଇଁ ବିକଳ ହୁଅନ୍ତି - ନାନା ଉପାୟ, କଳକୌଶଳ, ଷଡ଼ଯନ୍ତ୍ର, ଅନ୍ୟାୟ ଅତ୍ୟାଚାର, କଷଣ ଶୋଷଣ କରି ତାଙ୍କ ଧନସଂପତ୍ତିର ପାହାଡ଼କୁ ସ୍ୱର୍ଗ ପର୍ଯ୍ୟନ୍ତ ଲମ୍ୱାଇ ଦେବାକୁ ଇଚ୍ଛା କରି ଶେଷରେ ରୋଗ, ନିରାଶା, ହତାଶାର ହାହୁତାଶନରେ ସ୍ୱର୍ଗଧାମକୁ ଯାତ୍ରା କରନ୍ତି। ସେହି ସଂପତ୍ତି ତାଙ୍କ ବଂଶ ପରିଜନମାନଙ୍କୁ ଖାଇ ଗୋଡ଼ାଏ। ସଂପର୍କ ଭାଙ୍ଗି ଛିନ୍ନଛତ୍ର ହୋଇଯାଏ। ଧନଲୋଭ ମଣିଷକୁ ରସାତଳକୁ ଟାଣିନିଏ। ଟଲଷ୍ଟୟଙ୍କ ସେଇ ସ୍ମରଣୀୟ ଗଳ୍ପ ‘ମଣିଷ ପାଇଁ କେତେ ଜମି ଲୋଡ଼ା’କୁ ଟିକେ ହେଜନ୍ତୁ। ତେଣୁ ସଂପର୍କ ହିଁ ଏକମାତ୍ର ଅସଲ ସଂପତ୍ତି।<eos>
2022-11-29T17:45:25Z
http://samanyakathan.com/webpage/detailnews/2070/3
OSCAR-2301
<bos>ଷ୍ଟାଡିୟମ୍ ବାହାରେ ଚାହା ବିକ୍ରି କରୁଥିଲେ ଧୋନୀଙ୍କ ସାଙ୍ଗ , ଧୋନୀ ଦେଖିକରି କରିଲେ ଏପରି କାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ.. - OdiaExpress Skip to content Top Menu November 29, 2022 Privacy Policy Disclaimer OdiaExpress Entertenment SPECIAL Astrology Cricket News Hasa Katha Search for: Main Menu SPECIAL ଷ୍ଟାଡିୟମ୍ ବାହାରେ ଚାହା ବିକ୍ରି କରୁଥିଲେ ଧୋନୀଙ୍କ ସାଙ୍ଗ , ଧୋନୀ ଦେଖିକରି କରିଲେ ଏପରି କାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ.. June 20, 2019 - by Odia Express - Leave a Comment କୁହନ୍ତି ନା ସଚ୍ଚା ସାଙ୍ଗ ସେମାନେ ହୁଅନ୍ତି ଯେଉଁମାନେ ସଫଳତାର ପାହାଞ୍ଚରେ ପହଞ୍ଚିଯାଆନ୍ତି , ଓ ଯେତେ ବି ସଫଳତା ମିଳିଯାଉ , ସେମାନେ ଯେତେ ବି ସାଙ୍ଗ ମିଳିଲେ ବି ନିଜ ସାଙ୍ଗଙ୍କୁ ନ ଭୁଲନ୍ତୁ , ବରଂ ଖୁସିରେ କୁଣ୍ତାଇ ପକାନ୍ତୁ , ଆମେ କଥା ହେଉଛେ ମହେନ୍ଦ୍ର ସିଂ ଧୋନୀଙ୍କର ଆଜି ଏହି ବଡ ସେଲିବ୍ରେଟି ଅଛନ୍ତି ଯିଏକି ଆଗରୁ ବହୁତ ବଡ ଗରିବ ପରିବାରରୁ ଥିଲେ , ଜଣେ ସାଧାରଣ ମଣିଷ ସେଲିବ୍ରେଟି ହେବାପରେ ଧୋନୀ ବହୁତ ହିଁ ଭଲ ସ୍ୱଭାବର ଥିଲେ , ଓ ସେ କେବେ ନିଜ ସ୍ୱଭାବକୁ ନେଇ ଗର୍ବ କରିନାହାନ୍ତି । ଏବେ କିଛି ଏପରି ଦେଖିବାକୁ ମିଳିଲା ଯାହା ପ୍ରମାଣିତ କରିଦେଲା । ପଇସା ସବୁ କିଛି ହୋଇନଥାଏ , କହିଦେବୁ କି କୋଲକାତାରେ ଧୋନୀଙ୍କ ଏକ ପୁରୁଣା ସାଙ୍ଗ ମିଳିଗଲା । ଯିଏ ଷ୍ଟେସନରେ ଚାହାର ଦୋକାନ ଚଲାଇଥାଏ , ଯେବେ ଧୋନୀ ତାଙ୍କୁ ଦେଖାକଲେ ତେବେ ସେ ତାଙ୍କୁ ଅଣଦେଖା କଲେ ନାହିଁ । ଦେଖକରି ବହୁତ ଖୁସି ହେଲେ , ଓ କୁଣ୍ତାଇପକାଇଲେ , ଧୋନୀ ନିଜର ସବୁବେଳେ ଖୁସି ମିଜାଜ ସ୍ୱଭାବ ପାଇଁ ଜଣାଯାଆନ୍ତି । ଧୋନୀ ବିଜୟ ହଜାର ଟ୍ରଫି ପାଇଁ କୋଲକାତାରେ ଥିଲେ । ସେହି ସମୟରେ ଷ୍ଟାଡିୟମ୍ ବାହାରେ ସେ ଡ୍ରେସିଙ୍ଗ୍ ରୁମ୍ ବାହାରେ ଠିଆ ହୋଇଥିବା ଜଣେ ବ୍ୟକ୍ତିକୁ ଦେଖିଲେ । ଧୋମାସ୍ ନାମକ ଜଣେ ବ୍ୟକ୍ତି ଧୋନୀଙ୍କୁ ଦେଖା କରିବାକୁ ଠିଆ ହୋଇଥିଲା, ଧୋନୀ ତାଙ୍କୁ ଦେଖିକରି ତୁରନ୍ତ ଚିହ୍ନିପାରିଥିଲେ, ଓ ତାଙ୍କୁ କୁଣ୍ତାଇପକାଇଲେ , ତାପରେ ଥୋମାସ୍ ଙ୍କ ସଅହ ଡିନର୍ କରି ହୋଟେଲ୍ ନେଇଗଲେ , ଏହାପରେ ଧୋନୀଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଛନ୍ତି , ସେ ନିଜର ଆଦର୍ଶଙ୍କ ଏହି ପରି ଦରିଆଦିଲ୍ଲି ଦେଖିକରି ଯାହାକୁ ହେଲେ ବି ପସନ୍ଦ ଆସିବ । ଧୋନୀଙ୍କୁ ଦେଖାକରିବାପରେ ଥୋମାସ୍ ବହୁତ ଖୁସି ଲାଗୁଛନ୍ତି , ଥୋମାସ୍ ଖଡଗ୍ ପୁର୍ ଷ୍ଟେସନରେ ଚାହାର ଦୋକାନ କରିଛନ୍ତି , ଥୋମାସ୍ କହିଲେ କି ଯେବେ ଧୋନୀ ଖଡଗପୁର୍ ଷ୍ଟେସନରେ ପୋଷ୍ଟିଙ୍ଗ୍ ହୋଇଥିଲେ । ତେବେ ଠାରୁ ସେ ତାଙ୍କୁ ଜାଣିଥିଲେ । ଧୋନି ଯେବେ ଏହି ଷ୍ଟେସନରେ ଟିସି କାମ କରୁଥିଲେ ସେ ଦିନକୁ ଦୁଇ ତିନିଥର ଚାହା ପିଇବାକୁ ନିଶ୍ଚିତ ଆସୁଥିଲେ, ଧୋନୀଙ୍କୁ ଦେଖା କରିବାକୁ ତାଙ୍କର ୧୧ ଜଣ ସାଙ୍ଗ ସେଠାରେ ପହଞ୍ଚିଥିଲେ। ଓ ଏହି ସାଙ୍ଗ ସେବେଠାରୁ ଅଛନ୍ତି ଯେବେ ଧୋନୀ କ୍ରିକେଟ୍ ରେ ପାଦ ଦେବାପାଇଁ ସଂଘର୍ଷ କରୁଥିଲେ, ଏହାଛଡା ସେ ଖଡଗପୁରରେ ନିଜ ପୁରୁଣା ସାଙ୍ଗଙ୍କୁ ପାର୍ଟି ଦେଇଛନ୍ତି । କୁହନ୍ତି କି ଯେଉଁ ମଣିଷ ନିଜ ଅସୁବିଧାର ସମୟରେ ସାଙ୍ଗଙ୍କୁ ଭୁଲ୍ ନାହିଁ , ସେ ଜୀବନରେ କେବେ ହାର୍ ର ସାମ୍ନା କରିବ ନାହିଁ । ଧୋନୀ ତାଙ୍କ ମଧ୍ୟରୁ ଜଣେ ଅଟନ୍ତି । Related Posts Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି… November 1, 2022 ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଘରୋଇ Remedy,ଘରେ ବସି ବସି ଏହି ଉପାୟ କରନ୍ତୁ ଆଜି… October 27, 2022 କଳା କୁକୁର (Black Dog) ପାଳନ କଲେ ଘରେ କେଉଁ ସମସ୍ୟା ର ସମାଧାନ ମିଳେ,ଜାଣିରଖନ୍ତୁ ଏ ବିଷୟରେ ବାସ୍ତୁଶାସ୍ତ୍ର କଣ କହୁଛି… August 22, 2022 Post navigation Previous Article କଣ ଆପଣ ଜାଣିଛନ୍ତି ଟ୍ରେନ ଟିକେଟ୍ ର ନମ୍ବର, ୱେଟିଙ୍ଗ୍ ଲିଷ୍ଟ ଓ PNR ଅର୍ଥ କଣ ହୋଇଥାଏ , ଯଦି ଜାଣି ନାହାନ୍ତି ତେବେ ଏବେ ଜାଣିରଖନ୍ତୁ.. Next Article ସାବଧାନ – ଶରୀରରେ ଟାଟୁ ବନାଇବା ପୂର୍ବରୁ ଭାବିନିଅନ୍ତୁ , ନହେଲେ ଏହିସବୁ ଚାକିରି ହରାଇବସିବେ ଆପଣ.. About Odia Express View all posts by Odia Express → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Search for: Recent Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି…<eos>
2022-12-05T23:56:35Z
https://www.odiaexpress.net/2019/06/20/ms-dhoni-get-his-friend-how-sell-tea/
OSCAR-2301
<bos>ବ୍ରହ୍ମପୁର, ୧୧ା୧(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ ହେଉଥିବାର ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆଜି ବ୍ରହ୍ମପୁରର ସୋନପୁରଠାରେ ଲଜ୍ଜାକାର ଘଟଣା ଘଟିଛି । ସେଠାରେ ଥିବା ମେରାଇନ ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ସୂଚନା ମିଳିଛି । ମହିଳା ଥାନାରେ ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡ଼ିତା ନାବାଳିକା ଜଣକୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।<eos>
2022-11-26T12:32:14Z
https://odishabhaskar.com/gangrape-underage-girl/
OSCAR-2301
<bos>ନୂଆଦିଲ୍ଲୀ : ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ୍ ବୁଶ (ଏଲଏଚବି) କୋଚରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଓଡ଼ିଶା ଗସ୍ତରେ ସେ ଭୁବନେଶ୍ୱରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ପୁରୀ-ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସରେ ଯାତ୍ରା କରିଥିଲେ ଏବଂ ଏହି ସମୟରେ ଅନେକ ସହଯାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ଯାତ୍ରୀମାନେ ଏହି ଟ୍ରେନରେ ଏଲ୍‌ଏଚ୍‌ବି କୋଚ ଆରମ୍ଭ କରିବା ପାଇଁ ଦୀର୍ଘ ଦିନର ଦାବୀ ଥିବା ଜଣାଇଥିଲେ । ପ୍ରକାଶ ଥାଉ କି, ଗାନ୍ଧୀ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ରେନ୍ ଯୋଗେ ସମ୍ବଲପୁର ରେଢାଖୋଲ ଗସ୍ତ କରି ସେଠାରେ ସେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ପରେ ଅନୁଗୁଳ ବାମୁର ଗସ୍ତ କରି ‘ଗାନ୍ଧୀ ପଦଯାତ୍ରା’ରେ ସାମଲ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଉନ୍ନବିଂଶ ଶତାବ୍ଦୀରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଲୋକପ୍ରିୟ ମହାକାବ୍ୟ ତପସ୍ୱିନୀ ନାମରେ ଏହି ଟ୍ରେନକୁ ନାମିତ କରାଯାଇଥିଲା । ଏହି ଟ୍ରେନ୍ ୧୯୯୬ ମସିହାରୁ ପୁରୀ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡ଼ା, ରାଜଗାଙ୍ଗପୁର, ରାଉରକେଲା, ନୂଆଗାଁ ଏବଂ ହାଟିଆ ଦେଇ ଓଡ଼ିଶା ଏବଂ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ବେଳେ ଏଥିରେ ଅଧିକ ଯାତ୍ରୀ ଦୂର ବାଟ ଯାତ୍ରା କରୁଛନ୍ତି । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ନୂଆ ଅତ୍ୟାଧୁନିକ ଏଲଏଚବି ରେକ୍ ସହ ଭୁବନେଶ୍ୱର ଜଗଦଲପୁର-ଭୁବେନଶ୍ୱର ସ୍ୱତନ୍ତ୍ର ହୀରାଖଣ୍ଡ ଏକ୍ସେପ୍ରସକୁ ଉଭୟଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏଲ୍‌ଏଚ୍‌ବି ରେକରେ ଆରାମଦାୟକ ଯାତ୍ରା ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି କୋଚ୍ ଅଧିକ ଯାତ୍ରୀ ବସିବା କ୍ଷମତା ବିଶିଷ୍ଟ ଏବଂ ଏଥିରେ କମ୍ ଶବ୍ଦ ସହ ଉଚ୍ଚ କ୍ଷମତା ସମ୍ପନ୍ନ କୁଲିଂ ସୁବିଧା ଭଳି ଆନୁସଙ୍ଗିକ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ତପସ୍ୱିନୀ ଏକ୍ସପ୍ରେସରେ ଏଚଏଚବି କୋଚ୍ ଆରମ୍ଭ କରାଗଲେ ଯାତ୍ରୀମାନେ ସୁରକ୍ଷିତ ଭାବରେ ଆରାମଦାୟକ ଯାତ୍ରା କରିପାରିବେ । ତେଣୁ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ତଥା କଲ୍ୟାଣକୁ ଦୃଷ୍ଟି ରଖି ପୁରୀହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଏଲଏଚବି ରେକରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । Facebook Twitter Telegram WhatsApp Email Print Previous articleଆନ୍ଦୋଳନ ଆଗରେ ନଇଁଲା ବିଏମ୍‍ସି Next articleଶିଶୁର ଛାତିରୁ ବାହାରିଲା ୫୦୦ ଗ୍ରାମ୍ ଟ୍ୟୁମର୍ Tathya Correspondent RELATED ARTICLESMORE FROM AUTHOR General ଓଡିଶା ଚାଷୀଙ୍କୁ ୬୯୫୬ କୋଟି General ମଶା ନିୟନ୍ତ୍ରଣରେ ୧୦୦ ଗ୍ରାମ ତେଲ General ଦମନ୍ ଅଭିନେତାଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା General ଶିଶୁ ଅପପୁଷ୍ଟି ଦୂର ପାଇଁ କ୍ଷେତ୍ର ପ୍ରସ୍ତୁତ News in Odia ପୋଲିସ ହକିରେ ଓଡିଶାକୁ ବ୍ରୋଞ୍ଜ Disclaimer Privacy Advertisement Contact Us Website byCITSPL MORE STORIES General ସମ୍ବାଦପତ୍ର ହକର୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘେଷଣା Tathya Correspondent - November 30, 2021 0 ଭୁବନେଶ୍ୱର : ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ସମ୍ବାଦପତ୍ର ହକର୍‌ଙ୍କ ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ଏକ...<eos>
2022-12-07T09:13:56Z
https://tathya.in/%E0%AC%AA%E0%AD%81%E0%AC%B0%E0%AD%80-%E0%AC%B9%E0%AC%BE%E0%AC%9F%E0%AC%BF%E0%AC%86%E0%AC%B0%E0%AD%87-%E0%AC%8F%E0%AC%B2%E0%AD%8D%E2%80%8C%E0%AC%8F%E0%AC%9A%E0%AD%8D%E2%80%8C%E0%AC%AC%E0%AC%BF/
OSCAR-2301
<bos>ବିଶ୍ୱ ଅନଲାଇନ୍ ଶିକ୍ଷଣ ସହିତ ଘାଣ୍ଟି ହେଉ ଥିବାରୁ ବିଦ୍ୟାର୍ଥୀମାନେ ସେମାନଙ୍କ ଅବସର ସମୟ ଏବଂ ପାଠପଢ଼ା ସମୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି l କ୍ଲାସରୁମ୍ ଏବଂ ଘର ପରିବେଶର ପରସ୍ପର ଗୋଳିଆ ମିଶା ଅବସ୍ଥା ବିଦ୍ୟାର୍ଥୀମାନଙ୍କ ପାଇଁ ଆହ୍ୱାନମୂଳକ ହୋଇଛି, କାରଣ ଘର ଯେବେ କ୍ଲାସରୁମ୍ ହୋଇଯାଏ ସେତେବେଳେ ବିଳମ୍ବତା ଥୟ ହେବାକୁ ଅଧିକ ସମୟ ନିଏ ନାହିଁ l ତୁମେମାନେ ଶ୍ରେଣୀରେ ସର୍ବୋତ୍ତମ କରୁଛ ଏହା ନିଶ୍ଚିତ କରିବା ପାଇଁ ଏଠାରେ କେତେଗୁଡ଼ିଏ କୌଶଳ ଦିଆଯାଇଛି ଯାହାକୁ ତୁମେମାନେ ପ୍ରୟୋଗ କରିପାରିବ l ଅନ୍ୟମନସ୍କତା ହ୍ରାସ କର: ଏକ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟି କରିବା ସମୟରେ ଅନ୍ୟମନସ୍କତା ହ୍ରାସ କରିବା ଏବଂ ନିଜର ଖେଳଗୁଡ଼ିକୁ ଦୂରେଇ ରଖିବା ନିଶ୍ଚିତ କର l ଶିକ୍ଷକଙ୍କ ପ୍ରତି ଧ୍ୟାନ ଦିଅ ଏବଂ ତୁମର ଭିଡିଓ ଅନ୍ ରଖ l ସହପାଠୀମାନଙ୍କୁ &nbspଏହି ଭଳି କରିବା ପାଇଁ ପ୍ରେରଣା ଦେଲେ ତୁମକୁ ଏକ ଆରାମଦାୟକ ଶିକ୍ଷଣ ପରିବେଶରେ ପରସ୍ପର ସହିତ କଥାବାର୍ତ୍ତା କରିବାରେ ସାହାଯ୍ୟ କରିପାରିବ l ପ୍ରଶ୍ନଗୁଡ଼ିକୁ ଲେଖି ରଖ: ତୁମର କୌଣସି ପ୍ରକାରର ସନ୍ଦେହଗୁଡ଼ିକୁ ଦୂର କରିବା ପାଇଁ ପ୍ରଶ୍ନଗୁଡ଼ିକୁ ଲେଖି ରଖ ଏବଂ କ୍ଲାସ୍ ସରିବା ପରେ ତୁମର ଶିକ୍ଷଙ୍କ ନିକଟକୁ ଇମେଲ୍ କରି ପଠାଇଦିଅ l ଶ୍ରେଣୀରେ ଶୁଣିବା ସମୟରେ ନୋଟ୍ କରିବା ଦ୍ୱାରା ତୁମକୁ ଏହା ସମ୍ପୂର୍ଣ୍ଣ ଶିକ୍ଷାଦାନ ପ୍ରତି ଦୃଷ୍ଟି ଦେବାରେ ସାହାଯ୍ୟ କରିବ l ନିୟୋଜିତ ରୁହ: ଶ୍ରେଣୀରେ ନିଜ ପ୍ରଶ୍ନଗୁଡ଼ିକ ପଚାରିବାରେ ଲଜ୍ଜା କର ନାହିଁ l ସଂଶ୍ଲିଷ୍ଟ ରହିବା ଏବଂ କଥୋପକଥନ କରିହେଉଥିବା ଶିକ୍ଷାଦାନ ତୁମକୁ ଆଗ୍ରହୀ କରିବ ଏବଂ ଶ୍ରେଣୀକୁ ଅଧିକ ମଜାଦାର କରିବ ଏବଂ ଫଳପ୍ରଦ କରିବ l ଶଯ୍ୟା ତ୍ୟାଗ କର କାରଣ ମସ୍ତିଷ୍କ ଅଭ୍ୟାସବଶତଃ ଆରାମ କରିବାକୁ ଭଲ ପାଏ l ଅନଲାଇନ କ୍ଲାସ ସମୟରେ ଶଯ୍ୟା ଠାରୁ ଦୂରରେ ଏକ ଷ୍ଟଡି ଟେବୁଲ ରଖି ତାହା ନିକଟରେ ସିଧା ବସ, ସମ୍ପୂର୍ଣ୍ଣ ଶିକ୍ଷାଦାନ ସମୟରେ ତୁମେ ଫଳପ୍ରଦ ଏବଂ ସକ୍ରିୟ ବୋଲି ଏହା ନିଶ୍ଚିତ କରେ l ମୋବାଇଲ୍ ଫୋନ୍ ତ୍ୟାଗ କର: ଶ୍ରେଣୀରେ ନିଜ ପ୍ରଶ୍ନଗୁଡ଼ିକ ପଚାରିବାରେ ଲଜ୍ଜା କର ନାହିଁ l ସଂଶ୍ଲିଷ୍ଟ ରହିବା ଏବଂ କଥୋପକଥନ କରିହେଉଥିବା ଶିକ୍ଷାଦାନ ତୁମକୁ ଆଗ୍ରହୀ କରିବ ଏବଂ ଶ୍ରେଣୀକୁ ଅଧିକ ମଜାଦାର କରିବ ଏବଂ ଫଳପ୍ରଦ କରିବ l ଶଯ୍ୟା ମୋବାଇଲ୍ ଫୋନଗୁଡ଼ିକୁ ଅବସର ସମୟର ଡିଭାଇସ୍ ଭାବରେ ବ୍ୟବହାର କରାଯାଏ ଏବଂ ଅନଲାଇନ କ୍ଲାସ ସମୟରେ ତୁମେ ଯଦି ତୁମର ଫୋନରେ ଲାଗ ତେବେ ବହୁତ ସହଜରେ ବିଳମ୍ବତାର ଶିକାର ହେବ l PC କିମ୍ବା ଏକ ଲାପଟପରେ କ୍ଲାସରେ ଯୋଗ ଦିଅ ଯାହା ଫଳରେ ତୁମେ କାଗଜ କଲମ ନ ଖୋଜି ସେଇଥିରେ ହିଁ ନୋଟ୍ କରିପାରିବ l Dell ସହିତ ଘରୁ ଶିକ୍ଷଣର ସହଜତାକୁ ଉପଭୋଗ କର l ଏକ ପ୍ରଭାବଶାଳୀ ଶ୍ରେଣୀର ପରିବେଶ ପାଇଁ ଏହି କୌଶଳଗୁଡ଼ିକୁ ପ୍ରୟୋଗ କରନ୍ତୁ l ଶ୍ରେଣୀ ଏବଂ ଘର ମଧ୍ୟରେ ଏକ ସ୍ପଷ୍ଟ ଭିନ୍ନତା ମଧ୍ୟ ତୁମକୁ ପ୍ରଭାବଶାଳୀ ଭାବରେ ଆରମ୍ଭ କରିବାରେ ସାହାଯ୍ୟ କରିପାରିବ l ଅଧିକ ଜାଣିବା ପାଇଁ ଆମର ୱେବିନାରରେ ଯୋଗ ଦିଅନ୍ତୁ: https://www.dellaarambh.com/webinars/ Dell Aarambh Team Dell Aarambh Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home. You may also like ସୋସିଆଲ୍ ମେଡିଆ କିପରି ଏକ ଶିକ୍ଷଣ ଟୁଲ୍ ହୋଇପାରିବ ଅତୁଳନୀୟ ଭର୍ଚୁଆଲ ସ୍କୁଲ ପାଇଁ ପରାମର୍ଶ ଅନଲାଇନ୍ ଶିକ୍ଷା ପାଇଁ ଆପଣଙ୍କର 2021 ନବ ବର୍ଷ ରେଜୋଲୁସନରେ ଅନ୍ତର୍ଭୁକ୍ତ କରିବାକୁ ଥିବା ଜିନିଷଗୁଡିକ ଆପଣଙ୍କ PC ରେ ଏକ ନୂଆ ଭାଷା ଶିଖିବାର 4 ଉପାୟ ଏହିପରି ଟେକ୍ନୋଲୋଜି ଆପଣଙ୍କୁ ଉନ୍ନତ ଅଧ୍ୟୟନ କରିବାରେ ସାହାଯ୍ୟ କରିପାରିବ ଆମକୁ ଅନୁସରଣ କରନ୍ତୁ ସ୍ଥାନର ମାନଚିତ୍ର | ମତାମତ ଦିଅନ୍ତୁ | ଗୋପନୀୟତା ନୀତି | @କପିରାଇଟ୍‌ ଡେଲ୍ ଇଣ୍ଟରନ୍ୟାସନାଲ୍‌ ସର୍ଭିସେସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସର୍ବସ୍ୱତ୍ୱ ସଂରକ୍ଷିତ<eos>
2022-12-07T11:15:58Z
https://www.dellaarambh.com/odia/post/online-learning-tips-to-prepare-for-a-successful-term-ahead
OSCAR-2301
<bos>ନୂଆଦିଲ୍ଲୀ,୧୯/୧୧: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ଆସନ୍ତା ଡିସେମ୍ବରରେ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ଶୁକ୍ରବାର ଏହି ସିରିଜ କ୍ରୀଡ଼ାସୂଚୀ ଘୋଷଣା ହୋଇଛି । ଡିସେମ୍ବର ୯, ୧୧, ୧୪, ୧୭, ୨୦ ତାରିଖରେ ୫ଟି ମ୍ୟାଚ୍‌ ଖେଳାଯିବ । ମୁମ୍ବାଇର ଡିୱାଇ ପାଟିଲ୍‌ ଷ୍ଟାଡିୟମରେ ପ୍ରଥମ ୨ଟି ଏବଂ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଶେଷ ୩ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ଏହି ସିରିଜ ଜରିଆରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳ ଆଗାମୀ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ (ଫେବ୍ରୁଆରୀ) ପାଇଁ ପ୍ରସ୍ତୁତି କରିବେ । ୨୦୧୮ରେ ଶେଷ ଥର ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସି ୩-୦ରେ ଦିନିକିଆ ସିରିଜ ବିଜୟୀ ହୋଇଥିଲା । ଗତ ଅକ୍ଟୋବର ମାସ ମହିଳା ଏସିଆ କପ୍‌ରେ ଭାରତ ଚାମ୍ପିଅନ୍‌ ହୋଇଥିଲା । ଏହାପରଠୁ ଦଳ କୌଣସି ସିରିଜ ଖେଳିନାହିଁ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ତ୍ରି-ରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି ।<eos>
2022-11-28T07:56:40Z
https://www.prameya.com/australian-womens-cricket-team-will-visit-india-in-december/
OSCAR-2301
<bos>ଭୁବନେଶ୍ୱର: କୋଭିଡର ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟ ଓ ସହର ମାନଙ୍କରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଗୁରୁତର ଚାପରେ ରହିଛି । ଓଡିଶାରେ ମଧ୍ୟ ଗତ କିଛି ଦିନ ଧରି କୋଭିଡ ସଂଖ୍ୟାରେ ବୃଦ୍ଧି ହେଉଛି। ଆମର ପୂର୍ବ ପ୍ରସ୍ତୁତି ଓ ଆଗୁଆ ପଦକ୍ଷେପ ଯୋଗୁ ଆମେ ଅନେକ ମାତ୍ରାରେ ପରିସ୍ଥିତିକୁ ଏ ପର୍ଯ୍ୟନ୍ତ ଠିକ୍‌ ଭାବରେ ପରିଚଳିତ କରିପାରିଛୁ । ତେବେ ଆମକୁ ସବୁଠାରୁ ଖରାପ ପରିସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ ଏବଂ ସମସ୍ତ ରୋଗୀ ଯେପରି ସମ୍ମାନର ସହିତ ଚିକିତ୍ସା ପାଇବେ, ଏବଂ ପ୍ରତ୍ୟେକ ଜୀବନକୁ ଆମେ ଯେପରି ବଞ୍ଚାଇପାରିବା, ସେଥିପାଇଁ ଆମକୁ ସମସ୍ତ ପ୍ରକାର ଉଦ୍ୟମ କରିବା ଆବଶ୍ୟକ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍‌ସିଂ ଜରିଆରେ କୋଭିଡ ପରିସ୍ଥିତିର ସମୀକ୍ଷା କରି ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଉଭୟ ରାଜ୍ୟ ସରକାର ଓ ଜନସାଧାରଣ କେହି ଲକ୍‌ଡାଉନ୍‌ ଚାହାନ୍ତି ନାହିଁ । ବିନା ଲକ୍‌ଡାଉନ୍‌ରେ ପରିସ୍ଥିତିର ମୁକାବିଲା କରାଯିବା ଜରୁରୀ । ଏ ଦିଗରେ ମାସ୍କର ବ୍ୟବହାର ଓ ସାମାଜିକ ଦୂରତ୍ବ ରକ୍ଷା ଆମକୁ ବହୁତ ପରିମାଣରେ ସାହାଯ୍ୟ କରିପାରିବ। ତେଣୁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଏଥିପାଇଁ ସହଯୋଗ ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ବର୍ତ୍ତମାନ ସବୁଠାରୁ ଗମ୍ଭୀର ପରିସ୍ଥିତିର ସାମ୍‌ନା କରୁଛୁ । ତେଣୁ ଆମେ ଯଦି ସମସ୍ତେ ଦାୟିତ୍ବୂବାନ ହୋଇ ପରିସ୍ଥିତିର ମୁକାବିଲା କରିବା, ତେବେ ଆମ ନିଶ୍ଚିତ ଭାବରେ ଏ ପରିସ୍ଥିତିରୁ ସଫଳ ଭାବେ ବାହାରି ପାରିବା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ଏକ ୬ ସୂତ୍ରୀ ପରାମର୍ଶ ଦେଇଛନ୍ତି। ୧. ସାରା ରାଜ୍ୟରେ କୋଭିଡ ହସ୍‌ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ କୋଭିଡ କେୟାର ସେଣ୍ଟର ସ୍ଥାପନ । ଯେତେଦୂର ସମ୍ଭବ ସର୍ବାଧିକ ସଂଖ୍ୟାରେ ଶଯ୍ୟା ଗୁଡିକରେ ଅକ୍‌ସିଜେନ ବ୍ୟବସ୍ଥା ରଖାଯାଉ। ଅକ୍‌ସିଜେନ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯାଉ। ୨. ଅକ୍‌ସିଜେନ ଯୋଗାଣ ବ୍ୟବସ୍ଥାକୁ ଭଲ ଭାବରେ ତଦାରଖ କରାଯାଉ ଏବଂ ହସ୍‌ପିଟାଲ ଗୁଡିକରେ ଏଥିପାଇଁ ସମସ୍ତ ଆବଶ୍ୟକ ଉପକରଣକୁ ପ୍ରାଥମିକତା ଭିତ୍ତିରେ ଉପଲବ୍‌ଧ କରାଯାଉ। ୩. ଅନେକ ରାଜ୍ୟରେ ଔଷଧର ଅଭାବ ଦେଖାଦେଇଛି । ଯଦିଓ ବର୍ତ୍ତମାନ ଆମର ମେଡିସିନ୍‌ ଷ୍ଟକ୍‌ ଯଥେଷ୍ଟ ରହିଛି, ତଥାପି ଆଗକୁ ଅଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଔଷଧର ଏକ ବଫର ଷ୍ଟକ୍‌ ରଖାଯାଉ । ୪. IEC ଅଭିଯାନରେ ଅଧିକ ଉନ୍ନତି ଅଣାଯିବା ଉପରେ ଗୁରୁତ୍ୱ । । ଜନସାଧାରଣ ଦ୍ବିତୀୟ ଲହରର ଭୟାବହତା ସଂପର୍କରେ ସଚେତନ ହେବା ଜରୁରୀ ଏବଂ କୋଭିଡ ନିୟମାବଳୀକୁ ମାନିବା କେତେ ଜରୁରୀ, ସେ ସଂପର୍କରେ ଅନୁଭବ କରିବା ଦରକାର । ଜନସାଧାରଣଙ୍କ ସହିତ ମିଶନ ଶକ୍ତି ଏବଂ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉ। ୫. ସମସ୍ତ କୋଭିଡ ନିୟମାବଳୀ ଦୃଢ ଭାବରେ ଲାଗୁ କରିବା କାର୍ଯ୍ୟକ୍ରମ ଜାରି ରହିବା ଜରୁରୀ। ୬. ଅନ୍ୟ ରାଜ୍ୟରେ ଯେଉଁଠାରେ କୋଭିଡ ପରିସ୍ଥିତି ସାଂଘାତିକ ରହିଛି, ସେଠାରୁ ପ୍ରବାସୀମାନେ ଆସିବାର ସମ୍ଭାବନା ଅଛି । ତେଣୁ ଏଥିପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ଆବଶ୍ୟକ। ପୂର୍ବରୁ ଯେଉଁ ପ୍ରୋଟୋକଲ୍‌ ଅନୁଯାୟୀ ପ୍ରବାସୀଙ୍କ ଆଗମନ ପରିଚାଳନା କରାଯାଉଥିଲା, ତାକୁ ବର୍ତ୍ତମାନର ଡାଟାବେସ୍‌ ଅନୁଯାୟୀ ପୁନର୍ବାର କାର୍ଯ୍ୟକାରୀ କରାଯାଉ । ପ୍ରବାସୀମାନଙ୍କ ପାଇଁ ଟେଷ୍ଟିଂ ଓ ସଂଗରୋଧର ବ୍ୟବସ୍ଥା ସୁନିଶ୍ଚିତ କରାଯାଉ। ଏଥିପାଇଁ ଯେଉଁ ବରିଷ୍ଠ ଅଧିକାରୀମାନେ Observer ଭାବରେ କାର୍ଯ୍ୟ କରୁଛନ୍ତି, ସେମାନେ ଓ ଅନ୍ୟ ଅଧିକାରୀମାନେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସେମାନଙ୍କର ଶ୍ରେଷ୍ଠ ଉଦ୍ୟମ ଜାରି ରଖନ୍ତୁ । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ମୁକାବିଲାକୁ ଜୋରଦାର କରାଯିବ । ମାସ୍କ ବ୍ୟବହାର ସହିତ ସମସ୍ତ କୋଭିଡ ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରାଯିବ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ବଭିନ୍ନ ରାଜ୍ୟର ପରିସ୍ଥିତି ଓ ଓଡିଶାର ପରିସ୍ଥିତି ସଂପର୍କରେ ଏକ ତୁଳନାତ୍ମକ ଉପସ୍ଥାପନା ପ୍ରଦାନ କରିଥିଲେ । ଦେଶର କୋଭିଡ ପଜିଟିଭ ସଂଖ୍ୟାର ୧.୮୩ ପ୍ରତିଶତ ଏବେ ଓଡିଶାର ବୋଲି ସେ କହିଥିଲେ । ରାଜ୍ୟରେ ଏବେ ସୁସ୍ଥତା ହାର ୯୨.୧୦ ପ୍ରତିଶତ ରହିଛି । ବିଭିନ୍ନ ଜିଲ୍ଲା ମାନଙ୍କରେ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସେ ମୁଖ୍ୟତଃ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।<eos>
2022-12-07T04:33:10Z
http://thebigbreaking.in/2021/04/20/cm-naveen-advice-six-formulas/
OSCAR-2301
<bos>ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପର ୨ୟ ଦିନରେ ଦ୍ୱିତୀୟ ବିପର୍ଯ୍ୟୟ ଘଟିଛି। ଦୁଇ ଥରର ଟି-୨୦ ବିଶ୍ୱକପ ବିଜେତା ୱେଷ୍ଟଇଣ୍ଡିଜ୍‌କୁ ଜବରଦସ୍ତ ଝଟକା ଦେଇଛି ସ୍କଟଲ୍ୟାଣ୍ଡ। ଗ୍ରୁପ୍‌ ବି’ର ଆଜିର ମ୍ୟାଚ୍‌ରେ ସ୍କଟଲ୍ୟାଣ୍ତ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଛି। ରବିବାର ଶ୍ରୀଲଙ୍କାକୁ ଅପେକ୍ଷାକୃତ ଦୁର୍ବଳ ନାମିବ୍ୟା ପରାସ୍ତ କରିଥିଲା। ଏବେ ସ୍କୁଟଲ୍ୟାଣ୍ଡ ବିପର୍ଯ୍ୟୟ ଘଟଣାଇ ୱେଷ୍ଟଇଣ୍ଡିଜ୍‌କୁ ୪୨ ରନରେ ମାତ ଦେଇଛି। ଇଣ୍ଡିଜ ଓ ଶ୍ରୀଲଙ୍କା ଆଇସିସିର ପୂର୍ଣ୍ଣ ମାନ୍ୟତାପ୍ରାପ୍ତ ଦେଶ ତଥା ଟେଷ୍ଟ ଖେଳୁଥିବା ଦେଶ। ହେଲେ ସ୍କଟଲ୍ୟାଣ୍ଡ ଓ ନାମିବ୍ୟା ଆସୋସିଏଟ ଦେଶର ସଦସ୍ୟ। ତଥାପି ଦୁଇ ଦୁର୍ବଳ ଦଳ ନିଜ ନିଜର ପ୍ରତିପକ୍ଷଙ୍କୁ ହରାଇ ଇତିହାସ ରଚିଛନ୍ତି। ଆଜିର ମ୍ୟାଚ୍‌ରେ ଓପନର ଜର୍ଜ ମନଞ୍ଜୀଙ୍କ ଧୈର୍ଯ୍ୟପୂର୍ଣ୍ଣ ୫୩ ବଲରେ ୬୬ ରନ ବଳରେ ସ୍କଟଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୦ ରନ କରିଥିଲା। ଏହାପରେ ସ୍କଟଲ୍ୟାଣ୍ଡର ବୋଲରମାନେ ଦମଦାର ପ୍ରଦର୍ଶନ କରି ଇଣ୍ଡିଜ୍‌ ଟିମ୍‌କୁ ୧୧୮ ରନରେ ଅଲଆଉଟ କରି ଦେଇଥିଲେ। ଫଳରେ ସ୍କଟଲ୍ୟାଣ୍ଡ ଚଳିତ ବିଶ୍ୱକପରେ ୪୨ ରନରେ ପ୍ରଥମ ବିଜୟ ହାସଲ କରିଛି। ଆହୁରି ପଢ଼ନ୍ତୁ ସାଂଘାତିକ ଅଭିଯୋଗ ଆଣିଲା ପାକିସ୍ତାନ: ଦୃଷ୍ଟିହୀନ କ୍ରିକେଟ ଟିମକୁ… 13 hours ago ଏଲଏଲସିସିରେ ଏଣିକି ଟର୍ଫରେ ଖେଳିବେ ପିଲା 2 days ago ୧୬୧ ରନର ଟାର୍ଗେଟ ପାଇଥିବା ୱେଷ୍ଟଇଣ୍ଡିଜ ଦମଦାର ଆରମ୍ଭ କରିଥିଲା। ଦଳ ୫.୧ ଓଭର ସୁଦ୍ଧା ଗୋଟିଏ ୱିକେଟ ହରାଇ ୫୩ ରନ ମଧ୍ୟ କରି ନେଇଥିଲା। କିନ୍ତୁ ଆଉ ୨୬ ରନରେ ଦଳ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ସ୍କଟଲ୍ୟାଣ୍ଡର ବାମହାତୀ ସ୍କିନର ମାର୍କ ୱାଟ୍ଟ ୧୨ ରନରେ ୩ ୱିକେଟ ଦଖଲ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେହିପରି ଅପସ୍ପିନର ମାଇକେଲ ଲେସ୍କ ୧୫ ରନରେ ୨ ୱିକେଟ ଦଖଲ କରିଛନ୍ତି। ସେ ଅଧିନାୟକ ନିକୋଲସ ପୂରନ ଓ ରୋଭମାନ ପାୱେଲଙ୍କ ଭଳି ବିସ୍ଫୋରକ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଡାହାଣ ହାତୀ ଦ୍ରୁତ ବୋଲର ବ୍ରାଡ ହ୍ୱିଲ ପ୍ରଥମରୁ ହିଁ ଇଣ୍ଡିଜକୁ ଝଟକା ଦେଇଥିଲେ। ନିଜର ଦ୍ୱିତୀୟ ସ୍ପେଲରେ ମଧ୍ୟ ସେ ୱିକେଟ ଦଖଲ କରିଛନ୍ତି। ଇଣ୍ଡିଜ ପକ୍ଷରୁ ଜାସନ ହୋଲ୍ଡର(୩୩ ବଲରେ ୩୮) କିଛି ସମୟ ଲଢ଼ିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ଅନ୍ୟମାନଙ୍କ ମଧ୍ୟରେ କାଏଲ ମେୟର୍ସ ୨୦, ଇଭିନ ଲୁଇସ ୧୪ ଓ ବ୍ରାଣ୍ଡନ କିଙ୍ଗ ୧୭ ରନର ଇନିଂସ ଖେଳିଥିଲେ। ଏହି ୪ ଜଣଙ୍କୁ ଛାଡ଼ି ଦେଲେ ଆଉ କୌଣସି ଇଣ୍ଡିଜ ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇନାହାନ୍ତି। ଶେଷରେ ଇଣ୍ଡିଜ ଟିମ୍‌ ୧୮.୩ ଓଭରରେ ୧୧୮ ରନ କରି ଅଲଆଉଟ ହୋଇଯାଇଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ ପ୍ରଥମ ମ୍ୟାଚ୍‌ ହାରିଥିବାରୁ ଦଳ ଉପରେ ଚାପ ସୃଷ୍ଟି ହୋଇଛି। ଏବେ ସୁପର ୧୨କୁ ଯିବା ପାଇଁ ହେଲା ଦଳକୁ ଜିମ୍ବାୱେ ଓ ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଯେମିତି ହେଲେ ବି ଜିତିବାକୁ ପଡ଼ିବ। ନଚେତ ପୂରନଙ୍କ ଟିମ୍‌କୁ ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ବିଦା ହେବାକୁ ପଡ଼ିବ।<eos>
2022-12-07T03:09:24Z
https://odishareporter.in/sports/cricket/scotland-bowlers-script-huge-upset-against-west-indies-774404
OSCAR-2301
<bos>ଯୀଶୁ ଖ୍ରୀଷ୍ଟଙ୍କ ସବେକ ପାଉଲ ଓ ତୀମଥି, ଫିଲିପ୍ପୀର ଖ୍ରୀଷ୍ଟଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ286 ଏବଂ ବିଶଷେ ସବେକମାନଙ୍କୁ ପତ୍ର। 2 ଆମ୍ଭ ପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। 3 ଯେତେଥର ମୁଁ ତୁମ୍ଭମାନଙ୍କୁ ମନେପକାଏ, େସତେଥର ପରମେଶ୍ବରଙ୍କୁ ଆନନ୍ଦ ସହକା ରେ ପ୍ରାର୍ଥନା ରେ ଧନ୍ଯବାଦ ଦିଏ। 4 5 ଲୋକମାନଙ୍କୁ ସୁସମାଚାର ଶୁଣାଇଲା ବେଳେ, ତୁମ୍ଭମାନଙ୍କଠାରୁ ପାଇଥିବା ସାହାୟ୍ଯ ପାଇଁ ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ। ବିଶ୍ବାସ କରିବା ପ୍ରଥମଦିନଠାରୁ ଏବେ ପର୍ୟ୍ଯନ୍ତ ତୁମ୍ଭେ ସାହାୟ୍ଯ କରି ଆସୁଛ। 6 ପରମେଶ୍ବର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ଯ ତାହା କରୁଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ୟ୍ଯନ୍ତ ସେ ସହେି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥି ରେ ନିଶ୍ଚିତ ଅଟେ। 7 ତୁମ୍ଭମାନଙ୍କ ବିଷୟ ରେ ମାରେ ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମାେ ହୃଦୟ ରେ ସ୍ଥାନ ପାଇଛ। ତୁମ୍ଭମାନେେ ପରମେଶ୍ବରଙ୍କ କୃପା ରେ ମାରେ ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘ ରେ ଅଛି, ଯେତବେେଳେ ମୁଁ ସୁସମାଚାରର ପକ୍ଷ ସମର୍ଥନ କରୁଛି ଓ ଯେତବେେଳେ ମୁଁ ସୁସମାଚାରର ସତ୍ଯ ପ୍ରମାଣିତ କରୁଛି, ସେତବେେଳେ ମଧ୍ଯ ତୁମ୍ଭମାନେେ ମାେ ସହିତ ପରମେଶ୍ବରଙ୍କ ଅନୁଗ୍ରହର ସହଭାଗୀ ଅଟ। 8 ପରମେଶ୍ବର ଜାଣନ୍ତି ଯେ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ କେତେ ଇଚ୍ଛା କରୁଛି। ଖ୍ରୀଷ୍ଟଯୀଶୁଙ୍କର ସ୍ନହପେୂର୍ଣ୍ଣ କରୁଣା ରେ ମୁଁ ତୁମ୍ଭମାନଙ୍କୁ ପ୍ ରମେ କରେ। 9 ତୁମ୍ଭମାନଙ୍କ ପାଇଁ ମାରେପ୍ରାର୍ଥନା ଏହି ଯେ : 10 ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ଯ ଦେଖିପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ଯ ହବେ ; 11 ତୁମ୍ଭେ ପରମେଶ୍ବରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ଯ ରେ ଯୀଶୁଖ୍ରୀଷ୍ଟଙ୍କ ସାହାୟ୍ଯ ରେ ଅନକେ ଉତ୍ତମ କାମ କରିବ। 12 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇଦବୋକୁ ଇଚ୍ଛା କରେ ଯେ ମାେ ପ୍ରତି ଯାହା କିଛି ଘଟିଛି, ତାହା ସୁସମାଚାର ପ୍ରଚାର କରିବା ରେ ସାହାୟ୍ଯ କଲା। 13 ସମଗ୍ର ପ୍ରହରୀ ଦଳ ଓ ଅନ୍ୟ ଲୋକମାନେ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଜଣେ ବିଶ୍ବାସୀ ହାଇେଥିବାରୁ ବନ୍ଦୀଘ ରେ ରଖାଯାଇଛି। 14 ମୁଁ ଏବେ ମଧ୍ଯ ବନ୍ଦୀଘ ରେ ଅଛି କିନ୍ତୁ ଅଧିକାଂଶ ଖ୍ରୀଷ୍ଟ ବିଶ୍ବାସୀ ଭାଇମାନେ, ଅଧିକ ଉତ୍ସାହିତ ହାଇେ ସାହସ ପୂର୍ବକ ନିର୍ଭୟ ରେ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବାଣୀ ଶୁଣାଉଛନ୍ତି। 15 ଏହା ସତ୍ଯ ଯେ ସମାନଙ୍କେ ଭିତରୁ କେତଜେଣ କଠାେର ଓ ଈର୍ଷାନ୍ବିତ ହାଇେ ବିବାଦ ମନୋଭାବ ନଇେ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚାର କରୁଛନ୍ତି, କିନ୍ତୁ ଅନ୍ୟମାନେ ସଦ୍ ଭାବରେ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚାର କରୁଛନ୍ତି। 16 ସମାନେେ ପ୍ ରମେ କରୁଥିବାରୁ ପ୍ରଚାର କରୁଛନ୍ତି। ସମାନେେ ଜାଣନ୍ତି ଯେ, ସୁସମାଚାରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ବର ମାେତେ ଦାଯିତ୍ବ ଦଇେଛନ୍ତି। 17 କିନ୍ତୁ ଅନ୍ୟ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚାର କରୁଛନ୍ତି କାରଣ ସମାନେେ ସ୍ବାର୍ଥପର। ସମାନେେ ମନ୍ଦ ଅଭିପ୍ରାୟ ରେ ପ୍ରଚାର କରନ୍ତି। ସମାନେେ ବନ୍ଦୀଘ ରେ ମାେ ପାଇଁ ବିପଦ ସୃଷ୍ଟି କରିବା ପାଇଁ ଚାହାଁନ୍ତି। 18 ଯଦି ସମାନେେ ମାେ ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ମୁଖ୍ଯ କଥା ହେଲା ଯେ ସମାନେେ ଖ୍ରୀଷ୍ଟଙ୍କ ବିଷୟ ରେ କହୁଛନ୍ତି। ମୁଁ ମଧ୍ଯ ଚା ହେଁ ଯେ ସମାନେେ ଖ୍ରୀଷ୍ଟଙ୍କ ବିଷୟ ରେ ଲୋକମାନଙ୍କୁ କୁହନ୍ତୁ। ସମାନେେ ଭଲ ଉଦ୍ଦେଶ୍ଯ ରଖି ସପରେି କରନ୍ତୁ। କିନ୍ତୁ ଉଦ୍ଦେଶ୍ଯ ଭଲ ହେଉ ବା ମନ୍ଦ, ପ୍ରଚାର ତ ଯୀଶୁଙ୍କର ହେଉଛି, ସେଥିପାଇଁ ମୁଁ ଆନନ୍ଦିତ। ମୁଁ ଆନନ୍ଦିତ ହେଉଥିବି ମଧ୍ଯ। 19 ତୁମ୍ଭମାନେେ ମାେ ପାଇଁ ପ୍ରାର୍ଥନା କରୁଛ ଓ ଯୀଶୁଖ୍ରୀଷ୍ଟଙ୍କ ଆତ୍ମା ମାେତେ ସାହାୟ୍ଯ କରୁଛନ୍ତି। ଅତଏବ ମୁଁ ଜାଣେ ଯେ ଏହି ବିଷୟ ମାେ ପରିତ୍ରାଣର କାରଣ ହବେ। 20 ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି। 21 ମାରେ ବଞ୍ଚି ରହିବାର ଅର୍ଥ ହେଉଛି ଖ୍ରୀଷ୍ଟ। ମୃତ୍ଯୁ ମଧ୍ଯ ମାେ ପାଇଁ ଏକ ଲାଭ ଅଟେ।" 22 ଯଦି ମୁଁ ଶରୀର ରେ ଜୀବିତ ରୁ ହେ, ତା ହେଲେ ମୁଁ ପ୍ରଭୁଙ୍କ ପାଇଁ କାମ କରି ପାରିବି। ଜୀବନ ବା ମୃତ୍ଯୁ ତହିଁରୁ ତାହାକୁ ବାଛିବ, ମୁଁ ଏହା ଜାଣନୋ ? 23 ଜୀବନ ଓ ମୁତ୍ଯୁ ମଧ୍ଯରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ। 24 କିନ୍ତୁ ତୁମ୍ଭ ପାଇଁ ମାରେ ଶରୀର ରେ ବଞ୍ଚି ରହିବା ଅଧିକ ଆବଶ୍ଯକ। 25 ମୁଁ ଜାଣେ ତୁମ୍ଭମାନେେ ମାେତେ ଚାହୁଁଛ। ସେଥିପାଇଁ ମୁଁ ତୁମ୍ଭ ସହିତ ରହିବି ବୋଲି ମୁଁ ଜାଣେ। ବିଶ୍ବାସ ରେ ତୁମ୍ଭର ବୃଦ୍ଧି ଓ ଆନନ୍ଦ ପାଇବା ନିମନ୍ତେ ମୁଁ ତୁମ୍ଭକୁ ସାହାୟ୍ଯ କରିବି। 26 ଯଦି ମୁଁ ତୁମ୍ଭ ପାଖକୁ ଫରେିଯାଏ, ତବେେ ଏହା ଖ୍ରୀଷ୍ଟଯୀଶୁଙ୍କଠା ରେ ମାେ ପାଇଁ ତୁମ୍ଭର ଅଧିକ ଗର୍ବର କାରଣ ହବେ। 27 ଖ୍ରୀଷ୍ଟଙ୍କ ସୁସମାଚାର ଯୋଗ୍ଯ ଜୀବନ ଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହାଦ୍ବାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂର ରେ ଥାଏ ; ତୁମ୍ଭ ବିଷୟ ରେ ଶୁଣିବି ଯେ ତୁମ୍ଭମାନେେ ଏକ ଉଦ୍ଦେଶ୍ଯ ରେ, ଏକମନ ହାଇେ, ସୁସମାଚାରରୁ ଉତ୍ପନ୍ନ ବିଶ୍ବାସ ପାଇଁ ଦୃଢ଼ ଭାବରେ କାର୍ୟ୍ଯ କରୁଛ। 28 ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଅଛନ୍ତି ସମାନଙ୍କେୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ବରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭମାନେେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତୃମାନେ ବିନାଶ ହବେେ। 29 ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରିବା ନିମନ୍ତେ କବଳେ ପରମେଶ୍ବର ତୁମ୍ଭକୁ ସୁ ଯୋଗ ଦଇେଛନ୍ତିା ତାହା ୟଥେଷ୍ଟ ନୁହେଁ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ଭୋଗ କରିବା ନିମନ୍ତେ ମଧ୍ଯ ତୁମ୍ଭମାନଙ୍କୁ ସୁଯୋଗ ଦଇେଛନ୍ତି। ଏହି ଉଭୟ ବିଷୟ ଯୀଶୁଖ୍ରୀଷ୍ଟଙ୍କୁ ଗୌରବନ୍ବିତ କରେ। 30 ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ତୁମ୍ଭମାନେେ ମାେତେ ସୁସମାଚାର ବିରୁଦ୍ଧ ରେ ଥିବା ଲୋକଙ୍କ ସହିତ ସଂଘର୍ଷ କରିବା ଦେଖିଛ। ତୁମ୍ଭେ ଏବେ ଶୁଣୁଛ ଯେ ମୁଁ ଏଠା ରେ ସଂଘର୍ଷରତ। ତୁମ୍ଭମାନେେ ମଧ୍ଯ ସହେିଭଳି ଏବେ ସଂଘର୍ଷରତ ଅଛ। Wordproject® is a registered name of the International Biblical Association, a non-profit organization registered in Macau, China.<eos>
2022-12-04T18:54:20Z
https://www.wordproject.org/bibles/or/50/1.htm
OSCAR-2301
<bos>ବଲାଙ୍ଗୀର /ଜଗନ୍ନାଥ ଧରୁଆ :ପଶ୍ଚିମ ଓଡ଼ିଶାର ସୁପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ର ଉନ୍ନତି କରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ର ପ୍ରତିଶୃତି ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ, ପୂର୍ବତନ ଓ ଟି ଡ଼ି ସି ଚ୍ୟାୟାର ମେନ ତଥା ସ୍ଥାନୀୟ ବିଧାୟକ ସରୋଜ ମେହେର ହରିଶଙ୍କର ରୁ ନୃସିଂହନାଥ କୁ ରୋପୱେ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଏମିତି କି ପାଟଣାଗଡ଼ ବିଧାୟକ ସରୋଜ ମେହେର ଏକ ବ୍ୟାନର ମାଧ୍ୟମ ରେ ଛଅ ମାସ ରେ କାମ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଚାର ପ୍ରସାର କରିଥିଲେ । ଇତି ମଧ୍ୟରେ ବହୁ ଦିନ ବିତି ଯାଇଥିଲେ ସୁଦ୍ଧା ଓଡ଼ିଶାର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀ କୁ ୮ ଗୋଟି ରୋପୱେ ନିର୍ମାଣ କରିବାର ବିଭିନ୍ନ ପତ୍ର ପତ୍ରିକା ରୁ ଦେଖିବାକୁ ମିଳୁଥିବା ରୁ ଏହାର ପ୍ରତିବାଦରେ ହରିଶଙ୍କର କୁ ଅଣ ଦେଖା କରୁଥିବା କୁ ନେଇ ହରିଶଙ୍କର ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଏବଂ କୋଶଲ ମୁକ୍ତି ମୋର୍ଚ୍ଚା ହରିଶଙ୍କର ର ପାପ ନାସିନୀ ଝରଣା ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜଳ ସତ୍ୟା ଗ୍ରହ କରୁଛନ୍ତି । ଏମିତିକି ସତ୍ୟା ଗ୍ରହ ର ମୁଖ୍ୟ ଆୟୋଜକ ମାନେ କହୁଛନ୍ତି ଯେ ପର୍ୟ୍ୟନ୍ତ ଦାବି ପୂରଣ ନ ହେବ ଜଳ ସତ୍ୟା ଗ୍ରହ ଜାରି ରହିବ ।<eos>
2022-12-04T15:29:26Z
https://odianews.reporterstoday.com/chief-minister-ignored-harishan/
OSCAR-2301
<bos>ପିଆଇବି ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ ଇଣ୍ଡିଆ ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ସହର ଭିତରେ ଚାଲିବା ସହିତ ଗୋଟିଏ ସହରରୁ ଅନ୍ୟ ସହର ମଧ୍ୟରେ ଚଳାଚଳ କରିବା ଉଦ୍ଦେଶ୍ୟରେ ୫୫୯୫ଟି ବିଦ୍ୟୁତ ଚାଳିତ ବସକୁ ମଞ୍ଜୁର କରାଯାଇଛି। ୬୪ଟି ସହର, ରାଜ୍ୟ ସରକାରୀ ସଂସ୍ଥା ଏବଂ ରାଜ୍ୟ ପରିବହନ ଉପକ୍ରମ (ଏସଟିୟୁ) ଲାଗି ଏହି ବସଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛ ଇନ୍ଧନ ବିଶିଷ୍ଟ ପରିବହନକୁ ଆହୁରି ଅଧିକ ବୃଦ୍ଧି କରିବା। ଏହି ଯୋଜନା ଅଧୀନରେ ଭୁବନେଶ୍ୱରକୁ ୫୦ଟି ବସ୍ ମିଳିଛି। କ୍ୟାପିଟାଲ ଓ ସ୍ମାର୍ଟ ସିଟି ବର୍ଗରେ ଭୁବନେଶ୍ୱରକୁ ଏହି ବସ୍ ମିଳିଛି। ଭାରୀ ଉଦ୍ୟୋଗ ବିଭାଗ ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର, ସ୍ମାର୍ଟ ସିଟି, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ରାଜଧାନୀ ଏବଂ ସ୍ୱତନ୍ତ୍ର ପାହ୍ୟା ବିଶିଷ୍ଟ ରାଜ୍ୟର ସହରଗୁଡ଼ିକଠାରୁ ଆଗ୍ରହ ଅଭିବ୍ୟକ୍ତି (ଇଓଆଇ) ଆମନ୍ତ୍ରଣ କରାଯାଇଥିଲା। ଯାହାଦ୍ୱାରା ପରିଚାଳନା ବ୍ୟୟ ଅଧାରରେ ଇଲେକ୍ଟ୍ରିକ ବସ ଚଳାଚଳ କିମ୍ୱା ଉପଯୋଗ ଲାଗି ସେମାନେ ନିଜ ନିଜ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ୧୪,୯୮୮ ଇଲେଟ୍ଟିକ ବସ ଚଳାଚଳ କିମ୍ୱା ଉପଯୋଗ ଲାଗି ୨୬ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରୁ ୮୬ଟି ପ୍ରସ୍ତାବ ମିଳିଥିଲା। ଇଓଆଇ ଅନୁଯାୟୀ ଏହି ପ୍ରସ୍ତାବ ଅନୁଧ୍ୟାନ କରିବା ପରେ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଏବଂ ମଞ୍ଜୁରି ସମିତି (ପିଆଇଏସି) ଠାରୁ ପରାମର୍ଶ ଗ୍ରହଣ କରାଯାଇଥିଲା। ଏହାପରେ ଗୋଟିଏ ସହରରୁ ଅନ୍ୟ ସହର ପର୍ଯ୍ୟନ୍ତ ଚଳାଚଳ କରିବା ଉଦ୍ଦେଶ୍ୟରେ ୬୪ଟି ସହର/ରାଜ୍ୟ ପରିବହନ ନିଗମ ଲାଗି ୫୦୯୫ଟି ଇଲେକ୍ଟ୍ରିକ ବସ, ଗୋଟିଏ ସହର ଭିତରେ ଚଳାଚଳ ଲାଗି ୪୦୦ଟି ଇଲେକ୍ଟ୍ରିକ ବସ ଏବଂ ଅନ୍ତିମ ସ୍ଥାନ ପର୍ଯ୍ୟନ୍ତ କନେକ୍ଟିଭିଟି ନିମନ୍ତେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଲାଗି ୧୦୦ଟି ଇଲେକ୍ଟ୍ରିକ ବସକୁ ମଞ୍ଜୁରି ଦେଇଛନ୍ତି। ଚଳାଚଳ ଖର୍ଚ୍ଚ ଆଧାରରେ ମଞ୍ଜୁରିପ୍ରାପ୍ତ ଇଲେକ୍ଟ୍ରିକ ବସର ନିୟୋଜନ କିମ୍ୱା ଉପଯୋଗ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଚୟନିତ ସହର/ରାଜ୍ୟ ପରିବହନ ଉପକ୍ରମ ଲାଗି କ୍ରୟ ପ୍ରକ୍ରିୟାକୁ ସମୟବଦ୍ଧ ଢଙ୍ଗରେ ଆରମ୍ଭ କରିବାର ଆବଶ୍ୟକତା ରହିଛି। ଏହି ବସ୍‌ଗୁଡ଼ିକ ଚୁକ୍ତି ଅବଧି ସମୟରେ ମୋଟ ପାଖାପାଖି ୧୨୦ କୋଟି ଲିଟର ଇନ୍ଧନ ସଂଚୟ କରିବ ବୋଲି ଅନୁମାନ କରାଯାଉଛି। ଏହି କାରଣରୁ ୨.୬ ନିୟୁତ ଟନ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ରୋକାଯାଇପାରିବ।<eos>
2022-11-29T18:49:31Z
http://samanyakathan.com/webpage/detailnews/2084/19
OSCAR-2301
<bos>ବାଲିଗୁଡା, ଚଳିତ ଶୀତ ଋତୁରେ ପ୍ରଥମ ତୁଷାରପାତ ରବିବାର ଭୋରରୁ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଂଚଳର ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ପାରଦ ଖସିବାରେ ଲାଗିଛି। ସରକାରୀ ସ୍ତରରେ ଆଜି ବାଲିଗୁଡା ସହରରେ ସର୍ବନିମ୍ନ ତାପମାତ୍ରା ୭.୫ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ୭ଡିଗ୍ରିରୁ ତଳକୁ ଖସି ଥିବା ଅନୁମାନ କରାଯାଇଛି। ପ୍ରବଳ ଥଣ୍ଡାରେ କମ୍ପୁଛି ସାରା ଅଂଚଳ। ହାଡ଼ଭଙ୍ଗା ଶୀତ ସାଙ୍ଗକୁ ହାତ ଗୋଡ଼ କାଲୁଆ ମାରିଦେଉଛି। ଅପରାହ୍ନ ୪ଟା ପରେ ଶୀତ ଆରମ୍ଭ ହୋଇଯାଉଛି। ଦିନ ୧୦ ଟା ପୂର୍ବରୁ ଘର ବାହାରାକୁ ବାହରିବା ସମ୍ଭବ ହୋଇପାରୁ ନାହିଁ। ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ଏହାର ଚାରିପାଖରେ ଲୋକ ବସୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସହରରେ ପ୍ରବଳ ଥଣ୍ଡା ପଡିବା ଦେଖି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପକ୍ଷରୁ ବସଷ୍ଟାଣ୍ଡ ପରିସର ମଧ୍ୟରେ ରାତ୍ରିକାଳୀନ ଆଶ୍ରୟ ସ୍ଥଳ କରାଯାଇଛି। ଚଳିତ ଶୀତ ଋତୁରେ ଶୀତର ଲୁଚକାଳି ଖେଳ ଯୋଗୁଁ ଅଂଚଳବାସୀ ସେଭଳି ଥଣ୍ଡା ଅନୁଭବ କରିପାରି ନ ଥିଲେ। କେତେବେଳେ ମେଘୁଆ ପାଗ ତ କେତେବେଳେ ବର୍ଷା। ବର୍ତ୍ତମାନ ଆକାଶରୁ ମେଘ ହଟି ସମ୍ପୂର୍ଣ୍ଣ ଆକାଶ ନିର୍ମଳ ହୋଇଯିବା ପରେ ଥଣ୍ଡାର ପ୍ରକୋପ ଦେଖିବାକୁ ମିଳିଛି। ଗତକାଲି ସର୍ବନିମ୍ନ ତାପମାତ୍ରା ୯.୮ଡିଗ୍ରି ରେକର୍ଡ କରାଯାଇ ଥିବା ବେଳେ ଆଜି ଏହା ଖସିଯିବା ପରେ ହଠାତ୍‌ ଥଣ୍ଡା ସମସ୍ତଙ୍କୁ ବେହାଲ କରିଦେଇଛି। ସହର ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଥଣ୍ଡା ଅନୁଭବ ହେଉଛି। ଥଣ୍ଡା ସାଙ୍ଗକୁ କାଲୁଆ ପବନ ଘାଇଲା କରୁଛି।<eos>
2022-11-29T17:05:52Z
https://www.sakalakhabar.com/baliguda-28/
OSCAR-2301
<bos>ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ Odia girl singing, “Independence day” ଗୀତ କୁ ନେଇ ଗାଇଲେ ଏମିତି ଗୀତ, ଭାଇରାଲ ହେଲା ଭିଡିଓ… – SwastikTv.com Swastik Tv News Odisha Publisher - Swastik Tv News Odisha ଓଡିଶା ଆଜିର ଅନୁଚିନ୍ତା ଜୀବନଚର୍ଯ୍ୟା ବ୍ୟବସାୟ ମନୋରଞ୍ଜନ ରାଶି ଓ ବାସ୍ତୁ ମାଳିକା ବାଣୀ ଶିକ୍ଷା ଓ ନିଯୁକ୍ତି Home ଭାଇରାଲ ଭିଡିଓ ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ Odia girl singing, “Independence day” ଗୀତ କୁ ନେଇ ଗାଇଲେ ଏମିତି ଗୀତ, ଭାଇରାଲ ହେଲା ଭିଡିଓ… ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ Odia girl singing, “Independence day” ଗୀତ କୁ ନେଇ ଗାଇଲେ ଏମିତି ଗୀତ, ଭାଇରାଲ ହେଲା ଭିଡିଓ… By Chinmay Pradhan Last updated Oct 21, 2021 0 Share ଅନେକ ସମୟରେ ଆପଣ ଛୋଟ ପିଲା ମାନଙ୍କର ଅନେକ ଭିଡିଓ କୁ ଦେଖିବାକୁ ପାଉଥିବେ। ଆଉ ସେହି ସବୁ ଭିଡିଓ କୁ ଦେଖିବା ପାଇଁ ବହୁତ ଭଲ ଲାଗିଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଜଣେ କୁନି ପିଲା ଆମ ଦେଶର ଜାତୀୟ ସଙ୍ଗୀତ କୁ ଗାନ କରୁଛି।ଏହି ଗୀତକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି ଏହି କୁନି ପିଲାର କଣ୍ଠରେ। ଆପଣ ଏହି ଗୀତକୁ ଥରେ ଶୁଣିଲେ ଜାଣି ପାରିବେ ଯେ ଏହି ଗୀତକୁ ପିଲାଟି ଏତେ ପ୍ରେମର ସହ ଭାବର ସହ ସେ ଗାଉ ଛନ୍ତି ଯେ ତାକୁ ଶୁଣି ଆପଣ ବି ଖୁସି ହୋଇଯିବେ। ଛୋଟ ପିଲାଟି ର କଣ୍ଠରେ ସେ ଗାଉଥିବା ଏହି ଗୀତଟି ବେଶ୍ ଭଲ ଲାଗୁଛି। ଏହା ସତ ଯେ ସବୁ କୁନି ପିଲାମାନଙ୍କ କଣ୍ଠରୁ ଯେକୌଣସି ବି ଗୀତ ହୋଇଥାଉ ନା କାହିଁକି ତାହା ଶୁଣିବାକୁ ବହୁତ ଭଲ ଲାଗେ।ଏମିତି ରେ ବି ଆପଣ ମାନେ ଜାଣିଛନ୍ତି ଛୋଟ ପିଲା ମାନେ ହେଉଛନ୍ତି ଦୁନିଆର ଏକ ସୁନ୍ଦର୍ ସୃଷ୍ଟି। ସେମାନଙ୍କ ପ୍ରତ୍ୟେକ ଟି କଥା ଏବଂ ଭାବନା ବାସ୍ତବରେ ଆକର୍ଷଣୀୟ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ। ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି। ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି। ଯାହା ସମସ୍ତଙ୍କୁ ଚକିତ କରିଥାଏ।ଛୋଟ ପିଲାମାନେ ଯାହା ବି ଶୁଣନ୍ତି ଆଉ ଶିଖନ୍ତି ତାକୁ ପରେ ଗାଇବାକୁ ଚେଷ୍ଟା କରନ୍ତି। ସେମାନେ ଅନେକ କଥାକୁ ଶୁଣି ମନେ ରଖି ଥାଆନ୍ତି।ଆଉ ବେଳେ ବେଳେ ସେମାନେ ଅଜିବ ପ୍ରକାରର ପ୍ରଶ୍ନ ବି ପଚାରିଥାନ୍ତି। ଆମେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ତାଯୁବ ମଧ୍ୟ କରିଥାଏ। ତେବେ କୁନି ପିଲା ମାନଙ୍କ ସ୍ୱର ଶୁଣିବାକୁ ଯେମିତି ଭଲ ଲାଗେ ତାକୁ ଅନୁଭଵ କଲେ ମଧ୍ୟ ସେତିକି ଖୁସି ଲାଗିଥାଏ। ଯେମିତି ଏହି ଭିଡ଼ିଓରେ ଏହି କୁନି ପିଲାଟି ସମସ୍ତଂକ ମନକୁ ଛୁଇଁବା ଭଳି ଗୀତ ଗାଇ ସମସ୍ତଂକ ମନକୁ କିଣି ନେଇଛନ୍ତି। ଜନ ଗଣ ମନ ଅଧିନାୟକ ଜୟ ହେ ଭାରତ ଭାଗ୍ୟ ବିଧାତା ଏହାକୁ ସେ ରହି ରହି ବହୁତ୍ ସୁନ୍ଦର ଭାବରେ ଗାନ କରୁଛନ୍ତି। ତେବେ ତାଙ୍କ ପାଟି ଲାଗୁଥିବା କାରଣରୁ କିପରି ଭାବରେ ଏହା ଶୁଭୁଚି ତାହା ଥରେ ଶୁଣନ୍ତୁ ଏବଂ ଏହାକୁ ଶୁଣିଲେ ଆପଣ ନିଶ୍ଚିତ ଖୁସି ହେବେ। ତେବେ ୟୁ ଟ୍ୟୁବ୍ ରେ ପ୍ରସାରିତ ହୋଇଥିବା ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share FacebookTwitterGoogle+ReddItWhatsAppPinterestEmail Chinmay Pradhan Prev Post କେଉଁ ସମୟରେ କରିବେ ହସ୍ତ ମୈଥୁନ, ଜାଣନ୍ତୁ ହସ୍ତ ମୈଥୁନ କେତେ ଲାଭଦାୟକ – Gupta Samasya Next Post ୧୦ ମାସର ଶିଶୁକୁ ଗୁହାଳରେ ଛାଡି ପଳାଇଲା ବାପା, ସ୍ତ୍ରୀକୁ ମାରି ଭର୍ତିକଲା ବ୍ୟାଗରେ, ପୁରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ<eos>
2022-12-07T05:43:13Z
https://swastiktv.com/%E0%AC%A6%E0%AD%87%E0%AC%96%E0%AC%A8%E0%AD%8D%E0%AC%A4%E0%AD%81-%E0%AC%AD%E0%AC%BF%E0%AD%9C%E0%AC%BF%E0%AC%93-%E0%AC%AA%E0%AD%81%E0%AC%A3%E0%AC%BF-%E0%AC%9A%E0%AC%B0%E0%AD%8D%E0%AC%9A%E0%AD%8D-2/
OSCAR-2301
<bos>୨୧ ଜୁନ ୨୦୧୯ ଶୁକ୍ରବାର,ଆଜିର ରାଶିଫଳ - କେମିତି କଟିବ ଆଜି ଆପଣଙ୍କ ଦିନ - ମହାକାଳ ଙ୍କ କୃପା ରହିବ ଏହି ୩ଟି ରାଶି ଉପରେ - OdiaExpress Skip to content Top Menu November 21, 2022 Privacy Policy Disclaimer OdiaExpress Entertenment SPECIAL Astrology Cricket News Hasa Katha Search for: Main Menu Astrology ୨୧ ଜୁନ ୨୦୧୯ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାକାଳ ଙ୍କ କୃପା ରହିବ ଏହି ୩ଟି ରାଶି ଉପରେ June 20, 2019 - by Odia Express - Leave a Comment ମେଷ – ଆପଣ କିଛି ଦିନ ହେଲା ଯାଣିପାରୁନାହାନ୍ତି ଯେ ଆପଣଙ୍କର କଣ କରିବା ଉଚ଼ିତ୍ । କିନ୍ତୁ ଆପଣଙ୍କର ଚ଼ିନ୍ତାଧାରାରେ ସ୍ପଷ୍ଟତା ଆସିଯିବ । ଏହି ସମୟର ଲାଭ ଉଠାନ୍ତୁ ଏବଂ ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣଙ୍କ ବିରତ୍ୱରେ ଦୃଢ଼ତା ଆସିବ । ।ଏହି ସମୟ ଆପଣ ଆପଣଙ୍କ ଲୋକଙ୍କ ସହିତ ସ୍ନେହ ବାଣ୍ଟିବାର ସମୟ ଅଟେ ।ଆପଣଙ୍କ ପରିବାର ଆପଣଙ୍କ ସହ ଥିବାରୁ ଆପଣ ଇଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ ।ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ , ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ,ପ୍ରତିକାର:- ଅସହାୟାକୁ ସାହାଯ୍ୟ କରନ୍ତୁ। ବୃଷ – ଆପଣଙ୍କ ବୁଦ୍ଧି ଆଜି ଅଧିକ ବେଗରେ ସାହାଯ୍ୟ କରିବ । ଏହାର ଉପଯୋଗ ଆପଣ ଭବିଷ୍ୟତ ଯୋଜନା କରିବାରେ ବିନିଯୋଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ । ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ|ଦୈନିକ କାର୍ଯ୍ୟଗୁଡ଼ିକରେ ଅନୁକୂଳ ପରିସ୍ଥିତି ନିର୍ମିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ଗୃହସ୍ଥଜୀବନର ସମସ୍ୟା ଠିକ ହେବାପରି ପ୍ରତୀୟମାନ ହେବ। ସଂପତ୍ତି ସମ୍ବନ୍ଧୀତ କାର୍ଯ୍ୟର ଉଚିତ ମାର୍ଗ ମିଳିବ।ପ୍ରତିକାର:- ଅସହାୟା ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ। ମିଥୁନ – ଆଜି ଆପଣଙ୍କ ନିଜ ସବୁ ସମସ୍ୟାକୁ ସମାଧାନ କରିବା ଚ଼େଷ୍ଟାରେ ଲାଗିଯିବେ । ଏହି ସମୟରେ କୌଣସି ରୋଗ କିମ୍ବା ବିଷୟକୁ କେବଳ ଉପରେ ସମାଧାନ କରନ୍ତୁ ନାହିଁ । ଆପଣ ଏହାର ମୂଳୋତ୍ପାନ କରିବାକୁ ଚ଼େଷ୍ଟା କରନ୍ତୁ । ଆପଣଙ୍କ ପରିବାର ଆପଣଙ୍କ ସହ ଥିବାରୁ ଆପଣ ଇଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ । ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ,ପ୍ରତିକାର: କୁଷ୍ଠରୋଗୀଙ୍କୁ ଖାଇବାକୁ ଦିଅନ୍ତୁ। କର୍କଟ:– ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି ,ନିଜର ହୃଦୟ କଥା ଶୁଣନ୍ତୁ ।ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ ।ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚ଼ିତ୍ । ଆପଣ ଛୋଟ ଛୋଟ ଖୁସି ନିଜ ପରିବାରର ଲୋକଙ୍କ ସହିତ ବାଣ୍ଟିବେ । କିଛି ନୂଆ ଖେଳ ଖେଳିବାକୁ କିମ୍ବା କୌଣସି ନୂତନ କାର୍ଯ୍ୟ କରିବାକୁ ଆପଣଙ୍କର ପ୍ରବଳ ଆଗ୍ରହ ହେବ । ଆଜି ଆପଣ ନିଷ୍ପତ୍ତି ନେବେ ଯେ ଯେଉଁ କାମ ଆପଣ କରିବେ ତାହା କିପରି କରିବେ ।ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ,ପ୍ରତିକାର: ଈଶ୍ୱର ପ୍ରାର୍ଥନା ଓ ଧ୍ୟାନ ଦ୍ୱାରା ଶାନ୍ତି ମିଳିବ । ସିଂହ – ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଏହାର ପୂର୍ଣ୍ଣ ଫାଇଦା ଉଠାନ୍ତୁ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ । ଆଜିର ଦିନ ଟି ଆପଣଙ୍କର ଜୋସ୍ ରେ ଭରା ରହିବ । ଆଜି ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକ ଦିନର ଦିନଚ଼ର୍ଯ୍ୟାରୁ ମୁକ୍ତି ମିଳିବ । ଏବଂ ଆପଣ ନିଜକୁ ସତେଜ ଅନୁଭବ କରିବେ । ଶାନ୍ତି ବାଗେଇ ରଖିବା ଚେଷ୍ଟା ଏବେ ରଂଗ ଆଣି ଘରେ ବଦଳୁ ଥିବା ଏହି ଶାନ୍ତି ପୂର୍ଣ୍ଣ ବାତା ବରଣ ପାଇଁ ଆପଣଙ୍କୁ ଈଶ୍ୱରଙ୍କୁ ଧନ୍ୟବାଦ କରିବା ଉଚିତ ।ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସୁଖଦାୟକ ଘଟଣା ଘଟିବ। କାର୍ଯ୍ୟରେ ଯଶ ଏବଂ ସଫଳତା ମିଳିବ। ସ୍ଵାସ୍ଥ୍ୟ ଭଲ ରହିବ। ଆବଶ୍ୟକ କାମ ପଛରେ ଧନ ଖର୍ଚ୍ଚ ହେବ। ଚାକିରିରେ ସିଦ୍ଧି ଏବଂ ସଫଳତା ମିଳିବ,ପ୍ରତିକାର:- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ । କନ୍ୟା – ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚ଼ିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ । ବନ୍ଧୁମାନଙ୍କ ସହ ଆପଣଙ୍କର ଭ୍ରମଣ କରିବାର ଅଛି । ଏହା ଆପଣଙ୍କର ସହର ମଧ୍ୟରେ ଦୀର୍ଘରାସ୍ତା ଭ୍ରମଣ ହୋଇପାରେ । ଯାହା ହେଉ ପଛେ ଏହା ଏକ ସୁନ୍ଦର ସ୍ମରଣୀୟ ଭ୍ରମଣ ହିସାବରେ ଆପଣଙ୍କ ଜୀବନରେ ଛାପ ରହିବ ।ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ,ପ୍ରତିକାର:- ଅସହାୟାକୁ ସାହାଯ୍ୟ କରନ୍ତୁ। ତୁଳା – ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ । ସମସ୍ତେ ଆପଣଙ୍କ ଉପରେ ନିର୍ଭର କରିବାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ।ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ, ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ। ବିଛା – ଆଜି ଆପଣଙ୍କ ମାନସିକ ଶକ୍ତି ଏହାର ଚ଼ରମ ସୀମାରେ ରହିବ । ଆପଣଙ୍କୁ ଅସୁବିଧା ଅବସର ଭଳି ଲାଗିବ ଏବଂ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ବିପଦ ସହ ସଂଗ୍ରାମ କରିବାର ଆପଣଙ୍କର ଏହି ସ୍ୱଭାବ ଆପଣଙ୍କୁ ଆଗେଇ ନେବ ।ଆଜି ସବୁ ଚିନ୍ତିତରେ ଦୂରେଇ ଯାଇ ସଫଳତାକୁ ଉପଭୋଗ କରନ୍ତୁ ।ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ, ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ। ଧନୁ – ଆଜି ଆପଣ ଉଭୟ ଶାରିରୀକ ଓ ମାନସିକ ରୂପେ ସୁସ୍ଥ ରହିବେ । ଘର ହେଉ ବା କାର୍ଯ୍ୟକ୍ଷେତ୍ର , ଆପଣଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଖୁସି କରିଦେବ । ଶାରିରୀକ ଓ ମାନସିକ ସୁସ୍ଥତା ହେତୁ ଉଭୟ ଆପଣଙ୍କ ଉତ୍ପାଦନ ଓ ଗୁଣବତ୍ତା ବଢ଼ିଯ଼ିବ । ଆପଣ ପରିବାର ସହ ଭ୍ରମଣ କରିବା ପାଇଁ ଯେଉଁ ଆଶା ବାନ୍ଧିଛନ୍ତି ସେଥିରେ କୌଣସି ବାଧାବିଘ୍ନ ସୃଷ୍ଟି ହୋଇପାରେ । ଯଦି ଆପଣ ଏହି ଭ୍ରମଣଟି ଚାଲୁରଖନ୍ତି, ସୃଷ୍ଟିହୋଇଥିବା ବାଧା ଆପଣଙ୍କୁ ନିରାଶ କରିବ ।ଅତ୍ୟନ୍ତ ସାବଧାନପୂର୍ବକ ଆଜିର ଦିନ କାଟିବାକୁ ଉପଦେଶ। ଥଣ୍ଡା, କଫ ଏବଂ ଜ୍ୱର କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପରିବାରରେ କିଛି ମନମାଳିନ୍ୟ ହୋଇପାରେ। ଧର୍ମ କରିବାରେ ଧନ ଖର୍ଚ୍ଚ ପରି ପରିସ୍ଥିତି ହୋଇପାରେ,ପ୍ରତିକାର:- କୁକୁରକୁ ଖାଦ୍ୟଦିଅନ୍ତୁ । ମକର – ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ । ବାହାରେ ଭ୍ରମଣ କରି କିଛି ମସୟ କାଟନ୍ତୁ । ପ୍ରକୃତିର ବିଭବ ବସ୍ତୁକୁ ଭଲ ପାଇବେ ଏବଂ ଏହାକୁ ଉପଭୋଗ କରିବେ ।ଏଣୁ ଆପଣଙ୍କୁ ଘର ଚାରିକାନ୍ଥ ଗେରରୁ ବାହାରିବାକୁ ଯେଉଁ ଛୁଟିଦିନ ପାଉଛନ୍ତି ଭ୍ରମଣ ଯୋଜନା କଲେ ଆଶ୍ୱସ୍ତି ମିଳିବ ।ଜଗନ୍ନାଥଙ୍କର ଆଶୀର୍ବାଦରେ ଶାରୀରିକ ଏବଂ ମାନସିକ ସୁଖ ରହିବ। ଚାକିରି-ବ୍ୟବସାୟରେ ଆପଣଙ୍କ କାର୍ଯ୍ୟଗୁଡ଼ିକର ପ୍ରଶଂସା ହେବ। ବ୍ୟାପାରିମାନଙ୍କ ଦ୍ଵାରା କାମର ମର୍ଯ୍ୟାଦା ହେବ, ଯାହା ଆପଣଙ୍କୁ ଅଧିକ ପ୍ରୋତ୍ସାହିତ କରିବ। ପଦୋନ୍ନତିର ଯୋଗ ଅଛି,ପ୍ରତିକାର:-ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ। କୁମ୍ଭ – ଆଜି ଆପଣଙ୍କ ବିନମ୍ର ସ୍ୱଭାବ ଓ ଦୃଢ଼ତା ସଭିଙ୍କର ମନ ଜିତି ନେବ । ଆଉକିଛି ନହେଲେ ମଧ୍ୟ ଆପଣଙ୍କୁ ଏମିତି ଏକ ଦୃଢ଼ ମନୁଷ୍ୟ କରିଦେବ ଯିଏ କି ସବୁ ପରିସ୍ଥିତିକୁ ସହଜରେ ସମ୍ଭାଳି ନେବ । ଆଜି ଆପଣ ସବୁ ଅସୁବିଧାକୁ ଗୋଟିଏ ଆଡକୁ ରଖି ନିଅନ୍ତୁ । ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ,ତିକାର– ଭୋକିଲା ଲୋକକୁ ନିରାଶ କରିବେ ନାହିଁ। ମୀନ – ଆଜି ଆପଣ କୌଣସି ପ୍ରତିଯୋଗିତାର ମାନସିକତାରେ ଅଛନ୍ତି । ଜୀବନର କେତେକ କ୍ଷେତ୍ରରେ ଏହା ଠିକ୍, ମାତ୍ର ମନେରଖନ୍ତୁ ଯେ ଆପଣ ଯେମିତି ବେଶି ଉଗ୍ର ମନୋବୃତି ନଆଣନ୍ତି ବିଶେଷତଃ ନିଜ ପରିବାରକୁ ନେଇ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ,ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ। Related Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… November 3, 2022 ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… November 2, 2022 ୨୮ Octover ୨୦୨୨ ଶନିବାର,ଆଜିର ରାଶିଫଳ,କିପରି ରହିବ ଆଜି ଆପଣଙ୍କ ଦିନ,ଏମାନେ ପାଇବେ ଖୁସି ଖବର… October 28, 2022 Post navigation Previous Article ରାମାୟଣର ଅନୁସାରେ ଏହି ଚାରୋଟି ଲୋକଙ୍କ ପାଖରେ କେବେ ପଇସା ରହେ ନାହିଁ – ମା ଲକ୍ଷ୍ମୀ ସବୁବେଳେ ଏମାନଙ୍କ ଠାରୁ ଦୂରରେ ରୁହନ୍ତି.. Next Article ଶହୀଦ କେତନଙ୍କର ଝିଅ ହସିହସି ନିଜ ବାପାଙ୍କୁ ସାଲ୍ୟୁଟ କଲା – ଲୁହ ପୋଛି ପତ୍ନୀ ମଧ୍ୟ ଜୟହିନ୍ଦ କହିଲେ ଆଉ ତାପରେ.. About Odia Express View all posts by Odia Express → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Search for: Recent Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି…<eos>
2022-11-26T13:01:49Z
https://www.odiaexpress.net/2019/06/20/21-june-rasiphala/
OSCAR-2301
<bos>” କଞ୍ଚା ବାଦାମ ” ସ୍ଵରରେ ଆସିଲା ” ନବୀନ୍ ନବୀନ୍ ” ଗୀତ ଶୁଣିଲେ ହୋସ ଉଡିଯିବ….ସୋସିଆଲ ମିଡିଆରେ Trending ମୋଡରେ ଭାଇରାଲ… ଦେଖନ୍ତୁ ଭିଡ଼ିଓ – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home ଭାଇରାଲ ଭିଡିଓ ” କଞ୍ଚା ବାଦାମ ” ସ୍ଵରରେ ଆସିଲା ” ନବୀନ୍ ନବୀନ୍ ” ଗୀତ ଶୁଣିଲେ ହୋସ ଉଡିଯିବ….ସୋସିଆଲ ମିଡିଆରେ Trending ମୋଡରେ ଭାଇରାଲ… ଦେଖନ୍ତୁ ଭିଡ଼ିଓ ” କଞ୍ଚା ବାଦାମ ” ସ୍ଵରରେ ଆସିଲା ” ନବୀନ୍ ନବୀନ୍ ” ଗୀତ ଶୁଣିଲେ ହୋସ ଉଡିଯିବ….ସୋସିଆଲ ମିଡିଆରେ Trending ମୋଡରେ ଭାଇରାଲ… ଦେଖନ୍ତୁ ଭିଡ଼ିଓ ଭାଇରାଲ ଭିଡିଓ Share ବନ୍ଧୁଗଣ ଆପଣମାନେ ଦେଖିବାକୁ ପାଉଥିବେ କିପରି ଭାବରେ ଏକ ଗୀତ ଏବେ ସୋସିଆଲ ମିଡିଆରେ ସେନସେଶନ ପାଲଟିଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହି ଗୀତ ସବୁଆଡେ ଶୁଣିବାକୁ ମିଳୁଛି। ଏବେ ଭାଇରାଲ ହେବାରେ ଲାଗିଛି ଏକ ଏମିତି ଗୀତ ଯାହାକୁ ଶୁଣି ଆପଣ ବି ବହୁତ୍ ଖୁସି ହେଉଥିବେ।ତେବେ ଏହି ଗୀତଟି ହେଉଛି ବଙ୍ଗଳା ଗୀତ ‘କଚ୍ଚା ବାଦାମ’।ସୋସିଆଲ ମିଡିଆରେ ବେଶ୍ ସେୟାର ହେବାକୁ ଲାଗିଛି ଏହି ଗୀତ। ତେବେ ଆପଣ ଏହି ଗୀତ ବିଷୟରେ ତ ନିଶ୍ଚୟ ଶୁଣିଥିବେ।ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକରଙ୍କ ଏହି ଗୀତ ଇଣ୍ଟରନେଟ୍‌ରେ ଖୁବ ଜୋର୍‌ରେ ଟ୍ରେଣ୍ଡ୍ କରୁଛି। ଏହି ଗୀତକୁ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ଅନେକ ରିଲ୍‌ କରୁଥିବା ଦେଖିବାକୁ ମିଳୁଥିଲା। ଏବେ ମଧ୍ୟ ସୋସିଆଲ ମିଡିଆରେ ଏହି ଗୀତର ଚାହିଦା ରହିଛି।ତେବେ ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖି ବହୁତ୍ ଖୁସି ହେଉଛନ୍ତି ଏବଂ ବହୁତ୍ ସେୟାର କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଯାହା ଦେଖିବାକୁ ମିଳୁଛି ଲୋକେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି। ଏହାକୁ ସମସ୍ତେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି ଏବଂ ଏହାର ମଜା ନେଉଛନ୍ତି। ତେବେ କେବଳ ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟି ମାନେ ମଧ୍ୟ ଏହି ଗୀତ ଗାଉଥିବା ଦେଖିବାକୁ ମିଳେ। କିନ୍ତୁ ଏବେ ଏହି ଗୀତକୁ ନେଇ ଏହି ଗୀତର ସ୍ଵରରେ ତିଆରି ହୋଇଛି ଏକ ଓଡ଼ିଆ ଗୀତ। ଆଉ ଏହି ଗୀତଟି ହୋଇଛି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନାମରେ।ଏହି ଗୀତକୁ ଗାଇଛନ୍ତି ସିଙ୍ଗର ଜ୍ୟୋତିର୍ମୟୀ ନାୟକ। ଯିଏକି ବର୍ତ୍ତମାନ ଇଣ୍ଟର୍‌ନେଟ୍ ସେନ୍ସେସ୍ ପାଲଟି ଛନ୍ତି। ତାଙ୍କର ଏହି ଗୀତର ଭିଡିଓ ଏବେ ଅନ୍‌ଲାଇନ୍‌ରେ ଦେଖିବାକୁ ମିଳୁଛି। ଏହା ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯଦି ଆପଣ ଏହାକୁ ଶୁଣି ନାହାଁନ୍ତି ତେବେ ଥରେ ଏହାକୁ ଶୁଣି ନିଅନ୍ତୁ।ଏହି ଗୀତରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉନ୍ନୟନ ମୂଳକ ଯୋଜନା ଏବଂ କାର୍ଯ୍ୟକ୍ରମ ସାଙ୍ଗକୁ ସାରା ଭାରତରେ ସି ଏମ ନମ୍ୱର୍ ୱାନ କୁ ନେଇ ସ୍ୱର ସଂଯୋଜନା କରା ଯାଇଛି। Related Posts Viral VIDEO -ପୁଅ ଗୁଆନଙ୍କ ସହ ଘରେ କେମିତି ସମୟ କାଟୁଛନ୍ତି ହିରୋ… Nov 30, 2022 ଓଡିଆ ହିରୋଇନ ଝିଲିକ (Jhilik ) କେମିତି ନିଜର ନୂଆ ଘର ପ୍ରତିଷ୍ଠା… Nov 29, 2022 VIRAL VIDEO – ଲଣ୍ଡନରେ କେମିତି ମସ୍ତି କରୁଛନ୍ତି ଅଭିନେତା… Nov 28, 2022 ସିଙ୍ଗର ଜ୍ୟୋତିର୍ମୟୀ ନାୟକ ଙ୍କ ସହିତ କୋ ସିଙ୍ଗର ରାଜେଶ ମଧ୍ଯ ଏହି ଗୀତକୁ ଗାଇଛନ୍ତି। ଏହି ଗୀତର କନ୍ସେପଟ୍ ଦେଇଛନ୍ତି ସୁରେଶ ଭାଇ ଏବଂ ମ୍ୟୁଜିକ୍ ରି ଏରେଞ୍ଜ କରିଛନ୍ତି ଆଶିଷ ଭାଇ। ତେବେ ସୁନ୍ଦର୍ ଭାବରେ ଏହି ଗୀତର ସଂଯୋଜନା ହୋଇଥିବା ବେଳେ କଚ୍ଚା ବାଦାମ ସ୍ୱର ଭଳି ନବୀନ ନବୀନ, ସି ଏମ୍ ନବୀନ ର ପଦକୁ ଗାଇଛନ୍ତି ଜ୍ୟୋତିର୍ମୟୀ ଏବଂ ରାଜେଶ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଏହି ଗୀତଟି ଡବ କରାଯାଇଛି ବୋଲି ଏହି ଟିମ୍ ତରଫରୁ କୁହାଯାଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post Vastu Shastra – ଶୀଘ୍ର ବାହାଘର ହେବା ପାଇଁ କରନ୍ତୁ ଏହି ସହଜ ଉପାୟ 100% ଗ୍ୟାରେଣ୍ଟି ହେବ Next Post Beauty Tips – ସୁନ୍ଦର ଦେଖାଯିବା ପାଇଁ ପ୍ରତିଦିନ ସେବନ କରନ୍ତୁ ଏହି 2 ଟି ଜିନିଷ , ମୁହଁର ସମସ୍ତ ଦାଗ ଦୂର ହୋଇଯିବ । ଗ୍ୟାରେଣ୍ଟି<eos>
2022-11-30T10:42:04Z
https://live43today.com/kancha-badam-swara-re-aasila/
OSCAR-2301
<bos>Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in Home ଦେଶ- ବିଦେଶ ରାଜ୍ୟ କରୋନା Sambad EnglishNews In English ଜିଲ୍ଲା ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡ଼ା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ଜଗତସିଂହପୁର ଝାରସୁଗୁଡ଼ା ଢେଙ୍କାନାଳ ଦେବଗଡ଼ ନବରଙ୍ଗପୁର ନୟାଗଡ଼ ନୂଆପଡ଼ା ପୁରୀ ବରଗଡ଼ ବଲାଙ୍ଗୀର ବାଲେଶ୍ଵର ବୌଦ୍ଧ ଭଦ୍ରକ ମୟୂରଭଞ୍ଜ ମାଲକାନଗିରି ଯାଜପୁର ରାୟଗଡ଼ା ସମ୍ବଲପୁର ସୁନ୍ଦରଗଡ଼ ସୁବର୍ଣ୍ଣପୁର ମହାନଗର ଖେଳ ବାଣିଜ୍ୟ ରାଜନୀତି ମନୋରଞ୍ଜନ ବିଶେଷ ଅପରାଧ ଜୀବନଚର୍ଯ୍ୟା ରାଶିଫଳ ଫୁଲଝରି ସମ୍ପାଦକୀୟ ବଡ଼ ବିପର୍ଯ୍ୟୟ: ଆର୍ଜେଣ୍ଟିନାକୁ ହରାଇଲା ସାଉଦି ଆରବ ସ୍ବଳ୍ପ ପ୍ରତିଶତରୁ ବିଜୟ, ପ୍ରଥମରୁ ବିପର୍ଯ୍ୟୟର ଧାରା ଖେଳ By Sambad Digital Last updated Nov 23, 2022 ସେୟାର ଲୁସାଇଲ୍: ଫିଫା ବିଶ୍ବକପ୍‌ ତୃତୀୟ ଦିବସର ପ୍ରଥମ ମ୍ୟାଚ୍‌ରୁ ଅପ୍ରତ୍ୟାଶିତ ଫଳ ମିଳିଛି। ୨ ଥର ବିଜେତା ତଥା କିଂବଦନ୍ତି ଲିଓନେଲ୍ ‌ମେସିଙ୍କ ଆର୍ଜେଣ୍ଟିନା ଦଳକୁ ସାଉଦି ଆରବ ଆଶ୍ଚର୍ଯ୍ୟଜନକ ଭାବେ ୨-୧ରେ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ବିଶ୍ବକପ୍‌ ମଇଦାନରେ ପ୍ରଥମ ଥର ମୁହାମୁହିଁ ହୋଇଥିଲେ ଏହି ଦୁଇ ଦେଶ। ଏବେ ବିଶ୍ବ ବିଖ୍ୟାତ ଆର୍ଜେଣ୍ଟିନା ବିପକ୍ଷରେ ସାଉଦି ଆରବର ବିଜୟ ନିଶ୍ଚିତ ଲମ୍ବା ସମୟ ପାଇଁ ସ୍ମରଣୀୟ ରହିବ। ମୋଟ ଉପରେ ପଞ୍ଚମ ଥର ମୁକାବିଲା କରି ପ୍ରଥମ ଥର ପାଇଁ ମଧ୍ୟ ମ୍ୟାଚ୍‌ ଜିତିଛି ସାଉଦି ଆରବ। ବିଶ୍ବକପ୍‌ ଇତିହାସରେ ମଧ୍ୟ ସାଉଦି ଆରବର ଏହା ସର୍ବପ୍ରଥମ ବିଜୟ। ଏଥି ସହ ୧୯୭୮ ଓ ୧୯୮୬ରେ ବିଜେତା‌ ଆର୍ଜେଣ୍ଟିନା ଗତ ଥର ଭଳି (ପ୍ରିକ୍ବାର୍ଟର) ଆଗୁଆ ବିଦାୟ ନେବାର ଆଶଙ୍କା ଭିତରେ ପଡ଼ିଯାଇଛି। ଲୁସାଇଲ୍‌ର ନୂଆ ଷ୍ଟାଡିୟମ୍‌ରେ ମଙ୍ଗଳବାର ମଧ୍ୟ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା। ଷ୍ଟାଡିୟମ୍‌ର ପଦାର୍ପଣ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ମ୍ୟାଚ୍‌ କିନ୍ତୁ ନିଜ ଶେଷ ବିଶ୍ବକପ୍‌ ‌ଖେଳୁଥିବା ଲିଓନେଲ୍‌ ମେସିଙ୍କ ପାଇଁ ଦୁଃସ୍ବପ୍ନ ଭଳି ରହିଗଲା। ୨୦୧୯ରୁ କ୍ରମାଗତ ୩୬ ମ୍ୟାଚ୍‌ରେ ଅପରାଜେୟ ରହିଥିବା ଆର୍ଜେଣ୍ଟିନା ଯେ ସାଉଦି ଆରବଠାରୁ ହାରିବ ଅନେକଙ୍କ ବିଶ୍ବାସ ବାହାରେ ଥିଲା। ଇଟାଲି ନାମରେ ଥିବା ଦୀର୍ଘତମ ଅପରାଜେୟ କୀର୍ତ୍ତିମାନ (୩୭ ମ୍ୟାଚ୍‌)ର ସମକକ୍ଷ ହେବାରୁ ମଧ୍ୟ ମେସିଙ୍କ ଦଳ ବଞ୍ଚିତ ରହିଲା। ମଙ୍ଗଳବାର କିଂବଦନ୍ତି ଖେଳାଳି ତଥା ୭ ଥର ବାଲନ୍ ଡି’ଓର୍ ପୁରସ୍କାର ବିଜେତା ମେସି (୧୦ମ ମିନିଟ୍‌) ପେନାଲ୍ଟିରୁ ପ୍ରଥମ ଗୋଲ୍ ସ୍କୋର୍‌ କରି ପ୍ରଥମାର୍ଦ୍ଧ ସୁଦ୍ଧା ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ ରଖିଥିଲେ। ଦ୍ବିତୀୟାର୍ଦ୍ଧରେ କିନ୍ତୁ ସାଉଦି ଖେଳାଳି ସଙ୍କଳ୍ପବଦ୍ଧତାର ସହ ଆସିଥିବା ପ୍ରମାଣିତ କରିଦେଇଥିଲେ। ୪୮ତମ ମିନିଟରେ ଅଲ୍‌ ସେହରିଙ୍କ ଲୋ ସଟ୍‌ ମ୍ୟାଚ୍‌କୁ ବରାବର ସ୍ତରକୁ‌ ନେଇ ଆସିଥିଲା। ୫୩ତମ ମିନିଟ୍‌ରେ ଅଲ୍ ଦାଓସାରି ପେନାଲ୍ଟି ଏରିଆରୁ‌ ମାରିଥିବା ସଟ୍‌ ଆର୍ଜେଣ୍ଟିନା‌ ଗୋଲ୍ ପୋଷ୍ଟ ଭିତରକୁ ଚାଲି ଯାଇଥିଲା। ଏଥିସହିତ ୨-୧ରେ ଆଗୁଆ ହୋଇଯାଇଥିଲା ସାଉଦି ଆରବ। ପ୍ରତିଯୋଗିତାକୁ ଦାବିଦାର ଭାବେ ଆସିଥିବା ଆର୍ଜେଣ୍ଟିନା ହାତରେ ସେବେଠାରୁ ଥିବା ଅବଶିଷ୍ଟ ୪୦ ମିନିଟ୍‌ରେ ଏହାର ଖେଳାଳିମାନେ କିଛି କରିସ୍ମା ଦେଖାଇପାରିନଥିଲେ। ସାଉଦିର ଗୋଲ୍‌ରକ୍ଷକ ମହମ୍ମଦ ଆଲାୱାଇସ୍‌ ଏକାଧିକ ଗୋଲ୍ ବଞ୍ଚାଇବା ସହ ସାହସିକତା ପ୍ରଦର୍ଶନ କରିଥିଲେ। ଆର୍ଜେଣ୍ଟିନା ସହିତ ମଧ୍ୟ ଏହାର ଭାଗ୍ୟ ରହିନଥିଲା। ୩ଟି ଗୋଲ୍‌କୁ ଅଫସାଇଡ଼ ପାଇଁ ନାକଚ କରିଦିଆଯାଇଥିଲା। ଏଥି ସହିତ ଫିଫା ମାନ୍ୟତାରେ ୩ ନମ୍ବର ଦଳକୁ ୪୮ ନମ୍ବର ସାଉଦି ହରାଇ ଦେଇଥିଲା। ଆର୍ଜେଣ୍ଟିନା ୫୧ ପ୍ରତିଶତ ବଲ୍ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ଆବଶ୍ୟକ‌ତା ବେଳେ ଗୋଲ୍ ଦେଇନପାରି ପରାଜୟ ପାର୍ଶ୍ବରେ ରହିଲା। ମାତ୍ର ୨୪ ପ୍ରତିଶତ ସମ୍ପୂର୍ଣ୍ଣ ବଲ୍ ନିୟନ୍ତ୍ରଣରେ ରଖି ସାଉଦି ଆରବ ବିଜେତା ହୋଇଥିଲା। ଅବଶିଷ୍ଟ ୨୫ ପ୍ରତିଶତ ଉଭୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ ବଲ୍ ସହିତ। ସ୍ବଳ୍ପ ପ୍ରତିଶତରୁ ବିଜୟ ସମ୍ଭାବନା ପ୍ରତିଶତ ଦୃଷ୍ଟିରୁ ସାଉଦି ଆରବର ବିଜୟକୁ ବୃହତ୍ ବିଜୟ ଭାବେ ବିବେଚନା କରାଯାଉଛି। ମ୍ୟାଚ୍‌ ପୂର୍ବରୁ ଏହି ଦଳର ବିଜୟ ସମ୍ଭାବନା ଥିଲା ମାତ୍ର ୮.୭ ପ୍ରତିଶତ। ସେହିଭଳି ୧୯୫୦ରେ ୯.୫ ପ୍ରତିଶତ ସମ୍ଭାବନା ରଖିଥିବା ଆମେରିକା ୧-୦ରେ ଇଂଲଣ୍ଡକୁ, ୨୦୧୦ରେ ସ୍ବିଜରଲାଣ୍ଡ୍‌ (୧୦.୩%) ୧-୦ରେ ସ୍ପେନକୁ, ୧୯୮୨ରେ ଆଲଜେରିଆ (୧୩.୨%) ୨-୧ରେ ପଶ୍ଚିମ ଜର୍ମାନିକୁ, ୨୦୦୬ରେ ଘାନା (୧୩.୯%) ୨-୦ରେ ଚେକ୍ ରିପବ୍ଲିକକୁ ପରାସ୍ତ କରିଥିଲା। ପ୍ରଥମରୁ ବିପର୍ଯ୍ୟୟର ଧାରା ବିଶ୍ବକପ୍‌ରେ ବଡ଼ ଦଳ ପ୍ରଥମ ମ୍ୟାଚ୍‌ ହ‌ାରିଯିବାର ବହୁ ଉଦାହରଣ ରହିଛି। ୨୦୦୨ରେ ପ୍ରଥମ ମ୍ୟାଚ୍‌‌ରେ ୧୯୯୮ ବିଜେତା ଫ୍ରାନ୍ସକୁ ସେନେଗାଲ୍ ୧-୦ରେ ପରାସ୍ତ କରିଥିବା ବେଳେ ୧୯୯୦ରେ ବିଜେତା ଆର୍ଜେଣ୍ଟିନାକୁ କାମେରୁନ୍‌ ୧-୦ ଗୋଲ୍‌ରେ ପରାସ୍ତ କରିଥିଲା। ୨୦୦୨ରେ ମଧ୍ୟ ଇଟାଲିକୁ ଦକ୍ଷିଣ କୋରିଆ ୨-୧ରେ ଗୋଲ୍‌ରେ ପରାସ୍ତ କରିଥିଲା। ପ୍ରଶିକ୍ଷକଙ୍କ ପରାକାଷ୍ଠା ବିଶ୍ବକପ୍‌ ଦାବିଦାର ଆର୍ଜେଣ୍ଟିନା ବିପକ୍ଷରେ ଅପ୍ରତ୍ୟାଶିତ ବିଜୟ ପରେ ସାଉଦି ଆରବ ପ୍ରଶଂସକ ଏବେ ଉତ୍ସବର ମାହୋଲ ଭିତରେ ଅଛନ୍ତି। ପଶ୍ଚିମ ଏସିଆର ଏହି ଦେଶ ମଧ୍ୟପ୍ରାଚ୍ୟର ପ୍ରଥମ ବିଶ୍ବକପ୍‌ରେ ଘରୋଇ ପରିବେଶରୁ ଫାଇଦା ପାଇଛି। ଦଳର ବିଜୟ ପାଇଁ କିନ୍ତୁ ପେସାଦାର ଫରାସୀ ପ୍ରଶିକ୍ଷକ ହେର୍ଭ ରେନର୍ଡଙ୍କୁ ଶ୍ରେୟ ମିଳୁଛି। ଏକଦା ସମାଲୋଚିତ ରେନର୍ଡଙ୍କ ନିକଟକୁ ଏବେ ପ୍ରଶଂସାର ସୁଅ ଛୁଟିଛି। ୨୦୦୪ରେ କେମ୍ବ୍ରିଜ୍ ୟୁନାଇଟେଡ୍‌ ତାଙ୍କୁ ବିତାଡ଼ିତ କରିଥିଲା। ଏବେ ରେନର୍ଡ କିନ୍ତୁ ପ୍ରଥମ ପ୍ରଶିକ୍ଷକ ଭାବେ ଦୁଇଟି‌ ଦେଶକୁ ଆଫକନ୍‌ ଟାଇଟଲ୍ ବିଜେତା (ଜାମ୍ବିଆ ଓ ଆଇଭରି କୋଷ୍ଟ) କରିସାରିଛନ୍ତି। ୨୦୧୮ ଫିଫା ବିଶ୍ବକପ୍‌ରେ ସେ ମରକ୍କୋର ପ୍ରଶିକ୍ଷକ ଥିଲେ।<eos>
2022-11-30T10:04:43Z
https://sambad.in/sports/big-disaster-saudi-arabia-lost-to-argentina-911064/
OSCAR-2301
<bos>ନୀଳାଦ୍ରି ବିହାର ୧୦ ଟି ବସ୍ତିରେ ଡ୍ରୋନ୍ ସର୍ଭେ ,ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାରଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତିମୃତ ମଣିଷ ଜୀବିତ ହେବେ: ବିଜ୍ଞାନପ୍ରସ୍ତାବିତ ଯୋଜନା ଅନୁସାରେ ଉପକୂଳ ଜାତୀୟ ରାଜପଥ ଯାଉ, ଉପକୂଳୀୟ ବିକାଶ ପରିଷଦ ନାଉଗାଁ ଗଠିତପଟ୍ଟାମୁଣ୍ଡାଇ ତଳ ରାସ୍ତାରେ ବସ୍ ଚଳାଚଳ ନେଇ ତେଜିଲା ଆନ୍ଦୋଳନ Home ରାଜନୀତି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତିନୋଟି ଦଳରେ ଛକାପଞ୍ଝା । ରାଜନୀତି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତିନୋଟି ଦଳରେ ଛକାପଞ୍ଝା । By Odia News On Sep 28, 2020 0 Share ଭୁବନେଶ୍ଵର,୨୭/୯(ବ୍ୟୁରୋ): ତିର୍ତୋଲ ଉପ ନିର୍ବାଚନ ପୂର୍ବରୁ ୩ ଦଳରେ ପ୍ରାର୍ଥିତ୍ଵକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ । ଫଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓ ସମସ୍ତେ ନିଜ ନିଜ ବାଟରେ ଟିକେଟ ପାଇଁ ଉଦ୍ୟମ ଚଳାଇଛନ୍ତି । ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପୂନଃର୍ଗଠନ ହେବାଦିନ ଠାରୁ ବିଜେଡି କବଜ୍ଜାରେ ରହିଆସିଛି। ପୂନଃର୍ଗଠନ ପରେ ପ୍ରଥମ ବିଧାୟକ ଭାବରେ ରବୀନ୍ଦ୍ର ନାଥ ଭୋଇ, ୨ୟ ବିଧାୟକ ଭାବରେ ରାଜଶ୍ରୀ ମଲ୍ଲିକ ଓ ୩ୟ ବିଧାୟକ ଭାବରେ ବିଷ୍ଣୁ ଚରଣ ଦାସ ନିର୍ବାଚିତ ହୋଇଥିଲେ। ଏକଦା ବସନ୍ତ ବିଶ୍ଵାଳଙ୍କ କଂଗ୍ରେସ ଦୁର୍ଗକୁ ନବୀନ ନେତୃତ୍ଵାଧୀନ ବିଜେଡ଼ି ଦୁର୍ଗରେ ପରିଣତ କରିବାକୁ ସକ୍ଷମ ହୋଇଥିଲା । ଏ​‌ବେ ବି ଏଠାରୁ ବିଜେଡି ଯାହାକୁ ପ୍ରାର୍ଥୀ କରିବ ସେ ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ଧାରଣା ରହିଛି। ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗରେ ବର୍ତମାନ ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବ। ଏଥିପାଇଁ ଆସନ୍ତା ୨୯ ତାରିଖରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି ପାରନ୍ତି। ତେଣୁ ବିଭିନ୍ନ ଦଳରେ ପ୍ରାର୍ଥୀ ହେବାକୁ ଆଶାୟୀମାନେ ଯୋରଦାର ଉଦ୍ୟମ ଚଳାଇଛନ୍ତି। କଂଗ୍ରେସ, ବିଜେପି, ବିଜେଡି ଦଳ ମଧ୍ୟରୁ ପ୍ରଥମେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲା କଂଗ୍ରେସ । ଦଳରେ ପ୍ରାର୍ଥୀ ହେବାକୁ ଏତେଟା ଲବି ନଥିଲେବି ଆଶାୟୀଙ୍କ ସଂଖ୍ୟା ଚାରି ଭିତରେ ସିମୀତ ରହିିଛି। ଦଳର ଅନୁସୂଚିତ ଜାତି ସେଲ ରାଜ୍ୟ ଆବାହକ ଦେବେନ୍ଦ୍ର ମଲ୍ଲିକ,ଗତ ନିର୍ବାଚନରେ ଲୋକସଭା ପ୍ରାର୍ଥ ହୋଇଥିବା ପ୍ରତିମା ମଲ୍ଲିକ, ୨୦୧୯ ନିର୍ବାଚନର ପ୍ରାର୍ଥୀ ହେଇଥିବା ଦେବୀ ପ୍ରସାଦ ମଲ୍ଲିକ ଓ ନବାଗତ ଯୁବ ଇଂଜିନିୟର ହିମାଂଶୁ ଭୂଷଣ ମଲ୍ଲିକଙ୍କ ନାମ ରହିଛି। ଇଂଜିନିୟର ହିମାଂଶୁ ସାଉଦିର ଏକ କମ୍ପାନୀରେ ଚାକିରୀ ଛାଡି ରାଜନୀତିରେ ପାଦ ଥାପିବାକୁ ଚେଷ୍ଟା ଚଳାଇଛନ୍ତି। ୧୯ ନିର୍ବାଚନରେ କଂଗ୍ରେସ ଦଳ ୨୩୮୦୯ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନ ହାସଲ କରିଥିଲା। ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ତିର୍ତୋଲରୁ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଫେସର ରମାକାନ୍ତ ଭୋଇ ଉପ ନିର୍ବାଚନରେ ପ୍ରାର୍ଥୀ ହେବାକୁ ସଜବାଜ ହେଉଥିବା ସମୟରେ ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଓକିଲ ରାଜକିଶୋର ବେହେରା ବିଜେପିରେ ସାମିଲ ହେବା ରମାକାନ୍ତଙ୍କ ପ୍ରାର୍ଥିତ୍ଵକୁ ନେଇ ସନ୍ଦେହ ସୃଷ୍ଟି କରିଛି । ରାଜକିଶୋର ବେହେରାଙ୍କୁ ବିଜେପିର ରାଜ୍ୟସ୍ତରୀୟ ଏକ ପ୍ରଭାବଶାଳୀ ଗୋଷ୍ଠୀ ସମର୍ଥନ ରହିଥିବାରୁ ତାଙ୍କ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିନ୍ତ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ପ୍ରଫେସର ଭୋଇଙ୍କୁ ସମର୍ଥନ କରି ବିରିଡି ଓ ରଘୁନାଥପୁର ବ୍ଲକର ବିଜେପିର କର୍ମକର୍ତାମାନେ ବିରୋଧ କରି ରଣହୁଙ୍କାର ଦେଇ ରାଜକିଶୋରଙ୍କୁ ବିରୋଧ କରିବା ଆରମ୍ଭ ହେଲାଣି। ପ୍ରଫେସର ଭୋଇ ୨୦୧୯ ନିର୍ବାଚନରେ ୫୩୫୮୧ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନ ହାସଲ କରିଥିଲେ। ତେଣୁ ତାଙ୍କୁ ଉପେକ୍ଷା କରାଗଲେ ବିଜେପି ଏଠାରେ ଭବିଷ୍ୟତ ଲାଗି କ୍ଷତି ସହିବ ବୋଲି ଆଲୋଚନା ଚାଲିଛି । ଅନ୍ୟପକ୍ଷରେ ଆଶାୟୀଙ୍କ ମଧ୍ୟରେ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରେଇଙ୍କ ନାମ ମଧ୍ୟ ଚର୍ଚାରେ ରହିଛି । ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଠୁ ଶକ୍ତିଶାଳୀ ମନେ ହେଉଥିବା ବିଜେଡ଼ିରେ ବିବାଦ କିନ୍ତୁ ତୀବ୍ର । ଦଳ ଏଠି ତିନି ଗୋଷ୍ଠୀରେ ବିଭକ୍ତ । ଗୋଟିଏ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ଅନୁଗତ ଗୋଷ୍ଠୀ, ଯାହାର ନେତୃତ୍ଵ ନେଉନ୍ତି ବିଶୁନପୁର ସରପଞ୍ଚ ବସନ୍ତ ମହାପାତ୍ର (ବଚୁ) । ଦ୍ବିତୀୟ ଗୋଷ୍ଠୀଟି ସିଧାସଳଖ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ନିୟନ୍ତ୍ରଣରେ ଥିବାବେଳେ ତୃତୀୟ ଗୋଷ୍ଠୀଟି ପୂର୍ବତନ ବିଧାୟକ ଦେବାଶିଷ ମହାପାତ୍ରଙ୍କ ଦଖଲରେ ରହିଛି । ଦେବାଶିଷ ଓ ରାଜଶ୍ରୀ ପୂର୍ବରୁ ତିର୍ତୋଲ ବିଧାୟକ ଥିଲେ ମଧ୍ୟ ରାଜଶ୍ରୀଙ୍କ ଗୋଷ୍ଠୀର ପତିଆରା ଦେବାଶିଷ ଗୋଷ୍ଠୀଙ୍କ ପ୍ରଭାବଠାରୁ ବେଶ୍ ଅଧିକ ବୋଲି ଅନୁଭୂତ ହେଉଛି । ତେବେ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କୁ ରାଜ୍ୟସଭାରୁ ଅପସାରଣ, ପରବର୍ତୀ ସମୟରେ ତାଙ୍କ ନିର୍ବାଚନମଣ୍ଡଳୀ ଜଗତସିଂହପୁରରୁ ହଟାଯାଇ ତିର୍ତୋଲରେ ଟିକେଟ ଦେବା, ତାଙ୍କର ଅକାଳ ବିୟୋଗ ଦୃଷ୍ଟିରୁ ତାଙ୍କ ପୁଅ ବିଜୟଶଙ୍କରଙ୍କୁ ଟିକେଟ ଦେବା ନିମ​‌ନ୍ତେ ବିଜେଡ଼ିର ଏକ ବଡ଼ ଗୋଷ୍ଠୀ ଏବଂ କର୍ମୀମାନେ ମତ ଦେଉଥିବା ଦେଖାଯାଉଛି । ବିଜଡିର ପକେଟ ଭୋଟ ଓ ବିଷ୍ଣୁଙ୍କ ବିୟୋଗର ସିମ୍ପାତି ଭୋଟ ବଳରେ ବିଜେଡିର ବୃହତ ବିଜୟ ଆଶା ରଖିଛନ୍ତି ବିଷ୍ଣୁଙ୍କ ସମର୍ଥକ ମାନେ। କିଛି ଦିନ ତଳେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଗୋଷ୍ଠୀ ଭୁବନେଶ୍ୱର ଠାରେ ବିଧାୟକ ଅତନୁ ସବ୍ୟସଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ସମସ୍ତ ଘଟଣା କହିବା ସହିତ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳୀୟ ଟିକେଟ ଦେବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଟିକଟ ଲାଗି ଆଗ୍ରହୀ ଥିବା ଓ ତାଙ୍କୁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମର୍ଥନ ଥିବା କୁହାଯାଉଛି । ପୂର୍ବରୁ ଏକଦା ମିନତୀ ବେହେରା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଜିଲା ପରିଷଦ ସଭ୍ୟ ପଦରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ, ସେତେବେଳେ ତାଙ୍କର ଅମାନତ ରହି ନ ଥିଲା । ତେଣୁ ସେ ଟିକେଟ ପାଇଁ ଆଶାୟୀ ଥିବା କୁହାଯାଉଥିଲେ ହେଁ ନିଜ ତରଫରୁ ଏଥିନେଇ ଖୋଲାଖୋଲି ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉ ନାହିଁ । ତାଙ୍କ ବ୍ୟତୀତ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସ୍ୱାମୀ ଇଂ ଆଶୁତୋଷ ମଲ୍ଲିକ, ତେନ୍ତୁଳିପଦା ସରପଂଚ ଲକ୍ଷ୍ମୀପ୍ରିୟା ବେହେରା, ଅର୍ଜୁନ ବେହେରା, ପୂର୍ବତନ ସାଂସଦ କୁଳମଣି ସାମଲ, ଯୁଧିଷ୍ଠିର ସେଠୀଙ୍କ ନାମ ରହିଛି। ଗତ ମାସରେ ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଅକାଳ ବିୟୋଗ ପରେ ତାଙ୍କ ପୁତୁରା ଅମରେନ୍ଦ୍ର ଭୋଇଙ୍କ ନାମ ଆଶାୟୀ ପ୍ରାର୍ଥୀ ଦୈାଡରେ ସାମିଲ ହେଇଛି। ସେହିପରି ପୂର୍ବତନ ଛାତ୍ର ନେତା ଓ ଯୁବ ବିଜେଡ଼ିର ଛାମୁଆଁ ନେତା କୁହାଯାଉଥିବା ସରୋଜ ସେଠୀ ମଧ୍ୟ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଛନ୍ତି । ଜଣେ ମନ୍ତ୍ରୀଙ୍କ ସହ କିଛି ବିଧାୟକ ତାଙ୍କୁ ସମର୍ଥନ କରୁଥିବା ଚର୍ଚା ହେଉଛି । ଏହି ସ୍ଥିତିରେ ଏକଦା ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ବିଜେଡ଼ିରେ ଯୋଗ ଦେବା ନେଇ ଚର୍ଚା ଦାନା ବାନ୍ଧିଛି । ତାଙ୍କୁ ପ୍ରାର୍ଥୀ କରାଯିବାକୁ ଆଶ୍ଵାସନା ମିିଳିଲେ ସେ ହୁଏତ ବିଜେଡ଼ିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି । ମନ୍ତ୍ରୀ ରଘୁନଂଦନ ଦାସଙ୍କ ସହ ତାଙ୍କର ପୂର୍ବ ସମ୍ପର୍କ ଆଧାରରେ ଏହାକୁ ନେଇ ସ୍ବାଭାବିକ ଚର୍ଚା ଚାଲିଥିଲେ ହେଁ ଏହାକୁ ବିିଜେଡ଼ିର ଉଚ୍ଚ ମହଲରେ ସେପରି ଗୁରୁତ୍ଵ ମିଳିନାହିଁ । ରମାକାନ୍ତ ଦଳରେ ଯୋଗ ଦେଲେ ତାଙ୍କୁ ହୁଏତ କେଉଁଠି ଥଇଥାନ କରାଯାଇପାରେ, ମାତ୍ର ଟିକେଟ ମିଳିବା ନିଶ୍ଚିତ ବୋଲି କୁହାଯାଇ ପାରିବ ନାହିଁ ବୋଲି ସୂଚନା ମିଳିିଛି । ଏପରି ସ୍ଥିତିରେ ପ୍ରାର୍ଥିତ୍ଵକୁ ନେଇ ୩ ଦଳରେ ଘଣ୍ଟାଚକଟା ଚାଲିଥିବାବେଳେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିନ୍ତୁ ପରିଶେଷରେ ବିଜୟଙ୍କ ପାଇଁ ତିନୋଟି ଦଳର ସିମ୍ପାତି ଭୋଟ ରହିଛି ବୋଲି ଆଲୋଚନା ହେଉଛି।<eos>
2022-12-05T01:01:52Z
https://odianews.org/jagatsinghpur-60/
OSCAR-2301
<bos>ନୂଆଦିଲ୍ଲୀ: ଛଟ ପୂଜା ପୂର୍ବରୁ ଦିଲ୍ଲୀ ଯମୁନା ନଦୀରେ ପ୍ରଦୂଷଣ ଯୋଗୁଁ ସୃଷ୍ଟି ହୋଇଥିବା ବିଷାକ୍ତ ଫେଣକୁ ନଷ୍ଟ କରିବାରେ ଲାଗିଛି ଦିଲ୍ଲୀ ଜଳ ବୋର୍ଡ । ଆଜି ସକାଳୁ ଦିଲ୍ଲୀ ଜଲ ବୋର୍ଡର କର୍ମଚାରୀମାନେ ଡଙ୍ଗା ସାହାଯ୍ୟରେ ନଦୀ ଭିତରେ ପଶି ରାସାୟନିକ ସାମଗ୍ରୀ ସ୍ପ୍ରେ କରିଛନ୍ତି। ଗତ ସପ୍ତାହେ ହେଲା ଓ୍ୱାଜିରାବାଦରୁ ଓଖଲା ପର୍ଯ୍ୟନ୍ତ ନଦୀରେ ପ୍ରଚୁର ମାତ୍ରାରେ ଫେଣ ଭାସୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଗାର୍ମେଣ୍ଟ କାରଖାନାରୁ ବିଷାକ୍ତ ରଙ୍ଗ ପାଣି ପ୍ରବେଶ କରିବା ଫଳରେ ଯମୁନା ନଦୀ ସଂଘାତିକ ଭାବେ ପ୍ରଦୂଷିତ ହୋଇଥିବା ଅଭିଯୋଗ ହୋଇଥିଲା ଆହୁରି ପଢ଼ନ୍ତୁ ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ: ମୋହନ ଭାଗବତ 5 hours ago ଅଫତାବକୁ ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ 7 hours ago ପାଣିରେ ଫସଫେଟ୍ସ ଓ ସରଫେକଟାଣ୍ଟର ପରିମାଣ ବଢ଼ିବାରୁ ପ୍ରଚୁର ମାତ୍ରାରେ ଫେଣ ଦେଖିବାକୁ ମିଳିଥିଲା । ତେବେ ରବିବାର ଦିନ ଛଟ ପୂଜା ଥିବାରୁ ବିଭିନ୍ନ ସ୍ଥାନରେ ଲୋକମାନେ ଗାଧୋଇବେ । ତାପୂର୍ବରୁ ନଦୀରେ ଫେଣ କମାଇବା ଲାଗି ଜଲ୍ ବୋର୍ଡ ପକ୍ଷରୁ କେମିକାଲ୍ ସ୍ପ୍ରେ କରାଯାଇଛି । ସେପଟେ କେମିକାଲ ସ୍ପ୍ରେକୁ ବିଜେପି ସମାଲୋଚନା କରିଛି । ଫେଣ ନଷ୍ଟ ପାଇଁ ଦିଲ୍ଲୀ ଜଲ୍ ବୋର୍ଡ ବିଷ ସ୍ପ୍ରେ କରୁଥିବା ବିଜେପି ଅଭିଯୋଗ କରିଛି । ସେପଟେ ବିଜେପିର ଅଭିଯୋଗକୁ ଦିଲ୍ଲୀ ଜଲ୍ ବୋର୍ଡ ଖଣ୍ଡନ କରିଛି।<eos>
2022-11-28T21:47:24Z
https://odishareporter.in/nation-world/india/toxic-foam-floats-on-surface-of-river-yamuna-in-delhi-777402
OSCAR-2301
<bos>ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶରେ ଆକ୍ରୋଶ ବଢ଼ିବାରେ ଲାଗିଛି। ପାକିସ୍ତାନକୁ ସବୁ ସ୍ତରରେ ବୟକଟ୍ ପାଇଁ ଦାବି ହେଲାଣି। ଆଗାମୀ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ସହ ମ୍ୟାଚ୍ ବୟକଟ ପାଇଁ ଦାବି ଉଠାଲାଣି। କ୍ରିକେଟର ବହୁ ଦିଗଜ ବି ସ୍ୱର ଉଠାଇଲେଣି। ପାକିସ୍ତାନକୁ ବିଶ୍ୱକପରେ ବୟକଟ ଦାବି ସୋସିଆଲ୍ ମିଡିଆରେ ତୀବ୍ର ହେଉଛି।ଇତିହାସ ପୃଷ୍ଠା ଓଲଟାଇଲେ ଜଣାପଡୁଛି, ପୂର୍ବରୁ ଅନେକ ଦେଶ ଅଲିମ୍ପିକ୍ସ ଠାରୁ ଆମ୍ଭ କରି ବିଶ୍ୱକପ୍ ପର୍ଯ୍ୟନ୍ତ ଇଭେଣ୍ଟକୁ ବହିଷ୍କାର କରିଛନ୍ତି। ପାକିସ୍ତାନ ସହ ଦ୍ୱିପାକ୍ଷିକ ସିରିଜକୁ ଦୀର୍ଘ ବର୍ଷ ହେବ ନା’ କରିଛି ଭାରତ। କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଦୁଇ ଦେଶର ଟକ୍କର ଦେଖିବାକୁ ମିଳୁଛି।୨୦୧୩ ପରଠୁ ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳି ନାହିଁ ଟିମ୍ ଇଣ୍ଡିଆ। ଆଗାମୀ ମେ ୩୦ରୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ୍। ଜୁନ୍ ୧୬ରେ ଭାରତ-ପାକିସ୍ତାନ ମ୍ୟାଚ୍ ରହିଛି। ଏବେ ଭାରତ ପାକିସ୍ତାନ ସହ ମ୍ୟାଚ୍ ଖେଳିବ କି ନାହିଁ ତାହା ବିରାଟ ପ୍ରଶ୍ନବାଚୀ। ଯଦିଓ ଏଯାଏଁ କୌଣସି ସଙ୍କେତ ଦେଇନାହିଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ। ଦେଶର ସବୁଠୁ ପୁରୁଣା କ୍ରିକେଟ ସଂଗଠନ,କ୍ରିକେଟ କ୍ଲବ ଅଫ୍ ଇଣ୍ଡିଆ ପାକିସ୍ତାନକୁ ବିଶ୍ୱକପରେ ବହିଷ୍କାର କରାଯାଉ ବୋଲି ବିସିସିଆଇ ନିକଟରେ ଦାବି ରଖିଛି। କ୍ରିକେଟର ହରଭଜନ ସିଂହ କହିଛନ୍ତି, ଭାରତ ପାକିସ୍ତାନ ସହ ମ୍ୟାଚ୍ ନଖେଳିଲେ ବି ଚାମ୍ପିଅନ୍ ହୋଇପାରିବ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ଟିମ୍ ଇଣ୍ଡିଆ ନଖେଳୁ। ସେହିପରି ବିସିସିଆଇର ପୂର୍ବତନ ସମ୍ପାଦକ ସଞ୍ଜୟ ପଟେଲ ବି ସମାନ ଦାବି ରଖିଛନ୍ତି। ତାଙ୍କ କହିବା କଥା, ଭାରତ ପାକିସ୍ତାନ ସହ ମ୍ୟାଚ ଖେଳିଲେ ଏକଥା ବୁଝାଯିବ ଯେ, ଦେଶଠାରୁ ବଡ଼ ଖେଳ। ଭାରତ-ପାକ୍ ମୁକାବିଲା ୨୦୧୩ ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ କେବଳ ଏସିଆ କପରେ ପାଞ୍ଚ ଥର ମୁହାଁମୁହିଁ ହୋଇଛନ୍ତି। ଦୁଇ ଥର ଚାମ୍ପିଅନ୍ସ ଟ୍ରଫି,ଦୁଇ ଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଥରେ ଦିନିକିଆ ବିଶ୍ୱକପରେ ପାକିସ୍ତାନକୁ ଭେଟିଛି ଟିମ୍ ଇଣ୍ଡିଆ। ଗତବର୍ଷ ସେପ୍ଟମ୍ୱର ମାସରେ ଶେଷ ଥର ୟୁଏଇରେ ଆୟୋଜିତ ଏସିଆ କପରେ ଦୁଇ ଥର ସାମନା ସାମନି ହୋଇଥିଲେ ଭାରତ-ପାକିସ୍ତାନ। ଦକ୍ଷିଣ ଆଫ୍ରିକାକୁ ଓ୍ୱାକ ଓଭର ଦେଇଥିଲା ଭାରତ ଭାରତ ଏଯାଏଁ ପାକିସ୍ତାନକୁ କୌଣସି ବଡ଼ ଇଭେଣ୍ଟରେ ବୟକଟ କରିନାହିଁ। କିନ୍ତୁ ନିଜ ନୀତି ଓ ନୈତିକତାରେ କେବେ ସାସିଲ କରେ ନାହିଁ ବୋଲି ପୂର୍ବରୁ ଏମିତି ବାର୍ତ୍ତା ଦେଇଛି ବିଶ୍ୱବାସୀଙ୍କୁ। ୧୯୭୪ରେ ଭାରତ ଡେଭିସ୍ କପ୍ ଟେନିସ୍ ଫାଇନାଲରେ ପ୍ରଥମ ଥର ପହଞ୍ଚିଥିଲା।ସେତେବେଳେ ବର୍ଣ୍ଣ ବିଦ୍ୱେଷ ନୀତିକୁ ବିରୋଧ କରି ଦକ୍ଷିଣ ଆଫ୍ରିକା ସହ ନଖେଳିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଟେନିସରେ ସବୁଠୁ ବଡ଼ ଟ୍ରଫି ଜିତିବାର ଗୌରବ ହାତଛଡ଼ା କରିଥିଲା। କାରଣ ନିଜ ନୀତିରେ ସାସିଲ କରିବାକୁ ଚାହିଁ ନଥିଲା। ଶ୍ରୀଲଙ୍କାରେ ଖେଳିବାକୁ ମନା କରିଥିଲେ ଅଷ୍ଟ୍ରେଲିଆ-ଓ୍ୱେଷ୍ଟଇଣ୍ଡିଜ ୧୯୯୬ କ୍ରିକେଟ ବିଶ୍ୱପକର ଆୟୋଜକ ଥିଲେ ଭାରତ-ଶ୍ରୀଲଙ୍କା-ପାକିସ୍ତାନ। ସେତେବେଳେ ଶ୍ରୀଲଙ୍କାରେ ଏଲଟିଟିଇ ଆତଙ୍କରାଜ ଚାଲିଥିଲା।ସୁରକ୍ଷା କାରଣରୁ ଶ୍ରୀଲଙ୍କାରେ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲେ ଓ୍ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ। ଶ୍ରୀଲଙ୍କାର ବୟକଟ୍ ରୋକିବା ପାଇଁ ଭାରତ-ପାକିସ୍ତାନ ଜଏଣ୍ଟ ଟିମ୍ ଗଠନ କରିଥିଲେ। ୬୬ ଦେଶ ମସ୍କୋ ଅଲିମ୍ପିକ୍ସକୁ ବୟକଟ୍ କରିଥିଲେ ୧୯୮୦ରେ ତତ୍କାଳୀନ ସୋଭିଏତ୍ ସଂଘରେ(ରୁଷ) ହୋଇଥିବା ମସ୍କୋ ଅଲିମ୍ପିକ୍ସକୁ ଆମେରିକା ସମେତ ୬୬ଟି ଦେଶ ବହିଷ୍କାର କରିଥିଲେ। ସେତେବେଳେ ସୋଭିଏତ ସଂଘର ସେନା ଆଫଗାନିସ୍ତାନରେ ଥିଲେ। ଆମେରିକା ସମେତ ବିଭିନ୍ନ ଦେଶ ଅଭିଯୋଗ କରିଥିଲେ,ରୁଷ ସେନା ଆଫଗାନିସ୍ତାନ ସରକାରଙ୍କୁ ଅପଦସ୍ତ କରିବା ସହ ଦେଶଦ୍ରୋହୀଙ୍କୁ ସମର୍ଥନ କରୁଛନ୍ତି।ସେହିପରି ୧୯୮୪ରେ ସୋଭିଏତ ସଂଘ ସମେତ୧୮ଚି ଦେଶ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସକୁ ବୟକଟ କରିଥିଲେ।<eos>
2022-11-30T21:19:04Z
https://www.bartamanodisha.com/india-should-boycott-pakistan-matches-in-cricket-world-cup/
OSCAR-2301
<bos>ଓଡ଼ଗାଁ, କୁରାଳ-୫-୬-୨୦୨୧-ଗତ ବିଳମ୍ବିତ ରାତିରେ ଓଡ଼ଗାଁ ଥାନା କୁରାଳ ପଞ୍ଚାୟତ ବେଙ୍ଗେଇସାହିର ଶିକ୍ଷକ ଜଗନ୍ନାଥ ମିଶ୍ର (କୁଲୁ)୫୦ବର୍ଷଙ୍କ ବାଡ଼ିପଟ କବାଟ ଭାଙ୍ଗି ଗଡ୍ରେଜରୁ ନଗଦ ୬ହଜାର ଟଙ୍କା ଓ ସୁନାଜିନିଷ ଭାବି କିଛି ଇମିଟେସନ ଚୁଡି ସହିତ ଆସବାପତ୍ର ଚୋରି କରିନେଇଥିବା ବେଳେ ବ୍ୟାଙ୍କଖାତା,ଆବଶ୍ୟକୀୟ କାଗଜପତ୍ର ଓ ATM କାର୍ଡ ଥିବା ବ୍ୟାଗଟିକୁ ବାଡ଼ିପଟେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।ସେହିଭଳି ଶିକ୍ଷକଙ୍କ ଘରଠାରୁ ମାତ୍ର ୧୦୦ମିଟର ଦୁରତାରେ ଥିବା ନିଶାମଣି ପ୍ରାଧାନ(୪୫)ଙ୍କ ବାଡିକବାଟ ଭାଙ୍ଗି ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ନିଶାମଣି ଉଠିପଡିବାରୁ ଦୁବୃତ୍ତ ମାନେ ଚାଲିଯାଇଥିବା ସୂଚନା ମିଳିଛି ।ଏସମ୍ପର୍କରେ ଶିକ୍ଷକ ଶ୍ରୀମିଶ୍ର ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିବା ସୂଚନା ମିଳିଛି ।<eos>
2022-12-07T03:59:16Z
http://thebigbreaking.in/2021/06/05/odagaon-kural/
OSCAR-2301
<bos>HOME/ STATE/ KORAPUT/FARMERS NOT GETTING BENEFITS FROM SWEET POTATO FARMING DUE TO LACK OF COLD STORAGE IN KORAPUT Koo_Logo Versions . ନାହିଁ ଶୀତଳ ଭଣ୍ଡାର, ରାଣୀ କନ୍ଦା ପାଇଁ ବଜାର ମାନ୍ଦା Published on: Nov 25, 2022, 1:14 PM IST Koo_Logo Versions ନାହିଁ ଶୀତଳ ଭଣ୍ଡାର, ରାଣୀ କନ୍ଦା ପାଇଁ ବଜାର ମାନ୍ଦା Published on: Nov 25, 2022, 1:14 PM IST କୋରାପୁଟ ଜିଲ୍ଲାରେ ଅଧିକ ମାତ୍ରାରେ ଚାଷ ହୁଏ କନ୍ଦମୂଳ । ତେବେ ଉତ୍ପାଦନ ଅଧିକ ଥିବାରୁ ବଜାର ଚାହିଦା ନଥିବାବେଳେ, କମ ମୂଲ୍ୟରେ ବିକ୍ରି କରାଯାଉଛି । ଶୀତଳ ଭଣ୍ଡାର ଥିଲେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି । ଅଧିକ ପଢନ୍ତୁ କୋରାପୁଟ: ଜିଲ୍ଲାର ଅଧିକାଂଶ ସ୍ଥାନରେ ଆଦିବାସୀମାନେ ଏହି ଋତୁରେ କନ୍ଦମୂଳ ଚାଷ କରିଥାନ୍ତି । ଯାହାକୁ ରାଣୀ କନ୍ଦା ମଧ୍ୟ କୁହାଯାଇଥାଏ । ତେବେ ଚାଷୀଙ୍କ ପାଇଁ ବଜାର ସହ ଶୀତଳ ଭଣ୍ଡାର ଥିଲେ ଚାଷୀମାନେ ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି । ଦଶମନ୍ତପୁର ଠାରୁ ଆରମ୍ଭ କରି ପଟ୍ଟାଙ୍ଗି ପର୍ଯ୍ୟନ୍ତ ଶହ ଶହ ଚାଷୀ ବର୍ତ୍ତମାନ କନ୍ଦମୂଳ ଯାହାକୁ ଆଦିବାସୀମାନେ ଚାଷ କରୁଛନ୍ତି । ତିନି ଚାରିମାସରେ ଫସଲ ପ୍ରସ୍ତୁତ ହେଉଥିବା ଯୋଗୁଁ ଆଦିବାସୀ ଚାଷୀଙ୍କ ମଧ୍ୟରେ ଏହି ଚାଷ ପ୍ରତି ବିଶେଷ ଆଗ୍ରହ ଦେଖା ଦେଇଛି । ନାହିଁ ଶୀତଳ ଭଣ୍ଡାର, ରାଣୀ କନ୍ଦା ପାଇଁ ବଜାର ମାନ୍ଦା ଏହା ମଧ୍ୟ ପଢନ୍ତୁ: ଆଶ୍ବସ୍ତିକର ଖବର: ମୋବାଇଲ୍ ଟାୱାରରୁ ନିର୍ଗତ ରେଡିଏସନ୍ ସ୍ବାସ୍ଥ୍ୟ ଅପକାରୀ ନୁହେଁ କନ୍ଦମୂଳ ବିହନକୁ ଜମିରେ ରୋପିଲାବେଳେ, ହୁଡା ଟେକିବା ପରେ ଫସଲ ଅମଳ କରିବା ପର୍ଯ୍ୟନ୍ତ ଅନ୍ୟ ଚାଷବାସ ଅପେକ୍ଷା କମ ଶ୍ରମ ଲାଗୁଥିବା ଚାଷୀ ଜଣାଇଛନ୍ତି । ତେବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବହୁତ କମ ପରିମାଣରେ ଉତ୍ପାଦନ କରୁଥିବା ଯୋଗୁଁ ଲାଭବାନ ହୋଇପାରନ୍ତି ନାହିଁ ବୋଲି ଚାଷୀ ସୂଚନା ଦେଉଥିବାବେଳେ, ବୃହତ ଆକାରରେ ଏହି ଚାଷ କରି ଅନେକ ଚାଷୀ ଉପକୃତ ହୋଇଥିବା ଦଶମନ୍ତପୁର ବ୍ଲକର ଯୋଗୀ ମାଳିଗୁଡ଼ାର ଚାଷୀ ମତ ରଖିଛନ୍ତି । ଏହା ମଧ୍ୟ ପଢନ୍ତୁ: Assembly Update: ଚାଷୀ ପ୍ରସଙ୍ଗରେ ବିଧାନସଭା ବାହାରେ ଶାସକ-ବିରୋଧୀଙ୍କ ବିକ୍ଷୋଭ ଚଳିତ ବର୍ଷ କନ୍ଦମୂଳ ଦର କମିଯାଇଥିବା ଯୋଗୁଁ ଚାଷୀ କିଲୋ ପିଛା ୬-୭ ଟଙ୍କାରେ ବିକ୍ରି କରାଯାଉଛି । ତେବେ ଶୀତଳ ଭଣ୍ଡାର ଟିଏ ଥିଲେ କନ୍ଦମୂଳକୁ ସାଇତି ରଖି ଠିକ୍ ଦର ପାଇଲାବେଳେ ଚାଷୀ ବିକ୍ରି କରି ପାରନ୍ତେ ବୋଲି ମତ ପ୍ରକାଶ ପାଇଛି । ଏନେଇ ଚାଷୀ କହିଛନ୍ତି, "ମଜୁରୀ ଦର ଅଧିକ ଥିବା ଯୋଗୁଁ ଏତେ ଲାଭ ହେଉନାହିଁ । ତେଣୁ ଅଧିକ ଲଗାଇଲେ ହିଁ ଲାଭ ହୋଇଥାଏ । କମ ଚାଷରେ ଲାଭ ହୁଏ ନାହିଁ । ବୋପାର ମଧ୍ୟ ଏବେ ଠିକ୍‌ ହେଉନାହିଁ । ଏନେଇ ଆମକୁ ସରକାରୀ ସ୍ତରରେ କୌଣସି ସାହାଯ୍ୟ ମିଳିପାରୁନାହିଁ । ଶୀତଳ ଭଣ୍ଡାର ବି ନାହିଁ ।"<eos>
2022-12-08T15:59:55Z
https://www.etvbharat.com/oriya/odisha/state/koraput/farmers-not-getting-benefits-from-sweet-potato-farming-due-to-lack-of-cold-storage-in-koraput/or20221125131413968968375
OSCAR-2301
<bos>ଚଣ୍ଡିଗଡ଼,୫।୧୧ : ହରିୟାଣାର ରୋହତକ ପିଜିଆଇରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ୧୦ ଲକ୍ଷ ଟଙ୍କା ବଣ୍ଡକୁ ବିରୋଧ କରୁଥିବା ଛାତ୍ରରଛାତ୍ରମାନେ ୧୫ ଘଣ୍ଟା ଜେଲରେ ରହିବା ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲା। ବଣ୍ଡ କିମ୍ବା ଚୁକ୍ତିନାମା କରିବାର ଯୋଜନା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସୂଚିତ କରିଛନ୍ତି। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବଣ୍ଡ ପଲିସି ଅନୁଯାୟୀ ଏମ୍‌ବିବିଏସ୍‌ ଛାତ୍ରୀଛାତ୍ରମାନଙ୍କୁ ବାର୍ଷିକ ୯.୨୦ଲକ୍ଷ ଟଙ୍କା ଜମା କରିବାକୁ ପଡିବ। ଏଥି ସହିତ ୮୦ ହଜାର ଟଙ୍କା ଫି ମଧ୍ୟ ଦେବାକୁ ପଡିବ। ଫଳରେ ଡାକ୍ତରଙ୍କୁ ବର୍ଷକୁ ୧୦ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ନୂତନ ନୀତି ଅନୁସାରେ ସମସ୍ତଏମ୍‌ବିବିଏସ୍‌ ଛାତ୍ରୀଛାତ୍ରଙ୍କୁ ୪ବର୍ଷରେ ମୋଟ ୪୦ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ଏହାକୁ ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବିରୋଧ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ କେବଳ ୬ ହଜାର ଡାକ୍ତର ଥିବାବେଳେ ଆମର ୨୮ ହଜାର ଡାକ୍ତର ଆବଶ୍ୟକ। ଏହି କାରଣରୁ ସରକାରୀ ଡାକ୍ତରଖାନାରେ ସେବା ଯୋଗାଇବା ପାଇଁ ଏହି ନୀତି ପ୍ରସ୍ତୁତ କରାଯାଇଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ହେଲିକପ୍ଟର ରୋହତକ ପିଜିଆଇର ସମାରୋହରୁ ଫେରିବାର ପ୍ରାୟ ଦୁଇ ଘଣ୍ଟା ପରେ ରୋହତକ ପୋଲିସ ଅଟକ ଥିବା ଛାତ୍ରମାନଙ୍କୁ ପୋଲିସ ଷ୍ଟେଶନରୁ ଛାତ୍ରୀଛାତ୍ରଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ ଏମବିବିଏସ ଛାତ୍ରଛାତ୍ରୀଙ୍କ ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଟିକେ ନରମ ହୋଇଛି। ବର୍ତ୍ତମାନ ସୁଦ୍ଧା କାଉନସେଲିଂକୁ ମଧ୍ୟ ସ୍ଥଗିତ ରଖାଯାଇଛି। କିନ୍ତୁ ଯେପର୍ଯ୍ୟନ୍ତ ଏକ ଉଚ୍ଚ ସ୍ତରୀୟ କମିଟି ସରକାରଙ୍କ ପକ୍ଷରୁ ସେମାନଙ୍କ ସହ କଥାବାର୍ତ୍ତା ନକରନ୍ତି, ସେପର୍ଯ୍ୟନ୍ତ ଏହି ବିରୋଧ ଜାରି ରହିବ। ଏମବିବିଏସ ଛାତ୍ରୀଛାତ୍ରମାନେ କହିଛନ୍ତି ଯେ ସରକାର ଜଣେ ଭଲ ଡାକ୍ତରଙ୍କ ଚିକିତ୍ସା କରିବାର ସୁଯୋଗ ଜନସାଧାରଣଙ୍କଠାରୁ ଛଡ଼ାଇ ନେଉଛନ୍ତି। ଟଙ୍କା ଆଧାରରେ ପ୍ରସ୍ତୁତ ଡାକ୍ତର ଭଲ କିମ୍ବା ଯୋଗ୍ୟତା ଆଧାରରେ ପ୍ରସ୍ତୁତ ଜଣେ ଭଲ ହେବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଯୋଗ୍ୟତା ସାମ୍ନାରେ ଫି’ର ଏକ ପର୍ବତ ରଖାଯାଇଛି। ଯେଉଁଥିପାଇଁ ସେମାନଙ୍କୁ ଆଡମିଶନ ମିଳୁ ନାହିଁ। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଜାତୀୟ View All ବନ୍ଧୁତ୍ୱ ଦିବସରେ ମୋଦିଙ୍କୁ ଟୁଇଟ୍‌ କଲେ ବେଞ୍ଜାମିନ୍‌ ନେତାନ୍ୟାହୁ: ଲେଖିଲେ ଶୋଲେ ଫିଲ୍ମର ‘ ୟେ ଦୋସ୍ତି ହମ୍‌ ନେହିଁ ଛୋଡ଼େଙ୍ଗେ’ ଗୀତର ଧାଡ଼ିଏ ନୂଆଦିଲ୍ଲୀ,୪।୮: ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ଇସ୍ରାଏଲ୍‌ ରାଷ୍ଟ୍ରପତି ବେଞ୍ଜାମିନ୍‌ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବନ୍ଧୁତା ଆଗାମୀ ଦିନରେ... ଏଏନ୍‌-୩୨ ବିମାନ ଦୁର୍ଘଟଣା: ମିଳିଲା ଆଇ ୬ ଜଣଙ୍କ ମୃତ ଶରୀର ଶିଲଂ,୨୦।୬: ଜୁନ୍‌ ୩ରେ ନିଖୋଜ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ରେ ଥିବା ବ୍ୟକ୍ତିଙ୍କ ମଧ୍ୟର ୬ ଜଣଙ୍କ ମୃତ ଶରୀର... ଦ୍ୱିତୀୟ ୟେଦୁରପ୍ପା ହେବେ କି ଫଡନବିସ! ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ମହାଭାରତର ଅନ୍ତ କେବେ ହେବ ତାହା କହିବା ମୁସ୍କିଲ। ହେଲେ ରାତାରାତି ଏନ୍‌ସିପି ସହ ମେଣ୍ଟ କରି ସରକାର ଗଠନ କରିଥିବା ଭାରତୀୟ... ୯ ଜଣଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ହାଇଦ୍ରାବାଦ,୨୯।୧୦: ନିଜର ପୂର୍ବ ଅପରାଧକୁ ଲୁଚାଇବା ପାଇଁ ୯ ଜଣ ଦାଦନ ଶ୍ରମିକଙ୍କୁ ହତ୍ୟା କରିଥିବା ବିହାର ବେଗୁସରାଇ ଜିଲାର ସଞ୍ଜୟ କୁମାର ଯାଦବଙ୍କୁ ତେଲଙ୍ଗାନାର... ମଦ ମହଙ୍ଗା ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଲକୋହଲ ଉପରେ ୧୦୦ ପ୍ରତିଶତ କୃଷି ସେସ୍‌ ଲାଗୁ କରାଯାଇଥିବା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଏହା... ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ମନା, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ: ଦିଲ୍ଲୀ ହାଇକୋର୍ଟ ନୂଆଦିଲ୍ଲୀ,୧୮।୧୧: ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ। ବଞ୍ଚି... ଲକ୍‌ଡାଉନ: ଅଭାବ ପଡିଲାଣି ଗୃହପାଳିତ ପ୍ରାଣୀଙ୍କ ଖାଦ୍ୟ ମୁମ୍ବାଇ,୧୨।୪: କରୋନା ଭାଇରସ ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ସବୁଠି କିନ୍ତୁ ଲୋକଙ୍କୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଏବେ... ନୀତୀଶଙ୍କ ବିରୋଧରେ ବର୍ଷିବେ ଶାହା, ଭାଜପା ରାଲିରେ ଜେଡିୟୁ କର୍ମୀଙ୍କୁ ନିମନ୍ତ୍ରଣ ପାଟନା,୨୩ ।୯: ବିହାରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମେଣ୍ଟ ଭାଙ୍ଗିବା ପରେ ପ୍ରଥମଥର ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିହାର... Archives Archives Select Month December 2022 November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017<eos>
2022-12-10T02:36:36Z
https://www.dharitri.com/protest-against-40-lakh-fee-for-mbbs-cm-says-bond-will-not-be-withdrawn/
OSCAR-2301
<bos>ଉଦ୍ଭିଦ ବୃଦ୍ଧି ପାଇଁ ଜଳସେଚନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣୁ | ଅନେକ ଥର, ଯଦି ଜଳସେଚନ ଠିକ୍ ସମୟରେ କରାଯାଏ ନାହିଁ, ତେବେ ଉଦ୍ଭିଦଗୁଡ଼ିକ ଶୁଖିବା ଆରମ୍ଭ କରନ୍ତି | ଅନ୍ୟପକ୍ଷରେ, ଅତ୍ୟଧିକ ଜଳସେଚନ ହେତୁ ଉଦ୍ଭିଦଗୁଡିକର ଚେରଗୁଡିକ କ୍ଷୟ ହେବାକୁ ଲାଗେ | ବେଳେବେଳେ ଜଳ ଅଭାବ ହେତୁ ଉଦ୍ଭିଦଗୁଡିକ ଉପଯୁକ୍ତ ପରିମାଣର ଜଳ ପାଆନ୍ତି ନାହିଁ | ଏଭଳି ପରିସ୍ଥିତିରେ ଜଳ ଚାପିତ ଅଞ୍ଚଳରେ ଜଳସେଚନ ଏକ ବଡ ସମସ୍ୟାଠାରୁ କମ୍ ନୁହେଁ। ଏହି ସମସ୍ୟାକୁ ଏଡ଼ାଇବା ପାଇଁ, ମାଟକା ପଦ୍ଧତି ଦ୍ୱାରା ଜଳସେଚନ କୃଷକମାନଙ୍କ ପାଇଁ ଏକ ଉତ୍ସାହ ବୋଲି ପ୍ରମାଣିତ କରିପାରେ | ଆସନ୍ତୁ ଏହି ପୋଷ୍ଟ ମାଧ୍ୟମରେ ମ୍ୟାଟ୍କା ଜଳସେଚନ ପଦ୍ଧତି ବିଷୟରେ ବିସ୍ତୃତ ସୂଚନା ପାଇବା | ମାଟ୍କା ଜଳସେଚନ କ’ଣ? ଏହା ଏକ ନିଆରା ଜଳସେଚନ କ techni ଶଳ ଯେଉଁଥିରେ ହାଣ୍ଡିରେ ପାଣି ଭର୍ତ୍ତି ହୋଇ ଗଛ କିମ୍ବା ଉଦ୍ଭିଦ ମୂଳ ନିକଟରେ ଭୂମିରେ ପୋତି ଦିଆଯାଏ | ହାଣ୍ଡିରେ ଏକ ଛୋଟ ଛିଦ୍ର ତିଆରି ହୁଏ ଯାହା ମାଧ୍ୟମରେ ଜଳ ବୁନ୍ଦା ଦ୍ drop ାରା ଖସିଯାଏ ଏବଂ ଉଦ୍ଭିଦଗୁଡିକର ଚେରକୁ ଯାଏ | ଏହି କାରଣରୁ, ଚେରଗୁଡିକ ଆବଶ୍ୟକତା ଅନୁଯାୟୀ ଜଳ ପାଇଥାଏ ଏବଂ ଉଦ୍ଭିଦଗୁଡିକ ସବୁଜ ରହିଥାଏ | ମଟ୍କା ଜଳସେଚନର ଲାଭ କ’ଣ? ଉଦ୍ଭିଦର ଆବଶ୍ୟକତା ଅନୁଯାୟୀ ହାଣ୍ଡିରୁ ପାଣି ବାହାରିଥାଏ | ଗ୍ରୀଷ୍ମ season ତୁରେ ହାଣ୍ଡିର ଜଳ 3 ଦିନରୁ ଏକ ସପ୍ତାହ ପର୍ଯ୍ୟନ୍ତ ରହିବ | ଉଦ୍ଭିଦଗୁଡିକ 20 ରୁ 30 ପ୍ରତିଶତ ଶୀଘ୍ର ବ grow ନ୍ତି | ଜଳ ସିଧାସଳଖ ଗଛର ଚେରରେ ପହଞ୍ଚେ | ଆଖପାଖ ଜମିର ଶୁଷ୍କତା ହେତୁ ତୃଣକ ସମସ୍ୟା କମ୍ ଥାଏ | ଏହି ପଦ୍ଧତି ଦ୍ୱାରା ଜଳସେଚନ 70 ପ୍ରତିଶତ ଜଳ ସଞ୍ଚୟ କରେ | ଜଳସେଚନର ମୂଲ୍ୟ କମ୍ ଅଟେ | ଜଳସେଚନ ସମୟ ସଞ୍ଚୟ କରେ | ଆହୁରି ପ Read ଼ନ୍ତୁ: ଏଠାରୁ ଜଳସେଚନର ବିଭିନ୍ନ ପଦ୍ଧତି ବିଷୟରେ ସୂଚନା ପାଆନ୍ତୁ | ଆମେ ଆଶା କରୁଛୁ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ | ଯଦି ଆପଣ ଏହି ପୋଷ୍ଟରେ ଦିଆଯାଇଥିବା ସୂଚନାକୁ ପସନ୍ଦ କରନ୍ତି, ତେବେ ଆମର ପୋଷ୍ଟକୁ ପସନ୍ଦ କରନ୍ତୁ | ଯାହାଦ୍ୱାରା ଏହି ସୂଚନା ଅଧିକରୁ ଅଧିକ ଚାଷୀଙ୍କ ପାଖରେ ପହ can ୍ଚିପାରିବ | ମନ୍ତବ୍ୟ ମାଧ୍ୟମରେ ଏହି ସମ୍ବନ୍ଧୀୟ ଆପଣଙ୍କର ପ୍ରଶ୍ନ ଆମକୁ ପଚାର | କୃଷି ସମ୍ବନ୍ଧୀୟ ଅନ୍ୟାନ୍ୟ ଆକର୍ଷଣୀୟ ସୂଚନା ପାଇଁ ଗ୍ରାମାଞ୍ଚଳ ସହିତ ସଂଯୁକ୍ତ ରୁହ |<eos>
2022-12-06T13:49:24Z
https://kisan-app.agrevolution.in/dehaat/post/maattkaa-jllsecn-ek-annyy-jllsecn-k-ech-shll
OSCAR-2301
<bos>ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟ ପ୍ରିୟ ଦେବତା ରୂପେ ପୂଜା କରାଯାଇଥାଏ । ଲୋକମାନେ ଏପରି ଭାବିଥାନ୍ତି କି ଶନିଙ୍କ ଦୃଷ୍ଟି ସର୍ବଦା ଖରାପ ହୋଇଥାଏ । କିନ୍ତୁ ପ୍ରକୃତରେ ମନ୍ୟୁଷକୁ ସେପରି ଫଳ ମିଳିଥାଏ ଯେପରି ସିଏ କର୍ମ କରିଥାଏ । ମାନ୍ୟତା ରହିଛି ଯଦି ଶନି ମହାରାଜ କୋପ କରିଥାନ୍ତି ତେବେ ରାଜା ଭଳି ଲୋକଙ୍କୁ ବି ଗରିବ କରିଦେଇଥାନ୍ତି । ଶନିଙ୍କ ଖରାପ ପ୍ରଭାବ ଦ୍ୱାରା ବ୍ୟବସାୟ, ଚାକିରି ଏବଂ ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଦେଖାଯାଇଥାଏ । କିନ୍ତୁ ଶନି ଯଦି ମଜବୁତ୍‌ ରହିଥାନ୍ତି ତେବେ ବ୍ୟକ୍ତିଙ୍କୁ ଏହି ସବୁ କ୍ଷେତ୍ରରେ ଅପାର ସଫଳତା ପ୍ରାପ୍ତ ହୋଇଥାଏ । ଶନିଙ୍କ ପ୍ରଭାବ ପଡ଼ିବା କାରଣରୁ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି । କିନ୍ତୁ କେବେ କେବେ ଏହା ଶୁଭଦାୟକ ମଧ୍ୟ ହୋଇଥାଏ । ଆସନ୍ତା ବର୍ଷ ୨୦୨୧ରେ ଧନୁ ରାଶିର ଲୋକମାନଙ୍କ ଉପରେ ଶନିଙ୍କ ପ୍ରଭାବ ପଡିପାରେ । ଏହାଦ୍ୱାରା ଧନୁ ରାଶିର ଲୋକମାନଙ୍କୁ କିଛି ଶୁଭ ଖବର ଶୁଣିବାକୁ ମିଳିବ । ସେହିଭଳି ମକର ରାଶିର ଲୋକମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଖର୍ଚ୍ଚ ବଢିପାରେ ଏବଂ ଆପଣ ଚାହୁଁଥିବା ପରିଣାମ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ସେହିଭଳି କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ଶନିଙ୍କ ପ୍ରଭାବରୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଜ୍ୟୋତିଷମାନଙ୍କ କହିବାନୁଯାୟୀ, ପ୍ରତ୍ୟେକ ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ । ଏଥିସହ ସଂଧ୍ୟା ସମୟରେ ବୃକ୍ଷ ନିକଟରେ ସୋରିଷ ତେଲରେ ଦୀପ ଲଗାନ୍ତୁ । ଏଥିରେ ବହୁତ ସୁଫଳ ପାଇବ । କୁହାଯାଇଥାଏ ଶନିଙ୍କ ଖରାପ ପ୍ରଭାବ ପଡ଼ିବା ସମୟରେ ପକ୍ଷୀଙ୍କ ସେବା କରିବା ଉଚିତ । ଏପରି ବ୍ୟକ୍ତିଙ୍କ ଜୀବନରେ ଶନିଙ୍କ ନକାରାତ୍ମକ ପ୍ରଭାବ ପଡ଼ିନଥାଏ । କୁହାଯାଇଥାଏ, ଯେଉଁ ବ୍ୟକ୍ତି ଅସହାୟ ଲୋକଙ୍କ ସାହାରା ହୋଇଥାନ୍ତି ସେହି ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ ବିଶେଷ କୃପା ରହିଥାଏ ।ଶନିଦେବ ସେହି ମାନଙ୍କୁ କୃପା କରନ୍ତୁ ଯେଉଁମାନେ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି । ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ । ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ । Related Posts ଝିଟିପିଟି ଶରୀର ଉପରେ ପଡିଲେ କଣ ସୂଚନା ମିଳିଥାଏ, ଏହି ଅଙ୍ଗରେ ପଡିଲେ ଆସିଥାଏ ଜୀବନ ଉଆପରେ ବିପଦ December 5, 2022 ଅଟାରେ ମିଶାଇ ଏହି ଜିନିଷ ଲଗାଇ ଦିଅନ୍ତୁ ଘରେ, 5 ବର୍ଷ ପର୍ଯ୍ୟନ୍ତ ଗୋଟେ ବି ଅସରପା ଦେଖା ଯିବେନି December 4, 2022 ଚକଟା ଅଟାକୁ ଫ୍ରିଜରେ ରଖୁଥିଲେ ଏହାକୁ ନିଶ୍ଚୟ ଦେଖନ୍ତୁ, ନଚେତ ହେବ ଭୟଙ୍କର କ୍ଷତି December 3, 2022 Post navigation Previous Article ଶୀତଦିନେ ରୂପି ସମସ୍ୟା ଯାଉନଥିଲେ କରନ୍ତୁ ଏହି କାର୍ଯ୍ୟ- Baba Ramdeb Tips Next Article ଯେ କୌଣସି ନାରୀକୁ ଯଦି ନିଜ ପ୍ରତି ଆକର୍ଷିତ କରିବାକୁ ଚାହୁଁଛନ୍ତି କରନ୍ତୁ ଏହି କାମ About Priyanka Patel View all posts by Priyanka Patel → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. recent post ଶୋଇବା ସମୟରେ ଏହି 3ଟି ଭୁଲ କରିବା ଦ୍ଵାରା ଘରକୁ ମାଡିଆସେ ଦାରିଦ୍ରତା December 6, 2022 ଜାଣନ୍ତୁ କନ୍ୟା ରାଶି ଓ କୁମ୍ଭ ରାଶି ମଧ୍ୟରେ କେଉଁ ରାଶି ଅଧିକ ଭାଗ୍ୟଶାଳୀ- Kanya VS Kumbha December 6, 2022 ଘରର ସାମ୍ନାରେ ରଖନ୍ତୁ ନାହିଁ ଏହି 8 ଟି ଜିନିଷ, ଘରେ ଦେଖାଦେବ ବାସ୍ତୁ ଦୋଷ…. ଯଦି ଅଛି ତେବେ ତୁରାନ୍ତ ହଟାନ୍ତୁ December 6, 2022 ଗଙ୍ଗା ଜଳ ପରି ପବିତ୍ର ଓ ସଫା ହୃଦୟର ହୋଇଥାନ୍ତି ଏହି 5ଟି ନାମ ଥିବା ସ୍ତ୍ରୀ ମାନେ- Jyotisha Shastra December 6, 2022<eos>
2022-12-06T13:16:38Z
https://online80media.com/sanidasa-chalithile-karantu-ehi/
OSCAR-2301
<bos>କଟକ(ଓଡ଼ିଶା ରିପୋର୍ଟର): କାଠଯୋଡି ପୋଲ ତଳକୁ ଖସି ପଡ଼ିଲା ମାଲବାହୀ ଟ୍ରକ୍‌ । ଏହି ଦୁର୍ଘଟଣାରେ ଟ୍ରକ୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଲେ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାଯାଇଛି। ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କଟକ କାଠଯୋଡ଼ି ପୋଲ ଉପରେ ଘଟିଛି। ସୂଚନାଯୋଗ୍ୟ, ଏକ ମାଛ ବୋଝେଇ ଟ୍ରକ୍‌ ଗତକାଲି ଟାଟା ଅଭିମୁଖେ ଯାଉଥିଲା। ଟ୍ରକ୍‌ଟି କାଠଯୋଡ଼ି ବ୍ରିଜ ଅତିକ୍ରମ କରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଖି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ତଳକୁ ଖସି ପଡ଼ିଥିଲା। ଟ୍ରକ୍‌ଟି ବ୍ରିଜ ତଳେ ଜଙ୍ଗଲିଆ ସ୍ଥାନରେ ପଡ଼ିଥିବା ବେଳେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ପହଞ୍ଚିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ ଡ୍ରାଇଭର, ହେଲପର ସୁରକ୍ଷିତ ଥିବା ଜଣାଯାଇଛି। ଆହୁରି ପଢ଼ନ୍ତୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ 2 hours ago ଡିସେମ୍ବର ୯ରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା 2 hours ago ଡ୍ରାଇଭର କହିଛନ୍ତି, ହଠାତ୍‌ ନିଦ ଆସିବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲି। ତେଣୁ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଲା।<eos>
2022-11-30T10:01:31Z
https://www.odishareporter.in/odisha/truck-fall-down-when-crossed-kathojodi-bridge-766568
OSCAR-2301
<bos>“ଯେତେବେଳେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖକୁ ନୃତ୍ୟ ଶିକ୍ଷା କରିବାକୁ ଆସିଥିଲି, ସେତେବେଳେ ଗୁରୁଜୀ ମୋତେ ‘ଆରେ କାଳି, ତୁ କୋଉଠୁ ଆସିଛୁ’ ପଚାରିଥିଲେ। ସେ ଦିନ ଗୁରୁଜୀଙ୍କ କଥା ଶୁଣି ନିଜ ଶରୀରର ରଙ୍ଗ ପାଇଁ ମନେ ମନେ ଦୁଃଖି ହେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେଇ ସମ୍ବୋଧନ ଗୁରୁଜୀଙ୍କ ସ୍ନେହ ଥିଲା ବୋଲି ବୁଝିପାରିଲି। ଏହାପରେ ମୁଁ ଆଉ ଦେହର ରଙ୍ଗକୁ ନେଇ ବିଚଳିତ ହୋଇନଥିଲି”, କହିଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର। ତେଣୁ ଏବେ ଶରୀରର ରଙ୍ଗକୁ ନେଇ ପଚାରିଲେ ସୁଜାତା କୁହନ୍ତି, “ରଙ୍ଗ ଗୌଣ, କିନ୍ତୁ ଗୁଣ ମୁଖ୍ୟ। ଯଦି ଗୁଣ ସୁନ୍ଦର ଥାଏ ତାହେଲେ ଆପଣଙ୍କୁ ସମସ୍ତେ ଭଲ ପାଇବେ। ମଣିଷର ସୌନ୍ଦର୍ଯ୍ୟଟା ବେଶୀ ଫୁଟି ଉଠିବ। ତେଣୁ ଯଦି ମାନସିକତା ବଦଳିଯାଏ ତାହେଲେ ରଙ୍ଗ ଆଉ କାହାରି ବାଟରେ ପ୍ରତିବନ୍ଧକ ହେବନାହିଁ।” ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପହଞ୍ଚାଇବାରେ ଯେଉଁ କିଛି ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରମୁଖ ଭୂମିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ସୁଜାତା ମହାପାତ୍ର। ଆଖି ଝଲସେଇ ଦେଲା ଭଳି ଭାବ ଭଙ୍ଗୀ ପାଇଁ ସେ ଦର୍ଶକଙ୍କ ମନ ଜିଣି ଥାଆନ୍ତି। ମଞ୍ଚରେ ତାଙ୍କ ଉପସ୍ଥିତି ସବୁବେଳେ ଦେଖେଣାହାରୀଙ୍କୁ ମୁଗ୍ଧ କରିଥାଏ। ଏହାଛଡ଼ା ଓଡ଼ିଶୀ ଶିକ୍ଷା କ୍ଷେତ୍ରରେ ତାଙ୍କର ଉପସ୍ଥିତି ଆଜି କେବଳ ରାଜ୍ୟରେ ନୁହେଁ, ବରଂ ରାଜ୍ୟ ଓ ଦେଶ ବାହାରେ ହଜାର ହଜାର ଓଡ଼ିଶୀ ନୃତ୍ୟଶିଳ୍ପୀ ତିଆରି କରିଛି। ଏହି ଅବଦାନ ପାଇଁ ୨୦୧୮ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି। ସୁଜାତା ମହାପାତ୍ର ୧୯୬୮ ମସିହାରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ତାଙ୍କ ଭିତରେ ନୃତ୍ୟ ପ୍ରତି ଦୁର୍ବଳତା ରହିଥିଲା। ତାଙ୍କ ମା’ ଜଣେ ଓଡ଼ିଶୀ ନୃତ୍ୟ ଓ ଓ ସଙ୍ଗୀତ ଶିକ୍ଷୟିତ୍ରୀ ହୋଇଥିବାରୁ ସେ ତାଙ୍କ ମା’ଙ୍କଠାରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ। ତା’ ପରେ ସ୍କୁଲ ସମୟରେ ସେ ପ୍ରଥମେ ସୁଧାକର ସାହୁଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ସୁଜାତା ମହାପାତ୍ରଙ୍କ ସହ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ତାଙ୍କ ନୃତ୍ୟ ଜୀବନର କାହାଣୀ।… Tags: #SujataMohapatra #OdissiDancer #MakeupMantra #SkinColor #Odisha Facebook Twitter Pinterest WhatsApp Deepali Pattanayak RELATED ARTICLESMORE FROM AUTHOR Odisha ଭାରତୀୟ ହକିର ସଫଳ ଡିଫେଣ୍ଡର – ଦୀପଗ୍ରେସ୍ ଏକ୍କା Careers ଗରିବ ମେଧାବୀ ମେଡିକାଲ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କଲେ ରାଜ୍ୟ ସରକାର Bhubaneswar ବିଜୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ଦାବି କଲା ଜେଡିୟୁ Boudh ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ: ୨ ମହିଳା ମାଓବାଦୀ ମୃତ Odisha ଆଗକୁ ରାଜ୍ୟରେ କମିବ ଶୀତ, ବଢିବ ରାତ୍ରି ତାପମାତ୍ରା Bhubaneswar ସୋଆ କୃଷି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବିଶ୍ୱ ମୃତ୍ତିକା ଦିବସ ପାଳିତ National ବଙ୍ଗୋପସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ‘ମାଣ୍ଡୋସ’ Bhubaneswar ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ୩୦ଟି ଜିଲ୍ଲାରେ ନିର୍ମାଣ ହେବ କ୍ଷୁଦ୍ର ଶିଳ୍ପ ଉଦ୍ୟାନ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Bhubaneswar ଆମେରିକା ଓ ଲଣ୍ଡନ ବଜାରରେ ବିକ୍ରି ହେବ ଓଡ଼ିଶା ମହିଳା ଏସ୍‌ଏଚ୍‌ଜିର ସାମଗ୍ରୀ – ସୁଜାତା ଆର୍. କାର୍ତ୍ତିକେୟନ Bhubaneswar ପୁରୁଷ ହକି ବିଶ୍ୱକପ୍ ୨୦୨୩: ଭୁବନେଶ୍ୱରରେ ବିଶ୍ୱକପ୍ ଟ୍ରଫି ଟୁର୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ Comment Cancel reply Independent. Responsible. Connected. Explore stories that matter and make sense of the news, elegantly presented bilingually.<eos>
2022-12-08T17:33:36Z
https://odisha.live/2022/11/25/odissi-dancer-sujata-mahapatras-makeup-matra/
OSCAR-2301
<bos>ବଲିଉଡ୍ ରେ ପୁଣି ଶୋକର ଲହଡି , ଅମିତାଭ ବଚନ ଙ୍କ ସବୁଠୁ ପ୍ରିୟ ଲୋକଙ୍କ ମୃତ୍ୟୁ ହେଲା - କାନ୍ଦି କାନ୍ଦି ନୟାନ୍ତ ହେଲେ ଅମିତାଭ ଓ ଅଭିଷେକ... - OdiaExpress Skip to content Top Menu December 5, 2022 Privacy Policy Disclaimer OdiaExpress Entertenment SPECIAL Astrology Cricket News Hasa Katha Search for: Main Menu Entertenment ବଲିଉଡ୍ ରେ ପୁଣି ଶୋକର ଲହଡି , ଅମିତାଭ ବଚନ ଙ୍କ ସବୁଠୁ ପ୍ରିୟ ଲୋକଙ୍କ ମୃତ୍ୟୁ ହେଲା – କାନ୍ଦି କାନ୍ଦି ନୟାନ୍ତ ହେଲେ ଅମିତାଭ ଓ ଅଭିଷେକ… June 22, 2019 - by Odia Express - Leave a Comment ଏହି କିଛି ଦିନ ହେବ ବଲିଉଡ୍ ଜଗତରେ ଶୋକର ଛାୟା ଧମିବାର ନାଁ ନେଉନାହିଁ । ଯେମିତିକି ଆପଣଙ୍କୁ ଜଣାଥିବକି ଅଜୟ ଦେବଗନଙ୍କର ବାପା ବିରୁ ଦେବଗନ କାର୍ଡିୟାକ୍ ଆରେଷ୍ଟ ଦ୍ୱାରା ମୃତ୍ୟୁ ମୁଖକୁ ଚାଲିଯାଇଥିଲେ , ତାହାର ତୁରନ୍ତ ପରେ ରାଜସ୍ଥାନୀ କଳାକାର କ୍ୱିନ୍ ହରିଶ ଏକ କାର୍ ଆକ୍ସିଡେଣ୍ଟରେ ନିଧନ ହୋଇଯାଇଛି ,ଏହାପରେ ବଲିଉଡ୍ ରେ ଆଉଥରେ ଶୋକର ଛାୟା ଖେଳିଯାଇଛି, କାରଣ ଅମିତାଭ ବଚ୍ଚନଙ୍କ ସେ ସେକ୍ରେଟେରୀ ଓ ପ୍ରଡୁସର୍ ରହିସାରିଛନ୍ତି , ତାଙ୍କର ନାଁ ଶୀତଳ ଜୈନ୍ ଅଟେ , ଖବର ମୁତାବିକ ଗତ କିଛି ଦିନରୁ ସେ ରୋଗାକ୍ରାନ୍ତ ହୋଇଥିଲେ । ଶନିବାର ଦିନ ସକାଳୁ ସେ ଅନ୍ତିମ ନିଶ୍ୱାସ ନେଲେ ଓ ତାଙ୍କ ବୟସ ସେତେବେଳେ ୭୭ ବର୍ଷର ହୋଇଥିଲା , ତାଙ୍କର ଅନ୍ତିମ ସଂସ୍କାର ବିଲେ ୱାଲେ ୱେଷ୍ଟ୍ ମୁମ୍ବାଇରେ ଥିବା ପବନ ହଂସ ଶ୍ମଶାନ ଘାଟରେ କରାଯାଉଛି , ଯେଉଁଠି ବଲିଉଡ୍ ର ବଡ ବଡ ତାରକା ତାଙ୍କୁ ଦେଖାକରିବାକୁ ଆସିଥିଲେ , ସେମିତି ସେଠାରେ ବଲିଉଡ୍ ର ଅଭିନେତା ଓ ସଦିର ମହାନାୟକ ଅମିତାଭ ବଚ୍ଚନ ବି ଦେଖା କରିବାକୁ ଆସିଥିଲେ , ତାଙ୍କ ସହ ମିସ୍ ୱାର୍ଲଡ୍ ଐଶ୍ୱର୍ଯ୍ୟା ରାୟ ବି ଦେଖାଦେଇଥିଲେ , ଏହି ସମସ୍ତଙ୍କ ଚେହେରାରେ ଶୋକର ଛାୟା ଦେଖିବାକୁ ମିଳିଥିଲା, ଯେମିତିକି ଏମାନଙ୍କ ଚେହେରାରୁ ଆପଣ ଦେଖିପାରୁଥିବେ । ଆପଣଙ୍କୁ କହିଦେବୁ କି ଶୀତଳ ଜୈନ୍ ଅମିତାଭ ବଚ୍ଚନଙ୍କ ପାଖରେ ଦୀର୍ଘ ୩୬ ବର୍ଷରୁ ସେକ୍ରେଟେରୀ ଥିଲେ , ସେ ଅମିତାଭ ବଚ୍ଚନଙ୍କ ଗୋଟେ ଫିଲ୍ମରେ ପ୍ରଡୁସର୍ ଥିଲେ , ଓ ସେହି ଫିଲ୍ମର ଡାଇରେକ୍ଟର ଡେଭିଡ୍ ଧବନ ଥିଲେ , ଓ ସେଥିରେ ଆକ୍ସନ ଓ କମେଡି କରିବାରେ ଗୋବିନ୍ଦା ବି ନଜର ଆସିଥିଲେ, ବଲିଉଡ୍ ରେ ବହୁତ ତାରକା ଶୀତଳ ଜୈନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ , ଯେଉଁଥିରେ ଅନୁପମ ଖେର୍ , ଅମିତାଭ ବଚ୍ଚନଙ୍କ ପରି ବଡ ବଡ ସେଲିବ୍ରେଟି ସାମିଲ୍ ଥିଲେ । Related Posts ୪୯ ବର୍ଷର ହେଇସାରିଲେଣି ଏହି ସୁନ୍ଦର ଅଭିନେତ୍ରୀ – ତଥାପି ବଡ ବଡ ଅଭିନେତ୍ରୀ ତାଙ୍କ ସୁନ୍ଦରତା ଆଗେ ଫିକା ପଡିଯିବେ – ଆପଣ ମଧ୍ୟ ଦେଖି ନିୟନ୍ତୁ… April 14, 2020 ୬୩ ବର୍ଷ ବୟସରେ ମଧ୍ୟ ବହୁତ ସୁସ୍ଥ ଅଛନ୍ତି ହ୍ରିତିକ ରୋଶନଙ୍କ ମାଆ, ସୁନ୍ଦରୀ ଦେଖି ଲୋକମାନେ ଭାବିନିଅନ୍ତି ବଡ ଭଉଣୀ.. April 2, 2020 ଏହି ବ୍ୟକ୍ତି ଜଣଙ୍କ ଅମିତାଭ ବଚ୍ଚନଙ୍କୁ ବନାଇଲେ ବଲିଉଡ୍ ର ସେହନଶାହ୍ , ୪୭ ବର୍ଷ ହେଲା ଅଛନ୍ତି ତାଙ୍କ ସାଥିରେ – ଦେଖନ୍ତୁ କିଏ ସେ… February 19, 2020 Post navigation Previous Article ସହୀଦ ବାପାଙ୍କ ଦଶାହରେ ପୁଅର ଆଖିରୁ ଆସିଯାଇଥିଲା ଲୁହ , ନିରିହ ପିଲାଟିର ମୁଣ୍ଡ ଉପରେ ଲାଗିଥିବା ପଗଡି ସମସ୍ତଙ୍କୁ କନ୍ଦାଇ ଦେଲା..ଦେଖନ୍ତୁ କାହିଁକି.. Next Article ୨୩ ଜୁନ ୨୦୧୯ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜିଠୁ ସୂର୍ଯ୍ୟଦେବ ଙ୍କ କୃପା ରୁ ଏହି ୩ଟି ରାଶିର ଭାଗ୍ୟ ବଦଳିବ About Odia Express View all posts by Odia Express → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Search for: Recent Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି…<eos>
2022-12-05T23:37:22Z
https://www.odiaexpress.net/2019/06/22/bollywood-this-veterans/
OSCAR-2301
<bos>ପୁରୀ(କେନ୍ୟୁଜ୍): ପ୍ରେମୀ ଯୁଗଳଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବାପରେ ପ୍ରଥମ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଅବସ୍ଥା… ରାଜ୍ୟ ଲକ୍ଷ୍ମୀସାଗର ସିଦ୍ଧିବିନାୟକ ଆପାର୍ଟମେଣ୍ଟ ଘଟଣା: ପତ୍ନୀଙ୍କ ପରେ ଆଖି ବୁଜିଲେ ସ୍ୱାମୀ, ଚିକିତ୍ସାଧୀନ ଅବସ୍ଥାରେ… WCW 4 Jul 31, 2022 0 ଭୁବନେଶ୍ୱର(କେନ୍ୟୁଜ୍): ପତ୍ନୀଙ୍କ ପରେ ଆଖି ବୁଜିଲେ ସ୍ୱାମୀ। ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦରେ ସ୍ୱାମୀ ସଂଜୟ ପେରିୱାଲାଙ୍କ ମୃତ୍ୟୁ ହୋଇଛି। ଗତ ୧୫ ତାରିଖରେ ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ ସିଦ୍ଧିବିନାୟକ ଆପାର୍ଟମେଣ୍ଟରେ ଘଟିଥିଲା ଅଘଟଣ। ସ୍ତ୍ରୀ ସଂଜନା ପେରିୱାଲାଙ୍କ…<eos>
2022-12-06T14:07:17Z
https://knewsodisha.com/tag/couple-suicide-case
OSCAR-2301
<bos>ଯାଜପୁର, ୧୯ା୧୧ : ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି । ୨୦୨୧ ଜାନୁଆରୀ ୦୧କୁ ଯୋଗ୍ୟତା ତାରିଖ ଧରାଯାଇ ଏହି ସମୟକୁ ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରିପାରିବେ ବୋଲି ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର ସୂଚନା ଦେଇଛନ୍ତି । ଚଳିତ ମାସ ୧୬ ତାରିଖରୁ ଜିଲ୍ଲାର ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ କାର୍ଯ୍ୟାଳୟ, ସମସ୍ତ ତହସିଲ ଓ ବ୍ଲକ କାର୍ଯ୍ୟାଳୟମାନଙ୍କରେ ଭୋଟର ତାଲିକା ପ୍ରକାଶ ପାଇଛି । ଏହାକୁ ଭୋଟରମାନେ ଅନୁଧ୍ୟାନ କରିପାରିବେ । ଭୋଟର ତାଲିକାରେ ନାମ ଯୋଗ ପାଇଁ -୬ ନଂ ଫର୍ମ ମାଧ୍ୟମରେ ବିଏଲଓ ବା ବୁଥସ୍ତରୀୟ ଅଧିକାରୀଙ୍କୁ ଆବେଦନ କରିପାରିବେ । ଭୋଟର ତାଲିକାରେ ଗୋଟିଏ ଭୋଟ ଗ୍ରହଣ କେନ୍ଦ୍ରରୁ ଅନ୍ୟ ଏକ ଭୋଟ କେନ୍ଦ୍ରକୁ ନିଜର ନାମ ସ୍ଥାନାନ୍ତର ନିମନ୍ତେ ଫର୍ମ ନଂ ୮(କ) ରେ ଆବେଦନ କରିପାରିବେ । ସେହିପରି ଭୋଟର ତାଲିକାରେ ତୃଟି ଥିଲେ ସଂଶୋଧନ ପାଇଁ ଫର୍ମ ନମ୍ବର ୮ ରେ ଆବେଦନ କରିପାରିବେ । ନୂତନ ଭୋଟରମାନଙ୍କ ନାମ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ଜନସାଧାରଣଙ୍କୁ ବ୍ୟାପକ ଭାବେ ସଚେତନ କରାଯିବ । ଏଥିପାଇଁ ମଧ୍ୟ ଚଳିତମାସ ୨୮ ଓ ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖଙ୍କୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପାଳନ କରାଯିବ । ଏହି ଦିନମାନଙ୍କରେ ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ନୂତନ ଭୋଟରମାନଙ୍କର ଭୋଟର ତାଲିକାରେ ନାମ ଯୋଗ ଓ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ । ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟର ମାନଙ୍କର ଯୋଗ ନିମନ୍ତେ ଭୋଟରମାନେ ମଧ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟ WWW.NVSP.in କିମ୍ବା ଭୋଟର ହେଲ୍ପଲାଇନକୁ ଲଗ ଇନ୍ କରି ନିଜର ନାମ ତନଖି କରିପାରିବେ । ଆଗାମୀ ଜାନୁଆରୀ ୫ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ସମାଧାନ କରାଯିବ । ଚୁଡାନ୍ତ ସଂଶୋଧିତ ଭୋଟର ତାଲିକା ୨୦୨୧ ଜାନୁଆରୀ ୧୫ ତାରିଖରେ ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ନିର୍ଦ୍ଦେଶ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର କହିଛନ୍ତି । ଭୋଟର ପରିଚୟ ପତ୍ର ଜଣେ ନାଗରିକର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର । ଏହା କେବଳ ମତଦାନ ପାଇଁ ନୁହେଁ ବରଂ ଅନ୍ୟାନ୍ୟ ବିବିଧ କାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ ଯୋଗ୍ୟ ଭୋଟରମାନେ ନିଶ୍ଚିତ ନିଜର ଭୋଟର ପରିଚୟ ପତ୍ର ପ୍ରସ୍ତୁତ କରିବା ପାଇଁ ଆବେଦନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଜିଲ୍ଲାର ୧୬୧୯ଟି ମତଦାନ କେନ୍ଦ୍ରରେ ବର୍ତମାନ ୧୪୮୦୦୨୫ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ୭୬୯୦୭୨ ପୁରୁଷ, ୭୧୦୮୯୦ ମହିଳା ଓ ୬୩ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି ବୋଲି ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସୂଚନା ଦେଇଛନ୍ତି । ପୁରୁଷ ଭୋଟର ଶତକଡା ୫୧.୯୬ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୮.୦୩ ଭାଗ ରହିଛି ବୋଲି ଶ୍ରୀ ଧଳ ଅବଗତ କରାଇଛନ୍ତି । ନୂତନ ଯୁବ ଭୋଟରମାନେ ନିଶ୍ଚିତ ସେମାନଙ୍କ ନାମ ଏହି ସମୟ ମଧ୍ୟରେ ପଞ୍ଜିକରଣ କରାଇ ନେବାକୁ ଶ୍ରୀ ଧଳ ଅନୁରୋଧ କରିଛନ୍ତି ।<eos>
2022-11-27T15:46:36Z
http://udayabataenews.com/3758/
OSCAR-2301
<bos>ଯାଜପୁରରୋଡ଼ / ବ୍ୟାସନଗର ; ( ବସନ୍ତ କୁମାର ପାତ୍ରଙ୍କ ଠାରୁ ) : ବ୍ୟାସନଗର ପୋୖରାଞ୍ଚଳ ଅନ୍ତର୍ଗତ ଯାଜପୁରରୋଡ଼ ଆଦର୍ଶ ଥାନାରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିବା ଅନୀଲ କୁମାର ମହାନ୍ତିଙ୍କ ବଦଳି ପରେ ତାଙ୍କର ସ୍ଥାନ ପୂରଣ କରିଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ଅଞ୍ଚଳର କିଛି ସମସ୍ୟାକୁ ନେଇ ଭେଟିଛନ୍ତି ରାଜ୍ୟ ମାନବାଧିକାର କର୍ମୀ। ରାଜ୍ୟ ମାନବାଧିକାର ଏବଂ ସାମାଜିକ ନ୍ୟାୟ ମିଶନର ରାଜ୍ୟ ମୁଖ୍ୟ ସଚିବ ତଥା ଉଦୟବଟର ସହ ସମ୍ପାଦକ ଦୀପକ ରଞ୍ଜନ ପାଣିଗ୍ରାହୀଙ୍କ ସହ ଯାଜପୁର ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର ପୁଷ୍ପଗୁଚ୍ଛ ଦ୍ୱାରା ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଅଳ୍ପ କିଛି ଦିନର କାର୍ଯ୍ୟଶୈଳୀ ଯୋଗୁଁ ବ୍ୟାସନଗର ଅଞ୍ଚଳରେ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ସେ ଜଣେ ଦକ୍ଷ ପ୍ରଶାସକ ଭାବରେ ପୁରୀ ଅଞ୍ଚଳରେ ବେଶ ଜଣାଶୁଣା । ଅନେକ କାର୍ଯ୍ୟ ନିଜ ହାତକୁ ନେଇ ମଧ୍ୟ ସେ ପ୍ରଶଂସନୀୟ ହୋଇଛନ୍ତି । ତାଙ୍କର ଯୋଗଦାନ ପରେ ବ୍ୟାସନଗର ଭଳି ଭାଇଚାରାର ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରହିଛି। କରୋନାର ସାମ୍ଭବ୍ୟ ତୃତୀୟ ଲହର ଆସୁଥିବା କାରଣରୁ ପାର୍ବଣ ସମୟରେ ସତର୍କ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ପାର୍ବଣ ସମୟ ଥିବାରୁ ଯାଜପୁର ରୋଡ଼ ଅଞ୍ଚଳରେ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇପାରିବ ଏ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବ୍ୟାସନଗର ଅଞ୍ଚଳରେ କିଛି ସ୍ଥାନରେ ଅନୈତିକ କାର୍ଯ୍ୟ ହେଉଥିବାର ଘଟଣା ସାମ୍ନାକୁ ଆସୁଥିବାରୁ ଏ ନେଇ ବିଶେଷ ଆଲୋଚନା କରିଥିଲେ ରାଜ୍ୟ ମାନବାଧିକାର କର୍ମୀ। ନିକଟରେ ଦଶହରା ଥିବାରୁ ଏହି ସମୟରେ କରୋନା କଟକଣା ପାଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ପାର୍ବଣ ସମୟରେ ଆମକୁ ସରକାରଙ୍କ ନିୟମ ମାନିବାକୁ ହେବ । ଯଦି ଏହି ଦୁଇ ମାସ ଆମେ ନିୟମ ମାନି ସତର୍କ ରହିବା ତେବେ ଭବିଷ୍ୟତର ତୃତୀୟ ଲହରକୁ ଏଡାଇ ଦେଇପାରିବା ବୋଲି ଅଧିକାରୀ ଶ୍ରୀ ପ୍ରଧାନ ଆଲୋଚନାରେ ମତ ରଖିଛନ୍ତି। ଯାଜପୁରରୋଡ଼ ରେ ଆଗାମୀ ଦିନରେ କିଭଳି ଶାନ୍ତି ଶୃଙ୍ଖଳା ରହିବ ଏଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।<eos>
2022-11-27T16:37:24Z
http://udayabataenews.com/8609/
OSCAR-2301
<bos>ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡାର ଜିଗଲରଙ୍କ ନେତୃତ୍ୱରେ ଏକ ବାଣିଜ୍ୟିକ ପ୍ରତିନିଧି ଦଳ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଫ୍ରାନ୍ସ ଓଡ଼ିଶାରେ ହୋଟେଲ,ଇସ୍ପାତ,ବୈଦୁତିକ ଉପକରଣ,ଶକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଭୁବନେଶ୍ୱରରେ ଆସନ୍ତା ନଭେମ୍ୱରମାସରେ ହେବାକୁଥିବା ମେକ -ଇନ -ଓଡିଶା କନକ୍ଲେଭରେ ଭାଗ ନେବାକୁ ଫରାସୀ କମ୍ପାନୀ ମାନଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ଫ୍ରାନ୍ସ ପ୍ରତିଧିଦଳକୁ ସ୍ୱାଗତ କରିବା ସହ,ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ଓଡିଶା ପୁଞ୍ଜି ନିବେଶ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି !ଓଡିଶା ଏକ ଖଣିଜ ସମୃଦ୍ଧ ରାଜ୍ୟ । ଦେଶର ମୋଟ ଆଲୁମିନିୟମ ଉତ୍ପାଦନର 54 ପ୍ରତିଶତ ଉତ୍ପାଦନକରି ଦକ୍ଷିଣ ଏସିଆରେ ଓଡିଶା ଆଲୁମିନିୟମ କ୍ୟାପିଟାଲ ଭାବରେ ପରିଗଣିତ ହୋଇ ପାରିଛି । ଦେଶରେ ଓଡିଶା 25 ପ୍ରତିଶତ ଇସ୍ପାତ ଉତ୍ପାଦନ କରିପାରିଛି। ଧାତୁ ଏବଂ ଆନୁସଙ୍ଗିକ ଶିଳ୍ପର ବିକାଶ ପାଇଁ ଭିଜନ -2030 କରାଯାଇଛି । ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ଏବଂ ଏରୋସ୍ପେସ କ୍ଷେତ୍ରରେ ମଧ୍ୟ ଏକ ନୀତି ପ୍ରସ୍ତୁତ କରାଯାଉଛି । ପୁଞ୍ଜିନିବେଶ ପାଇଁ ଏୟାରକ୍ରାଫ୍ଟ,ମେଡିକାଲ ଯାନ୍ତ୍ରିକ ଉପକରଣ,ଖାଦ୍ୟ ପ୍ରକିୟାକରଣ ଓ ବୈଦୁତିକ ଉପକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ପୁଞ୍ଜିନିବେଶ ପାଇଁ ଓଡିଶାରେ ପ୍ରକୃଷ୍ଟ ପରିବେଶ ରହିଛି ବୋଲି ଫ୍ରାନ୍ସର ରାଷ୍ଟ୍ରଦୂତ ଓ ତାଙ୍କ ସହ ଆସିଥିବା ଵାଣିଜ୍ୟକ ପ୍ରତିନିଧି ଦଳ ପ୍ରକାଶ କରିବା ସହ ଆଗାମୀ ଦିନ ମାନଙ୍କରେ ଫ୍ରାନ୍ସର ଓଡିଶା ସହ ଅଧିକ ଵାଣିଜ୍ୟକ ସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି କହିଥିଲେ । ସେୟାର କରନ୍ତୁ Post navigation ଦିବାନିଦ୍ରା ହୋଇପାରେ କ୍ଷତିକାରକ, ଜାଣନ୍ତୁ କିପରି ଉପନିର୍ବାଚନ ଖର୍ଚ୍ଚ ପ୍ରାର୍ଥୀଙ୍କୁ ଦେବାକୁ ପଡିବ ! Related Posts ନନ୍ଦନକାନନରେ କାୟା ବିସ୍ତାର କରୁଛି ହରପିସ୍ ଭାଇରସ, 25ଦିନରେ 4 ହାତୀ ମୃତ September 21, 2019 September 21, 2019 Truthink ଚନ୍ଦ୍ରଗ୍ରହଣ ଲାଗି ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ November 7, 2022 November 7, 2022 Truthink ରାଜ୍ୟରେ 175 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 4338 June 17, 2020 June 17, 2020 Truthink ପପୁଲାର ମୁକ୍ତାପସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ‘MCC ଚ୍ୟାଲେଞ୍ଜ ଟ୍ରଫି’ ଉଦଘାଟିତ ପରଜଙ୍ଗ ବିଧାୟକଙ୍କୁ ପଞ୍ଚାୟତ ପ୍ରତିନିଧିମାନଙ୍କ ବିରୋଧ, ବିଧାୟକ ହେଲେ ହଟହଟା ଅକ୍ଷୟ କୁମାର ବେହେରା (ଏଫଏଆଇସି ) କୃଷି କମିଟି ଅଧ୍ୟକ୍ଷ ଭାବେ ନିର୍ବାଚିତ ପରଜଙ୍ଗ: ବରିହାପୁର ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଧର୍ମ ସମ୍ମିଳନୀ, ଇଂ ଦେବାଶିଷ ହୋତା ଉଠାଇଲେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଏବଂ ଦାରାସିଂ ଜେଲ ପ୍ରସଙ୍ଗ IND vs NZ: Rishab Pant ହାତଛଡ଼ା କଲେ ଆଉ ଏକ ସୁଯୋଗ, ଟି -20 ଇଣ୍ଟରନ୍ୟାସନାଲରେ କ୍ରମାଗତ ଭାବରେ ହେଉଛନ୍ତି ଫ୍ଲପ୍ ପରଦାରେ ଟ୍ୱିଙ୍କଲ ଖାନ୍ନାଙ୍କ କାରଣରୁ ଭାଙ୍ଗିଥିଲା ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଯୋଡି ? ପତ୍ନୀଙ୍କ ପାଇଁ ଅକ୍ଷୟ ଛାଡିଥିଲେ ଏହି ଫିଲ୍ମ IND vs NZ: ସୂର୍ଯ୍ୟକୁମାର ଯାଦବ ଏମିତି କରି ଭାଙ୍ଗିଲେ ଯୁବରାଜ ସିଂଙ୍କ ରେକର୍ଡ Bholaa First Motion Poster: କପାଳରେ ଭଷ୍ମ ଲଗାଉଥିବା ଦେଖାଗଲେ ଅଜୟ ଦେବଗନ, ଆସନ୍ତାକାଲି ମୁକ୍ତିଲାଭ କରିବ ‘ଭୋଲା’ର ଟିଜର<eos>
2022-11-27T18:08:43Z
https://www.truthink.in/2018/09/16/%E0%AC%93%E0%AC%A1%E0%AC%BC%E0%AC%BF%E0%AC%B6%E0%AC%BE%E0%AC%B0%E0%AD%87-%E0%AC%AA%E0%AD%81%E0%AC%9E%E0%AD%8D%E0%AC%9C%E0%AC%BF-%E0%AC%A8%E0%AC%BF%E0%AC%AC%E0%AD%87%E0%AC%B6-%E0%AC%95%E0%AC%B0/
OSCAR-2301
<bos>ଏବେ ଭାରତୀୟ ଦଳ ପିନ୍ଧିବ କେଶରୀ ରଙ୍ଗର ଜର୍ସି , ପ୍ରଥମ ଥର କେଶରୀ ଜର୍ସିରେ ଟିମ ଇଣ୍ଡିଆ ବିଶ୍ଵକପ ରେ ମ୍ୟାଚ ଖେଳିବ - କାରଣ ଏଭଳି ଯେ ଆପଣ ମଧ୍ୟ ଖୁସି ହେଇଯିବେ.. - OdiaExpress Skip to content Top Menu December 9, 2022 Privacy Policy Disclaimer OdiaExpress Entertenment SPECIAL Astrology Cricket News Hasa Katha Search for: Main Menu Cricket ଏବେ ଭାରତୀୟ ଦଳ ପିନ୍ଧିବ କେଶରୀ ରଙ୍ଗର ଜର୍ସି , ପ୍ରଥମ ଥର କେଶରୀ ଜର୍ସିରେ ଟିମ ଇଣ୍ଡିଆ ବିଶ୍ଵକପ ରେ ମ୍ୟାଚ ଖେଳିବ – କାରଣ ଏଭଳି ଯେ ଆପଣ ମଧ୍ୟ ଖୁସି ହେଇଯିବେ.. June 22, 2019 - by Odia Express - Leave a Comment ବିଶ୍ଵକପ ୨୦୧୯ର ଜ୍ଵର ସମସ୍ତଙ୍କୁ ମାଡି ବସିଛି । ଏଥିମଧ୍ୟରେ ଆଇସିସି ଘୋଷଣା କରିଛି ଯେ କେଉଁ ଦଳ ଅନ୍ୟ ଦଳ ସହ ଖେଳିବା ସମୟରେ କେଉଁ ରଙ୍ଗର ଜର୍ସି ପିନ୍ଧିବ । ଏହା ସହ ଏହି କଥା ମଧ୍ୟ ଉନ୍ମୋଚିତ ହୋଇଯାଇଛି ଯେ ଇଂଲଣ୍ଡ ବିରୋଧ ମ୍ୟାଚରେ ଭାରତୀୟ ଦଳ କେଶରୀ ରଂଗ ଜର୍ସି ପିନ୍ଧି ପଡିଆକୁ ଓଲ୍ହେଇବ । ଆଇସିସି ଘୋଷଣା ଅନୁଯାୟୀ କେବଳ ଇଂଲଣ୍ଡ ସହ ମ୍ୟାଚ ସମୟରେ ଦଳ କେଶରୀ ରଂଗ ଜର୍ସି ପିନ୍ଧିବ। ବାକି ସମସ୍ତ ମ୍ୟାଚ ରେ ନିଜର ପୁରାତନ ରଙ୍ଗ ଜର୍ସିରେ ମ୍ୟାଚ ଖେଳିବ । ଜଣେଇ ଦେଉଛୁ ଯେ ୩୦ଜୁନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ବର୍ମିଂହାମ ଠାରେ ବିଶ୍ଵକପ ୨୦୧୯ର ମ୍ୟାଚ ଖେଳାଯିବ। ବିରାଟ କୋହଲି ନିଜ ସାଥି ଖେଳାଳିଙ୍କ ସହ କେଶରୀ ରଙ୍ଗ ଜର୍ସି ପିନ୍ଧି ପଡିଆକୁ ଓଲ୍ହେଇବେ । ଏହାପୂର୍ବରୁ କୁହାଯାଉଥିଲା ଯେ ଟିମ ଇଣ୍ଡିଆ ଆଫଗାନିସ୍ଥାନ ବିପକ୍ଷ ମ୍ୟାଚରେ କେଶରୀ ରଙ୍ଗ ଜର୍ସି ପିନ୍ଧିବ । କିନ୍ତୁ ଏବେ ଏହି ନିଷ୍ପତ୍ତି ହୋଇଛି କି କେବଳ ଇଂଲଣ୍ଡ ବିରୋଧ ମ୍ୟାଚ ରେ ଭାରତୀୟ ଦଳ କେଶରୀ ରଙ୍ଗ ଜର୍ସି ପିନ୍ଧି ଖେଳିବ । ଆଫଗାନିସ୍ଥାନ ଦଳ ଶ୍ରୀନଙ୍କ, ଇଂଲଣ୍ଡ ଓ ଭରତ ବିରୋଧ ରେ ଲାଲ ରଙ୍ଗ ଜର୍ସି ପିନ୍ଧି ଖେଳିବେ । ବଙ୍ଗଳାଦେଶ ଦଳ କେବଳ ପାକିସ୍ଥାନ ବିରୋଧ ମ୍ୟାଚ ରେ ସୁନେଲି ଜର୍ସି ପିନ୍ଧିବେ । ଶ୍ରୀଲଙ୍କା ଭାରତ ଓ ଇଂଲଣ୍ଡ ବିରୋଧ ମ୍ୟାଚ ରେ ହଳଦୀ ରଙ୍ଗ ଜର୍ସି ପିନ୍ଧି ଖେଳିବେ । ୧୬ଜୁନ ଭରତ ଓ ପାକିସ୍ଥାନ ମଧ୍ୟରେ ହୋଇଥିବା ମ୍ୟାଚକୁ ଲୋକେ ବହୁପୂର୍ବରୁ ପ୍ରତୀକ୍ଷା କରିଥିଲେ କିନ୍ତୁ ପ୍ରତିଥର ଭଳି ଏଥର ମଧ୍ୟ ଭାରତ ଜିତି ଯାଇଥିଲା । ଭାରତ ପାକିସ୍ଥାନ କୁ ୮୯ରନର ବଡ ବ୍ୟବଧାନରେ ହରେଇଥିଲା । ଭାରତର ଆସନ୍ତା ମ୍ୟାଚ ୨୨ଜୁନ ରେ ଆଫଗାନିସ୍ଥାନ ସହ ଖେଳ ହେବ । Related Posts ସିରିଜ୍ ହାରିବା ପରେ ଇଏନ୍ ମୋର୍ଗାନ୍ ଏଭଳି କଥା କହିଛନ୍ତି, ଭାରତୀୟ କୋଟି କୋଟି କ୍ରିକେଟ୍ ପ୍ରେମୀ ଲୋକଙ୍କ ହୃଦୟ ଜିତିଗଲେ – ପଢନ୍ତୁ କଣ କହିଲେ ଇଂଲଣ୍ଡ ଅଧିନାୟକ.. March 21, 2021 ଭାରତୀୟ କ୍ରିକେଟ୍ ଟିମ୍ ର ସେ ୩ ଜଣ ଖେଳାଳୀ ଯିଏକି ଲଗାତାର ଖେଳିଛନ୍ତି ସବୁଠାରୁ ଅଧିକା ଏକଦିବସିୟ ମ୍ୟାଚ୍ January 13, 2021 ୩ ଜଣ ଖେଳାଳୀ ଯାହାଙ୍କୁ ୨୦୨୧ ରେ ବିସିସିଆଇ ନିଯୁକ୍ତ କରି ପାରେ ନୁଆ ଅଧିନାୟକ – ଦେଖନ୍ତୁ କିଏ ହେଇପାରନ୍ତି ଆଗାମୀ କ୍ୟାପଟେନ.. January 12, 2021 Post navigation Previous Article ଶହୀଦ ହେବା ପୂର୍ବରୁ ସଚିନ କହିଥିଲେ – ମାଆ ଏଥର ମୋର ଅପେକ୍ଷା କରିବନାହିଁ –ଶତ୍ରୁ ମାନଙ୍କୁ ଖିନଭିନ କରି ମାରିବି – ଆଉ କିଛି ଘଣ୍ଟା ମଧ୍ୟରେ.. Next Article ଅଭିନନ୍ଦନ ଙ୍କ ଜନ୍ମଦିନରେ ଭାରତବାସୀ ଙ୍କ କାମନା – ଆମେ ଗର୍ବ କରୁଛୁ ଆପଣ ଦୁନିଆଁର ସାମନାରେ ଭାରତର ସମ୍ମାନ ଗର୍ବରେ ଉଚ୍ଚା କରାଇଲେ ..ଦେଖନ୍ତୁ କଣ କହିଲେ ଅଭିନନ୍ଦନ.. About Odia Express View all posts by Odia Express → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Search for: Recent Posts ୩ ନଭେମ୍ବର ୨୦୨୨ ପବିତ୍ର ଗୁରୁବାର,ଆଜିର ରାଶିଫଳ,ସୁଦଶା Brata ରେ ଏହି ରାଶି ପାଇଁ ମିଳିବ ଖୁସି ଖବର… ୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର… Jatra ଅଭିନେତା କେଦାରନାଥ କହିଲେ ଯାତ୍ରା ଅନୁଭୂତି ବିଷୟରେ,କହିଲେ ଆମ ସମୟରେ ଯାତ୍ରା ରେ ଝିଅ ନଥିଲେ ଭଲ କାହାକୁ ପାଇବି…<eos>
2022-12-10T04:51:48Z
https://www.odiaexpress.net/2019/06/22/team-india-orange-jersey-against-england/
OSCAR-2301
<bos>Image Courtesy : 10 Downing Street handout photo of Prime Minister Boris Johnson clapping outside 11 Downing Street in London to salute local heroes during Thursday's nationwide Clap for Carers NHS initiative to applaud NHS workers fighting the coronavirus pandemic. Issue date: Thursday April 2, 2020. See PA story HEALTH Coronavirus. Photo credit should read: Pippa Fowles/Crown Copyright/10 Downing Street/PA Wire NOTE TO EDITORS: This handout photo may only be used in for editorial reporting purposes for the contemporaneous illustration of events, things or the people in the image or facts mentioned in the caption. Reuse of the picture may require further permission from the copyright holder. ଲଣ୍ଡନ ୦୭।୦୪: ଆଇସିୟୁରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। କରୋନା ଭାଇରସରେ ପୀଡ଼ିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍ ସନ୍ ଙ୍କୁ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ରବିବାର ବିଳମ୍ବିତ ରାତି କରୋନା ଲକ୍ଷଣ ଦେଖାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଗତ ମାର୍ଚ୍ଚ ୨୬ରେ ବୋରିସ ଜନସନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା ଜନ୍ ସନ୍ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମଧ୍ୟ ନିଜର କାମ କରୁଥିଲେ । କିନ୍ତୁ ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ପରେ ବିଦେଶ ମନ୍ତ୍ରୀ ଡାମିନିକ ରାବ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ କାମ କରିବେ । ବ୍ରିଟିଶ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଜନସନଙ୍କ ଶରୀରରେ ଏବେ ବି କରୋନା ଲକ୍ଷଣ ଦେଖାଯାଉଛି ଏବଂ ତାଙ୍କୁ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ଭାଇରସରେ ପୀଡିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦେଶର ତିନି କୋଟି ପରିବାରକୁ ଚିଠି ଲେଖି ସେମାନଙ୍କୁ ନିଜ ଘରେ ରହିବାକୁ କହିଛନ୍ତି । ନଚେତ୍ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ମଧ୍ୟ କହିଛନ୍ତି। ବିଟ୍ରିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପ୍ରେମିକା କ୍ୟାରି ସିମଣ୍ଡସ୍ ମଧ୍ୟ କରୋନା ଜୀବାଣୁ ଭଳି ଲକ୍ଷଣ ଅନୁଭବ କରୁଛନ୍ତି। ତେବେ ସାଇମଣ୍ଡସ୍ କହିଛନ୍ତି ଯେ ତାଙ୍କୁ ପରୀକ୍ଷା କରାଯାଇ ନାହିଁ ଏବଂ ସେ ଏକ ସପ୍ତାହ ପାଇଁ ବିଶ୍ରାମ ନେଉଛନ୍ତି। ଗତ ସପ୍ତାହରେ ଜନସନ କରୋନା ଜୀବାଣୁ ସଂକ୍ରମିତ ହେବା ପରଠାରୁ ସାଇମଣ୍ଡସ ତାଙ୍କଠାରୁ ଅଲଗା ହୋଇଯାଇଥିଲେ। ତେବେ ଏହାପୂର୍ବରୁ ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ କରୋନା ଭାଇରସ ଦ୍ନାରା ଆକ୍ରାନ୍ତ ହୋଇଥିଲେ। ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଥିଲା | ପ୍ରିନ୍ସ ଚାର୍ଲ୍ସଙ୍କ କରୋନା ଭାଇରସ ରିପୋର୍ଟ ପଜିଟିଭ୍‌ ବାହାରିଛି ବୋଲି କ୍ଲେରେନ୍ସ ହାଉସ୍ ଘୋଷଣା କରିଛି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।<eos>
2022-11-28T14:59:53Z
https://www.prameyanews7.com/boris-johnson-in-icu-for-coronavirus/
OSCAR-2301
<bos>ପୁରୀ: ଜଗା ଦୁଆରେ ଓଡ଼ିଶା ପୁଲିସର ନୂତନ କ୍ୟାପଟେନ୍। ଓଡ଼ିଶା ପୁଲିସର ମହାନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ବ ଗ୍ରହଣ କରିଥିବା ଆଇପିଏସ୍‌ ସୁନୀଲ ବଂଶଲ ଆଜି ମହାବାହୁଙ୍କ ଦର୍ଶନ କରିଛନ୍ତି। ଡିଜିପି ଭାବେ ଦାୟିତ୍ବ ନେବା ପରେ ଏହା ହେଉଛି ଶ୍ରୀ ବଂଶଲଙ୍କ ପ୍ରଥମ ପୁରୀ ଗସ୍ତ। ଆଜି ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପୁଲିସ ମୁଖିଆ ଆଇପିଏସ୍ ସୁନୀଲ କୁମାର ବଂଶଲ। ଡିଜିପିଙ୍କ ସହ ତାଙ୍କ ପତ୍ନୀ, ଅତିରିକ୍ତ ଡିଜି ଆଇନଶୃଙ୍ଖଳା ରାଧାକୃଷ୍ଣ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ କରିବା ପରେ ସୁନୀଲ ଗଣମାଧ୍ୟମକୁ କହିଛନ୍ତି ଯେ, କାଳିଆଙ୍କୁ ଦର୍ଶନ କରିବାକୁ ବହୁତ ଇଚ୍ଛା ଥିଲା । କାର୍ଯ୍ୟ ବ୍ୟସ୍ତରେ ଆସିପାରୁ ନଥିଲି । ମହାପ୍ରଭୁଙ୍କ ଇଚ୍ଛାରୁ ଏଠାରେ ନିଯୁକ୍ତି ପାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଲା। ସେ ଆହୁରି କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ରାଜ୍ୟବାସୀଙ୍କ ସେବା କରିବାର ସୁଯୋଗ ମିଳିଛି। ସମସ୍ତଙ୍କ ସହଯୋଗରେ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯାଇ ରାଜ୍ୟକୁ ଅପରାଧ ମୁକ୍ତ କରିବା ସହ ନିଶା କାରବାରକୁ ବନ୍ଦ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଏଥିସହିତ ସେ ଆହୁରି କହିଛନ୍ତି, ନୂଆବର୍ଷରେ ଦାୟିତ୍ବ ନେବା ପରେ ପ୍ରଥମେ ଶ୍ରୀମନ୍ଦିର ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ନେଇଛନ୍ତି ଡିଜିପି। ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିବା କହିଛନ୍ତି ଡିଜିପି ସୁନୀଲ।<eos>
2022-12-05T15:29:06Z
https://www.odishalink.com/2022/01/03/dgp-sunil-bansal-visit-puri-sri-mandir/
OSCAR-2301
<bos>ଗର୍ତ୍ତରେ ଚାଲିବା ସମୟରେ ରେଖାଗୁଡ଼ିକୁ ସ୍କ୍ରାଚ୍, ଡେଣ୍ଟ୍ ଏବଂ ସମ୍ଭବତ cr ଚୂର୍ଣ୍ଣ ନହେବା ପାଇଁ ଏନକାପସୁଲେସନ୍ ଏକ ପ୍ରତିରକ୍ଷା ସ୍ତର ପ୍ରଦାନ କରିଥାଏ | ଅନେକ ଉପାଦାନର ଏନକାପସୁଲେସନ୍ (ଫ୍ଲାଟ ପ୍ୟାକ୍) ଏକ ଏକୀକରଣ ପ୍ରଦାନ କରେ ଯାହା ଉପକରଣ ଏବଂ କର୍ମଚାରୀଙ୍କୁ ହ୍ରାସ କରିବାରେ ସାହାଯ୍ୟ କରିବ ଯାହା ଏକାଧିକ ଏକକ ଉପାଦାନ ନିୟୋଜନ ପାଇଁ ଆବଶ୍ୟକ |ଅନେକ କ୍ଷେତ୍ରରେ, ଏକ ଫ୍ଲାଟ ପ୍ୟାକ୍ ବାଧ୍ୟତାମୂଳକ କାରଣ ରିଗ୍ ସ୍ପେସ୍ ସୀମିତ ହୋଇପାରେ | ଆମକୁ ଇମେଲ୍ ପଠାନ୍ତୁ | ଉତ୍ପାଦ ବିବରଣୀ ଉତ୍ପାଦ ଟ୍ୟାଗ୍ସ | ଉତ୍ପାଦ ପରିଚୟ ଡାଉନହୋଲ ପ୍ରୟୋଗଗୁଡ଼ିକରେ ହାଇଡ୍ରୋଲିକ୍ କଣ୍ଟ୍ରୋଲ୍ ଲାଇନ୍ସ, ସିଙ୍ଗଲ୍ ଲାଇନ୍ ଏନକାପସୁଲେସନ୍, ଡୁଆଲ୍ ଲାଇନ୍ ଏନକାପସୁଲେସନ୍ (FLATPACK), ଟ୍ରିପଲ୍ ଲାଇନ୍ ଏନକାପସୁଲେସନ୍ (FLATPACK) ଭଳି ଡାଉନ୍ହୋଲ୍ ଉପାଦାନଗୁଡ଼ିକର ଏନକାପସୁଲେସନ୍ ପ୍ରଚଳିତ ହୋଇଛି |ପ୍ଲାଷ୍ଟିକର ଓଭରଲିଂ ଅନେକ ଲାଭ ପ୍ରଦାନ କରେ ଯାହା ଏକ ସଫଳ ସମାପ୍ତିକୁ ନିଶ୍ଚିତ କରିବାରେ ସାହାଯ୍ୟ କରେ | ଏନକାପସୁଲେସନ୍ ଧାତୁରୁ ଧାତୁ ଯୋଗାଯୋଗ ପର୍ଯ୍ୟନ୍ତ ରଖେ | ଏନକାପସୁଲେସନ୍ ଅନ୍ତର୍ନିହିତ ଉପାଦାନଗୁଡିକୁ ସୁରକ୍ଷା ଯୋଗାଇପାରେ ଯେତେବେଳେ ଗର୍ତ୍ତରେ ଅଛି ଯେପରିକି ଏକ ରେଖା ଯାହା ଏକ ବାଲୁକା ମୁହଁରେ କିମ୍ବା ସମ୍ଭବତ high ଅଧିକ ଗ୍ୟାସ୍ ସଂସ୍ପର୍ଶରେ ଆସିପାରେ | ଉତ୍ପାଦ ପ୍ରଦର୍ଶନ ମିଶ୍ରିତ ବ ature ଶିଷ୍ଟ୍ୟ | କ୍ଷୟ ପ୍ରତିରୋଧ | 2507 ଡୁପ୍ଲେକ୍ସ ଜ organic ବିକ ଏସି ସୁପର ଡୁପ୍ଲେକ୍ସ 2507 ପ୍ଲାଟିଡସ୍ ଦ୍ form ାରା ସମାନ କ୍ଷୟ ପାଇଁ ଅତ୍ୟଧିକ ପ୍ରତିରୋଧୀ ଯେପରିକି ଫର୍ମିକ୍ ଏବଂ ଆସେଟିକ୍ ଏସିଡ୍ |ଏହା ମଧ୍ୟ ଅଜ ic ବିକ ଏସିଡ୍ ପ୍ରତି ଅତ୍ୟଧିକ ପ୍ରତିରୋଧୀ, ବିଶେଷତ if ଯଦି ସେଗୁଡ଼ିକରେ କ୍ଲୋରାଇଡ୍ ଥାଏ |ଆଲୋଇ 2507 କାର୍ବାଇଡ୍ ସମ୍ବନ୍ଧୀୟ ଇଣ୍ଟରଗ୍ରାନୁଲାର୍ କ୍ଷୟ ପାଇଁ ଅତ୍ୟଧିକ ପ୍ରତିରୋଧୀ |ଆଲୁଅର ଡୁପ୍ଲେକ୍ସ ଗଠନର ଫେରିଟିକ୍ ଅଂଶ ହେତୁ ଏହା ପରିବେଶ ଧାରଣ କରିଥିବା ଉଷ୍ମ କ୍ଲୋରାଇଡ୍ ରେ ଚାପର କ୍ଷୟକୁ ପ୍ରତିରୋଧ କରେ |କ୍ରୋମିୟମ, ମଲାଇବେଡେନମ୍ ଏବଂ ନାଇଟ୍ରୋଜେନ୍ ଲୋକାଲାଇଜଡ୍ କ୍ଷୟ ଯେପରିକି ପିଟିଙ୍ଗ୍ ଏବଂ କ୍ରିଭାଇସ୍ ଆଟାକ୍ ଦ୍ୱାରା ଉନ୍ନତ ହୁଏ |ଆଲୟ 2507 ର ଉତ୍କୃଷ୍ଟ ଲୋକାଲ୍ ପିଟିଂ ପ୍ରତିରୋଧ ଅଛି |<eos>
2022-12-02T23:04:55Z
http://or.control-lines.com/super-duplex-2507-hydraulic-control-line-product/
OSCAR-2301
<bos>ଆପଲ୍ ପ୍ରଡକ୍ଟକୁ ବର୍ତ୍ତମାନ ଅଧିକ ପସନ୍ଦ କରୁଛନ୍ତି ଲୋକେ। ଯାହାପାଇଁ ଏହାର ବ୍ୟବହାର ମଧ୍ୟ ବଢୁଛି। ପୁଣି ଏବେ ଏହି ଅପଲ୍ ୟୁଜରଙ୍କ ପାଇଁ ରହିଛି ଖୁସି ଖବର। କାରଣ ଏହ ଖୁବ୍ ଶୀଘ୍ର ନୂଆ ଫିଚର୍ ସହିତ ଆସିବାକୁ ଯାଉଛି। ଯେଉଁଥିରେ ଫୋନ୍ ଓଦା ହେଲେ ମଧ୍ୟ ଖରାପ ହେବ ନାହିଁ। ଏମିତିକି ପାଣି…<eos>
2022-12-02T22:55:10Z
https://knewsodisha.com/tag/apple-phone
OSCAR-2301
<bos>ଭୁବନେଶ୍ୱର ୨୦।୧୧: ଆଜି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ମାଇଣ୍ଡଗେମ୍‌’। ଆଜି ତାର ଟିଜର୍‌ ରିଲିଜ୍‌ ହେ । ଏନେଇ ଇଣ୍ଡୋନେସିଆ ଓଡ଼ିଆ ସମାଜ ପକ୍ଷରୁ ନିମନ୍ତ୍ରଣ ପାଇ ସେଠାକୁ ଯାଇଛନ୍ତି ମୁଖ୍ୟ ଅଭିନେତା ମନୋଜ ମିଶ୍ର । ସେଠାରେ ଭାରତୀୟ ଦୂତାବାସ, ଜାକର୍ତ୍ତା ଆସେମ୍ବ୍ଲି ହଲ୍‌ରେ ଚଳଚ୍ଚିତ୍ରର ଟିଜର୍‌ ରିଲିଜ୍‌ ହେବ । ଏହି ସମୟରେ ଶ୍ରୀ ମିଶ୍ର ଏହାର ଲାଇଭ୍‌ କରିବେ ବୋଲି ଯିବା ପୂର୍ବରୁ ସୂଚନା ଦେଇଥିଲେ । ଆସନ୍ତା ଡିସେମ୍ବର ଶେଷ ଏବଂ ଜାନୁଆରୀ ପ୍ରଥମ ସପ୍ତାହରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ । ପୂର୍ବରୁ ୨୭ତମ କୋଲାକାତା ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇ ବେଶ୍‌ ପ୍ରଶଂସା ସାଉଁଟିଥିଲା । ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି, ଆସନ୍ତା ଜାନୁଆରୀରେ ମୁକ୍ତିଲାଭ ପାଇଁ ଆମେ ପ୍ରସ୍ତୁତ ହେଉଛୁ । ସିନେମାଟି ସର୍ବଭାରତୀୟ ସ୍ତରରେ ଓଡ଼ିଆ ସମେତ ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ । ପାଟଣାଗଡ଼ା ପାର୍ସଲ୍‌ ବୋମା ବିଷୟକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ବିଭିନ୍ନ ବାଦ ବିବାଦ ଲାଗି ଚର୍ଚ୍ଚାରେ ରହିଥିଲା । ତୃତୀୟ ଥର ପାଇଁ ଶୀର୍ଷକ ବଦଳି ସେନସର୍‌ ବୋର୍ଡ ରିଭ୍ୟୁ କମିଟିର ନିର୍ଦ୍ଦେଶକ୍ରମେ ଶେଷରେ ‘ମାଇଣ୍ଡଗେମ୍‌’ ହୋଇଥିଲା । ଏହାର କାହାଣୀ ରହସ୍ୟ ଓ ରୋମାଞ୍ଚରେ ପରିପୂର୍ଣ୍ଣ ଥିଲାବେଳେ ଏହା ଏକ ବ୍ୟୟବହୁଳ ଚଳଚ୍ଚିତ୍ର । ଯେଉଁଥିରେ ଅଭିନେତା ଅତୁଲ କୁଲକର୍ଣ୍ଣି, ମନୋଜ ମିଶ୍ର, ୟଶପାଲ ଶର୍ମା, ତନିକେଲା ଭରାନୀ, ଚିନ୍ମୟ ମିଶ୍ର, ଅଭିନେତ୍ରୀ ଅନୁ ଚୌଧୁରୀ, ଅପ୍ସରା ରାଣୀଙ୍କ ଭଳି ଚର୍ଚ୍ଚିତ କଳାକାରମାନେ ଅଭିନୟ କରିଛନ୍ତି । ରେଞ୍ଜ୍‌ ରୟାଲ ସିନେ ଲାବ୍‌ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ସଫଳତାକୁ ନେଇ ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକ ବେଶ୍‌ ଆଶାବାଦୀ ଅଛନ୍ତି । ବଡ଼ କଥା ହେଲା, କୋଲାକାତା ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହି ସିନେମାକୁ ଅଜସ୍ର ଦର୍ଶକୀୟ ସମର୍ଥନ ମିଳିଥିଲା । Related Posts ଶୈଲେଶ ଲୋଢ଼ାଙ୍କ ପରେ ’ତାରକ୍ ମେହତା ଶୋ’ ଛାଡ଼ିଲେ ଏହି କଳାକାର… 6 December 2022 ୫୬ ବର୍ଷରେ ବି ଦେଖାଯାଉଛନ୍ତି ୨୦ ବର୍ଷୀୟ ଯୁବକ, ଜାଣନ୍ତୁ କିଏ ଏହି ମଡେଲ ? 6 December 2022 କ୍ୟାରିୟରକୁ ନୂଆ ସୁଯୋଗ ଦେବେ ସୈୟାମୀ ଖେର, ପରଦାରେ ଦିବ୍ୟାଙ୍ଗ କ୍ରିକେଟର ଭୂମିକାରେ ଆସିବେ ନଜର 6 December 2022 ହଲିଉଡ୍‌ ଷ୍ଟାର କ୍ରର୍ଷ୍ଟି ଏଲେଙ୍କ ପରଲୋକ, ଦୀର୍ଘଦିନ ଧରି କ୍ୟାନସରରେ ଥିଲେ ପୀଡିତ 6 December 2022 ରାଜ୍ୟ ଅଜଣା ଗାଡି ଧକ୍କାରେ ବାପ ମୃତ, ପୁଅ ଗୁରୁତର ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ, ଜଙ୍ଗଲକୁ ଡାକିନେଇ ଘଟାଇଥିଲା କାଣ୍ଡ ପାତ୍ନୀ ହନ୍ତା ସ୍ଵାମୀକୁ ଆଜୀବନ ଜେଲ୍‌, ଖାଇବା ଦେବାରେ ଡେରି ହେବାରୁ କରିଥିଲା ହତ୍ୟା ମହୁମାଛି ଆକ୍ରମଣରେ ୫ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି ପଦ୍ମପୁର ଉପନିର୍ବାଚନ: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ, ବାହାରେ ଜଗି ରହିଛନ୍ତି ପ୍ରାର୍ଥୀଙ୍କ ଏଜେଣ୍ଟ, ଚାଲିଛି ଅଙ୍କ କଷା ରାଜନୀତି ଦିନ ଆସିବ ‘ମୋଦୀ-ମୋଦୀ’ ନୁହେଁ ‘ଦରବୃଦ୍ଧି-ଦରବୃଦ୍ଧି’ ବୋଲି ଚିତ୍କାର କରିବେ: କହ୍ନେୟା କୁମାର କର୍ଣ୍ଣାଟକରେ ଏବେ ମହାରଷ୍ଟ୍ର ନମ୍ୱର ଥିବା ଟ୍ରକ ଉପରେ ପଥର ମାଡ, ଗସ୍ତ ବାତିଲ କଲେ ସିନ୍ଦେଙ୍କ ମନ୍ତ୍ରୀ; ଉଗ୍ର ହେଉଛି ବିବାଦ<eos>
2022-12-06T20:51:35Z
https://www.prameyanews7.com/mind-game-movie-teser-relesed-today/
OSCAR-2301
<bos>ଘଟଣା ବହୁଳ ଦୁନିଆ । ଯାତାୟାତ ସମୟରେ ରାସ୍ତାରେ ଅନେକ ସୁନ୍ଦର ସକରାତ୍ମକ ଘଟଣା ଦେଖିବାକୁ ମିଳିଥାଏ । କେହି କେହି ଏହି ସୁନ୍ଦର ଦୃଶ୍ୟକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥାନ୍ତି । ସେମିତି ଏକ ନିଆରା ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯାହା କେବଳ ପଶୁପ୍ରେମୀ ନୁହେଁ ବରଂ ସମ୍ପୂର୍ଣ୍ଣ ମଣିଷ ସମାଜକୁ ମଣିଷପଣିଆର ବାର୍ତ୍ତା ଦେଇଛି । ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଏକ ଗ୍ରିଲ୍ ସାହାରାରେ ରାସ୍ତାକଡ଼ରେ ବସିଛନ୍ତି । ତାଙ୍କର ଗୋଟିଏ ପାର୍ଶ୍ୱରେ ବିଛଣାଟିଏ ପଡ଼ିଛି, ଯେଉଁଥିରେ ୨ଟି କୁକୁର ବହୁତ ଆରାମରେ ଘୋଡ଼ି ହୋଇ ଶୋଇଛନ୍ତି । ଏଥିସହ ସେମାନଙ୍କ ପାଇଁ ଆଉ ଗୋଟିଏ ପାର୍ଶ୍ୱରେ ଦୁଇଟି ପ୍ଲାଷ୍ଟିକ୍ ପତ୍ରରେ ଖାଦ୍ୟ ଏବଂ ପାଣି ରହିଛି । ନିଜ ପାଖରେ କିଛି ନଥାଇ ବି ପଶୁଙ୍କୁ ସାହାରା ଦେଇ ମଣିଷପଣିଆ ନିଚ୍ଛକ ଉଦାହରଣ ଦେଇଛନ୍ତି ଏହି ବ୍ୟକ୍ତି । ଯେଉଁ ଲୋକ ଭାବନ୍ତି ଯେ, ଦୁନିଆରେ ମାନବିକତା ମରିଯାଇଛି, ସେମାନଙ୍କୁ ଏହି ଦୃଶ୍ୟ ନିଶ୍ଚୟ ପ୍ରଭାବିତ କରିବ । People those who have the least gives the mos💕 pic.twitter.com/6UqBNzpwxx — Susanta Nanda IFS (@susantananda3) March 30, 2021 ଏହି ଫଟୋକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଫଟୋଟି ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଯେଉଁ ମାନଙ୍କର କମ୍ ଅଛି, ସେମାନେ ଅଧିକ ଦିଅନ୍ତି।’ ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଫଟୋଟି ଲୋକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହି ଫଟୋଟିକୁ ଲୋକମାନେ ବହୁତ ପସନ୍ଦ କରିବା ସହ ସେୟାର ଏବଂ ରି-ଟୁଇଟ୍ କରୁଛନ୍ତି । ଏହି ଫଟୋରେ ଜଣେ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି, ଯେଉଁମାନେ ହୃଦୟରୁ ଧନୀ ଅଟନ୍ତି । ସେହିପରି ଆଉ ଅନ୍ୟ ୟୁଜର୍ସ ଲେଖିଛନ୍ତି ମାନବିକତା, ଆଉ ଜଣେ ଲେଖିଛନ୍ତି ସୁନ୍ଦର ଫଟୋ, ବଡ଼ ଦିଲ୍ ୱାଲା । ଏପରି ଅନେକ ସୁନ୍ଦର ସୁନ୍ଦର କମେଣ୍ଟ ଆସୁଛି ।<eos>
2022-11-27T06:21:17Z
https://prismnews.in/home-less-man-give-sheltor-to-dogs-goes-viral/
OSCAR-2301
<bos>ଭୁବନେଶ୍ୱର : ଷ୍ଟାର୍ଟ ଅପ୍‌ ଓଡ଼ିଶା ତରଫରୁ ୧୨ ଗୋଟି ଷ୍ଟାର୍ଟଅପ୍‌ ପାଇଁ ଉତ୍ପାଦନ ବିକାଶ ଏବଂ ବଜାର ସହାୟତା ନିମନ୍ତେ ମାସିକ ଭତ୍ତା ଭାବେ ୯୨.୭୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ମଞ୍ଜୁରି ଅର୍ଥ ଏହି ଷ୍ଟାର୍ଟଅପ୍‌ଗୁଡ଼ିକର ଆବଶ୍ୟକୀୟ କ୍ଷେତ୍ରର ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ । ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଟାସ୍କଫୋର୍ସ ବୈଠକରେ ଏହି ଅର୍ଥ ମଞ୍ଜୁରୀକୁ ଅନୁମୋଦନ କରାଯାଇଛି । ଯେଉଁ ଷ୍ଟାର୍ଟଅପ୍‌ଗୁଡ଼ିକ ଏହି ଅର୍ଥରୁ ଲାଭାନ୍ୱିତ ହେବେ ସେଗୁଡ଼ିକ ହେଲା ଇଣ୍ଡେ ଭିଲେଜ ପ୍ରା.ଲିଃ, ଏସ୍‌.ଏସ୍‌. ଆସୋସିଏଟ୍‌ ଇକୋଭେସନ୍‌ ଲ୍ୟାବ୍‌ ପ୍ରା.ଲିଃ, ଟି-ଫାର୍ମ, ଟିଆଇଏଫ୍‌ଟି ଟ୍ରାନ୍‌ସପୋର୍ଟ ପ୍ରା.ଲିଃ, କ୍ରାଫଫ ଲଗ୍‌ ସିଷ୍ଟମ୍‌ ଏଲ୍‌ଏଲ୍‌ପି, କୋଡ଼ିଜିରାଓ ଇନୋଭେଞ୍ଚର ପ୍ରା.ଲିଃ, ସର୍ବଗୁଣ ସମ୍ପନ୍ନ ପ୍ରା.ଲିଃ, ଆଡ୍‌ଭାନ୍‌ସ ଡିଜାଇନ୍‌ ଏଣ୍ଡ ଆନାଲିସିସ୍‌ ସଲୁ୍ୟସନ୍ସ ପ୍ରା.ଲିଃ, ଆର୍ଡବେରୀ ଟେକ୍ନୋଲୋଜି ପ୍ରା.ଲିଃ, ନିସ୍ଥୁଲା ଇନଷ୍ଟ୍ରୁମେଣ୍ଟସ୍‌ ଏଣ୍ଡ ଇନୋଭେସନ୍‌ ପ୍ରା.ଲିଃ, ରେନେୱଲ ଏନଭିରୋଲୋଜି ପ୍ରା.ଲିଃ ଓ ଓସେନଫ୍ରଣ୍ଟ ଟେକ୍‌ ଏଲ୍‌ଏଲ୍‌ପି ରହିଥିବା କାର୍ଯ୍ୟାଳୟ ସୂତ୍ରରୁ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିସହିତ ଟାସ୍କଫୋର୍ସ ୪ ଗୋଟି ଇନ୍‌କୁ୍ୟବେଟର ପ୍ରୟୋଗ ପାଇଁ ଅନୁମୋଦନ କରିଛନ୍ତି, ସେଗୁଡ଼ିକ ହେଲା, ଇନ୍‌ଟେକ୍‌ ଆଇଏମ୍‌ଏମ୍‌ଟି, ଭୁବନେଶ୍ୱର, କୃଷି କଳିଙ୍ଗ ଇନୋଭେସନ କାଉନସିଲ-ଓୟୁଏଟି, ଏନ୍‌ଆର୍‌ଆର୍‌ଆଇ ଏଗି୍ର ବିଜିନେସ ଇନ୍‌କୁ୍ୟବେସନ ସେଣ୍ଟର, କଟକ ଏବଂ ଡିବିଟି- ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସ, ଭୁବନେଶ୍ୱର । ଆଡ୍‌ଭାନ୍‌ସ ଡିଜାଇନ୍‌ ଏଣ୍ଡ ଆନାଲିସିସ୍‌ ସଲୁ୍ୟସନ୍ସ ପ୍ରା.ଲିଃ ବର୍ଜ୍ୟ ପ୍ଲାଷ୍ଟିକ୍‌ ଏବଂ ଶିଳ୍ପ କାରଖାନାର ବର୍ଜ୍ୟ ପଦାର୍ଥରୁ ସାଧାରଣ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ପଦାର୍ଥ ପ୍ରସ୍ତୁତ କରିପାରୁଛି । ସେହିପରି କ୍ରାଫଫ ଲଗ୍‌ ସିଷ୍ଟମ୍‌ ବାଲେଶ୍ୱରଠାରେ ୩ଡି ପି୍ରଣ୍ଟିଂ ମନୋଫିଲାମେଣ୍ଟ ପ୍ରସ୍ତୁତ କରିବା ପାଇଁ କାରଖାନା ସ୍ଥାପନ କରିଛି । କୋଡି ଗେରାଓ ଇନୋଭେନଞ୍ଚର ଦେହର ଆଘାତ ଉପଶମ ପାଇଁ ନାନୋ ପାର୍ଟିକେଲ ବ୍ୟବହାର କରି ଉତ୍ତମ ଚିକିତ୍ସା ଉପକରଣ ଯୋଗାଇ ଦେଇ ପାରୁଥିବା ରିପୋର୍ଟରେ ଦର୍ଶାଯାଇଛି । ସହାୟତା ରାଶି ପାଇଥିବା ଏହି ୧୨ ଗୋଟି ଷ୍ଟାର୍ଟଅପ୍‌ ସହିତ ଏଯାବତ୍‌ ୨୦୭ ଗୋଟି ଷ୍ଟାର୍ଟଅପକୁ ସହାୟତା ଯୋଗାଇ ଦିଆଯାଇଥିବା ପ୍ରକାଶ । ଆଜିର ଏହି ବୈଠକରେ ଇଲୋକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ସଚିବ ଉଦୟ ନାରାୟଣ ଦାସ, ନିର୍ଦ୍ଦେଶକ ଡିଟିଇଟି ଜି. ରେଘୁ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ୍‌, ଅର୍ଥ ବିଭାଗ ଉପଶାସନ ସଚିବ ସ୍ମିତା ରାଉତ, ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଅଂଶଗ୍ରହଣ କରିଥିଲେ । Facebook Twitter Telegram WhatsApp Email Print Previous articleState Excise Curbs Narcotics Trade Next articleମଦ ବନ୍ଦ ପାଇଁ ଦାବି Tathya Correspondent RELATED ARTICLESMORE FROM AUTHOR General ତାଲିମରେ ୪୧କୋଟିରୁ ଅଧିକ ବ୍ୟୟ General ଏସ୍‍ଟିପି ନିର୍ମାଣ ବିଳମ୍ବକୁ ଧରିଲେ ସିଏଜି General ସଂଗଠନ ଛାଡି ଘର ସଂସାର କଲେ ମାଓବାଦୀ Education ରମାଦେବୀ ବିଶ୍ୱଦ୍ୟାଳୟକୁ ଅତିଥି ଅଧ୍ୟାପକ ଭରସା General ବାତ୍ୟା କ୍ଷତି ସର୍ବାଧିକ Disclaimer Privacy Advertisement Contact Us Website byCITSPL MORE STORIES Industry ଶ୍ରେଷ୍ଠ ଷ୍ଟାର୍ଟଅପ୍‌ ପ୍ରଦର୍ଶନକାରୀ ତାଲିକାରେ ଓଡିଶା Tathya Correspondent - July 4, 2022 0 ଭୁବନେଶ୍ୱର : ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ସହାୟତା କରିବା କ୍ଷେତ୍ରରେ ରାଜ୍ୟମାନଙ୍କର ମାନ୍ୟତା (ରାଙ୍କିଙ୍ଗ) ପ୍ରତିଯୋଗିତାର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର,...<eos>
2022-12-04T18:07:12Z
https://tathya.in/%E0%AD%A7%E0%AD%A8-%E0%AC%B7%E0%AD%8D%E0%AC%9F%E0%AC%BE%E0%AC%B0%E0%AD%8D%E0%AC%9F%E0%AC%85%E0%AC%AA%E0%AD%8D%E2%80%8C%E0%AC%95%E0%AD%81-%E0%AD%AF%E0%AD%A9-%E0%AC%B2%E0%AC%95%E0%AD%8D%E0%AC%B7/
OSCAR-2301
<bos>ମାଳିକା ଦେଲା ଭବିଷ୍ୟତ ବାଣୀ ! ଢେଙ୍କାନାଳରେ ବହିବ ରକ୍ତର ନଦୀ ,ଯାହା ମହାପୁରୁଷ ଛଅ ଶହ ବର୍ଷ ତଳେ ଲେଖିଯାଇଥିଲେ ତାହା ଆଜି ସତ ହେବାକୁ ଯାଉଛି ? – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home सूचना प्रविधि ମାଳିକା ଦେଲା ଭବିଷ୍ୟତ ବାଣୀ ! ଢେଙ୍କାନାଳରେ ବହିବ ରକ୍ତର ନଦୀ ,ଯାହା ମହାପୁରୁଷ ଛଅ ଶହ ବର୍ଷ ତଳେ ଲେଖିଯାଇଥିଲେ ତାହା ଆଜି ସତ ହେବାକୁ ଯାଉଛି ? ମାଳିକା ଦେଲା ଭବିଷ୍ୟତ ବାଣୀ ! ଢେଙ୍କାନାଳରେ ବହିବ ରକ୍ତର ନଦୀ ,ଯାହା ମହାପୁରୁଷ ଛଅ ଶହ ବର୍ଷ ତଳେ ଲେଖିଯାଇଥିଲେ ତାହା ଆଜି ସତ ହେବାକୁ ଯାଉଛି ? सूचना प्रविधि Share ଆଜି ଆମେ ତାଳପତ୍ର ପୋଥିରୁ ସଂଗୃହିତ ମାଳିକାର କଥା କିଛି ଆପଣ ମାନଙ୍କୁ ଜଣାଇବୁ , ଯାହା ମହାପୁରୁଷ ଛଅ ଶହ ବର୍ଷ ତଳେ ଲେଖିଯାଇଥିଲେ । ଯେଉଂଥିରେ ପଞ୍ଚସଖାମାନେ ଆଗତ ଭବିଷ୍ୟତ କରିଥିଲେ । ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ମହାପୁରୁଷ କଣ କେବଳ ଓଡିଶାକୁ ନେଇ ମାଳିକା ରଚନା କରୁଥିଲେ ଆଉ ଭାରତ ବିଷୟରେ କି ବିଶ୍ବ ପାଇଂ କିଛି ଭବିଷ୍ୟ କରିନଥିଲେ । କିନ୍ତୁ ଓଡିଶା ମଧ୍ୟମରେ ମହାପୁରୁଷଙ୍କର ଜ୍ଞାନ ଆଦୌ ସିମୀତ ନଥିଲା ବରଂ ପଞ୍ଚସଖା ବିଶ୍ବ ବ୍ରହ୍ମାଣ୍ଡକୁ ନେଇ ମାଳିକା ଲେଖିଛନ୍ତି । ତେବେ ଆପଣ ମାନେ ଏହାକୁ ମାନିଲେ ମାନିବେ ନ ମାନିଲେ ନାହିଁ କିନ୍ତୁ ଏ ମାଳିକା କାହାକୁ ଡାିବା ପାଇଂ ନୁହେଁ ବରଂ ସତର୍କ କରିବା ପାଇଁ । ସେହି ତାଳପଥ ଚଟି ବହିରେ ମହାପୁରୁଷ କହିଛନ୍ତି ଯେ କେବଳ ଓଡିଶା ମଧ୍ୟରେ ତାଙ୍କର ଜ୍ଞାନ ସିମୀତ ନଥିଲା ବରଂ ସାରା ବିଶ୍ବକୁ ନେଇ ସେ ଲେଖିଛନ୍ତି.ଏବଂ କେଉଁ କେଉଂ ଜାଗାରେ ଭକ୍ତ ଜନ୍ମ ହେବେ ଆଉ କିଭଳି ଭାବରେ ଢେଙ୍କାନାଳର ଢାଙ୍କୁଣୀ କେବେ ଖୋଲା ହେବସେ କଥା ମଧ୍ୟ ଲେଖିଛନ୍ତି । ତେବେ ସେଠାରେ କଣ ହେବ ଭକ୍ତ ମାନଙ୍କର ଜନମ ଶୁଣ ମୋ ଦେଶବାସୀ, ମହାପୁରୁଷଙ୍କ ମାଳିକା ପ୍ରମାଣ ହୋଇଛି । ପଞ୍ଚୁ ପାଣ୍ଡବ ଯେ ଗଞ୍ଜାମେ ହେଲେଣି ଅବତାର ,ରଖି ଯାଇଛନ୍ତି ଯେ ସମୀ ବୃକ୍ଷେ ବିରାଟ ଦେଶର ।କୁରୁ ସୈନ୍ୟ ଜନ୍ମ ହେଲେଣୀ କାଶ୍ମର ଦେଶେ ଜାଣ, ଆମେରିକାରେ ଅଭିମନ୍ୟୁ , ଲଣ୍ଡନେ ଦୁଃଶାସନ ।। ଅର୍ଥାତ ପଞ୍ଚୁ ପାଣ୍ଡବ ଗଞ୍ଚାମରେ ଜନ୍ମ ହେବେ ଏବଂ ତତ ସହିତ କୁରୁ ସୈନ୍ୟ କାଶ୍ମର ଦେଶରେ ଜନ୍ମ ହୋଇ ସାରିଲେଣି । ଏହା ସହିତ ଆମେରିକାରେ ଅଭିମନ୍ୟୁ ଏବଂ ଲଣ୍ଡନରେ ଦୁଃଶାସନ ମଧ୍ୟ ଜନ୍ମ ହୋଇଛନ୍ତି । ତତସହିତ ପୁଣି କହିଛନ୍ତି – ଜାପାନରେ ଘଟୋତ୍କଚ ଯେ ଅଶ୍ବଥମା ସାମେ , ଶଲ୍ୟ ଭୂରି ସଭା ଭୀଷ୍ମ ଯେ ଦ୍ରୋଣ ଗୁଜୁରାଟରେ । କର୍ଣ୍ଣ ଦୁର୍ଯ୍ୟଧନ ଜର୍ମାନୀ ଶକୁନି ରୁଷିଆରେ , ଅନ୍ୟ ଦେଶେ ଜନ୍ମିଛନ୍ତି ହିସାବ ନାହିଁ ତାରେ ।ଢେଙ୍କାନାଳରୁ ଯେ ଢାଙ୍କୁଣି ସେହି ବେଳରେ ଖୋଲିବ,ରକ୍ତ ନଦୀ ସେହି ଠାବରୁ ଯେ ଆରମ୍ଭ ହୋଇବ । Related Posts ଦେଖନ୍ତୁ viral ଭିଡ଼ିଓ-“ସେକ୍ସି ବିଲ୍ଲି ଗୀତ ମୋ ଜୀବନର ମୋଡ଼… Nov 29, 2022 ମାଣବସା ଗୁରୁବାରରେ ଦେଖିବାକୁ ମିଳିଲା ଆଶ୍ଚର୍ଯ୍ୟ ଦୃଶ୍ୟ,ଭକ୍ତଙ୍କ… Nov 26, 2022 ତୋ ନାଁ ରେ କିଏ କହିଲେ ..”ଗୀତ ଗାଈ ଚହଳ ସୃଷ୍ଟି କରିଥିବା… Nov 10, 2022 ଅର୍ଥାତ ଆପଣ ମାନେ ଦେଖୁଥିବେ ବର୍ତ୍ତମାନ ଯେଉଁ ଭାଇ ଭାଇର ଯୁଦ୍ଧ ଏସବୁର ଲକ୍ଷଣ ଅଟେ । ତେବେ ମହାପୁରୁଷ ସେହି କଥା ଲେଖିଯାଇଛନ୍ତି ଯେ ଢେଙ୍କାନଳରୁ ରକ୍ତର ନଦୀ ବୋହିବ । ତେଣୁ ଏସୁବୁ ଆପଣ ମାନେ ଆଦୌ ପ୍ରଶୟ ଦେବେନି କାରଣ ଏପରି ହେବା ଦ୍ବାରା ଘର ଘର ମଧ୍ୟମରେ ଖଳି ଝଗଡା , ଭାଇ ଭାଇ ମଧ୍ୟମରେ ଯୁଦ୍ଧ ଏବଂ ଦାମ୍ପତ୍ୟ ଜୀବନରେ ମଧ୍ୟ ଏହା ବହୁତ ପ୍ରଭାବ ପକାଇବ । ତେବେ ଆପଣ ମାନେ ନିଶ୍ଚୟ ଅଙ୍ଗେ ଲିଭାଇଥିବେ ଯେ ବର୍ତ୍ତମାନ ଆଉ ବାପା ପୁଅର ପଡୁନି , ଭାଇ ଭାଇ ସହିତ ଉତ୍ତମ ସଂପର୍କ ରହୁନାହିଁ । କଟକ କଟି ରକ ଧାର ମାଡି ଯେ ଚାଲିବ ସେତେବେଳେ ରୁଷିଆ ରାଜା ଯେ ପୁଣି ମାଡିଆସିବ ଲକ୍ଷେ ମାଡ ଶୂନ ଧରି ଆସି ପୂଜା କରିବ ରେଳ ଗାଡିରେ କପ୍ରଭୁଙ୍କୁ ପୁଣି ଘେନିଣ ଯିବବଇରି ଷ୍ଟେସନେ ଅର୍ଜୁନ ଜଗିଣ ଯେ ଥିବଅର୍ଜୁନ ଗୋଟିଏ ଶରରେ ଇଂଞ୍ଜିନିକୁ ଭାଙ୍ଗିବବଇରି ଷ୍ଟେସନେ ପୁଣି ଇଁଞ୍ଜିନି ଚୁନା ହୋଇବ ଭକ୍ତମାନେ ଆସି ପ୍ରଭୁଙ୍କୁ ପୁଣି ଘେନି ଯିବ.ଛତିଆ ବଟରେ ନେଇଣ ପୂଜା ଯେ କରିବ ।। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ସରକାରଙ୍କର ବଡ ନିଷ୍ପତି ! ବିନା ଗ୍ୟାରେଣ୍ଟରେ ପାଇପାରିବେ 5 ଲକ୍ଷ ଟଙ୍କାର ଋଣ , କେବଳ କରନ୍ତୁ ଏହି ଛୋଟିଆ କାମ…. Next Post କାହିଁକି ଏପରି କରିଲେ ହାର୍ଦିକ ପାଣ୍ଡ୍ୟା । ନଟରାଜନ୍ ଙ୍କୁ ନିଜ ମ୍ୟାନ୍ ଅଫ୍ ଦି ସିରିଜ ଟ୍ରଫି କୁ କାହିଁକି ଦେଲେ , ପ୍ରକୃତ କାରଣ ଜାଣିଲେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ……<eos>
2022-11-30T09:47:15Z
https://live43today.com/ma-ki-ka-dela-b-ad-bh-baist-ya/
OSCAR-2301
<bos>ନୀଳାଦ୍ରି ବିହାର ୧୦ ଟି ବସ୍ତିରେ ଡ୍ରୋନ୍ ସର୍ଭେ ,ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାରଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତିମୃତ ମଣିଷ ଜୀବିତ ହେବେ: ବିଜ୍ଞାନପ୍ରସ୍ତାବିତ ଯୋଜନା ଅନୁସାରେ ଉପକୂଳ ଜାତୀୟ ରାଜପଥ ଯାଉ, ଉପକୂଳୀୟ ବିକାଶ ପରିଷଦ ନାଉଗାଁ ଗଠିତପଟ୍ଟାମୁଣ୍ଡାଇ ତଳ ରାସ୍ତାରେ ବସ୍ ଚଳାଚଳ ନେଇ ତେଜିଲା ଆନ୍ଦୋଳନ Home ଖେଳ ଦ୍ବିତୀୟ ଟି-୨୦ ଜିତିଲା ଭାରଚ। ରୋହିତଙ୍କ ଧୁଆଂ ଧାର ଅର୍ଦ୍ଧ ଶତକ ଖେଳ ଦ୍ବିତୀୟ ଟି-୨୦ ଜିତିଲା ଭାରଚ। ରୋହିତଙ୍କ ଧୁଆଂ ଧାର ଅର୍ଦ୍ଧ ଶତକ By Odia News On Nov 8, 2019 0 Share ରାଜକୋଟ : ଗୁଜୁରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟଚରେ ଭାରତ ୮ୱିକେଟରେ ବିଜୟୀ ହୋଇଛି। ଏହାସହିତ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜ ବରାବର ସ୍ଥିତିରେ ପହଞ୍ଚିଛି। ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଭାରତ ଏହି ମ୍ୟାଚକୁ ଜିତିବାରେ ସକ୍ଷମ ହୋଇଛି। ରୋହିତ ୪୩ବଲ ଖେଳି ୮୫ରନ୍ ସଂଗ୍ରହ କରିଛନ୍ତି। ସେ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାସହିତ ରୋହିତଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୩ ରନ କରିଥିଲା। ଭାରତୀୟ ଦଳ ୧୪.୩ ଓଭରରେ ୨ ୱିକେଟ ହରାଇ ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରିନେଇଛି।<eos>
2022-12-03T03:10:23Z
https://odianews.org/cricket-5/
OSCAR-2301
<bos>ଡେଲାଙ୍ଗ ୮।୧: ଡେଲାଙ୍ଗ ଥାନା ସମ୍ମୁଖରେ ଆମରଣ ଅନଶନ ଆଜି ପହଁଞ୍ଚିଛି ଦୁଇ ଦିନରେ। ଶୀତରେ ଥରୁଛି ସାରା ରାଜ୍ୟ କିନ୍ତୁ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଆଗରେ ସ୍ଥାନୀୟ ମାଛପଡା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଆମରଣ ଅନଶନରେ ବସିଛନ୍ତି । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଦୋଷୀଙ୍କୁ ଦଣ୍ଡ ଦେବା ବଦଳରେ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସୂଚନାଯୋଗ୍ୟ ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଅକ୍ଟୋବର ୧୧ ତାରିଖ ଦିନ ଦୁର୍ବୃତ୍ତମାନେ ଗାଁରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୧୪ ପରିବାର ୨୧ ବଖରା ଘର ଭସ୍ମୀଭୂତ ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରି ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେଉଛି। ଅନ୍ୟପଟେ ଏହି ଘଟଣାରେ ପୋଲିସ ଗ୍ରାମବାସୀମାନଙ୍କ ବିରେଧରେ ମିଥ୍ୟା ମୋକଦ୍ଦମା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ, ମିଥ୍ୟା ମୋକଦ୍ଦମା କରିଥିବା ଏଏସଆଇ ବ୍ରହ୍ମରବର ପାଇଟାଳଙ୍କୁ ଚାକିରୀରୁ ନିଲମ୍ବିତ ଦାବିରେ ଗ୍ରାମବାସୀମାନେ ଆମରଣ ଅନଶନ କରିଛନ୍ତି।<eos>
2022-11-27T01:51:29Z
https://www.prameyanews7.com/villagers-on-hunger-strike-in-front-of-deganga-ps/
OSCAR-2301
<bos>Be the first to know any news. You will get latest stories and video updates through the day. You can turn them off anytime. ALLOW NOT NOW Sat, Dec 03, 2022 | BHUBANESWAR 18.98° C ଆପ୍ ଡାଉନଲୋଡ୍ କରନ୍ତୁ ଲାଇଭ୍ ଟିଭି ଆମକୁ ଅନୁସରଣ କରନ୍ତୁ ତାଜା ଟ୍ରେଣ୍ଡିଂ ଚ୍ୟାନେଲ୍ ନମ୍ବର Latest news English ଓଡ଼ିଆ ସାଇନ୍‌ ଇନ୍‌ User ସାଇନ୍ ଆଉଟ୍ Login to participate in Argus Login with Phone ବିଷୟରେ ଗୋପନୀୟତା ସର୍ତ୍ତାବଳୀ © 2022 The Argus. All right reserved. Enter your 10 digit mobile number to receive an OTP +91 Submit Enter OTP received on your phone Change number Resend Login ବିଷୟରେ ଗୋପନୀୟତା ସର୍ତ୍ତାବଳୀ © 2022 The Argus. All right reserved. Tell us a little more about yourself Gender Male Female Others Enter > ବିଷୟରେ ଗୋପନୀୟତା ସର୍ତ୍ତାବଳୀ © 2022 The Argus. All right reserved. Enter your email id to receive an OTP Submit Enter OTP received on your Email Change email Resend Login ବିଷୟରେ ଗୋପନୀୟତା ସର୍ତ୍ତାବଳୀ © 2022 The Argus. All right reserved. Logged out successfully! waseem-rizvi petition rejected from supreme court Regarding Book Mohammad ବିଷୟଗୁଡିକ ଓଡ଼ିଶା ଭାରତ ବିଦେଶ ରାଜନୀତି ସିଧା କଥା ଅର୍ଥନୀତି କୃଷି ଓ କୃଷକ ଶିିକ୍ଷା ଓ ନିଯୁକ୍ତି ଜୀବନ ଶୈଳୀ କ୍ରୀଡ଼ା ମନୋରଞ୍ଜନ ଧର୍ମ ଓ ସଂସ୍କୃତି ଅପରାଧ ସ୍ଵାସ୍ଥ୍ୟ ମହିଳା ସଶକ୍ତିକରଣ ଯୁବ ଅ।ଦିବାସୀ ପ୍ରାକୃତିକ ସମ୍ପଦ ରୋଷେଇ ପର୍ଯ୍ୟଟନ ପ୍ରାକୃତିକ ଦୁର୍ବିପାକ ଟେକ୍ନୋଲୋଜି କରୋନା ଅପଡେଟ ପାଣିପାଗ ଘର ଭାରତ ୱସିମ ରିଜଭିଙ୍କ ମହମ୍ମଦ ଉପରେ ବ୍ୟାନ ଲାଗିବନି : ସୁପ୍ରିମକୋର୍ଟ ୱସିମ ରିଜଭିଙ୍କ ମହମ୍ମଦ ଉପରେ ବ୍ୟାନ ଲାଗିବନି : ସୁପ୍ରିମକୋର୍ଟ by Mihir Pattnayak Sun, Sep 04 | 6:57 p.m. Share story ଅର୍ଗସ୍ ବ୍ୟୁରୋ : ସୁପ୍ରିମକୋର୍ଟ ୱସିମ ରିଜଭିଙ୍କ ଦ୍ୱାରା ଲିଖିତ ପୁସ୍ତକ ମୋହମ୍ମଦ ଉପରେ ବ୍ୟାନ କରିବାକୁ ମନା କରି ଦେଇଛନ୍ତି । ଏହି ଦାବି ନେଇ ସୁପ୍ରିମକୋର୍ଟରେ ଦାୟର କରାଯାଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣୀ କରି କୋର୍ଟ ଏହି ରାୟ ଦେଇଛନ୍ତି । ସେହିପରି ୟତି ନରସିଂହାନନ୍ଦ ଓ ୱସିମ ରିଜଭି ଓରଫ ଜୀତେନ୍ଦ୍ର ତ୍ୟାଗୀଙ୍କୁ ଗିରଫ କରିବାକୁ ମଧ୍ୟ ଏହି ଜନସ୍ୱାର୍ଥ ମାମଲାରେ ଦାବି କରାଯାଇଥିଲା । ଏହାକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଜଣେ ଶିଆ ମୁସଲମାନ ଇସ୍ନା ଆସାରୀ ଜମାତଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା କରାଯାଇଥିଲା । ଏଥିରେ ମୋହମ୍ମଦଙ୍କ ଉପରେ ପୁସ୍ତକକୁ ବ୍ୟାନ କରିବା ଓ ଏହି ଦୁଇଜଣଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା । ଆବେଦନକାରି ତାଙ୍କର ଆବେଦନରେ ୟତି ନରସିଂହାନନ୍ଦ ଓ ରିଜଭୀଙ୍କୁ ଇସଲାମ, ପ୍ରଫେଟ ମୋହମ୍ମଦ ଓ ଇସଲାମ ଉପରେ ମନ୍ତବ୍ୟ ଦେବାକୁ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଦାବି କରିଥିଲେ । ଆବେଦନର ଶୁଣାଣୀ କରି ମୁଖ୍ୟ ବିଚାରପତି ୟୁୟୁ ଲଳିତ ଓ ଏସଆର ଭଟ୍ଟଙ୍କ ପୀଠ ଏହି ଆବେଦନ ଉପରେ ବିଚାର କରିବାକୁ ମନା କରି ଦେଇଥିଲେ । ସମ୍ବିଧାନର ଧାରା 32 ଅନୁସାରେ ଏ ପ୍ରକାର ଆବେଦନର ଶୁଣାଣୀ କରାଯାଇ ପାରିବ ନାହିଁ । ଗିରଫ କରିବା ଦାବି ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଆର୍ଟିକଲ -32 ଅନୁସାରେ ଆପରାଧିକ ମୋକଦ୍ଦମା ଚଳାଇବା ଓ କାହାର ଗିରଫ ମାମଲାରେ କାର୍ଯ୍ୟାନୁଷ୍ଠାନକୁ ଆଗକୁ ବଢା ଯିବ ତେବେ ଲଳିତା କୁମାରୀ ମାମଲାରେ ଦିଆଯାଇଥିବା ରାୟର କଣ ଔଚିତ୍ୟ ରହିଯିବ । ଏହା ସହିତ ସୁପ୍ରିମକୋର୍ଟ ଆବେଦନକର୍ତାଙ୍କୁ ପଚାରିଥିଲେ ଯେ କଣ ସେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ? ନ୍ୟାୟାଳୟ ଏହି ପ୍ରଶ୍ନ କରିବା ପରେ ଆବେଦନକର୍ତା ଗିରଫ କରିବାର ଦାବିକୁ ପ୍ରତ୍ୟାହାର କରିବା କଥା କହିବା ସହ ପୀଠ ସମ୍ମୁଖରେ ଅନ୍ୟ ଦାବି ଗୁଡିକୁ ବିଚାର କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟର ଏହି ପୀଠ ସ୍ପଷ୍ଟ କରିଛନ୍ତି ଯେ ଆର୍ଟିକିଲ 32 ଅନୁସାରେ ଏହା ଶୁଣାଣୀ ପାଇଁ ଯୋଗ୍ୟ ନୁହେଁ। ଆବେଦନକର୍ତା ତାଙ୍କର ଆବେଦନରେ ରିଜଭି ଓ ୟତି ନରସିଂହାନନ୍ଦଙ୍କୁ ସୁରକ୍ଷା ଓ ଅଖଣ୍ଡତା, ସାମାଜିକ ସଦଭାବ ତଥା ଆଇନ ଶୃଙ୍ଖଳା ପାଇଁ ବିପଦ ବୋଲି ଦର୍ଶାଇଥିଲେ । ଶିୟା ୱକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱସିମ ରିଜଭି ୟତି ନରସିଂହାନନ୍ଦ ସରସ୍ୱତୀଙ୍କ ହାତରେ ତାଙ୍କର ପୁସ୍ତକ ମୋହମ୍ମଦକୁ ଉନ୍ମୋଚନ କରାଇଥିଲେ । ଏହି ପୁସ୍ତକକୁ ନେଇ ଏଆଇଏମଏମର ସଭାପତି ଅସାଦୁଦ୍ଦିନ ଓବେସୀ ଓ ଅନ୍ୟ ନେତା ମାନେ 2021 ମସିହା ନଭେମ୍ବର ମାସରେ ହାଇଦ୍ରାବାଦ ଠାରେ ରିଜଭିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ କୁହାଯାଇଥିଲା ଯେ ଅହି ପୁସ୍ତକରେ ସେ ଇସଲାମ ଓ ତାଙ୍କ ଅନୁଗାମୀ ମାନଙ୍କ ସମ୍ପର୍କରେ ଆପତ୍ତିଜନକ ଭାଷାର ବ୍ୟବହାର କରାଯାଇଛି । Share story ସବୁ ଜିଲ୍ଲାରେ ହେବ ମାଇକ୍ରୋ ଓ ସ୍ମଲ୍‌ ଇଣ୍ଡଷ୍ଟ୍ରି ପାର୍କ by Jitendra Dash Sat, Dec 03 | 9:18 p.m. ଅର୍ଗସ ବ୍ୟୁରୋ : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ଲାଗି ସ୍ଥାପନ ହେବ ଶିଳ୍ପ ପାର୍କ । ମହିଳା ଉଦ୍ୟୋଗୀଙ୍କ ପାଇଁ ସବୁ ଜିଲ୍ଲାରେ ହେବ ମାଇକ୍ରୋ ଓ ସ୍ମଲ ଇଣ୍ଡଷ୍ଟ୍ରି ପାର୍କ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ରେ ଏ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପ୍ରତି ଜିଲ୍ଲା ମିଶନ ଶକ୍ତି ଫେଡରସନକୁ କୋଟିଏ ଟଙ୍କାର revolving fund ଦିଆଯିବ । ପ୍ରତି ବ୍ଲକସ୍ତରୀ ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ ପଦମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିରୋଧରେ ସାଙ୍ଘାତିକ ଷଡ଼ଯନ୍ତ୍ର by Jitendra Dash Sat, Dec 03 | 8:59 p.m. ଅର୍ଗସ ବ୍ୟୁରୋ : ପଦମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିରୋଧରେ ସାଙ୍ଘାତିକ ଷଡ଼ଯନ୍ତ୍ର। ପଦମପୁର ବରିହାପାଲିରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ଷଡ଼ଯନ୍ତ୍ର ରଚିଥିଲେ ବିରୋଧୀ । ଯାହାର ସାଙ୍ଘାତି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଧା।`ଅର୍ଗସ୍' କ୍ୟାମେରା ଆଗରେ ଷଡ଼ଯନ୍ତ୍ରକାରୀଙ୍କ ପୋଲ୍ ଖୋଲିଲେ ଗ୍ରାମବାସୀ । କହିଲେ, ପ୍ରଦୀପ ସତସଙ୍ ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ ଭୂଇଁ ତଳେ ବିକାଶର ଚିତ୍ର, ଦୁର୍ଘଟଣା ସୁନିଶ୍ଚିତ by Mihir Pattnayak Sat, Dec 03 | 8:48 p.m. ଅର୍ଗସ ବ୍ୟୁରୋ : ଭୂଇଁ ତଳେ ବିକାଶର ଚିତ୍ର। ଦୁର୍ଘଟଣା ସୁନିଶ୍ଚିତ। ଆପଣଙ୍କ ଆଜ୍ଞାତସାରରେ ଯଦି କେବେ ବାଇଚାନ୍ସ ଏ ସ୍ଥାନକୁ ବୁଲି ଆସନ୍ତି, ଅଥବା କୁଣିଆ ଘର ଆସନ୍ତି। ତା ହେଲେ ସାବଧାନ। ଆମେ ସତର୍କ କରି ଦେଉଛୁ, କିଛି ବି ହୋଇପାରେ। ଏଠି ରାସ୍ତା ଅଛି ସତ, ହେଲେ ଆପଣ ନାଳକୁ ଗଳି ପଡିବାର ଆଶା ଅଧିକ। ଏମିତି ବି ହୋଇପାରେ ଗାଡି ଗଲାବେଳେ, ଭୁଇଁ ଫାଟି ଦୁଇ ଫାଳ ହୋଇ ଯାଇପାରେ<eos>
2022-12-03T22:31:30Z
https://argusnews.in/article/national/waseem-rizvi-petition-rejected-from-supreme-court-regarding-book-mohammad
OSCAR-2301