text
stringlengths
10
173k
timestamp
stringlengths
0
20
url
stringlengths
0
4.91k
source
stringclasses
4 values
<bos>Jyotish Shastra- ଆଜି ଠାରୁ ଆରମ୍ଭ ହେଲା ଏହି 4 ଟି ରାଶିର ଶୁଭ ସମୟ, ମହାଶିବରାତ୍ରୀ ରେ ମିଳିବ ବହୁତ ବଡ ଖୁସି ଖବର – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home Uncategorized Jyotish Shastra- ଆଜି ଠାରୁ ଆରମ୍ଭ ହେଲା ଏହି 4 ଟି ରାଶିର ଶୁଭ ସମୟ, ମହାଶିବରାତ୍ରୀ ରେ ମିଳିବ ବହୁତ ବଡ ଖୁସି ଖବର Jyotish Shastra- ଆଜି ଠାରୁ ଆରମ୍ଭ ହେଲା ଏହି 4 ଟି ରାଶିର ଶୁଭ ସମୟ, ମହାଶିବରାତ୍ରୀ ରେ ମିଳିବ ବହୁତ ବଡ ଖୁସି ଖବର Uncategorized By Pratik Roy 0 Share ଅଧିକାଂଶ ଲୋକ ଦିନ ରାତି କଠିନ ପରିଶ୍ରମ କରନ୍ତି, ମାତ୍ର ଧନୀ ହୋଇ ପାରନ୍ତି ନାହିଁ କାରଣ ତାଙ୍କର ଭାଗ୍ୟରେ ଅର୍ଥ ପ୍ରାପ୍ତିର ଯୋଗ ନଥାଏ। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏହି ମାସ ୧୧ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି ମହାଶିବରାତ୍ରି ଆଉ ଏହି ଅବସର ଟି ଅନେକ ରାଶିର ଲୋକଙ୍କ ପାଇଁ ଏକ ନୂତନ ଆଶା ନେଇ ଆସୁଛି। ଏହି ଶିବରାତ୍ରୀ ରେ ୧୨ ଟି ରାଶି ମଧ୍ୟରୁ କେଉଁ ୪ ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବାକୁ ଯାଉଛି ତାହା ଆଜି ଆମେ ଆପଣଙ୍କ କହିବୁ। ତେବେ ଆସନ୍ତୁ ଜାଣିବା ; କାନ୍ଦିବା ର ଦିନ ହେଲା ଶେଷ। କାରଣ ଏହି ଶିବରାତ୍ରୀ ଠୁ ସବୁ ଦୁଃଖ ଦୂର କରିବେ ଏହି ରାଶି ମାନଙ୍କ ର ଦେବ ଦେବ ମହାଦେବ । ଯାହାଦ୍ବାରା ଏହି ରାଶି ମାନଙ୍କ ର ଭାଗ୍ୟ ଚମକି ଉଠିବ । ଦେବ ଦେବ ମହାଦେବ ଙ୍କ କୃପା ରୁ ଏହି ଶିବରାତ୍ରୀ ଠାରୁ କାର୍ଯ୍ୟ ଚାଲୁ ହେବାର ଲାଗିବ । ଆପଣଙ୍କ ଜୀବନ ର ସବୁ ଦୁଃଖ ଦୂର ହେବ।ଆପଣଙ୍କୁ ଆପଣ ଙ୍କ ସବୁ କାର୍ଯ୍ୟ ରେ ସଫଳତା ମିଳିବ। ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ ।ସମାଜ ରେ ଲୋକ ଆପଣଙ୍କୁ ମାନ ସମ୍ମାନ ଦେବେ ।ଏହି ରାଶି ର ବ୍ୟକ୍ତି ଙ୍କୁ ବ୍ୟବସାୟ ରେ ବ୍ୟାପାର ବାଣିଜ୍ୟ ବହୁତ ଭଲ ହେବ। ଯେଉଁ ଲୋକ ମାନେ ବେରୋଜଗର ଅଛନ୍ତି ସେମାନଙ୍କୁ ବର୍ତ୍ତମାନ ଭଲ ଚାକିରି ମିଳିବ। ଦେବ ଦେବ ମହାଦେବ ଙ୍କ କୃପାରୁ ସବୁ କ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବ,ଲୋକମାନେ ଆପଣଙ୍କୁ ସବୁ କାର୍ଯ୍ୟ ବୁଝିକି କରିବେ । ଆପଣଙ୍କ ଘର ପରିବାର ରେ ଖର୍ଚ୍ଚ କମ୍ ହେବ ଏବଂ ଦିନକୁ ଦିନ ରୋଜଗାର ବଢ଼ି ଚାଲିବ। ଚାକିରି କ୍ଷେତ୍ର ରେ ଆପଣଙ୍କ ର ପଦ ଉନ୍ନତି ର ଯୋଗ ରହି ଅଛି। ଦେବ ଦେବ ମହାଦେବ ଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମ ବିଶ୍ୱାସ ଓ ଉତ୍ସାହ ବଢ଼ିବ।ପ୍ରେମ ସମ୍ପର୍କ ଆପଣଙ୍କ ର ମଧୁର ହେବ। ଆପଣଙ୍କ ର ସବୁ ପରିଶ୍ରମ ର ଉଚିତ୍ ଫଳ ମିଳିବ।ଆପଣଙ୍କୁ ସମାଜ ପାଇଁ ଭଲ କାର୍ଯ୍ୟ କରିବାର ଅବସର ମିଳିବ। ଆପଣଙ୍କ ପରିବାର ରେ ସୁଖ ସମୃଦ୍ଧି ଲାଗି ରହିବ। ଆପଣଙ୍କ ଉପରକୁ ଆସୁଥିବା ସମସ୍ତ ସମସ୍ୟା ଦୂର ହେବ। ଏହା ସହିତ ଅର୍ଥ ପ୍ରାପ୍ତି ର ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ। ପ୍ରେମ କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ। କର୍ମ କ୍ଷେତ୍ରରେ ବହୁତ ସଫଳତା ମିଳିବ ଏବଂ ପଦୋନ୍ନତି ମଧ୍ୟ ମିଳିବ। ଏହି ମହା ଶିବରାତ୍ରୀ ଟି ଆପଣଙ୍କ ପାଇଁ ବେଶ୍ ସୁଭାଦାୟକ ବୋଲି ପ୍ରମାଣିତ ହେବ । ଯାହା ଫଳରେ ଆପଣ ଯେକୌଣସି କ୍ଷେତ୍ର ରେ ପୁଞ୍ଜି ନିବେଶ କଲେ ଆପଣଙ୍କୁ ସଫଳତା ମିଳିବ। ତେବେ ଯେଉଁ ପବିତ୍ର ରାଶି ମାନଙ୍କ ର ଏହି ଶିବରାତ୍ରୀ ରେ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ସେହି ରାଶି ହେଉଛନ୍ତି -୧-ତୁଳା ରାଶି, ୨-ବିଚ୍ଛା ରାଶି, ୩- ମିଥୁନ ରାଶି, ୪- କୁମ୍ଭ ରାଶି ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ହେ ଭଗବାନ ! ଦେଖନ୍ତୁ ଭିଡ଼ିଓ – ନୂଆ ବାହା ହୋଇଥିବା ଚୁଲ ବୁଲି actress ଅର୍ଚ୍ଚିତାଙ୍କ ଏ କି ବେଶ ଭିଡ଼ିଓ ଦେଖିଲେ ଆପଣ ବି ହୋଇଯିବେ ଅବାକ…. Next Post ଦେଖନ୍ତୁ ଭିଡ଼ିଓ – ବାହାଘର ପରେ କେମିତି ସ୍ୱାମୀଙ୍କ ସହ ଝଗଡା କରୁଛନ୍ତି ଅଭିନେତ୍ରୀ ରିୟା ଦେଖନ୍ତୁ, ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ….<eos>
2022-11-28T01:35:38Z
https://news22media.com/aaji-tharu-aaram-bha-hela-ehi/
OSCAR-2301
<bos>ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଦେଶ- ବିଦେଶ ଜୁଲାଇ ୨୫ରେ ଶପଥ ନେବେ ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୫ରେ ଶପଥ ନେବେ ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ By The Sakala Bureau On Jul 21, 2022 ନୂଆଦିଲ୍ଲୀ: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ଯିଏକି ଦେଶର ସର୍ବୋଚ୍ଚ ପଦ ପାଇଁ ନେବେ ଶପଥ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସୁଥିବା ପ୍ରଥମ ନାଗରିକଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶପଥପାଠ କରାଇଥାନ୍ତି । ବର୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆଗାମୀ ୨୪ ତାରିଖରେ ଶେଷ ହେଉଛି । ଅଧିକ ପଢନ୍ତୁ ୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୪ ବର୍ଷ, ଆତଙ୍କବାଦୀଙ୍କ ବର୍ବରକାଣ୍ଡରେ… Nov 26, 2022 ମୁର୍ମୁଙ୍କ ବିଜୟ ସାରା ଓଡିଶା ପାଇଁ ଗର୍ବ ଆଉ ଗୌରବର ବିଷୟ । ପ୍ରଥମ ଓଡିଆ ଝିଅ ଭାବେ ସେ ରାଇସିନା ହିଲକୁ ନିର୍ବାଚିତ ହୋଇଛନ୍ତି । ତାଙ୍କର ବିଜୟରେ ଓଡିଶାରେ ଉତ୍ସବ ପାଳନ କରାଯାଇଛି । ଦ୍ରୌପଦୀଙ୍କ ଜନ୍ମମାଟି ମୟୁରଭଞ୍ଜର ରାଇରଙ୍ଗପୁରରେ ଜନ ସମୁଦ୍ର ଦେଖା ଦେଇଛି । ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କ ଗାଁ ମାଟିରେ ପହଞ୍ଚିଛନ୍ତି । ଗାଁ ମାଟିରେ ପାରମ୍ପରିକ ନୃତ୍ୟ, ଗୀତ ଓ ବାଜା ବାଣରେ ସାରା ଅଞ୍ଚଳ ଉତ୍ସବମୁଖର ଦେଖିବାକୁ ମିଳିଛି । ପ୍ରଥମ ଓଡିଆ ମହିଳା ଏବଂ ଦ୍ୱିତୀୟ ଓଡିଆ ଭାବେ ସେ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଭିଭି ଗିରି ପ୍ରଥମେ ରାଷ୍ଟ୍ରପତି ହୋଇଥିଲେ । ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କ ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବୃହତ ବିଜୟ ପରେ ଶୁଭେଚ୍ଛା ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁର୍ମୁଙ୍କ ଘର ଅଭିମୁଖେ ବାହାରିଛନ୍ତି । ଏଥିସହିତ ପଢ଼ନ୍ତୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରସନ୍ନ ଆଚାର୍ଯ୍ୟଙ୍କ… Nov 27, 2022 ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ମତଗଣନାରେ ହିଁ ମ୍ୟାଜିକ ନମ୍ୱର ହାସଲ କରିଛନ୍ତି । ବିଜୟୀ ହେବା ପାଇଁ ୫,୪୩,୨୧୬ ଭୋଟର ଆବଶ୍ୟକ ଥିବା ବେଳେ ଦ୍ରୌପଦୀଙ୍କୁ ତୃତୀୟ ରାଉଣ୍ଡରେ ହିଁ ୫,୭୭,୭୭୭ ମୂଲ୍ୟର ଭୋଟ ମିଳିଛି।<eos>
2022-11-28T02:38:09Z
https://thesakala.in/draupadi-murmu-will-be-sworn-in-on-25th-july-as-15th-president-of-india/
OSCAR-2301
<bos>ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ଏକ କଂସା,ପିତଳ,ଷ୍ଟିଲ ସାମଗ୍ରୀ ବୋଝେଇ ଏକ ମିନି ଟ୍ରକରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କଇଥସାହିର ମସଜିଦ ନିକଟରେ। ନିଆଁରେ ମିନି ଟ୍ରକ୍ ସହ ପ୍ରାୟ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଏନେଇ ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି। ଆହୁରି ପଢ଼ନ୍ତୁ ପୁଲିସ ବିଭାଗରେ ଖାଲି ପଡ଼ିଛି ୪୮୧୩ କନେଷ୍ଟବଳ ସମେତ ୧୩୨୩୫ଟି ପଦବୀ 4 hours ago କରୋନା ନେଇଛି ୨୨୪ ସରକାରୀ କର୍ମଚାରୀଙ୍କ ଜୀବନ, ୪୭ଜଣଙ୍କୁ ମିଳିନି… 5 hours ago ସବୁଦିନ ପରି ସାପ୍ତାହିକ ହାଟ ସାରି ଜଣେ ବ୍ୟବସାୟୀ କଇଥସାହିର ମସଜିଦ ନିକଟରେ ମିନି ଟ୍ରକ୍‌ରେ ଲକ୍ଷାଧିକ ଟଙ୍କାର କଂସା,ପିତଳ, ଷ୍ଟିଲ ଓ ତମ୍ବା ସାମଗ୍ରୀ ରଖି ଘରକୁ ଯାଆନ୍ତି। ଗତକାଲି ମଧ୍ୟ ଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ଟ୍ରକରେ ନିଆଁ ଲଗାଇ ଦେଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ଟ୍ରକ୍‌ରେ ଥିବା ବାସନକୁସନ ଗୁଡ଼ିକ ପୋଡ଼ି ନଷ୍ଟ ହୋଇଯାଇଥିଲା। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ତେବେ କିଏ ଟ୍ରକ୍‌ରେ ନିଆଁ ଲଗାଇଲା ତାର କାରଣ ଜଣାପଡ଼ି ନାହିଁ। ଏନେଇ ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଟ୍ରକ୍‌ରେ ଡ୍ରାଇଭର କିମ୍ବା ହେଲପର କେହି ନଥିଲେ।<eos>
2022-11-28T21:23:41Z
https://odishareporter.in/odisha/truck-catches-firein-redhakhol-776614
OSCAR-2301
<bos>ଭୁବନେଶ୍ୱର: ଓଡ଼ିଶାର ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ୨ ଦିନ ଧରି ବାତ୍ୟା ତିତିଲି ଭୟଙ୍କର ତାଣ୍ଡବ ଲୀଳା ରଚିବା ପରେ ଶନିବାର ଦିନ ରାଜ୍ୟ ସରକାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଆସ୍କା ଓ ପୁରୁଷୋତ୍ତମପୁର ବ୍ଳକର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଭାରତୀୟ ନୌବାହିନୀର ୨ଟି ହେଲିକପ୍ଟର ସାହାଯ୍ୟରେ ରିଲିଫ ବଣ୍ଟନ କାର୍ଯ୍ୟ ଜୋରଦାର ଚାଲିଛି । ଏହାଛଡ଼ା ବିଶାଖାପାଟଣାରୁ ଆହୁରି ଅଧିକ ହେଲିକପ୍ଟର୍ ରିଲିଫ କାର୍ଯ୍ୟରେ ନିୟୋଜିତ ହେବାକୁ ଆସୁଛି । ଏହି ୨ଟି ହେଲିକପ୍ଟର୍ ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ରିଲିଫ ବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । ସେ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ଉତ୍ସ ବିଭାଗ ପକ୍ଷରୁ ଗାଈ, ଗୋରୁ ପ୍ରଭୃତି ପଶୁ ସମ୍ପଦର ଚିକିତ୍ସା ତଥା ଖାଦ୍ୟ ଯୋଗାଣ ଲାଗି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିଲାଗି ୨୦୦ ମେଟ୍ରିକ ଟନ ଗୋଖାଦ୍ୟ ଗଞ୍ଜାମ ଓ ୧୦୦ ମେଟ୍ରିକ ଟନ ଗୋଖାଦ୍ୟ ଗଜପତି ଜିଲ୍ଲାକୁ ବଣ୍ଟନ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଇଛି । ଏପରିକି ସରକାରଙ୍କ ପକ୍ଷରୁ ୧୦ ଜଣ ବରିଷ୍ଠ ଅଫିସର ଏହିସବୁ ବଣ୍ଟନ କାର୍ଯ୍ୟ ସୂଚାରୁରୂପେ ତଦାରଖ କରିବାକୁ ଏହି ୩ଟି ଜିଲ୍ଲାକୁ ଗସ୍ତ କରିଛନ୍ତି । ଏସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି, ଏହିସବୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ ବିଭାଗ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । “ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି କାଶୀନଗର-ଗୁଣପୁର, ପଲାସା-ପାରଳାଖେମୁଣ୍ଡି, ମୋହନା-ଆର ଉଦୟଗିରି, ମୋହନା-ରାୟଗଡ଼ ଏବଂ ନୂଆଗଡ଼-ଖଜୁରୀପଦା ରାସ୍ତାରେ ପଡ଼ିରହି ଅବରୋଧ କରୁଥିବା ପ୍ରକାଣ୍ଡ ଗଛଗୁଡ଼ିକୁ କାଟି ପରିଷ୍କାର କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ରାସ୍ତା ଧୋଇଯାଇଥିବା ବେଳେ ମାଟି ପକାଇ ମରାମତି କରିବା ସହିତ ରାସ୍ତାର କେତେକ ପୋଲ ମରାମତି କରିଛନ୍ତି । ଏତଦବ୍ୟତୀତ, ୨୦ଟି ପାୱାର ବୋଟରେ ୧୫୦ ଜଣ ଫାୟାରମ୍ୟାନ ଆସ୍କାରେ ୧୦୦ଟି ଏମରଜେନ୍ସି ଲାଇଟ ସହିତ ଉଦ୍ଧାରକାର୍ଯ୍ୟ ଲାଗି ଗତକାଲି ପହଞ୍ଚିଛନ୍ତି । ” ଏହାଛଡ଼ା ଗଞ୍ଜାମ ଓ ଗଜପତି ଜିଲ୍ଲାର ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମର କର୍ମଚାରୀମାନେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର୍ ଜାରି ରଖିଛନ୍ତି । ଗଞ୍ଜାମରେ ୭୮ଜଣ ଏନଡ଼ିଆରଏଫ କର୍ମଚାରୀ ଓ ୧୦୦ଜଣ ଓଡ୍ରାଫ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଗଜପତି ଜିଲ୍ଲାରେ ୪୬ଜଣ ଏନଡ଼ିଆରଏଫ କର୍ମଚାରୀ ଓ ୩୭ଜଣ ଓଡ୍ରାଫ କର୍ମଚାରୀ ନିୟୋଜିତ ହୋଇଥିବା କଥା ପ୍ରକାଶ କରିଛନ୍ତି ଏସଆରସି ଶ୍ରୀ ସେଠୀ । ଏତଦବ୍ୟତୀତ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ନିଗମ (ଓଏଫଡ଼ିସି) ପକ୍ଷରୁ କର୍ମଚାରୀ ପଠାଯାଇ ଗଜପତି ଜିଲ୍ଲାର ୫ କିଲୋମିଟର ବ୍ୟାପୀ ସୁଣ୍ଢିଆପଦାରୁ ପାରଳାଖେମୁଣ୍ଡି ରାସ୍ତା ସଫା କରିଛନ୍ତି । ସେ ମଧ୍ୟ କହିଛନ୍ତି ଗଜପତି ଜିଲ୍ଲାରେ ଟେଲି ଯୋଗାଯୋଗ ବ୍ୟାହତ ହୋଇଛି । ଏସମ୍ପର୍କରେ ରାଜ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦୀୟ ଟେଲି ଯୋଗାଯୋଗ ବିଭାଗକୁ ଜଣାଇଛନ୍ତି । ସେ ଆହୁରିମଧ୍ୟ ଜଣାଇଛନ୍ତି, ଆମେ ଆଶା କରୁଛୁ ବିଏସଏନଏଲ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।<eos>
2022-11-28T21:00:15Z
https://odishasambad.in/relief-rescue-operations-in-cyclone-hit-districts-underway-src/
OSCAR-2301
<bos>ଅନ୍ଧାର ରାତିରେ ଛକି ବସିଥିଲା ଯମ । ଗତକାଲି ସଂଧ୍ୟା ୭ଟାରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା( bus accident) । ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ୨୫ ଜଣଙ୍କ ଜୀବନ । ଭାରସାମ୍ୟ ହରାଇ ଉତ୍ତରାଖଣ୍ଡ(uttarakhand)ର ପୌରୀ ଗଡଓ୍ୱାଲ ଜିଲ୍ଲାର ରିଖନିଖାଲ ଓ ବିରୋଖାଲ ରାସ୍ତାରୁ ଏକ ଖାତକୁ ଖସି ପଡ଼ିଛି ବରଯାତ୍ରୀ ବସ୍ । ଏହି ବସ୍ ହରିଦ୍ୱାର ଜିଲ୍ଲାର ଲାଲଡହଙ୍ଗରୁ ପୌରୀର ବିରୋଖାଲ ଗାଁ ଅଭିମୁଖେ ବାହାରିଥିଲା । ବସରେ ମୋଟ୍‌ ୪୦ରୁ ୫୦ ଲୋକ ସବାର ଥିବା ଜଣାପଡ଼ିଛି । ଗତକାଲି ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏହି ଦୁର୍ଘଟଣା ଘଟିଛି । ବସଟି ରାସ୍ତାଠୁ ପ୍ରାୟ ୫୦୦ ଫଟୁ ତଳକୁ ଖସି ପଡ଼ିଛି । ପୋଲିସ ଓ ଉଦ୍ଧାରକାରୀ ଦଳ ସ୍ଥାନୀୟ ଲୋକଙ୍କ ସହ ମିଶି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ରାତି ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥଲା । ୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉତ୍ତରାଖଣ୍ଡ ପୋଲିସ ଡିଜି ସୂଚନା ଦେଇଛନ୍ତି ଦୁର୍ଘଟଣାସ୍ଥଳରୁ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଡିଜାଷ୍ଟର କଣ୍ଟ୍ରୋଲ ରୁମ୍ ଅଧିକାରୀଙ୍କୁ ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । Also Read ଅକ୍ଟୋବର ୫କୁ ବିଶ୍ୱ କାହିଁକି ପାଳନ କରୁଛି ଗୁରୁ ଦିବସ Read More ଆଇପିଏସ୍ ମାଲିକ, ଅବସାଦଗ୍ରସ୍ତ ଚାକର : ଗୋଡ଼ରେ ମଲମ ଲଗାଉ ଲଗାଉ ନେଇଗଲା ଜୀବନ Read More ଡର ଲାଗୁନି ନା ଜୀବନକୁ ଭୟ ନାହିଁ..! ସାପ ଯୋଉଠି ରହୁଛି ମଣିଷ ବି ସେଇଠି.. Read More ଏହି ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି । ବସ୍‌ରେ ପ୍ରାୟ ୪୫ ଜଣ ଲୋକ ଥିଲେ । ବସ୍ ଏକ ଗଭୀର ଖାଇରେ ପଡିଯାଇଛି । ମୁଁ ସେଠାରେ ଥିବା ଅଧିକାରୀଙ୍କ ସହ କଥା ହୋଇଛି ଓ ଉଦ୍ଧାରକାର୍ଯ୍ୟ ଚାଲିଥିବା ସେ କହିଛନ୍ତି । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଗତ ଜୁନ ମାସରେ ବି ଉତ୍ତରାଖଣ୍ଡରେ ଏକ ସମାନ ପ୍ରକାରର ସଡ଼କ ଦୁର୍ଘଟଣା ହୋଇଥିଲା । ଏକ ବସ ଏକ ଗଭୀର ଖାଇରେ ଖସିପଡ଼ିବାରୁ ୨୫ ଜଣ ଲୋକ ପ୍ରାଣ ହରାଇଥିଲେ । Accident Uttarakhand Other Stories Opinion ୟୁକ୍ରେନ୍‌ର ୪ ରାଜ୍ୟକୁ କାହିଁକି ଅକ୍ତିଆର କଲେ ପୁତିନ୍; ଜାଣନ୍ତୁ କାରଣ ପୁତିନ୍ ୟୁକ୍ରେନର ୪ ରାଜ୍ୟକୁ ନିଜ ଭୌଗୋଳିକ ସୀମାରେ ମିଶାଇଦେଇଛନ୍ତି। ତେବେ ପୁତିନ୍ ଏସବୁ କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। କ’ଣ ସେ କାରଣ ଆସନ୍ତୁ ନଜର ପକେଇବା। Festivals & Events ପୂଜାକୁ ପାଣିଚିଆ କରିଦେଲା ବର୍ଷା ! ଭାଙ୍ଗିଲା ତୋରଣ, ଭକ୍ତ ନାରଖାର.. ଭୁବନେଶ୍ୱର, ଆଠଗଡ଼, ବ୍ୟାସନଗରରେ ଭାଙ୍ଗିଲା ତୋରଣ । ଭଦ୍ରକ ମେଡ଼ିକାଲ ଭିତରେ ପଶିଲା ପାଣି । Miscellaneous ଜମିଜମା ବିବାଦରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ ? ସହଜ ହେବ କି ଉତ୍ତରାଧିକାରୀଙ୍କୁ ସତ୍ତ୍ୱ ହସ୍ତାନ୍ତରଣ ? ସତ୍ତ୍ୱ ହସ୍ତାନ୍ତରଣ ପାଇଁ ରାଜସ୍ୱ ବିଭାଗର ନୂଆ ଉଦ୍ୟମ । କ୍ୟାମ୍ପ କୋର୍ଟ ଜରିଆରେ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ । Crime ସାବଧାନ ! ସୁନ୍ଦରୀ ଯୁବତୀ ଯୋଗାଇଦେବେ କହି ଲୁଟିଲେଣି ସାଇବର ଲୁଟେରା.. ଯୁବକ ଜଣକ ହୋଟେଲରେ ପହଞ୍ଚିବା ବେଳକୁ ତାଙ୍କ ନାଁରେ କୌଣସି ରୁମ୍ ବୁକ୍ ହୋଇନାହିଁ କି ସୁନ୍ଦରୀ ଯୁବତୀଙ୍କ ଦେଖା ବି ନାହିଁ ।<eos>
2022-11-28T21:27:12Z
https://otvkhabar.in/news/national/uttarakhand-25-dead-as-bus-falls-into-gorge-in-pauri-death-toll-likely-to-increase/98472
OSCAR-2301
<bos>ପୌଷମାସ-କୃଷ୍ଣପକ୍ଷ,ତିଥି-ଏକାଦଶୀ ନକ୍ଷତ୍ର,ବିଶାଖା, ବୃଷ,ସିଂହ ଓ କନ୍ୟା ରାଶିର ଘାତ ବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ ଶାଗ ରାତ୍ରି ଘ ୦୭/୩୭ ଗତେ ପୋଇ ଭକ୍ଷଣ ନିଷେଧ। ମେଷ:-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ:-ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ। ମିଥୁନ:-ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ। କର୍କଟ:-ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ। ସିଂହ:-ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ। କନ୍ୟା:-ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ତୁଳା:-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ। ବିଛା:-ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ। ଧନୁ:-ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ। ମକର:-ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟ ରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି। କୁମ୍ଭ:-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ। ମୀନ:-ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।<eos>
2022-11-28T22:37:11Z
https://www.satyasandhana.in/ajira-rasifala-97/
OSCAR-2301
<bos>ଭୁବନେଶ୍ୱର, ୧୧ା୧(ଓଡ଼ିଶା ଭାସ୍କର): ଅଂଶୁମାନ କାମିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଇଏସ ପରିକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଅଂଶୁମାନ । ଅଂଶୁମାନଙ୍କ ସଫଳତାରେ ଓଡ଼ିଶାବାସୀ ଆଜି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଂଶୁମାନଙ୍କ ଆହୁରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛ ବୋଲି ମଧ୍ୟ ସେ କହିଛନ୍ତିି । ଆଇଇଏସ୍ ପରୀକ୍ଷାରେ ଓଡିଆ ଛାତ୍ର ଅଂଶୁମାନ କାମିଲା ଟପ୍ପର ହୋଇଛନ୍ତି । ଆଇଇଏସ୍ ହେଉଛି ଇଣ୍ଡିଆନ ଇକୋନୋମିକ ସର୍ଭିସ । ତେବେ ଆଇଏସ ପରୀକ୍ଷାରେ ମୋଟ୍ ୩୨ ଜଣ କୃତକାର୍ୟ୍ୟ ହୋଇଥିବା ବେଳେ ଅଂଶୁମାନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅଂଶୁମାନ ହେଉଛନ୍ତି ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ପ୍ରାଧ୍ୟାପିକା ମିତାଲି ଚିନାରା ଏବଂ ପୂର୍ବତନ ଚିଫ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲାଙ୍କ ପୁଅ। ଆଇଇଏସ ପରୀକ୍ଷାର ସର୍ବଭାରତୀୟସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଥିବା ଓଡ଼ିଶାର ଅଂଶୁମାନ କାମିଲାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କ ସଫଳତାରେ ଓଡ଼ିଶାବାସୀ ଆଜି ଗର୍ବିତ। ଆଗାମୀ ଦିନରେ ଅଂଶୁମାନଙ୍କ ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।<eos>
2022-12-09T22:11:53Z
https://odishabhaskar.com/cm-congratulated-ansuman/
OSCAR-2301
<bos>ନୂଆଦିଲ୍ଲୀ, ୯ା୧: ନୂଆଦିଲ୍ଲୀ ପତପରଗଞ୍ଜ ଶିଳ୍ପାଞ୍ଚଳରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି । ସେହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶିଳ୍ପାଞ୍ଚଳରେ ଥିବା ପ୍ରିଣ୍ଟିଂ ପ୍ରେସରେ ନିଆଁ ଲାଗିଛି । ସେହି ନିଆଁଲିଭା କାର୍ଯ୍ୟରେ ୩୩ଟି ଦମକଳ ନିୟୋଜିତ ହୋଇଛନ୍ତି । ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।<eos>
2022-12-09T23:34:29Z
https://odishabhaskar.com/fire-breaks-at-newdelhi/
OSCAR-2301
<bos>ସଂସାର ରେ ଲୋକ ଅଲଗା ଅଲଗା ପରିଚୟ ଦ୍ଵାରା ଅଛନ୍ତି ଠିକ ସେମିତି ଲୋକଙ୍କ ସ୍ଵଭାବ ମଧ୍ୟ ଅଲଗା ଅଲଗା ଅଛି ଯାହା ବୁଝି ପାରିବା ବହୁତ କଷ୍ଟ ଅଟେ । ସେଥିପାଇଁ କେତେକ ଥରେ ଆପଣ ଦେଖିଥିବେ ଯେ ଲୋକ ପ୍ରଥମ ଦେଖା ରେ ଲୋକ ଲୋକଙ୍କୁ ଭୁଲ ବୁଝି ଦିଅନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଲୋକଙ୍କ ସ୍ଵଭାବ ଜାଣି ପାରିବେ । ବହୁତ କମ ଦେଖା ରେ କାହା ସ୍ଵଭାବ ଜାଣିବା ଅସମ୍ଭବ ଅଟେ କାହିଁକିନା ହେଇ ପାରେ ସେହି ଲୋକ ଆପଣଙ୍କ ସହ ଦେଖା କଲା ବେଳେ ନିଜ ଅସଲ ସ୍ଵଭାବ ଦେଖଊ ନଥାଏ । ଜ୍ୟୋତିଷ ଶାସ୍ତ୍ର ରେ ଏହି ଅସୁବିଧାର ସମାଧାନ ମଧ୍ୟ ଅଛି, ଏହି ଉପାୟ ରେ ନାମର ପ୍ରଥମ ଅକ୍ଷର ଦ୍ଵାରା ବ୍ୟକ୍ତିର ସ୍ଵଭାବ ଜଣା ପଡିଥାଏ ଓ ଆଜି ଆମେ ଆପଣଙ୍କୁ ଏହି ଦୁଇଟି ଅକ୍ଷରରେ ଆରମ୍ଭ ହେଉଥିବା ନାମ ଲୋକଙ୍କ ସ୍ଵଭାବ ବିଷୟରେ କିଛି ବିଶେଷ କହିବାକୁ ଯାଉଛୁ । ପ୍ରଥମେ R ଅକ୍ଷର ଲୋକଙ୍କ ବିଷୟରେ : ଯଦି ଆପଣଙ୍କ ସମ୍ବନ୍ଧ କୌଣସି R ଅକ୍ଷର ନା ଝିଅ ବା ପୁଅ ସହ ଅଛି ତେବେ ଆମେ ଆପଣଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ଏହି ନାମର ଲୋକ ବହୁତ ସ୍ଵାର୍ଥପର ହୋଇଥାନ୍ତି । ଏମିତି ଲୋକ କେବଳ ନିଜ ଲାଭ ପାଇଁ ଲୋକଙ୍କ ସହ ସମ୍ପର୍କ ରଖନ୍ତି, ଏହି ନାମର ଲୋକଙ୍କ ବିଶେଷତା ଏହା ଥାଏ ଯେ ସେ ସବୁବେଳେ କିଛି ନୂଆ ଖୋଜିବାରେ ଲାଗି ରୁହନ୍ତି । ଏହି ନାମର ଲୋକ ଜ୍ଞାନ ପାଇବା ପାଇଁ କିଛି ବି କରିବା ପାଇଁ ରେଡି ଥାନ୍ତି । S ନାମ ଲୋକ : S ନାମର ଲୋକ ବହୁତ ଖୋଲା ମନର ଥାନ୍ତି ସେ ଯେଉଁ ଜାଗାରେ ଯାନ୍ତି ନିଜ ଅସ୍ତିତ୍ଵ ପାଇଁ ଲୋକଙ୍କ ମନରେ ଘର କରି ରହି ଯାଆନ୍ତି, ଲୋକ ଏହି ଲୋକଙ୍କୁ ବହୁତ ପସନ୍ଦ କରନ୍ତି । S ନାମର ଲୋକ ମନ ଧ୍ୟାନ ଦେଇ ନିଜ କାମ ପୂର୍ଣ କରିବା ପାଇଁ ଚେଷ୍ଟା କରନ୍ତି ଓ ମୁଣ୍ଡ ଖର୍ଚ କରି କାମ ସମ୍ପୂର୍ଣ କରନ୍ତି । ଆଜିକା ସମୟରେ ଏହି ନା ଲୋକ ସୋଶିଅଲ ମିଡିଆ ରେ ବହୁତ ଏକଟିବ ରୁହନ୍ତି । ପ୍ରାୟତଃ ଏହି ନାମ ଲୋକ ଅନ୍ୟ ଲୋକଙ୍କ ଠାରୁ ସାହାଯ୍ୟ ନବା ପସନ୍ଦ କରନ୍ତି ନାହିଁ, ଅନ୍ୟ ଲୋକଙ୍କୁ ଦୁଃଖି କରନ୍ତି ନାହିଁ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । Related Posts ଗୃହରେ ବୁଢିଆଣୀ ଜାଲର ଅର୍ଥ କଣ ? ଶୁଭ ନା ଅଶୁଭ December 7, 2022 ଧନୁ ରାଶିର ବ୍ୟକ୍ତି ଆପଣଙ୍କ ପାଖରେ ଅଛନ୍ତି ତ ଏହାକୁ ଥରେ ନିହାତି ଦେଖନ୍ତୁ- Jyotisha Shastra December 7, 2022 December 7, 2022 ଭଗବାନ ଶିବଙ୍କ ବାପା ଏବଂ ମା କିଏ ଅଟନ୍ତି ? Shiva Purana December 7, 2022 Post navigation Previous Article ଏହା ହେଉଛନ୍ତି କଳିଯୁଗର ଦୁଇଟି ସବୁଠାରୁ ଭାଗ୍ୟଶାଳି ରାଶି, ୨୦୨୦ ଠାରୁ ୨୦୩୦ ପର୍ଯ୍ୟନ୍ତ ରହିବେ ଖୁବ ଚର୍ଚ୍ଚାରେ<eos>
2022-12-08T00:21:02Z
https://online80media.com/rebngs-nama-loka-jadi/
OSCAR-2301
<bos>ଆଡିଲେଡ୍‌: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଘଟିଛି ବଡ଼ ବିପର୍ଯ୍ୟୟ। ଆଶ୍ଚର୍ଯ୍ୟଜନକ ଭାବେ ନେଦରଲ୍ୟାଣ୍ଡସ୍ ଭଳି ଟିମ୍ ଠାରୁ ହାରି ବିଶ୍ୱକପ୍‌ରୁ ବିଦା ହୋଇଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ବିଦା ହେବା ପରେ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଯଦିଓ ଆଜି ଦଳ ତା’ର ଶେଷ ଗ୍ରୁପ୍ ମ୍ୟାଚ୍‌ରେ ଜିମ୍ବାୱେକୁ ଭେଟିବ। ଆହୁରି ପଢ଼ନ୍ତୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତ ଆସିବ ଅଷ୍ଟ୍ରେଲିଆ: ଘୋଷଣା… 20 hours ago ଆହତ ସତ୍ତ୍ୱେ ଲଢ଼ିଲେ ରୋହିତ, କିନ୍ତୁ ମ୍ୟାଚ୍‌ ସହ ସିରିଜ ଜିତିଲା… 2 days ago ଗ୍ରୁପ୍‌-୧ରୁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ସେମି ଫାଇନାଲରେ ପହଞ୍ଚି ସାରିଛନ୍ତି। ଗ୍ରୁପ୍‌-୨ରୁ ଭାରତ ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଏହି ଗ୍ରୁପ୍‌ରୁ ଆଉ କେଉଁ ଦଳ ସେମି ଫାଇନାଲକୁ ଯିବ, ତାହା ବାଂଲାଦେଶ ଓ ପାକିସ୍ତାନ ମଧ୍ୟସ୍ଥ ମ୍ୟାଚ୍ ପରେ ନିଶ୍ଚିତ ହୋଇଯିବ। କାରଣ ଗ୍ରୁପ୍‌-୨ରେ ଥିବା ବାଂଲାଦେଶ ଓ ପାକିସ୍ତାନ ୪ ପଏଣ୍ଟ ଲେଖାଏଁ ପାଇ ସମାନ ସ୍ତରରେ ରହିଛନ୍ତି। ଏହି ଦୁଇ ଟିମ୍ ଭିତରୁ ଯିଏ ଜିତିବ ସେ ସେମି ଫାଇନାଲକୁ ଯିବ। ଭାରତୀୟ ସମୟ ଅନୁସାରେ ରବିବାର ସକାଳ ସାଢ଼େ ୫ଟାରେ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡସ୍ ମଧ୍ୟସ୍ଥ ମ୍ୟାଚ୍ ହୋଇଥିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନେଦରଲ୍ୟାଣ୍ଡସ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ଅନ୍ୟପକ୍ଷରେ ଅପେକ୍ଷାକୃତ କମ୍ ଅନୁଭୂତି ଥିବା ନେଦରଲ୍ୟାଣ୍ଡସର ବୋଲରଙ୍କୁ ସମ୍ମୁଖୀନ ହୋଇପାରି ନଥିଲେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ମାନେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୫ ରନ୍ କରିବାକୁ ସମର୍ଥ ହୋଇଥିଲା। ଏହା ସହିତ ୧୩ ରନ୍‌ରେ ନେଦରଲ୍ୟାଣ୍ଡସ ଠାରୁ ହାରିଯାଇଥିଲା ଦକ୍ଷିଣ ଆଫ୍ରିକା।<eos>
2022-12-09T06:47:48Z
https://odishareporter.in/sports/cricket/south-africa-choke-in-front-of-a-spirited-netherlands-779339
OSCAR-2301
<bos>୭୯ ବର୍ଷରେ ସ୍ୱତନ୍ତ୍ର ଓଡ଼ିଶା: ଶାସ୍ତ୍ରୀୟ ଓଡ଼ିଆ ଓ କମ୍ପ୍ୟୁଟରରେ ଏହାର ବ୍ୟବ‌ହାର — The Centre for Internet and Society Accessibility Access to Knowledge Openness Internet Governance Telecom RAW Events News & Media Publications Open Data Open Access Open Standards Open Educational Resources GLAM ୭୯ ବର୍ଷରେ ସ୍ୱତନ୍ତ୍ର ଓଡ଼ିଶା: ଶାସ୍ତ୍ରୀୟ ଓଡ଼ିଆ ଓ କମ୍ପ୍ୟୁଟରରେ ଏହାର ବ୍ୟବ‌ହାର This article was published in online Odia magazine "The Amalekha". It covers a brief history of the book digitization initiates in Odia language, problems with access available content in ISCII standard, scope of Unicode content and Open Access, Odia Wikipedia's further use for public and contribution. ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ ଯାହା ସ୍ୱାଧୀନ ଭାରତରେ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ହେଲା । ତେବେ ଓଡ଼ିଆ ଭାଷା, ଯାହାକୁ ଭିତ୍ତି କରି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହେଲା ତାହା ନିକଟ ଅତୀତରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି ନିଜର ୨୦୦୦ ବର୍ଷରୁ ଅଧିକ ବର୍ଷର ଗୌରବଜ୍ଜଳ ଇତିହାସକୁ ଜଗତ ସମ୍ମୁଖରେ ଉନ୍ମୋଚିତ କରି । ତେବେ ଏ ମାନ୍ୟତା ଏକ ଭାଷାଭାଷୀ ମୂଳ ବାସିନ୍ଦାଙ୍କ ପାଇଁ କେବଳ ଗୋଟିଏ ବିଶେଷ ସୁଯୋଗ ଆଣିଦିଏ-ତାହା ହେଲା ଭାଷାର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କର ୫୦୦ କୋଟିର ଅନୁଦାନ ଯାହା ଭାଷାର ନାନାଦି ସାଧନ ନିର୍ମାଣରେ ସାହାଯ୍ୟ କରେ । ତେବେ ଏକ ଭାଷାର ବିକାଶରେ କେଉଁ କେଉଁ ସାଧନ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଏ ତାହା ଜାଣିବା ନିତାନ୍ତ ଜରୁରୀ । ଜଗତର ପ୍ରଥମ ପାଞ୍ଚଟି ସବୁଠାରୁ ଅଧିକ କ‌ଥିତ ଭାଷା: ମାଣ୍ଡାରିନ (ଚାଇନିଜ ଭାଷାଗୋଷ୍ଠୀ), ଇଂରାଜୀ, ହିନ୍ଦୁସ୍ଥାନୀ (ହିନ୍ଦୀ, ଉର୍ଦ୍ଦୁ ଆଦି ଭାଷାସମୂହ), ସ୍ପାନିସ ଓ ରୁସିଆନ‌ ଭାଷାମାନ‌ଙ୍କ ସ‌ହ ଓଡ଼ିଆକୁ ତୁଳନା କଲେ ଆମ ସାମନାରେ ଅନେକ ଅନାଲୋଚିତ ତ‌ଥ୍ୟ ଉନ୍ମୁକ୍ତ ହେବ । ଉପରଲିଖିତ ପାଞ୍ଚୋଟିଯାକ ଭାଷା ଭିତରୁ କେଉଁଟି ବି ମୂଳ ଭାଷା ନୁହେଁ, ଅର୍ଥାତ, ଏ ସବୁଯାକ ଭାଷା ଏକ ମୂଳ ଭାଷାରୁ ବାହାରି ଭିନ୍ନ ଭିନ୍ନ ଭାଷା ଦ୍ୱାରା ପ୍ରଭାବିତ ହୋଇ ଏକ ସ୍ୱତନ୍ତ୍ର ଭାଷା ରୂପେ ଆଧୁନିକ ଦୁନିଆରେ ଜଣାଶୁଣା । ଏମାନଙ୍କ ଭିତରୁ ସବୁଠାରୁ ପୁରାତନ ଭାଷା ମାଣ୍ଡାରିନ ଭାଷାସମୂହର ମୂଳ ତ‌ତ୍କାଳୀନ କଳିଙ୍ଗ ବା ସେମାନଙ୍କ ଉଚ୍ଚାରଣରେ "କ୍ଳିଙ୍ଗ" ଭାଷାର ଢାଞ୍ଚାରେ ନିର୍ମିତ ଯାହା ପ୍ରମାଣିତ କରେ ଆମ ସାଧବ ପୁଅମାନେ ଦୂରଦେଶକୁ କେବଳ ଆମର ପାଟଲୁଗା ଆଉ ମସଲା ନେଇଯାଇ ନଥିଲେ, ଆମର ଭାଷା, ଚଳଣି, ଧର୍ମର ଅନେକ ଧାରା ଦକ୍ଷିଣ-ପୂର୍ବ ଏସିଆକୁ ନେଇଯାଇଥିଲେ । ତେବେ ଅନେକ ଐତିହାସିକ ତ‌ଥ୍ୟ ଅଭିଲେଖର ଅଭାବରେ ପ୍ରମାଣିତ ହୋଇନ‌ପାରି ଇତିହାସ ଆଢ଼ୁଆଳରେ ରହିଯାଇଛି । ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଁ ବରିଷ୍ଠ ଭାଷାବିଦ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେଉଁ କମିଟି ଗଢ଼ାଯାଇଥିଲା ସେଥିରେ ପ୍ରମାଣସ୍ୱରୂପ କେତେକ ଅଭିଲେଖର ଉପସ୍ଥାପନା କରାଯାଇଛି । କିନ୍ତୁ ଖାରବେଳଙ୍କ ଦ୍ୱାରା ଖୋଦିତ ଖଣ୍ଡଗିରିର ହାତୀଗୁମ୍ଫା ଶିଳାଲେଖକୁ ବାଦ‌ଦେଲେ ଆଉ କିଛି ପୁରୁଣା ଲେଖ ମିଳିପାରିଲା ନାହିଁ । ତେବେ ଭାଷାଟିଏ ଜଣାଶୁଣା ହେବା ପାଇଁ ଯେ ଏହା ପୁରାତନ ହେବା ଜରୁରୀ ନୁହେଁ ତାହା ଓଡ଼ିଆ ସ‌ହିତ ପୃଥିବୀର ୫ଟି ଭାଷାକୁ ତୁଳନା କଲେ ସ୍ପଷ୍ଟ ଜଣାପଡ଼େ । ତେବେ କିଭଳି ଭାବେ ଭାଷା ବିଶ୍ୱସାରା ବ୍ୟାପେ, ଏହା ଚିନ୍ତା କରିବାର ବେଳ ଆସିଛି । ଭାଷାଟିଏ ସମୃଦ୍ଧ ହୁଏ ବ୍ୟବ‌ହାରରୁ । ଯେଉଁ ଭାଷା ସାଧାରଣ ଜୀବନ ସ‌ହ ଯେତେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ସେ ଭାଷା ସେତେ ଅଧିକ ପ୍ରବ‌ହ‌ମାନ । ଭାଷା ବ୍ୟାପେ ଲିଖନ ଓ ପଠନରୁ । ଜଗତର ସମସ୍ତ ଜଣାଶୁଣା ଭାଷାର ସାହିତ୍ୟ କେବଳ ସେହି ଭାଷାଭାଷୀ ଲୋକଙ୍କ ମଧ୍ୟରେ ସୀମିତ ନ‌ଥାଏ, ତାହା ଅନୁଦିତ ହୋଇ ବିଶ୍ୱସାହିତ୍ୟ ସମାଜରେ ପଠିତ ହୁଏ । ସରଳ ଭାଷାରେ କ‌ହିଲେ ଯେତେ ଓଡ଼ିଆ ସାହିତ୍ୟ, ଓଡ଼ିଶାର କ‌ଥା ବିଶ୍ୱର ବାକି ଭାଷାମାନଙ୍କରେ ଲିଖିତ ହେବ ଓଡ଼ିଆ ବିଶ୍ୱସ୍ତରରେ ସେତେ ପ୍ରସିଦ୍ଧି ଲାଭ କରିବ । ଭାଷାର ନିଅଁ ଦମ୍ଭିଲା ହୁଏ ସରକାରୀ ପ୍ରୋତ୍ସାହ‌ନରୁ । ଯେଉଁ ସମୟରେ ପଶ୍ଚିମ‌ବଙ୍ଗରେ ସରକାରୀଭାବେ ଇଂରାଜୀ ଶିକ୍ଷା, ଇଂରାଜୀରେ ସରକାରୀ ନ‌ଥିପ‌ତ୍ରରେ କାମ କରିବା ଉପରେ ଜୋର ଦିଆଯାଉଥିଲା ସେହି ଏକା ସମୟରେ ବଙ୍ଗଳାଦେଶରେ ବଙ୍ଗଳା ଭାଷାକୁ ସରକାରୀ କଳରେ ବାଧ୍ୟତାମୂଳକ କରି, ଶିକ୍ଷାଦୀକ୍ଷାର ମାଧ୍ୟମ କରିବା କ୍ଷେତ୍ରରେ ଆନ୍ଦୋଳନ ଚାଲିଥିଲା । ଏହି ଆନ୍ଦୋଳନରେ ପ୍ରାଣବଳି ଦେଇଥିଲେ ଅନେକ ଭାଷା ପ୍ରେମୀ ଯାହାଙ୍କ ସ୍ମୃତିରେ ଇଉନେସ୍କୋ ଫେବ୍ରୁଆରି ୧୫କୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରେ । ଯେଉଁ ଭାଷା ଯେତେ ସ‌ହଜରେ ଅଧିକ ଲୋକଙ୍କ ପାଖରେ ପ‌ହ‌ଞ୍ଚିପାରେ ସେ ଭାଷା ସେତେ ଅଧିକ ପଠିତ ହୁଏ । ଏ ତିନୋଟି ମୁଖ୍ୟ ପଦଃକ୍ଷେପ ଭିତରୁ ଜଣେ ସାଧାରଣ ପାଠକ ଓ ଲେଖକର ହାତରେ ପ୍ରଥମ ଓ ତୃତୀୟଟି ସମ୍ପୂର୍ଣ୍ଣ ଭାବେ ର‌ହିଛି । ଓଡ଼ିଆ ଭାଷାରେ ଅଧିକ ବ‌ହିପ‌ତ୍ର ପଢ଼ିବା, ତାହାକୁ ଅନ୍ୟଭାଷାରେ ଅନୁବାଦ କରିବା, ନିଜ ଅଞ୍ଚଳର, ଗୋଷ୍ଠୀର ଅନେକ ନିଆରା ପରମ୍ପରା, ଲୋକସାହିତ୍ୟକୁ ବିଶ୍ୱର ବାକି ଭାଷାରେ ଲେଖି ଜ୍ଞାନର ବିତରଣ କରିବା ଦ୍ୱାରା ଅନେକ ଅନାଲୋଚିତ ବିଷୟବସ୍ତୁ ଉପରେ ପାଠକର ଆଗ୍ରହ ବଢ଼େ । ଏହା ପରୋକ୍ଷରେ ସାହିତ୍ୟ, ଭାଷା, ପରମ୍ପରା ଓ ପର୍ଯ୍ୟଟନର ବିକାଶର ପ‌ଥ ପ୍ରସାରଣ କରେ । ଭାବନ୍ତୁ, ଯଦି ଭାଷାଟିଏକୁ ଛିଡ଼ା କରାଇବା ପାଇଁ ଆନ୍ଦୋଳନ କରୁଥିବା ଯୁବଗୋଷ୍ଠୀଙ୍କ ଭିତରୁ ଇଂରାଜୀରେ ବଙ୍ଗର ଜନ‌ଜୀବନ ଉପରେ ଲେଖିବା ପାଇଁ ରବୀନ୍ଦ୍ରନାଥଟିଏ ବାହାରି ନ‌ଥାନ୍ତା ତାହେଲେ ଆଜି ବଙ୍ଗଳା ଭାଷା ବିଶ୍ୱର ସ‌ପ୍ତମ କ‌ଥିତ ଭାଷା ଭାବେ ପରିଗଣିତ ହୋଇଥାନ୍ତା କି? ପୁରୁଣା ବ‌ହିର ଅଭିଲେଖ: ୧୮୧୧ ରୁ ଆରମ୍ଭ କରି ୧୯୫୦ ମସିହା ମଧ୍ୟରେ ପ୍ରକାଶିତ ଅନେକ ଓଡ଼ିଆ ବ‌ହି ପୁରୁଣା କାଗଜ, ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହେଇଯାଉଥିବା ଲକ୍ଷ କରି ଭୁବନେଶ୍ୱରର ସୃଜନିକା ଦ୍ୱାରା ସେସବୁ ବ‌ହିର ଡିଜିଟାଲ ସଂସ୍କରଣ ତିଆରି କାମ କିଛି ବର୍ଷ ତଳେ ଆରମ୍ଭ ହୋଇଥିଲା । ଏଯାବତ ପାଖାପାଖି ୭୪୦ ଖଣ୍ଡ ଓଡ଼ିଆ ବ‌ହି, ପ‌ତ୍ରପ‌ତ୍ରିକା ଆଦି ଡିଜିଟାଲ ରୂପରେ ଉପଲବ୍ଧ ଯାହା ଓଡ଼ିଆ ଭାଷାର ଇତିହାସରେ ଏଯାବତ ସର୍ବାଧିକ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକନେଲୋଜି (NIT), ରାଉରକେଲା ସ‌ହ‌ଯୋଗରେ ସୃଜନିକା ବ‌ହିସବୁକୁ ସ୍କାନ କରି ପରେ ସ୍ୱେଚ୍ଛାସେବୀମାନଙ୍କ ସ‌ହାୟତାରେ ପିଡ଼ିଏଫ ଫର୍ମାଟରେ ଏହି ବ‌ହି ଓ ପାଣ୍ଡୁଲିପି ଆଦିର ଡିଜିଟାଲ ଅଭିଲେଖ ତିଆରି କରିଛନ୍ତି । ଅଧୁନା oaob.nitrkl.ac.in ରେ ୨୪୦ ଖଣ୍ଡ ବ‌ହି ଡାଉନଲୋଡ଼ ପାଇଁ ଖୋଲାରେ ବିତରଣ ହେଉଥିବା ବେଳେ ବାକି ବ‌ହି ସୃଜନିକା ଦ୍ୱାରା ସିଡ଼ି/ଡିଭିଡ଼ି/ପେନ‌ଡ୍ରାଇଭରେ ମିଳୁଛି । ଏହି ବ‌ହି ଭିତରେ ରହିଛି ସମ୍ପୂର୍ଣ୍ଣ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ୧୮୧୧ରୁ ୧୯୪୨ ଭିତରେ ସଂକଳିତ ପାଖାପାଖି ୨୬ ଗୋଟି ଅଭିଧାନ, ୧୮୫୦ରୁ ୧୯୫୦ ଭିତରର ୧୦୦ ବର୍ଷରେ ଛପାଯାଇଥିବା ଅନେକ ବିଜ୍ଞାନ, ସାହିତ୍ୟ, ଇତିହାସ ଓ ଗବେଷଣାଧର୍ମୀ ବ‌ହି । ୬୧ଟି ପ‌ତ୍ରିକା ଓ ୧୪ଟି ତ‌ତ୍କାଳୀନ ଖବରକାଗଜରୁ ପାଖାପାଖି ୧,୨୦,୦୦୦ ପୃଷ୍ଠା ଡିଜିଟାଲ ମାଧ୍ୟମରେ ସଂରକ୍ଷିତ କରାଯାଇପାରିଛି । ନିକଟ ଅତୀତରେ ସଂସ୍କୃତି ବିଭାଗ ତରଫରୁ ପୁରାତନ ଅନେକ ଓଡ଼ିଆ ବ‌ହିର ଡିଜିଟାଲ ସଂସ୍କରଣ ଆରମ୍ଭ କରାଯାଇଛି । ତେବେ କି କି ବ‌ହିର ଡିଜିଟାଲ ରୂପ ସରକାରଙ୍କ ତରଫରୁ କରାଯାଉଛି ତାହା ଅଗୋଚରରେ ରହିଛି । ୨୦୦୪ ପରଠାରୁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ଉତ୍କଳ ପ୍ରସଙ୍ଗ (ଓଡ଼ିଆରେ) ଓ Orissa Review (ଇଂରାଜୀରେ) http://orissa.gov.in/e-magazine/utkalprasanga/utkalprasanga.htm ୱେବସାଇଟରେ ଉପଲବ୍ଧ ଯେଉଁଥିରେ ଓଡ଼ିଶା ସମ୍ବନ୍ଧିତ ଅନେକ ଗବେଷଣା ସମ୍ବଳିତ ରଚନା ସ୍ଥାନ ପାଇଛି । orissabigyanacademy.nic.in ୱେବସାଇଟରେ ଅନେକ ଉପାଦେୟ ଓଡ଼ିଆ ବିଜ୍ଞାନ ଲେଖା, ବିଶେଷ କରି ବିଜ୍ଞାନ ଦିଗନ୍ତ ପ‌ତ୍ରିକାର ସଂଖ୍ୟାସବୁ ଉପଲବ୍ଧ ଯାହା ପଢ଼ାଯାଇପାରିବ । ପ୍ରମୁଖ ଓଡ଼ିଆ ଖବରକାଗଜ ଓ ପ‌ତ୍ରପ‌ତ୍ରିକାମାନଙ୍କର ୱେବସାଇଟରେ ଖବର ଓ ଲେଖାସବୁ ରହିଛି ଯାହା ଭିତରୁ କିଛି ଆର୍କାଇଭ ହୋଇଛି ଆଉ କିଛି ହୋଇନାହିଁ । ତେବେ ଉପରେ ବର୍ଣ୍ଣିତ ସମସ୍ତ ବ‌ହି କେବଳ ପଢ଼ିହେବ । ତାହା ନାଁ ଇଣ୍ଟରନେଟରେ ଓଡ଼ିଆରେ ଟାଇପ କରି ଖୋଜିହେବ ନାଁ ଲେଖାକୁ ପୁନ‌ବ୍ୟବ‌ହାର କରିହେବ । ଓଡ଼ିଆରେ କମ୍ପ୍ୟୁଟରରେ ଟାଇପ କରିବା: ଓଡ଼ିଆ ଭାଷାରେ ପ୍ରଥମ ଛାପାକଳରୁ ଛପା ହେବା ପରଠାରୁ ଆଜିଯାଏ ହୁଏତ ଅସଂଖ୍ୟ ବ‌ହି ଛପାଯାଇଥିବ । ତେବେ ସେସବୁକୁ ଖୋଜିବସିଲେ ସ‌ହଜରେ ମିଳିବ କି? ଏଠାରେ ଆଉ ଏକ ବିରାଟ ଛିଡ଼ାହୁଏ ଆମ ଆଗରେ, ଯାହା ହେଲା ସ‌ହଜଲବ୍ଧ ଅଭିଲେଖ ବା ଆର୍କାଇଭ । ଯଦି ମୋତେ ଗୀତଗୋବିନ୍ଦ କାବ୍ୟର ଏକ ପଙ୍‌କ୍ତି ପଢ଼ିବାର ଅଛି ତାହେଲେ ମୁଁ ଜୟଦେବଙ୍କ ଲିଖିତ ବିରଳ ତାଳପ‌ତ୍ର ପୋଥିଟି ଖୋଜିବି କି? ମୁଁ ପ୍ରଥମେ ଇଣ୍ଟରନେଟରେ ଖୋଜିବସିବି ଲାଇବ୍ରେରି ଯିବା ଆଗରୁ । ଆଧୁନିକ ଯୁଗରେ ମଣିଷର ବ‌ହି ସ‌ହ ସମ୍ବନ୍ଧ ଯେତେ ଘୁଞ୍ଚି ଘୁଞ୍ଚି ଯାଉଛି ଇଣ୍ଟରନେଟ ଉପରେ ନିର୍ଭରଶୀଳତା ସେତେ ବଢ଼ି ବଢ଼ି ଯାଉଛି । ତେବେ ନୂତନ-ପୁରାତନ ବ‌ହିର ସବୁ ପାଠ ଯଦି ସ‌ହଜରେ ମିଳିପାରନ୍ତା ତେବେ ପାଠକଟିଏ ଯେତେବେଳେ ଯାହା ଚାହିଁବ ତାହା ପଢ଼ିପାରିବ । ଯେଉଁ ଭାଷାରେ ଏ ସାଧନ ଯେତେ ଅଧିକ ସେ ଭାଷା ପାଠକ ତିଆରି କରିବାରେ ସେତେ ସଫଳ । ଏ ବିଷୟରେ ଭାବିଲେ ଆମ ମନରେ ଯେଉଁ ପ୍ରଥମ ଭାଷାଟି ଉଙ୍କିମାରେ ତାହା ହେଲା ଇଂରାଜୀ । ଆମେ ଓଡ଼ିଆ ବା ଓଡ଼ିଶା ବିଷୟରେ ଇଣ୍ଟରନେଟରେ କିଛି ଖୋଜିବା ବେଳେ ଯାହା ଗୁଗଲରେ ଟାଇପ କରୁ ସେ ବି ହେଉଛି ଇଂରାଜୀ ଭାଷା । ତେବେ ଓଡ଼ିଆରେ ଟାଇପ କରି ଓଡ଼ିଆରେ ପଢ଼ିବାରେ ଓ ଲେଖିବାରେ ବାଟ ବି ଖୋଲିଛି ତାହା ଉଣା ଅଧିକେ ଅନେକେ ଜାଣି ନ‌ଥିବେ । ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ପ୍ରାୟ ସମସ୍ତ ଭାଷା କମ୍ପ୍ୟୁଟରରରେ ବ୍ୟବ‌ହାରଯୋଗ୍ୟ । ଓଡ଼ିଶାରେ ଆଜିର ସମୟରେ ଅଧିକାଂଶ ବ୍ୟବ‌ହାରକାରୀ ମାଇକ୍ରୋସଫ୍ଟ ଉଇଣ୍ଡୋଜର ଅପରେଟିଙ୍ଗ ସିଷ୍ଟମ ବ୍ୟବ‌ହାର କରିଥାନ୍ତି । ଉଇଣ୍ଡୋଜ ଭିସ୍ତା ନାମକ ଅପରେଟିଙ୍ଗ ସିଷ୍ଟମର ସସ୍କରଣ ଆସିବା ଯାଏଁ ଓଡ଼ିଆରେ କମ୍ପ୍ୟୁଟରରେ ଲେଖାପଢ଼ା ସମ୍ପୁର୍ଣ୍ଣ ଭାବେ ସମ୍ଭବ ହୋଇପାରୁନ‌ଥଲା । ତେବେ ଭିସ୍ତା ପରଠାରୁ ଏହି ଅସୁବିଧା ଆପାତ‌ତଃ ଦୂର ହେଲା । ଆଜିର ସମୟରେ ବିଭିନ୍ନ ଅପରେଟିଙ୍ଗ ସିଷ୍ଟମ ଯଥା: ମାଇକ୍ରୋସଫ୍ଟ ଉଇଣ୍ଡୋଜ, ଲିନ‌କ୍ସ ଓ ଆପଲ ମ୍ୟାକ ଆଦିରେ ଓଡ଼ିଆରେ ପଢ଼ିବା ଓ ଲେଖିବାରେ ବିଶେଷ କିଛି ଅସୁବିଧା ପ୍ରାୟ ନାହିଁ । କିନ୍ତୁ ଯଦି ଓଡ଼ିଆ ଅକ୍ଷର ଚିହ୍ନୁଥିବା ଯେକୌଣସି କମ୍ପ୍ୟୁଟର ବ୍ୟବ‌ହାରକାରୀକୁ କେହି ପଚାରନ୍ତି ଓଡ଼ିଆରେ କିଛି ଟାଇପ କରି ଲେଖିବା ନିମନ୍ତେ, ୧୦୦ରୁ ଜଣେ କି ଦୁଇଜଣ ନିଜର କ୍ଷମତା ପ୍ରକାଶ କରିବେ କି ସେ ସନ୍ଦେହର କ‌ଥା । ଏହାର ମୂଳ କାରଣ ହେଲା ସ୍କ୍ୁଲ, କଲେଜ ପଢ଼ାରେ ଓଡ଼ିଆରେ ଟାଇପିଙ୍ଗ କରିବା କ୍ଷେତ୍ରରେ କିଛି ତାଲିମ ଛାତ୍ରଛାତ୍ରୀମାନେ ପାଇନ‌ଥାନ୍ତି । ଓଡ଼ିଆରେ ଯେ ଲେଖିହେବ ଓ କମ୍ପ୍ୟୁଟରରେ ଏହାକୁ ଇଂରାଜୀ ଭଳି ସ‌ହଜରେ ବ୍ୟବ‌ହାର କରିହେବ ଏହା ଅନେକ‌ଙ୍କୁ ଆକାଶ କଇଆଁ ଭଳି ଲାଗିବ । ତେବେ ଏହା ଶତକଡ଼ା ଶହେ ସମ୍ବବ । ତେବେ ଓଡ଼ିଆରେ ଟାଇପ କରି ଲେଖିବାରେ ଯେଉଁ ମୂଳ ପ୍ରତିବନ୍ଧକଟି ଅଛି ତାହା ହେଲେ ନାନାଦି ଅନ୍ଧବିଶ୍ୱାସ । କେବଳ ବିରାଡ଼ିକୁ ଦେଖି ପଛକୁ ଗାଡ଼ି ନେବା ଅନ୍ଧବିଶ୍ୱାସ ନୁହେଁ, ଭାଷାଶିକ୍ଷଣ କ୍ଷେତ୍ରରେ ମଧ୍ୟ ଅନେକ ନ‌କଲି ଅନ୍ଧବିଶ୍ୱାସ ଅଛି । ତା ଭିତରୁ ପ୍ରଥମଟି ହେଲା ଅନେକେ କମ୍ପ୍ୟୁଟରରେ ଓଡ଼ିଆରେ ଲେଖିବା କ‌ଥା ଆସିଲେ ଭାବି ବସନ୍ତି ଛାପାଖାନାରେ ଛପା ହେଉଥିବା ବ‌ହି ବାବଦରେ । ଆଜି ଡିଜିଟାଲ ପ୍ରକାଶନ (ଡିଟିପି)ର ବ‌ହୁଳତା ଆଗକାଳର ବିଶାଳକାୟ ଛାପାକଳ ସବୁକୁ ଅତୀତକୁ ଠେଲିଦେଇଛି । କିନ୍ତୁ ଆଜି ବି ଆମର ଛପା ପାଇଁ ବ୍ୟବ‌ହାର ହେଉଥିବା ସଫ୍ଟ୍ୱାରଠୁ ଆରମ୍ଭ କରି ଲେଖାରେ ବ୍ୟବ‌ହାର ହେଉଥିବା ଫଣ୍ଟ ବା କମ୍ପ୍ୟୁଟରର ଅକ୍ଷରସଜାଣି ମାନ‌ଧାତା ଅମଳର । ନ‌ବେ ଦଶକର ଶେଷ ଆଡ଼କୁ ଯେଉଁ ISCII (Indian Script Code for Information Interchange) ନାମକ ମାନ‌କର ଆରମ୍ଭ ହୋଇଥିଲା କିଛି ବର୍ଷ ପରେ ଇଉନିକୋଡ଼ ନାମକ ନୂଆ ମାନ‌କ ତାକୁ ଆଜି ବି ଦୂରେଇପାରିନାହିଁ । ଫଳତଃ ଆଜିଯାଏ ଓଡ଼ିଆରେ ଡିଟିପି କରାଯାଇଥିବା ପାଖାପାଖି ସମସ୍ତ ଲେଖା ଇଣ୍ଟରନେଟରେ ନା ଖୋଜିହେବ ନା ଆଉ କାହା ସଙ୍ଗେ ବାଣ୍ଟି କରିହେବ । କେଇ ଦଶନ୍ଧି ତଳେ ଆପଣଙ୍କ କମ୍ପ୍ୟୁଟରରେ ଓଡ଼ିଆ ଫଣ୍ଟ ନ ଥିଲେ ଓଡ଼ିଆ ଅକ୍ଷର ବଦଳରେ ଯେଉଁ ଚାରିକୋଣିଆ ଘର ଦେଖିବାକୁ ମିଳୁଥିଲା ଓଡ଼ିଆ ଡିଟିପିରେ ଆଜି ବି ଯେଉଁ ଫଣ୍ଟ ବ୍ୟବ‌ହାର ହେଉଛି ସେ ସେଇ ଏକା ଫଳ ଦେବ । ଭାଷାର ବିକାଶରେ ଆଧୁନିକ ଜ୍ଞାନ‌କୌଶଳ ବିଶେଷ ଜରୁରୀ ଯାହା ଗତାନୁଗତିକ ଏହି ପ୍ରଚଳିତ ଟାଇପିଙ୍ଗକୁ ଦୂରକୁ ଫିଙ୍ଗିଦେବାକୁ ପଡ଼ିବ। ଦୁଃଖର ବିଷୟ ଆମର ପ୍ରାୟ ସମସ୍ତ ଖବରକାଗଜଙ୍କର ପ୍ରକାଶନ ଏହି ସବୁ ISCII ଫଣ୍ଟରେ ଲେଖାହୋଇଥିବାରୁ ସେସବୁ ଇଣ୍ଟରନେଟରେ ଖୋଜାଯାଇପାରିବ ନାହିଁ । ଇଉନିକୋଡ଼ ମାଧ୍ୟମ (Unicode standards): ଇଉନିକୋଡ଼ ଏକ ଆନ୍ତର୍ଜାତୀକ ମାନ‌କ ଯାହା ଏକ ଭାଷାକୁ ଅନ୍ୟ ଭାଷାର ସମକକ୍ଷ କରାଇଥାଏ ଓ ଏହା ସଙ୍ଗେ ସଙ୍ଗେ ଏଥିରେ ଲେଖାଥିବା ଲେଖାକୁ ଇଣ୍ଟରନେଟରେ ସ‌ହଜରେ ଖୋଜିହୁଏ, କପି କରି ବାକିମାନଙ୍କ ସ‌ହ ବିତରଣ କରିହୁଏ ଆଉ ସବୁଠାରୁ ବଡ଼ କ‌ଥା ହେଲା ଏହା ପାଇଁ କୌଣସି ଫଣ୍ଟ ଇନଷ୍ଟଲ କରିବାକୁ ପଡ଼େନାହିଁ । ଓଡ଼ିଆରେ ବି ଇଉନିକୋଡ଼ର ବିକାଶ ହୋଇଛି । ହେଲେ ଆମର ଖବରକାଗଜ ସମେତ ବାକି ସମସ୍ତ ଛାପାଖାନା ଆଜିଯାଏ ପୁରୁଣା ISCII ମାନ‌କରେ କରା‌ଯାଏ । ତେବେ ଛାପାଖାନାସବୁ ଯେ ଇଉନିକୋଡ଼ର ଉପ‌ଯୋଗୀତା ବୁଝିନାହାନ୍ତି ବା ଆବଶ୍ୟକ‌ତା ଅନୁଭବ କରିନାହାନ୍ତି କିମ୍ବା ନିଜର ଗତାନୁଗତିକ ଧାରାରୁ ବାହାରି କିଛି ଅଲଗା କରିବାକୁ ଇଚ୍ଛୁକ ନୁହ‌ଁନ୍ତି ତାହା ନୁହେଁ, କିନ୍ତୁ ନୂଆ କିଛି ବ୍ୟବ‌ହାର କରିବାକୁ ପଛଘୁଞ୍ଚା ଦେଉଛନ୍ତି । କିଛି ମାସ ତଳେ ସ୍କାଇବସ (Scribus) ସଫ୍ଟ୍ୱାର ବ୍ୟବ‌ହାର କରି ତେଲୁଗୁ ଖବରକାଗଜ "ପ୍ରଜାଶକ୍ତି" ଇଉନିକୋଡ଼ ଫଣ୍ଟରେ ଖବରକାଗଜ ଛପାଇ ଇତିହାସ ତିଆରି କଲା । ଓଡ଼ିଆରେ ବି ଏହା ଅସମ୍ଭବ ନୁହେଁ । ତେବେ ଆମ ପାଖରେ ଉପଲବ୍ଧ ଥିବା ବ‌ହିଗୁଡ଼ିକ ଯେତେବେଳ ଯାଏଁ ଇଣ୍ଟରନେଟରେ ଉପଲବ୍ଧ ନ କରାଯାଇଛି ସେଯାଏଁ କେହି ସେସବୁକୁ ଲାଇବ୍ରେରି ନ ଯାଇ ପଢ଼ିପାରିବେ ନାହିଁ । ଆଜିର ତାରିଖରେ ୨୫-୩୦ ବର୍ଷ ବୟସରୁ କମ ପ୍ରାୟ ଓଡ଼ିଆ ହୁଏତ ଓଡ଼ିଆ ଅକ୍ଷର ଚିହ୍ନିବାକୁ ବି ହୁଡ଼ିବେ । ଭାଷା କେବଳ ଗପ-କବିତା ରଚନା ଓ ଉପାଧୀ-ସମ୍ମାନ ପ୍ରଦାନରେ ସମୃଦ୍ଧ ହୁଏ ନାହିଁ । ଯଦି ଆମ ଭାଷାର ବଡ଼ବଡ଼ୁଆମାନେ ଭାଷାକୁ ସାଧାରଣ ଜୀବନରେ ବ୍ୟବ‌ହାର ନ କରିଥାନ୍ତେ ତାହେଲେ ଆମେ ଆଜି ନିଜକୁ ଭାଷା ଭିତ୍ତିରେ ଏକ ରାଜ୍ୟ ଭାବରେ ପରିଚୟ ଦେଉନ‌ଥାନ୍ତୁ । ଆଉ ମଧୁବାବୁ-ଫକୀରମୋହ‌ନ-ଗଙ୍ଗାଧର-ରାଧାନାଥ ପ୍ରମୁଖ ନିଜ ସମୟଠାରୁ ଯଥେଷ୍ଟ ଆଗରେ ଚାଲୁଥିଲେ । ସେମାନଙ୍କ ଲେଖା ଆଜି ମାନ‌କ ଲେଖାର ମୂଳଦୁଆ ଗଢ଼ିଛି । ଆଜି ଆମେ ଯଦି ଆମ ସମୟର ସମତାଳରେ ନ ଚାଲି ଅପ୍ରଚଳିତ ଟେକନୋଲୋଜିକୁ ଆପଣାଇ ପୃଷ୍ଠା ପରେ ପୃଷ୍ଠା ରଚନା କରିଚାଲିବା ତାହା ଭବିଷ୍ୟତର ପିଢ଼ି ନିମନ୍ତେ ଉପଯୋଗୀ ହେବ ତ? ଆମେ ସମସ୍ତେ ଯଦି ଆମ ଚାରିପାଖର ଘଟଣାବଳୀକୁ ଟିକେ ନିରେଖି ଦେଖିବା ତାହେଲେ ଅନେକ ବିଷୟ ଫର୍ଚା ହୋଇ‌ ଦିଶିବ । ସମ‌ଭାବରେ ଦେଖିଲେ ଯେତେବେଳେ ଭାଷାର ପାଠକ ସଂଖ୍ୟା କମି କମି ଯାଉଛି ସେତେବେଳେ ଆଉ କିଛି ବ‌ହି ଛପାଇ, କିଛି କମିଟି ତିଆରି କରିବା ଠାରୁ ସ୍କୁଲ, କଲେଜ ସ୍ତରରେ ଓଡ଼ିଆ ଶିକ୍ଷାକୁ ସମ୍ପୂର୍ଣ୍ଣ ବାଧ୍ୟତାମୂଳକ କରି ପିଲାଙ୍କୁ କମ୍ପ୍ୟୁଟର, ମଜା ମଜା ଖେଳ ଆଦି ମାଧ୍ୟମରେ ଓଡ଼ିଆ ଶିକ୍ଷା ଦେବା ନିତାନ୍ତ ଜରୁରୀ । ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ଯେଉଁ ୫୦୦ କୋଟି ଅର୍ଥ ଭାଷାର ବିକାଶରେ ଖର୍ଚ୍ଚ ହେବା ନିମନ୍ତେ ଯୋଜନା ହେଉଛି ଏଥିରେ ଓଡ଼ିଆରେ କମ୍ପ୍ୟୁଟର ଓ ଇଣ୍ଟରନେଟ ମାଧ୍ୟମରେ ଶିକ୍ଷାଦାନ ଏକ ମୁଖ୍ୟ ପଦଃକ୍ଷେପ ହେବା ଉଚିତ । ଆମ ଭାଷାରେ ଏଯାବତ ଲେଖାଯାଇଥିବା ଅନେକ ପୋଥିପୁସ୍ତକ ଅଭିଲେଖାଗାରରେ ଧୀରେ ଧୀରେ କୀଟଙ୍କ ଦାଉରୁ ନଷ୍ଟ ହୋଇଯାଉଛି । ସେସବୁକୁ ସ୍କାନ କରି ଇଣ୍ଟରନେଟରେ ମାଗଣାରେ ଉପଲବ୍ଧ କରାଇଲେ ତାହା ଅନେକଙ୍କ ଜ୍ଞାନ ପିପାସା ମେଣ୍ଟାଇବ । ଓଡ଼ିଶାରେ ଓଡ଼ିଆ ଭାଷାରେ ଲେଖାଥିବା ପୃଥିବୀର ସର୍ବାଧିକ ତାଳପ‌ତ୍ର ପୋଥି ଅଛି (ଯାହା ୨୦,୦୦୦ ରୁ ଅଧିକ) । ଏଥିରେ ଅନେକ ମୁଖ୍ୟତଃ ରାଜ୍ୟ ସଂଗ୍ରହାଳୟରେ ରଖା‌ଯାଇଛି ଆଉ କିଛି ବ୍ୟକ୍ତିଗତ ମାଲିକାନାରେ ରହିଛି । ଏହି ସବୁ ପୋଥିର ଲେଖାକୁ ମଧ୍ୟ ସର୍ବସାଧାରଣରେ ଉନ୍ମୋଚନ କରିବାର ମାନସିକ ପରିବର୍ତ୍ତନର ଆବଶ୍ୟକ‌ତା ରହିଛି । ଓଡ଼ିଆ ଉଇକିପିଡ଼ିଆ: କପିରାଇଟ ନ‌ଥିବା ଏକ ଜ୍ଞାନ‌କୋଷ, ଯହିଁରେ ସମସ୍ତେ ଲେଖିପାରିବେ ଏକ ଭାଷାର ଚଳନ୍ତି ଇତିହାସ ହେଲା ଜ୍ଞାନ‌କୋଷ ବା ଏନସାଇକ୍ଲୋପିଡ଼ିଆ ଯେଉଁଥିରେ ଜଗତର ସମସ୍ତ ଜ୍ଞାନ ସାଇତାହୋଇ ରହିଥାଏ । ଗୋପାଳ ପ୍ରହରାଜ ଓ ବିନୋଦ କାନୁନ‌ଗୋଙ୍କ ପରେ ବିଶେଷ କିଛି ଉଦ୍ୟମ ଓଡ଼ିଆରେ ଜ୍ଞାନ‌କୋଷ ଲିଖନ ପାଇଁ ହୋଇପାରିନ‌ଥିଲା । ଆଧୁନିକ ପାଠକଙ୍କ ଇଣ୍ଟରନେଟର ଜ୍ଞାନ ଆହରଣର ଭବିଷ୍ୟତକୁ ଆଖିରେ ରଖି ଓଡ଼ିଆ ଉଇକିପିଡ଼ିଆ ଆରମ୍ଭ ହୋଇଥିଲା ୨୦୦୨ରେ ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବରେ । ଓଡ଼ିଆ ଉଇକିପିଡ଼ିଆ ଇଣ୍ଟରନେଟରେ or.wikipedia.org ରେ ଉପଲବ୍ଧ । ଧରାବନ୍ଧା ହାତଗଣତି ସଂକଳକଙ୍କ ଦ୍ୱାରା ଏହାର ସମ୍ପାଦନା ନ କରି ଏଥିରେ ସମସ୍ତ ଜନସାଧାରଣଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ । ଏଯାବତ ୫୩୦୦ରୁ ଅଧିକ ପ୍ରସଙ୍ଗ ଏଥିରେ ଲେଖାହୋଇସାରିଛି । ତେବେ ଅଧିକ ଉତ୍ସାହୀ ଲେଖକଙ୍କ ଯୋଗଦାନରେ ଏହି ଭଳି ସାମୁହିକ ଉଦ୍ୟମ ଫଳବତୀ ହୋଇପାରିବ। ପାଠକ, ସାହିତ୍ୟାନୁରାଗୀ, ଭାଷା ଗବେଷକ, ଭାଷାର କମ୍ପ୍ୟୁଟରରେ ବିକାଶ କରୁଥିବା ବିଜ୍ଞାନୀ ଏକ ମଞ୍ଚରେ ଆଲୋଚନା କରି ଭାଷାର ବିଭିନ୍ନ ସାଧନ ନିର୍ଣ୍ଣୟ କରିପାରିଲେ ଓଡ଼ିଆର ଶାସ୍ତ୍ରୀୟ ଭାଷା ମାନ୍ୟତା ସଫଳ ହେବ । ଯୁବଶକ୍ତିକୁ ବିନିଯୋଗ କରି ଭାଷାର ବିକାଶରେ ମୁଖ୍ୟ ସମସ୍ୟାଗୁଡ଼ିକର ସମାଧାନ କରା‌ଯାଇପାରିବ । ପାଠକର ଆବଶ୍ୟକ‌ତା ଜାଣି ପାଠର ମାଧ୍ୟମ ବଦଳାଇପାରିଲେ ଓଡ଼ିଆ ଭାଷା ନିଶ୍ଚିତ ଜଗତର ଅନ୍ୟାନ୍ୟ ଜଣାଶୁଣା ଭାଷା ଭିତରୁ ଏକ ହେବ । ଅଧିକ ପଠନ: ୧. ପୁରୁଣା ଓଡ଼ିଆ ବ‌ହି ଡିଜିଟାଲ ରୂପରେ: oaob.nitrkl.ac.in ୨. ଓଡ଼ିଆ ଉଇକିପିଡ଼ିଆ, ଏକ ଖୋଲା ଜ୍ଞାନ‌କୋଷ: or.wikipedia.org ୩. ଓଡ଼ିଆରେ ଟାଇପ କରିବା ଉପରେ ଶିକ୍ଷଣ: or.wikipedia.org/wiki/Help:Typing ୪. ଓଡ଼ିଆରେ ଲେଖିବା ପାଇଁ ସାଧନ (ମାଇକ୍ରୋସଫ୍ଟ ଉଇଣ୍ଡୋଜ ବ୍ୟବ‌ହାରକାରୀଙ୍କ ନିମନ୍ତେ): bhashaindia.com/ilit/Oriya.aspx ୫. ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷ: http://dsal.uchicago.edu/dictionaries/praharaj (ଡାଉନଲୋଡ଼ ନିମନ୍ତେ bitly.com/bhashakosha ଦେଖନ୍ତୁ) ଲେଖକ ପରିଚୟ: ଶୁଭାଶିଷ ପାଣିଗ୍ରାହୀ ଓଡ଼ିଆ ତ‌ଥା ଅନ୍ୟାନ୍ୟ ଭାରତୀୟ ଭାଷାର ଇଣ୍ଟରନେଟରେ ବ୍ୟବ‌ହାର ଉପରେ କାମକରୁଥିବା ଜଣେ ଗବେଷକ । ସେ ଅଧୁନା ବେଙ୍ଗାଳୁରୁସ୍ଥିତ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକସେସ-ଟୁ-ନଲେଜ ପ୍ରୋଗ୍ରାମର ପ୍ରୋଗ୍ରାମ ଅଫିସର ଭାବେ କାର୍ଯ୍ୟରତ । ଓଡ଼ିଶାରେ କିଟ ବିଶ୍ୱବିଦ୍ୟାଳୟ, କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ), ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ (IIMC) ଆଦି ଅନେକ ଶିକ୍ଷାନୁଷ୍ଠାନରେ ସେ କରି ଉଇକିପିଡ଼ିଆ ମାଧ୍ୟମରେ ଶିକ୍ଷାର ବିକାଶ ନିମନ୍ତେ ଗବେଷଣା କରୁଛନ୍ତି । ଭାରତ ଓ ବିଦେଶରେ ସେ ଇଣ୍ଟରନେଟରେ ଭାରତୀୟ ଭାଷାର ବିକାଶ ଉପରେ ଅନେକ କର୍ମଶାଳା ଓ ଆଲୋଚନାଚକ୍ରରେ ଭାଗ ନେଇ ଇଣ୍ଟରନେଟରେ ଭାଷାର ଆବଶ୍ୟକ‌ତା ଉପରେ ଆଲୋଚନା କରିଛନ୍ତି । [email protected] ରେ ତାଙ୍କ ସ‌ହ ଇ-ମେଲରେ ଯୋଗାଯୋଗ କରିପାରିବେ । Read the article published in Amalekha here Filed under: Access to Knowledge, Wikimedia, Wikipedia, Odia Wikipedia, Openness The views and opinions expressed on this page are those of their individual authors. Unless the opposite is explicitly stated, or unless the opposite may be reasonably inferred, CIS does not subscribe to these views and opinions which belong to their individual authors. CIS does not accept any responsibility, legal or otherwise, for the views and opinions of these individual authors. For an official statement from CIS on a particular issue, please contact us directly. Meta 04 April, 2014 Access to Knowledge, Wikimedia, Wikipedia, Odia Wikipedia, Openness Author Subhashish Panigrahi Programme Officer, Accesss to Knowlege (CIS-A2K), Centre for Internet and Socity Open Data Open Data and Land Ownership May 22, 2019 Talks by Richard Abisla and Kaliya Young Feb 28, 2019 An open data ecosystem can boost India's GDP by $22 B and double farmer income May 23, 2018 On World Water Day - Open Data for Water Resources Mar 22, 2018 Open Data and Land Ownership - Environment Scan Feb 12, 2018 Events Discussion on Open Standards with Bernd Erk and Jiten Vaidya Jul 04, 2019 Talks by Richard Abisla and Kaliya Young Feb 28, 2019 NASA Space Apps Challenge 2017 Apr 20, 2017 CoinFest 2016 Apr 04, 2016 Seminar on Open Access in Research Area: A Strategic Approach Dec 15, 2015 Site Map Accessibility Contact Funded by Offices Bengaluru: Ground Floor, No 173, 9th Cross, 1st Stage, Indiranagar, Bangalore 560038. Support Us Please help us defend citizen and user rights on the Internet! You may donate online via Instamojo. Or, write a cheque in favour of ‘The Centre for Internet and Society’ and mail it to us at Ground Floor, No 173, 9th Cross, 2nd Stage, Indiranagar, Bangalore 560038. These charitable contributions will be towards the Institutional Corpus Fund of the Centre for Internet and Society. Follow our Works Newsletter: Subscribe [email protected] blog: medium.com/rawblog Twitter (CIS): @cis_india Twitter (CIS-A2K): @cisa2k Instagram: @cis.india Youtube: Centre for Internet and Society Request for Collaboration We invite researchers, practitioners, artists, and theoreticians, both organisationally and as individuals, to engage with us on topics related internet and society, and improve our collective understanding of this field. To discuss such possibilities, please write to us at communications[at]cis-india[dot]org with an indication of the form and the content of the collaboration you might be interested in. In general, we offer financial support for collaborative/invited works only through public calls. About Us The Centre for Internet and Society (CIS) is a non-profit organisation that undertakes interdisciplinary research on internet and digital technologies from policy and academic perspectives. The areas of focus include digital accessibility for persons with disabilities, access to knowledge, intellectual property rights, openness (including open data, free and open source software, open standards, open access, open educational resources, and open video), internet governance, telecommunication reform, digital privacy, and cyber-security. The research at CIS seeks to understand the reconfiguration of social processes and structures through the internet and digital media technologies, and vice versa. Through its diverse initiatives, CIS explores, intervenes in, and advances contemporary discourse and regulatory practices around internet, technology, and society in India, and elsewhere.<eos>
2022-12-09T09:49:01Z
https://cis-india.org/openness/blog-old/subhashish-panigrahi-article-in-amalekha
OSCAR-2301
<bos>– ‘ଅନୁପ ଚାଲିଗଲା – ମୁକ୍ତି ପାଇଗଲା ଜାଣ’, ଦୀର୍ଘଶ୍ଵାସ ସହ ବିରୁପାକ୍ଷଙ୍କର ଏ ସ୍ଵଗତୋକ୍ତି ଦୋହଲାଇଦେଲା ଲୋପିତାକୁ । ଡେରି ରାତିରେ ହସ୍ପିଟାଲରୁ ଫେରି ହ୍ୟାଙ୍ଗରରେ ଟଙ୍ଗାଇଥିବା ସେଇ ପୁରୁଣା ଟି’ ସାର୍ଟଟି ଦେହରେ ଗଳାଇଦେଇ ସକାଳୁ ସକାଳୁ ତରତର ହୋଇ ପୁଣିଥରେ ହସ୍ପିଟାଲ ବାହାରିଗଲେ ବିରୁପାକ୍ଷ । ଲୋପିତା ଥକ୍କା ହୋଇ ବସିଗଲା ଖଟ ଉପରେ । ‘ମୁକ୍ତି ପାଇଗଲା’ – ଶବ୍ଦ ଦୁଇଟି ବାରମ୍ବାର ହୃଦୟର ନିଭୃତ କୋଣରେ ପ୍ରତିଧ୍ବନିତ ହେବାକୁ ଲାଗିଲା । ସତରେ କଣ ମୁକ୍ତି ପାଇଗଲା ସେ, ଆଉ ଉଡିଗଲା କେଉଁ ସୁଦୂର ରାଇଜକୁ ଯେଉଁଠି ରହିଛି ପ୍ରଚୁର ସୁଖ ଶାନ୍ତିର ଅସରନ୍ତି ସମ୍ଭାର? ସତେ କଣ ଅନୁପ ଚାହିଁ ଥିଲା ଏମିତି ଏକ ମୁକ୍ତିର ବାଟକୁ ? ଏଇ ଶନିବାରଦିନହିଁ ତ ଦେଖାହୋଇଥିଲା ଅନୁପ ସହ । ପଚିଶ ବର୍ଷର ଯୁବକଟି ସତୁରୀ ବର୍ଷର ବୃଦ୍ଧ ପରି ଦେଖାଯାଉଥାଏ – କର୍କଟ ରୋଗର ଭୟଙ୍କର ପରିଣାମ ସ୍ପଷ୍ଟ ପ୍ରକାଶ ପାଉଥାଏ ତା’ର ଅଙ୍ଗପ୍ରତ୍ୟଙ୍ଗରେ । ତଥାପି ତା’ ଆଖିଦୁଇଟିରେ ଥାଏ ଏକ ଅଦ୍ଭୁତ ଚମକ । ଶରୀରର କ୍ଳେଶକୁ ସହିନେଇ ଜୀବନ ଜିଇଁବାର ଦୁର୍ବାର କାମନା ଝଲମଲ ହେଉଥାଏ ସେଠି । ସେଇ ମାତ୍ର ରକ୍ତ ସଂଗ୍ରହ କୋଠରୀରେ ରକ୍ତ ଦେଇସାରିବା ପରେ ଲୋପିତା ଯାଇ ବସିଥାଏ ଅନୁପ ପାଖରେ । ଲୋପିତା ଦେହର ରକ୍ତ ହୁଏତ ଅନୁପକୁ ଦେବ ଅଳ୍ପ କିଛି ଦିନର ଅତିରିକ୍ତ ଜୀବନ । – ‘ତୁମେ ମୋର ଭଉଣୀ ହେଇଗଲ, ଲୋପିତା’ – କହିଲା ବେଳେ ଅନୁପର ସ୍ୱର ଭିଜି ଯାଉଥାଏ କୃତଜ୍ଞତା ଓ ସ୍ନେହର ପାରାବାରରେ । ଖୁବ ଭାବ ପ୍ରବଣ ହୋଇ ଯାଇଥିଲା ଲୋପିତା । ସତେ ଯେମିତି ଏକ ଅଭାବନୀୟ ରକ୍ତ ସମ୍ପର୍କରେ ଯୋଡି ହୋଇଯାଇଥିଲା ସେ ଅନୁପ ସହ । ବୟସରେ ତା’ଠାରୁ ବର୍ଷେ ଦୁଇବର୍ଷ ସାନ ହେବ ଅନୁପ । ବିରୁପାକ୍ଷଙ୍କର ବନ୍ଧୁ ହିସାବରେ ତାକୁ ଜାଣିଥିଲା ସେ ଯାଏଁ । ରକ୍ତ କର୍କଟ ରୋଗରେ ପୀଡିତ ସେ ବନ୍ଧୁଟି ପାଖରେ ଏଇ ଦୁନିଆରେ ବଞ୍ଚିବା ପାଇଁ ଯେ ଆଉ ହାତ ଗଣତି ଦିନ କେତୋଟି ଅଛି ଜାଣିବା ପରେ ଲୋପିତାର ସ୍ପର୍ଶକାତର ମନଟି ଚହଲି ଯାଇଥିଲା । ପ୍ରତିଦିନ ଅଫିସରୁ ଫେରି ବିରୁପାକ୍ଷ ଶୁଣାଉଥିଲେ ଅନୁପର ଖବର । ‘ହୁଏତ ଶେଷ ସମୟ ଆସିଗଲା’ – ବିରୁପାକ୍ଷ ଖୁବ ବିବ୍ରତ ହୋଇ କହିଥିଲେ ସେଦିନ । ‘ପ୍ରତିଦିନ ଦିଆ ଯାଉଥିବା ରକ୍ତ ତାକୁ ବଞ୍ଚେଇ ରଖିବ କିଛି ଦିନ । ତାପରେ ..’ – କହୁକହୁ କଣ୍ଠରୁଦ୍ଧ ହୋଇଯାଇଥିଲା ବିରୁପାକ୍ଷଙ୍କର । ବାଥରୁମ ଭିତରେ ବିରୁପାକ୍ଷ ପଶିଗଲା ବେଳେ ଲୋପିତା ତାଙ୍କର ଛଳଛଳ ଆଖି ଦିଓଟି ସ୍ପଷ୍ଟ ଦେଖିପାରିଥିଲା। ନିଜର ଓ-ପଜିଟିଭ ବ୍ଲଡ଼ ଗ୍ରୁପ ଜାଣିଲା ଦିନ ଖୁବ ଖୁସି ହୋଇଯାଇଥିଲା ଲୋପିତା । ନିଜ ଦେହରୁ ରକ୍ତ ଦେଇ ସେ ବଞ୍ଚେଇ ଦେଇପାରିବ ଅସହାୟ ମଣିଷ ମାନଙ୍କୁ । କାହାପାଇଁ କିଛି କରିବା ପାଇଁ ହାଇଁପାଇଁ ହେଉଥିବା ମନଟି ତାର ତୃପ୍ତିପାଇଥିଲା । ସମସ୍ତଙ୍କ ପାଇଁ କରୁଣାର ଦିବ୍ୟ ଆଶୀର୍ବାଦ କାମନା କରିଥିଲା ଈଶ୍ୱରଙ୍କ ପାଖରେ । ସନ୍ତାନ-ସମ୍ଭବା ଲୋପିତାର ଅସ୍ତ୍ରୋପଚାର ଜରିଆରେ ହେବାକୁ ଥିବା ପ୍ରସବ ଆଶଙ୍କା ହେତୁ ବ୍ଲଡ଼ ଗ୍ରୁପ ନିର୍ଦ୍ଧାରଣ କରାଯାଇଥିଲା,ମାତ୍ର ସହଜ ଭାବରେ ଦୁନିଆର ଆଲୋକ ଦେଖିଥିଲା କୁନି ପୁଅଟି ତା’ର । ବର୍ଷକର ପୁଅଟି ସହ ସଂସାର ଜଞ୍ଜାଳରେ ବ୍ୟସ୍ତ ଥିବା ସମୟରେ ଆସିଥିଲା ଅନୁପର ଖବର । ‘ମୋର ତ ଓ-ପଜିଟିଭ ବ୍ଲଡ଼ ଗ୍ରୁପ । ଅନୁପଙ୍କୁ ମୁଁ ବ୍ଲଡ଼ ଦେଇପାରିବି’ – ବିରୁପାକ୍ଷଙ୍କୁ କହିଥିଲା ଲୋପିତା । ଗତ ଶନିବାର ଦିନ ଅନୁପକୁ ରକ୍ତ ଦେଇଥିଲା ଲୋପିତା । କାଲି ରାତିରେ ତା’ ଅବସ୍ଥାରେ ଦ୍ରୁତ ଅବନତି ଦେଖାଦେଇଥିଲା ଆଉ ଆଜି ସକାଳୁ ଚାଲିଗଲା ସେ । ସେଦିନ ରକ୍ତ ଦେଇସାରିବା ପରେ ବେଶ କିଛି ସମୟ ବସିଥିଲା ସେ ଅନୁପ ପାଖରେ । ହସ୍ପିଟାଲର ଗେଟ ପାଖରେ ଅନଭ୍ୟସ୍ତ ବିରୁପାକ୍ଷଙ୍କ ହାତରେ ଛାଡି ଆସିଥିବା କୁନି ପୁଅଟି ଯେ ଖୋଜୁଥିବ ତାକୁ, ସେକଥା ବାରମ୍ବାର ମନ ଭିତରେ ଉଙ୍କି ମାରୁଥିବା ସତ୍ତ୍ୱେ ଅନୁପର ମାଆଙ୍କ ଅନୁରୋଧ ଏଡେଇ ନପାରି ସେ ତାଙ୍କ ସହିତ ଅନୁପ ପାଖକୁ ଯାଇଥିଲା, ଆଉ ବେଶ ସମୟ ବସିଥିଲା ସେଠି । ସେଇଠି ଛୋଟ ଟିଫିନ ଡବାରୁ ଜଗନ୍ନାଥଙ୍କ ମଗଜ ଲଡୁ କାଢି ନିଜ ହାତରେ ଖୁଆଇଦେଇଥିଲେ ତାକୁ ମାଉସୀ । କେମିତି ଗୋଟେ ବିହ୍ଵଳ ଦୃଷ୍ଟିରେ ଚାହିଁଥିଲେ ସେ ତାକୁ । ସେ ଆଖି ଦୁଇଟି ଭିତରେ ଛଳଛଳ ମାତୃତ୍ୱକୁ ସ୍ପଷ୍ଟ ଦେଖିପାରୁଥିଲା ଲୋପିତା । ‘ଭାରି ଭଲ ଲାଗେ ମତେ’ – କହି ଲୋପିତା ଖାଇଥିଲା ପ୍ରସାଦ । ଅନୁପର ଗୋଡ଼ ପାଖରେ ଚୁପ ହୋଇ ବସିଲା । ମାଉସୀ ଅନୁପର ମୁଣ୍ଡକୁ ତାଙ୍କ କୋଳରେ ରଖିଲେ, ଧିରେ ହାତ ବୁଲେଇ ଆଣିଲେ ତା ମୁହଁ ସାରା । କେମୋର ପ୍ରଭାବରେ ଝର ଝର ହୋଇ ଖସି ଯାଉଥିଲା ମୁଣ୍ଡର ଚୁଟି ଓ ନିଶ । ମାଉସୀଙ୍କ ହାତରେ କିଛି ଚୁଟି । ଲୋପିତାକୁ ସେତକ ଦେଖେଇ ମାଉସୀ କହିଲେ, ‘ଦେଖିଲୁ, ପୁଅଟା ମୋର ଲଣ୍ଡା ହୋଇଯିବ ବୋଧେ ଆଉ କେଇଦିନରେ’ । କହିଲେ ଆଉ ହସିଦେଇ ଵୋକ ଖାଇଲେ ଅନୁପର କପାଳରେ । ଓଃ, କି ଦାରୁଣ ସେ ମୁହୂର୍ତ୍ତ ସବୁ । ସେମିତି ପରିସ୍ଥିତିରେ କି ପ୍ରକାର ପ୍ରତିକ୍ରିୟା କରିବ ସେ, ଲୋପିତାର ସାରା ଶରୀରରେ ଖେଳି ଯାଉଥିଲା ଗୋଟିଏ ଅସ୍ୱାଭାବିକ ଅସହାୟ ଭାବ । ଅନୁପ ଓ ମାଉସୀଙ୍କ ଠାରୁ ବିଦା ହୋଇ ମଉସାଙ୍କ ସହିତ ଲିଫ୍ଟରେ ଫେରି ଆସିଲା । ଲିଫ୍ଟରେ କେବଳ ସେ ଆଉ ମଉସା । ହଠାତ ମଉସା ଶବ୍ଦ କରି କାନ୍ଦି ଉଠିଲେ । ଲୋପିତା କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ଠିଆ ହୋଇଥିଲା । ପର ମୁହୂର୍ତ୍ତରେ ମଉସା ଲୁହ ପୋଛିନେଲେ । ଟିକିଏ ମଜାଳିଆ ସ୍ୱରରେ କହିଲେ, ‘ଆଜି ଅନୁପ ମୋର ହୋଇଗଲା ଝିଅ । କାହିଁକି ନା, ଗୋଟିଏ ଝିଅର ରକ୍ତ ବୋହୁଛି ଆଜି ତାର ପୁରା ଶରୀରରେ’ । ଲୋପିତା ଜାଣିପାରୁଥିଲା ମଉସା ନିଜର ଦୁର୍ବଳତା ଉପରେ ପରଦା ଢ଼ାଙ୍କୁଛନ୍ତି । ତାଙ୍କ କୋହକୁ ଲୁଚେଇବାର ବୃଥାଚେଷ୍ଟା କରୁଛନ୍ତି ସେ । ଲୋପିତା ମଉସାଙ୍କ ଅଖିରୁ ଖସିଆସିଥିବା ଲୁହ ଗୁଡାକ ପୋଛିଦେବା ପାଇଁ ବଢାଉଥିବା ହାତକୁ ଜାକିନେଇଥିଲା, ଫିକା ହସଟିଏ ଖେଳିଯାଇଥିଲା ତା’ ମୁହଁରେ । ସେ ଦିନଟି ପରେ ଲୋପିତା ଅନେକଥର ଅନୁପକୁ ମନେପକାଇଛି । ତାର ସେ ନିରୀହ ମୁହଁରେ ବଞ୍ଚିବାର ଅସମ୍ଭବ ଇଚ୍ଛା, ମାଉସୀଙ୍କ କୋଳରେ ନିଜକୁ ସାଉଁଟିନେଇ ମମତାର ସେ ଅଦ୍ଭୁତ ଫରୁଆ ଭିତରେ ଲୁଚିଯିବାର ଅଦମ୍ୟ ଅଭିଳାଷ, ଲୋପିତାକୁ ଆନମନା କରିଛି ଅନେକ ସମୟରେ । ଆତ୍ମା ଅବିନଶ୍ୱର । ମୃତ୍ୟୁ ପରେ ଶରୀର କେବଳ ତାର ଘଟ ବଦଳାଏ । ଅନ୍ୟଏକ ଶରୀରରେ ପ୍ରବେଶ କରି ପୁଣି ତାର ଲୀଳା ଖେଳା ଜାରି ରଖେ । ତେଣୁ ଶରୀର ଗୋଟିଏ ମାୟା । ଲୋପିତା ନିଜକୁ ପଚାରିଥିଲା ସେଇ ଅବୁଝା ପ୍ରଶ୍ନଟିକୁ ପୁଣିଥରେ । ସେଇ ଶରୀର ତ ଗୋଟିଏ ମାଆ ପାଇଁ ତା’ ପୁଅର ଶରୀର । ସେଇଟିକୁ କେବଳ ମାୟା ବୋଲି କେମିତି ଭାବିବ ମାଆଟିଏ ? ନିଜର ଅନ୍ତ ଫାଡ଼ି କେତେ ଯନ୍ତ୍ରଣା ସହି କୋଳରେ ଜାକି ଧରିଥିବା ସେଇ କୁନି ପୁଅଟିକୁ କେମିତି ହରେଇଦେଵ ସବୁଦିନ ପାଇଁ ? ଲୋପିତା ଜାକିଧରେ ତା ନିଜ କୁନି ପୁଅଟିକୁ । ସେଇ ଜାକିଧରିବା ଭିତରେ ଲହୁଲୁହ ଏକାକାର ହୋଇଯାଏ । ସେଇ ଚିର ଇପ୍ସିତ ମାୟାରେ ସେ ଘାଣ୍ଟିହେବାକୁ ଚାହେଁ ଅହର୍ନିଶି । ଅନେକ ସମୟ ହୋଇଯାଇଥିଲା । ବିରୁପାକ୍ଷ ବୋଧହୁଏ ଅନୁପ ସହିତ ଶ୍ମଶାନକୁ ଗଲେ । କେତେବେଳେ ଫେରିବେ କେଜାଣି ? ଲୋପିତା ରୋଷେଇ ଘରକୁ ଗଲା । ଆଜି ବିରୁପାକ୍ଷଙ୍କର ଜନ୍ମଦିନ । ମଣ୍ଡା ପିଠା, କ୍ଷୀରି କରି ଠାକୁରଙ୍କ ପାଖରେ ପୂଜା କରିଆସିଛି ସେ ସବୁବର୍ଷ । ଆଜିବି କରିବ । ଅଳ୍ପ ଦି’ଟା ପିଠା କରି ପୂଜା କରିଦେବ । ଚୂଲିରେ କରେଇ ବସେଇ ଖଳି ଜନ୍ତିବାକୁ ଆରମ୍ଭ କଲା ଲୋପିତା । ଫୋନ ବାଜିଉଠିଲା । କିଏ ଫୋନ କରିଛି? ମାଉସୀ କଣ ବାୟଣୀ ହୋଇଗଲେ? ଫୋନରେ ମାଉସୀ କାନ୍ଦୁନଥିଲେ ଜମା । କହୁଥିଲେ, ‘ତୁ ଆସିନୁ ଏଯାଏଁ ? ତୋ ଭାଇକୁ ଟିକିଏ ସଜ କରିଦେବୁନି? ମୋ ବୋହୂକୁ ଆଣିବାକୁ ତୋ’ ଭାଇ ପରା ଯିବ ଏବେ ! ଆସିନୁ ଏଯାଏଁ କେମିତି ? ତୋ ଭାଉଜକୁ ଆଣିବାକୁ ବରଯାତ୍ରୀ ନେଇ ବାହାରୁଛି ଏବେ ସେ ‘। ଲୋପିତା ତଟସ୍ଥ ହୋଇ ଯାଇଥିଲା । ବିରୁପାକ୍ଷ କହିଯାଇଥିବା କଥାଟି ଦୋହରାଉଥିଲା ମନରେ ‘ମୁକ୍ତି ପାଇଗଲା ଅନୁପ’। କାହାଠାରୁ ମୁକ୍ତି ପାଇଗଲା ସେ ? ହଁ, କଷ୍ଟ, ଯନ୍ତ୍ରଣାରୁ ହୁଏତ ମୁକ୍ତି ପାଇଗଲା । ହେଲେ ମାଉସୀଙ୍କ ହୃଦୟ ପଞ୍ଜୁରୀରୁ କଣ ସତରେ ତାର ମୁକ୍ତି ଅଛି? ଅଛି ମୁକ୍ତି ତାର ତା’ ମାଆର ଆଖି ପଲକରୁ, ଯେଉଁଠି ଲୁହ ବିନ୍ଦୁଏ ହୋଇ ଲଟକିଥିବ ସେ ଚିରକାଳ? (ସେପ୍ଟେମ୍ବର 2021 ‘କ୍ରାନ୍ତିଧାରା’ରେ ପ୍ରକାଶିତ) Share this: Twitter Facebook More WhatsApp Like this: Like Loading... Related On September 13, 2021 By Suchitra MishraIn Uncategorized Post navigation Previous ମୁଦା ଲଫାପା Next ଡୋରି One thought on “ମୁକ୍ତି” rajibsagaria thanks mam bhala lagila gapa rajib LikeLike September 20, 2021 at 10:33 am Reply Leave a Reply to rajibsagaria Cancel reply Enter your comment here... Fill in your details below or click an icon to log in: Email (required) (Address never made public) Name (required) Website You are commenting using your WordPress.com account. ( Log Out / Change ) You are commenting using your Twitter account. ( Log Out / Change ) You are commenting using your Facebook account. ( Log Out / Change ) Cancel Connecting to %s Notify me of new comments via email. Notify me of new posts via email. Δ Follow Suchitra Mishra on WordPress.com Archives Archives Select Month October 2022 (2) July 2022 (1) April 2022 (1) February 2022 (4) January 2022 (1) October 2021 (2) September 2021 (1) July 2021 (2) June 2021 (2) May 2021 (4) April 2021 (3) March 2021 (2) February 2021 (4) January 2021 (2) December 2020 (1) November 2020 (1) September 2020 (1) July 2020 (2) June 2020 (2) March 2020 (1) November 2018 (1) February 2018 (3) January 2018 (1)<eos>
2022-12-09T09:44:39Z
https://suchitramishra.com/2021/09/13/%E0%AC%AE%E0%AD%81%E0%AC%95%E0%AD%8D%E0%AC%A4%E0%AC%BF/?replytocom=1001
OSCAR-2301
<bos>ସାମ୍ମନାକୁ ଆସିଲା ଅମ୍ଲାନ୍ ଙ୍କ ସ୍ତ୍ରୀଙ୍କର ମହାନଦୀରୁ ଉଦ୍ଧାର ପ୍ରକୃତ ସତ ! ଶେଷରେ ମୁହଁ ଖୋଲିଲେ ଅମ୍ଲାନଙ୍କ ସ୍ତ୍ରୀ , ଯାହା କହିଲେ ଶୁଣିଲେ ଆପଣ ଆଚମ୍ବିତ ହେବେ…… – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home viral news ସାମ୍ମନାକୁ ଆସିଲା ଅମ୍ଲାନ୍ ଙ୍କ ସ୍ତ୍ରୀଙ୍କର ମହାନଦୀରୁ ଉଦ୍ଧାର ପ୍ରକୃତ ସତ ! ଶେଷରେ ମୁହଁ ଖୋଲିଲେ ଅମ୍ଲାନଙ୍କ ସ୍ତ୍ରୀ , ଯାହା କହିଲେ ଶୁଣିଲେ ଆପଣ ଆଚମ୍ବିତ ହେବେ…… ସାମ୍ମନାକୁ ଆସିଲା ଅମ୍ଲାନ୍ ଙ୍କ ସ୍ତ୍ରୀଙ୍କର ମହାନଦୀରୁ ଉଦ୍ଧାର ପ୍ରକୃତ ସତ ! ଶେଷରେ ମୁହଁ ଖୋଲିଲେ ଅମ୍ଲାନଙ୍କ ସ୍ତ୍ରୀ , ଯାହା କହିଲେ ଶୁଣିଲେ ଆପଣ ଆଚମ୍ବିତ ହେବେ…… viral news Share ତେବେ ମହାନଦୀରୁ ଉଦ୍ଧାର ହେବା ପରେ ଶେଷରେ ମୁହଁ ଖୋଲିଛନ୍ତି ଅଭିନେତା ଅମ୍ଳାନଙ୍କ ପତ୍ନୀ । ମହାନଦୀକୁ ଖସି ପଡିବା ଘଟଣାରେ ମୁହଁ ଖୋଲିଛନ୍ତି ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା ଦାସ୍ । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସବୁ କିଛି କହିଛନ୍ତି । ସେ କହିଛନ୍ତି ଯେ ଉପାସ ଥିବାରୁ ଦୁର୍ବଳ ଲାଗୁ ଥିଲା ଏବଂ ମୁଣ୍ଡ ବୁଲେଇ ଦେବାରୁ ଗୋଡ ଖସି ଗଲା । ତେବେ ପୂଜା ସାମଗ୍ରୀ ଗୁଡିକ ପାଣିରେ ପକାଇବାକୁ ଗଲା ବେଳେ ହଠାତ୍ ମୁଣ୍ଡ ବୁଲାଇଥିଲା ଏବଂ ମୁଁ ହାଇ୍ ହିଲ୍ ପିନ୍ଧି ଥିବାରୁ ଗୋଡ ଖସି ଗଲା , ଆଉ ମୁଁ ନଦୀରେ ପଡି ଯାଇ ଥିଲି । ତେଣୁ ଏହି କଥାକୁ ନେଇ ଗୁଜବ ପ୍ରଚାର କରାଯାଇ ମୋ ପରିବାର ଏବଂ ସ୍ବାମୀଙ୍କ ବିଷୟରେ କହିବା ଉଚିତ ନୁହେଁ । ଦୟାକରି ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ ବୋଲି ଭୂମିକା ନିଜ ଭିଡିଓରେ କହିଛନ୍ତି । ତେବେ ଭୂମିକାଙ୍କର ଏହି ଭିଡିଓ ପରେ ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ମିଛ ବୋଲି କହିବା ସହିତ ଘରୋଇ କଳହ କିମ୍ବା ଅନ୍ୟ କୌଣସି କାରଣରୁ ସେ ନଦୀକୁ ଡେଇଁ ପଡି ଥିବାର ଚର୍ଚ୍ଚା ହେଉଛି । ଆଉ ଅନ୍ୟପଟେ ଅଭିନେତା ଅମ୍ଲାନ ମଧ୍ୟ ସ୍ତ୍ରୀଙ୍କ ବିଷୟରେ ସମାନ କଥା କହୁଛନ୍ତି । ସେ କହିଛନ୍ତି ଯେ, ଗତ କାଲି ଦୀପାବଳି ଥିଲା ଏବଂ ଘରେ ପୂଜା ମଧ୍ୟ ହୋଇ ଥିଲା । ଆଉ ତା ପରେ ପୂଜା ସାମଗ୍ରୀ ବିସର୍ଜନ କରିବା ପାଇଁ ସେ ଏବଂ ତାଙ୍କ ପତ୍ନୀ ଭୂମି୍କା ଏକାଠି ମିଶି ମହାନଦୀ ନୂଆପାଟଣା ବ୍ରିଜକୁ ଯାଇଥିଲେ । କିନ୍ତୁ ଗାଡିରୁ ଓହ୍ଲାଇ ତାଙ୍କ ପତ୍ନୀ ଭୂମି୍କା ଫୁଲ ପକାଇବା ବେଳେ ତାଙ୍କ ମୁଣ୍ଡ ବୁଲାଇ ଦେଲା, ତେଣୁ ତାଙ୍କ ଗୋଡ ଖସି ଗଲା । ତେବେ ପାରିବାରିକ କଳହକୁ କଥାକୁ ଅଭିନେତା ଅମ୍ଲାନ ଦାସ ,ସଂମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତ ଯେ ସେ ମଧ୍ୟ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କର ହାତ ସ୍ଲିପ୍ କରି ଯାଇ ଥିଲା ଏବଂ ତାଙ୍କ ହାତ ମଧ୍ୟ ଖଣ୍ଡିଆ ହୋଇ ଯାଇଛି । ତେବେ ଅଭିନେତା ଅମ୍ଲାନ ଦାସ ତାଙ୍କର ପାରିବାରିକ କଳହକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ । ଏହା ସହିତ ଅମ୍ଲାନ ଦାସ ଆହୁରି ମଧ୍ୟ କହିଥିଲେ କି ତାଙ୍କ ପତ୍ନୀ ଭୂମିକା ଟିକେ ସୁସ୍ଥ ହେବା ପରେ ତାଙ୍କୁ ଆପଣ ମାନେ ସବୁ କଥା ପଚାରିଲେ, ସେ ସବୁ କହିବେ ବୋଲି କହିଥିଲେ । ଆଉ ବର୍ତ୍ତମାନ ତାଙ୍କ ପତ୍ନୀ ସୁସ୍ଥ ହେବା ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଏସବୁକୁ ଖଣ୍ଡନ କରିଛନ୍ତି । Related Posts ଦେଖନ୍ତୁ Socking ଭିଡ଼ିଓ- ବାଇକ ଵାଲାକୁ ପିଟିଲା ରାଣୀ ପଣ୍ଡାଙ୍କ କାର୍… Nov 26, 2022 ଦେଖନ୍ତୁ viral ଭିଡ଼ିଓ- ଅଙ୍ଗଦାନ କରିବେ ସାଉଥ ଅଭିନେତା ବିଜୟ… Nov 25, 2022 viral ଭିଡ଼ିଓ – ହନିଟ୍ରାପ୍ ଗାର୍ଲ ଶ୍ରଦ୍ଧାଞ୍ଜଳୀଙ୍କ ଅଣ୍ଟା… Nov 24, 2022 ଅମ୍ଳାନଙ୍କ ବାପା ହେଉଛନ୍ତି ଓଲିଉଡର ଜଣେ ପ୍ରଖ୍ୟାତ ବରିଷ୍ଠ ଅଭିନେତା ତେଣୁ ତାଙ୍କ ପରିବାର ଲୋକଙ୍କ ବିଷୟରେ ଏମିତି ମିଛ ଗୁଜବ ପ୍ରଚାର କରିବା ନିହାତି ଭାବରେ ନିନ୍ଦନୀୟ ବିଷୟ ଅଟେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ରାନୀ ପଣ୍ଡା କହିଲେ ଏମିତି କଥା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ! ଆଉ ମୁଁ ବାହା ହେବିନି ମହାରଥି ପାଇଁ ବାଡୁଅ ରହିଗଲି….<eos>
2022-11-26T08:56:26Z
https://live43today.com/sam-n-aku-a-si-la-sa-ta-mhsa-na-di-ru/
OSCAR-2301
<bos>ଆମେରିକାକୁ ବର୍ବାଦ କରୁଛନ୍ତି ଜୋ ବାଇଡେନ୍, ନର୍କ ଆଡ଼କୁ ଯାଉଛି ଆମ ଦେଶ: ଡୋନାଲ୍ଡ ଟ୍ରମ୍ପ - Mobile News 24x7 Odia Friday, December 2 2022 Live TV English हिंदी ଓଡିଆ Menu Search for ହୋମ ଓଡ଼ିଶା ଜାତୀୟ ଅନ୍ତର୍ଜାତୀୟ ରାଜନୀତି ସୂଚନା ପ୍ରଯୁକ୍ତି ଓ ଦୂରସଞ୍ଚାର ବାଣିଜ୍ୟ/ବ୍ୟବସାୟ କ୍ରୀଡ଼ା ଭାଇରାଲ୍ ଭିଡିଓ ଅପରାଧ ଅଧିକନ୍ତୁ କଳା ଓ ସଂସ୍କୃତି କୋଭିଡ୍- 19 ପ୍ରତିରକ୍ଷା ଅର୍ଥନୀତି ଶିକ୍ଷା/ଗବେଷଣା ମନୋରଞ୍ଜନ ଘଟଣା ଖାଦ୍ୟ ସଙ୍ଗୀତ ଭ୍ରମଣ ବିଜ୍ଞାନ ଓ ପ୍ରଯୁକ୍ତି Search for Switch skin Random Article Instagram YouTube Twitter Facebook Home/ଅନ୍ତର୍ଜାତୀୟ/ଆମେରିକାକୁ ବର୍ବାଦ କରୁଛନ୍ତି ଜୋ ବାଇଡେନ୍, ନର୍କ ଆଡ଼କୁ ଯାଉଛି ଆମ ଦେଶ: ଡୋନାଲ୍ଡ ଟ୍ରମ୍ପ ଅନ୍ତର୍ଜାତୀୟଜାତୀୟ ଆମେରିକାକୁ ବର୍ବାଦ କରୁଛନ୍ତି ଜୋ ବାଇଡେନ୍, ନର୍କ ଆଡ଼କୁ ଯାଉଛି ଆମ ଦେଶ: ଡୋନାଲ୍ଡ ଟ୍ରମ୍ପ DiptiApril 24, 2022 1 minute read ୱାଶିଂଟନ() ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବାଇଡେନ୍‌ର ପ୍ରଶାସନ ଆମେରିକାକୁ ଧ୍ୱଂଶ କରୁଛି ବୋଲି ଟ୍ରମ୍ପ କହିଛନ୍ତି। ଓହିୟୋରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି “ଏହା ସତ ଯେ ନିର୍ବାଚନରେ ଜାଲିୟାତୀ ଓ ଚୋରୀ ହୋଇଥିଲା। ଏବେ ଆମ ଦେଶକୁ ବର୍ବାଦ କରାଯାଉଛି। ଆମ ଦେଶ ବର୍ବାଦ ହେଉଛି। ଆମ ଦେଶ ନର୍କକୁ ଯାଉଛି। ପୂର୍ବରୁ ମୁଁ କେବେ ଏମିତି ଦେଖି ନାହିଁ।” ଆମେରିକାରେ ବଢୁଥିବା ପେଟ୍ରୋଲ ଦର ଯୋଗୁ ବାଇଡେନ୍‌ଙ୍କୁ ଦୋଷାରୋପ କରିଛନ୍ତି ଟ୍ରମ୍ପ। ଋଷ ରାଷ୍ଟ୍ରପତି ପରମାଣୁ ଅସ୍ତ୍ର ବ୍ୟବହାର କରି ଦୁନିଆକୁ ନଷ୍ଟ କରିବା କଥା କହୁଥିବା ବେଳେ ବାଇଡେନ୍ ଏସବୁ କରୁଛନ୍ତି। ଆମେରିକାର ରେକର୍ଡ ମୁଦ୍ରାସ୍ଫିତି ଓ ପେଟ୍ରୋଲର ଦର ବୃଦ୍ଧି ପାଇଁ ବର୍ତ୍ତମାନ ସରକାର ହିଁ ଦାୟୀ ହୋଲି ଟ୍ରମ୍ପ କହିଛନ୍ତି। ପୁଣିଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରନ୍ତି ଟ୍ରମ୍ପ କିଛିଦିନ ତଳେ ଟ୍ରମ୍ପ ପୁଣିଥରେ ନିର୍ବାଚନ ଲଢ଼ିପାରନ୍ତି ବୋଲି କହିଥିଲେ। ହେଲେ ଏନେଇ କୌଣସି ଆଧିକରିକ ସ୍ଥରରେ ଘୋଷଣା ହୋଇ ନାହିଁ। ତେବେ ଉତ୍ତର କରୋଲୀନରେ ରାଲିକୁ ସମ୍ବୋଧନ କରି ସେ କହିଥିଲେ “ସତକଥା ହେଲା ମୁଁ ଦୁଇଥର ଦଉଡ଼ିଛି। ମୁଁ ଦୁଇଥର ଜିତିଛି। ହେଲେ ପ୍ରଥମ ଥ ତୁଳନାରେ ଦ୍ୱିତୀୟ ଥର ବହୁତ ଭଲ ପ୍ରଦର୍ଶନ କରିଥିଲି। ଏବେ ଆମକୁ ପୁଣିଥରେ ଏଭଳି କାମ କରିବାର ଅଛି। କଣ ଆପଣମାନେ ମୋତେ ପୁଣିଥରେ ଦୌଡ଼ୁଥିବାର ଦେଖିବାକୁ ଚାହିଁବେ? “<eos>
2022-12-02T23:13:27Z
https://odia.mobilenews24x7.com/2022/04/24/%E0%AC%86%E0%AC%AE%E0%AD%87%E0%AC%B0%E0%AC%BF%E0%AC%95%E0%AC%BE%E0%AC%95%E0%AD%81-%E0%AC%AC%E0%AC%B0%E0%AD%8D%E0%AC%AC%E0%AC%BE%E0%AC%A6-%E0%AC%95%E0%AC%B0%E0%AD%81%E0%AC%9B%E0%AC%A8%E0%AD%8D%E0%AC%A4/
OSCAR-2301
<bos>Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in Home ଦେଶ- ବିଦେଶ ରାଜ୍ୟ କରୋନା Sambad EnglishNews In English ଜିଲ୍ଲା ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡ଼ା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ଜଗତସିଂହପୁର ଝାରସୁଗୁଡ଼ା ଢେଙ୍କାନାଳ ଦେବଗଡ଼ ନବରଙ୍ଗପୁର ନୟାଗଡ଼ ନୂଆପଡ଼ା ପୁରୀ ବରଗଡ଼ ବଲାଙ୍ଗୀର ବାଲେଶ୍ଵର ବୌଦ୍ଧ ଭଦ୍ରକ ମୟୂରଭଞ୍ଜ ମାଲକାନଗିରି ଯାଜପୁର ରାୟଗଡ଼ା ସମ୍ବଲପୁର ସୁନ୍ଦରଗଡ଼ ସୁବର୍ଣ୍ଣପୁର ମହାନଗର ଖେଳ ବାଣିଜ୍ୟ ରାଜନୀତି ମନୋରଞ୍ଜନ ବିଶେଷ ଅପରାଧ ଜୀବନଚର୍ଯ୍ୟା ରାଶିଫଳ ଫୁଲଝରି ସମ୍ପାଦକୀୟ ଦେଶରେ ଆଜି ୬୩୫ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୮,୦୦୦ ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା LatestLeadingକରୋନା By Sambad Digital Last updated Nov 17, 2022 ସେୟାର ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇ ୬୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବି ୮୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୩୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୧ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ଏଥିରେ କେରଳ ପିଛିଲା ଭାବେ ୯ଜଣଙ୍କ ମୃତ୍ୟୁ ସାମିଲ କରିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୬୩୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୬୭,୩୧୧ରେ ପହଞ୍ଚିଛି। Image Courtesy of The Economic Times ଗତ ୨୪ ଘଣ୍ଟାରେ ହୋଇଥିବା ୧୧ଜଣଙ୍କ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୫୪୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୨୯,୫୯୦। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୯% ରହିଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୧୭୫ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୨%। Image Courtesy of India Today ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୧୯,୮୩,୫୮,୫୦୦ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।<eos>
2022-12-02T23:20:52Z
https://sambad.in/india-and-beyond/india-reports-635-new-covid-19-cases-and-11-deaths-in-last-24-hours-908096/
OSCAR-2301
<bos>(ସତ୍ୟପାଠ ବ୍ୟୁରୋ) ନବୀନ ବାବୁଙ୍କ 5-ଟି କାର୍ଯ୍ୟକ୍ରମ କେବଳ ଧୂଆଁ । ଓଡ଼ିଶାର ସରକାରୀ ଡାକ୍ତରଖାନା ଉପରେ ରହିଛି ଯମର ଆଖି । ରାଜ୍ୟର 110ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନାହନ୍ତି ଜଣେ ହେଲେ ବି ଡାକ୍ତର । ଏପରି ଚମକାଇଦେଲା ଭଳି ତଥ୍ୟ ଲୋକସଭାରେ ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ଚୌବେ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ଓଡ଼ିଶାରେ ମୋଟ 1288ଟି ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । ସେଥିମଧ୍ୟରୁ 110ଟି ଡାକ୍ତରଖାନାରେ ରେଗୀଙ୍କ ସେବା କରିବାକୁ ନାହାନ୍ତି ଜଣେ ହେଲେ ବି ଡାକ୍ତର । ଅର୍ଥାତ ଏହି ସବୁ ଡାକ୍ତରଖାନାରେ ଯମ ଚିକିତ୍ସା କରୁଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ବିହାର, ତେଲଙ୍ଗାନା, ଆସାମ, ଆନ୍ଧ୍ର ପ୍ରଦେଶ, ମଣିପୁର, ରାଜସ୍ଥାନ ଭଳି 17ଟି ରାଜ୍ୟର ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ 4 ଜଣ ଲେଖାଏଁ ଡାକ୍ତର ଥିବା ବେଳେ ଓଡ଼ିଶାରେ ଜଣେ ବି ଡାକ୍ତର ନରହିବା ଚିନ୍ତାର ବିଷୟ । 1288ଟି PHCରୁ କେବଳ 2ଟିରେ ଅଛନ୍ତି 3ଜଣ ଲେଖାଏଁ ଡାକ୍ତର । ସେହିଭଳି 585ଟି ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଛନ୍ତି ଜଣେ ଲେଖାଏଁ ଡାକ୍ତର । 578ଟି ଡାକ୍ତରଖାନାରେ ରୋଗୀ ସେବା କରୁଛନ୍ତି 2 ଜଣ ଲେଖାଏଁ ଡାକ୍ତର । 5-ଟିରେ ଅନେକ ପ୍ରଚାର ପ୍ରସାର ଚାଲିଛି । ରାଜ୍ୟରେ ସ୍ବାସ୍ଥ୍ୟାବସ୍ଥାରେ ଆଉ କିଛି ଅସୁବିଧା ନାହିଁ, ଏବେ ସୁବ କିଛି ଠିକ୍‌ ଚାଲିଛି ବୋଲି କୁହାଯାଉଛି । 5-ଟି ସଚିବ ଚାରିଆଡ଼େ ବୁଲି ସବୁ ଠିକ୍‌ କରିଦେଉଛନ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ ଲୋକସଭାରେ ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ଏହି ନଗ୍ନ ଚିତ୍ର ଆସିଲା କାହିଁକି ? କେନ୍ଦ୍ର ତ କହୁଛି ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟକୁ ଟଙ୍କା ଦେଉଛି । ହେଲେ ସେହି ଟଙ୍କା ଯାଉଛି କୁଆଡ଼େ ? କେନ୍ଦ୍ର ଟଙ୍କାକୁ ‘ଟ୍ରାଭେଲ 5-ଟି’ ନାଁରେ ସାରୁ ନାହାନ୍ତି ତ ସରକାର ? ଏଥିପାଇଁ କିଏ ଦାୟୀ । କୁଆଡେ ଗଲା ନବୀନ ବାବୁଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ବାସ୍ଥ୍ୟ ମନ୍ତ୍ରୀ ରାଜ୍ୟକୁ ବଳକା ଡାକ୍ତର ରାଜ୍ୟ କରିବାକୁ କହୁଥିଲେ । ନବ ବାବୁ ପ୍ରକୃତରେ ରାଜ୍ୟର ସ୍ବାସ୍ଥ୍ୟାବସ୍ଥା ବିଷୟରେ କିଛି ତଥ୍ୟ ଜାଣିଥିଲେ ନା ନବୀନ ବାବୁଙ୍କ ନିକଟତର ହେବାକୁ ଫିଲ୍ମ ଡାଏଲଗ ମାରିଦେଇଥିଲେ । ଯଦି ରାଜ୍ୟରେ 110ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ହେଲେ ବି ଡାକ୍ତର ନାହାନ୍ତି ସେ ରାଜ୍ୟକୁ ବଳକା ଡାକ୍ତର ରାଜ୍ୟ କରିବାକୁ କିଭଳି ଚିନ୍ତା କଲେ ? ଅନ୍ୟପଟେ ଓଡ଼ିଶାଠାରୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସଫଳ ହୋଇଛନ୍ତି ବିହାର, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼, ଦିଲ୍ଲୀ, ତାମିଲନାଡ଼ୁ ଏବଂ କେରଳ । ଯଦିଓ ପୂର୍ବରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ସହ ଛତିଶଗଡ଼, ଗୁଜରାଟ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ହରିୟାଣା ଭଳି ଅନେକ ରାଜ୍ୟ ପଛୁଆ ଥିଲେ କିନ୍ତୁ ଏବେ ସେମାନେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାକୁ ସୁଧାରିଛନ୍ତି । ବିଡମ୍ବନା ନବୀନ ବାବୁଙ୍କ ସରକାର ରାଜ୍ୟର ସ୍ବାସ୍ଥ୍ୟାବସ୍ଥାକୁ ଯଥା ପୂର୍ବଂ ତଥା ପରଂ କରି ରଖିଛନ୍ତି । ସ୍ବାସ୍ଥ୍ୟାବସ୍ଥା ସୁଧାରିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ମାଧ୍ୟମରେ ରାଜ୍ୟକୁ କେନ୍ଦ୍ର ଆର୍ଥିକ ସହଯୋଗ କରୁଥିବା କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ କହୁଥିବା ବେଳେ ରାଜ୍ୟର ସ୍ବାସ୍ଥ୍ୟାବସ୍ଥା ସୁଧୁରୁନି କାହିଁକି ? Related Posts ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ୮ ଘଣ୍ଟିଆ ବନ୍ଦ ଡାକରା ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ ମୁଁ ରାଜନୀତିରେ ଯୋଗ ଦେଇଥିଲି, ସମସ୍ତ ଗଣମାଧ୍ୟମ ମୋ ପାଇଁ ‘ୱାହ, ୱାହ’ କରୁଥିଲେ, ଏବେ ସବୁକିଛି ବଦଳି ଯାଇଛି: ରାହୁଲ୍ ଗାନ୍ଧୀ<eos>
2022-12-04T19:06:13Z
https://www.satyapatha.com/in-odisha-110-primary-health-centres-do-not-have-a-single-doctor/
OSCAR-2301
<bos>ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ୍‌ ଆସିମ୍‌ ମୁନିର ପାକିସ୍ତାନର ନୂଆ ସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଗୁରୁବାର ଏ ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲେପ୍ଟନାଣ୍ଟ ଜେନେରାଲ୍‌ ମୁନିରଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ । ଜେନେରାଲ କମାର୍‌ ଜାଭେଦ ବାଜଓ୍ବାଙ୍କ ସ୍ଥାନରେ ଆସିମ୍‌ ମୁନିର ସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ଆସନ୍ତା ନଭେମ୍ବର ୨୯ରେ ଜେନେରାଲ ବାଜଓ୍ବାଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ଚଳିତମାସ ଶେଷରେ ଜେନେରାଲ କମର ଜାବେଦ ବାଜୱା ସେନାମୁଖ୍ୟ ପଦରୁ ଅବସର ନେଉଛନ୍ତି । ତାଙ୍କ ସ୍ଥାନରେ ଅସୀମ ମୁନିର ସେନାମୁଖ୍ୟ ହେବେ । କମର ଜାବେଦ ବାଜୱା ଦୀର୍ଘ ୬ ବର୍ଷ ହେବ ପାକିସ୍ତାନର ସେନାମୁଖ୍ୟ ପଦ ସମ୍ଭାଳିଥିଲେ ।<eos>
2022-11-29T14:08:51Z
https://www.odiaspotnews.in/news-details/asim-munir-new-army-chief-of-pakistan-1669276364
OSCAR-2301
<bos>ଆସନ୍ତା କାଲି ଶନିବାର ଠାରୁ ଏହି ୫ ଗୋଟି ରାଶିର ଲୋକଙ୍କ ପାଇଁ ବନିବାକୁ ଯାଉଛି ମହାସଂଯୋଗ। ଭଗବାନ ଶନିଙ୍କ କୃପା ଦୃଷ୍ଟି ମିଳିବାକୁ ଯାଉଛି – ଦୈନିକ ଖବର ସବୁ ସମୟ ଖବର ସାଥିରେ Publisher - ସବୁ ସମୟ ଖବର ସାଥିରେ Home ଭାଇରାଲ ନ୍ୟୁଜ ଘରୋଇ ଉପଚାର ଦେଶବିଦେଶ ଓଡିଶା Home ଜୀବନଚର୍ଯ୍ୟା ଆସନ୍ତା କାଲି ଶନିବାର ଠାରୁ ଏହି ୫ ଗୋଟି ରାଶିର ଲୋକଙ୍କ ପାଇଁ ବନିବାକୁ ଯାଉଛି ମହାସଂଯୋଗ। ଭଗବାନ ଶନିଙ୍କ କୃପା ଦୃଷ୍ଟି ମିଳିବାକୁ ଯାଉଛି ଜୀବନଚର୍ଯ୍ୟା ଆସନ୍ତା କାଲି ଶନିବାର ଠାରୁ ଏହି ୫ ଗୋଟି ରାଶିର ଲୋକଙ୍କ ପାଇଁ ବନିବାକୁ ଯାଉଛି ମହାସଂଯୋଗ। ଭଗବାନ ଶନିଙ୍କ କୃପା ଦୃଷ୍ଟି ମିଳିବାକୁ ଯାଉଛି 0 89 Share ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ , ସେ କେବେ କାହା ସହିତ ଅନ୍ୟାୟ କରନ୍ତି ନାହିଁ । ଶନିଦେବଙ୍କ କୃପା ଯେତେବେଳେ ପ୍ରାପ୍ତ ହୋଇଥାଏ ,ସେହି ବ୍ୟକ୍ତି ର କୌଣସି ଅସୁବିଧା ଏମିତିକି ଦୁର୍ଘଟଣା , ମାନହାନୀ , ରୋଗବ୍ୟାଧି , ଦରିଦ୍ରତା କେବେବି ପାଖ ମାଡି ନଥାଏ । ତେଣୁ ଆମକୁ ସବୁବେଳେ ଶନିଦେବ ଙ୍କର ପୂଜା ଆରଧନା କରିବା ଜରୁରୀ ଅଟେ । ଆଜିର ଏହି ଭିଡିଓ ମାଧ୍ୟମରେ ଏହି 5 ଟି ରାଶି ମାନଙ୍କ ବିଷୟରେ କହିବା ପାଇଁ ଯାଉଅଛୁ , ଯେଉଁ ମାନଙ୍କ ଉପରେ ଶନିଦେବଙ୍କ ବକ୍ରଦୃଷ୍ଟି ପକାଇବା ପାଇଁ ଯାଉଛନ୍ତି । ଯାହାଦ୍ୱାରା ଏହି ରାଶିର ବ୍ୟକ୍ତି ମାନେ ପ୍ରଚୁର ଧନ ପ୍ରାପ୍ତିର ସୁଯୋଗ ପାଇ ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ରାଶି ମାନଙ୍କ ବିଷୟରେ । 1. ବୃଷରାଶି :- ବୃଷରାଶି ଜାତକରେ ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର ଖୁସିର ଦିନ ଆରମ୍ଭ ହେବାକୁ ଯାଉଛି ।ଆପଣ ଧନ ପ୍ରାପ୍ତି କରିବେ । ଧନରୁ ମାଲାମାଲ ହେବାରୁ ଆପଣଙ୍କୁ କେହି ମଧ୍ୟ ରୋକି ପାରିବେ ନାହିଁ । ଯଦି ଚାକିରି କରୁଛନ୍ତି ତେବେ ସେଥିରେ ବୃଦ୍ଧି ଦେଖିବାକୁ ମିଳିବ , ଶନିଦେବଙ୍କ କୃପାରୁ ଆପଣଙ୍କ ବୈବାହିକ ଜୀବନରେ ଖିସୀ ଦେଖିବାକୁ ମିଳିବ । ଆପଣଙ୍କ ଜୀବନରେ କୌଣସି ସମସ୍ୟା ରହିବ ନାହିଁ । 2. ମିଥୁନରାଶି :- ଏହିରାଶିର ଜାତକରେ ଅଚାନକ ଧନପ୍ରାପ୍ତିର ଯୋଗ ରହିଛି । ଶନିଦେବଙ୍କର କୃପାରୁ ଏବେ ଆପଣଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଯଦି ଆପଣ ଏହି ସମୟରେ ନୂଆ ବିଜନେସ୍ ସ୍ଥାପନ କରିବାକୁ ଚାହୁଁଛନ୍ତି ବା ଚାକିରୀ ରେ ପ୍ରମୋସନ ଚାହୁଁଛନ୍ତି ତ ସେଥିରେ ବୃଦ୍ଧି ଦେଖିବାକୁ ମିଳିବ । ପୁରୁଣା କାର୍ଯ୍ୟ ଆପଣଙ୍କର ହୋଇଯିବ , ଯାହା ଅନେକ ଦିନ ଧରି ପଡି ରହିଥିଲା । ମହତ୍ତ୍ୱପୂର୍ଣ୍ଣ ଅବସର ପ୍ରାପ୍ତ ହେବ , ଘର ପରିବାରରେ ସୁଖ ଦେଖିବାକୁ ମିଳିବ । 3. କୁମ୍ଭରାଶି :- କୁମ୍ଭରାଶିର ଜାତକରେ ଏବେ ଆପଣଙ୍କର ଭାଗ୍ୟ ଦୁଇଗୁଣା ଚମକି ଉଠିବ । ଆପଣଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଦେଖିବାକୁ ମିଳିବ । ଅଧୁରା କାର୍ଯ୍ୟ ପୁରଣ କରିବା ପାଇଁ ଆପଣ ପ୍ରୟାସ କରିବେ , ପ୍ରଭୁ ଶନିଦେବଙ୍କର କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଅଛି । ଜମିବାଡି ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । 4. ତୁଳାରାଶି :- ତୁଳାରାଶିର ବ୍ୟକ୍ତିବିଶେଷଙ୍କର ଉପରେ ଶନିଦେବଙ୍କର ବିଶେଷ କୃପା ଏବେ ବର୍ଷିବାକୁ ଯାଉଅଛି । ଅନେକ ଜାଗାରୁ ଆପଣଙ୍କୁ ଧନର ଲାଭ ହେବ , ବିଜନେସ୍ ରେ ବୃଦ୍ଧି ଦେଖିବାକୁ ମିଳିବ । କୌଣସି ବଡ କମ୍ପାନୀରୁ ବଡ ଜବ୍ ଅଫର ଆସିପାରେ । ଘର ପରିବାର ରେ ସକରାତ୍ମକ ମାହଲ ଦେଖିବାକୁ ମିଳିବ , ଆପଣ ନୂଆଘର , ନୂଆଜମି ବା ନୂଆଗାଡି କିଣିପାରନ୍ତି । 5. ସିଂହରାଶି :- ସିଂହରାଶିର ଲୋକଙ୍କର ଭାଗ୍ୟ ଖୋଲିବାକୁ ଯାଉଛି । ଏମାନେ ପ୍ରଚୁର ପରିମାଣରେ ଧନପ୍ରାପ୍ତି କରିବେ । ଆୟରେ ମଧ୍ୟ ଜବରଦସ୍ତ ଲାଭପ୍ରାପ୍ତ ହେବ , ଆପଣଙ୍କର ଅଟକି ରହିଥିବା ଧନ ପ୍ରାପ୍ତ ହେବ । ଘର ପରିବାରରେ ଖୁସୀ ଦେଖିବାକୁ ମିଳିବ । ଅବିବାହିତ ଜାତକ ମାନଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।<eos>
2022-12-08T06:09:45Z
https://dainikhabar.com/index.php/asa-n-ta-kali-tha-ru-ehi-ra-shira/
OSCAR-2301
<bos>ଗୋପ-ଚାରିଛକ ରାସ୍ତାର ଏକ ନିଛାଟିଆ ଯାଗାରୁ ୫ଜଣ ଦୁର୍ବୁତ ୩ଟି ପଲସର ଗାଡିରେ ଆସି ବନ୍ଧୁକ ଦେଖାଇ କଟୁରୀରେ ଆକ୍ରମଣ କରି ମାର୍କେଟିଂ ଏଜେଣ୍ଟଙ୍କ ଠାରୁଲୁଟିନେଲେ ୪ଲକ୍ଷ ଟଙ୍କା । କୋଣାର୍କର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ହିନ୍ଦୁସ୍ଥାନ ଲିଭର କମ୍ପାନୀର ୫ ଜଣ କର୍ମଚାରୀ ଏକ ୭୦୯ ଗାଡି ନଂ ଓଆର ୦୨ ବିଡି ୧୨୬୮ମ୍ବର ରେ ମାଲ ନେଇ ଚାରିଛକ –ଗୋପ, ତମ୍ପାଳୋ ଆଦି ବିଭିନ୍ନ ବଡବଡ ବଜାରରେ କମ୍ପାନୀର ସାମଗ୍ରୀ ଲଗାଇ ଫେରିବା ସମୟରେ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୪ଲକ୍ଷ ଟଙ୍କା କଲେକ୍ସନ କରି ଫେରୁଥିଲେ । ୭୦୯ ଗାଡିର ଆଗରେ ଡ୍ରାଇଭର ସମେତ ୨ଜଣ କର୍ମଚାରୀ ବସିଥିବା ବେଳେ ୩ଜଣ କର୍ମଚାରୀ ଗାଡିର ଡାଲାରେ ବସିରହିଥିଲେ । କର୍ମଚାରୀ ମାନେ ତମ୍ପାଳୋ ବଜାରରୁ ଗୋଟିଏ ଦୋକାନୀ ଠାରୁ କଲେକ୍ସନ ସାରି ୨ କିମି ବାଟ ଆସିବା ବାଟରେ ୫ଜଣ ଦୁର୍ବୁତ ୩ଟି ପଲସର ଗାଡିରେ ଆସି ୭୦୯ ଗାଡି ଆଗରେ ରଖି ଦେଇ ଚାବିଟିକୁ ଛଡାଇ ନେଇଥିଲେ । ଗାଡିର ଡାହାଣ ପଟେ ବସିଥିବା ଅସ୍ତରଙ୍ଗ ତଣ୍ଡାହାରର କର୍ମଚାରୀ କାହ୍ନୁଚରଣ ପାଢୀଙ୍କୁ ଦୁର୍ବୁତ କଟୁରୀରେ ଆକ୍ରମଣ କରି ବାମ ହାତ ଓ ଗୋଡକୁ ଗୁରୁତ୍ୱର କରିଦେଇଥିଲେ । କାହ୍ନୁଙ୍କ ପାଖରେ ଥିବା ଗୋଟିଏ ବ୍ୟାଗରେ ୨ଲକ୍ଷ ଟଙ୍କାକୁ ପ୍ରଥମେ ଛଡାଇ ନେଇ ଥିଲେ । ଅନ୍ୟ ଦୁର୍ବୁତ ମାନେ ବନ୍ଧୁକ ଓ ଛୁରୀ କାଢି ଅଧିକ ଆକ୍ରମଣ କରିବା ପାଇଁ ପ୍ରୟାଶ କରିବାରେ ପଛରେ ବସିଥିବା କର୍ମଚାରୀ ମାନେ ଭୟରେ ଆଉ ଗୋଟିଏ ବ୍ୟାଗରେ ଥିବା ୨ଲକ୍ଷ ଟଙ୍କାକୁ ଦେଇ ଦେଇଥିଲେ । ରାଜ ରାସ୍ତାରେ ବ୍ୟବସାୟୀ ଙ୍କ କର୍ମଚାରୀଙ୍କୁ ଅନେକ ବାର ଆକ୍ରମଣ କରାଯାଇ ଲୁଟ କରାଯାଇଚି । ହେଲେ ଜଣେ ବି ହେଲେ ଦୁର୍ବୁତ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଧରା ପଡି ନାହାନ୍ତି । ଆକ୍ରମଣରେ ଗୁରୁତ୍ୱର ହୋଇଥିବା କାହ୍ନୁଚରଣ ପାଢି ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସôିତ ହୋଇ ଗୋପ ପୋଲିସ ଷ୍ଟେସନରେ ପହଁଚିବା ପରେ ଗୋପ ପୋଲିସ ତଦନ୍ତ ଆରମ୍ଭ କରିଛି ।<eos>
2022-12-02T17:21:00Z
https://www.sakalakhabar.com/gop-8/
OSCAR-2301
<bos>Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ରାଜନୀତି ଦଳରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ ଦାଶ ରାଜନୀତିରାଜ୍ୟ ଦଳରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ ଦାଶ By Odisha News Today On Nov 5, 2020 0 Share ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ବିଜେଡି ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଦ୍ଵାରା , ବିଜେଡ଼ି ଦଳର ନେତା ଜୀବନ ପ୍ରଦୀପ ଦାଶ ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି ବୋଲି ବିଜେଡି ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଘୋଷଣା କରିଛନ୍ତି। ଶ୍ରୀଯୁକ୍ତ ଦାଶ ଦୁଇ ଦୁଇ ଥର ବାଲେଶ୍ୱର ଜିଲ୍ଲାର ବିଧାୟକ ଥିଲେ। ସେ ୨୦୦୯ ଏବଂ ୨୦୧୪ ରେ ବିଜେଡି ଦଳ ପକ୍ଷରୁ ନିର୍ବାଚିତ ହୋଇଥିଲେ। ତେବେ ଶ୍ରୀଯୁକ୍ତ ଦାଶଙ୍କ ନିଲମ୍ବନ କୁ ନେଇ ବିଜେଡ଼ି ଉପସଭା ନେତ୍ରୀ ବିଜେଡ଼ି ସୁପ୍ରିମୋ ଠିକ୍ ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିବା ବେଳେ ଶ୍ରୀଯୁକ୍ତ ଦାଶ ତାଙ୍କ ବିରୁଦ୍ଧରେ କେହି ଚକ୍ରାନ୍ତ କରିଥିବାର ଅଭିଯୋଗ କରିଛନ୍ତି।<eos>
2022-11-27T02:17:09Z
https://odishanewstoday.com/jiban-pradip-das-suspended/
OSCAR-2301
<bos>କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ପାଇଁ ଉପ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିବା ବେଳେ ଝଟକା ଦେଇ ଚାଲିଛନ୍ତି ମମତା ବାନାର୍ଜୀ। ତୃଣମୂଳ କଂଗ୍ରେସ(ଟିଏମସି)ରେ ସାମିଲ ହୋଇଛନ୍ତି କାଲିଆଗଞ୍ଜର ବିଧାୟକ ସୌମେନ। ଟିଏମସିର ବରିଷ୍ଠ ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ସେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ରାୟ ପୂର୍ବରୁ ଟିଏମସିରେ ହିଁ ଥିଲେ ଏବଂ ନିର୍ବାଚନ ପୂର୍ବରୁ ବିଜେପିକୁ ଚାଲି ଯାଇଥିଲେ। ଏବେ ପୁଣି ସୋମେନ ଘରକୁ ବାହୁଡିଛନ୍ତି। ବିଜେପି ଟିକେଟରୁ ବିଧାନସଭା ନିର୍ବାଚନରେ ସେ ବିଜୟୀ ହେବା ପରେ ଦଳରେ କିନ୍ତୁ ସକ୍ରିୟ ନଥିଲେ। ଟିଏମସି ନେତାଙ୍କ ସହ ତାଙ୍କର ସମ୍ପର୍କ ବଢ଼ାଇ ଦଳକୁ ଫେରିବାକୁ ଉଦ୍ୟମ କରୁଥିଲେ। ସୂଚନାଯୋଗ୍ୟ, ଗୋଟିଏ ସପ୍ତାହ ଭିତରେ ବିଜେପିର ଦୁଇ ଜଣ ବିଧାୟକ ଟିଏମସିରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୩୦ରେ ବିଷ୍ଣୁପୁରରୁ ବିଧାୟକ ତନ୍ମୟ ଘୋଷ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସୌମେନ ରାୟ ଟିଏମସିରେ ସାମିଲ୍ ହେବା ପରେ ବିଧାନସଭାରେ ବିଜେପିର ସଂଖ୍ୟା ହ୍ରାସ ଘଟି ୭୧ରେ ପହଞ୍ଚିଛି।<eos>
2022-11-30T09:57:55Z
https://www.odishalink.com/2021/09/04/mla-soumen-roy-joins-tmc/
OSCAR-2301
<bos>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ନିକଟରେ ପହଞ୍ଚିଛନ୍ତି ପ୍ରାୟ ୨୦ଟି ବଣୁଆ ହାତୀ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଛପଟ ଗେଟ୍ ନିକଟରେ ଏମାନେ ଡେରା ପକାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି। ହାତୀଗୁଡ଼ିକ ନନ୍ଦନକାନନ ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖ ଅଞ୍ଚଳରେ ଚରାବୁଲା କରୁଛନ୍ତି। ଆଠଗଡ଼ ଜଙ୍ଗଲରୁ ଦୁଇଟି ଦଳରେ ଏହି ହାତୀ ଚାଲି ଆସିଛନ୍ତି। ଗୋଟିଏ ଦଳରେ ୧୧ ଓ ଅନ୍ୟ ଦଳରେ ୯ଟି ହାତୀ ରହିଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ହାତୀଙ୍କ ସଂଖ୍ୟା ଓ ଗତିବିଧି ଜାଣିବା ପାଇଁ ଡ୍ରୋନ୍ ସର୍ଭେ ହୋଇଥିଲା। ଆହୁରି ପଢ଼ନ୍ତୁ ‘ମୁଖ୍ୟମନ୍ତ୍ରୀ କୁହନ୍ତି ସାଢ଼େ ୪ କୋଟି ଓଡ଼ିଆ ତାଙ୍କ ପରିବାର, ଆମ… 6 mins ago ବାଣ ବିସ୍ଫୋରଣରେ ଉଡ଼ିଗଲା ଛାତ, ପୋଡ଼ି ହୋଇ ଜଣେ ଗୁରୁତର 1 hour ago ସେପଟେ ସନ୍ଧ୍ୟାରେ ହାତୀଗୁଡ଼ିକ ଆଠଗଡ଼ ବନ ଅଞ୍ଚଳ ଆଡ଼କୁ ମୁହାଁଇଥିବା ଜଣାପଡ଼ିଛି। ତେଣୁ ହାତୀଙ୍କୁ ଘଉଡ଼ାଇବା ପାଇଁ ସଜାଗ ଥିବା ବନ ବିଭାଗ ଟିମ୍ ଦାରୁଠେଙ୍ଗ ଦେଇ ଯାଇଥିବା ରାସ୍ତା ଉପରେ ସଜାଗ ରହିଛନ୍ତି। ହାତୀମାନେ କିପରି ସୁବିଧାରେ ରାସ୍ତା ପାର କାରିପାରିବେ ସେଥିନିମନ୍ତେ ଗାଡ଼ିଗୁଡ଼ିକୁ ଅଟକାଇ ରଖାଯାଉଛି। ହାତୀମାନେ ସ୍ୱତଃ ଜଙ୍ଗଲ ଆଡ଼କୁ ଫେରୁଥିବାରୁ ଲୋକଙ୍କୁ ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ବନ ବିଭାଗ ସୁତ୍ରରୁ କୁହାଯାଇଛି।<eos>
2022-11-27T14:49:44Z
https://odishareporter.in/odisha/20-elephant-seen-near-of-nandankanan-774944
OSCAR-2301
<bos>ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ଭୁବନେଶ୍ବର,: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ବରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ବରାଜ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଶ୍ବତ୍ଥ ବୃକ୍ଷ ସାରା ଦେଶରେ ଯୁଗ ଯୁଗ ଧରି ଶାନ୍ତି, ସ୍ବାଧୀନତା ଓ ଅହିଂସାର ବାର୍ତ୍ତା ବହନ କରିଆସିଛି ଏବଂ ଯୁଗ ଯୁଗ ପାଇଁ ଏ ବାର୍ତ୍ତା ବହନ କରିଚାଲିବ। ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବୃକ୍ଷ ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ଭଗବାନ ବୁଦ୍ଧଙ୍କ ସାଧନା ସହ ଯୋଡି ହୋଇ ରହିଛି । ଗୀତାରେ ମଧ୍ୟ ଏ ବୃକ୍ଷର ବର୍ଣ୍ଣନା ରହିଛି । ଏ ବୃକ୍ଷ ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ସାକ୍ଷୀ । ଏହା ଅତୀତରେ ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବ । ଏହି ଅବସରରେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି, ଶ୍ରୀ ନୀଳମଣି ସାମଲ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ପ୍ରତୀକ ଭାବେ ଏକ ଅରଟ ଉପହାର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ସାମଲଙ୍କୁ ଏକ ଶାଲ୍‌ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସାରା ରାଜ୍ୟରେ ବୁଲି ବୁଲି ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥ ଆସି ଲୋକସେବା ଭବନରେ ପହଞ୍ଚିଥିଲା। ଏହାକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଆହିଂସା ରଥକୁ ଓଡିଶାବାସୀ ଯେଭଳି ଭାବରେ ବିପୁଳ ସ୍ବାଗତ ସମ୍ମାନ ଜଣାଇଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଉତ୍କଳ ପ୍ରସଙ୍ଗ, odisha review ର ସ୍ୱତନ୍ତ୍ର ସଂଖ୍ୟା ସହିତ ଓଡିଶା ରେ ଗାନ୍ଧୀ ପୁସ୍ତକ ର ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ. ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ, ଓ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀମଣ୍ଡଳ ର ସଦସ୍ୟ ବୃନ୍ଦ ବିଧାୟକ ଗଣ ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶଦାତା ଙ୍କ ସମେତ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ<eos>
2022-11-27T15:56:04Z
https://www.swadhikar.in/latest/%E0%AC%B8%E0%AD%8D%E0%AC%AC%E0%AC%BE%E0%AC%A7%E0%AD%80%E0%AC%A8%E0%AC%A4%E0%AC%BE%E0%AC%B0-%E0%AD%AD%E0%AD%AB-%E0%AC%AC%E0%AC%B0%E0%AD%8D%E0%AC%B7%E0%AC%B0%E0%AD%87-%E0%AC%97%E0%AC%BE%E0%AC%A8/
OSCAR-2301
<bos>ଚେନ୍ନାଇ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ଏମଏ ଚିନ୍ଦାବରମ୍ ଷ୍ଟାଡିୟମରେ ଏହି ୩ୟ ତଥା ଶେଷ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସିରିଜ ମୂଳପୋଛ କରିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ । ଅନ୍ୟପକ୍ଷରେ ୨-୦ରେ ଲିଡ୍ କରୁଥିବା ଭାରତୀୟ ଦଳରେ କ୍ୟାପଟେନ୍ ବିାରଟ କୋହଲି ଓ ମହେନ୍ଦ୍ର ସିଂହ ଧୋନୀଙ୍କ ଅନୁପସ୍ଥିତି କିଛିଟା ପ୍ରଭାବ ପକାଇ ପାରେ । ଆହୁରି ମଧ୍ୟ ଏହି ଅନ୍ତିମ ମ୍ୟାଚରୁ ଯଶପ୍ରିତ ବୁମରା, ଉମେଶ ଯାଦବ ଓ କୁଲଦୀପ୍ ଯାଦବଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଏହି ମୁକାବିଲା ଜିତିବା ପାଇଁ ଦଳକୁ କଠିନ୍ ପରିଶ୍ରମ କରିବାକୁ ପଡିବ । ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି । ଟିମ୍ ଇଣ୍ଡିଆ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ଲୋକେଶ ରାହୁଲ୍, ମନୀଷ ପାଣ୍ଡେ, ଋଷଭ ପନ୍ତ୍, ଦୀନେଶ କାର୍ତିକ (ୱିକେଟ୍ରକ୍ଷକ), କ୍ରୁନାଲ ପାଣ୍ଡ୍ୟା, ୟୁଜ୍ବେନ୍ଦ୍ର ଚହଲ୍, ଭୁବନେଶ୍ବର କୁମାର, ୱାସିଂଟନ୍ ସୁନ୍ଦର ଓ ଖଲିଲ ଅହମ୍ମଦ।<eos>
2022-11-28T09:08:45Z
https://odishasambad.in/india-west-indies-3rd-t20-match-today/
OSCAR-2301
<bos>ସାଧାରଣତ inside ଭିତରେ କାଗଜ ପ୍ୟାରୀ ସହିତ କଷ୍ଟୋମାଇଜ୍ ହୋଇଥିବା ଶକ୍ତିଶାଳୀ କାର୍ଟନ୍ ବ୍ୟବହାର କରନ୍ତୁ, ପରିବହନ ସମୟରେ ଏହା ପ୍ରତ୍ୟେକ ବୋତଲର ସ୍କ୍ରାପ୍ ହ୍ରାସ କରିପାରେ | ତା’ପରେ ଆମେ ପ୍ୟାଲେଟ୍ ଉପରେ କାର୍ଟନ୍ ତିଆରି କରିବୁ | ଆହୁରି ମଧ୍ୟ, ଆମେ ଏହି ବୋତଲଗୁଡ଼ିକୁ ପ୍ୟାଲେଟ୍ ଉପରେ ଷ୍ଟକ୍ ହୋଇଥିବା କଷ୍ଟମ୍ ପ୍ରିଣ୍ଟ୍ କାର୍ଡବୋର୍ଡ ବାକ୍ସରେ ପ୍ୟାକେଜ୍ କରି ଖୁସି | ଯଦି ତୁମର ଅନ୍ୟ ଏକ ପ୍ରକାର ପ୍ୟାକେଜିଂ ଦରକାର, ଆମ ପାଖରେ ଥିବା କ specific ଣସି ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବାକୁ ଆମ ଦଳ ଛିଡା ହୋଇଛି! ଆମାଜନରେ ବିକ୍ରୟ କରୁଛନ୍ତି କି? ଉତ୍ତମ! ଅନୁସନ୍ଧାନସବିଶେଷ ତାଜା ଖବର ଗ୍ଲାସ୍ ଟ୍ୟାବଲ୍ ବ୍ୟବହାର କରିବାର ଲାଭ କ’ଣ ... ମାନବ ଇତିହାସରେ ଗ୍ଲାସ୍ ଟେବୁଲ ବ୍ୟବହାର କରିବାର ମାମଲା ଅଛି, ବିଶେଷ କରି ବିଦେଶୀ ଦେଶଗୁଡିକ ବିଶେଷ ଭାବରେ ପ୍ରିୟ | ଚାଇନାର କ୍ରମାଗତ ଧକ୍କା ଏବଂ ଏକୀକରଣ ସହିତ ଏବଂ ... ଅଧିକ ପଢ ଗ୍ଲାସ୍ ପ୍ୟାକେଜିନ୍ ର ସୁବିଧା କ’ଣ ... ଗ୍ଲାସ୍ ପ୍ୟାକେଜିଂ ପାତ୍ରଗୁଡିକ ଚୂର୍ଣ୍ଣ ଗ୍ଲାସ୍, ସୋଡା ପାଉଁଶ, ଆମୋନିୟମ୍ ନାଇଟ୍ରେଟ୍, କାର୍ବୋନାଟ୍ ଏବଂ କ୍ୱାର୍ଟଜ୍ ବାଲି ଏବଂ ଏକ ଡଜନରୁ ଅଧିକ କଞ୍ଚାମାଲରେ ତିଆରି ଏବଂ 1600 ଡିଗ୍ରୀରୁ ଅଧିକ ହାଏ ... ଅଧିକ ପଢ ମୂଲ୍ୟବୋଧ ପାଇଁ ଅନୁସନ୍ଧାନ | ଆମର ଉତ୍ପାଦ କିମ୍ବା ମୂଲ୍ୟବୋଧ ବିଷୟରେ ଅନୁସନ୍ଧାନ ପାଇଁ, ଦୟାକରି ଆପଣଙ୍କର ଇମେଲ୍ ଆମକୁ ଛାଡି ଦିଅନ୍ତୁ ଏବଂ ଆମେ 24 ଘଣ୍ଟା ମଧ୍ୟରେ ସମ୍ପର୍କରେ ରହିବୁ |<eos>
2022-12-02T23:15:16Z
http://or.zdglassware.com/glass-seasoning-jar/
OSCAR-2301
<bos>ନୂଆଦିଲ୍ଲୀ: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୫୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୯ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । India records 15,528 new COVID19 cases today; Active caseload at 1,43,654 pic.twitter.com/VgTiwGrYp6 — ANI (@ANI) July 19, 2022 ସେହିପରି ୧୪୩୬୫୪ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୩୧ ଲକ୍ଷ ୧୩ ହଜାର ୬୨୩ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ୫୨୫୭୮୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।<eos>
2022-12-02T22:09:28Z
https://odia.mobilenews24x7.com/2022/07/19/the-number-of-infections-in-the-country-is-on-the-rise-with-15528-coronas-positive-in-24-hours/
OSCAR-2301
<bos>ବିଜୁ ଜନତା ଦଳରେ ବରିଷ୍ଠଙ୍କ ଗୁରୁତ୍ୱ ନାହିଁ କହିଲେ ଚଳେ।ଦଳରେ ସାମିଲ ହେଉଥିବା ନେତାଙ୍କୁ ମନ୍ତ୍ରୀ କରାଯାଉଛି।ନବ ଦାସ,ରଘୁନନ୍ଦନ ଦାସ, ତୁଷାରକାନ୍ତ ବେହେରାମନ୍ତ୍ରୀ ହେବା ଏହାକୁ ସ୍ପଷ୍ଟ କରୁଛି।ଫଳରେ ଦେବୀ ମିଶ୍ର,ଅମର ଶତପଥି,ରୋହିତ ପୂଜାରୀ,ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକଙ୍କ ପରି ନେତା ବିଜେଡି ନେତୃତ୍ୱ ଉପରେ ଖଡଗ୍ ହସ୍ତ।ସେମାନେ…<eos>
2022-12-01T06:50:52Z
https://www.bartamanodisha.com/tag/amarsatapaty/
OSCAR-2301
<bos>Anupambharat news ONLINE | News, Breaking News, Odisha, Odia, India, Online Portal, Events, Current Affairs, Analysis, Video, Audio, anupambharatonline.com ଆପ୍‌ କବ୍‌ଜାରେ ଦିଲ୍ଲୀ ଏମ୍‌ସିଡି ବିମୁଦ୍ରାୟନ ମାମଲା : ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ ରେପୋରେଟ୍‌ ବୃଦ୍ଧି କଲା ଆର୍‌ବିଆଇ: ଇଏମ୍‌ଆଇ ବଢ଼ିବ ଛତିଶା ନିଯୋଗ ବୈଠକର ନିଷ୍ପତ୍ତି : ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ନିଷିଦ୍ଧ ଆଜି ପଦ୍ମପୁର ରେଜଲଫ , ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି ୮ରେ ବାତ୍ୟା ଅଶଙ୍କା, ୭ରୁ ବର୍ଷା ପଦ୍ମପୁର ଉପନିର୍ବାଚନ : ୭୫.୮୯% ମତଦାନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ Toggle navigation ଓଡ଼ିଶା ଦେଶ ବିଦେଶ କ୍ରୀଡ଼ା ସ୍ତମ୍ଭ ସମ୍ପାଦକୀୟ ଦିଗ୍‌ଦର୍ଶନ ସ୍ବତନ୍ତ୍ର ପୃଷ୍ଠା ଧର୍ମ ଓ ସଂସ୍କୃତି କୃଷି ତରୁଣ ଅରୁଣ କ୍ରୀଡ଼ା ଓ କ୍ରୀଡ଼ାବିତ ଅନୁପମା ଶରୀରମାଦ୍ୟମ ଦେଶ ଓ ବିଦେଶ ବିଜ୍ଞାନ ଓ ପ୍ରଯୁକ୍ତି କ୍ୟାରିୟର ନିଯୁକ୍ତି ଶିଳ୍ପ ବାଣିଜ୍ୟ ଭିଡ଼ିଓ ଖବର ଫଟୋନ୍ୟୁଜ୍ ମହିଳା ଓ ଶିଶୁ ବିକାଶ ବିଭାଗର ଅନଲାଇନ୍‌ ସେବା ଲୋକାର୍ପିତ : ପୁଷ୍ଟି ବଜେଟ୍‌ କରିବାରେ ରାଜ୍ୟ ପ୍ରଥମ February 25, 2021, କ୍ୟାରିୟର ନିଯୁକ୍ତି, , Anupambharat News Bureau Anupambharat News Bureau February 25, 2021 ଭୁବନେଶ୍ୱର, ୨୫ା୦୨(ଅନୁପମ ମିଡିଆ):­ ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ସେହି ୫ ଗୋଟି ସେବା ଗୁଡ଼ିକ ହେଲା (୧) ଇ-କଳିକା (୨) ମୋ ଛତୁଆ ଆପ୍‌ (୩) ଇ-ମାନଦେୟ ପୋର୍ଟାଲ (୪) ମମତା ଆପ୍‌ ଏବଂ (୫) ମୋ ଶିଶୁ ପୋର୍ଟାଲ । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଏବଂ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରି ଆସୁଛି । ଏଥିପାଇଁ ପଞ୍ଚାୟତ ଅନୁଷ୍ଠାନମାନଙ୍କରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୮୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ରାଜ୍ୟ ସରକାରଙ୍କର ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତିକରଣ, ଶିଶୁମାନଙ୍କର ଯତ୍ନ ଏବଂ ପୁଷ୍ଟି କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛି । ସାରା ଦେଶରେ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ହିଁ ପୁଷ୍ଟି ବଜେଟ୍‌ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ଲୋକାର୍ପିତ ୫-ଟି ଅନ୍‌ଲାଇନ୍‌ ସେବା, ପରିବର୍ତ୍ତିତ ପରିସ୍ଥିତିରେ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏ ଅବସରରେ ଉଦ୍‌ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ କହିଥିଲେ ଯେ ରାଜ୍ୟ ସରକାର ମହିଳା ଓ ଶିଶୁ ବିଭାଗର କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର କୋଣ ଅନୁକୋଣରେ ପ୍ରତି ପରିବାର ପାଖରେ ପହଂଚି ପାରିଛି ବୋଲି ସାହୁ କହିଥିଲେ । ବିଭାଗୀୟ ପ୍ରମୁଖ ସଚିବ ଅନୁ ଗର୍ଗ ଲୋକାର୍ପିତ ହୋଇଥିବା ଅନ୍‌ଲାଇନ ସେବା ବିଷୟରେ ସମ୍ୟକ ସୁଚନା ତାଙ୍କ ସ୍ୱାଗତ ଭାଷଣରେ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ. ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଇ-କଳିକା ଆପ ଜରିଆରେ କ୍ରେଚ୍‌ରେ ରହୁଥିବା ୩ ବର୍ଷରୁ କମ୍‌ ବୟସ୍କ ଶିଶୁମାନଙ୍କ ପାଇଁ ଥିବା ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ ତଦାରଖ କରାଯାଇପାରିବ । ଏଥିରେ ମା ମାନଙ୍କୁ ଶିଶୁ ମାନଙ୍କ ଯତ୍ନ, ତତ୍‌ ସମ୍ବନ୍ଧୀୟ ତଥ୍ୟ, ପ୍ରତି ଶିଶୁର ଶାରୀରିକ ତଥା ବୌଦ୍ଧିକ ବିକାଶକୁ ନଜର ରଖାଯାଇପାରିବ । ମୋ-ଛତୁଆ ଆପ୍‌ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଛତୁଆ ଓ ଏହାର ଯୋଗାଣ ପଦ୍ଧତିକୁ ଅଧିକ ବ୍ୟବସ୍ଥିତ ଓ ପାରିଦର୍ଶି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟକ ମାନଙ୍କୁ ମାନଦେୟ / ପ୍ରୋସିାହନ ପାଇଁ ଇ-ମାନଦେୟ ପୋର୍ଟାଲ କାର୍ଯ୍ୟକାରୀ କରାଯାଉଅଛି । ଏହାଦ୍ୱାରା ରାଜ୍ୟର ୧ ଲକ୍ଷ ୩୪ ହଜାର ୭୫୮ ଜଣ ଅଙ୍ଗନ ବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟକ ଉପକୃତ ହେବେ ।ରାଜ୍ୟ ସରକାରଙ୍କର ଅନ୍ୟତମ ଲୋକପ୍ରିୟ କାର୍ଯ୍ୟକ୍ରମ ମମତାକୁ ଆହୁରି ଲୋକାଭିମୁଖୀ ଓ ସେବା କୈନ୍ଦ୍ରିକ କରିବା ପାଇଁ ମମତା ମୋବାଇଲ ଆପ୍‌ ଖୋଲାଯାଇଛି । ଏଥିରେ ଘରେ ବସି ମା ମାନେ ପଞ୍ଜିକରଣ ଠାରୁ ଆରମ୍ଭ କରି ବ୍ୟାଙ୍କ ଖାତାରେ ଟଙ୍କା ଦାଖଲ ପର୍ଯ୍ୟନ୍ତ ସବୁ ତଥ୍ୟ ପାଇପାରିବେ ଏବଂ ଅଭିଯୋଗ ପାଇଁ ୧୮୧ ହେଲ¬ଲାଇନକୁ ମଧ୍ୟ ବ୍ୟବହାର କରିପାରିବେ । ସେହିପରି ମୋ ଶିଶୁ ପୋର୍ଟାଲ ଶିଶୁ ସୁରକ୍ଷା ସେବାକୁ ତଦାରଖ ଓ ଦ୍ରୁତଗାମୀ କରିବା ପାଇଁ ଏକ ସରଳ ବ୍ୟବସ୍ଥା । ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନେ ଏହାଦ୍ୱାରା ଉପକୃତ ହୋଇପାରିବେ । ଶିଶୁ ମଙ୍ଗଳ କମିଟି ଓ କିଶୋର ନ୍ୟାୟ ବୋର୍ଡ଼ ମଧ୍ୟ ଅନଲାଇନରେ ବିଭିନ୍ନ ତଥ୍ୟକୁ ଅନୁଧ୍ୟାନ କରି ଶିଶୁମାନଙ୍କ ଥଇଥାନ କାର୍ଯ୍ୟକାରୀ କରିପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିଭାଗରେ ୫-ଟି କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପୁସ୍ତିକା ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ସଚିବ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ୫ଟି ଜାତୀୟ ଆନ୍ତର୍ଜାତୀୟ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଘରକୁ ନେବା ଶୁଖିଲା ଖାଦ୍ୟର ମାନବୃଦ୍ଧି ପାଇଁ ବୈଷୟିକ ସହଯୋଗ ଓ ମିଶନ ଶକ୍ତି ମା ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସି.ଏଫ୍‌.ଟି.ଆର.ଆଇ ସହିତ, ଘରକୁ ନେବା ଶୁଖିଲା ଖାଦ୍ୟର ଗୁଣବତାର ଉନ୍ନତି ଏବଂ ପୁଷ୍ଟିକର ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହିତ, ମା ଶିଶୁ ଓ କିଶୋରୀ ମାନଙ୍କର ପୁଷ୍ଟିହୀନତା ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାପାଇଁ ଆଇ.ସି.ଏମ୍‌.ଆର ସହିତ ଏବଂ ଶିଶୁ ସୁରକ୍ଷାକୁ ନିଶ୍ଚିତ କରିବାପାଇଁ ତୃଣମୂଳ ସ୍ତରରୁ ଜିଲ୍ଲା ଓ ରାଜ୍ୟ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟରତ ମାନବସମ୍ବଳର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଓ ୟୁନିସେଫ ମଧ୍ୟରେ ବୁଝାମୁଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।<eos>
2022-12-10T10:04:18Z
http://www.anupambharatonline.com/post.php?read=1920
OSCAR-2301
<bos>ଭୁବନେଶ୍ୱର: ବାପା ବିଜୁ ପଟ୍ଟନାୟକଙ୍କ ବାଟରେ ନବୀନ। ଶାସନ ବ୍ୟବସ୍ଥାରେ ମହିଳାଙ୍କୁ ଆଗ୍ରାଧିକାର ଦେବା ଲାଗି ବିଜୁ ପଟ୍ଟନାୟକ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ କରିଥିଲେ। ୧୯୯୧ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ନିୟମ ଲାଗୁ କରିଥିଲେ। ଯାହାକି ଭାରତ ବର୍ଷରେ ଥିଲା ପ୍ରଥମ, ଆଉ ଏବେ ନବୀନ ପଟ୍ଟନାୟକ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ ଲାଗୁ କରିବା ପାଇଁ ଆଗଭର ହୋଇଛନ୍ତି। ତେବେ ବିଜୁ ହୁଅନ୍ତୁ କି ନବୀନ, ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ନୀତିକୁ ଲାଗୁ କରିଥାନ୍ତି। ୧୯୯୨ପଞ୍ଚାୟତ ନିର୍ବାଚନ ଆଗରୁ ଅର୍ଥାତ ୧୯୯୧ରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ନିୟମ ଲାଗୁ କରିଥିଲେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ଠିକ୍ ସେହିପରି ୨୦୧୨ପଞ୍ଚାୟତ ନିର୍ବାଚନ ଆଗରୁ ଏପ୍ରିଲ ୨୦୧୧ରେ ୩୩% ମହିଳା ସଂରକ୍ଷଣକୁ ବୃଦ୍ଧି କରି ୫୦% କରିଦେଲେ ନବୀନ। ଆଉ ୨୦ନଭେମ୍ବର ୨୦୧୮ରେ ମାଷ୍ଟର ଷ୍ଟ୍ରୋକ୍ ଖେଳି ବିଧାନସଭା ଓ ଲୋକସଭାରେ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଉଦ୍ୟମରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ। ନଜରରେ ହାଣ୍ଡିଶାଳ ଅପରପକ୍ଷରେ ନିର୍ବାଚନ କମିଶନ ଆକଳନ କରୁଛନ୍ତି ୨୦୧୯ନିର୍ବାଚନରେ ଓଡ଼ିଶାରେ ପ୍ରାୟ ୧କୋଟି ୫୧ଲକ୍ଷ ୩୬ହଜାର ୩୬ଜଣ ମହିଳା ଭୋଟର ହେବେ, ଯାହାକି ସମୁଦାୟ ଭୋଟରଙ୍କ ପ୍ରାୟ ଅଧା। ସେହି ମହିଳା ଭୋଟରଙ୍କ ମନ ଜିଣିବା ଲାଗି ନବୀନ, ମହିଳା ସଂରକ୍ଷଣ ଫର୍ମୁଲାକୁ ରିପିଟ୍ କରିବାକୁ ଯାଉଛନ୍ତି କି? ଅବଶ୍ୟ ତ୍ରିସ୍ତରୀୟ ପଞ୍ଚାୟତ ପରି ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳା ସଂରକ୍ଷଣ ନୀତି ଲାଗୁ କରିବା ଏତେ ସହଜ ନୁହେଁ। ଏଥିପାଇଁ ସଂସଦର ମୋହର ଲାଗିବା ଜରୁରୀ। ଯାହା ୨୦୧୯ ନିର୍ବାଚନ ପୂର୍ବରୁ ଆଦୌ ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣା। କିନ୍ତୁ ନବୀନ ଜାଣନ୍ତି ଯେ ମହିଳା ସଂରକ୍ଷଣ କାର୍ଡ ନ ଖେଳିଲେ, ପ୍ରଧାନମନ୍ତ୍ରୀ ଉଜ୍ଜଲା ଯୋଜନାରୁ ବିଜେପି ଫାଇଦା ନେଇଯିବ। ସେଥିପାଇଁ ଉଜ୍ୱଲା ଯୋଜନାକୁ ଆରମ୍ଭରୁ ବିରୋଧ କରିଛି ବିଜେଡି ସରକାର। ୨୦ଜୁନ୍ ୨୦୧୬ର ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପ୍ରଭାସ ସିଂ। ହେଲେ ୨୦୧୭ ଫେବ୍ରୁଆରୀ ପଞ୍ଚାୟତ ନିର୍ବାଚନରେ ଉଜ୍ୱଳା ଯୋଜନାର ସୁଫଳ ବିଜେପିକୁ ମିଳିଥିଲା। ଏହା ମଧ୍ୟରେ ଓଡ଼ିଶାର ୩୦ଲକ୍ଷରୁ ଉର୍ଦ୍ଧ ଗରିବ ମହିଳାଙ୍କୁ ଶସ୍ତାରେ ଗ୍ୟାସ ଯୋଗାଇ ଦେଇଛି କେନ୍ଦ୍ର ପେଟ୍ରୋଲିୟମ ବିଭାଗ। ଏହି ସଂଖ୍ୟା ୨୦୧୯ ନିର୍ବାଚନ ବେଳକୁ ସେହି ସଂଖ୍ୟା ୩୫ଲକ୍ଷକୁ ଛୁଇଁ ସାରିଥିବ। ତେଣୁ ଗ୍ୟାସ ଯୋଗାଇ ହାଣ୍ଡିଶାଳରେ ପଶି ସାରିଥିବା ବିଜେପିକୁ ଅଟକାଇବା ଲାଗି ନବୀନ ଖେଳିଲେ ମହିଳା ସଂରକ୍ଷଣ କାର୍ଡ ବୋଲି ଅନୁମାନ କରାଯାଉଛି। ଲୋକାୟୁକ୍ତ ବିଲ୍ ପାରିତରେ ବି ଥିଲେ ପ୍ରଥମ ଅନ୍ୟପଟେ ଆର୍ଥିକ ଅନଗ୍ରସର ଭୋଟରଙ୍କୁ ସାଙ୍ଗରେ ରଖିବା ଲାଗି କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ମନା କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି ନବୀନ ସରକାର। ଆଉ ଏବେ ଉଜ୍ୱଳା ଯୋଜନାକୁ କାଉଣ୍ଟର କରିବ ମହିଳା ସଂରକ୍ଷଣ କାର୍ଡ। ତେବେ ମହିଳା ସଂରକ୍ଷଣର ନୀତି ଲାଗୁ କରିବାରେ ପ୍ରଥମ ହେବା ପାଇଁ ଉଦ୍ୟମ କରୁଥିବା ନବୀନ ପଟ୍ଟନାୟକ, ଲୋକାୟୁକ୍ତଙ୍କ ନିଯୁକ୍ତି କେବେ କରିବେ? ଦୁର୍ନୀତି ବିରୋଧିର ଇମେଜ୍ ସୃଷ୍ଟି କରି ୨୦୧୪ ଫେବ୍ରୁଆରୀରେ ଲୋକାୟୁକ୍ତ ବିଲ୍ ପାସ୍ କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ।ହେଲେ ସେହି ବିଲକୁ ୨୦୧୫ଫେବ୍ରୁଆରୀରୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲେ ମଧ୍ୟ ଓଡ଼ିଶାରେ ଏଯାଏଁ ନିଯୁକ୍ତ ହୋଇପାରିଲେ ନାହିଁ ଲୋକାୟୁକ୍ତ। ଆଉ ଏବେ ମହିଳା ସଂରକ୍ଷଣ କାର୍ଡ…. ଏଥିସହ ପଢ଼ନ୍ତୁ ଅରବିନ୍ଦ ଢାଲି ଫେରିବେ ଜୟଦେବ! ନିଆଳିରୁ ଲଢ଼ିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା! ବିଜେପି ସାଂସଦ ବରୁଣ ଗାନ୍ଧିଙ୍କୁ PMOରୁ ତାଗିଦ, ‘କାହିଁକି ସମସ୍ୟା ବଢ଼ାଉଛ’? No Comments Tagged: 2019 Elections, Naveen Patnaik, Ujjwala Yojana, Women Resrvation Related Posts December 9. 2022 <strong>ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଭରସା, ଡ଼ିବି-ଲଣ୍ଠନ</strong> December 8. 2022 <strong>କାମ ଦେଉଛି ସମବେଦନା କାର୍ଡ:ପଦ୍ମପୁରରେ ବର୍ଷା ବିଜୟୀ</strong> December 8. 2022 <strong>ରେସରୁ ହଟୁଛି କଂଗ୍ରେସ</strong> Leave a comment Cancel reply Δ November 21 କ୍ରିକେଟ ମୈଦାନରୁ ପଲିଟିକାଲ୍ ପିଚ୍: ପଟୌଦୀ କ୍ଲିନ୍ ବୋଲ୍ଡ, ଇମ୍ରାନଙ୍କ ବଲେ୍ ବଲେ୍ November 23 ଅପରାଜିତାଙ୍କ ସହ ବିଜେପିରେ ମିଶିବେ ୩ ବ୍ୟୁରୋକ୍ରାଟ୍: ହାରିନଥିବା ପାଟ୍ଟଶାଣୀଙ୍କ ସହ ଲଢ଼ିବାକୁ କଣ ରିସ୍କ ନେବେ ପୂର୍ବତନ BMC କମିଶନର?<eos>
2022-12-10T08:27:52Z
https://www.bartamanodisha.com/can-women-reservation-bill-counter-to-ujjwala-yojana/
OSCAR-2301
<bos>ପାରଳାଖେମୁଣ୍ଡି,୨୧ା୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳଗୁଡିକରେ ଚାଷଜମି ପରିମାଣ କମି କମି ଯାଉଥିବା ବେଳେ ଘରବାରି କିସମ ବଢୁଥିବା ପରିଲକ୍ଷିତ ହେଉଛି। ଜମିମାଫିଆ ତଥା ଦଲାଲମାନେ ସହରାଞ୍ଚଳ ନିକଟ ଅଞ୍ଚଳଗୁଡିକରେ ଥିବା ଚାଷଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଚାଲିଥିବା ବେଳେ ଏବେ ଏମାନଙ୍କ ନଜର ଗ୍ରାମାଞ୍ଚଳ ଉପରେ ରହିଛି। ଅନ୍ୟପକ୍ଷରେ ଚାଷୀମାନଙ୍କୁ ଉତ୍ସାହିତ ବା ପ୍ରୋତ୍ସାହନ ସଠିକ ଭାବେ ମିଳୁନଥିବାରୁ ଚାଷୀମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ଠିକ ସମୟରେ ଦଲାଲ ତଥା ଜମିମାଫିଆମାନେ ସୁଯୋଗ ଉଣ୍ଡି ଜମିଗୁଡିକୁ ଶସ୍ତା ଦରରେ କ୍ରୟ କରି ଘରବାରି ତଥା ପ୍ଲଟ ଆକାରରେ ଚଢାଦରରେ ବିକ୍ରି କରୁଥିବା ଜଣାପଡିଛି। ଏପରି ଏକ ନମୁନା ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଅଞ୍ଚଳରେ ଦେଖିବାକୁ ମିଳିଛି । ଗାରବନ୍ଧ ଗ୍ରାମ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ଥିବା ବେଳେ ଗ୍ରାମକୁ ଲାଗିଥିବା ଚାଷ ଜମିଗୁଡିକ ବର୍ତ୍ତମାନ ବେସରକାରୀ ଭାବେ ଚଢା ମୂଲ୍ୟ ରହିଛି। ଏହି ଅଞ୍ଚଳରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ତଥା ରାଜନେତାମାନେ ଉର୍ବର ଚାଷ ଜମିଗୁଡିକୁ କ୍ରୟ କରି ପ୍ଲଟ ଆକାରରେ ବହୁମୂଲ୍ୟରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହି ଜମିଗୁଡିକୁ ରାତାରାତି ବିଭିନ୍ନ ମେଶିନ ସାହାଯ୍ୟରେ ସମତଳ କରିଦେବା ସହ ପ୍ଲଟିଂ କରି ବିକ୍ରି କରୁଛନ୍ତି। ଏକଦା ଏହି ଗାରବନ୍ଧ ଗ୍ରାମାଞ୍ଚଳର ଧାନଠାରୁ ଆରମ୍ଭ କରି ପନିପରିବା ଚାଷ ପାଇଁ ବେଶ ଖ୍ୟାତି ରହିଥିଲା। ହେଲେ ଏବେ କେଇ ବର୍ଷ ହେଲା ଧାନ, ପନିପରିବା ଚାଷ ତଥା ଉତ୍ପାଦନ କ୍ଷେତ୍ର କମିବାରେ ଲାଗିଛି। ବିଭିନ୍ନ ସମସ୍ୟା ତଥା ପ୍ରୋତ୍ସାହନ ଅଭାବରୁ ଚାଷ ଜମି ଥିବା ଲୋକେ ଚାଷବାସ ପ୍ରତି ମୁହଁ ଫେରାଇ ନେଉଛନ୍ତି। ନିଜ ନିଜ ଚାଷଜମିକୁ କମ୍‌ ମୂଲ୍ୟରେ ଏହି ଜମିମାଫିଆଙ୍କୁ ବିକ୍ରି କରି ଦାଦନ ଖଟିବାପାଇଁ ରାଜ୍ୟ ବାହାରକୁ ଯାଇ ଅକଥନୀୟ ଅତ୍ୟାଚାର, ମୃତ୍ୟୁବରଣ କରିବା ଆଦି ବହୁ ଦୃଷ୍ଟାନ୍ତ ରହିଛି। ଏପଟେ ଜମିମାଫିଆମାନେ ପ୍ଲଟିଂ କରି ରାତାରାତି ମାଲାମାଲ ହେଉଛନ୍ତି । ଏହି ଚାଷଜମି ଗୁଡିକୁ ଘରବାରିରେ ପରିବର୍ତ୍ତନ ପାଇଁ କିପରି ଅନୁମତି ଦିଆଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିୟମ ମୁତାବକ ଚାଷ ଜମିଗୁଡିକୁ ଘରବାରି ପରିବର୍ତ୍ତନ ପାଇଁ ବିଭିନ୍ନ ସରକାରୀ ନିୟମାବଳୀ ରହିଛି । ହେଲେ କମ ଦିନରେ ଚାଷଜମିରୁ ଘରବାରି ପଟ୍ଟା କିପରି ହେଉଛି ଏବଂ ଜମିମାଫିଆମାନେ କିପରି ପ୍ଲଟିଂ କରି ବିକ୍ରିବଟା କରୁଛନ୍ତି ତାହା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଆମ ଜିଲା ଖବର, ଗଜପତି View All ରୋଜଗାର ଦେଉଛି ମହୁଲଫୁଲ ଉମରକୋଟ, ୩୦।୩(ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ବଣ ପାହାଡ଼ ମହୁଲଫୁଲର ମହମହ ବାସ୍ନାରେ ମହକୁଛି। ଅଧିକାଂଶ ଆଦିବାସୀ ମହୁଲଫୁଲ ସଂଗ୍ରହକରି ପରିବାର ପୋଷଣ କରନ୍ତି।... ଯୁବକଙ୍କୁୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ ବାଲେଶ୍ୱର ଅଫିସ, ୧୨।୧: ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମରେ କଙ୍ଗାରୁ କୋର୍ଟ ଅଭିଯୋଗ ହୋଇଛି। ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଗ୍ରାମବାସୀ ବିଦ୍ୟୁତ... କଟକଣା ଲଙ୍ଘି ଦେଲେଣି କୋଟିଏ ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୨୧ା୪ – କରୋନାର ଦ୍ୱିତୀୟ ଲହରକୁ ନେଇ ସବୁଠି ଏବେ ଆତଙ୍କ। ରାଜ୍ୟରେ ଦୈନିକ ସଂକ୍ରମଣ ୫ ହଜାର... ବନ୍ଧ୍ୟାକରଣ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି ପରଜଙ୍ଗ, ୩।୧୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ବନ୍ଧ୍ୟାକରଣ ଅସ୍ତ୍ରୋପଚାରରେ ଗୁରୁତର ତ୍ରୁଟି ହୋଇଛି। ଦୁଇଟି ପରବର୍ତ୍ତେ ଗୋଟିଏ ଷ୍ଟିଚ୍‌ କରାଯାଇଥିବାରୁ... ରାତି ପାହିଲେ ବନିଶୀ ଖୋଜା, ମାଛ ଧରି ଚଳୁଛନ୍ତି ଶହେ ପରିବାର ବାଲେଶ୍ୱର ଅଫିସ, ୫।୧୧-ରାତି ପାହିଲେ ଖୋଜା ପଡ଼େ ବନିଶୀ। ବୁଢ଼ାବଳଙ୍ଗ ନଦୀ ୟୁଟର୍ଣ୍ଣ ମାରି ସମୁଦ୍ରଆଡ଼କୁ ବୋହିଯାଇଥିବା ଚାରିଗୋଛିଆ ମୁହାଣରେ ଏହି ବନିଶୀ ସାହଯ୍ୟରେ ମାଛ... ପୁରୀରେ ପହଞ୍ଚିଲା ରଥ ଦଉଡ଼ି ପୁରୀ ଅଫିସ,୨ା୬: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ ହୋଇଉଠିଛି। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ। ଏଥିପାଇଁ ରଥଖଳା ଓ ନରେନ୍ଦ୍ର... ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ନିର୍ମାଣ ପାଇଁ ନ ଥିଲା ଅନୁମତି କଟକ ଅଫିସ, ୯।୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୋମବାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଏ ନେଇ ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ... କାର୍ଯ୍ୟକ୍ଷମ ହେଉନି ପାନୀୟ ଜଳ ପ୍ରକଳ୍ପ ନରାଜ,୧୨।୧୦(ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ବ୍ଲକ ବେଲଗଛିଆ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ ବହୁ ବର୍ଷ ଧରି ଏକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ... Archives Archives Select Month November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017<eos>
2022-12-01T01:08:36Z
https://www.dharitri.com/farmland-is-decreasing-houses-are-increasing/
OSCAR-2301
<bos>ପ୍ରଧାନମନ୍ତ୍ରୀ ଙ୍କ ସମ୍ପତ୍ତି ବଢୁଛି କେମିତି ? ସବୁ ତଥ୍ୟ ଜାଣିବା ପାଇଁ link ଖୋଲନ୍ତୁ । - Odisha Facts - Odia News Skip to content Thursday, December 08, 2022 [email protected] facebook instagram linkedin twitter Odisha Facts – Odia News ରାଜ୍ୟ ଦେଶଦୁନିଆ ଭଲ ଖବର ରାଜନୀତି ବିଜ୍ଞାନ ଜୀବନ ଶୈଳୀ ସଂସ୍କୃତି ମଉଜ ଖେଳ ଅତିଥି ସ୍ତମ୍ଭ ଗଳ୍ପ ଓ କବିତା Search … ଦେଶଦୁନିଆ ପ୍ରଧାନମନ୍ତ୍ରୀ ଙ୍କ ସମ୍ପତ୍ତି ବଢୁଛି କେମିତି ? ସବୁ ତଥ୍ୟ ଜାଣିବା ପାଇଁ link ଖୋଲନ୍ତୁ । Odisha Facts October 15, 2020 No Comments ଗତବର୍ଷ ତୁଳନାରେ ୨୬% ଅଧିକ ମୋଦିଙ୍କ ଆୟ ନୂଆଦିଲ୍ଲୀ: ଘୋଷଣା ହୋଇଛି ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରେ ଦାଖଲ ହୋଇଥିବା ମୋଦିଙ୍କ ସମ୍ପତ୍ତି। ଗତ ବର୍ଷ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆୟ ୨୬ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଥିବା ଜଣାପଡିଛି । ଜୁନ୍ ୩୦ ଯାଏ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଘୋଷଣା କରିଛନ୍ତି। ଯେଉଁଥିରୁ ଜଣାପଡ଼ିଛି ତାଙ୍କ ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତିର ମୂଲ୍ୟ ୨.୮୫ କୋଟି ଟଙ୍କା ରହିଛି। ତେବେ ଗତବର୍ଷ ମୋଦୀଙ୍କ ସମ୍ପତ୍ତିର ମୂଲ୍ୟ ୨.୪୯ କୋଟି ତୁଳନାରେ ଏ ବର୍ଷ ପ୍ରାୟ ୩୬ ଲକ୍ଷ ଅଧିକ ରହିଛି। ସେ ବ୍ୟାଙ୍କ୍‌ରେ ଜମା କରିଥିବା ୩.୩ ଲକ୍ଷ ଟଙ୍କା ଓ ନିରାପଦ ପୁଞ୍ଜି ବିନିଯୋଗର ରିଟର୍ଣ୍ଣ ବାବଦରେ ମିଳିଥିବା ୩୩ ଲକ୍ଷ ଟଙ୍କା ମିଶିବା ପରେ ମୋଦୀଙ୍କ ଏ ବର୍ଷର ସଂପତ୍ତିର ମୂଲ୍ୟ ପୂର୍ବ ବର୍ଷ ଅପେକ୍ଷା ଅଧିକ ରହିଥିବା ଜାଣିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଭାବରେ ମୋଦିଙ୍କ ମାସିକ ଦରମା ୨ ଲକ୍ଷ ଟଙ୍କା। ୨୦୨୦ ଜୁନ୍ ‌ଶେଷ ସୁଦ୍ଧା ମୋଦୀଙ୍କ ନିକଟ‌ରେ ନଗଦ ୩୧,୪୫୦ ଟଙ୍କା, ଏସବିଆଇ ଗାନ୍ଧିନଗର ଏନଏସସି ଶାଖାରେ ଥିବା ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୩,୩୮, ୧୭୩ ଟଙ୍କା ଓ ସେହି ସମାନ ବ୍ୟାଙ୍କ୍‌ରେ ୧, ୬୦, ୨୮, ୯୩୯ ଟଙ୍କାର ଏଫ୍‌ଡିଆର୍‌ ଓ ଏମ୍‌ଓଡି ଆକାଉଣ୍ଟ୍‌ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀଙ୍କର ୮,୪୩, ୧୨୪ ଟଙ୍କାର ଏନ୍‌ଏସ୍‌ସି, ୧,୫୦, ୯୫୭ ଟଙ୍କାର ଜୀବନ ବୀମା ପଲିସି ଏବଂ ୨୦ ହଜାର ଟଙ୍କାର ଟିକସ ସଞ୍ଚୟ ଇନଫ୍ରା ବଣ୍ଡ୍ ରହିଛି। ଏହା ବ୍ୟତୀତ ତାଙ୍କ ନିକଟରେ ୧.୭୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅସ୍ଥାବର ସଂପତ୍ତି ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଏ ଯାଏ କୌଣସି ଋଣ ନେଇନାହାନ୍ତି। ତାଙ୍କର ଚାରୋଟି ସୁନା ମୁଦି ଅଛି, ଯାହାର ଓଜନ ପ୍ରାୟ ୪୫ ଗ୍ରାମ୍‌। ଏହାର ମୂଲ୍ୟ ପ୍ରାୟ ୧.୫ ଲକ୍ଷ ଟଙ୍କା। ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀଙ୍କ ସମେତ ୪ ଜଣଙ୍କ ନାମ‌ରେ ୩,୫୩୧ ବର୍ଗ ଫୁଟ୍‌ର ଏକ ପ୍ଲଟ୍ ଅଛି ବୋଇଲି ଏହି ଘୋଷଣାନାମାରେ କୁହାଯାଇଛି । ଏଥିରେ ସମସ୍ତଙ୍କର ୨୫ ପ୍ରତିଶତ ଭାଗ ରହିଛି। ଘୋଷଣାନାମାରେ ମୋଦୀଙ୍କ ନାମ‌ରେ କୌଣସି ବ୍ୟକ୍ତିଗତ ଯାନବାହାନ ଥିବା ଉଲ୍ଲେଖ କରାଯାଇ ନାହିଁ । ଗତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ମୋଦି ସତ୍ୟପାଠ ଦାଖଲ କରିଥିଲେ ଯେଉଁଥିରେ ୧.୪୧ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଦେଖାଇଥିଲେ। ସେତେବେଳେ ବ୍ୟାଙ୍କରେ ତାଙ୍କର ୧.୨୭ କୋଟି ଟଙ୍କା ଥିଲା। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅଧିକାଂଶ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ସମ୍ପତ୍ତିର ବିବରଣୀ ଦେଇଛନ୍ତି। ରାମଦାସ ଅଠାୱାଲେ, ବାବୁଲ ସୁପ୍ରିଓଙ୍କ ସମେତ କିଛି କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଏପର୍ଯ୍ୟନ୍ତ ଏହି ବିବରଣୀ ସାର୍ବଜନୀନ କରିନାହାନ୍ତି। ଏଠାରେ ପ୍ରକାଶ ଥାଉକି ୨୦୦୪ରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପତ୍ତିର ବିବରଣୀ ପ୍ରଦାନ କରିବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସାଂସଦମାନଙ୍କୁ ମଧ୍ୟ ପ୍ରତିବର୍ଷ ସେମାନଙ୍କ ପରିବାରର ଆୟ ବିବରଣୀ ଦେବାକୁ ପଡିବ। ୨୦୧୩ଠାରୁ, ଲୋକପାଳ ଏବଂ ଲୋକାୟୁକ୍ତ ଆଇନ, ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବାର୍ଷିକ ଆୟ ସୂଚନା ସାର୍ବଜନୀନ କରିବା ବାଧ୍ୟତାମୂଳକ ରହିଛି। Post Views: 186 Leave a Reply Cancel reply You must be logged in to post a comment. Post navigation Previous Previous post: କୋରାପୁଟ ରୁ ଭୁବନେଶ୍ୱର ଏକ ବସ୍ କୁ ଆଶ୍ଚର୍ଯ୍ୟ ହେବା ଭଳି ଫାଇନ, କୋଉ ବସ୍ ଓ କେତେ ଫାଇନ ? Next Next post: ମିସାଇଲ୍‌ ମ୍ୟାନଙ୍କ ୮୯ତମ ଜନ୍ମଦିବସ Search … Recent Posts ବର୍ଷାଙ୍କ ଫେନ୍ କୁ ଝଟକା କାହାର ହେବ ପଦ୍ମପୁର 🌹꧁ ଆଜିର ରାଶିଫଳ꧂🌹 ଆଜି ଠାରୁ ଆରମ୍ଭ ହେଲା ଶୀତ ଅଧିବେଶନ 🌼🌹꧁ ଆଜିର ରାଶିଫଳ꧂🌹🌼 Recent Comments ରବି ନାରାୟଣ ମିଶ୍ର on ବେରୋଜଗାରୀ ଦୁରେଇବା ପାଇଁ ସ୍ୱଦେଶୀ ଜରୁରୀ Sushil Pohan on ଶୁଷ୍କ କାଷ୍ଠସ୍ୟ ମୂର୍ଖଶ୍ଚ ନ ନମନ୍ତି କଦାଚନ। Sushil Pohan on ଶୁଷ୍କ କାଷ୍ଠସ୍ୟ ମୂର୍ଖଶ୍ଚ ନ ନମନ୍ତି କଦାଚନ। Fashion Tech Categories Uncategorized ଖେଳ ଗଳ୍ପ ଓ କବିତା ଜୀବନ ଶୈଳୀ ଦେଶଦୁନିଆ ବିଜ୍ଞାନ ଭଲ ଖବର ମଉଜ ରାଜନୀତି ରାଜ୍ୟ ସଂସ୍କୃତି Tags Actress barsha priyadarshini Archana nag Archana nag ED office Astrology Bjd Bjp Bonda boy Chief minister odisha Drone puri Jagannath temple ED bhubaneswar Facebook Facebook t&c Jagannath temple puri Joining program Make in odisha Mission shakti odisha Narendra modi Naveen pattanaik Odisha politics Padmapur by election Parliament of india Petrol rate increase Teacher strike Winter care<eos>
2022-12-08T09:11:32Z
https://odishafacts.com/prim-minister-modi-property/
OSCAR-2301
<bos>Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in Home ଦେଶ- ବିଦେଶ ରାଜ୍ୟ କରୋନା Sambad EnglishNews In English ଜିଲ୍ଲା ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡ଼ା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ଜଗତସିଂହପୁର ଝାରସୁଗୁଡ଼ା ଢେଙ୍କାନାଳ ଦେବଗଡ଼ ନବରଙ୍ଗପୁର ନୟାଗଡ଼ ନୂଆପଡ଼ା ପୁରୀ ବରଗଡ଼ ବଲାଙ୍ଗୀର ବାଲେଶ୍ଵର ବୌଦ୍ଧ ଭଦ୍ରକ ମୟୂରଭଞ୍ଜ ମାଲକାନଗିରି ଯାଜପୁର ରାୟଗଡ଼ା ସମ୍ବଲପୁର ସୁନ୍ଦରଗଡ଼ ସୁବର୍ଣ୍ଣପୁର ମହାନଗର ଖେଳ ବାଣିଜ୍ୟ ରାଜନୀତି ମନୋରଞ୍ଜନ ବିଶେଷ ଅପରାଧ ଜୀବନଚର୍ଯ୍ୟା ରାଶିଫଳ ଫୁଲଝରି ସମ୍ପାଦକୀୟ ପୁଲିସ୍‌ କଲା ଏନ୍‌କାଉଣ୍ଟର୍‌; ଧରାପଡ଼ିଲା ପ୍ରେମିକାକୁ ୪ ମହଲାରୁ ଠେଲି ଦେଇଥିବା ପ୍ରେମିକ LatestLeadingଅପରାଧ By Sambad Digital Last updated Nov 18, 2022 www.indiatoday.in ସେୟାର ଲକ୍ଷ୍ନୌ: ରାଗରେ ମଣିଷ ହିତାହିତ ଜ୍ଞାନ ହରାଇ ବସେ। ଅତି ରାଗରେ ଏପରି କିଛି ଘଟେ, ଯାହାର ପରିଣାମ ବେଳେ ବେଳେ ଭୟଙ୍କର ହୋଇଥାଏ। ରାଗରେ ମଣିଷ ହାତ ଉଠାଇବ‌ାରୁ‌ ନେଇ ଜୀବନ ନେବା ପର୍ଯ୍ୟନ୍ତ କାମ ବି କରିପାରେ। ଏକ ଝଗଡ଼ାକୁ କେନ୍ଦ୍ର କରି ଜଣେ ପ୍ରେମିକ ନିଜ ୧୭ ବର୍ଷୀୟ ପ୍ରେମିକାକୁ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ଆପାର୍ଟମେଣ୍ଟ୍‌ର ୪ ମହଲାରୁ ତଳକୁ ଠେଲି ଦେଇଥିବା କଥା ଆପଣଙ୍କର ମନେଥିବ ନିଶ୍ଚୟ। ଏବେ ସେହି ଯୁବକ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଆହତ ହୋଇଛି। ଶୁକ୍ରବାର ପୁଲିସ୍‌ ଗୁଳିରେ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଏହି ଯୁବକ ଜଣକ ହେଉଛି ମହମ୍ମଦ ସୁଫିୟାନ୍‌। ସେ ନିଜ ପ୍ରେମିକ ନିଧି ଗୁପ୍ତାକୁ ୪ ମହଲାରୁ ତଳକୁ ଠେଲି ଦେଇ ହତ୍ୟା କରିଥିବା କଥା ପୂର୍ବରୁ ଅଭିଯୋଗ ହୋଇଥିଲା। ନିଧିଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗ ଅନୁଯାୟୀ ସୁଫିୟାନ୍‌ ଓ ନିଧି ଅନେକ ଦିନ ହେବ ସଂପର୍କରେ ଥିଲେ। ସୁଫିୟାନ୍‌ ସବୁବ‌େଳେ ନିଧିକୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲା। ଏହି କଥାକୁ ନେଇ ସେ ଦୁହଁଙ୍କ ମଧ୍ୟରେ ବରାବର ଝଗଡ଼ା ହେଉଥିଲା। ତେବେ ନିଧିଙ୍କ ମୃତ୍ୟୁ ପରେ ସୁଫିୟାନ୍‌ କେଉଁଆଡ଼େ ଫେରାର୍‌ ହୋଇ ଯାଇଥିଲେ। ତାକୁ ଧରିଦେବା ପାଇଁ ପୁଲିସ୍‌ ତା’ ମୁଣ୍ଡରେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ନିଧି ହତ୍ୟା ମାମଲା ବ୍ୟତୀତ ସୁଫିୟାନ୍‌ ଉପରେ ବଳପୂର୍ବକ ଧର୍ମାନ୍ତରୀକାରଣ ଅଭିଯୋଗ ବି ରହିଛି। ନିଧିଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପ୍ରେମରେ ଫଶାଇ ସେ କୁଆଡ଼େ ନିଧିଙ୍କୁ ବହୁ ଦିନ ହେବ ବ୍ଲାକ୍‌ମେଲ୍‌ କରି ଆସୁଥିଲା।<eos>
2022-12-10T01:22:23Z
https://sambad.in/crime/man-who-pushed-17-year-old-girlfriend-to-death-shot-at-during-police-encounter-in-up-908745/
OSCAR-2301
<bos>ମାନିଲା ୧୭।୦୩: ମାରାତ୍ମକ କରୋନା ଭୂତାଣୁ ସଂପ୍ରତି ପୂରା ଦୁନିଆକୁ କବଳିତ କରି ସାରିଛି। ଏହି ଭୂତାଣୁରେ ଅଦ୍ୟାବଧି ୭ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ଫିଲିପାଇନ୍ସ ମଧ୍ୟ ଏଥିରୁ ବର୍ତ୍ତି ନାହିଁ। କରୋନ ଭୂତାଣୁ କାରଣରୁ ଏହି ଦେଶରେ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି। ଏହା ମଧ୍ୟରେ ଫିଲିପାଇନ୍ସ ପାଇଁ ଉତ୍ତର ପ୍ରାନ୍ତରେ ବ୍ୟାପୁଥିବା ଆଉ ଏକ ଭୂତାଣୁ ଚିନ୍ତାର କାରଣ ପାଲଟିଛି। ଫିଲିପାଇନ୍ସର ଉତ୍ତରୀ ପ୍ରାନ୍ତରେ କରୋନା ପରେ ବାର୍ଡ ଫ୍ଲୁ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଛି, ଯାହା ସେଠାକାର ସରକାରଙ୍କୁ ଚିନ୍ତାରେ ପକାଇଛି। ଏହି ଫ୍ଲୁର ଭୂତାଣୁ ବଟେର ନାମକ ଏକ ପକ୍ଷୀରୁ ବ୍ୟାପିଛି, ଯାହା ଲୋକଙ୍କୁ ମଧ୍ୟ କବଳିତ କରିବାରେ ଲାଗିଛି। ଫିଲିପାଇନ୍ସର କୃଷି ମନ୍ତ୍ରୀ ସୋମବାର ଏହାର ସୂଚନା ଦେଇ କହିଛନ୍ତି ଯେ, ଏହା ବହୁତ ସଂକ୍ରାମକ ଭୂତାଣୁ ଅଟେ ଏବଂ ଇନଫୁଏଞ୍ଜା ଏ ଭୂତାଣୁ ଶ୍ରେଣୀର ଅଟେ। ଏହି ଭୂତାଣୁର ପ୍ରଥମ ସ୍ଥିତି ସର୍ବ ପ୍ରଥମେ ବଟେର ନାମକ ଏକ ଫାର୍ମରୁ ମିଳିଛି। ମଣିଷ ପାଇଁ ଏହା ଜୀବନନାଶକାରୀ ମଧ୍ୟ ହୋଇଥାଏ। ଏହି ନୂତନ ସମସ୍ୟାକୁ ନେଇ ଫିଲିପାଇନ୍ସର କୃଷି ସଚିବ ଓ୍ଵିଲିୟମ ଡାର କହିଛନ୍ତି ଏହି ଅଞ୍ଚଳରେ ୨୦୧୭ରେ ମଧ୍ୟ ବାର୍ଡ ଫ୍ଲୁ ବ୍ୟାପିଥିଲା ଓ ଏହି ସମୟରେ ମଧ୍ୟ ଏକ ବଟେର ଫାର୍ମ ଜରିଆରେ ବ୍ୟାପିବା ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ ଏହି ଇଲାକାରୁ କୌଣସି ପକ୍ଷୀର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ୧୨ ହଜାରରୁ ଅଧିକ ସଂକ୍ରମିତ କୁକୁଡାକୁ ମାରି ସୁରକ୍ଷିତ ଜାଗାରେ ଏହାକୁ ନଷ୍ଟ କରାଯାଇଛି।<eos>
2022-12-10T01:36:28Z
https://www.prameyanews7.com/philippines-infectious-bird-flu-virus-farm-warns-of-outbreak-like-corona/
OSCAR-2301
<bos>ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨ଦିନ ଯାଏଁ ପାଗ କୋହଲା ରହିବା ସାଙ୍ଗକୁ ବର୍ଷା ଜାରି ରହିବ । ୨ଦିନ ପରେ ପୁଣି ପାଗରେ ପରିବର୍ତ୍ତନ ଆସି ହାଡ଼ଭଙ୍ଗା ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨ଦିନ ହେବ କିଛି ସ୍ଥାନରେ ପାଗ ଶୁଖିଲା ରହିଥିବା ବେଳେ କିଛି ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି । ତେବେ ଆଜି ରାଜ୍ୟରେ ବର୍ଷା ପରିମାଣ ବଢ଼ିବାରେ ଲାଗିଛି । ଆଗାମୀ ୨ଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଏହି ୨ଦିନ ବାଲେଶ୍ୱର, ଭଦ୍ରକ, ଅନୁଗୋଳ, କଟକ, ଖୋର୍ଦ୍ଧା, ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଘଡଘଡି ସହ ସ୍ୱଳ୍ପ ଧରଣର ବର୍ଷା ସମ୍ଭାବନା ରହିଛି । ୬ତାରିଖ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବ । ଟ୍ରପ ଲାଇନ ହଟିବା ପରେ ଆକାଶ ମେଘମୁକ୍ତ ସହ ତାପମାତ୍ରା ହ୍ରାସ ହେବ । ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ଯାଏଁ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଟ୍ରପ ଲାଇନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଗତ ୨୪ଘଣ୍ଟାରେ ସୋନପୁରରେ ସର୍ବାଧିକ ୩୧.୨ ମିମି ବର୍ଷା ରେକର୍ଡ଼ ହୋଇଛି । ଆସନ୍ତା ୬ ତାରିଖ ପରେ ପୁଣି ଶୀତର ପ୍ରକୋପ ବଢିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛି । Related Posts ଭୁବନେଶ୍ୱରର ଚନ୍ଦକା ଅଞ୍ଚଳରେ ଚାଲିଥିଲା ବାଲ୍ୟ ବିବାହ: ଅଟକାଇଲା ପ୍ରଶାସନ ବୈପାରିଗୁଡା ବାତ୍ରିପୁଟ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା: ଭାତ-ଡାଲି ବଦଳରେ ପିଲାଙ୍କୁ ଦିଆଯାଉଛି ୫ଟଙ୍କିଆ ବିସ୍କୁଟ ପ୍ୟାକେଟ୍‌ ପୁଣି ବିଏମ୍‌ସି ଅଳିଆ ଗାଡ଼ି ଧକ୍କାରେ ଗଲା ଜଣଙ୍କ ଜୀବନ ଜନତା ମଇଦାନରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଫଗାନିସ୍ତାନର ମଦ୍ରାସାରେ ନମାଜ ପାଠ ବେଳେ ବିସ୍ଫୋରଣ, ୧୫ ମୃତ ଶିକ୍ଷକ ସଙ୍ଘ ଓ ସରକାରଙ୍କ ବୈଠକ ଶେଷ: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି, ୨୦ ତାରିଖ ଭିତରେ ଆସିବ ନିଷ୍ପତ୍ତି<eos>
2022-11-30T20:32:56Z
https://www.satyapatha.com/yellow-warning-issued-for-six-districts-of-odisha/
OSCAR-2301
<bos>ମାଲକାନଗିରିରେ ବହୁତ ପୌରାଣିକ ଐତିହ୍ୟ ସ୍ଥାନ ତଥା ଐତିହାସିକ ପ୍ରାଧାନ୍ୟ ଥିବା ସ୍ଥାନ ରହିଛି ଯେପରିକି କିଛି ଇକୋ ପର୍ଯ୍ୟଟନସ୍ଥଳୀ, ଭୈରବୀ ମନ୍ଦିର, ମଲ୍ଲିକେଶ୍ୱର ମନ୍ଦିର, କାଲିମେଳା ବ୍ଲକର ମାନ୍ୟମକୋଣ୍ଡା, ପଡ଼ିଆ ବ୍ଲକର ମୋଟୁର ମୁଗି ପଏଣ୍ଟ (ମଧୁସୂଦନ ପାର୍କ), ପଡ଼ିଆ ବ୍ଲକର ତ୍ରିବେଣୀ ସଙ୍ଗମ, ମୋଟୁର ଜଗନ୍ନାଥ ମନ୍ଦିର, ମୁଦୁଲିପଡ଼ାର ସୀତାକୁଣ୍ଡ, ଖଇରପୁଟ ବ୍ଲକର ବଣ୍ଡାପାହାଡ, ଖଇରପୁଟର ଆମାକୁଣ୍ଡ, ମାଥିଲି ବ୍ଲକର ତୁଳସୀପାହାଡ ଓ ଜଉ ପାହାଡ, ମାଲକାନଗିରିର ସତୀଗୁଡା ଜଳାଶୟ (ଇକୋ ପର୍ଯ୍ୟଟନସ୍ଥଳୀ ଓ ବଣଭୋଜୀ ସ୍ଥାନ) , ବାଲମେଳାର ବିଜୁଳି ଘର, ଚିତ୍ରକୋଣ୍ଡା ଜଳାଶୟ ଇତ୍ୟାଦି । ସେହି ସ୍ଥାନଗୁଡିକର ସଂକ୍ଷିପ୍ତ ବର୍ଣ୍ଣନା ଗୁଡିକ – ସତୀଗୁଡ଼ା ନଦୀବନ୍ଧ ସତୀଗୁଡ଼ା ନଦୀବନ୍ଧ ମାଲକାନଗିରି ଜିଲ୍ଲାଠାରୁ ମାତ୍ର ୮ କି.ମି ଦୂରରେ ଅବସ୍ଥିତ । ଏହି ଜଳଭଣ୍ଡାର ଦ୍ୱାରା ମାଲକାନଗିରି ଓ କୋରୁକୋଣ୍ଡା ବ୍ଲକର କୃଷି ଉପଯୋଗୀ ଜମିକୁ ଜଳସେଚନ କରାଯାଇଥାଏ ।ଜଳଭଣ୍ଡାର ମଧ୍ୟରେ ବୋଟିଙ୍ଗ କରିବାର ସୁବିଧା କରାଯାଇଛି । ନଦୀବନ୍ଧର ଅନତି ଦୂରରେ ଏକ ମନ୍ଦିରରେ ଭଗବାନ ଶିବ ପୂଜା ପାଉଛନ୍ତି । ବହୁତ ଗୁଡିଏ କ୍ଷୁଦ୍ର ପର୍ବତ ଜଙ୍ଗଲ ଏବଂ ଜଳଧାରା ଦ୍ୱାରା ପରିବେଷ୍ଟିତ ଏହି ଜଳଭଣ୍ଡାରର ପ୍ରାକୃତିକ ସୌନ୍ଦର୍ୟ୍ୟ ଅନେକ ପର୍ୟ୍ୟଟକଙ୍କୁ ବଣଭୋଜି କରିବା ପାଇଁ ଆକ୍ରୃଷ୍ଟକରିଥାଏ । ଏହି ଇକୋ ପର୍ୟ୍ୟଟନ କ୍ଷେତ୍ର ଏକ ଭି.ଏସ୍.ଏସ୍. ଦ୍ୱାରା ପରିଚାଳିତ ଅଟେ । ଏଠାରେ ଓଡ଼ିଶା ସରକାରଙ୍କ ବନ ବିଭାଗର ଏକ ଅତିଥି ଭବନ ଅଛି । ବାଲିମେଳା ନଦୀବନ୍ଧ ବାଲିମେଳା ଜଳ ଭଣ୍ଡାର (ଡ୍ୟାମ୍) ମାଲକାନଗିରି ଜିଲ୍ଲାରେ ଅବସ୍ଥିତ ଯାହାକି ମାଲକାନଗିରିର ପୂର୍ବ ଦିଗର 35 କି.ମି. ଦୂରତାରେ ରହିଅଛି । ଏକ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସହରର ଅତି ନିକଟରେ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କ ଦ୍ୱାରା ମିଳିତ ଭାବରେ ପ୍ରତିଷ୍ଠା କରାଯାଇଅଛି । ସିଲେରୁ ନଦୀ ଉପରେ ବାଲିମେଳା ଠାରୁ 25 କି.ମି. ଦୂରରେ ଚିତ୍ରକୋଣ୍ଡାଠାରେ ଏକ ଜଳ ଭଣ୍ଡାର ନିର୍ମାଣ କରାଯାଇଛି । ସମୁଦାୟ ଜଳଧାରର ପ୍ରବାହ ଦୁଇଟି ସରକାରଙ୍କ ସମାନ ଭାଗ ବଣ୍ଟନ କରାଯାଇଛି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ସ୍ରୋତ ଗତି ଦିଗରେ ନଦୀକୁ ଯାହାକି ଓଡ଼ିଶା ସରକାର ବାଲିମେଳାର ଦକ୍ଷିଣ ରେ ପ୍ରାୟ 15 କି.ମି ଦୂରକୁ ନଦୀର ଧାରକୁ ଗତି ପରିବର୍ତ୍ତନ କରି ଏକ ମୁଖ୍ୟ/ପ୍ରଧାନ ଶକ୍ତିରେ ପରିଣତ କରିଛି । ଏହା ଆକଳନ କରାଯାଇଛି ଯେ ବିଜୁଳି ଘରଟି 240,000 କିଲୋୱାଟର 60% (ଷାଠିଏ ଶତକଡ଼ା) ଭାଗ ମୌଳିକ ଉତ୍ପାଦକରେ ବ୍ୟବହାର କରାଯାଉଛି । ପଛ ଭାଗର ଜଳ ପରବର୍ତ୍ତୀ କାଳରେ ମାଲକାନଗିରି ଓ ମୋଟୁ ସମତଳ ଅଞ୍ଚଳର 2.4 ଲକ୍ଷ ଏକର ଜମିକୁ ଜଳସେଚନ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଭୈରବୀ ମନ୍ଦିର ମାଲକାନଗିରି ସହରର ୩ କି.ମି. ଦୂରରେ ଭୈରବୀ ମନ୍ଦିର ଅବସ୍ଥିତ । ମାଲକାନଗିରିର ପାର୍ବତ୍ୟ ଦେବତା ଜୟପୁର ଆଡୁ ଆସୁଥିବା ଲୋକ ଓ ମାଲକାନଗିରି ଛାଡୁଥିବା ଲୋକ ସେମାନଙ୍କ ଶୁଭଯାତ୍ରା ସକାଶେ ପୂଜା ପାଆନ୍ତି । ଦିନ ତମାମ ମଧ୍ୟରେ ଅନେକ ଧାର୍ମିକ ପରିଦର୍ଶକ ପୂଜା କରିବା ସକାଶେ ଏହି ମନ୍ଦିର ଆକୃଷ୍ଟକରିଛି । ବିଶ୍ୱାସଯୋଗ୍ୟ ଯେ ଏହି ପାର୍ବତ୍ୟ ଦେବତା ମାଲକାନଗିରିର ରାଜାଙ୍କ ଦ୍ୱାରା ପୂଜା ପାଇ ଆସୁଥିଲେ ଯାହାର ଦୂର୍ଗର ଅବଶିଷ୍ଟାଂଶ ବର୍ତ୍ତମାନ ସୁଦ୍ଧା ଭୈରବୀ ମନ୍ଦିରରସମ୍ମୁଖରେ ଥିବା ରାଜାରାଣୀ ପର୍ବତରେ ଦେଖାଯାଏ । ଗୋଇ ପାହାଡ ମାଲରାନଗିରି ସହର ନିକଟରେ ଗୋଇ ପାହାଡ ନିକଟରେ ଏକ ପ୍ରସିଦ୍ଧ ଶିବଲିଙ୍ଗ ଦେଖାଯାଏ । ମହାଶିବରାତ୍ରି ପର୍ବ ସମୟରେ ଏକ ବିରାଟ ଧାର୍ମିକ ଜନ ସମାବେଶ ପର୍ବତରେ ଥିବା ଭଗବାନ ଶିବଙ୍କ ମନ୍ଦିରରେ ଏକତ୍ରିତ ହୁଅନ୍ତି । ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟା ତୀର୍ଥଯାତ୍ରୀମାନଙ୍କୁ ପାହାଡକୁ ଉଠିବା/ଚଢିବାରେ ନିରାପଦର ଆଶ୍ରୟ ଦେଇଥାଏ । ଉକ୍ତ ଶିବଲିଙ୍ଗର ଉଚ୍ଚତା ପ୍ରାୟ ୬ (ଛଅ) ଫୁଟରୁ ଅଧିକ ହେବ । ଏହା ନିରୀକ୍ଷଣ ଦ୍ୱାରା ଜଣାଯାଏ ଯେ, ଶିବଲିଙ୍ଗଟି କ୍ରମଶଃ ଉପରକୁ ବଢିବାରେ ଲାଗିଛି । ତାରିଣୀ ମନ୍ଦିର ମାଲକାନଗିରି ସହରରୁ ଜୟପୁରକୁ ଯିବା ରାସ୍ତାରେ ସହରରୁ ୨ କି.ମି. ଦୂରରେ ପ୍ରସିଦ୍ଧ ତାରିଣୀ ମନ୍ଦିର ଅବସ୍ଥିତ । ରମଣୀୟ ସୌନ୍ଦର୍ୟ୍ୟପୂର୍ଣ୍ଣ ତଥା ଧାର୍ମିକ ପ୍ରାଧାନ୍ୟତାର ଏହି ମନ୍ଦିର ସମଗ୍ର ଜିଲ୍ଲାର ଲୋକଙ୍କୁ ଆକୃଷ୍ଟ କରିଛି । ମାନ୍ୟମକୋଣ୍ଡା ମାନ୍ୟମକୋଣ୍ଡାଟି କାଲିମେଳା ବ୍ଲକର ଗ୍ରାମପଞ୍ଚାୟତ ମାନଙ୍କମଧ୍ୟରୁ ଅନ୍ୟତମ ଏବଂ ଏହା ମାଲକାନଗିରି ସଦରମହକୁମାରୁ ୯୦କି.ମି ଦୂରରେ ଅବସ୍ଥିତ । ଏହା ମାଲକାନଗିରି ଜିଲ୍ଲାର ପ୍ରଧାନ ଧର୍ମପରାୟଣ ସ୍ଥାନ ଅଟେ । ମାଲକାନଗିରିର ପ୍ରସିଦ୍ଧ ଭଗବାନ(ଭଗବାନ ମହାପ୍ରଭୁ) ଏହିସ୍ଥାନରେ ପୂଜା ପାଇଆସୁଛନ୍ତି । ପ୍ରତି ବର୍ଷ ମାର୍ଚ/ଏପ୍ରିଲ ମାସରେ ଏଠାରେ ଏକ ପର୍ବ ପାଳନ କରାଯାଏ । ପ୍ରତି ଏକ ବର୍ଷ ଅନ୍ତରରେ ମାଲକାନଗିରିର ପ୍ରଖ୍ୟାତ ପର୍ବ “ବଡଯାତ୍ରା” ନାମରେ ଏହି ସ୍ଥାନରୁ ଆରମ୍ଭକରି ମାଲକାନଗିରିର ମାଉଳି ମା ମନ୍ଦିର ପର୍ଯ୍ୟନ୍ତ ପୂଜା କରାଯାଏ । ତିନି ଭଗବାନ ନାମତଃ କାନାମାରା(କୃଷ୍ଣ), ପୋତୋରାଜୁ(ଭୀମ) ଏବଂ ବାଲରାଜୁ(ଅର୍ଜୁନ) ଏହି ପର୍ବରେ ପୂଜା ପାଆନ୍ତି । ଏହି ସ୍ଥାନଟି ଛୋଟୋ ଛୋଟୋ ପାହାଡରେ ପରିବେଷ୍ଟନୀ ମଧ୍ୟରେ ରହିଛି । ସୌନ୍ଦର୍ଜ୍ୟରେ ଭରା ଏହି ରମଣୀୟ ସ୍ଥାନ ଏବଂ ମହାପ୍ରଭୁଙ୍କ ମନ୍ଦିରକୁ ବହୁ ସଂଖ୍ୟକ ଧାର୍ମିକ ଅଭ୍ୟାଗତଙ୍କୁ ଆକ୍ରୁଷ୍ଟ କରିଥାଏ । ବଣ୍ଡାପାହାଡ ମାଲକାନଗିରି ଜିଲ୍ଲା ସଦରମହକୁମାରୁ ୮୦କି.ମି ଦୂରରେ ଖଇରପୁଟ ବ୍ଲକ ଅନ୍ତର୍ଭୁକ୍ତ “ବଣ୍ଡାପାହାଡ” ଅବସ୍ଥିତ । ଏହା ପ୍ରାଚୀନ ଆଦିବାସୀ ବଣ୍ଡା ସଂପ୍ରଦାଯଙ୍କ ବାସସ୍ଥଳୀ । ଏହା ନିଘଞ୍ଚ ପାହାଡିଆ ଜଙ୍ଗଲ ଦ୍ୱାରା ଆବୃତ । ବର୍ତମାନ ସୁଦ୍ଧା ଏହି ସ୍ଥାନରେ ବଣ୍ଡାମାନେ ଊଲଗ୍ନ ଅବସ୍ଥାରେ ରହନ୍ତି ଏବଂ ବିଶ୍ଵାସ କରାଯାଏ ଯେ ସେମାନେ ଦେବୀ ସୀତାଙ୍କ ଦ୍ୱାରା ଅଭିଶପ୍ତ, କାରଣ ଦେବୀ ସୀତା ଗାଧୋଇବା ବେଳେ ଏହି ବଣ୍ଡାମାନେ ତାଙ୍କୁ ଦେଖି ହସିଥିଲେ । ସେଠାରେ ଗୋଟିଏ ନିର୍ଦ୍ଧିଷ୍ଟ ପର୍ବ “ପାଟଖଣ୍ଡା” ଯାତ୍ରା ଜାନୁୟାରୀ ମାସରେ ମୁଦୁଲିପଡାରେ ବଣ୍ଡାମାନଙ୍କ ଦ୍ୱାରା ଯେଉଁଠି ଏକ ଖଣ୍ଡାକୁ ପୂଜା କରାଯାଏ । ସେମାନେ ବିଶ୍ଵାସ କରନ୍ତି ଯେ ସେହି ଖଣ୍ଡାଟି ପାଣ୍ଡବ ମାନଙ୍କର ଅଟେ । ଆମ୍ମାକୁଣ୍ଡ ଆମ୍ମାକୁଣ୍ଡଟି ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଖଇରପୁଟ ବ୍ଲକ ଅନ୍ତର୍ଗତ ଏବଂ ମାଲକାନଗିରି ସଦରମହକୁମାରୁ ୭୦କି.ମି ଦୂରରେ ଅବସ୍ଥିତ । ଏହି ଶୀତଳ ସ୍ଥାନ ପ୍ରକୃତିର ଏକ ଜଳପ୍ରପାତକୁ ଆଲିଙ୍ଗନ କରିଛି ଯେଉଁଠି ପରବର୍ତୀ ସମୟରେ ଦୁଇ ପାହାଡ ସନ୍ଧିରେ ଏକ ଉପତ୍ୟକା ସୃଷ୍ଠି କରିଛି । ଉକ୍ତ ଗିରି ସଙ୍କଟରେ ଦେଖାଯାଉଥିବା ମୀନଗୁଡିକ ସମ୍ପୂର୍ଣଭାବେ ଲୋକମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରନ୍ତି ଓ ଏହା ଭଗବାନ ବିଷ୍ଣୁଙ୍କ ମୀନ ଅବତରକୁ ବିଶ୍ବାସ କରାଯାଏ । ପରିଦର୍ଶକ ମାନଙ୍କ ସେହି ସ୍ଥାନରେ ରହଣି ସମୟରେ ମାଛମାନଙ୍କୁ ଖାଦ୍ୟ ଯୋଗେଇ ଆନନ୍ଦ ଉପଭୋଗ କରନ୍ତି । ଏହି ସ୍ଥାନଟି ନିଘଞ୍ଚ ଜଙ୍ଗଲ ଏବଂ କ୍ଷୁଦ୍ର କୁଦ/ଢିପ ଦ୍ଵାରା ଅବୃତ ।<eos>
2022-12-05T17:54:28Z
https://malkangiri.nic.in/od/%E0%AC%AA%E0%AC%B8%E0%AC%A8%E0%AD%8D%E0%AC%A6-%E0%AC%B8%E0%AD%8D%E0%AC%A5%E0%AC%BE%E0%AC%A8/
OSCAR-2301
<bos>ରତନ ଟାଟା ଭାରତର ଏକ ବହୁ ଚର୍ଚ୍ଚିତ ଚେହେରା । ଭାରତର ପ୍ରତିଷ୍ଡିତ ଉଦ୍ୟୋଗପତିଙ୍କ ଗହଳିରେ ସେ ଏକ ଗହୀରିଆ ବ୍ୟକ୍ତିତ୍ୱ। ଜଣେ ସଫଳ ବ୍ୟବସାୟୀ ହିସାବରେ ତାଙ୍କର ସଫଳତା ସୁଦୁରପ୍ରସାରୀ। ମାନବିକତାର ମହାନାୟକ,ଉଦାରତାର ଓଦା ଉଦାହରଣ,ମହାନୀୟତାର ମହାନ ଚେହେରା ଭାବେ ତାଙ୍କ ସ୍ଥାନ ସବୁବେଳେ ସ୍ୱତନ୍ତ୍ର। ମାତ୍ର ସବୁଥିରେ ଅମାପ…<eos>
2022-12-07T11:09:13Z
https://www.bartamanodisha.com/tag/indo-china-war/
OSCAR-2301
<bos>ଦେଖନ୍ତୁ ଭିଡ଼ିଓ – ପ୍ରେମ ବିବାହ ପରେ ସ୍ତ୍ରୀକୁ ପର ପୁରୁଷ ସହ ରାତି କଟେଇବାକୁ ବାଧ୍ୟ କରୁଥିଲା ସ୍ୱାମୀ, ସ୍ତ୍ରୀ ନ ମାନିବାରୁ ରାତିରେ…ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home ଭାଇରାଲ ଖବର ଦେଖନ୍ତୁ ଭିଡ଼ିଓ – ପ୍ରେମ ବିବାହ ପରେ ସ୍ତ୍ରୀକୁ ପର ପୁରୁଷ ସହ ରାତି କଟେଇବାକୁ ବାଧ୍ୟ କରୁଥିଲା ସ୍ୱାମୀ, ସ୍ତ୍ରୀ ନ ମାନିବାରୁ ରାତିରେ…ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ ଦେଖନ୍ତୁ ଭିଡ଼ିଓ – ପ୍ରେମ ବିବାହ ପରେ ସ୍ତ୍ରୀକୁ ପର ପୁରୁଷ ସହ ରାତି କଟେଇବାକୁ ବାଧ୍ୟ କରୁଥିଲା ସ୍ୱାମୀ, ସ୍ତ୍ରୀ ନ ମାନିବାରୁ ରାତିରେ…ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ ଭାଇରାଲ ଖବର Share କୁହାଯାଉଛି ଆଜିର ସମାଜ ଉଚ୍ଚ ଶିକ୍ଷିତ ଓ ସଭ୍ୟ ସମାଜ। କିନ୍ତୁ ଏହି ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ, ନିନ୍ଦନୀୟ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କୁ ସାବାଡ କରିବା ପାଇଁ ନିୟମରେ ଅନେକ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ସେମାନଙ୍କୁ ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ। ତେବେ କଣ ସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ ? କଣ ବଦଳିନି ଆଜିବି କିଛି ମଣିଷର ନିମ୍ନ ମାନସିକତା ଏବଂ ହୀନ ପ୍ରବୃତ୍ତି ? ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ ପାଲଟିଛି।ବେଳେବେଳେ ଏହି ସମାଜରେ ଆମେ ଏମିତି କିଛି ଘଟଣା ସମ୍ପର୍କରେ ଆସିଥାଉ ଯାହା ଆମକୁ ଲଜ୍ୟା ବୋଧ କରାଇଥାଏ। ଏହା ଭାବିବାକୁ ମଧ୍ୟ ବାଧ୍ୟ କରିଥାଏ ଯେ ସତରେ କଣ ବଦଳି ଯାଇଛି ଏହି ଦୁନିଆ। ସମ୍ପର୍କର ମୂଲ୍ୟ କଣ ଏଠାରେ କିଛି ନାହିଁ ? ନିଜର କାମ ବାସନା, ଲୋଭ ମୋହ ପାଇଁ ମଣିଷ ନିଜର ସଂଯମତା ହରାଇ କିଛି ବି କରିବାକୁ ପଛାଉ ନାହିଁ। ପ୍ରେମ କରି ବିବାହ କରୁଥିବା ଦମ୍ପତ୍ତି ମଧ୍ୟ ସମ୍ପର୍କକୁ ଏମିତି ସ୍ତରକୁ ଆଣୁଛନ୍ତ ଯାହା ଅନ୍ୟ ମାନଙ୍କ ଉପରେ ଖରାପ୍ ପ୍ରଭାବ ପକାଉଛି। ସେହିଭଳି ଏବେ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସ୍ବାମୀ ବିବାହ ପରେ ତାଙ୍କୁ ଅତ୍ୟାଚାର କରିବା ସହିତ ଦେହ ବ୍ୟବସାୟ ରେ ତାଙ୍କୁ ଲଗାଉ ଅଛନ୍ତି। ବିବାହ ପରେ ଦେହ ବେପାର କରିବାକୁ କହୁଛନ୍ତି ଭଲ ପାଇ ବାହା ହୋଇଥିବା ସ୍ବାମୀ। ମୋତେ ବାହା ହୋଇଛୁ ମାନେ ତୁ ଦେହ ବ୍ୟବସାୟ କରିବୁ। ଆଉ ଯଦି ନମାନିବୁ କି ଆଉ କାହା ସହ ସମ୍ପର୍କ ନରଖିବୁ ତେବେ ତୋତେ ଏସିଡ ପକାଇ ମାରିଦେବି ବୋଲି ସ୍ବାମୀ କହିଥାନ୍ତି ବୋଲି ସ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। ପର ପୁରୁଷ ସହ ସମ୍ପର୍କ ରଖିବାକୁ କହିବାରୁ ସ୍ତ୍ରୀ ଯେତେବେଳେ ମନା କଲେ ସେତେବେଳେ ନୃଶଂସ ଭାବରେ ମଧ୍ୟ ତାଙ୍କ ଉପରକୁ ଅତ୍ୟାଚାର କରାଯାଏ। Related Posts ଦମନ ” Daman ” ଫିଲ୍ମ ଶୁଟିଙ୍ଗ ସମୟରେ ଡେଲିଭରୀ… Nov 23, 2022 ଓଡ଼ିଆ ଲୋକ ପ୍ରିୟ ଅଭିନେତ୍ରୀ ସ୍ନିଗ୍ଧା(Snigdha ) କାହିଁକି ନଜର ରେ… Nov 22, 2022 ଦେଖନ୍ତୁ viral ଭିଡିଓ -ବରା ଖାଇବାକୁ ସବୁଦିନ ଜଙ୍ଗଲରୁ ଆସୁଛି ସମ୍ବର,… Nov 20, 2022 ମହିଳା ଜଣଙ୍କ କହିଛନ୍ତି ତାଙ୍କ ସ୍ବାମୀ ଝିଅ ମାନଙ୍କୁ ଆଣି ବ୍ୟବସାୟ ମଧ୍ୟ କରନ୍ତି ଯାହାଙ୍କ ନାମ ଚନ୍ଦନ ଆଚାର୍ଯ୍ୟ। ସେମାନେ ଭୁବନେଶ୍ୱର ରେ ରୁହନ୍ତି। ସ୍ୱାମୀର ଜୀବନରୁ ମାରିଦେବା ଧମକ ରେ ସ୍ତ୍ରୀ ଚୁପ୍ ରହିଥିଲେ କିନ୍ତୁ ଶେଷରେ ଅତିଷ୍ଟ ହୋଇ ପଡ଼ିବାରୁ ସେ ଗଣମାଧ୍ୟମ ର ସାହାରା ନେଇ ସେମାନଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ନ୍ୟାୟ ଦେବା ପାଇଁ ଏବଂ ତାଙ୍କୁ ଉଦ୍ଧାର କରିବା ପାଇଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post Ollywood News – ଫେମସ ଓଡିଆ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ Family ଓ Biography, ତାଙ୍କ ବିଷୟରେ କିଛି ଅଜଣା କଥା ଆଗରୁ କେବେ ଜାଣି ନଥିବେ<eos>
2022-11-26T10:01:42Z
https://live43today.com/prema-bibaha-pare-para-purusha-pare/
OSCAR-2301
<bos>ଭୁବନେଶ୍ୱର : ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ଗୁଡିକ ଆସନ୍ତା ମାସରୁ ପେପରଲେସ୍‍ ବା କାଗଜ ରହିତ ହେବ । ଏଥିପାଇଁ ପଦକ୍ଷେପ ନେବାକୁ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି । ରାଜ୍ୟର ସମସ୍ତ ୨୭୧୦ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ କମ୍ପ୍ୟୁଟରୀକରଣ କରି ଚାଷୀମାନଙ୍କୁ ସେବା ପ୍ରଦାନ କରିବା ଦିଗରେ ବିଭାଗ ତରଫରୁ ଆବଶ୍ୟକ ପଦ କ୍ଷେପଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାକ୍ସ ଗୁଡିକର କମ୍ପ୍ୟୁଟରୀକରଣ ସଂପର୍କରେ ମନ୍ତ୍ରୀ ଶ୍ରୀ ନାୟକ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ପ୍ରକାଶ ଯେ ରାଜ୍ୟରେ ୨୭୧୦ ଟି ପାକ୍ସ ଥିବା ବେଳେ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ୨୬୦୦ ଟି ପାକ୍ସର କମ୍ପ୍ୟୁଟରୀକରଣ ସହିତ ଡାଟା ଏଣ୍ଟ୍ରି ଅପରେଟର ( ଡିଇଓ ) ଏବଂ ଆବଶ୍ୟକ ମାନବ ସମ୍ବଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟ ତ୍ୱରାନ୍ନିତ କରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ତରଫରୁ ପଦାଧିକାରୀମାନେ କ୍ଷେତ୍ରଉପରେ କାର୍ଯ୍ୟ ତଦାରଖ କରୁଛନ୍ତି । କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଆସନ୍ତା ୧୦ ତାରିଖରୁ ପାକ୍ସ ଗୁଡିକ ପେପରଲେସ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଲକ୍ଷ୍ୟ ରଖା ଯାଇଛି । ଡି.ଆର୍‌.ସି.ଏସ୍ , ଏ.ଆର୍‌.ସି.ଏସ୍ ଏବଂ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସିଇଓ ମାନେ ଚଳିତ ମାସ ୩୦ ତାରିଖ ସୁଦ୍ଧା ସମସ୍ତ ୨୧୧୦ ପାକ୍ସର ବୁକ ଅଫ ରେକର୍ଡ ଅପଡେଟ୍ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦେବା ପଇଁ କୁହାଯାଇଛି । ଆବଶ୍ୟକ ସ୍ଥଳେ ନିର୍ଦ୍ଧିଷ୍ଟ ଭାବେ ଡିଇଓ ନିଯୁକ୍ତ କରିବା , ଅନ୍ ସାଇଟ ସହାୟତା ନିମିତ ଭି-ସଫ୍ଟ ତରଫରୁ ୩୦ ଜଣ ବୌଷୟୀକ କର୍ମଚାରୀ ପ୍ରତି ଜିଲ୍ଲାରେ ରହିବେ । ସେହିପରି ପାକ୍ସଗୁଡିକରେ ଅନ ଲାଇନ କାର୍ଯ୍ୟ ସମ୍ପାଦନ ପାଇଁ ସମିତିର ସମ୍ପାଦକ ଓ ଡିଇଓ ମାନଙ୍କୁ ମାଷ୍ଟର ଟ୍ରେନରମାନେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଆବଶ୍ୟ ତାଲିମ୍ ପ୍ରଦାନ କରିବେ । ପ୍ରକାଶ ଥାଉକି ଏହି କମ୍ପ୍ୟୁଟରୀକରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୪୮.୭୭ କୋଟି ଟଙ୍କା ଏବଂ ନେଟ୍ ୱାର୍କ ସଂଯୋଗୀକରଣ ପାଇଁ ୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ସମବାୟ ବିଭାଗ ଶାସନ ସଚିବ ସଞ୍ଜିବ କୁମାର ଚଢା, ସମବାୟ ସମିତି ନିବନ୍ଧକ ୟୁ.ସି ମାଝି , ରାଜ୍ୟ ସମବାୟ ବ୍ୟାଙ୍କ ଏମ.ଡି ଗୋପବନ୍ଧୁ ଶତପଥୀ ଏବଂ ଅତିରିକ୍ତ ସଚିବ ସୁଦର୍ଶନ ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । Facebook Twitter Telegram WhatsApp Email Print Previous articleRatho New SEIAA Chief Next articleଦିନକରେ ଧରାପଡିଲେ ୩୨ ଓଭରଲୋଡ ଗାଡି Tathya Correspondent RELATED ARTICLESMORE FROM AUTHOR Environment ମହେନ୍ଦ୍ରଗିରିକୁ ଦ୍ୱିତୀୟ ଜୈବ ବିବିଧତା ମାନ୍ୟତା General ସରୁ ନାହିଁ ଗାନ୍ଧୀ ଗ୍ୟାଲେରୀ କାମ General ଅଧିକାଂଶ ସୂତାକଳ ଅଚଳ Judiciary କର୍ତ୍ତୃପକ୍ଷଙ୍କୁ କାଠଗଡାକୁ ଟାଣିଲେ ଶିକ୍ଷକ General ଭତ୍ତା ବଢିବାର ପ୍ରସ୍ତାବ ନାହିଁ Disclaimer Privacy Advertisement Contact Us Website byCITSPL MORE STORIES Administration ୧୨ରୁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ Tathya Correspondent - April 9, 2021 0 ଭୁବନେଶ୍ୱର : ଓଡିଶା ଭିତରକୁ ଜଳ, ସ୍ଥଳ ଓ ଆକାଶ ପଥରେ କୌଣସି ବ୍ୟକ୍ତି ଆସିଲେ ସେମାନଙ୍କ ପାଇଁ ୭୨ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟି-ପିସିଆର ନେଟେଟିଭ ରିପୋର୍ଟ କିମ୍ବା...<eos>
2022-11-26T09:10:29Z
https://tathya.in/%E0%AC%AA%E0%AC%BE%E0%AC%95%E0%AD%8D%E0%AC%B8-%E0%AC%B9%E0%AD%87%E0%AC%AC-%E0%AC%AA%E0%AD%87%E0%AC%AA%E0%AC%B0%E0%AC%B2%E0%AD%87%E0%AC%B8%E0%AD%8D/
OSCAR-2301
<bos>ପୁଣି ଥରେ ଚର୍ଚା ରେ କୋଣାର୍କ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆମେରିକା ଗସ୍ତ ସମୟରେ କୋଣାର୍କ ସ୍ଥାପତ୍ୟର ବିପୁଳ ପ୍ରଶଂସା କରିବା ସହିତ ଏହାର ପ୍ରାଚୀନ ଶିଳ୍ପକଳାରେ ଆଧୁନିକତାର ଆଭାସ ରହିଥିଲା ବୋଲି କହିଛନ୍ତି । ଆଧୁନିକ ସମୟର ସ୍ତ୍ରୀଲୋକ ମାନେ ଯେଉଁ ପ୍ରକାର ପୋଷାକ ପରିଧାନ କରୁଛନ୍ତି ତାହାର ପ୍ରତିଫଳନ କୋଣାର୍କ ଗାତ୍ରରେ ଅନେକ ଶହ ବର୍ଷ ଆଗରୁ ଦେଖିବାକୁ ମିଳିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି । କୋଣାର୍କ ମନ୍ଦିର ଛବି: ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ୱେବ ସାଇଟ ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ କୋଣାର୍କ ପ୍ରତି ବିଶ୍ଵ ବାସୀଂକ ଦୃଷ୍ଟି ପୁଣିଥରେ ଆକର୍ଷିତ କରିଛି । କଳିଂଗ ଶିଳ୍ପ କଳା ଓ ସ୍ଥାପତ୍ୟର ଶ୍ରେଷ୍ଠତମ ଓ ସୁନ୍ଦରତମ ଉଦାହରଣ ଭାବରେ କୋଣାର୍କ ମନ୍ଦିରର ନିଜସ୍ଵ ପରିଚୟ ଓ ଗରିମା ରହିଛି । ମନ୍ଦିର ବାହାରି ଭାଗରେ ଏକ ରହସ୍ୟମୟ ପ୍ରାଣୀର ଚିତ୍ର ଗଂଗ ରାଜା ଲାଂଗୁଲା ନରସିଂହ ଦେବଂକ ଦ୍ଵାରା ସ୍ଥାପିତ କୋଣାର୍କ କଳା ମୁଗୁନି ପଥରରେ ଜୀବନ୍ତ ସୌନ୍ଦର୍ଯ୍ୟର ଅବତାରଣ କରିଛି । ପୃଥିବୀର ଅନ୍ୟତମ ଆଶ୍ଚର୍ଯ୍ୟ ଭାବେ ଲୋକଂକୁ ଓ ପୃଥିବୀର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ପ୍ରସିଦ୍ଧ ମନ୍ଦିର ସମ୍ପର୍କରେ କେତୋଟି ରୋଚକ ତଥ୍ୟ- ୧. ଭାରତରେ ରହିଥିବା ମାତ୍ର ଅଳ୍ପ କେତୋଟି ସୂର୍ଯ୍ୟ ମନ୍ଦିର ମାନଂକ ମଧ୍ୟରେ ଏହା ଅନ୍ୟତମ. ତେବେ ଆକୃତି ଓ ସୌନ୍ଦର୍ଯ୍ୟରେ ଏହା ଅତୁଳନୀୟ । ଭାରତର ସବୁ ସୂର୍ଯ୍ୟ ମନ୍ଦିରଠାରୁ ଏହା ଢେର୍ ବଡ । ମନ୍ଦିର ପ୍ରାଙ୍ଗଣରେ ଭଗ୍ନ ଅବସ୍ଥାରେ ଥିବା ଅନ୍ୟ ଏକ ମନ୍ଦିର ୨. ୧୨୫୫ ମସିହାରେ ଗଂଗ ବଂଶର ରାଜା ନରସିଂହ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ. ବଂଗୋପ ସାଗର ଓ ଚନ୍ଦ୍ରଭାଗା ନଦୀର ମୁହାଣରେ ନିର୍ମିତ ହୋଇଥିବା ଏହି ବିଶାଳକାୟ ମନ୍ଦିରକୁ ନେଇ ଓଡିଶାରେ ବହୁ କାହାଣୀ ଓ କିମ୍ବଦନ୍ତି ପ୍ରଚଳିତ ରହିଛି. ୧୨ ବର୍ଷ ଧରି ୧୨୦୦ ଶିଳ୍ପୀ ଏହି ମନ୍ଦିର ନିର୍ମାଣରେ ଲାଗିଥିଲେ ବୋଲି କୁହାଯାଏ । ୩ . ଏକ ରଥ ଆକାରରେ ନିର୍ମିତ ଏହି ମନ୍ଦିରରେ ୧୨ ଯୋଡା ରଥ ଚକ ଓ ୭ଟି ସୁସଜ୍ଜିତ ଅଶ୍ଵ ଶୋଭା ପାଉଥିଲେ । ଖଣ୍ଡୋଲାଇଟ ପଥରରେ ନିର୍ମିତ ଏହି କଳିଙ୍ଗ ସ୍ଥାପତ୍ୟାରେ ମୁଳ ଗର୍ଭଗୃହ, ବିମାନ, ଜଗମୋହନ ଓ ନାଟ ମଣ୍ଡପ ରହିଛି । ମନ୍ଦିରର ପ୍ରତ୍ୟେକ ଅଂଶରେ ସୂକ୍ଷ୍ମ କାରୁକଲା ଓ ବାସ୍ତୁକଲା ର ଚମତ୍କାର ଉଦାହରଣ ଦେଖିବାକୁ ମିଳେ । କୋଣାର୍କ ମନ୍ଦିର ବାହାରି ଭାଗ କାନ୍ଥରେ ଖୋଦିତ ମୂର୍ତ୍ତି : ଛବି: ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ୱେବ ସାଇଟ ୪. କୋଣାର୍କ ପ୍ରତିମା ସବୁ ସୌନ୍ଦର୍ୟ ରେ ଯେତିକି ଭରପୂର ଐଶ୍ଵର୍ଯ୍ୟରେ ସେତିକି ଜୀବନ୍ତ. ତ୍ରୟୋଦଶ ଶତାବ୍ଦୀରେ ସମୁଦ୍ର ବେଳାରେ ଏମିତି ଏକ ସୁକ୍ଷ୍ମ ଓ ବିଶାଳ ମନ୍ଦିର ନିର୍ମାଣର କୌଶଳ କଥା ଚିନ୍ତା କଲେ ଉତ୍କଳୀୟ ବାସ୍ତୁକଳାର ମହାନତା ଆଗରେ ମଥା ନଇଁ ଯାଏ । ମନ୍ଦିର ଜଗମୋହନରେ ବାଦ୍ୟ ପରିବେଷଣ କରୁଥିବା ଭଙ୍ଗୀରେ ନର୍ତ୍ତକୀ କୋଣାର୍କ ମନ୍ଦିରର ମୂଳ ବିମାନ ଯାହାକି ୧୮୩୭ ମସିହାରେ ଭୁଷୁଡି ପଡିଥିଲା , ତାହାର ଉଚତା ୨୨୯ ଫୁଟ୍ ଥିଲା ବୋଲି କୁହାଯାଏ । ସମୁଦ୍ର ମଝାରୁ ଏହି ମନ୍ଦିର ଏକ ପ୍ରକାର ବତୀଖୁଣ୍ଟ ଭାବରେ କାମ କରୁଥିଲା ବୋଲି ଅନେକ ପ୍ରାଚୀନ ନାବିକ ବର୍ନନା କରିଛନ୍ତି । ୫. ବର୍ତ୍ତମାନ ୧୨୮ ଫୁଟ୍ ବିଶିଷ୍ଟ ଜଗମୋହନ ସମେତ ନାଟ ମଣ୍ଡପ ଓ ଭୋଗ ମଣ୍ଡପ ବଂଚି ରହିଛି । କୋଣାର୍କ ର ପ୍ରତ୍ୟେକ ଅଂଶରେ ମୈଥୁନ, ଡାଲମାଳିକା, ଶାଲ ଭଣ୍ଯିକା, ବୀଣାବାଦିନୀ , ମୃଦଂଗ ବାଦିନୀ, ନାୟିକା, ଗାୟିକା, ପଶୁ, ପକ୍ଷୀ , ଲତା , ପତ୍ର ଓ ଫୁଲର ଜୀବନ୍ତ ପ୍ରତିମାସବୁ ରହିଛନ୍ତି. ପୃଥିବୀର ପ୍ରାୟ ସବୁ ଭୌଗୋଳିକ ଅଂଚଳର ଜୀବ ଜଗତକୁ କୋଣାର୍କ ଶିଳ୍ପୀ ନିଖୁଣ ଭାବରେ ଗଢିବାର ପ୍ରୟାସ କରିଛି. ଏଥିରେ ଆଫ୍ରିକା ମହାଦେଶର ଜିରାଫ୍ ର ମୂର୍ତୀ ମଧ୍ୟ ଖୋଦିତ ହୋଇ ରହିଛି । ମନ୍ଦିର ପରିସରରେ ଥିବା ମାୟାଦେବୀ ମନ୍ଦିର ୬. ଭୁଷୁଡି ପଡିଲା ପରେ ଏହି ମନ୍ଦିର ଦୀର୍ଘ ବର୍ଷ ଧରି ବାଲିରେ ଅଧା ପୋତି ହୋଇ ପଡିଥିଲା. ବିଭିନ୍ନ ସମୟରେ ଏହି ମନ୍ଦିରର ପଥର କୁ ପୁରୀ ମନ୍ଦିର ନିର୍ମାଣରେ ଲଗା ଯାଇଥିଲା. ଏପରିକି ମନ୍ଦିରର ଆରାଧ୍ୟ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଜଗନ୍ନାଥ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା । ଶ୍ରୀ ମନ୍ଦିର ସମ୍ମୁଖରେ ସ୍ଥାପିତ ଅରୁଣ ସ୍ତମ୍ଭ ମଧ୍ୟ କୋଣାର୍କ ରୁ ସ୍ଥାନାନ୍ତର କରାଯାଇଥିଲା । ନଟ ମନ୍ଦିର ୭. ବର୍ତମାନ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ପରିଚାଳନା ଦାୟିତ୍ଵ ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ହାତରେ ନ୍ୟସ୍ତ କରାଯାଇଛି । ତେବେ ଏହାର ସଂରକ୍ଷଣ ବ୍ୟବସ୍ଥାରେ ଅନେକ ତୃଟି ବିଚ୍ୟୁତି ରହିଛି ବୋଲି ଐତିହାସିକ ଓ ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି । ତେବେ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଏହି ଅଭିଯୋଗକୁ ଖଣ୍ଡନ କରିଛି । ୮. କୋଣାର୍କ କୁ ଯିବାକୁ ହେଲେ ଭୁବନେଶ୍ଵରରୁ ୬୫ କିଲୋ ମିଟର୍ ଓ ପୁରୀ ରୁ ୩୫ କିଲୋ ମିଟର୍ ଦୂର ରାସ୍ତା ରେ ଯିବାକୁ ପଡିବ । ଏ ଯାଏ କୋଣାର୍କ କୁ ରେଳପଥରେ ସଂଯୋଗ କରାଯାଇ ପାରି ନାହିଁ । ପୂର୍ବ ଦିଗ ଦ୍ଵାରରେ ହାତୀ ଉପରେ ବିରାଜମାନ ଦୁଇଟି ସିଂହ ୯. କୋଣାର୍କ କୁ ଘେରି ଅନେକ ଧାର୍ମିକ ଓ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ମାନ ରହିଛି । କୋଣାର୍କ ଠାରୁ ଅତି ଅଳ୍ପ ଦୂରରେ ଚନ୍ଦ୍ରଭାଗା ର ମନୋରମ ବେଳାଭୂମି ଅବସ୍ଥିତ । କୋଣାର୍କ-ପୁରୀ ସାମୁଦ୍ରିକ ବେଳାଭୂମି ରାସ୍ତାରେ ରାମଚଣ୍ଡି, ବେଲେଶ୍ବର , କୁଶଭଦ୍ରା ମୁହାଣ ପରି ଅନେକ ସୁନ୍ଦର ପ୍ରାକୃତିକ ପର୍ଯ୍ୟଟନ ସ୍ଥାନ ସବୁ ରହିଛି । ୧୦. ପ୍ରତି ଡିସେମ୍ବର ମାସରେ କୋଣାର୍କ ରେ ଶାସ୍ତ୍ରୀୟ ନୃତ୍ୟ ର ଉତ୍ସବ “କୋଣାର୍କ ମହୋତ୍ସବ’ ଓ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଆୟୋଜିତ ହୋଇଥାଏ । ସୌଜନ୍ୟ: ଓଡିଶା ଡଟ କମ Share on Facebook Share on Twitter Share on Google+ Featured ଓଡିଶା କଳିଂଗ କୋଣାର୍କ ଜଗମୋହନ ନରେନ୍ଦ୍ର ମୋଦି ନାଟ ମଣ୍ଡପ ପୁରୀ ପ୍ରଧାନ ମନ୍ତ୍ରୀ ଶିଳ୍ପ କଳା ଶିଳ୍ପୀ ସମୁଦ୍ର ସୂର୍ଯ୍ୟ ମନ୍ଦିର<eos>
2022-12-03T11:50:01Z
http://odia.bigwire.in/2016/06/08/why-you-must-see-konark-sun-temple/
OSCAR-2301
<bos>ଭୁବନେଶ୍ବର: ଜାଡ଼ରେ ଥରୁଛି ଓଡ଼ିଶା। ଏପରିକି ରାଜ୍ୟରେ ଆହୁରି ବଢ଼ିବ ଶୀତ ଲହରୀ। ଆସନ୍ତା ୫ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଶୀତ ଲହରୀ ପାଇଁ ଓ୍ବାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର। ଆସନ୍ତା ୨୪ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡା, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଭୀଷଣ ଶୀତ ଅନୁଭୂତ ହେବ। ଏନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡା, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଥିସହିତ ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ଥଣ୍ଡା ଅନୁଭୂତ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ତେବେ ଗତ ୩ରୁ ୪ ଦିନ ଧରି ଓଡିଶା ମଧ୍ୟକୁ ବାୟୁ ମଣ୍ଡଳର ତଳ ଭାଗର ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାକବ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଥିବା ବେଳେ ରାଜ୍ୟର କିଛି ଜିଲ୍ଲାର ଶୀତ ଲହରୀ, ତୀବ୍ର ଶୀତ ଲହରୀ ତଥା ଥଣ୍ଡା ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି।<eos>
2022-12-04T05:58:30Z
https://www.odishalink.com/2021/12/21/cold-wave-in-odisha-6/
OSCAR-2301
<bos>ପ୍ରତି ବର୍ଷ ଆମ ଓଡ଼ିଶା ରେ ଛୋଟ ବଡ଼ ବାତ୍ୟା ହେଉଛି l କିନ୍ତୁ 2099 ମସିହା ବା ଆଜକୁ ପ୍ରାୟ 21 ବର୍ଷ ର ତଳ ର ବାତ୍ୟା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ l ବାତ୍ୟା ହେଉଛି ପ୍ରାକୃତିକ ଝଡ଼ l ଏହି ଝଡ଼ କେତେବେଳେ ଆସେ ଆଉ କେତେବେଳେ ଯାଏ l ପ୍ରତି ବର୍ଷ ବାତ୍ୟା ଠାରୁ କିନ୍ତୁ ଏହି ବାତ୍ୟା ବାତ୍ୟା ନ ଥିଲା ଏହା ଥିଲା ଗୋଟିଏ ମରଣାତ୍ମକ ମହାବାତ୍ୟା l ଏହି ବାତ୍ୟା ବିଷୟରେ ଶୁଣିଲେ ଛାତି କମ୍ପି ଉଠେ ଆଉ ଭୟ ମଧ୍ୟ ଲାଗେ l ଏହି ମହାବାତ୍ୟା ଟି 1999 ମସିହା ଅକ୍ଟୋବର 29 ତାରିଖ ରେ ହୋଇ ଥିଲା l ଏହି ବାତ୍ୟା ଟି ଥିଲା ଏକ ମରଣାତ୍ମକ l ସେହି ଦିନ ଓଡ଼ିଶା କୁ ମାଡି ଆସିଥିଲା ଗୋଟେ ମହାଦୁର୍ଯୋଗ କହିଲେ କମି ଯିବ l ଏହି ମହାବାତ୍ୟା ଟି ବେଙ୍ଗାପସାଗର ରେ କିଛି ଦିନ ଧରି ସୃଷ୍ଟି ହୋଇ ଥିଲା l ଏହି ବାତ୍ୟା ସୃଷ୍ଟି ହେବା ପରେ ଏହା ଜଗତସିଂହପୁର ଜିଲ୍ଲା ରେ ଲେନ୍ଡ ଫଲ କରିଥିଲା l ଏହି ମହାବାତ୍ୟା ରେ ଅକ୍ଟୋବର 28 ତାରିଖ ରେ ପ୍ରଥମେ ସୁର ସୁର ପବନ ବହି ଥିଲା l ସେହି ସମୟରେ ବାତ୍ୟା ରେ 260km ବେଗ ରେ ପବନ ବହି ଥିଲା l ଏହି ମହାବାତ୍ୟା ରେ 36 ଘଣ୍ଟା ଧରି 300 km ରେ ପବନ ସହିତ ବର୍ଷା ହୋଇ ଥିଲା l ଏହି ବାତ୍ୟା ରେ ସମୁଦ୍ର ମଧ୍ୟ ତାଣ୍ଡବ କରି ଥିଲା ଅଧିକ l ସମୁଦ୍ର 30 ଫୁଟ ଉଚ୍ଚ ରେ ଜୁଆର ମାଡି ଆସିଥିଲା l ଏହି ବାତ୍ୟା ଟି ଥିଲା ଏକ ମରଣ ଯନ୍ତା କାଳ ସଦୃଶ l Related Posts Jyotish ଶାସ୍ତ୍ର- ମହାଦେବ ଙ୍କ କୃପାରୁ ଆଜିଠୁ ବଦଳିବାକୁ ଜାଉଛି ଏହି ୫ଟି ରାଶିଙ୍କ… ମହିଳା ଙ୍କ ଠାରେ ପିରିଅଡ୍ ମିସ୍ ହେବାର ବିଶେଷ କାରଣ ଜାଣନ୍ତୁ …..ଆପଣ ଙ୍କୁ… ଲାଳ ଝାଡା ହେଉଛି କି ? ମାତ୍ର ଗୋଟିଏ ମିନିଟରେ ଠିକ କରିବାର ସଠିକ ଉପାୟ ଜାଣନ୍ତୁ… ଏହି ବାତ୍ୟା ଟି ଜଗତସିଂହପୁର ଜିଲ୍ଲା ରେ ଲେନ୍ଡ ଫଲ କରି ଥିବାରୁ ତାର ପାଖା ପାଖି ଜିଲ୍ଲା ରେ ଅଧିକ ବର୍ଷା ର ପ୍ରଭାବ ପକାଇ ଥିଲା l ବର୍ଷା ସହିତ ଘଡଘଡି, ବିଜୁଳି, ଚଡକ, ସହିତ ଜୁର ରେ ପବନ ବହି ଥିଲା l ଏହି ଜିଲ୍ଲା ଗୁଡ଼ିକ ହେଉଛି, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ରେ ଆଦିରେ ଏହି ମହାବାତ୍ୟା ତାଣ୍ଡବ କରି ଦେଇ ଥିଲା l ଏହି ମହାବାତ୍ୟା ରେ ସ୍ୱାମୀ ଆଗରେ ସ୍ତ୍ରୀ ତ ମାଆ ଆଗରେ ପୁଅ ତ ସେପଟେ ଭାଇ ଭଉଣୀ ଭଳି ସମସ୍ତେ ଭାସି ଯାଇଥିଲେ l ବାତ୍ୟା ସରିଲା ପରେ ଖାଲି ଶବ ସବୁଆଡେ ଖେଳି ଯାଇଥିଲା l ଏମିତି କଳାତ୍ମକ ଛାଇ ଖେଳି ଯାଇ ଥିଲା ଓଡିଶା ରେ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 275 Share FacebookTwitterGoogle+ReddItWhatsAppPinterestEmail Prev Post ପୁଣି ବିବାହ କରିବାକୁ ଯାଉଛନ୍ତି ସୁପର ଷ୍ଟାର Hrithik Roshan, ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ<eos>
2022-12-07T03:01:41Z
https://news40daily.com/index.php/batyaa-ra-chhati-thara-drusya-dekhil-e/
OSCAR-2301
<bos>Raghunath Mohapatra and 2 sons Prashant die of Corona ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅ– News18 odia coronavirus-latest-news CHANGE LANGUAGE ଓଡ଼ିଆ ENGLISHहिन्दी मराठीગુજરાતીঅসমীয়া ಕನ್ನಡ বাংলা മലയാളം తెలుగు ਪੰਜਾਬੀ اردو ଓଡ଼ିଆ WATCH LIVE TV DOWNLOAD APP FOLLOW US ON Trending Topics :#Odisha#CoronaVirus ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ നിങ്ങളുടെ നഗരം തിരഞ്ഞെടുക്കുക തിരുവനന്തപുരം കൊച്ചി കോഴിക്കോട് മലപ്പുറം കണ്ണൂർ കാസർഗോഡ് ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା » ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅ ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅ ମାତ୍ର ୧୧ ଦିନ ମଧ୍ୟରେ ବାପ ପୁଅଙ୍କୁ ମିଶାଇ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ନେଇଛି କିଲର୍‌ କରୋନା ଭାଇରସ୍‌ । ସାନ ପୁଅ କ୍ରିକେଟର୍‌ ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁରେ ସଚିନ ତେନ୍ଦୁଲକର ଦୁଃଖ ପ୍ରକାଶ କରିଥିଲେ । (ବାମରୁ ଡାହାଣ) ଯଶୋବନ୍ତ ମହାପାତ୍ର, ରଘୁନାଥ ମହାପାତ୍ର ଓ ପ୍ରଶାନ୍ତ ମହାପାତ୍ର News18 Odia Last Updated : May 22, 2021, 19:41 IST Share this: News18 Odia News18 Odia Digital ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣରେ ମାତ୍ର ୧୧ ଦିନ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ଯୁ ହୋଇଛି । ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟ ସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରେ ପରେ ତାଙ୍କର ଦୁଇ ପୁଅଙ୍କୁ ବି ଏ ଦୁନିଆରୁ ନେଇଯାଇଛି ମହାମାରୀ କରୋନା ଭାଇରସ୍‌ । ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଯଶୋବନ୍ତ ମହାପାତ୍ରଙ୍କର ଭୁବନେଶ୍ୱରର ସମ୍‌ ହସପିଟାଲରେ ମେ ୨୦ ତାରିଖରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଏହାର ଦିନକ ପୂର୍ବରୁ ତାଙ୍କ ସାନ ଭାଇ ତଥା ଓଡ଼ିଶାର ସ୍ୱନାମଧନ୍ୟ କ୍ରିକେଟ୍‌ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କର (cricketer Prashant Mohapatra) କରୋନା ସଂକ୍ରମଣରେ ଦେହାନ୍ତ ହୋଇଥିଲା । ପ୍ରଶାନ୍ତଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା । ସେମାନଙ୍କ ପିତା ରଘୁନାଥ ମହାପାତ୍ରଙ୍କର (Raghunath Mohapatra) କରୋନା ସଂକ୍ରମଣ ଚିକିତ୍ସା ସମୟରେ ଭୁବନେଶ୍ୱର ଏମ୍ସରେ ମେ ୯ ତାରିଖ ଦିନ ମୃତ୍ୟୁ ହୋଇଯାଇଥିଲା । ତାଙ୍କୁ ୭୮ ବର୍ଷ ହୋଇଥିଲା । ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞମାନେ ସୂଚନା ଅନୁସାରେ ଯଶୋବନ୍ତ କରୋନା ସଂକ୍ରମିତ ହେବା ପରେ ଗତ କିଛି ଦିନ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ମେ ୧୯ ତାରିଖରେ ଭୁବନେଶ୍ୱର ଏମ୍ସରୁ (AIIMS Bhubaneswar) ରୁ ସମ୍‌ କୋଭିଡ ହସ୍ପିଟାଲକୁ (SUM Covid Hospital) ସ୍ଥାନାନ୍ତର କରାଯାଇଥିଲା । କ୍ରିକେଟ୍ ଖେଳାଳି ପ୍ରଶାନ୍ତ ମହାପାତ୍ର (ଫଟୋ: ଟ୍ୱିଟର୍‌) ଏହା ବି ପଢ଼ନ୍ତୁ | ସ୍ତ୍ରୀ ଓ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ ଜଣେ ପରେ ଜଣେ ହୋଇ ବାପ ପୁଅ ତିନି ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ମହାପାତ୍ରଙ୍କ ପରିବାର, ସମ୍ପର୍କୀୟ ଓ ସେମାନଙ୍କୁ ଜାଣିଥିବା ଲୋକଙ୍କ ସମେତ ସାରା ଓଡ଼ିଶାର ଲୋକଙ୍କ ମନରେ ଗଭୀର ଦୁଃଖ ଆଣିଦେଇଛି । ପ୍ରଶାନ୍ତ ମହାପାତ୍ର ଓଡ଼ିଶାର ଜଣେ ଜଣାଶୁଣା କ୍ରିକେଟ୍‌ ଖେଳାଳି ଥିଲେ ଓ ଭୁବନେଶ୍ୱରରେ ଏଜି ଅଫିସରେ ଜଣେ ସିନିଅର୍‌ ଅଡ଼ିଟର୍‌ ରୂପେ କାର୍ଯ୍ୟ କରୁଥିଲେ । ରାଜ୍ୟ ସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ ନବେ ଦଶକରେ ମହାନ କ୍ରିକେଟର୍‌ ରାହୁଲ ଡ୍ରାଭିଡ୍‌ ଓ ଅନିଲ୍‌ କୁମ୍ବଲେଙ୍କ ସହ ଭାରତର ଅଣ୍ଡର୍‌-୧୯ ଟିମରେ ଖେଳଥିଲେ ପ୍ରଶାନ୍ତ ମହାପାତ୍ର । ସେହି ସମୟରେ ସେ ଓଡ଼ିଶା ରଣଜୀ ଦଳରେ ଖେଳୁଥିଲେ ଓ ଓଡ଼ିଶା କ୍ରିକେଟ୍ ଦଳର ଅଧିନାୟକ ଥିଲେ । ମୁନ୍ନା ନାଁରେ ପରିଚିତ ପ୍ରଶାନ୍ତ ଓପନିଂରେ ଆକ୍ରାମକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ । ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କ ଏକ ମାତ୍ର ଓଡ଼ିଆ ଛାତ୍ର ଥିଲେ ପ୍ରଶାନ୍ତ । ଶିବାଜୀ ପାର୍କରେ ନେଟ୍‌ ପ୍ରାକ୍ଟିସ୍‌ ବେଳେ ପ୍ରଶାନ୍ତଙ୍କ ଖେଳ ଦେଖି ରମାକାନ୍ତ ଆଚରେକର୍‌ ତାଙ୍କୁ ନିଜ କ୍ରିକେଟ୍‌ ଅକାଡେମୀରେ ସାମିଲ୍‌ କରିଥିଲେ । ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍ ୧୯୯୦ରେ ପ୍ରଶାନ୍ତ ବିହାର ବିପକ୍ଷରେ ନିଜ ଡେବ୍ୟୁ କରିଥିଲେ ଓ ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୨,୧୯୬ ରନ୍ ସ୍କୋର୍‌ କରିଥିଲେ । ସେ ଦୁଲିପ୍ ଟ୍ରଫି ଓ ଦେଓଧର ଟ୍ରଫି ମଧ୍ୟ ଖେଳିଥିଲେ । ଜଣେ ମ୍ୟାଚ୍ ରେଫରି ଭାବରେ ସେ ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ବିସିସିଆଇ ଦ୍ୱାରା ଆୟୋଜିତ ମ୍ୟାଚ୍ ତଦାରଖ କରିଥିଲେ । ପ୍ରଶାନ୍ତ ଜଣେ ବିସିସିଆଇ ଅନୁମୋଦିତ ଦ୍ବିତୀୟ ଶ୍ରେଣୀ କୋଚ୍ ବି ଥିଲେ । ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁ ଖବର ପାଇ ସଚିନ ତେନ୍ଦୁଲକର ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ‘‘ସେ ମୋ’ର ଘନିଷ୍ଠ ବନ୍ଧୁ ନ ଥିଲେ, ମାତ୍ର ମୁଁ ତାଙ୍କୁ ଜାଣିଥିଲି । ସେ ହସ ହସ ମୁହଁ ଥିବା ପରିଚିତ ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ । ଆମେ ଯେବେ ବି କଟକ ବା ଭୁବନେଶ୍ୱର ଯାଇଛୁ ସେ ସବୁ ବେଳେ ତାଙ୍କ ଘରେ ବନାଯାଇଥିବା ଖାଦ୍ୟ ଆମ ପାଇଁ ନେଇ ଆସୁଥିଲେ । ଆମେ ପରସ୍ପରର ପରିବାର ବିଷୟରେ ପଚାରି ବୁଝୁଥିଲୁ,’’ ‘ଟାଇମ୍ସ ଅଫ୍‌ ଇଣ୍ଡିଆ’କୁ କହିଛନ୍ତି ସଚିନ ତେନ୍ଦୁଲକର । First published: May 20, 2021, 23:47 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । AIIMS BhubaneswarBhubaneswarCoronaCorona VirusCoronavirusCOVID hospitalCOVID-19cricketlockdownOdishaSachin Tendulkarshutdownsports ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ଦେଶର ୬୧% ପୁରୁଷଙ୍କ ପାଖରେ ଅଛି ମୋବାଇଲ ଫୋନ, ମହିଳାଙ୍କ କଥା ଜାଣି ହେବେ ଆଶ୍ଚର୍ଯ୍ୟ ପୁରୁଷଙ୍କ ପରି ମହିଳାଙ୍କୁ ମଧ୍ୟ ଏକରୁ ଅଧିକ ସ୍ବାମୀ ରଖିବାର ଅଧିକାର ମିଳିବା ଉଚିତ୍: ଜାବେଦ ଅଖତର ରାଜସ୍ଥାନ; ବିଜେପି କର୍ମୀଙ୍କ ଉପରେ ଲାଠିଚାର୍ଜ, ରାହୁଲ ଗାନ୍ଧିଙ୍କୁ ଦେବାକୁ ଯାଉଥିଲେ ସ୍ମାରକପତ୍ର ଏଥର ଟଙ୍କା ପରି ATMରୁ ବାହାରିବ ସୁନା; ଦେଶରେ ଆରମ୍ଭ ହେଲା ପ୍ରଥମ ଗୋଲ୍ଡ ଏଟିଏମମ୍ ପଦ୍ମପୁରରେ କିଏ ମାରିବ ବାଜି... ଭବିଷ୍ୟବାଣୀ କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.<eos>
2022-12-06T16:27:39Z
https://odia.news18.com/news/coronavirus-latest-news/raghunath-mohapatra-and-2-sons-prashant-die-of-corona1-1ad-200521-ad-60461.html
OSCAR-2301
<bos>viral ଭିଡ଼ିଓ- ବାହାଘର ସମୟର ବରକୁ ଯେତବେଳ କନିଆଁ ଦେଖିଲା ପରେ ଯାହା ଘଟିଲା ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! – supportivenepal.com Just another WordPress site Publisher - Just another WordPress site Home ଭାଇରାଲ ନ୍ୟୁଜ ଘରୋଇ ଉପଚାର ଦେଶବିଦେଶ ଓଡିଶା Home ଭାଇରାଲ ଭିଡିଓ viral ଭିଡ଼ିଓ- ବାହାଘର ସମୟର ବରକୁ ଯେତବେଳ କନିଆଁ ଦେଖିଲା ପରେ ଯାହା ଘଟିଲା ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଭାଇରାଲ ଭିଡିଓ viral ଭିଡ଼ିଓ- ବାହାଘର ସମୟର ବରକୁ ଯେତବେଳ କନିଆଁ ଦେଖିଲା ପରେ ଯାହା ଘଟିଲା ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! 0 108 Share ପ୍ରତ୍ୟେକ ମଣିଷ ଜୀବନର ଏକ ଅଭୁଲା ସ୍ମୃତି ହେଉଛି ବିବାହ। ଏହି ବିବାହ ସମୟରେ ଘଟିଥିବା ସମସ୍ତ ପ୍ରକାର ଘଟଣା ଚିର ଦିନ ପାଇଁ ମନେ ରହିଯାଏ। ବିବାହ ସମୟର ଖୁସିହାସୀ, ହସ କାନ୍ଦ ମଜା ମସ୍ତି ଯାହା ମନେ ପକାଇଲେ ଆନନ୍ଦ ମିଳିଥାଏ।ଆଜି ଆମେ ବିବାହ ସମୟର ଘଟି ଥିବା ଏମିତି କିଛି ମଜା ମସ୍ତି ଭିଡିଓ ବିଷୟରେ କହିବୁ ଯାହା ଆପଣଙ୍କୁ ବହୁତ ହସାଇବା ସହ ଖୁସି କରିଦେବ। ୧. ଆଜିର ଦୁନିଆରେ ବିବାହ ଠିକ ସେ ହେଉ କି ନହେଉ କିନ୍ତୁ ବିବାହ ସମୟରେ ଉଠାଯାଉଥିବା ଫୋଟ ଓ ଭିଡ଼ିଓ ଠିକ ହେବ ନିହାତି ଦରକାର। ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ବର କନ୍ୟା କୁ ବରଣମାଳ ପିନ୍ଧାଉଥିବା ସମୟରେ ଏହାକୁ କ୍ୟାମେରା ରେ କଏଦ କରିବା ପାଇଁ କନ୍ୟା କ୍ୟାମେରା ମ୍ୟାନକୁ ଏଭଳି ଚାହିଁଲା ଯେ ବିବାହ ମଣ୍ଡପରେ ଥିବା ସବୁ ଲୋକ ମାନେ ଜୋରରେ ହସିବାକୁ ଲାଗିଲେ। ୨.ବିବାହ ମଣ୍ଡପର ଏହି ଭିଡିଓରେ ଦେଖାଯାଇଛିକି କନ୍ୟାଟି ବହୁତ ଜୋର୍ ରାଗିଯାଇଛି। ଯେମିତି ଝିଅର ଇଚ୍ଛା ବିରୁଦ୍ଧରେ କିଏ ତାଙ୍କୁ ବିବାହ ମଣ୍ଡପକୁ ପଠେଇ ଦେଇଛି। ଏମିତି ହୋଇପାରେ କି ପରିବାରର ଲୋକ ସରକାରୀ ଚାକିରିଆ ଦେଖି ଜୋର ଜବରଦସ୍ତି ବାହାଘର କରିଦେଉଛନ୍ତି। ୩.ବିବାହ ଦିନ ନବବିବାହିତା ପତି ପତ୍ନୀ ଦୁଇଜଣ ଖୁବ ଖୁସିରେ ମିଶି ଡାନ୍ସ କରୁଥିଲେ।କିନ୍ତୁ କନ୍ୟାର ଭଉଣୀ ଆସିବା ପରେ ସବୁ କିଛି ଓଲଟ ପାଲଟ ହୋଇଗଲା। ନିଜର ବିବାହିତା ସ୍ତ୍ରୀକୁ ଛାଡି ଶାଳୀକୁ ହାତରେ ଧରି ଡାନ୍ସ କରିବାରେ ଏତେ ମାଟି ଗଲେ ଯେ ନବବିବାହିତା ପତ୍ନୀଙ୍କୁ ବି ଭୁଲି ଗଲେ।ଯାହାକୁ ଦେଖି ପତ୍ନୀ ବି ପଛକୁ ହଟି ଯିବାକୁ ବାଧ୍ୟ ହେଲେ। ୪.ଏକ ଭାଇରାଲ ଭିଡିଓ ରେ ଦେଖାଯାଇଛି କି ବିବାହିତ ନବଦମ୍ପତି ସମସ୍ତଙ୍କ ସାମ୍ନାରେ ମୁହଁକୁ ମୁଁହ ଲଗେଇ କିସ୍ କରୁଥିବାର କାରଣ ଦକ୍ଷିଣଭାରତର ବିବାହ ମଣ୍ଡପର ଏକ ପରମ୍ପରା ଅନୁସାରେ ପତିର ପାଟିରେ କିଛି ଜିନିଷ ରଖାଯାଏ ଯାହାକୁ ପତ୍ନୀକୁ ପାଟି ସାହାଯ୍ୟରେ ଆଣିବାକୁ ପଡ଼ିଥାଏ। ୫.ସାଙ୍ଗ ମାନଙ୍କ ବିବାହରେ ବହୁତ୍ ଖୁସି ଲାଗିଥାଏ। ଅନେକ ସାଙ୍ଗ ବିବାହର ବରଯାତ୍ରୀରେ ମଦ୍ୟ ପାନ କରି ବହୁତ୍ କାଣ୍ଡ କରିପାଇଥନ୍ତି।ଏକ ଭିଡିଓ ରେ ସେମିତି ଏକ ଘଟଣା ଦେଖିବାକୁ ମିଳି ଥିଲା ଯେଉଁଥିରେ ବରର ସାଙ୍ଗ ଆସୁଥିବା ଏକ ପୋଲିସ୍ ଅଧିକାରୀଙ୍କୁ ଜୋରରେ କିସ୍ କରି ପକାଇଥିଲା। ୬.ବିବାହ ଦିନ ପ୍ରତ୍ୟେକ ବଧୂ ସୁନ୍ଦର ଦେଖାଯିବ ପାଇଁ ବହୁତ୍ ମ୍ୟାକ୍ଅଫ ନେଇଥାନ୍ତି।କିନ୍ତୁ ଏକ ବଧୂ ଏତେ ଅଧିକ ମ୍ୟାକଅଫ କରିଥିଲା ଯେ ବିବାହ କରିବାକୁ ଆସିଥିବା ବର ତାଙ୍କୁ ବାରମ୍ବାର ଦେଖି କନଫର୍ମ ହେବାପାଇଁ ଚାହୁଁଥିଲେ କି ସେ ଯାହାକୁ ବିବାହ କରୁଛନ୍ତି ସେ ଅନ୍ୟ ଝିଅ ନୁହେଁ ତ ନା ସେଇ ଝିଅ ଯାହାଙ୍କ ସହ ତାଙ୍କର ବାହାଘର କଥା ପଡିଥିଲା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।<eos>
2022-12-06T18:22:22Z
https://supportivenepal.com/index.php/2022/01/20/viral-video-bahaghra-samayare-baraku-jetabela/
OSCAR-2301
<bos>ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ରବିବାର ସକାଳୁ ଏକ ଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମେଘାଝୋଲି ଓ ନିମଖାଣ୍ଡି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ରକ୍ତ ଜୁଡୁବୁଡୁ ଦନ୍ତାହାତୀର ମୃତ ଦେହକୁ ପଡିଥିବା ବେଳେ ତାହାକୁ ଠାବ କରିଥିଲେ କିଛି ସ୍ଥାନୀୟ ବାସିନ୍ଦା । ହାତୀକୁ କେହି ଗୁଳି କରି ହତ୍ୟା କରିଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ କରାଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଏନେଇ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଦନ୍ତା ହାତୀର ମୃତ ଦେହକୁ ଉଦ୍ଧାର କରିଛନ୍ତି । ଅପରପକ୍ଷରେ ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ଦନ୍ତା ହାତୀଟିକୁ କେହି ଶିକାରୀ ଗୁଳି କରି ହତ୍ୟା କରିଥିବା ନେଇ ବନବିଭାଗ ସୁତ୍ରରୁ ପ୍ରକାଶ ।<eos>
2022-12-07T04:20:59Z
https://odishasambad.in/bullet-ridden-body-of-tusker-found-in-ganjam/
OSCAR-2301
<bos>ଅନଲାଇନ ଲୁଡୁ ଖେଳରୁ ପ୍ରେମ ; ପ୍ରେମିକକୁ ବାହା ହେବା ପାଇଁ ପାନିପଥ ଗଲେ ନାବାଳିକା ପ୍ରେମିକା, ହେଲେ ପ୍ରଶାସନ ବନ୍ଦ କଲା ବିବାହ - TIMES OF ODISHA Skip to content Wednesday, December 7, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career News ଅନଲାଇନ ଲୁଡୁ ଖେଳରୁ ପ୍ରେମ ; ପ୍ରେମିକକୁ ବାହା ହେବା ପାଇଁ ପାନିପଥ ଗଲେ ନାବାଳିକା ପ୍ରେମିକା, ହେଲେ ପ୍ରଶାସନ ବନ୍ଦ କଲା ବିବାହ October 13, 2021 October 13, 2021 S pani 0 Comments ଭୁବନେଶ୍ବର: ଆଜିକାଲି ପ୍ରେମ ଏମିତି ହୋଇଗଲାଣି ଯେ ଯେଉଁଠି ନାହିଁ ସେହିଠି ପୁଅ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠୁଛି । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ନିକଟରେ ଘଟିଥିଲା । ଯେତେବେଳେ ଜଣେ ଓଡ଼ିଆ ଝିଅ ଅନଲାଇନରେ ପାନିପଥର ଜଣେ ପୁଅଙ୍କ ପ୍ରେମ କରି ବସିଥିଲେ । ଏହାର ପରେ ଆଉ କ’ଣ ଥିଲା ନିଜ ପ୍ରେମ ସାକାର କରିବା ପାଇଁ ପହଞ୍ଚିଯାଇଥିଲେ ପୁଅ ଘରେ । ଅନଲାଇନ୍ ଲୁଡୁ ଖେଳୁଥିବାବେଳେ ଜଣେ ଓଡ଼ିଆ ଝିଅ ହରିୟାଣା ପୁଅକୁ ଭଲ ପାଇ ବସିଥିଲେ । ଝିଅକୁ ପୁଅ ଏତେ ପାଗଳ କରିଥିଲା ଯେ ସେ ତାଙ୍କ ଘରୁ ପଳାଇ ପାନିପାଥରେ ପହଞ୍ଚି ତାଙ୍କୁ ବିବାହ କରିବାକୁ ବସିଥିଲେ । ହେଲେ ଜଣେ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଏହି ବିବାହ ହୋଇପାରିନଥିଲା। ଉଭୟ ପ୍ରେମୀଯୁଗଳ ନାବାଳକ ହୋଇଥିବାରୁ ବିବାହ ସ୍ଥଗିତ ରହିଥିଲା। ସୋମବାର ଦିନ ପାନିପାଥ ସ୍ଥିତ ବାଳକ ବାସଭବନରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବାର ଥିଲା। ପୁଅ ପାନିପାଥର ସୋନାଲି ରାସ୍ତାର ବସ୍ତି ଅଞ୍ଚଳରେ ନିଜ ପରିବାର ସହିତ ରୁହନ୍ତି। ଏହି ସମାରୋହରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପାନିପାଥର ଶିଶୁ ବିବାହ ନିଷେଧ ଅଧିକାରୀ ରଜନୀ ଗୁପ୍ତା ଗୁପ୍ତ ସୂଚନା ପାଇଥିଲେ ଯେ ବିବାହ ଚାଲିଛି ଓ ଉଭୟ ପୁଅ ଓ ଝିଅ ନାବାଳକ ଥିଲେ। ସେ ବିବାହ ସମାରୋହକୁ ବନ୍ଦ କରି କହିଥିଲେ ଯେ ପୁଅର ପରିବାର ତାଙ୍କ ପରିପକ୍ବ ହେବାର କୌଣସି ପ୍ରମାଣ ଦେଇନାହାଁନ୍ତି। “ଦୁଇ ବର୍ଷ ପୂର୍ବେ ଉଭୟ ପୁଅ ଓ ଝିଅ ଅନଲାଇନରେ ଲୁଡୋ ଖେଳୁଥିଲେ ଓ ସେମାନେ ପରସ୍ପର ସହ ବନ୍ଧୁତା ଆରମ୍ଭ କରିଥିଲେ। ପରେ ସେମାନେ ପ୍ରେମରେ ପଡ଼ି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ୨ ତାରିଖରେ, ବଡ଼ ଭଉଣୀକୁ କହିବା ପରେ ଝିଅଟି ଘରୁ ପଳାଇ ଏଠାରେ ପହଞ୍ଚିଥିଲା,’’ କହିଛନ୍ତି ଗୁପ୍ତା। ଝିଅଟିର ମା’ ମଧ୍ୟ ଏହି ପୁଅ ବିଷୟରେ ଜାଣିଥିଲେ, କିନ୍ତୁ ସେ ତାଙ୍କ ଝିଅକୁ ତାଙ୍କ ସହିତ ବିବାହ କରିବାକୁ ମନା କରିଦେଇଥିଲେ। ଝିଅଟି ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ସେ ପରିପକ୍ବ ବୋଲି ପ୍ରମାଣ କରିବାକୁ ଡକ୍ୟୁମେଣ୍ଟ ଦେଖାଇ ପାରିଲେ ନାହିଁ । ଅଧିକାରୀ କହିଛନ୍ତି ଯେ ପୁଅର ଆଉ ଚାରି ସାନ ଭାଇ ଅଛନ୍ତି। ସେ କହିଛନ୍ତି ଯେ ଅନଲାଇନ୍ ଖେଳକୁ ଏଡ଼ାଇବା ଉଚିତ୍ ଓ ଶିଶୁ ବିବାହ ଉପରେ ପ୍ରତିବନ୍ଧକ ବିଷୟରେ ଲୋକେ ସଚେତନ ହେବା ଉଚିତ୍ । ← ପାର୍ବଣରେ ବଢ଼ୁଛି ରାଜ୍ୟର ଦୈନିକ ସଂକ୍ରମଣ, ଦୀର୍ଘ ଦିନ ପରେ ରେଡ୍‌ ଜୋନକୁ ଫେରିଲା ଖୋର୍ଦ୍ଧା ଜିଲ୍ଲା, ଭୁବନେଶ୍ବରରେ ବି ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ବର୍ତ୍ତମାନ ରାଜଧାନୀରେ 3 ହଜାର 636 ରହିଛି ଆକ୍ଟିଭ କେସ ସଂଖ୍ୟା ୨୪ ଘଣ୍ଟା ମଧ୍ୟରେ କୋଭିଡ କଟକଣା ଉଲଂଘନ ଅଭିଯୋଗରେ ୧୫ ଜଣଙ୍କୁ ଗିରଫ; ୮୬୩ଟି ଗାଡ଼ି ଜବତ ଓ ୨୮,୬୧,୯୦୦/- ଫାଇନ ଆଦାୟ କରିଛି ଓଡ଼ିଶା ପୋଲିସ, 12.10.2021 ସକାଳରୁ 13.10.2021 ସକାଳ ମଧ୍ୟରେ ଏହି ଫାଇନ ଆଦାୟ ହେଇଛି → You May Also Like ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ November 21, 2021 November 21, 2021 S pani 0 କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ କରି ବାଲ ସାହିତ୍ୟ ପୁରସ୍କାର ଉତ୍ସବ ଆୟୋଜିତ ; ୨ ଓଡ଼ିଆ ହେଲେ ପୁରସ୍କୃତ November 15, 2021 November 15, 2021 admin 0 ଲାଞ୍ଚ ନେବା ଅଭିଯୋଗରେ ସ୍ବାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ May 24, 2022 May 24, 2022 Jayaprada samantaray 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ତେଲକୋଇ: ୪୯ନଂ ଜାତୀୟ ରାଜପଥରେ ଓଲଟିଲା ବସ୍ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଗାଁ ନିକଟରେ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା । ବସରେ ଥିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ସମ୍ମୁଖରୁ ହଠାତ୍ ଏକ ସାଇକେଲ ଆରୋହୀ ମାଡ଼ି ଆସିବାରୁ ଚାଳକ ଷ୍ଟିୟରିଙ୍ଗ ମୋଡି ଦେବାରୁ ରାସ୍ତାକଡ଼ରେ ବସଟି ଓଲଟିପଡ଼ିଥିଲା । ଘଟଣାସ୍ଥଳରେ କାଞ୍ଜିପାଣି ପୁଲିସର ତଦନ୍ତ ଜାରି। December 5, 2022 ବଙ୍ଗୋପସାଗରରେ ଭୂକମ୍ପ ଝଟକା, ଆଜି ସକାଳ ୮ଟା ୩୨ରେ ଭୂକମ୍ପ ଅନୁଭୂତ ସୂଚନା, ୫.୧ ତୀବ୍ରତାର ଝଟକା ହୋଇଥିବା ନେଇ NCSର ସୂଚନା December 5, 2022 ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ<eos>
2022-12-07T03:33:57Z
https://timesofodisha.com/love-from-online-ludu-games-the-girl-was-in-fact-an-undercover-detective-mounting-a-sting-operation/
OSCAR-2301
<bos>ରଣପୁର-ରାଜସୁନାଖଳାଠାରେ ଫ୍ରେଣ୍ଡ୍ସ କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ୧୯ତମ କପ୍ ଫୁଟ୍ବଲ୍ ମ୍ୟାଚ୍ ର ଚତୁର୍ଥ ଦିବସରେ କୁଜଙ୍ଗ ଆଥଲେଟିକ୍ ପାରାଦ୍ୱୀପ ୨-୧ ଗୋଲ୍ ରେ ବିଜୟଲାଭ କରି ସେମିଫାଇନାଲ୍ ରେ ପ୍ରବେଶ କରିଥିବା ଜଣା ପଡିଛି । ଏହି ଚତୁର୍ଥ ଦିନର ମ୍ୟାଚ୍ଟି କୁଜଙ୍ଗ ଆଥଲେଟିକ୍ ପାରାଦ୍ୱପ ଓ ସ୍ପୋର୍ଟସ୍ ହଷ୍ଟେଲ ନୟାଗଡ ମଧ୍ୟରେ ଅନୁଷ୍ଠିତ ହେଉଥିଲା । ଉଭୟ ଦଳର ଖେଳ ବଡ ଚିତାକର୍ଷକ ଓ ସଙ୍ଘର୍ଷପୁର୍ଣ୍ଣ ଥିଲା । ନୟାଗଡ ଦଳର ପ୍ରେମ୍ ସାଗର ଓରାମ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ବିବେଚିତ ହୋଇ ଟ୍ରଫି ଗ୍ରହଣ କରିଥିଲେ । ଆଜିର ମ୍ୟାଚ୍ ର ମୁଖ୍ୟ ଅତିଥି ଭାବେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମନିଷ୍ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଓଡିଶା ସାମ୍ବାଦିକ ସଙ୍ଘର ରାଜ୍ୟ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଓ ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଂଜନ ଓ ବରିଷ୍ଠ ଫୁଟ୍ବଲ୍ ଖେଳାଳୀ ପ୍ରଫୁଲ୍ଲ ମହାପାତ୍ର ଯୋଗ ଦେଇଥିଲେ । ଖେଳ ପରିଚାଳନା କରୁଥିଲେ ରବିନାରାୟଣ ରଣା, ଲାଇନ୍ ରେ ସହଯୋଗ କରିଥିଲେ ଲକ୍ଷ୍ମୀଧର ଚୌଧୁରୀ ଓ ବିଷ୍ଣୁ ପ୍ରସାଦ ମିଶ୍ର । ଏହି ମ୍ୟାଚ୍ ଦେଖିବା ପାଇଁ ହଜାର ହଜାର ସଁଖ୍ୟାରେ ଦର୍ଶକ ସମବେତ ହୋଇଥିଲେ । ଫ୍ରେଣ୍ଡ୍ସ୍ କ୍ଲବ୍ ର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ନାୟକ, ଆଶୁତୋଷ ସାମନ୍ତରାୟ ଓ ସଚ୍ଚିକାନ୍ତ ଷଡଙ୍ଗୀ ଶାନ୍ତିପୁର୍ଣ୍ଣ ଭାବେ ସମସ୍ତ ଖେଳକୁ ତଦାରଖ କରିଥିଲେ ।<eos>
2022-12-07T12:47:03Z
https://www.sakalakhabar.com/ranpur-9/
OSCAR-2301
<bos>ହଠାତ ପାକିସ୍ଥାନ ପତ୍ରକାରଙ୍କ ପ୍ରଶ୍ନ ଶୁଣି ରାଗିଗଲେ ବିରାଟ କୋହଲି, ଆଉ ଦେଲେ ଏମିତି…ଦେଖନ୍ତୁ Viral ଭିଡ଼ିଓ – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home ଭାଇରାଲ ଭିଡିଓ ହଠାତ ପାକିସ୍ଥାନ ପତ୍ରକାରଙ୍କ ପ୍ରଶ୍ନ ଶୁଣି ରାଗିଗଲେ ବିରାଟ କୋହଲି, ଆଉ ଦେଲେ ଏମିତି…ଦେଖନ୍ତୁ Viral ଭିଡ଼ିଓ ହଠାତ ପାକିସ୍ଥାନ ପତ୍ରକାରଙ୍କ ପ୍ରଶ୍ନ ଶୁଣି ରାଗିଗଲେ ବିରାଟ କୋହଲି, ଆଉ ଦେଲେ ଏମିତି…ଦେଖନ୍ତୁ Viral ଭିଡ଼ିଓ ଭାଇରାଲ ଭିଡିଓ By Apurva Das 0 Share ଆସନ୍ତାକାଲି ରବିବାର ଆଇସିସି ଟି -୨୦ ବିଶ୍ୱକପ୍‌ରେ ଖେଳା ଯାଇଥିବା ମ୍ୟାଚରେ ଭାରତ ପରାଜୟ ବରଣ କରିଛି।ପାକିସ୍ତାନ ହାତରୁ ୧୦ ଉଇକେଟରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ। ତେବେ ଏହାରି ଭିତରେ ପାକିସ୍ଥାନ ର ପ୍ରଦର୍ଶନ କୁ ସମସ୍ତେ ସ୍ଵାଗତ କରିଥିବା ବେଳେ ଏକ ଖବର ସମ୍ନାକୁ ଆସିଛି, ଯେଉଁଠି ଜଣେ ପତ୍ରକାର ଙ୍କ ପ୍ରଶ୍ନ ବିରାଟ କୋହଲି ଙ୍କୁ ରାଗିବା ପାଇଁ ବାଧ୍ୟ କରିଛି।ପାକିସ୍ତାନ ପାଖରୁ ୧୦ ଉଇକେଟରେ ଭାରତ ପରାଜୟ ବରଣ କରିବା ପରେ ଟିମ ଇଣ୍ଡିଆ ର ଅଧିନାୟକ ବିରାଟ କୋହଲି ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଏଥିରେ ବିରାଟ ପାକିସ୍ଥାନ ଭଲ ପ୍ରଦର୍ଶନ କରିଥିବା କଥା କହିଥିଲେ। କିନ୍ତୁ ବିରାଟ କୋହଲି ଙ୍କ ଏହି ସାମ୍ୱାଦିକ ସମ୍ମିଳନୀରେ ଜଣେ ପାକିସ୍ଥାନ ସାମ୍ୱାଦିକ ଙ୍କ ପ୍ରଶ୍ନରେ ରାଗି ଯାଇଥିଲେ ବିରାଟ। ସୂଚନା ଅନୁସାରେ ସାମ୍ୱାଦିକ ଜଣଙ୍କ ଟିମ୍ ଇଣ୍ଡିଆର ଟିମ୍ ଚୟନ ଉପରେ ପ୍ରଦାନ ଉଠାଇଥିଲେ।ସେ ବିରାଟ ଙ୍କୁ କହିଥିଲେ ଯେ କଣ ଇଶାନ କିସନ୍ ଙ୍କୁ ରୋହିତ ଶର୍ମା ଙ୍କ ବଦଳରେ ଟିମ୍ ରେ ନିଆ ଯାଇପାରେ।ଏହି ପ୍ରଶ୍ନ ଶୁଣି ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ ବିରାଟ ଏବଂ କହିଥିଲେ ଯେ ଏହା ଏକ ସାହସିକତା ର ପ୍ରଶ୍ନ। ଆପଣ କଣ କରି ପାରିଥାନ୍ତେ। ମୁଁ ଏବଂ ଇଣ୍ଡିଆ ଟିମ୍ ଏକ ଭଲ ଟିମ୍ ସହ ଖେଳିଛି। ମୁଁ ମୋର ବେଷ୍ଟ ଟିମ୍ ସହ ଖେଳିଛି। କଣ ଆପଣ ହେଇଥିଲେ ଆନ୍ତର୍ଜାତିକ କ୍ରିକେଟ ରୁ ରୋହିତ ଶର୍ମା ଙ୍କୁ ଡ୍ରପ କରି ଦେଇଥାନ୍ତେ। ଆପଣଙ୍କୁ ଜଣା ଅଛି, ରୋହିତ ଶେଷ ମ୍ୟାଚ୍ ରେ କଣ କରିଥିଲେ? ଯଦି ଆପଣଙ୍କୁ କୌଣସି ବିବାଦ ଦରକାର ତେବେ ଆପଣ ମୋତେ କୁହନ୍ତୁ ମୁଁ ତାର ଉତ୍ତର ଦେବି। ଟି ୨୦ ବିଶ୍ୱକପ୍ ରେ ପାକିସ୍ଥାନ ପାଖରୁ ହାରିବା ପରେ ସାମ୍ବାଦିକ ସମ୍ମିଳନୀ ରେ ଏହି କାରଣରୁ ରାଗି ଯାଇଥିଲେ ବିରାଟ। ତେବେ ଏହାର ଭିଡିଓ ମଧ୍ଯ ଏବେ ସାମ୍ନାକୁ ଆସିଛି।ଏହି ଭିଡିଓ ରେ ଆପଣ ପାକ୍ ସାମ୍ବାଦିକ ଙ୍କ ପ୍ରଶ୍ନ ଏବଂ ବିରାଟ କୋହଲି ଙ୍କ ଜବାବ କଣ ରହିଥିଲା ତାହା ଦେଖି ପାରିବେ। ତେବେ ଗତକାଲି ଭାରତର ବ୍ୟାଟିଂ ପରେ ୧୫୨ ରନ୍ ରେ ଲକ୍ଷ୍ୟ ନେଇ ପାକିସ୍ଥାନ ପଡିଆକୁ ଉଲ୍ଲାଇ ଥିଲା। ତେବେ ଉଭୟ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ପ୍ରଥମ ଉଇକେଟ ପାଇଁ ୧୦୭ ବଲରେ ୧୫୨ ରନ ସଂଗ୍ରହ କରି ଏକ ରେକର୍ଡ ସୃଷ୍ଟି କରିଥିଲେ। ଆପଣଙ୍କୁ କହି ରଖୁଛୁ ଯେ ଏପର୍ଯ୍ୟନ୍ତ ଟି-୨୦ ଅନ୍ତର୍ଜାତୀୟ ବିଶ୍ୱକପ୍ କ୍ରିକେଟରେ ଭାରତ ବିପକ୍ଷରେ ପାକିସ୍ତାନର ଏହା ହେଉଛି ସବୁଠାରୁ ବଡ ଏବଂ ପ୍ରଥମ ବିଜୟ। ଏହାଛଡ଼ା ପାକିସ୍ଥାନ ଭାରତକୁ ହରାଇ ଏକ ରେକର୍ଡ ସୃଷ୍ଟି କରିଛି ଏବଂ ଏକ ଭଲ ପ୍ରଦର୍ଶନକୁ ଦେଖାଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ସାବଧାନ ! ପିଆଜ ଖାଇଲେ ବ୍ୟାପୁଛି ଏହି ଭୟଙ୍କର ରୋଗ, ବିଶେଷଜ୍ଞ ମାନେ କଲେ ଖୁଲାସା…. Next Post କିଏ ଏହି ମୋଗଲି ? ଜଙ୍ଗଲ ଛାଡି ଘରକୁ ଫେରିଲା ମୋଗଲି, ସୁଟ୍ ବୁଟ୍ ପିନ୍ଧି ଚାଲିଲା ସ୍କୁଲ୍, ପୁରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ<eos>
2022-12-01T22:28:32Z
https://news22media.com/hathat-pakisthan-patra-kara-nka/
OSCAR-2301
<bos>୫ ମାସର ଶିଶୁ ପାଇଁ ୬ କୋଟି ଟଙ୍କାର ସହାୟତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଛୋଟ ଛୁଆର ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ… – news22media.com Publisher - Daily news Update ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଆଶ୍ଚର୍ଯ୍ୟ ଘଟଣା ଲାଇଫ୍ ଷ୍ଟାଇଲ୍ ସ୍ପେଶାଲ ସ୍ବାସ୍ଥ୍ୟ Home ସ୍ପେଶାଲ ୫ ମାସର ଶିଶୁ ପାଇଁ ୬ କୋଟି ଟଙ୍କାର ସହାୟତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଛୋଟ ଛୁଆର ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ… ୫ ମାସର ଶିଶୁ ପାଇଁ ୬ କୋଟି ଟଙ୍କାର ସହାୟତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଛୋଟ ଛୁଆର ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ… ସ୍ପେଶାଲ By Apurva Das 0 Share ପରିବାରକୁ ପିଲାଟିଏ ଆସିଲେ ସମସ୍ତେ ଖୁସି ହୁଅନ୍ତି। ପରିବାର ଉତ୍ସବ ମୁଖର ହୋଇ ଉଠେ। ନବଜାତ ଶିଶୁ କୁ ସ୍ବାଗତ କରି କେତେ ଯେ ଖୁସି ମଜା କରନ୍ତି ଉଭୟ ବାପା ମାଆ ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ। କିନ୍ତୁ ଯଦି ଗୋଟିଏ ଶିଶୁ ଜନ୍ମ ହେବା ପରେ ପରିବାର ଦୁଃଖରେ ଭାଙ୍ଗି ପଡନ୍ତି ତେବେ ସେ ପରିବାରରୁ ଖୁସି ସବୁଦିନ ପାଇଁ ହଜିଯାଏ। କାରଣ ଶିଶୁ ର ଯତ୍ନ ନେବା ତାକୁ ଭଲ ଭାବରେ ଲାଳନ ପାଳନ କରିବା ପାଇଁ ପରିବାର ସଦସ୍ୟ ଚିନ୍ତିତ ରୁହନ୍ତି। ତେବେ ଆମେ ଆଜି ଆପଣଙ୍କୁ ସେମିତି ଜଣେ ଶିଶୁକନ୍ୟା କଥା କହିବାକୁ ଯାଉଛୁ ଯାହାକୁ ଜନ୍ମ ହେବାର ୬ମାସ ବି ହୋଇନି, କିନ୍ତୁ ସେ ପ୍ରତିଦିନ ନିଜ ଜୀବନ ସହ ସଂଘର୍ଷ କରି ଚାଲିଛି ବଞ୍ଚିବା ପାଇଁ। ତେବେ ସେହି ଶିଶୁ କନ୍ୟା ଜଣଙ୍କର ନାମ ହେଉଛି ତୀରା କାମତ। ଯିଏକି ଏକ ବିରଳ ରୋଗରେ ଆକ୍ରାନ୍ତ ଅଛନ୍ତି।ଏହି ରୋଗକୁ ସ୍ପାଇନାଲ୍ ମସ୍କୁଲର ଏଟ୍ରୋଫୀ ବା SMA କୁହାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଏଭଳି ଏକ ରୋଗ, ଯାହାର ଚିକିତ୍ସା କେବଳ ଏକ ବିଶେଷ ଇଞ୍ଜେକ୍ସନ୍ ଦ୍ୱାରା ସମ୍ଭବ ଅଟେ। ଯେଉଁ ଇଞ୍ଜେକ୍ସନ ର ନାମ ହେଉଛି Zolgensma। ତେବେ ଏହି ଶିଶୁଟି ଏଥିପାଇଁ ସଙ୍ଘର୍ଷ କରୁଥିବା ବେଳେ ବାପା ମାଆ ମଧ୍ୟ ପିଲାକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିବାରେ ଲାଗିଛନ୍ତି। ଏହି ରୋଗ ପାଇଁ ଆବଶ୍ୟକ ଇଞ୍ଜେକସନ ଆମେରିକାରୁ ଆସୁଥିବା କାରଣରୁ ଏହାର ସମସ୍ତ ଚାର୍ଜ, ଇମ୍ପୋର୍ଟ ଡ୍ୟୁଟି ଓ ଟ୍ୟାକ୍ସକୁ ମିଶାଇ ସର୍ବମୋଟ୍ ୨୨ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏତେ ମାତ୍ରାରେ ଟଙ୍କା ଯୋଗାଡ କରିବା ବାପା ମାଆ ଙ୍କ ପକ୍ଷରେ ସମ୍ଭବ ପର ହେଉନାହିଁ।ତେବେ ସୂଚନା ଅନୁସାରେ ସୋସିଆଲ ମିଡିଆରେ ଏକ ପେଜ୍ ତିଆରି କରି ଏହି ଶିଶୁ ତୀରାର ମାତାପିତା ପାଖାପାଖି ୧୫କୋଟି ଟଙ୍କା ଯୋଗାଡ଼ କରିଥିବା ଜଣା ପଡ଼ିଛି। ଜଣେ ମଧ୍ୟବର୍ଗୀୟ ପରିବାର ପାଇଁ ଏହି ରୋଗର ଚିକିତ୍ସା କରାଇବା ସମ୍ଭବ ହୋଇ ନଥିବା ବେଳେ ଏଭଳି ସ୍ଥିତିରେ କୁନି ଶିଶୁର ବାପା ମିହିର କାମତ ଓ ମା’ ପ୍ରିୟଙ୍କା କ୍ରାଉଣ୍ଡଫଣ୍ଡିଂ ଜରିଆରେ ଏହି ଟଙ୍କା ଜମା କରିଛନ୍ତି ବୋଲି ଜଣା ପଡ଼ିଛି। ତେବେ ଏହା ଜଣା ପଡ଼ିଛି ଯେ ଶିଶୁଟିର ଚିକିତ୍ସାରେ ୬.୫ କୋଟି ଟଙ୍କାର ଟ୍ୟାକ୍ସ ଦରକାର ଥିବା ବେଳେ ବିଜେପି ନେତା ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ହସ୍ତକ୍ଷେପ ପରେ ମୋଦି ସରକାର ଇଞ୍ଜେକ୍ସନ ଉପରେ ଲାଗିବାକୁ ଥିବା ସମସ୍ତ ଟ୍ୟାକ୍ସ ଛାଡ଼ କରି ଦେବାକୁ ଘୋଷଣା କରିଛନ୍ତି।ତେବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏ ବିଷୟରେ ମୋଦିଙ୍କୁ ଜଣାଇବା ପରେ ପ୍ରଧାନମନ୍ତ୍ରୀ ଏହି ଭଳି ଏକ ପଦକ୍ଷେପ ନେଇଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ଇଞ୍ଜେକସନ ଆମେରିକାରୁ ଆସିବାକୁ ଯାଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ଦେଖନ୍ତୁ ଭିଡ଼ିଓ – ଟିଉସନ ସାରଙ୍କ କଳା କାରନାମା, ନାବାଳିକା ଛାତ୍ରୀଙ୍କୁ ଟିଉସନ କରିବା ବାହାନାରେ ପ୍ରତିଦିନ ରାତିରେ କରୁଥିଲେ… Next Post ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ ! ତରଙ୍ଗ ପରିବାର ଆୱାର୍ଡ଼ ସୋ ରେ ଧମାଲ ମଚେଇଲେ ସିରିଏଲ ଅଭିନତ୍ରୀ ଲିପି ମହାପାତ୍ର, ଭିଡ଼ିଓ ଟିକୁ ୩୭ ଲକ୍ଷ ଲୋକ ଦେଖି ସାରିଲେଣି….<eos>
2022-12-02T00:32:34Z
https://news22media.com/pancha-masa-ra-jhiara-shishu-kanya/
OSCAR-2301
<bos>ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି। ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ମୋଟ ୨୧ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି।ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମହିଳାଙ୍କୁ ଗୁରୁତ୍ୱ ମିଳିଛି। ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିବାକୁ ଥିବାବେଳେ ସେଥିରେ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ। ସାମିଲ ହେଲେ ନୂଆ ମୁହଁ ! ରାଜ୍ୟରେ ପ୍ରଥମଥର ପାଇଁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛିନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ୮ଜଣ ମନ୍ତ୍ରୀ ନିଜର ପଦ ପୁଣିଥରେ ଫେରି ପାଇଛନ୍ତି। ୧୩ଜଣ ନୂଆ ମୁହଁଙ୍କୁ ସୁଯୋଗ ମିଳିଛି। ପ୍ରଥମଥର ପାଇଁ ୭ଜଣ ସମ୍ପୂର୍ଣ୍ଣ ନୂଆ ମୁହଁ ସ୍ଥାନ ପାଇଛନ୍ତି।ମନ୍ତ୍ରିମଣ୍ଡଳରେ ବିବାଦୀୟ ଚେହେରା ଥିବା ଦିବ୍ୟଶଙ୍କର ମିଶ୍ର ଓ ଅରୁଣ ସାହୁଙ୍କ ସମେତ ମୋଟ ୧୨ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇଛି। ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ୍‌, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା ଓ ରାଜେନ୍ଦ୍ର ଢୋଲକିଆ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରମନ୍ତ୍ରୀ ଭାବେ ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ ଶପଥ ଗ୍ରହଣ କରିଛନ୍ତି।<eos>
2022-12-04T18:21:37Z
http://www.bartamanodisha.com/5-ladies-ministers-in-naveens-new-team/
OSCAR-2301
<bos>ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋର୍ସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି ମାନଙ୍କର ଇ.ପି.ଏଫ ଓ ଇ.ଏସ୍‌.ଆଇ ପରି ବୈଧାନିକ ଦେୟ ସଂପୃକ୍ତ ସଂସ୍ଥା ପୈଠ କରିବେ। ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ । ଉପରୋକ୍ତ ବୈଧାନିକ ଦେୟ ପୈଠ କରିବାରେ ହେଳା କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ମାତୃତ୍ବ ଛୁଟି ପ୍ରଦାନ ବିଷୟ ବିଚାର କରି ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । Facebook Twitter Telegram WhatsApp Email Print Previous articleକମିଲା ପେଟ୍ରୋଲ ଡିଜେଲ ଦର Next articleବିଦ୍ୟାଞ୍ଜଳି ରେ ଯୋଡ଼ି ହେବାକୁ ଧର୍ମେନ୍ଦ୍ରଙ୍କ ନିବେଦନ Tathya Correspondent RELATED ARTICLESMORE FROM AUTHOR General ତାଲିମରେ ୪୧କୋଟିରୁ ଅଧିକ ବ୍ୟୟ General ଏସ୍‍ଟିପି ନିର୍ମାଣ ବିଳମ୍ବକୁ ଧରିଲେ ସିଏଜି General ସଂଗଠନ ଛାଡି ଘର ସଂସାର କଲେ ମାଓବାଦୀ Education ରମାଦେବୀ ବିଶ୍ୱଦ୍ୟାଳୟକୁ ଅତିଥି ଅଧ୍ୟାପକ ଭରସା General ବାତ୍ୟା କ୍ଷତି ସର୍ବାଧିକ Disclaimer Privacy Advertisement Contact Us Website byCITSPL MORE STORIES Administration ୧୨ରୁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ Tathya Correspondent - April 9, 2021 0 ଭୁବନେଶ୍ୱର : ଓଡିଶା ଭିତରକୁ ଜଳ, ସ୍ଥଳ ଓ ଆକାଶ ପଥରେ କୌଣସି ବ୍ୟକ୍ତି ଆସିଲେ ସେମାନଙ୍କ ପାଇଁ ୭୨ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟି-ପିସିଆର ନେଟେଟିଭ ରିପୋର୍ଟ କିମ୍ବା...<eos>
2022-12-04T17:49:33Z
https://tathya.in/%E0%AC%9A%E0%AD%81%E0%AC%95%E0%AD%8D%E0%AC%A4%E0%AC%BF%E0%AC%AD%E0%AC%BF%E0%AC%A4%E0%AD%8D%E0%AC%A4%E0%AC%BF%E0%AC%95-%E0%AC%95%E0%AC%B0%E0%AD%8D%E0%AC%AE%E0%AC%9A%E0%AC%BE%E0%AC%B0%E0%AD%80%E0%AC%99/
OSCAR-2301
<bos>ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ମାଡି ଆସୁଛି ବାତ୍ୟା ଜୱାଦ । ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ। ଏ ନେଇ ସତର୍କ କରାଇଛନ୍ତି ଆଇଏମ୍‌ଡି (IMD)ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଡିସେମ୍ବର ୪ ତାରିଖ ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ୩ ତାରିଖ ରାତିରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଆଇଏମ୍‌ଡି ଡିଜି କହିଛନ୍ତି, ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଧିରେ ଧିରେ ଏହା ପଶ୍ଚିମ-ଉତ୍ତର ଆଡ଼କୁ ଗତିକରି ୨ ତାରିଖରରେ ଅବପାତରେ ପରିଣତ ହେବ। ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ସହ ମଧ୍ୟରାତ୍ରରୁ ପବନର ବେଗ ବଢ଼ିବ। ଉପକୂଳ ଛୁଇଁବା ପରେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ବାତ୍ୟା ହେଲେ ୬୦ରୁ ୯୦ କିମି ବେଗରେ ବହିପାରେ ପବନ । ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା ରହିଛି। ପ୍ରଭାବରେ ଡିସେମ୍ବର ୩ ସନ୍ଧ୍ୟାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୪ ତାରିଖ ସକାଳୁ ୬ ତାରିଖ ଯାଏ ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହି ୯ ଜିଲ୍ଲା-ପୁରୀ, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, କଟକ ଓ ଖୋର୍ଦ୍ଧା।ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଡିସେମ୍ବର ୨ ତାରିଖ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଜିଜି ।<eos>
2022-11-27T06:33:20Z
https://prismnews.in/cyclone-jawad-to-make-landfall-in-andhra-pradesh-on-saturday/
OSCAR-2301
<bos>ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସିନେମାରେ ହେଉ ଅବା ସତରେ ଆପଣମାନେ ଜେଲ୍ ଗୁଡ଼ିକର ଚିତ୍ର ଭଲ ଭାବେ ଦେଖିଥିବେ। ବଡ଼ ବଡ଼ ପୁରୁଣା କୋଠା ସାଙ୍ଗକୁ ଗୋଟିଏ ହାଜତରେ ଏକାଧିକ କଏଦୀ ରୁହନ୍ତି, ଏକ ପ୍ରକାର ପୋଷାକ ସାଙ୍ଗକୁ ତଳେ ଶୋଇଥାନ୍ତି। ଖାଦ୍ୟ ଏବଂ ପାନୀୟ ପାଇଁ ତାଙ୍କୁ ଲମ୍ବା ଧାଡିରେ ଛିଡା ହେବାକୁ ପଡିଥାଏ, ଆଉ ତାଙ୍କ ହାତରେ ଗୋଟିଏ ଥାଳି ଓ ଗ୍ଲାସ ରହିଥାଏ । ବାସ୍ତବରେ ମଧ୍ୟ ଭାରତୀୟ ଜେଲଗୁଡ଼ିକରେ ସମାନ ଅବସ୍ଥା ଦେଖିବାକୁ ମିଳେ। ଏଠାରେ ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ଦିନରାତି ଅନେକ କଷ୍ଟ କରିବାକୁ ପଡ଼ିଥାଏ। ତେଣୁ ସ୍ବପ୍ନରେ ବି କେହି ଜେଲ୍ ଯିବା କଥା ଭାବନ୍ତି ନାହିଁ। କିନ୍ତୁ ଯଦି ଆମେ ବିଦେଶ ବିଷୟରେ କହିବା, ତେବେ ସେଠାରେ ଜେଲଗୁଡିକର ଅବସ୍ଥା ଭାରତ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେଠାରେ ଥିବା କଏଦୀ କୋଠରୀଠୁ ଆରମ୍ଭ ଖାଦ୍ୟ ପାନ୍ୟ ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ। ସେଗୁଡିକୁ ଦେଖିଲେ, କଏଦୀ ସେଠାରେ ରୁହନ୍ତି ବୋଲି କେହି ଭାବି ପାରିବେନି। ତେବେ ଆଜିକାଲି ଇଂଲଣ୍ଡର କେମ୍ବ୍ରିଜଶାୟର ଏଚଏମପି ପିଟରବୋରୋ ଜେଲର ଚିତ୍ର ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖି ଯେ କେହିବି ଜାଣି ପାରିବ ଯେ, ଜେଲର ବ୍ୟାରେଜ ଗୁଡିକ ହୋଟେଲ ରୁମ୍ ଠାରୁ ଅଧିକ ସୁନ୍ଦର। ଏହି ଜେଲରେ ଅପରାଧିକ କାର୍ଯ୍ୟକଳାପରେ ଜଡିତ ମହିଳା କଏଦୀମାନଙ୍କୁ ସଜା ମିଳିଥାଏ।ଏଠାରେ କଏଦୀମାନେ ନିଜ ପସନ୍ଦର ରଙ୍ଗ ସହିତ ଜେଲର କୋଠରୀଗୁଡ଼ିକୁ ସଜାଇବା ପାଇଁ ଅନୁମତି ରହିଛି। ଅନେକ ମହିଳା ଅପରାଧୀ ନିଜ କୋଠରୀକୁ ଗୋଲାପୀ ରଙ୍ଗରେ ସଜାଇଛନ୍ତି। ଏହାସହ କୋଠରୀଗୁଡ଼ିକ ସହ ମ୍ୟାଚ୍ କରି ପରଦା, ବେଡସିଟ୍ ଏବଂ ବ୍ୟାଗ୍ ମଧ୍ୟ ରହିଥିବାର ଦେଖିବାକୁ ମିଳିଛି। ଜେଲରେ ପ୍ରଥମରୁ କଏଦୀଙ୍କ ପସନ୍ଦ ଅନୁଯାୟୀ, କୋଠରୀକୁ ସଜାଇବା ପାଇଁ କୌଣସି ସୁବିଧା ନଥିଲା। ହେଲେ କିଛିଦିନ ହେବ ଏହି ପ୍ରୟାସ ଆରମ୍ଭ ହୋଇଛି, ଜେଲର ମୁଖ୍ୟ ଇନ୍ସପେକ୍ଟର ଚାର୍ଲି ଟେଲର କହିଥିଲେ ଯେ, ଏହି କୋଠରୀଗୁଡ଼ିକୁ ନିଜ ପସନ୍ଦ ଅନୁସାରେ ସଜାଇବା ପରେ ଅନ୍ତେବାସୀମାନେ ବର୍ତ୍ତମାନ ନିଜର ଘର ଭଳି ଅନୁଭବ କରୁଛନ୍ତି । ଜେଲରେ ପ୍ରାୟ ୪୦୦ ଅନ୍ତେବାସୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ନିଜ ଭୁଲ ପାଇଁ ଲଜ୍ଜିତ, କିନ୍ତୁ ଦଣ୍ଡ ପାଇବା ପାଇଁ ଏଠାରେ ରହିବାକୁ ବାଧ୍ୟ । ଏପରି ପରିସ୍ଥିତିରେ ଜେଲ୍ ରୁମକୁ ନିଜ ଇଚ୍ଛାରେ ପରିବର୍ତ୍ତନ କରି ନିଜ ଘରର ରୂପ ଦେଇଛନ୍ତି ସେମାନେ। ତେବେ ଏହି ଜେଲର ଉଦ୍ଦେଶ୍ୟ ହେଉଛି କଏଦୀମାନଙ୍କୁ ପୁଣି ଠିକ୍ ପଥରେ ଫେରାଇ ଆଣିବା। ଏଠାରେ କେବଳ ରହିବା ପାଇଁ କୋଠରୀ ନୁହେଁ, ଖାଦ୍ୟ ପାନୀୟ ମଧ୍ୟ ଭଲ ଭାବରେ ମିଳିଥାଏ। ଏହାସହ ସେମାନଙ୍କ ସହ ଅନ୍ୟ ଜେଲ୍ କଏଦୀଙ୍କ ଠାରୁ ଯଥେଷ୍ଟ ଭଲ ବ୍ୟବହାର କରାଯାଏ । ଏହା ବ୍ୟତୀତ ଅନେକ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ସେମାନଙ୍କୁ ମିଳିଥାଏ। ମହିଳା ମାନଙ୍କୁ ଷ୍ଟେପ୍ କାଉଣ୍ଟର ଦିଆଯାଏ । ଯାହା ଦ୍ଵାରା ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ସଚେତନ ହୋଇଥାନ୍ତି। ଏହି ମହିଳା କଏଦୀମାନଙ୍କୁ ପୁସ୍ତକ, ରନ୍ଧନ କ୍ଲାସ୍ ଇତ୍ୟାଦି ମଧ୍ୟ ଯୋଗାଇ ଦିଆଯାଏ ଯାହା ଦ୍ଵାରା ସେମାନେ ବିଭିନ୍ନ କୌଶଳରେ ଦକ୍ଷ ହୋଇଥାନ୍ତି। ତେବେ ଏହି ଜେଲ୍ କୋଠରୀର ସାଜସଜ୍ଜା ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।<eos>
2022-11-27T06:30:55Z
https://prismnews.in/england-jail-looks-like-hotel-rooms-where-prisoners-decorate-prison-cells-with-favorite-colors-gets-many-facilities/
OSCAR-2301
<bos>ଢ଼େଙ୍କିକୋଟ ତା ୨୪. ୫ =ଘଟଗାଁ ବ୍ଲକ୍ ସରାସପଶି ପଞ୍ଚାୟତ ବୃନ୍ଦାବନପୁର୍ ର ଉଗ୍ରେସନ୍ ନାଏକ.ଓ ସରାସପଶି ଗ୍ରାମର ପଦ୍ମିନୀ ନାୟକ. ଗିରିଧାରି ବେହେରା. ଇଶ୍ବର ନାଏକ ଓ ପୋଡାଡ଼ିହା ଗ୍ରାମର ପୁର୍ବତନ ସମିତିସଭ୍ଯ ନୃସିଂହ ବାରିକ କଂଗ୍ରେସ ଛାଡି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି l ଆଜିର ଏହି ଯୋଗଦାନ କାର୍ଯ୍ୟକ୍ରମରେ ଘସିପୁରା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ମାନନୀୟ ବଦ୍ରୀ ନାରୟଣ ପାତ୍ର ସମେତ କୃଷକନେତା ସେକ ମୋବିନ୍ ଉପସ୍ଥିତ ଥିଲେ l ସଭିଙ୍କୁ ବିଜୁ ଜନତା ଦଳର ଉତ୍ତରୀୟ ପ୍ରଦାନକରି ସାଂଗଠାନିକ ଭାବେ ଦଳରେ ସାମିଲ୍ କରାଯାଇଥିଲା l ତେବେ ସେମାନକଂ ଯୋଗଦାନ ବିଜୁ ଜନତା ଦଳକୁ ଆଗାମୀଦିନରେ ଆହୁରି ସଫଳତା ଯୋଗାଇଦେବ ବୋଲି କର୍ମୀମାନେ ପ୍ରକାଶ କରିଛନ୍ତି l<eos>
2022-11-26T16:56:22Z
https://www.sakalakhabar.com/bjd-93/
OSCAR-2301
<bos>ଭୁବନେଶ୍ବର: ପବିତ୍ର ଜ୍ଯେଷ୍ଠ ପୂର୍ଣ୍ଣିମା ଅବସରରେ ଦିବ୍ୟ ଦୁର୍ଲଭ ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମାପନ ହୋଇଛି । ପୋଲିସ ଛାଉଣୀରେ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ନୀତି କରାଯାଇଛି । ରତ୍ନ ସିଂହାସନ ଛାଡ଼ି… ରାଜ୍ୟ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ ଆରମ୍ଭ WCW 4 Jun 24, 2021 0 ପୁରୀ(କେନ୍ଯୁଜ୍) : ଆଜି ପବିତ୍ର ସ୍ନାନପୂର୍ଣ୍ଣିମା । ୧୦୮ ଗରା ପବିତ୍ର ଜଳରେ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ମହାପ୍ରଭୁ । ଏହା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ପ୍ରଥମେ ଗଜାନନ… ରାଜ୍ୟ ଯୁବଶିଳ୍ପୀ ବିଶ୍ୱଜିତ ନାୟକଙ୍କ କମାଲ୍: ଆଇସକ୍ରିମ୍‌ ଷ୍ଟିକରେ ନିର୍ମାଣ କଲେ ଜଗନ୍ନାଥଙ୍କ ଗଜାନନ ବେଶ WCW 4 Jun 22, 2021 0 ପୁରୀ(କେନ୍ଯୁଜ୍): ଚଳିତ ବର୍ଷ ବିନା ଭକ୍ତରେ ହେବ ସ୍ନାନଯାତ୍ରା । ଏଥିପାଇଁ ଯୁବଶିଳ୍ପୀ ବିଶ୍ୱଜିତ ନାୟକ ୩୦ ଇଞ୍ଚ ଉଚ୍ଚ ଓ ୨୬ ଇଞ୍ଚ ପ୍ରସ୍ଥ ମାପର ଜଗନ୍ନାଥଙ୍କ ଗଜାନନ ବେଶର କ୍ଷୁଦ୍ର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ୧୪୭୫ଟି ଆଇସକ୍ରିମ୍‌ ଷ୍ଟିକ୍‌ ବ୍ୟବହାର କରି ଏହି…<eos>
2022-12-03T13:21:05Z
https://knewsodisha.com/tag/gajanana-besha
OSCAR-2301
<bos>ଭୁବନେଶ୍ୱର,୧୨ ଜୁନ (ଓଡିଶା ଡଟ କମ) : ସଚେତନତା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ଵାରା ସମାଜରେ ଶିଶୁ ଶ୍ରମିକ ବିଲୋପ ସମ୍ଭବ ବୋଲି ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ୱାରା ଭୁବନେଶ୍ଵରରେ ଶୁକ୍ରବାର ଆୟୋଜିତ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତା ମାନେ ମତପ୍ରକାଶ କରିଛନ୍ତି। ବଞ୍ଚିବାର ରାହା ପାଉ ନଥିବା ଏବଂ ଜୀବିକା ପାଇଁ ସଂଘର୍ଷ କରୁଥିବା ପରିବାରର ପିଲା ଶିଶୁ ଶ୍ରମିକ ହେବାକୁ ବାଧ୍ୟ ହେଉଛି । ବାଳ ଶ୍ରମିକ ପ୍ରଥା ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଗଣତି ଭିତରକୁ ଆସୁଥିବା ସଂଖ୍ୟାଠାରୁ ବାହାରେ ରହିଯାଉଥିବା ଶିଶୁ ଶ୍ରମିକଙ୍କ ସଂଖ୍ୟା ଅଧିକ । ଏହାର କାରଣ ଖୋଜିବା, ନିରାକରଣ ବାହାର କରିବା ସହିତ ଥଇଥାନ ଦିଗରେ ନିଆଯାଉଥିବା ପଦକ୍ଷେପର ମୂଲ୍ୟାୟନ କରାଯିବା ଆବଶ୍ୟକ । ବିଶେଷ କରି ଜନସଚେତନା ସୃଷ୍ଟି ଦ୍ୱାରା ଆଗାମୀ ଦିନରେ ଶିଶୁ ଶ୍ରମିକ ବିଲୋପ ଅଭିଯାନ ସଫଳ ହେବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ ଓପେପା ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର ମଲ୍ଲିକ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁଙ୍କ ସୁରକ୍ଷା ପାଇଁ ଶିଶୁ ସୁରକ୍ଷା ଅଧିକାରୀ, ଶ୍ରମ ଅଧିକାରୀ, ପୁଲିସ୍, ଓପେପା ଅଧିକାରୀଙ୍କୁ ନେଇ ସ୍କ୍ୱାଡ଼ ଗଠନ କରାଯାଇଛି । ତେବେ ଉଦ୍ଧାର ଓ ଥଇଥାନ ଦିଗରେ ଅଭିଭାବକଙ୍କ ସହଯୋଗର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୪ ଟି ସିଜନାଲ ହଷ୍ଟେଲରେ ୮ହଜାର ଛାତ୍ରଛାତ୍ରୀଙ୍କୁ ରଖାଯାଇପାରିଛି । ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ କାମ ପାଇଁ ଯାଉଥିବା ଶିଶୁଙ୍କ ପିଲା ଏହି ହଷ୍ଟେଲରେ ରହି ସାଧାରଣ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ସହକାରୀ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପରେ ଥଇଥାନ ଦିଗରେ ଦେଖାଦେଉଥିବା ସମସ୍ୟା ନେଇ ଉଦବେଗ ପ୍ରକାଶ କରିଥିଲେ । ପିଲାଙ୍କୁ ଉଦ୍ଧାର ପରେ ପିତାମାତା ପ୍ରତିରୋଧ କରୁଥିବା ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକ ତଦାରଖ ବ୍ୟବସ୍ଥା ଠିକଣା ଭାବେ କାର୍ଯ୍ୟକାରୀ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ରାଜଲକ୍ଷ୍ମୀ ଦାସ କହିଥିଲେ ଯେ ଶିଶୁ ମାନଙ୍କୁ ଶ୍ରମିକ ଭାବେରେ ନିଯୁକ୍ତି ଦେବା ଏକ ଘୃଣ୍ୟ ପ୍ରଥା । ସଂପ୍ରତି କମିଶନ୍ ଶିକ୍ଷା ଅଧିକାର ଆଇନ୍ କୁ ତଦାରଖ କରିବାପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଶ୍ରମିକ ନେତା ସୌରୀବନ୍ଧୁ କର କହିଥିଲେ ଯେ ସମସ୍ତ ପ୍ରକ୍ରିୟା ଓ କ୍ଷେତ୍ରରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁ ଶ୍ରମକୁ ସଂପୂର୍ଣ୍ଣ ରୁପେ ନିଷେଧ କରିବା ପାଇଁ ଆଇନରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଏହି ଅବସରରେ ଗୁଣାତ୍ମକ ଶିକ୍ଷା ଜରିଆରେ ଶିଶୁ ଶ୍ରମିକ ଉଚ୍ଛେଦ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ନ୍ୟାସନାଲ ସେଣ୍ଟର ଫର ଚାଇଲ୍ଡ ରାଇଟ୍ସର ନିର୍ଦ୍ଦେଶକ ପ୍ରଫେସର ପ୍ରବୀର ପଟ୍ଟନାୟକ କହିଥିଲେ ଯେ ପିଲାଙ୍କ କଥା ଭାବିବାକୁ କାହାରି ବେଳ ନାହିଁ, ଶିଶୁ ଶ୍ରମ ଉଚ୍ଛେଦ ସମସ୍ତଙ୍କର ଦାଇତ୍ୱ । ଏସ.ସି.ଇ.ଆର.ଟି ର ପୂର୍ବତନ ନିର୍ଦେଶକ ପ୍ରଫେସର ଏସ.ଏଲ ଜେନା ବିଦ୍ୟାଳୟଗୁଡ଼ିକ ଶିଶୁର ପସନ୍ଦ ଅନୁସାରେ ଶିକ୍ଷାଦାନ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଆଲୋଚନାରେ ଭାଗ ନେଇ ପ୍ରଫେସର ବିଜୟ ବହିଦାର କହିଥିଲେ ଯେ ରାଜନୈତିକ ଇଚ୍ଛାଶକ୍ତି ବିନା ଶିଶୁ ଶ୍ରମିକ ବିଲୋପ ସମ୍ଭବ ନୁହେଁ । ଗୋଟିଏ ପ୍ରକାର ଶିକ୍ଷା ବ୍ୟବସ୍ଥା, ସ୍ୱୟଂସମ୍ପୂର୍ଣ୍ଣ ବିଦ୍ୟାଳୟ ଶିକ୍ଷକ ସମସ୍ୟା ଦୂର ହେଲେ ଗୁଣାତ୍ମକ ଶିକ୍ଷା ସମ୍ଭବ ହେବ । କାର୍ଯ୍ୟକ୍ରମରେ କ୍ଲାପ୍ ର ଆଡ଼ଭୋକେଟ ବିକାଶ ଦାସ, ବି.ଜି.ଭି.ଏସ୍ ର ଉଷାରାଣୀ ବେହେରା, ଓପେପାର ଶ୍ରୀବତ୍ସ ପଟେଲ, ପିକକ୍ର ଅଧ୍ୟକ୍ଷା ଆଦରମଣୀ ବରାଳ ପ୍ରମୁଖ ଯୋଗଦେଇଥିଲେ । ପିକକର ସମ୍ପାଦକ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବାବେଳେ କାର୍ଯ୍ୟନିର୍ବହୀ ନିର୍ଦେଶିକା ଅନୁରାଧା ମହାନ୍ତି ସଙ୍ଗଠନ ପକ୍ଷରୁ ଶିଶୁ ଉଦ୍ଧାର, ଥଇଥାନ ଓ ଶିକ୍ଷାଦାନ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ବାଙ୍ଗୁରିଗାଁର ପୁରସ୍କାରପ୍ରାପ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପଚନ୍ଦ୍ର ସ୍ୱାଇଁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବିଜୟ କୁମାର ପ୍ରଧାନ ଗୁଣାତ୍ମକ ଶିକ୍ଷା ଉପରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ସଙ୍ଗଠନ ପକ୍ଷରୁ ଜ୍ୟୋତି ମହାପାତ୍ର, ସୁନନ୍ଦା ବିଶ୍ୱାଳ ଏବଂ ଜ୍ୟୋତିଶଙ୍କର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡିଶା ଡଟ କମ News Bureau Filed Under: ସଭା ସମିତି Tagged With: ପିକକ୍, ରଞ୍ଜନ ମହାନ୍ତି, ଶିଶୁ ଶ୍ରମିକ ଶିଶୁ ଶ୍ରମିକଙ୍କ ମୁକ୍ତି ଓ ଥଇଥାନ ସଂପର୍କରେ ରିପୋର୍ଟ ତଲବ January 9, 2013 by ଓଡିଶା ଡଟ କମ Leave a Comment ଓଡିଶା ଡଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର,ଜାନୁଆରୀ ୯(ଓଡିଶା ଡଟ୍ କମ୍)-ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ଦାଦନ ଶ୍ରମିକ ବିଶେଷ କରି ଶିଶୁଶ୍ରମିକମାନଙ୍କ ମୁକ୍ତି ଓ ଥଇଥାନ ଲାଗି କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ସବିଶେଷ ରିପୋର୍ଟ ଦେବାକୁ ଜାତୀୟ ମାନବାଧିକାର କମିସନ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଗଂଜାମ ଜିଲ୍ଲା କେ.ନୂଆଗାଁର ଏକ ଇଟାଭାଟିରେ କାମ କରୁଥିବା ଦୁଇ ଦାଦନ ଶିଶୁ ଶ୍ରମିକଙ୍କ ନିଅାଁରେ ପୋଡି ମୃତ୍ୟୁ ଘଟଣାର ଶୁଣାଣୀ କରି ମାନ୍ୟବର କମିସନ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ମାନବାଧିକାର ସଂଗଠନ ‘ଇଣ୍ଡିଆ ମିଡିଆ ସେଂଟର’ର ମ୍ୟାନେଜିଂ ଟ୍ରଷ୍ଟି ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ କମିସନଙ୍କ ନିକଟରେ ହୋଇଥିବା ପିଟିସନରେ ଅଭିଯୋଗ କରାଯାଇଥିଲା ଯେ ଗତବର୍ଷ ଜାନୁୟାରୀ ୨୦ ତାରିଖରେ କେ.ନୂଆ ଗାଁ ସ୍ଥିତ ଦୁର୍ଗା ବ୍ରିକ୍ ଇଣ୍ଡଷ୍ଟ୍ରିଜ୍ରେ ନିଆଁ ଲାଗି ଦଦୁଇ ଜଣ ଶିଶୁ ଶ୍ରମିକ ଭଗବାନ ବରିହାଙ୍କ ବଡଝିଅ ଦୀପା ବରିହା(୧୦) ଓ ବଡ ପୁଅ ଅମିତ ବରିହା(୮)ଙ୍କ ମୃତ୍ୟୁ ହୋଇଥିଲା । ଭଗବାନ ସ୍ତ୍ରୀ ପିଲାଛୁଆଙ୍କ ସହ ଏହି ଇଟାଭାଟିରେ କାମ କରୁଥିଲେ । ଏହି ଘଟଣାରେ ଭଗବାନଙ୍କ ଆଉ ଦୁଇଟି ଛୋଟ ଛୁଆ ମଧ୍ୟ ଆହତ ହୋଇଥିଲା । ଏଭଳି ଏକ ଘଟଣାକୁ ବର୍ଷେ ବିତିବାକୁ ବସିଥିଲେ ବି ସ୍ଥାନୀୟ ପ୍ରଶାସନ କିମ୍ବା ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ କଲେ ନାହିଁ । ଏଇ ଇଟାଭାଟିରେ ବେନିୟମ ଭାବେ ଚାଲିଥିଲେ ମଧ୍ୟ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଅଭିଯୋଗକାରୀ ଦର୍ଶାଇଥିଲେ ଏମିତି ଘଟଣା ରାଜ୍ୟର ୩୦ଟି ଜିଲ୍ଲାରେ ଘଟୁଛି । ସପରିବାର ସହ ଲୋକେ ଏଠାରେ ଦାଦନ ଭାବେ କାମ କରୁଛନ୍ତି । ସେମାନଙ୍କ ପିଲାମାନେ ପାଠପଢାରୁ ବଞ୍ଚିତ ହେବା ସହ ସେଠାରେ ଶିଶୁ ଶ୍ରମିକ ଭାବେ କାମ କରନ୍ତି । ଇଟାଭାଟି ମାଲିକମାନେ ଏହି ଦାଦନ ଶ୍ରମିକଙ୍କୁ ପାଇବା ପାଇଁ ଅନେକ ଦଲାଲ ନିଯୁକ୍ତ କରିଛନ୍ତି । ଶ୍ରମିକମାନଙ୍କୁ କେତୋଟି ଇଟା ଗଢିବାକୁ ହେବ, ତାହାର ଟାର୍ଗେଟ୍ ଦିଆଯାଇଥାଏ । ତାହା ନକରି ପାରିଲେ ପାରିଶ୍ରମିକ ମଧ୍ୟ କାଟ୍ ହୁଏ । କିନ୍ତୁ ଏମାନଙ୍କୁ ସେଠାରୁ ମୁକ୍ତକରି ଥଇଥାନ କରିବା ଲାଗି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଗୋତି ଶ୍ରମିକ ପ୍ରଥା ଉଠିଯାଇଥିଲେ ସୁଦ୍ଧା ଏବେ ବି ଇଟାଭାଟିରେ ପୀଢି ପରେ ପୀଢି ଗୋଟିଏ ପରିବାର ଗୋତି ଖଟି ଆସୁଛି । କମିସନ୍ ଏହି ମାମଲାର ଶୁଣାଣୀ କରି ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ରିପୋର୍ଟ ଦାଖଲ ନ କଲେ ନିୟମ ଅନୁସାରେ କମିଶନ ଯାହା ଉଚିତ ମନେ ହେବ, ସେହି ରାୟ ଶୁଣାଇବେ । ଆବେଦନକାରୀଙ୍କ ପକ୍ଷରୁ ଆଡ୍ଭେକେଟ୍ ନିଶିକାନ୍ତ ମିଶ୍ର ମକଦ୍ଧମା ପରିଚାଳନ କରୁଛନ୍ତି । କେ.ନୂଆଗାଁ ଘଟଣାରେ ମୃତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ , ଦୋଷୀ ଇଟାଭାଟି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ କମିସନଙ୍କ ନିକଟରେ ନିବେଦନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଓଡିଶା ଡଟ୍ କମ୍ ଓଡିଶା ଡଟ କମ Filed Under: ଓଡିଶା ଖବର Tagged With: ମାନବାଧିକାର କମିସନ, ଶିଶୁ ଶ୍ରମିକ, ସରକାର ଶିଶୁ ଶ୍ରମିକଙ୍କ ସହାୟତା ପାଇଁ ହେଲ୍ପଲାଇନ December 18, 2011 by ଓଡିଶା ଡଟ କମ ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର,ଡ଼ିସେମ୍ବର୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଶିଶୁ ଶ୍ରମିକଙ୍କ ସହାୟତା ପାଇଁ ସରକାର ହେଲ୍ପ ଲାଇନ ଖୋଲିବାକୁ ବିଚାର କରୁଛନ୍ତି ବୋଲି ଶ୍ରମ କମିଶନର ଅଲେଖ ଚନ୍ଦ୍ର ପଢିହାରୀ ରବିବାର ଏକ ଆଲୋଚନା ଚକ୍ରରେ କହିଛନ୍ତି । ସ୍ୱେଛାସେବୀ ସଂଗଠନ ସେଭ୍ ଦି ଚିଲଡ଼୍ରେନ ସହାୟତାରେ ପିକକ୍, ଆଇନା, ସିସିଡ଼ବ୍ଲ୍ୟୁଡ଼ି, ରେଆର୍ ଓ ଶୋଭା ଦ୍ୱାରାଶିଶୁମାନଙ୍କ ଉପରେ ଆୟୋଜିତଦୁଇିନିଆ ଆଲୋଚନାଚକ୍ରର ଉଦ୍ୟପନୀ ସମାରୋହରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିଶୁମାନଙ୍କ ପ୍ରଶ୍ନର ଉତରରେ ସେ ଏହା କହିଛନ୍ତି । “”ବାପା ମା ଛେଉଣ୍ଡ ଓ ଅନାଥ ଶିଶୁଙ୍କ ଲାଳନ ପାଳନ ପାଇଁ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶିଶୁଗୃହ ପ୍ରତିଷ୍ଠା କରିବା ସହିତ ଶିଶୁ ଶ୍ରମିକଙ୍କ ପାଠପଢା ପାଇଁ ୨୪ଟି ଜିଲ୍ଲାରେ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ବ୍ୟିାଳୟ ଖୋଲିଛନ୍ତି”ସେ କହିଛନ୍ତି । “”ଜୀବନରେ ସର୍ବା ନିଜର ବଡ଼ପଣିଆ ଜାହିର କରିବା ଉଚିତ୍”ସେ କହିଥିଲେ । ଏହି ଅବସରରେ ଶିଶୁମାନେ ସେମାନଙ୍କ ଅଂଚଳରୁ ଦ।ନ ଖଟିବାକୁ ଯାଉଥିବା ଲୋକଙ୍କୁ କିଭଳି ରୋକାଯାଇ ପାରିବ ତାହା ଉପରେ ପ୍ରଶ୍ନମାନ ପଚାରିଥିଲେ । ବ୍ୟିାଳୟରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାର ଅଧିକରୁ ଅଧିକ ଯତ୍ନବାନ ହେବା ସହିତ ଆଗାମୀଦିନରେ ବ୍ୟିାଳୟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଏଥିରେ ଯୋଗେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ଉପସ୍ଥିତ ଶିଶୁମାନେ ଓøଷଧ କିଣା, ପାନୀୟ ଜଳ ଯୋଗାଣରେ ଅନିୟମିତତା, ବ୍ୟିାଳୟରେ ଶିଶୁଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପାଇଖାନା ନିର୍ମାଣ ଓ ପରିଷ୍କାର ପରିବେଶରେ ମଧ୍ୟାହ୍ନ ଭୋଜନ ସେବନର ଉପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ବିଭିନ୍ନ ପ୍ରଶ୍ନମାନ ପଚାରିଥିଲେ । ଶିଶୁଙ୍କ ସୁରକ୍ଷା ଲାଗି ପ୍ରତି ଜିଲ୍ଲାରେ ମହିଳା ଓ ଶିଶୁ ଡ଼େସ୍କ ପ୍ରତିଷ୍ଠା କରାଯାଇଛି । କୌଣସି ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ଶିଶୁମାନେ ସାହସ ସଂଚୟ କରି ଏଠାରେ ଅଭିଯୋଗ କରିବା ପାଇଁ ରାଜ୍ୟ ମଙ୍ଗଳ ବୋର୍ଡ଼ର ଅଧ୍ୟକ୍ଷା ସୁଲତା ଦେଓ ଆହ୍ୱାନ ଦେଇଛନ୍ତି । ଏହି କର୍ମଶାଳାରେ ପିକକ୍ର ସଂପାଦକ ରଂଜନ କୁମାର ମହାନ୍ତି,ବରିଷ୍ଠ ସାମ୍ବାଦିକ ଯତୀନ୍ଦ୍ର ଦ।ଶ, ଡ଼ାକ୍ତର ସେବା ମହାପାତ୍ର, ମଣିପ୍ମ ଜେନା, ୱାଟର ଏଡ଼୍ର ବିକାଶ ପତି, ସେଭ୍ ଚିଲଡ଼୍ରେନର ଭାରତୀ ଚକ୍ର, ସିସିଡ଼ବ୍ଲ୍ୟୁଡ଼ିର ସଂପାଦକ ସଦାଶିବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦୁଝର,କୋରାପୁଟ,ସୋନପୁର,କନ୍ଧମାଳ ଓ ଖୋର୍ଧା ଜିଲ୍ଲାରୁ ଆସିଥିବା ଶିଶୁ ପ୍ରତିନିଧିମାନେ ଉପସ୍ଥିତ ଅଧିକାରୀ,ସାମ୍ବଦିକ ଓ ସ୍ୱେଛାସେବୀ ସଂଗଠନର ପ୍ରତିନିଧି ମାନଙ୍କ ସହିତ ସିଧାସଳଖ ମତ ବିନିମୟ କରିଥିଲେ । ଓଡ଼ିଶା ଡ଼ଟ୍ କମ୍ ଓଡିଶା ଡଟ କମ Filed Under: ମୁଖ୍ୟ ଖବର Tagged With: ଶିଶୁ ଶ୍ରମିକ, ହେଲ୍ପ ଲାଇନ Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ<eos>
2022-11-29T10:24:10Z
https://www.odisha.com/tag/%E0%AC%B6%E0%AC%BF%E0%AC%B6%E0%AD%81-%E0%AC%B6%E0%AD%8D%E0%AC%B0%E0%AC%AE%E0%AC%BF%E0%AC%95/
OSCAR-2301
<bos>Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ମନୋରଞ୍ଜନ ଦିଲୀପ କୁମାର ଅସୁସ୍ଥ : ହସ୍ପିଟାଲରେ ହେଲେ ଭର୍ତ୍ତି ମନୋରଞ୍ଜନ ଦିଲୀପ କୁମାର ଅସୁସ୍ଥ : ହସ୍ପିଟାଲରେ ହେଲେ ଭର୍ତ୍ତି By Odisha News Today On Sep 5, 2018 0 Share ମୁମ୍ବାଇ : ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କର ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ଲୀଳାବତୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତାଙ୍କ ଛାତିରେ ଇନ୍‌ଫେକ୍‌ସନ୍‌ ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରଥମେ ଏହି ଖବର ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାୟରା ବାନୋ ଦିଲୀପଙ୍କ ଟ୍ଵିଟର ଆକାଉଣ୍ଟକୁ ଯାଇ ସମସ୍ତଙ୍କୁ ଜଣାଇଥିଲେ ।ସେ ଏବେ କେବେ ଦିନ ଏଠାରେ ରହିବେ ତାହା କୌଣସି ସମୟ ନିର୍ଦ୍ଧାରିତ କରାଯାଇନାହିଁ। ତେବେ ତାଙ୍କ ସ୍ବାସ୍ଥ୍ଯବସ୍ଥାରେ ଏବେ ସୁଧାର ରହିଛି ଏବଂ କୌଣସି ଚିନ୍ତାର ବିଷୟ ନାହିଁ।<eos>
2022-12-01T10:10:45Z
https://odishanewstoday.com/dillip-kumar-admitted-to-hospital/
OSCAR-2301
<bos>ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ଏସବୁ ମଧ୍ୟରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ସରକାର। ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ କରୋନା ଟିକା ଦିଆ ଯାଉଥିବା ବେଳେ ଆସନ୍ତା ମାସରୁ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା। ରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ପରୀକ୍ଷା ବର୍ତ୍ତମାନ ଚାଲିଛି। ଏହା ସଫଳ ହେଲେ ଯଥାଶୀଘ୍ର ୨ ରୁ ୧୭ ବର୍ଷ ପିଲାଙ୍କୁ ଟିକା ଦିଆଯିବ। ଆସନ୍ତା ମାସରୁ ଏହା ଆରମ୍ଭ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସୂଚନା ମୁତାବକ, ମେ’ ୧୨ରେ ଡିସିଜିଆଇ ଭାରତ ବାୟୋଟେକକୁ ଦୁଇ ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ ଅନୁମତି ପ୍ରଦାନ କରିଥିଲା। ଏହା ପରେ ଜୁନ୍ ୭ରେ, ଦିଲ୍ଲୀ ଏମ୍ସରେ ୨ରୁ ୧୭ବର୍ଷ ବୟସର ପିଲାମାନଙ୍କୁ କୋଭିଡ -୧୯ ଟିକା ଦେବା ପାଇଁ ଭାରତ ବାୟୋଟେକ ପରୀକ୍ଷା ଆରମ୍ଭ କରିଥିଲା।<eos>
2022-12-06T06:43:25Z
https://www.odishalink.com/2021/07/27/health-minister-mansukh-mandaviya-says-covid-19-vaccine-for-children-likely-next-month/
OSCAR-2301
<bos>Shaheen Bagh protests see indomitable spirit ଶାହିନ୍ ବାଗ୍: ପ୍ରଦର୍ଶନରେ ଥଣ୍ଡା ଧରି କୁନି ପୁଅର ମୃତ୍ୟୁ ହେଲା, ହେଲେ ମା’ର ଜିଦ୍ ଅଟଳ– News18 odia ଟ୍ରେଣ୍ଡିଙ୍ଗ CHANGE LANGUAGE ଓଡ଼ିଆ ENGLISHहिन्दी मराठीગુજરાતીঅসমীয়া ಕನ್ನಡ বাংলা മലയാളം తెలుగు ਪੰਜਾਬੀ اردو ଓଡ଼ିଆ WATCH LIVE TV DOWNLOAD APP FOLLOW US ON Trending Topics :#Odisha#CoronaVirus ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ നിങ്ങളുടെ നഗരം തിരഞ്ഞെടുക്കുക തിരുവനന്തപുരം കൊച്ചി കോഴിക്കോട് മലപ്പുറം കണ്ണൂർ കാസർഗോഡ് ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ » ଶାହିନ୍ ବାଗ୍: ପ୍ରଦର୍ଶନରେ ଥଣ୍ଡା ଧରି କୁନି ପୁଅର ମୃତ୍ୟୁ ହେଲା, ହେଲେ ତା’ ମା’ର ଜିଦ୍ ଅଟଳ ଶାହିନ୍ ବାଗ୍: ପ୍ରଦର୍ଶନରେ ଥଣ୍ଡା ଧରି କୁନି ପୁଅର ମୃତ୍ୟୁ ହେଲା, ହେଲେ ତା’ ମା’ର ଜିଦ୍ ଅଟଳ କୁନି ପୁଅଟିର ମୃତ୍ୟୁ NRC ଓ CAA ଯୋଗୁଁ ହେଇଛି ବୋଲି କହିଛନ୍ତି ଆରିଫ । କହୁଥିବା ସମୟରେ ସେ ପୁଅର ଗୋଟେ ଫଟୋ ଦେଖାଇଛନ୍ତି, ଯେଉଁଥିରେ କୁନି ଶିଶୁଟି ଉଲରେ ତିଆରି ଗୋଟେ ଟୋପି ପିନ୍ଧିଛି । ସେ ଟୋପିରେ ଲେଖାହୋଇଛି: ‘‘ଆଇ ଲଭ୍ ମାଇଁ ଇଣ୍ଡିଆ’’ । ଶାହୀନ ବାଗ୍‌ର ପ୍ରଦର୍ଶନ ସ୍ଥଳୀରେ ବଡ଼ ପୁଅ ସହିତ ନାଜିଆ ଓ ପତି ଆରିଫ୍‌ News18 Odia Last Updated : February 04, 2020, 22:03 IST Share this: News18 Odia News18 Odia Digital ନୂଆ ଦିଲ୍ଲୀ: ଚ଼ାରି ମାସର ଶିଶୁ ମହମ୍ମଦ ଜହାଁ ତା’ ମା’ ସହିତ ପ୍ରାୟ ପ୍ରତି ଦିନ ଶାହିନ ବାଗର ପ୍ରଦର୍ଶନ ସ୍ଥଳକୁ ଆସୁଥିଲା । ସେଠି ପ୍ରଦର୍ଶନକାରୀମାନେ ତାକୁ ଭାରି ଭଲପାଉଥିଲେ । ତାକୁ ସେମାନେ ଜଣକ ପରେ ଜଣେ ଧରୁଥିଲେ ଓ ତା’ ଗାଲରେ ତ୍ରିରଙ୍ଗା ଆଙ୍କୁଥିଲେ । କିନ୍ତୁ ଏବେ ଶାହିନ୍ ବାଗରେ ମହମ୍ମଦ ଜହାଁର ଆଉ ଦେଖା ମିଳିବ ନାହିଁ । ଖୋଲା ଆକାଶ ତଳେ ଥିବା ସେହି ପ୍ରଦର୍ଶନ ସ୍ଥଳରେ ଭୀଷଣ ଶୀତର ସଂସ୍ପର୍ଶରେ ଆସିବା ପରେ ତାକୁ ଜୋର୍‌ ଥଣ୍ଡା ଧରିଯାଇଥିଲା । ଗତ ସପ୍ତାହରେ ତା’ର ମୃତ୍ୟୁ ହୋଇଗଲା । ହେଲେ ତା’ ମା’ ଅବିଚ଼ଳିତ ଅଛନ୍ତି ଓ ବିରୋଧ ପ୍ରଦର୍ଶନରେ ଭାଗ ନେଇଚ଼ାଲିବାକୁ ଦୃଢ଼ ସଂକଳ୍ପ କରିଛନ୍ତି । ‘‘ଏହି ବିରୋଧ ପ୍ରଦର୍ଶନ ମୋ’ ପିଲାଙ୍କ ଭବିଷ୍ୟତ ପାଇଁ ହେଉଛି,’’ କହିଛନ୍ତି ମହମ୍ମଦ ଜହାଁର ମା’ ନାଜିଆ । ନାଜିଆ ଓ ତାଙ୍କ ଭାଙ୍ଗିପଡ଼ିଥିବା ପତି ମହମ୍ମଦ୍ ଆରିଫ୍ ବଟଲା ହାଉସ୍ ଅଞ୍ଚଳରେ ପ୍ଳାଷ୍ଟିକର ଚ଼ାଦର ଓ କପଡ଼ାରେ ତିଆରି ଗୋଟେ ଅତି ଛୋଟ ଝୁମ୍ପୁଡ଼ିରେ ରହନ୍ତି । ତାଙ୍କର ଆଉ ଦୁଇଟି ପିଲା ଅଛନ୍ତି – ଗୋଟେ ପାଞ୍ଚ ବର୍ଷର ଝିଅ ଓ ଗୋଟେ ବର୍ଷକର ପୁଅ । ଉତ୍ତର ପ୍ରଦେଶର ବରେଲିରୁ ଆସି ଏହି ଦମ୍ପତି ବହୁତ କଷ୍ଟରେ ନିଜ ପୋଟ ଓ ପରିବାର ପୋଷୁଛନ୍ତି । ଆରିଫ୍ ଜଣେ କପଡ଼ାରେ ସିଲେଇ କରି ଡିଜାଇନ୍‌ (ଏମ୍ବ୍ରଇଡରି) କରୁଥିବା କାରିଗର । ସେ ଗୋଟେ ଇ-ରିକ୍ସା ବି ଚ଼ଳାନ୍ତି । ତାଙ୍କ ସ୍ତ୍ରୀ ତାଙ୍କୁ ଏମ୍ବ୍ରଇଡରି କାର୍ଯ୍ୟରେ ସାହାଯ୍ୟ କରନ୍ତି । ‘‘ମୁଁ ମୋ’ର ଏମ୍ବ୍ରଡରି କାମ କରିବା ଓ ବ୍ୟାଟେରୀ ରିକ୍ସା ଚଲାଇବା ସତ୍ବେ ଗଲା ମାସରେ ପର୍ଯ୍ୟାପ୍ତ ଉପାର୍ଜନ କରିପାରିନାହିଁ । ବର୍ତ୍ତମାନ ଆମ ପିଲାର ମୃତ୍ୟୁ ଯୋଗୁଁ ଆମେ ସବୁ କିଛି ହରାଇ ବସିଛୁ,’’ କହିଛନ୍ତି ଆରିଫ । କହୁଥିବା ସମୟରେ ସେ ମହମ୍ମଦ ଜହାଁର ଗୋଟେ ଫଟୋ ଦେଖାଇଛନ୍ତି, ଯେଉଁଥିରେ କୁନି ଶିଶୁଟି ଉଲରେ ତିଆରି ଗୋଟେ ଟୋପି ପିନ୍ଧିଛି । ସେ ଟୋପିରେ ଲେଖାହୋଇଛି ‘‘ଆଇ ଲଭ୍ ମାଇଁ ଇଣ୍ଡିଆ’’ । ଆଖିଦୃଶିଆଭାବେ ବିଚ଼ଳିତ ଲାଗୁଥିବା ନାଜିଆ କହିଛନ୍ତି ଯେ ୩୦ ଜାନୁଆରୀ ରାତିରେ ପ୍ରତିବାଦ ସ୍ଥଳୀରୁ ଫେରିବା ପରେ ଶୋଇଥିବା ଅବସ୍ତାରେ ତାଙ୍କ ସାନ ପୁଅ ମହମ୍ମଦ ଜହାଁ ଚ଼ାଲିଯାଇଥିଲା । ‘‘ମୁଁ ଶାହିନ୍ ବାଗରୁ ସେଦିନ ପାଖାପାଖି ରାତି ଗୋଟେ ବେଳେ ଫେରିଥିଲି । ତାକୁ ଓ ଅନ୍ୟ ପିଲାଙ୍କୁ ଶୁଆଇବା ପରେ ମୁଁ ବି ଶୋଇପଡ଼ିଲି । ସକାଳେ ମୁଁ ତାକୁ ଏକ ଦମ୍‌ ଶାନ୍ତ ଓ ଗତିହୀନ ହୋଇ ବିଛଣାରେ ପଡ଼ିଥିବାର ଦେଖିଲି । ସେ ତା’ ନିଦରେ ହିଁ ଚ଼ାଲିଯାଇଥିଲା,’’ କହିଛନ୍ତି ନାଜିଆ । ୩୧ ଜାନୁଆରୀ ସକାଳେ ଏହି ଦମ୍ପତି ସେହି ନିସ୍ତବ୍ଦ ଶିଶୁକୁ ନିକଟସ୍ଥ ଆଲସିଫା ହସ୍ପିଟାଲ୍କୁ ନେଇଯାଇଥଲେ । ସେଠି ସେ ପହଞ୍ଚିବା ପୂର୍ବରୁ ମରିଯାଇଥିଲା ବୋଲି ଡାକ୍ତରମାନେ କହିଥିଲେ । ଡ଼ିସେମ୍ବର ୧୮ ତାରିଖରୁ ଲଗାତର ସେହି ଚ଼ାରି ମାସର ଶିଶୁଟିକୁ ନେଇ ଶାହିନ ବାଗର ପ୍ରଦର୍ଶନ ସ୍ଥଳକୁ ପ୍ରତି ଦିନ ଆସୁଥିବା ନାଜିଆ କହିଛନ୍ତି ଯେ ପ୍ରଚଣ୍ଡ ଥଣ୍ଡା ଧରିବା ଯୋଗୁଁ ଶିଶୁଟିର ମୃତ୍ୟୁ ହେଲା । ସେ କହିଛନ୍ତି ଯେ ଛିଶୁଟିକୁ ଏତେ ଜୋର୍‌ ଥଣ୍ଡା ଧରିଥିଲା ବୋଲି ତାଙ୍କୁ ଜଣା ପଡ଼ି ନ ଥିଲା । ହେଲେ ଶିଶୁର ମୃତ୍ୟୁ ପ୍ରମାଣ ପତ୍ରରେ ଡ଼ାକ୍ତରମାନେ ମୃତ୍ୟୁର କୌଣସି କାରଣ ଲେଖିନାହାନ୍ତି । ଏହି ଦମ୍ପତିଙ୍କ ଘରକୁ ଆସିଥିବା ତାଙ୍କର ଜଣେ ପଡ଼ୋଶୀ ଶାଜିୟା କହିଛନ୍ତି ଯେ ଶାହିନ୍ ବାଗ୍ ପ୍ରଦର୍ଶନ ସ୍ଥଳୀକୁ ଯିବାକୁ ନାଜିଆ ନିଜ ସ୍ବାମୀ ଓ ମା’ଙ୍କ ସହ ପ୍ରତି ଦିନ ଝଗଡ଼ା କରନ୍ତି । ନାଜିଆ ନିଜ ଘର ପାଖର ସବୁ ମହିଳାଙ୍କୁ ଏକାଠି କରି ସେଠୁ ଦୁଇ କିଲୋମିଟର ଦୂରରେ ଥିବା ପ୍ରଦର୍ଶନ ସ୍ଥଳୀକୁ ନେଇଯାଆନ୍ତି । କେବେକେବେ ଆରିଫ୍ ସେମାନଙ୍କ ମଧ୍ୟରୁ କିଛି ମହିଳାଙ୍କୁ ନିଜ ଇ-ରିକ୍ସାରେ ବସେଇ ସେଠି ଛାଡ଼ି ଆସନ୍ତି । ନାଜିଆ କହିଛନ୍ତି ଯେ ତାଙ୍କୁ ଲାଗୁଛି ସି.ଏ.ଏ ଓ ଏନ୍.ଆର୍.ସି. ସବୁ ସମୁଦାୟଙ୍କ କଲ୍ୟାଣ ବିରୋଧରେ ଏକ ପଦକ୍ଷେପ । ’’ମୁଁ ଶାହିନ୍ ବାଗର ବିରୋଧ ପ୍ରଦର୍ଶନରେ ସାମିଲ ହେଉଛି କାରଣ ଏ ପ୍ରଦର୍ଶନ ମୋ’ ନିଜ ପିଲାଙ୍କ ପାଇଁ ଓ ଆମ ସମସ୍ତଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ହେଉଛି । ସି.ଏ.ଏ. ଆମ ସମସ୍ତଙ୍କୁ ଧର୍ମ ନାଆଁରେ ଭାଗ ଭାଗ କରୁଛି । ତାହା ଆଦୌ ଗ୍ରହଣୀୟ ନୁହେଁ,’’ କହିଛନ୍ତି ନାଜିଆ । ଆରିଫ୍ ତାଙ୍କ ସାନ ପୁଅର ମୃତ୍ୟୁ ପାଇଁ ଏନ୍.ଆର୍.ସି. ଓ କି ସି.ଏ.ଏ.କୁ ଦାୟୀ କରିଛନ୍ତି । ଯଦି ସରକାର ଏନ୍.ଆର୍.ସି. ଓ ସି.ଏ.ଏ. ଆଣି ନ ଥାନ୍ତେ, ତାହେଲେ ଲୋକେ ବିରୋଧ କରି ନ ଥାନ୍ତେ ଓ ମୋ’ ସ୍ତ୍ରୀ ସେମାନଙ୍କ ସହ ସାମିଲ ହୋଇ ନ ଥାନ୍ତା । ମୋ’ ପୁଅ ଆଜି ବଞ୍ଚି ଥାଆନ୍ତା,’’ କହିଛନ୍ତି ଆରିଫ । (ପି.ଟି.ଆଇ.) Published by:Anand Shankar Thankur Das First published: February 04, 2020, 22:02 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । CAACitizenship Amendment ActNational Population RegisterNPRNRCShaheen Bagh ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ଶୀତଦିନେ ରାତିରେ ମୌଜା ପିନ୍ଧି ଶୋଉଛନ୍ତି କି? ଜମା କରନ୍ତୁନି ଏହି ଭୁଲ,ଭୋଗିବେ ସମସ୍ଯା ପ୍ରଥମ ଥର ମିଡ଼ିଆ ସାମ୍ନାରେ ଆସିଲେ ଶ୍ରଦ୍ଧାଙ୍କ ପିତା; କହିଲେ, ‘ମୋ ଝିଅକୁ ନ୍ୟାୟ ମିଳୁ’ ଏଥର ଆଉ ହେବନି ଆପଣଙ୍କ କୌଣସି ବିଲ ପେଣ୍ଡିଂ; UPI ୟୁଜର୍ସଙ୍କୁ ଏହି ସୁବିଧା ଦେବାକୁ ଯାଉଛି RBI ଶୀତରୁ ରକ୍ଷା କରିବ ହିଟିଙ୍ଗ ଜ୍ୟାକେଟ; ବଟନ ଦବାଇଲେ ଥଣ୍ଡା ବଦଳରେ ପାଇବେ ଉଷୁମ ଅଡୁଆରେ ଏଲୋନ ମସ୍କ; ଛଟେଇରେ ମହିଳାଙ୍କୁ ଟାର୍ଗେଟ କରିବା ନେଇ ଅଭିଯୋଗ ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.<eos>
2022-12-09T10:17:33Z
https://odia.news18.com/news/trending/woman-loses-her-baby-son-in-night-cold-at-shaheen-bagh-but-she-keeps-coming-to-protests-in-delhi-ad-5309.html
OSCAR-2301
<bos>ବାପା ଶୋଇଥିଲେ ଧଳା ଚାଦର ଘୋଡ଼ି ହୋଇ ଚିରନିଦ୍ରାରେ । ଆଖିରୁ ତାର ଝରି ପଡୁଥିଲା ଧାର ଧାର ଲୁହ କୌଣସି ବାଧା ନମାନି । ଭାରି ଅସହାୟ ଲାଗୁଥିଲା । ବାପାଙ୍କର ଖୋଲା ପାପୁଲି ଉପରେ ନିଜର ହାତ ପାପୁଲି ଚାପିନେଇ ତାଙ୍କଠାରୁ ଅଭୟ ଆଶ୍ୱାସନାଟିଏ ସାଉଁଟି ନେବାକୁ ମନ ଚାହୁଁଥିଲା । ବାପାଙ୍କ ହାତ ଏବେବି ତାକୁ ଶକ୍ତ ଦିଶୁଥିଲା, ଆଉ ତା’ ନିଜ ହାତ ଲାଗୁଥିଲା ଦୁର୍ବଳ, ଶକ୍ତିହୀନ । ଦୁଇସପ୍ତାହ ତଳେ ବାପା କୋମାକୁ ଚାଲିଯାଇଥିଲେ । ନିରଞ୍ଜନ ଫୋନ କରି କହିଥିଲା ‘ବସିବା ଜାଗାରୁ ଉଠିଆସେ । ମଉସାଙ୍କୁ ନହେଲେ ଦେଖି ପାରିବୁନି ଆଉ । କେତେ ଭଲ ପାଆନ୍ତିରେ ତତେ ।‘ – ନିରଞ୍ଜନ କାନ୍ଦୁଥିଲା ସୁଉଁ ସୁଉଁ ହୋଇ । ଶୁଭଙ୍କର ଚାରିଦିନ ଛୁଟି ନେଇ ପହଞ୍ଚି ଯାଇଥିଲା ଘରେ । ବାପା ସେତେବେଳେ ଡାକ୍ତରଖାନାରେ । ଶୁଭଙ୍କରକୁ ଦେଖିଦେଇ ବୋଉ କନ୍ଦା କଟା ଆରମ୍ଭ କରିଦେଲା । ଦୁଇ ଭଉଣୀ – ନିରୁ ଆଉ ଉଷା ମଧ୍ୟ ଭାଇକୁ ଧରି କାନ୍ଦିବାକୁ ଲାଗିଲେ । ବାପାଙ୍କ ଅସୁସ୍ଥତା ଖବର ପାଇ ସେମାନେ ବି ଆସିଥିଲେ । ସମସ୍ତଙ୍କୁ ବୋଧ ଶୋଧ କରି ଡାକ୍ତରଖାନାକୁ ଯାଇଥିଲା ଶୁଭଙ୍କର । ନିରଞ୍ଜନ ବାପାଙ୍କ ପାଖରେ ସେଠି ଥିଲା । ଶୁଭଙ୍କରକୁ ଦେଖି ସେ ଆଶ୍ୱସ୍ତ ହୋଇଗଲା । ଶୁଭଙ୍କର ବାପାଙ୍କ ପାଖରେ ବସିଲା । – ‘ତୁ ଖାଲି ମଉସାଙ୍କ ପାଖରେ ବସିଥା । ମଉସା ଆଖି ଖୋଲିଲେ ଯେମିତି ତତେ ଦେଖିବେ । ବାକି ସବୁ ମୁଁ ସମ୍ଭାଳି ନେବି’ – ନିରଞ୍ଜନ କହିଥିଲା । ସେଇଠି ସେଇ ସହରରେ ତାର ଚାକିରୀ । ଶୁଭଙ୍କରର ସେ ବନ୍ଧୁ । ରକ୍ତ ସମ୍ପର୍କ ନଥାଇ ବି ଜଣେ ଯେ ଏତେ ଆପଣାର ହୋଇପାରେ ସେକଥା ଶୁଭଙ୍କର ପରିବାରରେ ନିରଞ୍ଜନର ଭୂମିକା ଦେଖି ଉପଲବ୍ଧି କରିହେବ । ବାପାଙ୍କ ଦେହ ଖରାପ ପରେ ଛୁଟିନେଇ ଡାକ୍ତରଖାନା, ଘର – ସବୁ ସମ୍ଭାଳୁଥିଲା ସେ । ମୁମ୍ବାଇରୁ ଶୁଭଙ୍କର ପହଂଚିବା ପରେ ଏଥର ଅଫିସରେ ଯୋଗ ଦେବ ବୋଲି ଜଣେଇଥିଲା ଶୁଭଙ୍କରକୁ । ‘ଗୁଡ଼ାଏ ଛୁଟି ନେଇଗଲିଣି ରେ । ଏଥର ତୁ ଆସିଗଲୁ । ସବୁ ଠିକ ହୋଇଯିବ ।‘ ତାର ଅଫିସରେ ଯୋଗ ଦେବା କଥା ଶୁଣି ମନେମନେ ଟିକେ ବ୍ୟସ୍ତ ହୋଇ ପଡିଥିଲା ଶୁଭଙ୍କର, କିନ୍ତୁ ନିଜେ ମାତ୍ର ଚାରିଦିନ ଛୁଟିନେଇ ଆସିଛି କହିବାକୁ ପାଟି ଲେଉଟି ନଥିଲା । ବାପାଙ୍କୁ ଦେଖିଦେଇ ଘରକୁ ଫେରିଯିବ ଭାବିଥିଲା ସେ । ଡାକ୍ତରଖାନାକୁ ନେଇ ପୂର୍ବ ଅଭିଜ୍ଞତା ନଥିବାରୁ ଏବଂ ଡାକ୍ତରଖାନାରେ ରାତିରେ ରହିବାକୁ ହେବ ସେକଥା ଚିନ୍ତା ନକରି ହଠାତ ଘରୁ ବାହାରି ଆସିଥିବାରୁ ସାଙ୍ଗରେ ରାତି ପୋଷାକ ବି ଆଣିନି । ବାପାଙ୍କୁ ଟିକେ ଦେଖିଦେଇ ଘରକୁ ଫେରିଯିବ ଭାବି ଡାକ୍ତରଖାନାକୁ ଚାଲି ଆସିଥିଲା ସେ ଏକଦମ ଖାଲି ହାତରେ । ନିରଞ୍ଜନ ରାତି ଖାଇବା ନେଇ ଆସିଲା ବେଳେ ଘରୁ ତାର କଣ ସବୁ ଆସିବ ପଚାରିଲା । ଶୁଭଙ୍କର ଏଥର ପ୍ରକୃତିସ୍ଥ ହେଲା ଓ ରାତି ପୋଷାକ ସହ ତା ବାକ୍ସ ଭିତରୁ ସେଇ ସୁନେଲି ପାଉଚଟି ଆଣିଦେବାକୁବି କହିଲା । କହିଲା ବେଳେ ଶୁଭଙ୍କର ଟିକିଏ ଅନ୍ୟମନସ୍କ ଲାଗୁଥିଲା । ତା’ ବାକ୍ସ କେହିବି ଖୋଲିଲେ ତାକୁ ଭଲ ଲାଗେନା, ଆଉ ଖାସ ସେଇଥିପାଇଁ ସୁକନ୍ୟା ଆଉ ସେ କୁଆଡେ ଏକାଠି ଗଲାବେଳେ ଉଭୟଙ୍କ ବାକ୍ସ ଅଲଗା ଅଲଗା ସଜାଡନ୍ତି ସେମାନେ । ଟିକିଏ ଗଳା ଖଙ୍କାରି ବାକ୍ସ ଖୋଲିବାର ସଂଖ୍ୟା ତିନୋଟି କହିଲା । ସେଇ ତିନୋଟି ସଂଖ୍ୟା ସଜାଡି ଦେଲେ ବାକ୍ସ ଖୋଲିଯିବ ଆପେ ଆପେ । ସେ କହିଲା ବେଳେ ନିରଞ୍ଜନ ଟିକେ ଶବ୍ଦ କରି ହସିଦେଲା । ତା’ ମୁହଁରୁ ହିନ୍ଦୀ ଉଚ୍ଚାରଣରେ ‘ଶୂନ୍ୟ ଶୂନ୍ୟ ଶୁନ୍ୟ’ ବୋଲି ବାହାରି ଯାଇଥିଲା ଆଉ ସେଇଥିପାଇଁ ନିରଞ୍ଜନ ହସି ପକେଇଥିଲା । ଟିକେ ସଙ୍କୁଚିତ ଲାଗିଲେ ମଧ୍ୟ ଶୁଭଙ୍କର ଅସହଜ ହସଟିଏ ହସିଥିଲା କେବଳ ନିରଞ୍ଜନ ସମ୍ମୁଖରେ ନିଜକୁ ସହଜ ପ୍ରମାଣିତ କରିବାକୁ । ନିରଞ୍ଜନ ଚାଲିଗଲା ପରେ ଭାରି ଏକା ଏକା ଲାଗିଥିଲା ଶୁଭଙ୍କରକୁ । ବାପା ସେମିତି ଆଖିବୁଜି ଶୋଇଥିଲେ । ଶୁଭଙ୍କର ଟିକେ ଲାଗିକରି ବସିଲା ବାପାଙ୍କ ପାଖକୁ । ଖଟରେ ଯୋଡ଼ିଦେଲା ତାର ସେ ପ୍ଲାଷ୍ଟିକ ଚେୟାରଟି । ଏତେ ନିକଟରେ ସେ ବସିଥିଲା ଯେ ବାପାଙ୍କ ନିଶ୍ୱାସର କ୍ଷୀଣ ସ୍ୱର ତାକୁ ଶୁଣାଯାଉଥିଲା । ବାପାଙ୍କର ବୁଜା ଆଖିକୁ ଅପଲକ ନୟନରେ ଚାହିଁ ରହିଥିଲା ସେ । କିଛି ସମୟ ସେମିତି ଏକାଗ୍ରତାର ସହ ଚାହିଁ ରହିବା ପରେ ତାର ମନେ ହୋଇଥିଲା ସତେ ଯେମିତି ବାପାଙ୍କ ଆଖି ଦୁଇଟି ସ୍ଥିର ହୋଇ ଦେଖୁଛି ତାକୁ । ସେଇ ବୁଜା ଆଖି ଦୁଇଟି ଭିତରୁ ବାପାଙ୍କର କଳାକଳା ଡୋଳା ଦୁଇଟି ତାକୁ ହିଁ ଚାହିଁ ରହିଥିବାର ଅନୁଭବରେ ଶିହରି ଉଠିଥିଲା ତାର ଦେହ । ଜଣେ ମଣିଷକୁ ଆଉ ଜଣେ ମଣିଷ ଏତେ ଦୀର୍ଘ ସମୟ କେବଳ ଚାହିଁବାରେ କଟେଇଦେଇପାରେ, ଏ ପ୍ରକାର ଅନୁଭବ ତାର ପ୍ରଥମ ଥର ପାଇଁ ହେଲା । ନିରଞ୍ଜନ ତା’ କାନ୍ଧରେ ହାତର ସ୍ପର୍ଶ ଦେବାପରେ ପ୍ରକୃତିସ୍ଥ ହେଲା ସେ । ଏ ଭିତରେ ଏତେ ସମୟ ଚାଲିଗଲାଣି ! ନିରଞ୍ଜନ ଘରକୁ ଯାଇ ତା’ ପାଇଁ ଖାଇବା ନେଇ ଆସିଲାଣି । ଲାଗୁଥିଲା ଏଇମାତ୍ର ଯେମିତି ଚେୟାର ଟାଣି ସେ ବାପାଙ୍କ ସଂଲଗ୍ନ ହୋଇ ବସିଛି । ବସିଲା ବେଳେ ବିଗତ ଦିନ ଗୁଡିକରେ ବାପାଙ୍କ ପ୍ରତି ତା’ ମନରେ ଆସିଥିବା ସବୁ ଅଭିମାନ, ଅବୁଝାମଣା, ଅସନ୍ତୋଷର ରୂପ ନେଇଥିଲା । ସେ ବାପାଙ୍କୁ ସେସବୁ କହିବ ବୋଲି ମନେମନେ ସ୍ଥିର କରିନେଇଥିଲା । କୋମାରେ ଥାଇବି ବାପା ସବୁ ଶୁଣିପାରିବେ , ଏକଥା କେଉଁଠୁ ପଢିଥିଲାା ସେ । ବାପାଙ୍କୁ ସେ ସବୁକଥା କହିଦେବ, ବାପା ତା କଥାସବୁ ଶୁଣିନେବା ଉଚିତ, ଏମିତି ଗୋଟେ ଅଜବ ଧାରଣା ବଳବତ୍ତର ହେଉଥିଲା ତା ମନ ଭିତରେ । କିଛି ତ ସେ କହିପାରିନଥିଲା । ବହୁତ ଦିନ ପରେ ଏତେ ନିକଟରୁ ,ଏତେ ଘନିଷ୍ଠ ଭାବରେ ସେ ବାପାଙ୍କୁ ଦେଖୁଥିଲା । କେବଳ ଦେଖୁଥିଲା ସେ ବାପାଙ୍କୁ ସେଯାଏଁ । – ‘ଏତେ ଶୀଘ୍ର ଆସିଗଲୁ ?’ – ଶୁଭଙ୍କର ନିରଞ୍ଜନ ଉଦ୍ଦେଶ୍ୟରେ ଏତକ କହି ଉଠିଆସିଥିଲା ବାପାଙ୍କ ଖଟ ପାଖରୁ । ନିରଞ୍ଜନ କାନ୍ଥ କଡ଼କୁ ଆଉଜାଇଦେଇ ଥୋଇଥିବା ବାକ୍ସ ଆଡକୁ ଆଙ୍ଗୁଠି ନିର୍ଦ୍ଦେଶ କରି କହିଲା, ‘ପୁରା ବାକ୍ସ ଉଠେଇ ଆଣିଛି ।’ – ‘ଆରେ ! ପୁରା ବାକ୍ସ ଟି ନେଇଆସିଲୁ’ – କହି ଟିକେ ହସି ଦେଲେବି ଶୁଭଙ୍କର ମନେମନେ ଆଶ୍ୱସ୍ତ ହେଉଥିଲା । ବାକ୍ସ ନିରଞ୍ଜନ ଖୋଲିନି, ଏନେଇ ତା’ ମନ ପ୍ରସନ୍ନ ଥିଲା । ବାପାଙ୍କୁ ଟିକେ ଆଉଁଶି ଦେଇ ତାଙ୍କର ନାଜାଲ ଫିଡିଂ ଠିକରେ ଚାଲିଛି କି ନାହିଁ ପରଖି ନେଇ ନିରଞ୍ଜନ ଚାଲିଗଲା ପରେ ଶୁଭଙ୍କର ହାତମୁହଁ ଧୋଇ ଖାଇବା ବ୍ୟାଗ ଖୋଲିଲା । ବୋଉ ହାତର ଚୁନାମାଛ ବେସରର ବାସ୍ନା ମହକି ଆସୁଥିଲା ବ୍ୟାଗ ଭିତରୁ । ପୁଣି ଅନ୍ୟମନସ୍କ ହୋଇଗଲା ଶୁଭଙ୍କର । ଚୁନାମାଛ ବେସର ବାପାଙ୍କରବି ଖୁବ ପ୍ରିୟ । ଖୋଲି ଆସୁଥିବା ବ୍ୟାଗଟିରୁ ଖସିଗଲା ତା ହାତ । ନାଜାଲ ଫିଡିଂ ପରେ ବାପା ଶୋଇପଡିଥିବେ ବୋଧହୁଏ । ଶୁଭଙ୍କର ଉଠିଗଲା ବାପାଙ୍କ ପାଖକୁ । ଟିକିଏ ନିରେଖି ଚାହିଁଲା ତାଙ୍କୁ । ନାଜାଲ ଫିଡିଂରେ କେବଳ ଫଳରସ ଓ କ୍ଷୀର ଦିଆଯାଉଛି ବାପାଙ୍କୁ । ଅଳ୍ପ ସମୟ ଆଗରୁ ଖାଇବା ବ୍ୟାଗରୁ ମହକି ଆସିଥିବା ବାସ୍ନା ଛୋଟ କୋଠରୀଟି ଭିତରେ ଖେଳି ବୁଲୁଥିଲା । ସେ ବାସ୍ନା ବାପାଙ୍କ ପାଖରେ ବି ପହଂଚିଯାଇଥିବ । ଚୁନାମାଛ ବେସର ବୋଉ ରାନ୍ଧିଥିଲେ ବାପା ଅଧିକ ଭାତ ଖାଆନ୍ତି । ଏକଥା ବୋଉକୁ କହନ୍ତି ସେ । ବୋଉବି ଲୁଗା କାନି ପାଟିରେ ଚାପି ହସିବାର କେତେଥର ଶୁଭଙ୍କର ଆଖିରେ ପଡିଛି । ବେସର ବାସ୍ନା ନାକରେ ବାଜି ଶୁଭଙ୍କରର ଭୋକ ବଢିଯାଇଥିଲା । ବାପାଙ୍କୁ ସେମିତି ସ୍ଥିର ହୋଇ ଶୋଇଥିବାର ଦେଖି ଟିକେ ଦୁଃଖୀ ହେଲା ଓ ଫେରିଆସିଲା କାନ୍ଥ କଡ଼କୁ ଲାଗି ପଡିଥିବା ସେଇ ପଟା ଖଟଟି ପାଖକୁ । ସେଇ ଖଟ ଉପରେ ବସି ସେ ପୁଣିଥରେ ଖାଦ୍ୟ ବ୍ୟାଗଟି ଖୋଲିବାକୁ ଯାଉଛି, ନିରଞ୍ଜନ ଦୁଆର ଠେଲି ପଶିଆସିଲା । କିଛିଗୋଟେ ଭୂଲି ଯାଇଥିଲା ବୋଧେ । “ଫେରି ଆସିଲୁ ଯେ ?” – ନିରଞ୍ଜନ ହସିଲା । ତା ହାତରୁ ଖାଦ୍ୟ ବ୍ୟାଗଟି ନେଲା ଆଉ ତାକୁ ଖୋଲି ତା’ ଭିତରୁ ବାହାର କଲା ପୁରୁଣା ଫଟୋ ଆଲବମ ଟିଏ । ଶୁଭଙ୍କର ହାତକୁ ବଢ଼େଇ ଦେଇ କହିଲା, “ନିରୁ, ଉଷା ଦେଖୁଥିଲେ ଏ ଫଟୋ ଆଲବମ । ତୋ ପାଇଁ ନେଇଆସିଥିଲି । ଏକା ଏକା ଲାଗୁଥିବ ତତେ ଏଠି । ପିଲାଦିନର ଫଟୋସବୁ ଦେଖିଦେଖି ସମୟ କଟିଯିବ ।“ – ନିରଞ୍ଜନ ଏକଥା କହିଲା ବେଳେ ତା’ ସ୍ୱର ସାମାନ୍ୟ ଓଦା ହୋଇ ଆସୁଥିଲା । ଟିକିଏ ଛେପ ଢ଼ୋକି ପୁଣି କହିଲା, “ମତେ ଖୋଜିବୁ ତ । କେତେଟା ଫଟୋରେ ତୋ ସହ ମୁଁ ଅଛି । ସେଇ ଫଟୋ ଗୁଡ଼ାକରେ ମୁଁ କୁଆଡେ ଜୋକର ଭଳି ଦିଶୁଛି । ଏକଥା କହି ନିରୁ ଆଉ ଉଷା ପରା ମତେ ଚିଡାଉଥିଲେ ଆଜି ।“ – “ଆରେ, ତୁ ଜୋକର ଭଳି କାହିଁକି ଦିଶିବୁ? ତୁ ତ ସବୁକାଳେ ହ୍ୟାଣ୍ଡସମ ଥିଲୁ“ – କହି ଭାରି ଯତ୍ନରେ ନିରଞ୍ଜନ ହାତରୁ ଆଲବମଟି ଧରିନେଲା ଶୁଭଙ୍କର । ନୀଳ ରଙ୍ଗର ସେ ଆଲବମଟି ଧରୁ ଧରୁ କେମିତି ଗୋଟେ ଅପାର୍ଥିବ ଆନନ୍ଦରେ ଝଲସୁଥିଲା ତା ମୁହଁ । କହନ୍ତି, ନୀଳ ରଙ୍ଗ ସମ୍ମୋହନର ପ୍ରତୀକ । ପିଲାଦିନର ସେଇ ଫଟୋ ଆଲବମଟିରେ କି ପ୍ରକାର ସମ୍ମୋହନ ଥିଲା କେଜାଣି, ଶୁଭଙ୍କର ନିଜ ଭିତରେ ଅପୁର୍ବ ଏକ ଶିହରଣ ଅନୁଭଵ କରୁଥିଲା । ନିରଞ୍ଜନ ଶୁଭରାତ୍ରି କହିଦେଇ ଚାଲି ଯାଇଥିଲା । ତରତର ହୋଇ ଖାଇନେଇ ଶୁଭଙ୍କର ଫଟୋ ଆଲବମଟି ଖୋଲି ଦେଖିବାକୁ ଆରମ୍ଭ କଲା । ତା’ ପିଲାଦିନ ସେ ସୁଆଦିଆ ଚୁନାମାଛ ବେସର ଭିତରୁ ବାହାରି ନୀଳ ରଙ୍ଗର ସେ ପୁରୁଣା ଫଟୋ ଆଲବମ ଟି ସହିତ ଏକାତ୍ମ ହୋଇଯାଇଥିଲା । ପୁରୁଣା ଆଲବମର ନୀଳ କଭରଟି ସ୍ଥାନେ ସ୍ଥାନେ ଫାଟି ଯାଇଥିଲା । ଠିକରେ ନ ଧରିଲେ ଏପାଖ ସେପାଖ ହୋଇ ଖସି ପଡିବାର ସମ୍ଭାବନା ଥିଲା । ଶୁଭଙ୍କର ସାବଧାନତାର ସହ ପୃଷ୍ଠା ଓଲଟାଇଲା । ପତଳା ଜରି କାଗଜ ଭିତରୁ ଉଙ୍କି ମାରୁଥିଲା ତା’ ପିଲାଦିନ । କଳାକଳା ଚାରିଟି କୁନି କୁନି ତ୍ରିକୋଣ ଚାରିପଟୁ ବାନ୍ଧି ରଖିଛି ସେଇ କୁନି ଲଙ୍ଗଳା ପିଲାର ଫଟୋଟିକୁ ଯାହାକୁ ସେ ନିଜେ ବୋଲି ଜାଣିପାରି ନିରେଖି ଦେଖୁଥିଲା । କ୍ଷୀଣ ହସଟିଏ ପହଁରି ଆସିଥିଲା ତା ଓଠ ଉପରେ । ଠିକ ତା ପାଖକୁ ଲାଗି ଆର ଫଟୋଟି । ବାପା ତାକୁ କାଖେଇ ଠିଆ ହୋଇଛନ୍ତି । ବାପାଙ୍କ ହାତ ତାକୁ ଦୃଢ଼ ଭାବରେ ବେଢ଼େଇ ରଖିଛି । ତା ମୁହଁ ଚାପି ହୋଇ ରହିଛି ବାପାଙ୍କ ଛାତି ଉପରେ । ଶୁଭଙ୍କରର କେଜାଣି କାହିଁକି ସେଇ ମୁହୂର୍ତ୍ତରେ ବାପାଙ୍କ ଛାତିରେ ଲାଗିଯିବାକୁ ଇଛା ହେଲା । ଖଟରୁ ଉଠିପଡ଼ି ଶୁଭଙ୍କର ବାପାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସୁକନ୍ୟାର ଫୋନ ଆସିଥିଲା। ସୁକନ୍ୟା ବେଶ୍ ଉତ୍ତଜିତ ଲାଗୁଥିଲା । – ‘ପୁଣି କଣ କଲା ସିତୁ?’ – ‘ଚେନ୍ନାଇ ଯିବ କହୁଛି’ – ‘କଣ କରିବ ସେଠି?’ – ‘କେଜାଣି? ମୁଁ ଜାଣିପାରୁନି କଣ ସେ କରୁଛି ? ତୁମେ କେବେ ଆସିବ ଯେ ?’ ଶୁଭଙ୍କର ଛେପ ଢ଼ୋକିଲା । ଏ ପ୍ରଶ୍ନର ଉତ୍ତର ସେ କଣ ଦେବ ଜାଣି ପାରୁନଥିଲା । ବାପା କୋମାରେ । ସିତୁକୁ ନେଇ ସୁକନ୍ୟା ଚିନ୍ତାରେ ଅଛି। ଶୁଭଙ୍କର ବିଚଳିତ ହୋଇ ପଡ଼ିଲା ସେଇ କେତୋଟି ମୁହୂର୍ତ୍ତ । ବାପାଙ୍କ ପାଖରେ ବସିପଡ଼ିଲା ସେଇ ଖଟରେ । ହାତ ରଖିଲା ବାପାଙ୍କ ଛାତି ଉପରେ । ତାଙ୍କ ଛାତିର କ୍ଷୀଣ ଦୁକଦୁକ ଶବ୍ଦ ଧୀରେ ଧୀରେ ନିଜ ଭିତରକୁ ସଂକ୍ରମିତ ହୋଇ ଆସିଲା ପରି ମନେହେଲା ତାକୁ । – ‘ସବୁବେଳେ ପରିସ୍ଥିତି ଠିକ ରହିବନି । ଆମେ ଏମିତି ବିଚଳିତ ହେଲେ କେମିତି ହେବ? ସିତୁ ବଡ଼ ହେଲାଣି । ଭଲମନ୍ଦ ବୁଝିବାର ଶକ୍ତି ହେଲାଣି ତା’ର । କହୁଛି ତ ଯାଉ ସେ । ଆମେ ତା’ଉପରେ ବିଶ୍ୱାସ ରଖିବା । ହୁଏତ ସେ ଠିକ ନିଷ୍ପତ୍ତି ନେଇଥିବ । ତାକୁ ଚେନ୍ନାଇ ଯିବାକୁ ଦିଅ । ବାପାଙ୍କ ପାଖରେ କିଛିଦିନ ରହୁଛି ମୁଁ । ମୁଁ ସିତୁ ସହ କଥା ହେବି । ତୁମେ ବ୍ୟସ୍ତ ହୁଅନି । ସବୁ ଠିକ ହୋଇଯିବ ।’ – ଶୁଭଙ୍କର ସୁକନ୍ୟାକୁ ଏତିକି କହିଲା ଆଉ ଫୋନ କାଟିଦେଲା । ତା’ହାତ ସେ ପର୍ଯ୍ୟନ୍ତ ବାପାଙ୍କ ଛାତି ଉପରେ ଥିଲା । ଖୁବ କ୍ଷୀଣ ଅନୁଭଵ ହେଉଥିଲା ବାପାଙ୍କ ହୃତପିଣ୍ଡର ଦୁକଦୁକ ଶବ୍ଦ । ଶୁଭଙ୍କର ବାପାଙ୍କ ଛାତି ଉପରୁ ହାତ କାଢ଼ିଆଣିଲା ପରେ ପ୍ରଥମ ଥର ପାଇଁ ଖୁବ ଗଭୀର ଭାବରେ ତାଙ୍କ ମୁହଁକୁ ଚାହିଁଲା । ଅଳ୍ପ ସମୟ ଆଗରୁ ସେ ସୁକନ୍ୟା ଉଦ୍ଦେଶ୍ୟରେ କହିଥିବା କଥାକୁ ଦୋହରାଇଲା ମନେମନେ । ଏ ପ୍ରକାର ପରିସ୍ଥିତି ତା’ ଜୀବନରେ ବି ଆସିଥିଲା । ସେ କଣ ଘରର ପରିସ୍ଥିତି ବୁଝିଥିଲା ସେତେବେଳେ? କେମିତି ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ବାପା ଘାଣ୍ଟି ହୋଇ ଯାଇଥିବେ । ବାପା ସେ । ସବୁ ସମୟରେ ସେ ପାରୁପର୍ଯ୍ୟନ୍ତ ତାଙ୍କ ସନ୍ତାନମାନଙ୍କୁ ସ୍ୱଚ୍ଛନ୍ଦ ଦେବାକୁ ଚାହିଁ ଥିବେ । ବାପାଙ୍କ ପ୍ରତି ଥିବା ସମସ୍ତ ଅଭିଯୋଗ ତା ଆଖିରୁ ଲୁହ ଟୋପେ ହୋଇ ଖସି ଆସିଥିଲା ଆପେଆପେ । ଜଣେ ବାପାର ଅସହାୟତାକୁ ସେ ବୁଝିପାରିଥିଲା । ବାପା ଶୁଅନ୍ତୁ ଶାନ୍ତିରେ । ନିଜ ପଟା ଖଟକୁ ଆସି ଶୋଇପଡିବାକୁ ଚେଷ୍ଟା କଲା ଶୁଭଙ୍କର । ରାତି ବହୁତ ହୋଇଯାଇଥିଲା । ପରଦିନ ସକାଳେ ଅଫିସକୁ ଲମ୍ବା ଛୁଟିର ଦରଖାସ୍ତଟିଏ ମେଲ୍ କରିଦେଲା । ସେଥିପାଇଁ ଆସିବାକୁ ଥିବା ସମସ୍ତ ପ୍ରତିକୂଳ ସମ୍ଭାବନାକୁ ସାମ୍ନା କରିବାକୁ ଏବେ ପ୍ରସ୍ତୁତ ଥିଲା ସେ । ନୀଳ ରଙ୍ଗର ପୁରୁଣା ଫଟୋ ଆଲବମ ଖଟ ଉପରେ ବସି ସେ ଓଲଟାଇଲା । କେତେକେତେ ସ୍ମୃତି ଧାଡି ବାନ୍ଧି ଠିଆ ହୋଇଗଲେ ତା ଆଖପାଖରେ । କେତେବେଳେ ଆଖି ଝାପସା ହୋଇଯାଉଥିଲା ଲୁହରେ ତ କେତେବେଳେ ହସର ଝଲକଟିଏ ସାରା ମୁହଁକୁ ଆଉଁଶି ଦେଉଥିଲା ତା ମମତାଭିଜା ପଣତରେ । ସାରାଦିନ ବାପାଙ୍କ ପାଖରେ ବସିଲା ଆଉ ଓଲଟେଇଲା ସେ ଫଟୋ ଆଲବମକୁ । ନିରଞ୍ଜନ ଆସିଥିଲା । ଖାଇବା ଦେଇ, ଭଲମନ୍ଦ ବୁଝି ଯାଇଥିଲା । ଡାକ୍ତର, ନର୍ସ ସମସ୍ତେ ନିଜ ନିଜ କାମ କରିଥିଲେ । ନିରୁ ଆଉ ଉଷା ବି ଆସି ବୁଲିଯାଇଥିଲେ । ଶୁଭଙ୍କର କିନ୍ତୁ ହଜିଯାଇଥିଲା ସେଇ ପିଲାଦିନ ଭିତରେ । ବାପାଙ୍କ ସାନିଧ୍ୟର ଏକ ଅନନ୍ୟ ଅନୁଭଵ ଭିତରେ ନିଜକୁ ସେଇ ଅତୀତରେ ହଜେଇ ଦେଇଥିଲା ସେ । ଏମିତି ପୃଷ୍ଠା ଓଲଟାଉଥିବା ବେଳେ ପୁରୁଣା ଆଲବମ ଭିତରୁ ଖସି ପଡ଼ିଥିଲା ସେ ଫଟୋଟି । ଟିକେ ବଡ଼ ବେଳର ଫଟୋ – ବୋଧେ ପଞ୍ଚମରେ ପଢୁଥିଲା ସେ ସେତେବେଳେ । ବାପାଙ୍କୁ କୁଣ୍ଡେଇ ଠିଆ ହୋଇଛି ସେଇ ଫଟୋରେ ସେ । ଫଟୋଟିରେ ତା କପାଳରେ କ୍ରିକେଟ ବଲ୍ ବାଜି ସଦ୍ୟ ସୃଷ୍ଟି ହୋଇଥିବା ସେ ଗଭୀର କ୍ଷତ ସ୍ପଷ୍ଟ ବାରି ହୋଇପଡୁଛି । ସେତେବେଳେ ବୋଉ କହୁଥିବା ସେ କଥା କେଇପଦ ଏବେବି ମନେଅଛି ତା’ର। ବାପାଙ୍କ ପରି ଚେହେରା ପାଇଥିଲୁ, ଖାଲି ଯାହା କପାଳର ଏଇ କଟା ଦାଗଟି ବାକିଥିଲା, ସେଇଟି ବି ଆସିଗଲା ।’ ସେଇ କଥାସବୁ ମନେପଡି ଆଖି ଓଦା ହୋଇଗଲା ତାର । ବାପାଙ୍କ କପାଳର ସେଇ କଟା ଦାଗଟିକୁ ଧୀର ହାତରେ ଆଉଁଶି ଦେଲା ସେ । ସତରେ କଣ ସେ ଦେଖିବାକୁ ବାପାଙ୍କ ପରି! ବାପାଙ୍କର ଦୀର୍ଘ ଚେହେରା, ଚଉଡା ଛାତି । ସେ କିନ୍ତୁ ପିଲାଦିନୁ ଦୁର୍ବଳ । ବାପା ଏ ଭିତରେ ଖୁବ ଦୁର୍ବଳ ହୋଇଯାଇଛନ୍ତି । ଗାଲ ପଶିଯାଇଛି । ତେବେବି ବାପାଙ୍କର ମୁହଁର ଦୀପ୍ତି ମଳିନ ପଡିନି । ଧୀରେ ଧୀରେ ବାପାଙ୍କୁ ଆଉଁଶି ଦେଉଥିଲା ଶୁଭଙ୍କର । ବୋଧହୁଏ ଜୀବନରେ ପ୍ରଥମଥର ପାଇଁ ଏମିତି କରିଥିଲା ସେ । ତା ଛାତି ଭିତରେ ଗୋଟେ ଅଦ୍ଭୁତ ଶିହରଣ ଖେଳି ଯାଉଥିଲା । ଦୁଇ ସପ୍ତାହ ଭିତରେ ସେ ବାରମ୍ବାର ଓଲଟାଇଛି ସେ ଫଟୋ ଆଲବମଟିକୁ । ଯେତିକି ନିକଟରୁ ଦେଖିଛି ତା ପିଲାଦିନକୁ, ସେତିକି ଘନିଷ୍ଠ କରି ପାଇଛି ବାପାଙ୍କୁ । ବାପାଙ୍କୁ କହିଛି ସେଇ ପିଲାଦିନର ଗପସବୁ । ସତରେ କଣ କୋମାରେ ଥାଇ ବାପା ଶୁଣିପାରିଥିବେ ସେସବୁ ? ସନ୍ଧ୍ୟାରେ ବାପାଙ୍କ ପାଖରେ ବସି ଗାଇଛି ତାର ପିଲାଦିନର ସେ ଭଜନ ‘ଆହେ ନୀଳ ଶଇଳ ….’ । ଫଟୋ ଆଲବମର ପ୍ରତିଟି ଫଟୋ ପଛରେ ଥିବା କାହାଣୀକୁ ଝୁରି ହୋଇଛି ଏଇ ଦିନତକ ।’ – ‘ବାପା ଆଉ ନାହାଁନ୍ତି ।’ ଡାକ୍ତରଙ୍କ ଏକଥା ଶୁଣିଲା ବେଳେ ବି ଶୁଭଙ୍କର ହାତରେ ଚାପି ଧରିଥିଲା ସେଇ ଆଲବମଟି । ଏଇ କିଛି ସମୟ ଆଗରୁ ସେଇ ନିର୍ଦ୍ଦିଷ୍ଟ ଫଟୋଟି ଦେଖାଉଥିଲା ସେ ବାପାଙ୍କୁ । ସେଇ ଫଟୋରେ ସେମାନେ ପଞ୍ଚଜଣଯାକ ଥିଲେ । ନିରୁ, ଉଷା, ବୋଉ, ବାପା ଆଉ ସେ ନିଜେ । ଫଟୋଟି ଖସି ଯାଇଥିଲା ଆଲବମର ପୃଷ୍ଠାରୁ । ତାକୁ ବାନ୍ଧି ରଖିଥିବା ସେଇ ତ୍ରିକୋଣରୁ ଗୋଟିଏ ନିରୁଦ୍ଦିଷ୍ଟ ଥିଲା, ଆଉ ସେଇଥିପାଇଁ ବାରମ୍ବାର ଲଟକାଇ ରଖିଲେ ବି ଫଟୋଟି ଖସି ଆସୁଥିଲା ତା ଜାଗାରୁ । ଆଙ୍ଗୁଠି ଟିପରେ ସେ ଅଟକାଇ ରଖିଥିଲା ଫଟୋଟିକୁ । ଡାକ୍ତର ମହାନ୍ତି ଧଳା ଚାଦରଟି ଟାଣିଦେଇଥିଲେ ବାପାଙ୍କ ମୁହଁ ଉପରେ । ଶୁଭଙ୍କର ସେମିତି ଠିଆ ହୋଇଥିଲା ବାପାଙ୍କ ପାଖରେ । ଚୁପଚାପ । ଏକାକୀ…. (ମେ-ଜୁନ ୨୦୨୧ ‘ନନ୍ଦିକା’ରେ ପ୍ରକାଶିତ) **** Share this: Twitter Facebook More WhatsApp Like this: Like Loading... Related On March 26, 2021 July 27, 2021 By Suchitra MishraIn Odia Short Story Post navigation Previous ଦୁଦୁରା Next ଆରତିର ମାଆ 2 thoughts on “କେନ୍ଦ୍ରବିନ୍ଦୁରେ ଏକାକୀ” Hiranmayee A very emotional story, felt like a journey through the nostalgic windows.. congratulations ! LikeLike March 26, 2021 at 4:54 pm Reply Suchitra Mishra Thanks Hiranmayee LikeLike March 29, 2021 at 4:42 am Reply Leave a Reply Cancel reply Enter your comment here... Fill in your details below or click an icon to log in: Email (required) (Address never made public) Name (required) Website You are commenting using your WordPress.com account. ( Log Out / Change ) You are commenting using your Twitter account. ( Log Out / Change ) You are commenting using your Facebook account. ( Log Out / Change ) Cancel Connecting to %s Notify me of new comments via email. Notify me of new posts via email. Δ Follow Suchitra Mishra on WordPress.com Archives Archives Select Month October 2022 (2) July 2022 (1) April 2022 (1) February 2022 (4) January 2022 (1) October 2021 (2) September 2021 (1) July 2021 (2) June 2021 (2) May 2021 (4) April 2021 (3) March 2021 (2) February 2021 (4) January 2021 (2) December 2020 (1) November 2020 (1) September 2020 (1) July 2020 (2) June 2020 (2) March 2020 (1) November 2018 (1) February 2018 (3) January 2018 (1)<eos>
2022-12-09T10:15:30Z
https://suchitramishra.com/2021/03/26/%E0%AC%95%E0%AD%87%E0%AC%A8%E0%AD%8D%E0%AC%A6%E0%AD%8D%E0%AC%B0%E0%AC%AC%E0%AC%BF%E0%AC%A8%E0%AD%8D%E0%AC%A6%E0%AD%81%E0%AC%B0%E0%AD%87-%E0%AC%8F%E0%AC%95%E0%AC%BE%E0%AC%95%E0%AD%80/
OSCAR-2301
<bos>ନୂଆଦିଲ୍ଲୀ : ପୌର ନିର୍ବାଚନରେ ଆସନ ସଂରକ୍ଷଣ ମାମଲାରେ ସର୍ବୋଚ୍ଚ ଅଦାଲତ ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ କାୟମ ରଖିଛନ୍ତି । ସୂଚନା ଅନୁଯାୟୀ ଏହି ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟର ବିଚାରପତି ୟୁ ୟୁ ଲଳିତ ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରିଛନ୍ତି । ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ପରବର୍ତ୍ତି ସମୟରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ରାୟ ଦେଇଥିଲେ । ମାତ୍ର ରାଜ୍ୟସରକାର ହାଇକୋର୍ଟର ନିଷ୍ପତ୍ତିକୁ ଚାଲେଞ୍ଜ କରି ଏହି ମାମଲାରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।<eos>
2022-11-28T07:43:01Z
https://odishasambad.in/sc-upholds-hc-order-of-seat-reservation-for-ulb-polls-in-odisha/
OSCAR-2301
<bos>ଆପଣ ଏହି କଥା ତ ଶୁଣିଥିବେ କି କୌଣସି ସଫଳ ପୁରୁଷ ପଛରେ ଏକ ନାରୀର ହାତ ରହିଥାଏ। ଯଦିଓ,କେତେ ଥର ଏହି ପ୍ରକାରର ମାମଲା ବି ଆଗକୁ ଆସିଛି,ଯେତେବେଳେ ଏକ ପୁରୁଷର ସାହାଯ୍ୟରେ ମହିଳା ସଫଳତାର ଉଚ୍ଚ ପାହାଚକୁ ଛୁଇଁଛନ୍ତି। ଏପରି କିଛି ମେରଟରେ ରହୁଥିବା କାଜଲ ଜାୱଲାଙ୍କ ସହ ହୋଇଛି, କାଜଲ ଏବେ ଆଇପିଏସ୍ ଅଫିସର ହୋଇସାରିଲେଣି ଏବଂ ଏହି ଅଦ୍ଭୁତ କାରନାମା ସେ ପଞ୍ଚମ ପ୍ରାୟସରେ କରିକି ଦେଖାଇଛନ୍ତି। Google ଆଇଏଏସ କାଜଲ ଜାୱଲାଙ୍କର ସଫଳତାର କାହାଣୀ:- କାଜଲ ଜାୱଲା ୟୁପିଏସି ପରୀକ୍ଷା ୨୦୧୮ରେ ୨୮ତମ ସ୍ତର ହାସିଲ କରିଛନ୍ତି। କାଜଲ ପିଲାବେଳୁ ତ ଆଇଏଏସ ହେବାକୁ ଚାହୁଁଥିଲେ,କିନ୍ତୁ ଏ ପର୍ଯ୍ୟନ୍ତ ପହଁଞ୍ଚିବାର ରାସ୍ତା ତାଙ୍କ ପାଇଁ ସହଜ ନଥିଲା। ଏହି ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କାଜଲଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା ।କାଜଲଙ୍କୁ ବାରମ୍ବାର ଅସଫଳତା ମିଳୁଥିଲା ଏବଂ ଏହା ମଧ୍ୟରେ ତାଙ୍କ ବିବାହ କରାଇଦିଆଗଲା। ବାସ୍ତଵରେ ଝିଅମାନଙ୍କ ସହ ଦେଖାଯାଇଥାଏ କି ବିବାହ ପରେ ସେ ଘରର କାମ ଏବଂ ଦାୟିତ୍ୱରେ ବାନ୍ଧି ହୋଇଯାଆନ୍ତି ଏବଂ ଏହା ସହିତ ତାଙ୍କର ସ୍ୱପ୍ନ ବି ମରିଯାଇଥାଏ କିନ୍ତୁ କାଜଲଙ୍କର ବିବାହ ତାଙ୍କ ପାଇଁ ଏକ ମୋଡ଼ ବୋଲି ପ୍ରମାଣିତ ହେଲା। ସିଭିଲ ସେବା ପରୀକ୍ଷାର ପ୍ରସ୍ତୁତର ମଝିରେ କାଜଲଙ୍କର ବିବାହ ହେଲା ଏବଂ ପୁଣି ଏହା ପରେ ମାନନ୍ତୁ କି ତାଙ୍କ ଭାଗ୍ୟ ପୂରାପୁରି ବଦଳିଗଲା। ମିରଟର ବାସିନ୍ଦା ଅଟନ୍ତି କାଜଲ ଜାୱଲା:- ମିଡିଆ ସହ କଥାବାର୍ତ୍ତା ମଧ୍ୟରେ କାଜଲ କହିଲେ କି ଲୋକମାନଙ୍କୁ ଏହା ଲାଗେ କି ବିବାହ ପରେ ମହିଳାମାନଙ୍କର ଅସୁବିଧା ବଢ଼ିଯାଏ ଓ ସେ ପୂରା ଜୀବନ ଘର କାମରେ ବିତାଇଦିଅନ୍ତି। ସେ ଚାକିରୀ ଓ ପାଠପଢା ଏକା ସହିତ କରିପାରନ୍ତି ନାହିଁ କିନ୍ତୁ ମୋ ସହିତ ଏମିତି କିଛି ହୋଇନାହିଁ। କାଜଲ ଜାୱଲା ଉତ୍ତରପ୍ରଦେଶର ମେରଟର ବାସିନ୍ଦା ଅଟନ୍ତି। କାଜଲ ଜାୱଲା ମଥୁରାରୁ ଇଲେକଟ୍ରୋନିକ କମ୍ୟୁନିକେସନରେ ବର୍ଷ ୨୦୧୦ରେ ବିଟେକ କରିଥିଲେ। Google ପାଠପଢା ପୂରା ହେବା ପରେ କାଜଲ ଗୁଡ଼ଗାଁଓ ସ୍ଥିତ ଉଇପ୍ରୋ କମ୍ପାନୀରେ ଚାକିରୀ ଆରମ୍ଭ କରିଥିଲେ। ଏଠାରେ ସେ ବର୍ଷକୁ ୨୩ ଲକ୍ଷ ଟଙ୍କା ପ୍ୟାକେଜରେ ଚାକିରୀ କରୁଥିଲେ। ୯ ବର୍ଷ ଚାକିରୀ କରିବା ପରେ ୟୁପିଏସସି ପରୀକ୍ଷା ପାଇଁ ସମୟ ବାହାର କରି ପ୍ରସ୍ତୁତି ଆରମ୍ଭ କରିଥିଲେ। ବର୍ଷ ୨୦୧୨ରେ କାଜଲ ପ୍ରଥମ ଥର ୟୁପିଏସସିର ପରୀକ୍ଷା ଦେଇଥିଲେ। ୨୦୧୨ ରୁ ୨୦୧୬ ପର୍ଯ୍ୟନ୍ତ କାଜଲ ତିନି ଥର ୟୁପିଏସସିର ପରୀକ୍ଷା ବସିଛନ୍ତି ଓ ତିନିଥର ନିରାଶ ହୋଇଛନ୍ତି। କାଜଲ ପ୍ରାରମ୍ଭିକ ପରୀକ୍ଷା ମଧ୍ୟ ପାର କରିପାରିନଥିଲେ। ବର୍ଷ ୨୦୧୬ରେ କାଜଲ ଆଶିଷ ମଲ୍ଲିକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ଲଗାତାର ମିଳୁଥିବା ଅସଫଳତା ଓ ଏହା ଉପରେ ବିବାହ ହୋଇଯିବା ପରେ କାଜଲଙ୍କୁ ଲାଗିଲା କି ସେ କେବେ ବି ନିଜ ସ୍ବପ୍ନକୁ ପୂରା କରିପାରିବେ ନାହିଁ କିନ୍ତୁ ସ୍ୱାମୀଙ୍କ ସାହାଯ୍ୟକାରୀ ଚରିତ୍ର ତାଙ୍କ ରାସ୍ତା ସହଜ କରିଦେଲା। କାଜଲଙ୍କ ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ବହୁତ ସମର୍ଥନ କରିଛନ୍ତି। କାଜଲ କହିଲେ କି,”ସେ ସମୟରେ ସେ ଚାକିରୀ ସହିତ ପାଠପଢା କରୁଥିଲେ। ସ୍ୱାମୀ ମଧ୍ୟ ଚାକିରୀ କରୁଥିଲେ, କିନ୍ତୁ ସନ୍ଧ୍ୟାରେ ସେ ମୋ ଠୁ ଆଗରୁ ଘରକୁ ଆସୁଥିଲେ।ଯେବେ ମୁଁ ଅଫିସରୁ ଆସେ ତେବେ ମତେ ଖାଦ୍ୟ ତିଆରି ହୋଇଥିବାର ମିଳିଥାଏ। ସେହିଠାରେ,ସକାଳ-ସନ୍ଧ୍ୟାରେ ମତେ ପଢିବାକୁ ହେଉଥିଲା”। Google ସ୍ୱାମୀ ଘରର କାମ କରିବାକୁ ଦେଲେ ନାହିଁ:- ସେହିପରି,ଆଇଏଏସ କାଜଲ ଜାୱଲାଙ୍କ ସ୍ୱାମୀ ଆଶିଷ ମଲ୍ଲିକଙ୍କ ଅନୁସାରେ, ସେ ବିବାହ ପରେ ହିଁ କାଜଲଙ୍କୁ କହିଦେଇଥିଲେ କି ତାଙ୍କୁ କେବଳ ପଢ଼ିବାର ଅଛି ଓ ନିଜ ଚାକିରୀ ପ୍ରତି ଧ୍ୟାନ ଦେବାର ଅଛି । ଆଶିଷ କହିଛନ୍ତି କି ସେ ଏହି ଦୁଇଟି କାମ କରିପାରି ନଥାନ୍ତେ ଏହିପରି ସେ ରୋଷେଇର ଦାୟିତ୍ୱଭାର ନେଇଥିଲେ। ସେ ଘରକୁ ସଫା ମଧ୍ୟ କରୁଥିଲେ। ଶେଷରେ, ସ୍ୱାମୀଙ୍କ ଠାରୁ ମିଳିଥିବା ଏତେ ସମର୍ଥନ ପରେ କାଜଲ ଜାୱଲା ନିଜ ପଞ୍ଚମ ପ୍ରୟାସରେ ସଫଳ ହେଲେ ଓ ଆଇଏଏସ ହେଲେ। ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ । TaggedIASkajal jawlanitidina Related Posts ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ପାଇଁ ଋଷି ସୁନକଙ୍କ ନାମ ହେଲା ଘୋଷଣା! ଭାରତୀୟ ମୂଳର ଜଣେ ବ୍ରିଟେନର ବନିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ October 24, 2022 ୟେ ହିଁ ଅଟେ ଭାରତ ଓ ଋଷ ର ଦୋସ୍ତି! POK କୁ ଭାରତର ମାନିଲା ଋଷ, ପଢନ୍ତୁ ପୁରା ଖବର October 21, 2022 ବଡ଼ ବଡ଼ ମଞ୍ଚରେ ପାକିସ୍ତାନକୁ ମିଳିଲା ଜୋରଦାର ଜବାବ! ହୋଇଗଲା ପାକିସ୍ତାନର ମୁଁହ ବନ୍ଦ, ପଢନ୍ତୁ ପୁରା ଖବର October 15, 2022 Post navigation Previous Article ଭାରତରେ ପ୍ରଥମ ଫେଜରେ ୩୧ କୋଟି ଲୋକଙ୍କୁ ଦିଆଯିବ କରୋନା ଭାକ୍ସିନ, ବ୍ଲୁପ୍ରିଣ୍ଟ ପ୍ରସ୍ତୁତ । ଜାଣନ୍ତୁ କିଏ ପାଇବେ କରୋନା ଭାକ୍ସିନ । Next Article ଭାରତ ବନାମ ଅଷ୍ଟ୍ରେଲିଆ: ହାର୍ଦ୍ଦିକ ପାଣ୍ଡ୍ୟା ସୃଷ୍ଟି କଲେ ଏହି ନୂତନ ରେକର୍ଡ, ଏହି ରେକର୍ଡ କରିବାରେ ବନିଲେ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ । About Achyuta Kumar View all posts by Achyuta Kumar → Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. Δ Search for: Live Cricket Score Health & Lifestyles Health & Lifestyles Recent Posts ଜବରଦସ୍ତ ଫର୍ମରେ ଋତୁରାଜ! ଦେଲେ ବଡ଼ ବୟାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଧାୱନ ଓ ଗିଲଙ୍କୁ ପଛରେ ପକାଇଲେ ଅୟର! ହାସଲ କଲେ ଏହି କୀର୍ତ୍ତିମାନ, ଜାଣନ୍ତୁ ସମ୍ପୂର୍ଣ୍ଣ IND vs BAN: ଦ୍ୱିତୀୟ ମ୍ୟାଚ ହାରିବା ପରେ କ୍ୟାପଟେନ ରୋହିତଙ୍କ ବଡ଼ ବୟାନ! କହିଲେ…. IND vs BAN: ଦ୍ୱିତୀୟ ODI ରେ ଭାରତକୁ ହରାଇଲା ବାଂଗଲାଦେଶ! ୫ ରନରେ ଜିତି ସିରିଜରେ ହୋଇଗଲା ଆଗୁଆ IPL 2023 ପୂର୍ବରୁ RCB ର ବୋଲର ରଚିଲେ ଇତିହାସ! ହାଟ୍ରିକ ନେଇ କଲେ କମାଲ Recent Comments Rahul Chandra Nayak on ହାଇଦ୍ରାବାଦ ଉପରେ ପଡ଼ିଲା ଡବଲ ମାଡ଼,ପ୍ରଥମେ ମ୍ୟାଚ ହାରିଲା ଓ ପରେ ଅଧିନାୟକ ୱିଲିୟମସନଙ୍କ ଲାଗିଲା… Milan Nayak on ସନ୍ଦୀପ ଶର୍ମା ଦେବେ ଯଶପ୍ରୀତ ବୁମରାଙ୍କୁ କଡା ଟକ୍କର , ଉଭୟଙ୍କ ରେକର୍ଡ ଏମିତି… December 2022 M T W T F S S 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 « Nov Sponsor Pages About Us Contact Us Disclaimer Privacy Policy Sitemap Categories ଆମ ରୋଷେଇ ଖବର ଖେଳ ଖବର ଗଳ୍ପ ଜୀବନଚର୍ଯ୍ୟା ଦେଶ ବିଦେଶ ନିଯୁକ୍ତି ମନୋରଞ୍ଜନ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ Recent Comments Rahul Chandra Nayak on ହାଇଦ୍ରାବାଦ ଉପରେ ପଡ଼ିଲା ଡବଲ ମାଡ଼,ପ୍ରଥମେ ମ୍ୟାଚ ହାରିଲା ଓ ପରେ ଅଧିନାୟକ ୱିଲିୟମସନଙ୍କ ଲାଗିଲା…<eos>
2022-12-08T23:20:37Z
https://www.nitidina.com/untold-story-of-an-ias/
OSCAR-2301
<bos>ଆଇନଜୀବୀ ଦୀପାଳିଙ୍କର ମୃତ୍ୟୁ ରହସ୍ୟ - ପୁରୁଷ ବନ୍ଧୁ ବିକ୍ରମ ବାଲେଶ୍ୱରେ ରଚିଥିଲା ଏହାର ବ୍ଲୁପ୍ରିଣ୍ଟ! - Prameya News7 Skip to content Home Live Tv ରାଜ୍ୟ ଦେଶ- ବିଦେଶ ରାଜନୀତି ଶିକ୍ଷା ଓ ନିଯୁକ୍ତି ଖେଳ ବାଣିଜ୍ୟ ମନୋରଞ୍ଜନ ଅପରାଧ ଧର୍ମ ସ୍ପେଶାଲ୍ ରିପୋର୍ଟ ଭିଡିଓ ଅଧିକ ପାଣିପାଗ ରାଶିଫଳ ଜୀବନଚର୍ଯ୍ୟା ସାକ୍ଷାତକାର କରୋନା ଅଲିମ୍ପିକ୍ସ ChampionMaganna_WebBanner_728X90 ChampionMaganna_WebBanner_728X90 Prameya News7 Prameya News7, News7 Odia, Odisha Latest News, Odisha Current Headlines, Odisha News Online ପ୍ରମୁଖ ଖବର ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ || ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ || ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ || ଆଇନଜୀବୀ ଦୀପାଳିଙ୍କର ମୃତ୍ୟୁ ରହସ୍ୟ – ପୁରୁଷ ବନ୍ଧୁ ବିକ୍ରମ ବାଲେଶ୍ୱରେ ରଚିଥିଲା ଏହାର ବ୍ଲୁପ୍ରିଣ୍ଟ! 19/11/2019 at 4:02 PM ଭୁବନେଶ୍ୱର ୧୯।୧୧ – ଏବେ ବି ଆଇନଜୀବି ଦୀପାଳିଙ୍କର ମୃତ୍ୟୁ ରହସ୍ୟଜନକ ହୋଇ ରହିଛି । ପୁରୁଷ ବନ୍ଧୁ ବିକ୍ରମ ଦୀପାଳିକୁ ହତ୍ୟା କରିଥିବା ପରିବାର ଲୋକ ଦାବି କରିଥିଲେ। ଘଟଣା ଘଟିଥିବା ରାତିରେ ଦୀପାଳିଙ୍କ ସହ ଥିବା ବିକ୍ରମ ଏବେ ବି ଫେରାର । ବିକ୍ରମ ହିଁ ପ୍ରଥମେ ଜାଣିଥିଲା ଦୀପାଙ୍କର ମୃତ୍ୟୁ ବିଷୟରେ, ଯେହେତୁ ସେ ସାଙ୍ଗରେ ଥିଲା । ଶନିବାର ସଂଧ୍ୟାରେ ଦୁଇ ଜଣ ବେଶ୍‌ କିଛି ସମୟ କଟାଇଥିଲେ । ବାହାଘର ପାଇଁ ଯୋଜନା , ଏଥିରେ ହେବାକୁ ଥିବା ଖାଦ୍ୟ ପେୟର ବ୍ୟବସ୍ଥା ସାଙ୍ଗକୁ କିପରି କରାଯିବ ଗ୍ରାଣ୍ଡ ସେଲିବ୍ରେସନ୍‌ ସେ ବିଷୟରେ ବେଶ୍‌ ଆଲୋଚନା ବି ହୋଇଥିଲା। ନିଜ ଭଉଣୀଙ୍କୁ ବି ଦୀପାଳି ଫୋନ୍‌ କରି ଏ ବିଷୟରେ ସୂଚନା ଦେଇଥିଲେ । ହେଲେ ଏତେ ଖୁସୀରେ କିପରି ଏହି ଅଘଟଣ ଘଟିଗଲା । ବିକ୍ରମ ଥିବା ସତ୍ତ୍ୱେ ଦୀପାଳି କେମିତି ଆତ୍ମହତ୍ୟା କଲେ । ଯଦି ଦୀପାଳି ଆତ୍ମହତ୍ୟା କରୁଥିବା ବିକ୍ରମ ଜାଣିଥିଲା ତେବେ ରୋକିବାକୁ ଚେଷ୍ଟା କଲାନାହିଁ କାହିଁକି । ନାଁ ସେ ଆତ୍ମହତ୍ୟା ପାଇଁ ଦାୟୀ । ଜାଣିଶୁଣି ଏପରି ପରିସ୍ଥିତି ସୃଷ୍ଟି କରିଛି ସେଥିପାଇଁ ଦୀପାଳି ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି ? ଯଦିଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦୀପାଳି ଆତ୍ମହତ୍ୟା କରିଥିବା କହୁଯାଇଛି ତେବେ ବିକ୍ରମ ତାଙ୍କୁ ଆତ୍ମହତ୍ୟା କରିବା ଲାଗି ପ୍ରବର୍ତ୍ତାଇ ଥିବା ମଧ୍ୟ ସଂଦେହ କରାଯାଉଛି । ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦୀପାଳି ଆତ୍ମ ହତ୍ୟା କରନ୍ତୁ ବୋଲି ବିକ୍ରମ କୌମସି କାରଣରୁ ଚାହୁଁଥିଲା ଓ ଏଥିପାଇଁ ସେ ବାଲେଶ୍ବରରେ ଥାଇ ହିଁ ଫୋନ ଯୋଗେ ଦୀପାଳିଙ୍କୁ ବାଧିବା ଭଳି ଅନେକ କଥା କହିଥିଲା । ଏହି ସୂତ୍ରକୁ ଯଦି ବିଶ୍ବାସକୁ ନିଆ ଯାଏ ତାହେଲେ ବାଲେଶ୍ବରରୁ ବିକ୍ରମ କରିଥିବା ଫୋନ କଲ ହିଁ ଦୀପାଳିଙ୍କୁ ଆତ୍ମହତ୍ୟା କରିବା ଲାଗି ପ୍ରବର୍ତ୍ତାଇଥିଲା । ଏହା ନିଶ୍ଚୟ ତଦନ୍ତ ସାପେକ୍ଷ । ପୋଲିସ ଯଦି ବିକ୍ରମର କଲ ରେକର୍ଡିଂ ବାହାର କରିପାରିବ ତାହେଲେ ହୁଏତ ଅସଲ କଥା ପଦାକୁ ଆସିବ । ଦୀପାଳିଙ୍କ ପରିବାର ଲୋକ ବିକ୍ରମ ଏଥିପାଇଁ ଦାୟୀ ବୋଲି କହିଛନ୍ତି । ବାଲେଶ୍ୱରେ କସ୍‌ମେଟିକ୍‌ କାରବାର କରୁଥିବା ବିକ୍ରମ ଏଥିପାଇଁ ବାଲେଶ୍ୱରରୁ ବ୍ଲୁ ପ୍ରିଣ୍ଟ ରଚିଥିବା ସୂଚନା ମିଳିଛି । ବିକ୍ରମ ବାଲେଶ୍ୱରରରେ ନିଜ ଗାଁରେ ଥିବା ଘରେ ଲୁଚି ରହିଥିବା ସୂଚନା ମିଳିଥିଲା । ମାତ୍ର ପୁଲିସ ଚଢଉ ବେଳେ ସେ ଚକମା ଦେଇ ଖସିଯାଇଥିଲା। ସେ କସ୍‌ମେଟିକ୍‌ ବ୍ୟବସାୟ କରୁଥିବାରୁ ଅନେକ ସ୍ଥାନ ବୁଲିଥାଆନ୍ତି । ବାଲେଶ୍ୱରରେ ସେ କସ୍‌ମେଟିକ୍‌ ବ୍ୟବସାୟ କରନ୍ତି । ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ସହ ବେଶ୍‌ ଚିହ୍ନାପରିଚିତ । ତେଣୁ ସେ ସେଠାରେ ଆତ୍ମଗୋପନ କରିଛନ୍ତି କିମ୍ବା ଚଢଉ ପରେ ବାହାରକୁ ଚାଲିଯାଇ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ବିକ୍ରମ ଫୋନ୍‌ ସେଦିନଠାରୁ ସ୍ୱିଚ ଅଫ୍‌ ରହିଥିଲା । ହେଲେ ମଝିରେ ମଝିରେ ତାଙ୍କର ଫୋନ୍‌ ସ୍ୱିଚ ଅନ୍‌ ହେଉଥିଲା । ତେବେ ତାଙ୍କର ଲୋକେସନ୍‌ ଟ୍ରାକ କରିବା ସମ୍ଭବ ହୋଇ ନଥିବା ବେଳେ ବାଲେଶ୍ୱରରେ ତାଙ୍କୁ ଦେଖିଥିବା କଥା ଅନେକ ପ୍ରକାଶ କରିଛନ୍ତି। ଏବେ ବି ଦୀପାଳିଙ୍କ ମୃତ୍ୟୁ ରହସ୍ୟ ଘେରରେ । ଶବ ବ୍ୟବଚ୍ଛେଦରୁ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି । ସେପଟେ ରାଜ୍ୟ ବାହାରକୁ ଯାଇଥିବା ପୁଲିସର ଟିମ୍‌ ୩ଟି ସହରରେ ଖୋଜି ଖାଲି ହାତରେ ଫେରିଛି । କିଛି ଦିନ ତଳେ ବିକ୍ରମ ତାଙ୍କ ପୈତୃକ ଘର ବାଲେଶ୍ବରର ବାଲୁଖଣ୍ଡ ଗାଁର ଏକ ପାଖ ଗାଁରେ ଲୁଚିକି ରହୁଥିଲେ । ଏନେଇ ଧଉଳି ଥାନା ପୁଲିସକୁ ନଭେମ୍ବର ପହିଲାରେ ବିକ୍ରମଙ୍କ ଜଣେ ସମ୍ପର୍କୀୟ ଖବର ଦେଇଥିଲେ । ଖବର ପାଇବା କ୍ଷଣି ରାତିରେ ଉକ୍ତ ଗାଁରେ ଚଢ଼ଉ କରିଥିଲା ପୁଲିସ । ହେଲେ ପୁଲିସ ପହଞ୍ଚିବା ଆଗରୁ ବିକ୍ରମ ସେଠାରୁ ଚମ୍ପଟ ମାରିଥିଲା । ସେପଟେ ପୁଲିସର ୨ଟି ଟିମ୍‌ ମହାରାଷ୍ଟ୍ରର ନାଗପୁର ଓ ପୁନେ ସହ ଆନ୍ଧପ୍ରଦେଶର ବିଶାଖାପାଟନମ୍‌ରୁ ଖୋଜିବାକୁ ଯାଇଥିଲା । ବିକ୍ରମ ଅନେକ ସମୟରେ ସେଠାରୁ କସମେଟିକ୍‌ ସାମଗ୍ରୀ ଓଡି଼ଶାକୁ ଆଣୁଥିବାରୁ ସେଠାରେ ଲୁଚିଥିବା ସନ୍ଦେହ କରାଯାଉଥିଲା । ସେ ଯେଉଁ ବେପାରୀଙ୍କ ସହ ଯୋଗାଯୋଗ କରୁଥିଲେ, ଯେଉଁ ହୋଟେଲରେ ରହୁଥିଲେ, ସେ ସବୁ ସ୍ଥାନରେ ପୁଲିସ ଟିମ୍‌ ଖୋଜି ଖାଲି ହାତରେ ଫେରିଛି । ଦୀପାଳି ଭୁବନେଶ୍ୱର ଲିଙ୍ଗିପୁରରେ ଏକ ଭଡା ଘରେ ରହୁଥିଲେ । କସ୍‌ମେଟିକ୍‌ ବ୍ୟବସାୟୀ ବିକ୍ରମ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା । ସେ ବରାବର ଦୀପାଳିଙ୍କ ନିକଟକୁ ଆସୁଥିଲେ। ଘଟଣାଦିନ ସେ ଦୀପାଳିଙ୍କ ନିକଟକୁ ଆସିଥିଲା । ରାତିରେ ଦୀପାଳିଙ୍କର ଭଉଣୀ ସହ ମଧ୍ୟ ବିକ୍ରମ କଥା ହୋଇଥିଲେ । ସେ ପ୍ରଥମେ ଦୀପାଳିଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଭଉଣୀକୁ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଥିଲା। ମାନସିକ ଭାବେ ବେଶ୍‌ ଭଲ ଥିବା ଦୀପାଳି ଆତ୍ମହତ୍ୟା କରି ନଥିବେ ବୋଲି ପରିବାର ଲୋକ ଦାବି କରିଛନ୍ତି। ମୃତଦେହ ନିକଟରୁ ମଦ ଗ୍ଲାସ ଓ ପୋଡା ସିଗାରେଟ୍‌ ଜବତ ହୋଇଥିବାରୁ ପୁରୁଷ ବନ୍ଧୁଙ୍କୁ ତାଙ୍କୁ ହତ୍ୟା କରିଥିବ ବୋଲି ପରିବାର ଲୋକ ଅଭିଯୋଗ କରିଆସିଛନ୍ତି । ପୁରୁଷ ବନ୍ଧୁ ବିକ୍ରମ ଗିରଫ ହୋଇପାରିଲେ ଅନେକ ତଥ୍ୟ ହାସଲ ହୋଇପାରିବ । ଦୀପାଳିଙ୍କ ଫୋନ୍‌ର ଲକ୍‌ ଖୋଲିଛି ସେଥିରୁ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଅନେକ ତଥ୍ୟ ମିଳିଛି । ହ୍ୱାଟସ୍‌ଆପ୍‌ଚାଟ୍‌ରୁ ପୁଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ତେବେ ବୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ନମିଳିବା ଯାଏଁ ଆତ୍ମହତ୍ୟା ପଛର ରହସ୍ୟ ଉପରୁ ପରଦା ହଟିବା ସମ୍ଭବ ନୁହେଁ ବୋଲି ସଂପୃକ୍ତ ପୋଲିସ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୯ତାରିଖ ରାତି ୮ଟାରୁ ୧ଟା ମଧ୍ୟରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ତାଙ୍କ ଲିଙ୍ଗିପୁର ଇନ୍ଦିରାନଗରରେ ଥିବା ଘରେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ପୁରୁଷ ବନ୍ଧୁ ବିକ୍ରମ ତାଙ୍କ ପାଖରେ ଥିଲେ । ତେବେ ବିକ୍ରମ ବାହାରକୁ ଯାଇଥିବାବେଳେ ଦୀପାଳି ଭିତରପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ । ପୋଲିସ ତା ପରଦିନ ଶବ ଜବତ କରିବାପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଥିଲା । ଏହାପରେ ଧଉଳି ପୋଲିସ ଘଟଣାର ତଦନ୍ତ କରୁଥିଲା । ଦୀପାଳିଙ୍କୁ ସୁଚିନ୍ତିତଭାବେ ପୁରୁଷ ବନ୍ଧୁ ବିକ୍ରମ ହତ୍ୟା କରିଛି ବୋଲି ଦୀପାଳିଙ୍କ ଦୁଇଭଉଣୀ ଅଭିଯୋଗ କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଏଥିରେ ଦୀପୀଳି ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ତେବେ କେଉଁ କାରଣ ଯୋଗୁଁ ଦୀପାଳି ଆତ୍ମହତ୍ୟା କଲେ ସେ ନେଇ ପୋଲିସ ଏବେ ଅନୁସଂଧାନ କରୁଛି । ଘଟଣାସ୍ଥଳରୁ ଜବତ ହୋଇଥିବା ଦୀପାଳିଙ୍କ ଦୁଇଟି ଫୋନର ଲକ୍‌ ପୋଲିସ ଖୋଲିବାରେ ସକ୍ଷମ ହେବାପରେ ପୋଲିସକୁ ହତ୍ୟାକାଣ୍ଡ ପଛର କାରଣ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି । ଘଟଣା ଘଟିବା ପରଠାରୁ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ଫେରାର ଅଛି । ସେ ଜଣେ କସମେଟିକ ବ୍ୟବସାୟୀ । ବାଲେଶ୍ବରରେ ବ୍ୟବସାୟ କନ୍ତି । ଦୀର୍ଘ ଦିନ ହେଲା ଦୀପାଳିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ।ସେ ପ୍ରତି ଶନିବାର ଦୀପାଳିଙ୍କ ସାକ୍ଷାତ କରିବାକୁ ବାଲେଶ୍ବରରୁ ଭୁବନେଶ୍ବର ଆସୁଥିଲେ । ସଂଧ୍ୟା ପାଞ୍ଚଟାରୁ ରାତି ବାରଟା । ସେହି ୫ଘଣ୍ଟାର ସମୟ । ଶନିବାର ସଧ୍ୟା ପାଞ୍ଚଟାରେ ଦୀପାଳିଙ୍କ ଭଉଣୀ ନିଜ ବାନ୍ଧବିଙ୍କ ସହିତ ମାର୍କେଟ ଚାଲିଯାଇଥିଲେ । ଆଉ ଘରେ ରହିଯାଇଥିଲେ ଦୀପାଳି ଆଉ ତାଙ୍କ ପ୍ରେମିକ ବିକ୍ରମ । ହେଲେ ଦିପାଳିଙ୍କ ଆତ୍ନହତ୍ୟା ପରେ ବିକ୍ରମ ଗଲେ କୁଆଡେ । ଶନିବାର ରାତିରେ ବିକ୍ରମ ଙ୍କ ସହିତ ଏମିତି କଣ ଘଟିଲା ଯାହା ଫଳରେ ଦିପାଳି ଆତ୍ନହତ୍ୟା କରିବାକୁ ପଛେଇଲେ ନାହିଁ ଏ ସବୁର ରହସ୍ୟ ଖୋଲିବ ଯେତେବେଳେ ପୋଲିସ ହାତରେ ଧରାପଡିବ ବିକ୍ରମ । କମିସନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ବିଭିନ୍ନ ଅଞ୍ଚରେ ଛାନଭିନ କରିଛି । ବିକ୍ରମ ଧରା ପଡିଲେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି । Related Posts ଦୁଇ ଆଦିବାସୀ ଯୁବକଙ୍କୁ ଉଠାଇନେଲେ, ଉଦ୍ଧାର ପାଇଁ ଏସପିଙ୍କୁ ଗୁହାରୀ 7 December 2022 ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ସାମଗ୍ରୀ 7 December 2022 ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ 7 December 2022 ଅରବିନ୍ଦ ଢାଲିଙ୍କୁ ଅଣ୍ଡା ମାଡ, ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯାଉଥିଲେ ବିଧାୟକ 7 December 2022 ରାଜ୍ୟ ଦୁଇ ଆଦିବାସୀ ଯୁବକଙ୍କୁ ଉଠାଇନେଲେ, ଉଦ୍ଧାର ପାଇଁ ଏସପିଙ୍କୁ ଗୁହାରୀ ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ସାମଗ୍ରୀ ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ ଅରବିନ୍ଦ ଢାଲିଙ୍କୁ ଅଣ୍ଡା ମାଡ, ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯାଉଥିଲେ ବିଧାୟକ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡ଼ିଶା ରାଜନୀତି ଅରବିନ୍ଦ ଢାଲିଙ୍କୁ ଅଣ୍ଡା ମାଡ, ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯାଉଥିଲେ ବିଧାୟକ ନବୀନ ନିବାସରେ ରୁଦ୍ଧ ଦ୍ୱାର ବୈଠକ, ୫୦ରୁ ଅଧିକ ବିଜେଡି ନେତାଙ୍କୁ ଡକରା ଆଜି ଆସିବ ଦିଲ୍ଲୀ MCD ରେଜଲ୍ଟ, ମଇଦାନରେ ୧୩୪୯ ପ୍ରାର୍ଥୀ ଦିନ ଆସିବ ‘ମୋଦୀ-ମୋଦୀ’ ନୁହେଁ ‘ଦରବୃଦ୍ଧି-ଦରବୃଦ୍ଧି’ ବୋଲି ଚିତ୍କାର କରିବେ: କହ୍ନେୟା କୁମାର କର୍ଣ୍ଣାଟକରେ ଏବେ ମହାରଷ୍ଟ୍ର ନମ୍ୱର ଥିବା ଟ୍ରକ ଉପରେ ପଥର ମାଡ, ଗସ୍ତ ବାତିଲ କଲେ ସିନ୍ଦେଙ୍କ ମନ୍ତ୍ରୀ; ଉଗ୍ର ହେଉଛି ବିବାଦ<eos>
2022-12-07T08:54:34Z
https://www.prameyanews7.com/deepali-death-case-boy-friend-bikram-planned-in-balasore/
OSCAR-2301
<bos>ଏକଦା ଗୋ ସମ୍ପଦର ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ବ୍ୟକ୍ତି ଆଜି ଗୋ ସମ୍ପଦ ମନ୍ତ୍ରୀ, କେମିତି ଥିଲା ପ୍ରତାପ ଷଡ଼ଙ୍ଗୀଙ୍କ ସଂଘର୍ଷମୟ ଜୀବନର କାହାଣୀ ଏକଦା ଗୋ ସମ୍ପଦର ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ବ୍ୟକ୍ତି ଆଜି ଗୋ ସମ୍ପଦ ମନ୍ତ୍ରୀ, କେମିତି ଥିଲା ପ୍ରତାପ ଷଡ଼ଙ୍ଗୀଙ୍କ ସଂଘର୍ଷମୟ ଜୀବନର କାହାଣୀ ରାଜ୍ୟସ୍ପେଶାଲ By Durga Prasad Last updated Jun 2, 2019 ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମସ୍ତଙ୍କର ପ୍ରିୟ ପ୍ରତାପ ନାନାରୁ ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ମନ୍ତ୍ରୀ ମଣ୍ଡଳରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ ପ୍ରାଣୀ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ। ନିଜର ସରଳ, ଅମାଇକ, ନିଷ୍କପଟ ଓ ନିରାଡମ୍ବର ଜୀବନ ଶୈଳୀକୁ ନେଇ ସେ ଯେତିକି ଜନପ୍ରିୟ, ନିଜର ଅଦମ୍ୟ ସାହସ ଓ ସଚ୍ଚୋଟତା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ । ଜଣେ କଠୋର ହିନ୍ଦୁ ବାଦୀ ନେତା ଭାବରେ ସଂଘ ପରିବାର ସହ ଅହରହ ଜଡ଼ିତ ରହିଥିବା ପ୍ରତାପ ଷଡ଼ଙ୍ଗୀ କିନ୍ତୁ ସଦା ସର୍ବଦା ଗୋ ଚାଲାଣ କୁ ବିରୋଧ କରିବା ସହ ଗୋ ସମ୍ପଦର ସୁରକ୍ଷା ପାଇଁ ପ୍ରଚେଷ୍ଟା ଚଳାଇ ଆସିଛନ୍ତି। ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓରଫ ପ୍ରତାପ ନନା। ପିଲାଟି ବେଳୁ ସଂଘର୍ଷମୟ ଜୀବନ ଅତିବାହିତ କରୁଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରାରମ୍ଭିକ ଜୀବନ ବିଲଗିରି ବ୍ଲକ କାହଳିଆ ଓ ପରବର୍ତ୍ତୀ ସମୟରେ ଗୋପୀନାଥ ପୁର ଶାସନ ଗ୍ରାମରେ କଟିଥିଲା । ଜଣେ ଶାସନି ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ପ୍ରତାପ ଷଡ଼ଙ୍ଗୀଙ୍କର ସଭିଙ୍କ ପାଖରେ ଗୋଟିଏ ପରିଚୟ । ସେ ସମସ୍ତଙ୍କର ଅତି ଆଦରର ପ୍ରତାପ ନନା। ଜଣେ ସରଳ, ଆମାଇକ ,ନିଷ୍କପଟ ସାଧାରଣ ଜୀବନ ଯାପନ କରୁଥିବା ମନୁଷ୍ୟ । ଗଡ଼ଜାତ ଅଞ୍ଚଳ ନୀଳଗିରି ଗଡ଼ରୁ ତାଙ୍କର ନୂଆ ଠିକଣା ନୂଆ ଦିଲ୍ଲୀ ହେବା ପରେ ରାତାରାତି ସେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ସେ ପାଲଟି ଯାଇଥିଲେ ଶିରୋନାମା । ନୀଳଗିରି କଲେଜରେ 25 ବର୍ଷର ଚାକିରି ଜୀବନ ଅତିବାହିତ କରିବା ପରେ ପ୍ରତାପ ଷଡ଼ଙ୍ଗୀ ସଂଘ ପରିବାର ସଂସ୍ପର୍ଶରେ ଆସିଥିଲେ । ନିଜର ରାଷ୍ଟ୍ର ବାଦ୍ ଓ କଠୋର ହିନ୍ଦୁ ବାଦ୍ ଚିନ୍ତାଧାରାକୁ ନେଇ ସଦା ସର୍ବଦା ବ୍ୟସ୍ତ ରହୁଥିବା ପ୍ରତାପ ନନା ଭୁଲି ଯାଇଥିଲେ ନିଜର ଜୀବନ ଚର୍ଯା ଓ ଘର ସଂସାର କଥା । ପିଲାଟି ବେଳୁ ଈଶ୍ୱର ବିଶ୍ଵାସୀ ହେବା ସହ ରାଷ୍ଟ୍ରର ଉନ୍ନତି ପାଇଁ ଚେଷ୍ଟିତ ପ୍ରତାପ ଷଡ଼ଙ୍ଗୀ ସ୍ବାମୀ ବିବେକ ନନ୍ଦ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ନିଜ ଯୁବ ଅବସ୍ଥାରୁ ବିବେକାନନ୍ଦ ପାଠ୍ୟଚକ୍ର ଏବଂ ଅର୍ ଏସ୍ ଏସ ସହ ଜଡ଼ିତ ହୋଇ ବାଲେଶ୍ୱର ର ବିଭିନ୍ନ ସ୍ଥାନ ରେ ଶାଖା ଖୋଲି ପ୍ରତିଦିନ ରାଷ୍ଟ୍ର ଚିନ୍ତାଧାରାରେ ନିଜକୁ ନିୟୋଜିତ କରୁଥିଲେ । ଏହା ସହ ସେ ମଦ କୁ ଦୃଢ଼ ବିରୋଧ କରୁଥିବା ବେଳେ ଗୋ ବଂଶ ର ସୁରକ୍ଷା ଓ ବେଆଇନ ଗୋ ଚାଲାଣ ବିରୋଧରେ ଅଭିଯାନ ଚଳାଇଥିଲେ । ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପରିବାର କହିଲେ ୨ ଭାଇ ଓ ଜଣେ ଭଉଣୀ, ସେମାନଙ୍କ ମଧ୍ୟରୁ ପ୍ରତାପ ହେଉଛନ୍ତି ସବୁଠୁ ବଡ଼ । ରାଷ୍ଟ୍ର ବାଦ୍ ଚିନ୍ତାଧାରା ଓ ଦେଶ ସେବା ପାଇଁ ନିଜକୁ ଅବିବାହିତ ରଖିଥିବା ପ୍ରତାପ ନିଜ ମାଆଙ୍କ ପାଇଁ ଜୀବନ ଉତ୍ସର୍ଗ କରିଦେଇଥିଲେ । ଦେଶ ସେବା ଓ ମାଙ୍କ ସେବା ଶୁଶ୍ରୁଷାରେ ନିଜର ସମୟ ଅତିବାହିତ କରୁଥିବାବେଳେ, ଏବେ ମାଆଙ୍କ ବିୟୋଗ ପରେ ଘରେ ରହୁଛନ୍ତି ତାଙ୍କ ଭଉଣୀ ଓ ଭିଣୋଇଙ୍କ ସହ। ନୀଳଗିରି ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ବଦଳି ନ ଥିଲା ତାଙ୍କର ଜୀବନ ଶୈଳୀ। ସେଇ ନୁଆଁଳିଆ ଚାଳ ଛପର ଘର ସାଙ୍ଗକୁ ସେଇ ଦୁଇ ରୁ ଚାରି ହଳ କୁର୍ତ୍ତା ପାଇଜାମା । ଆଉ ସେଇ ହସ ହସ ମୁହଁ ସାଙ୍ଗକୁ ଜନତାଙ୍କ ସେବା ହେଉଛି ତାଙ୍କର ପୁଞ୍ଜି । ଆଉ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବେ ମନ୍ତ୍ରୀ ହେବା ପରେ ତାଙ୍କର ସହଯୋଗୀ ଓ ଗ୍ରାମ ବାସୀଙ୍କ ଖୁସି କହିଲେ ନ ସରେ । କିଏ ପୁରୁଣା ଅନୁଭୂତି କୁ ବଖାଣି କାନ୍ଦି ପକଉଛିତ କିଏ ତାଙ୍କୁ ନିଜର ଆଦର୍ଶ ରୂପେ ମାନି ନେଇଛି । ଇୟେ ତ ଥିଲା ତାଙ୍କ ଜୀବନ ଶୈଳୀ ଓ ଆଦର୍ଶ ର କଥା । ନିଜ ଜୀବନରେ ଟଙ୍କା ପଛରେ ନ ପଡ଼ି ନିରାଡମ୍ବର ଜୀବନ ଅତିବାହିତ କରିଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜକୁ ଜୀବନକୁ ମନୁଷ୍ୟ ଓ ପ୍ରାଣୀଙ୍କ ପାଇଁ ଉତ୍ସର୍ଗୀକୃତ କରିଥିଲେ। ଗୋବଂଶ ର ସୁରକ୍ଷା ପାଇଁ ବିଭିନ୍ନ ଗୋଶାଳା ଖୋଲିବା ସହ ବେଆଇନ ଭାବେ ଓଡ଼ିଶା ରାଜପଥ ଦେଇ ପଶ୍ଚିମ ବଙ୍ଗ କୁ ଚୋରା ଚାଲାଣ ହେଉଥିବା ଗୋରୁମାନଙ୍କୁ ରକ୍ଷା କରିବା ସହ ସେମାନଙ୍କୁ ଉଦ୍ଧାର କରି ଗୋଶାଳାରେ ରଖୁଥିଲେ । ପ୍ରତିଦିନ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ କୁ ସହ ସହ ସଂଖ୍ୟା ରେ ଟ୍ରକ୍ ଦ୍ୱାରା ଗୋ ଚାଲାଣ ହେଉଥିବା ବେଳେ ଏହାକୁ କଡ଼ା କଡ଼ି ଭାବେ ବିରୋଧ କରୁଥିଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଆଉ ଗୋ ସୁରକ୍ଷା ବାହିନୀ ଓ ପୋଲିସ ଦ୍ଵାରା ଉଦ୍ଧାର ପରେ ସେମାନଙ୍କୁ ଗୋ ଶାଳରେ ସୁରକ୍ଷିତ ଭାବେ ରଖାଯାଉଥିଲା । ଆଉ ସୌଭାଗ୍ୟ ବଶତଃ ଏବେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହେଉଛନ୍ତି ଦେଶର ପ୍ରାଣୀ ଓ ପଶୁସମ୍ପଦ ମନ୍ତ୍ରୀ। ସେ ଏ ଗୁରୁ ଦାୟିତ୍ୱ ବହନ ନେବାପରେ ଗୋ ସୁରକ୍ଷା ବହିନୀଙ୍କ ମଧ୍ୟରେ ଉତ୍ସାହ ବେଶ ବଢ଼ିଯାଇଛି । ତେବେ ଏବେ ଦେଖିବାର କଥା ଯେ ସାରା ଜୀବନ ଗୋ ସମ୍ପଦର ସୁରକ୍ଷା ପାଇଁ ସଂଘର୍ଷ କରି ଆସିଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କର ଏ ଗୁରୁ ଦାୟୀତ୍ୱକୁ କିଭଳି ନିର୍ବାହ କରୁଛନ୍ତି । ଏବେ ପ୍ରଶ୍ନ ଉଠୁଛି, କଣ ବେଆଇନ ଗୋ ଚାଲାଣକୁ ରୋକାଯାଇପରିବ ? ପଶୁ ମାନଙ୍କ ସୁରକ୍ଷା ପାଇଁ ସରକାର କିଛି ଆଇନ ଆଣିବା ସହ ଦୃଢ଼ ପଦକ୍ଷେପ ନେବେ କି ? କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ପାଇଁ ଏଭଳି କିଛି ପ୍ରଶ୍ନ ରହିଥିବା ବେଳେ ତାଙ୍କର କାର୍ଯ୍ୟ ଦକ୍ଷତା କୁ ନେଇ ମଧ୍ୟ ଚ୍ୟାଲେଞ୍ଜ ରହିଛି।<eos>
2022-11-26T18:15:54Z
https://knewsodisha.com/state/some-unknown-facts-about-pratap-chandra-sadangi-89109
OSCAR-2301
<bos>ଆଓରି-ଭୁବନେଶ୍ଵର(୩୧/୧୦) : ଗତ ୧୪ ଅକ୍ଟୋବରରୁ ଆଜି ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ମୋଟ ୪ ହଜାର ୮୮୨ ଜଣ କ୍ଷୁଦ୍ର, ମଧ୍ୟ ଓ ବଡ ବ୍ୟବସାୟ କରୁଥିବା ଲୋକ ମାନଙ୍କୁ ୮୦ କୋଟି ୬୮ ଲକ୍ଷ ଟଙ୍କା ଋଣ ବ୍ୟାଙ୍କ୍ ପକ୍ଷରୁ ଦିଆଯାଇଛି ବୋଲି ଗୁରୁବାର ପୁରୀ ଠାରେ ୟୁକୋ ବ୍ୟାଙ୍କ ତରଫରୁ ଆୟୋଜିତ ଗ୍ରାହକ ମେଳା କ୍ୟାମ୍ପରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ୟାଙ୍କ୍ ସହ ଗ୍ରାହକଙ୍କ ସମ୍ପର୍କ ସୂତ୍ର ପ୍ରସାରଣ ନିମନ୍ତେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଋଣ ଦେବାର ବ୍ୟବସ୍ଥା କରି ଓଡିଶାର ବିଶେଷ ଭାବରେ ଫନୀ କ୍ଷତିଗ୍ରସ୍ତ ଶ୍ରୀକ୍ଷେତ୍ର ପୁରୀକୁ ଛିଡା କରିବାର ଦାୟିତ୍ୱ ନେଇଛନ୍ତି । ଖୁବ୍ ଶୀଘ୍ର ପୁରୀ ଜିଲ୍ଲା ପାଇଁ ଆହୁରି ଅଧିକ ଋଣ ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ମୋବାଇଲ ବ୍ୟାଙ୍କିଂ ସେବାର ଲାଭ ନେବାକୁ ସେ ପରାମର୍ଶ ଦେବା ସହ ଏହା ଦ୍ୱାରା ମଧ୍ୟସ୍ଥି ମାନଙ୍କ ଭୂମିକା କମିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଗରିବ ପରିବାରରୁ ଆସିଥିବା ମୋଦି ସରକାର ବ୍ୟାଙ୍କିଂ କ୍ଷେତ୍ରରେ ବଡ ପରିବର୍ତ୍ତନ କରିଥିବା ବେଳେ ଭାରତୀୟ ବ୍ୟାଙ୍କ୍ ଗୁଡିକ ଗରିବ ଲୋକଙ୍କର ସାଥୀ ହୋଇପାରିଛି । ବର୍ତ୍ତମାନ ବ୍ୟାଙ୍କ୍ ଖାତା, ତିନି ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ ଠିକଣା ଥିଲେ ବ୍ୟାଙ୍କ୍ ତଥା ଇ-ମୁଦ୍ରା ବା ଡିଜିଟାଲ୍ ପ୍ଲାଟଫର୍ମରେ ୩୦ ସେକେଣ୍ଡ୍ ମଧ୍ୟରେ ଜଣେ ଲୋକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାମାନ୍ୟ ଲୋକମାନଙ୍କୁ ଋଣ ସୁବିଧାରେ ମିଳୁ ଏହା ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି । ସେ କହିଛନ୍ତି ଯେ ବ୍ୟାଙ୍କ୍ କେବଳ ଯେ ଧନୀକ ଶ୍ରେଣୀ ଲୋକ ବା ଥିଲା ବାଲାଙ୍କର ସେ ଯୁଗର ଅନ୍ତ ଘଟିଛି । ପୂର୍ବେ ଧନୀକ ଶ୍ରେଣୀର ଲୋକମାନଙ୍କର ବ୍ୟାଙ୍କ ଖାତା ଥିବା ବେଳେ ଏବେ ଗରିବରୁ ଗରିବ ଲୋକଙ୍କର ବ୍ୟାଙ୍କ୍ ଖାତା ରହିଛି । ନରେନ୍ଦ୍ର ମୋଦିଙ୍କ ସରକାର ହେଲା ପରେ ଗରିବ ଲୋକଙ୍କର ବ୍ୟାଙ୍କ୍ ଖାତା ଅଧିକ ଖୋଲାଯାଇଛି । ଏବେ ଗରିବରୁ ଗରିବ ଲୋକମାନେ ବ୍ୟାଙ୍କ୍ ଦ୍ୱାରା ଋଣ ଓ ଅନ୍ୟାନ୍ୟ ସୁବିଧା ପାଇପାରୁଛନ୍ତି ବୋଲି ସେ କହିଛନ୍ତି । aajiraodisha See author's posts Tags: aajira odisha Aajira Odisha News Dharmendra Pradhan odia news Puri UCO Bank Union Minister Continue Reading Previous ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମଠ ଓ ମିଶନର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Next ଭୁବନେଶ୍ୱର ଠାରେ ପତକା ଉଡାଇ ରନ୍‍ ଫର୍‍ ୟୁନିଟି ପାଇଁ ଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ More Stories 1 min read ରାଜ୍ୟ ଶିକ୍ଷା ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 1 year ago aajiraodisha 1 min read ରାଜ୍ୟ ସ୍ୱାସ୍ଥ୍ୟ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୯୫୭ ପଜିଟିଭ 1 year ago aajiraodisha 1 min read କଳା ଓ ସଂସ୍କୃତି ରାଜ୍ୟ ଶ୍ରୀକ୍ଷେତ୍ରରେ ଲାଗୁ ହେବ ୧୪୪ ଧାରା 1 year ago aajiraodisha Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. ଆଜିର ମହାପୁରୁଷ ବାଣୀ ଭଗବାନ ଜୀବକୁ ଡ଼ାକୁଛନ୍ତି କିନ୍ତୁ ସେ ତାହା ଶୁଣୁନାହିଁ । ଏହି ତତ୍ତ୍ବଟି ବୁଝାଇବା ପାଇଁ ଶ୍ରୀକ୍ରୁଷ୍ଣ ଯୁଧିଷ୍ଠିରଙ୍କୁ ଦେଖାଇ ଦେଇଥିଲେ, ଗୋଟିଏ ଲୋକ ମହୁ ଲୋଭରେ ଗୋଟିଏ ମହୁଫେଣା ତଳକୁ ଆଁ କରି ଛିଡ଼ା ହୋଇଛି । ପଛରେ ଗୋଟିଏ କାଳସର୍ପ ଫଣା ଟେକି ରହିଛି, କିନ୍ତୁ ସେ ଦିଗକୁ ତାର ଦ୍ରୁଷ୍ଟିନାହିଁ । ଯୁଧିଷ୍ଠିର ତାକୁ ଚିତକାର କରି ଡ଼ାକି କହିଲେ , ଘୁଚିଂଯାଅ‐ ସାପ ସାପ ! ” ସେ କିନ୍ତୁ ସେହିପରି ଉର୍ଦ୍ଧ୍ବମୁଖରେ ଆଁ କରି ରହି ହାତର ଇସାରାରେ କହୁଛି, ” ଆଉ ଗୋଟିଏ ଟୋପା ” କିନ୍ତୁ ସେହି ଏକ ଟୋପାର ସଙ୍ଗେ ସଙ୍ଗେ ହିଁ କାଳସର୍ପର ଦଂଶନରେ ସେ ମ୍ରୁତ୍ୟ ମୁଖରେ ଢଳି ପଡ଼ିଲା —ଠାକୁର ନିଗମାନନ୍ଦ Advertise with Us Contact With Us Aajira Odisha News Center N-31/5, Rajpur Extension, Hargovind Enclave, Chhatarpur, New Delhi-110068, INDIA Contact: +91- 9266556600, 7827766099 E-Mail: [email protected] About Aajiraodisha Aajira Odisha is an active all sorts ground level social services in nationwide from last 3 years. Registered in Delhi but it’s wings spread all over the country with state wise full time volunteer. Aajira Odisha started publishing daily news in it’s website from all major category from Political to spiritual factors. Our new current website officially launched at Indian Institute of Mass Communication, New Delhi on 21st. April. 2018. Aajira Odisha has been associated with many organization and events as media partner in Delhi NCR.<eos>
2022-12-05T05:26:50Z
http://aajiraodisha.org/union-minister-dharmendra-pradhan-visited-the-grahak-mela-camp-organized-by-ucobank-in-puri/
OSCAR-2301
<bos>Kumudeni Tripathy – ଛୁଆର ରଙ୍ଗ କାହିଁକି କଳା ହୁଏ ଏବଂ ଶିଶୁର ରଙ୍ଗ ସଫା ପାଇଁ ମହିଳାଙ୍କୁ କ’ଣ କରିବାକୁ ପଡିବ ? – Live43 Media Odisha News Portal Publisher - Odisha News Portal Home ଜୀବନଚର୍ଯ୍ୟା ମନୋରଞ୍ଜନ ସ୍ପେସିଆଲ୍ ରାଶିଫଳ IAS ପ୍ରଶ୍ନ ଓ଼ଡିଆ ହେଲ୍ଥଟିପ୍ସ Home ଜୀବନଚର୍ଯ୍ୟା Kumudeni Tripathy – ଛୁଆର ରଙ୍ଗ କାହିଁକି କଳା ହୁଏ ଏବଂ ଶିଶୁର ରଙ୍ଗ ସଫା ପାଇଁ ମହିଳାଙ୍କୁ କ’ଣ କରିବାକୁ ପଡିବ ? Kumudeni Tripathy – ଛୁଆର ରଙ୍ଗ କାହିଁକି କଳା ହୁଏ ଏବଂ ଶିଶୁର ରଙ୍ଗ ସଫା ପାଇଁ ମହିଳାଙ୍କୁ କ’ଣ କରିବାକୁ ପଡିବ ? ଜୀବନଚର୍ଯ୍ୟା Share ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ ଜାଣିବା ଆପଣ ମାନଙ୍କ ପାଇଁ ନିତାନ୍ତ ଜରୁରୀ ଅଟେ । କାରଣ ଏହା ଆପଣ ଏବଂ ଆପଣଙ୍କର ପିଲା ପାଇଁ ଭଲ ଅଟେ । ଗୋଟିଏ ନାରୀ ବିବାହ ହେବା ପରେ ମଧ୍ୟ ତାର ବୈବାହିକ ଜୀବନର ସାର୍ଥକତା ସେ ଲାଭ କରିନତାଏ , ସେତେବେଳେ ସେ ନିଜ ଜୀବନର ସାର୍ଥକତା ଲାଭ କରେ ଯେତେବେଳେ ସେ ମା ହେବାରେ ସାର୍ଥକତା ଲାଭ କରେ ମା ହେବା ପରେ ଜଣେ ନାରୀର ନାରୀ ଜନ୍ମ ସଫଳ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ । ମାତ୍ର ଆପଣ ମାନେ ତ ଜାଣିଛନ୍ତି ପ୍ରତ୍ୟେକ ମା ଚାହାନ୍ତି ଯେ ତାଙ୍କର ପିଲାମାନେ ଟିକେ ଗୋରା ହୁଅନ୍ତି ବୋଲି ମାତ୍ର ସମସ୍ତ ପିଲା ସେପରି ହୋଇନାହାନ୍ତି କେହି କଳା ହୋଇଥାଏ ତ ପୁଣି କେହି ଗୋରା ହୋଇଥାଏ । ତେବେ ପିଲା ତ ପିଲା କଳା ଗୋରାରେ ସଂପର୍କ କିଛି ନାହିଁ ତଥାପି ପ୍ରତ୍ୟେକ ବ୍ୟକ୍ତି ମାନେ ଚାହାନ୍ତି ସେମାନଙ୍କ ପିଲା ଟିକେ ଗୋରା ହେବା ପାଇଁ । ଆଜି ଆମେ ଆପଣ ମାନଙ୍କୁ କହିବୁ କି ପିଲା ମାନେ କାହିଁକି କଲା ହୋଇଥାନ୍ତି ଏବଂ ପିଲା ମାନେ ଗୋରା ହେବା ପାଇଁ କଣ କରିବା ଉଚିତ । 1–ଏକ ସୂଚନା ଅନୁସାରେ ଦେଖାଯାଇଛି କି ସମସ୍ତ ମଣିଷ ଙ୍କ ଶରୀରରେ ମେଲାଲୀନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ , ତେବେ ପିଲା ଥିବା ସମୟରେ ଯେଉଁ ବ୍ୟକ୍ତିର ଏହି ହରମୋନ ଅଧିକ କ୍ଷରଣ ହୁଏ ତେବେ ସେହି ପିଲାଟି କଲା ହୋଇଥାଏ ଏହଂକମ ହେଲେ ଗୋରା ହୋଇଥାଏ । 2–ଏହା ବ୍ୟତୀତ ଅନ୍ୟ ଏକ କାରଣ ରହିଛି ଜିନ ଗତ , ଜିନ ଗତ କହିଲେ ଯେଉଁ ପିଲାର ବାପା ମା ଗୋରା ହୋଇଥାନ୍ତି ସେ ପିଲାମାନେ ଗୋରା ହୋଇଥାନ୍ତି । କଣ କରିବା ଦ୍ୱାରା ପିଲାଙ୍କ ର ରଙ୍ଗ ଗୋରା ହୋଇଥାଏ:- Related Posts jitu das amrutabani – ତୁଳସୀ ପୂଜା ଭୁଲରେ ବି କରିବେ ନାହିଁ… Nov 10, 2022 ଯାଦୁ, କାଛୁ, କୁଣ୍ଡିଆ ( Fungal Infection ) ସବୁଦିନ ପାଇଁ ଭଲ… Aug 30, 2022 ପାଦ ଯନ୍ତ୍ରଣା ( Heel Pain ) ହେଲେ କ’ଣ କରିବେ ? | Dr. Prabha SP Aug 25, 2022 1- ଯେଉଁ ନାରୀ ମାନେ ଗର୍ଭବତୀ ରହିଛନ୍ତି ସେମାନେ ପ୍ରତ୍ୟେକ ଦିନ ଭିଟାମିନ A ,ଭିଟାମିନ C ଏବଂ E ଯୁକ୍ତ ଖାଦ୍ୟ ସେବନ କରନ୍ତୁ , ଏପରି କରିବା ଦ୍ୱାରା ଆପଣଙ୍କର ପିଲା ଗୋରା ହୋଇଥାଏ । କାରଣ ଏଥିରୁ ଆମ ମାନଙ୍କୁ ଭିଟାମିନ ବହୁତ ମାତ୍ରାରେ ମିଳିଥାଏ । 2–ଗର୍ଭବତୀ ମହିଳା ମାନେ ସମସ୍ତ ପ୍ରକାର ଫଳ ଜାତୀୟ ଖାଦ୍ୟ କାଇବା ଦରକାର ଯାହା ଦ୍ୱାରା ଶରୀରରେ ମେଲଲିନ କ୍ଷରଣ କମ ହେବାରେ ଲାଗିଥାଏ । ଏହା ସହ ସବୁଜ ପନିପରିବା ଅଧିକ ମାତ୍ରାରେ ଖାଇବା ଉଚିତ । 3–ମହିଳା ମାନେ ଗର୍ଭବତୀ ହୋଇଥିଲେ ଅଁଳା କୋଳି ,କମଳା ଏବଂ କଦଳୀ ଆଦି ଫଳ ନିୟମିତ ଖାଇବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । Share Prev Post ଦେଖନ୍ତୁ ଅଦଭୁତ ଏଠାରେ ପଞ୍ଚମୁଖୀ ଶିବ ମନ୍ଦିର ଏଠାରେ ସମସ୍ତ ମନଷ୍କାମନା ପୂରଣ ହୁଏ ମହିମା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ Next Post Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?<eos>
2022-12-08T12:42:05Z
https://live43today.com/kum-di-ni-tir-pa-th-y-chuar-ra-n-go/
OSCAR-2301
<bos>ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ବ୍ୟକ୍ତିଗତ କାରଣରୁ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଅନେକ ଦିନରୁ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଜାରି ରହିଥିବା ମତଭେଦ ତଥା ମନାନ୍ତର ଆଜି ଏକ ଭିନ୍ନ ମୋଡ ନେଇଛି । ଅନ୍ୟପକ୍ଷରେ ପୂର୍ବରୁ ତାଙ୍କ ଇସ୍ତଫା ନେଇ ଗୁଜବ ଉଠୁଥିବାବେଳେ ସେ ଇସ୍ତଫା ଖବରକୁ ଅସ୍ୱୀକାର କରି ଆସୁଥିଲେ । ଉର୍ଜିତଙ୍କ ଏଭଳି ହଠାତ୍ ନିଜ ପଦବୀରୁ ଇସ୍ତଫା ଦେବା ପରେ ଦେଶର ଅର୍ଥନୀତି ଉପରେ ଏହାର କି ପ୍ରଭାବ ପଡିବ, ସେନେଇ କଳ୍ପନା ଜଳ୍ପନା ଜାରି ରହିଛି ।<eos>
2022-12-07T04:23:38Z
https://odishasambad.in/rbi-governor-urjit-patel-steps-down/
OSCAR-2301
<bos>ମୁମ୍ବାଇ ଡ୍ରଗ୍ସ ମାମଲା ୨୮ ଦିନ ପରେ ଜେଲ୍‌ରୁ ବାହାରିଲେ ଆର୍‌ୟନ ଖାନ, ଆର୍ଥର ରୋଡ ଜେଲରୁ ବାହାରିଲେ ଆର୍‌ୟନ ଖାନ୍, ଡ୍ରଗ୍ସ ମାମଲାରେ ଅକ୍ଟୋବର ୨ରେ ଆର୍‌ୟନ ଖାନଙ୍କୁ ଗିରଫ କରିଥିଲା NCB - TIMES OF ODISHA Skip to content Wednesday, December 7, 2022 TIMES OF ODISHA A Odisha information based… News State Nation & World City Politics Sports Entertainment Interview Literature Lifestyle Career Fast News ମୁମ୍ବାଇ ଡ୍ରଗ୍ସ ମାମଲା ୨୮ ଦିନ ପରେ ଜେଲ୍‌ରୁ ବାହାରିଲେ ଆର୍‌ୟନ ଖାନ, ଆର୍ଥର ରୋଡ ଜେଲରୁ ବାହାରିଲେ ଆର୍‌ୟନ ଖାନ୍, ଡ୍ରଗ୍ସ ମାମଲାରେ ଅକ୍ଟୋବର ୨ରେ ଆର୍‌ୟନ ଖାନଙ୍କୁ ଗିରଫ କରିଥିଲା NCB October 30, 2021 October 30, 2021 S pani 0 Comments ← ଜରପଡ଼ା ଥାନା NH-୫୫ ଲକ୍ଷ୍ମୀପୁର ନିକଟରେ ଦୁର୍ଘଟଣା, ଟ୍ରକ୍‌-ପରିବା ବୋଝେଇ ପିକ୍‌ଅପ ଭ୍ୟାନ ମୁହାଁମୁହିଁ ଧକ୍କା; ୨ ମୃତ ମମିତା ହତ୍ୟା ମାମଲା; କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତିକୁ କଂଗ୍ରେସର ସମାଲୋଚନା, ମନ୍ତ୍ରୀଙ୍କ ବିବୃତି ହାଲ୍‌କା, ଅର୍ଥହୀନ; ଗଣେଶ୍ବର ବେହେରାକ୍ଷମତାର ଅଂହଙ୍କାର ପାଇଁ ଏଭଳି ଘଟଣା ଘଟିଛି, କଂଗ୍ରେସ ଏହାକୁ କଠୋର ଭାବେ ନିନ୍ଦା କରେ; ଗଣେଶ୍ବର ବେହେରା → You May Also Like ମମିତା ହତ୍ୟା ମାମଲାରେ ମୋର କୌଣସି ସଂପୃକ୍ତି ନାହିଁ,ମୋ ଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହେବନି, ମୁଁ ଭାରତୀୟ ବାୟୁସେନାର ଜଣେ ପାଇଲଟ, ଦେଶପାଇଁ ଲଢ଼ିଛି, ମୋ ଦ୍ୱାରା କୌଣସି ଘୃଣ୍ୟ, ବେଆଇନ କାମ ହୋଇପାରିବନି, ଘଟଣା ଘଟିଛି ସନସାଇନ ପବ୍ଲିକ ସ୍କୁଲରେ, ସେଠାକୁ ମୁଁ କେବେ ଯାଇନି; ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର November 17, 2021 November 17, 2021 S pani 0 ସୁବର୍ଣ୍ଣପୁର ଜିଲ୍ଲା କୁଦୋପାଲିରେ ୩୫ ଟିକିଆ ହାତୀପଲର ଉପଦ୍ରବ, ୮ ବଖରା ଘର ଭାଙ୍ଗିବା ସହ ସଞ୍ଚିତ ଧାନ ଖାଇଦେଲେ ହାତୀ, ୩ ବାଇକକୁ ବି ହାତୀପଲ କଚାଡ଼ି ଭାଙ୍ଗିଥିବା ଅଭିଯୋଗ November 22, 2021 November 22, 2021 S pani 0 ନଭେମ୍ବର ୨୯ରୁ ସଂସଦ ଶୀତକାଳୀନ ଅଧିବେଶନ, ନଭେମ୍ବର ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ତାରିଖ ଯାଏ ଚାଲିବ October 26, 2021 October 26, 2021 S pani 0 Leave a Reply Cancel reply Your email address will not be published. Required fields are marked * Comment * Name * Email * Website Save my name, email, and website in this browser for the next time I comment. FAST NEWS ତେଲକୋଇ: ୪୯ନଂ ଜାତୀୟ ରାଜପଥରେ ଓଲଟିଲା ବସ୍ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଗାଁ ନିକଟରେ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା । ବସରେ ଥିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ସମ୍ମୁଖରୁ ହଠାତ୍ ଏକ ସାଇକେଲ ଆରୋହୀ ମାଡ଼ି ଆସିବାରୁ ଚାଳକ ଷ୍ଟିୟରିଙ୍ଗ ମୋଡି ଦେବାରୁ ରାସ୍ତାକଡ଼ରେ ବସଟି ଓଲଟିପଡ଼ିଥିଲା । ଘଟଣାସ୍ଥଳରେ କାଞ୍ଜିପାଣି ପୁଲିସର ତଦନ୍ତ ଜାରି। December 5, 2022 ବଙ୍ଗୋପସାଗରରେ ଭୂକମ୍ପ ଝଟକା, ଆଜି ସକାଳ ୮ଟା ୩୨ରେ ଭୂକମ୍ପ ଅନୁଭୂତ ସୂଚନା, ୫.୧ ତୀବ୍ରତାର ଝଟକା ହୋଇଥିବା ନେଇ NCSର ସୂଚନା December 5, 2022 ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ, ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ, ଗିରଫ ଅଭିଯୁକ୍ତ କୋରେଇ ତହରପୁର ଗ୍ରାମର ମନୋଜ ସାହୁ ସୂଚନା November 22, 2022 ତେଲକୋଇ: କାଉଁଶିନାଳୀ ଗାଁରେ ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁ ଓ ୧ ଛେଳି ମୃତ; ଆଉ ୧୩ ଗୋରୁ ଅସୁସ୍ଥ ସୂଚନା, ବାର୍‌ହା ଠାରୁ ଫସଲ ରକ୍ଷା ପାଇଁ କେହି ବିଷାକ୍ତ ପୋଚ ପକାଇଥିବା ସନ୍ଦେହ November 19, 2022 ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର November 19, 2022 ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ପର୍ଯ୍ୟଟକ, ASI ଅଧୀନରେ ଆସୁଥିବା ଦେଶ ଓ ରାଜ୍ୟର ସମସ୍ତ ଐତିହ୍ୟ ସ୍ଥଳି ଆଜି ଦେୟମୁକ୍ତ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା November 19, 2022 ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ବଜାରରେ ଆଖିବୁଜା ଗୁଳିମାଡ଼; ୭ ମୃତ November 17, 2022 ଆଜି ସକାଳେ ବାଲିଯାତ୍ରା ମଞ୍ଚରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସା.ସଂପାଦକ ଅବିନାଶ ମହାନ୍ତି, ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତ ଗାଇଲେ ଅବିନାଶ November 16, 2022 ENTERTAINMENT Entertainment News ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ : ୭୫ ବର୍ଷ ବୟସରେ ଦେହାନ୍ତ November 26, 2022 November 26, 2022 admin 0 ମୁମ୍ବାଇ: ସିନେମା ଜଗତର ଭେଟରାନ ଆକ୍ଟର ବିକ୍ରମ ଗୋଖଲେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବିକ୍ରମ ଗୋଖଲେଙ୍କ<eos>
2022-12-07T03:14:17Z
https://timesofodisha.com/aryan-khan-was-released-from-jail-28-days-after-the-mumbai-drug-case/
OSCAR-2301
<bos>ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଉପକଣ୍ଠ ଗୁରୁତ୍ୱପୂର୍ଣ୍ଣ ଜୟଦେବ ଆସନରେ ବିଜେଡି ଉଦ୍ଦେଶ୍ୟମୂଳକ ଭାବେ କରୁଛି ଟ୍ରାଏଲ ଆଣ୍ଡ ଏରର ମେଥଡ୍। ସଂଯୋଗ ବଶତଃ ବିନା ଏରରରେ ଫଳାଫଳ ବିଜେଡି ସପକ୍ଷରେ ଯାଉଛି।ଏହା ଅଡୁଆ ଲାଗୁଥିଲେ ବି ସଂପୂର୍ଣ୍ଣ ସତ। କାରଣ ପ୍ରତି ନିର୍ବାଚନରେ ଜୟଦେବ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳାଇ ନିଜର… ନ୍ୟୁଜ୍ ବଜେଟରେ ଚାଷୀଙ୍କୁ ତୋଫା:କିନ୍ତୁ ଓଡ଼ିଶାର ଋଣ ବୋଝ ୯୦ହଜାର କୋଟିକୁ ଟପିବ February 7, 2019 ନିର୍ବାଚନ ବର୍ଷରେ ଚାଷୀ କାର୍ଡ ଖେଳୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଦି ସରକାର ୬ହଜାର ଟଙ୍କା ଦେବାକୁ ଘୋଷଣା କଲେ। ଆଉ ଗୁବୁବାରରେ ଚାଷୀଙ୍କ ପାଇଁ ଭଣ୍ଡାର ଖୋଲି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କ ଲାଗି ଆରମ୍ଭ କରିଥିବା କାଳିଆ ଯୋଜନାକୁ କାମଚଳା… ନ୍ୟୁଜ୍, ପଲିଟିକ୍ସ କମୁଛି ପେଟ୍ରୋଲ-ଡିଜେଲ ଦର,ଘାଟାରେ ଓଡ଼ିଶା December 30, 2018 ଭୁବନେଶ୍ୱର:ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଘଟିଲେ ଓଡ଼ିଶା ରାଜ୍ୟ ରାଜନୀତି ସରଗରମ ହୋଇଯାଏ।ତୈଳ ଦର ନେଇ ବିଜେଡି-କଂଗ୍ରେସ ଚକା ଜାମ୍ କରନ୍ତି। ଗତ ସେପ୍ଟମ୍ବର ୭ରେ ସାରା ରାଜ୍ୟରେ ୩ଦିନ ପାଇଁ ଆନ୍ଦଳୋନ କରିଥିଲା ବିଜୁ ଜନତା ଦଳ। ବିଜେଡିର ଦୈନିକ ୨ଘଣ୍ଟିଆ ଆନ୍ଦଳୋନର ଟାର୍ଗେଟରେ ଥିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର… ପଲିଟିକ୍ସ ପେଟ୍ରୋଲ-ଡିଜେଲ ଦର ବୃଦ୍ଧିରୁ ଓଡ଼ିଶା ଲାଭାନ୍ୱିତ; ଜେଟଲୀଙ୍କ କଥା ମାନିଲେ ଘାଟା ସହିବେ ନବୀନ October 6, 2018 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ରହିଛି। ବନ୍ଧୁତା ପାଇଁ ଜେଟଲୀ, ଅତୀତରେ ଓଡ଼ିଶା ବିଜେପିର ସ୍ୱାର୍ଥକୁ ଅଣଦେଖା କରିଛନ୍ତି। ଓଡ଼ିଶା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରୁଥିବା ବେଳେ ନବୀନ ନିବାସରେ ଲଞ୍ଚ କରୁଥିଲେ ବନ୍ଧୁ ଜେଟଲୀ। ମେକ୍ ଇନ୍…<eos>
2022-12-04T18:33:20Z
http://www.bartamanodisha.com/tag/sashi-bhusan-behera/
OSCAR-2301
<bos>କୁହାଯାଏ ବିବାହ ହେଉଛି ଦୁଇଟି ଆତ୍ମାର ମିଳନ। ବିବାହକୁ ଜୀବନରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ବିଚାର ବୋଲି ଧରାଯାଏ। କାରଣ ବିବାହର ଭୁଲ୍ ନିଷ୍ପତ୍ତି କେବଳ ଦୁଇଟି ଜୀବନ ନୁହେଁ, ଦୁଇଟି ପରିବାରର ଭବିଷ୍ୟତକୁ ବି ନଷ୍ଟ କରିଦିଏ। ସେହିପରି ବିବାହର ଗୋଟିଏ ନିର୍ଦ୍ଦିଷ୍ଟ ବୟସସୀମା ବି ରହିଛି। କିଏ କେମିତି ବୁଝୁଛି…<eos>
2022-11-29T03:38:54Z
http://www.bartamanodisha.com/tag/bollywood-celebrity-marred-after-40/
OSCAR-2301
<bos>ଭୁବନେଶର: ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର ଆଠଗଡ଼ର ରାଜନୈତିକ ଇତିହାସ ଫର୍ଦ୍ଦ ବେଶ ଲମ୍ବା। କିନ୍ତୁ ଓଡ଼ିଶା ରାଜନୀତିକୁ ନିୟନ୍ତ୍ରଣ କରୁଥିବା ସେହି ଆଠଗଡ଼ ପଲିଟିକ୍ସକୁ କଣ୍ଟ୍ରୋଲ କରନ୍ତି ନାହିଁ ସ୍ଥାନୀୟ ଭୋଟର। ବାହାରୁ ନେତା ଆସନ୍ତି, ଆଠଗଡ଼ରୁ ଜିତନ୍ତି ଏବଂ ରାଜ୍ୟ ଶାସନର ମଙ୍ଗୁଆଳ ହୁଅନ୍ତି। ସ୍ୱାଧୀନତା ପୂର୍ବରୁ…<eos>
2022-11-29T04:56:29Z
http://www.bartamanodisha.com/tag/radhanath-rath/
OSCAR-2301
<bos>ଦୁର୍ଘଟଣା ବା ଅଘଟଣ ଶବ୍ଦଟି ସମସ୍ତଙ୍କ ପାଇଁ ଦୁଃଖଦାୟକ ଏବଂ ଭୟାନକ ହୋଇଥାଏ।ଆମେ ଅନେକ ପ୍ରକାର ଦୁର୍ଘଟଣା ଆମେ ଆମ ଚତୁପାର୍ଶ୍ଵରେ ଦେଖିବାକୁ ପାଇଥାଉ। ବହୁତ୍ ଏମିତି ଦୁର୍ଘଟଣା ରହିଛି ଯାହା ଆମକୁ ସ୍ତବ୍ଧ କରି ଦେଇଥାଏ। ତେବେ କହିବାକୁ ଗଲେ ଦୁର୍ଘଟଣା ସମସ୍ତ ଙ୍କୁ ଏକ ଅଜଣା ଆଘାତ ଅଚାନକ ଭାବରେ ଦେଇ ଯାଇଥାଏ। ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ। କାରଣ ଏବେ ସାମ୍ନାକୁ ଆସିଛି ଆଉ ଏକ ଦୁର୍ଘଟଣା ର ଭୟାନକ ଚିତ୍ର ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ଅଟେ କିନ୍ତୁ ଏହାକୁ ମାନିବାକୁ ପଡ଼ିବ। ତେବେ ଘଟିଥିବା ଏହି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଏହା ଲୋକ ଲୋଚନକୁ ଆସିଛି।ତେବେ ଏହି ନିକଟରେ ଘଟିଛି ଏହି ଘଟଣା ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅଚାନକ ଭାବରେ ଏମିତି ଏକ ଘଟଣା ଏଠାରେ ଘଟି ଯାଇଛି ଯାହା ଦେଖିଲେ ଲାଗୁଛି କଣ ଏମିତି ବି ଘଟିପାରେ। ବିପଦ ଏମିତି ବି ସାମ୍ନାକୁ ଆସିପାରେ। ଯେଉଁଠାରେ ଜଣେ ଯୁବକ ମାଛ ଧରିବାକୁ ନଦୀକୁ ଯାଇଥିଲେ ଏବଂ ସେଠାରେ ବନ୍ୟାଜଳ ବଢ଼ିଯିବା କାରଣରୁ ଫସି ଗଲେ। ଏହାପରେ ସେ ସେଠାରେ ଥିବା ଏକ ଗଛରେ ଆଶ୍ରୟ ନେଇଥିଲେ। ଭୟାନକ ସ୍ଥିତି ରେ ସେ ସେଠାରେ ରହିଥିବା ବେଳେ ତାଙ୍କୁ ସେଠାରୁ କିଛି ସମୟ ପରେ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କରିଥିଲେ।ଏହି ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୁଞ୍ଜ ବିହାରୀ ନିକଟରେ କୁସୁମୀ ନଦୀ ନିକଟରେ ଥିବା ନୂଆ ସାହସପୁର ଗ୍ରାମର ୩୯ ବର୍ଷୀୟ କିଶୋର ଚନ୍ଦ୍ର ପ୍ରଧାନ ତାଙ୍କର କିଛି ବନ୍ଧୁଙ୍କ ସହ ମାଛ ଧରିବାକୁ ଯାଇଥିଲେ। ଆଉ ଠିକ୍ ଏତିକି ସମୟରେ କୁସୁମୀ ନଦୀରେ ଧିରେ ଧିରେ ବନ୍ୟାଜଳ ବଢି ଯାଇଥିଲା। ଜଳ ବଢ଼ିବାକୁ ଦେଖୀ କିଶୋର ଙ୍କ ଅନ୍ୟ ସାଙ୍ଗ ମାନେ ନଦୀ କୂଳକୁ ଚାଲି ଆସିଥିବା ବେଳେ କିଶୋର କିନ୍ତୁ ଆସି ପାରି ନଥିଲେ ଏବଂ ସେଠାରେ ଥିବା ଆମ୍ବ ଗଛକୁ ଚଢ଼ି ଯାଇଥିଲେ। ଏହାପରେ ଅନ୍ଯ ବନ୍ଧୁ ମାନେ ଗାଆଁ କୁ ଆସି ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ସେଠାରେ ଆସି ପହଞ୍ଚିଥିଲେ ଆଉ ବନ୍ୟା ଘେରରେ ଥିବା ଏହି ଯୁବକ କିଶୋର ଙ୍କୁ ଉଦ୍ଧାର କରିଥିଲେ।ଆମେ ଅଧିକାଂଶ ସମୟରେ ଦେଖିବାକୁ ପାଇଥାଉ କିପରି ଭାବରେ ହଠାତ୍ ମଣିଷ ଉପରକୁ ବେଳେ ବେଳେ ବିପଦ ମାଡ଼ି ଆସିଥାଏ। ସେହିପରି ମଧ୍ୟ ମଣିଷ ଅନେକ ସମୟରେ ନିଜର ସାମାନ୍ୟ ଅସାବଧାନତା ପାଇଁ ବିଭିନ୍ନ ପ୍ରକାର ଅସୁବିଧା ଏବଂ ବିପଦ କୁ ମଧ୍ୟ ସାମ୍ନା କରିଥାଏ। ଆଉ ବେଳେ ବେଳେ ଏହି ଭଳି କିଛି ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କାହାର ଜୀବନ ଚାଲିଯାଏ। ତେଣୁ ଏଥିପ୍ରତି ସର୍ବଦା ସଚେତନ ରୁହନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 0 Share Prev Post ଶେଷରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଲା ! ବାହାଘର ପରେ କନ୍ୟାଙ୍କ ପାଦ ଛୁଇଁଲେ ବର: ଭାଇରାଲ ହେଉଛି ଭିଡିଓ, ଲୋକେ କରୁଛନ୍ତି ପ୍ରଶଂସା…ଦେଖନ୍ତୁ ଭିଡ଼ିଓ<eos>
2022-12-02T00:34:14Z
https://news22media.com/machha-dharibaku-jaithile-hatht-madi-aasila-pani/
OSCAR-2301
<bos>Zomato delivery boy attacks woman after delay ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲା– News18 odia ଟ୍ରେଣ୍ଡିଙ୍ଗ CHANGE LANGUAGE ଓଡ଼ିଆ ENGLISHहिन्दी मराठीગુજરાતીঅসমীয়া ಕನ್ನಡ বাংলা മലയാളം తెలుగు ਪੰਜਾਬੀ اردو ଓଡ଼ିଆ WATCH LIVE TV DOWNLOAD APP FOLLOW US ON Trending Topics :#Odisha#CoronaVirus ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଏଣ୍ଟରଟେନମେଣ୍ଟ ଟେକ୍ ସ୍ପୋର୍ଟ୍ସ ଫଟୋ ଗ୍ୟାଲେରୀ ଭିଡିଓ କରୋନା ଭାଇରସ #CryptoKiSamajh ଜୀବନଶୈଳୀ ପର୍ବପର୍ବାଣୀ നിങ്ങളുടെ നഗരം തിരഞ്ഞെടുക്കുക തിരുവനന്തപുരം കൊച്ചി കോഴിക്കോട് മലപ്പുറം കണ്ണൂർ കാസർഗോഡ് ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ » ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲା ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲା ଯୁବତୀ ମଗାଇଥିବା ଖାଦ୍ୟ ବହୁତ ଡେରିରେ ଆସି ପହଞ୍ଚିବା ଯୋଗୁଁ ସେ ଜୋମାଟୋର କଷ୍ଟମର୍ କେୟାର ସହ କଥାବାର୍ତ୍ତା କରି ତାଙ୍କୁ କହିଥିଲେ ଯେ ଡେଲିଭରି ମ୍ୟାନ୍ ଆଣିଥିବା ଖାଦ୍ୟ ତାଙ୍କୁ ମାଗଣା ଦିଆଯାଉ ନହେଲେ ତାଙ୍କ ଅର୍ଡ଼ର କ୍ୟାନସଲ୍ କରାଯାଉ । ଆକ୍ରମଣର ଶିକାର ହୋଇଥିବା ହିତେଶା ଚନ୍ଦ୍ରାଣୀ News18 Odia Last Updated : March 10, 2021, 20:44 IST Share this: News18 Odia News18 Odia Digital ବେଙ୍ଗାଲୁରୁ: ପ୍ରସିଦ୍ଧ ଖାଦ୍ୟ ବିତରଣ ଆପ୍‌ ଜୋମାଟୋ (Zomato) ନାମରେ ଏକ ବଡ଼ ଅଭିଯୋଗ ଆସିଛି । ଏହି କମ୍ପାନୀର ଜଣେ ଡେଲିଭରି ମ୍ୟାନ୍‌ ଜଣେ ମହିଳା ଗ୍ରାହକଙ୍କ ଉପରେ ଆକ୍ରମଣ କରିଛନ୍ତି । ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଡେଲିଭରି ମ୍ୟାନଙ୍କୁ ଅର୍ଡ଼ରରେ ବିଳମ୍ବ ହେବାର କାରଣ ପଚାରିଥିଲେ ସେତେବେଳେ ସେ ରାଗିଯାଇଥିଲେ ଓ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ନିନ୍ଦନୀୟ ଘଟଣା ଘଟିଛି ବେଙ୍ଗାଲୁରୁରେ । ହିତେଶା ଚନ୍ଦ୍ରାଣୀ ନାମକ ଯୁବତୀ ସୋସିଆଲ୍‌ ମିଡ଼ିଆରେ ଏହି ଘଟଣା ବିଷୟରେ ଜଣେଇଛନ୍ତି ଓ ଏକ ଭିଡିଓ ଶେୟାର୍‌ କରି ଜୋମାଟୋର ଡେଲିଭରି ମ୍ୟାନ୍‌ ଦ୍ୱାରା ହୋଇଥିବା ଆକ୍ରମଣରେ ସେ ପାଇଥିବା ଆଘାତକୁ ଦେଖାଇଛନ୍ତି (zomato boy attacks woman)। ଏହା ବି ପଢ଼ନ୍ତୁ | ବଦଳିଲେ ବଡ଼ ପୋଲିସ୍‌ ଅଫିସର୍‌; ଟ୍ବିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ହେଲା ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଫୁଡ୍ ଡେଲିଭରି ଆପ୍ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ କହିଛି ଯେ କମ୍ପାନୀର ସ୍ଥାନୀୟ ପ୍ରତିନିଧୀମାନେ ପୋଲିସର ତଦନ୍ତରେ ଯୁବତୀଙ୍କ ସହାୟତା କରିବା ପାଇଁ ତାଙ୍କ ସହ ଯୋଗାଯୋଗ କରିବେ। ଭିଡିଓରେ ହିତେଶା ଚନ୍ଦ୍ରାଣୀ ନିଜ ନାକକୁ ଦେଖାଇ କହିଛନ୍ତି, ‘‘ମୋ’ ଜୋମାଟୋ ଡେଲିଭରି ଅର୍ଡ଼ର ଆସିବାପେ ବହୁତ ବିଳମ୍ବ ହୋଇଥିଲା । ଡେଲିଭରି ଦେବା ପାଇଁ ସେହି ବ୍ୟକ୍ତି ମୋ’ ଘରକୁ ଆସିଥିବା ବେଳେ ମୁଁ କଷ୍ଟମର୍‌ କେୟାର୍‌ ଏଗ୍ଜିକ୍ୟୁଟିଭଙ୍କ ସହ ଏ ବିଷୟରେ କଥା ହେଉଥିଲି । ଏହା ଶୁଣି ଡେଲିଭରି ମ୍ୟାନ୍‌ ରାଗିଯାଇଥିଲେ ଓ ମୋ’ ମୁହଁକୁ ଏକ ମୁକ୍କା ମାରିଥିଲେ । ମୋତେ ଆଘାତ କରି ସେ ପଳାଇଯାଇଥିଲେ । ମୋ’ ନାକରୁ ରକ୍ତସ୍ରାବ ହେବା ଆରମ୍ଭ କରିଥିଲା ।’’ ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଆତଙ୍କ ରାଜ୍‌: ଦିନ ଦ୍ବିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ମାରିଦେଲେ ଦୁର୍ବୃତ୍ତ ପରେ ହିତେଶାଆଉ ଏକ ଭିଡିଓ ଶେୟାର କରି ନିଜ ନାକ ଉପରେ ହୋଇଥିବା ବ୍ୟାଣ୍ଡେଜ୍ ଦେଫାଇଛନ୍ତି । ସେ କହିଛନ୍ତି, ‘‘ମୁଁ ସକାଳ ଠାରୁ କାମ କରୁଥିଲି ଓ ଜୋମାଟୋରୁ ଖାଦ୍ୟ ଅର୍ଡ଼ର କରିଥିଲି । ମୁଁ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଅର୍ଡର ଦେଇଥିଲି ଓ ଡେଲିଭରି ସାଢ଼େ ୪ଟା ସୁଦ୍ଧା ଆସିବ ବୋଲି ଆଶା କରାଯାଉଥିଲା । ହେଲେ ମୋ’ ଅର୍ଡ଼ର ଠିକ୍ ସମୟରେ ପହଞ୍ଚିଲା ନାହିଁ । ତେଣୁ ମୁଁ ଜୋମାଟୋର ଗ୍ରାହକ କେୟାର ସହିତ ବାରମ୍ବାର କଥାବାର୍ତ୍ତା କରୁଥିଲି ଓ ତାଙ୍କୁ କହୁଥିଲି ଯେ ଡେଲିଭରି ମ୍ୟାନ୍‌ ଆଣୁଥିବା ଖାଦ୍ୟ ମୋତେ ମାଗଣା ଦିଆଯାଉ ନହେଲେ ମୋ’ ଅର୍ଡ଼ର ବାତିଲ କରାଯାଉ ।’’ ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ’ର - ସବ୍ୟସାଚୀ ମିଶ୍ରଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା ସାହୁ View this post on Instagram A post shared by HITESHA | Beauty Influencer (@hiteshachandranee) ଏକ ଚାରି ମିନିଟର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ହିତେଶା କହିଛନ୍ତି, ‘‘ସେହି ସମୟରେ ଜୋମେଟୋର ଡେଲିଭରି ମ୍ୟାନ୍‌ ଆସିଥିଲା । ସେ ଖୁବ୍‌ ଅଭଦ୍ର ବ୍ୟବହାର କରିଥିଲା । ମୁଁ କବାଟ ପୂରା ଖୋଲି ନ ଥିଲି । ମୁଁ ତାଙ୍କୁ କହିଥିଲି ଯେ ମୁଁ କଷ୍ଟମର୍‌ କେୟାର୍‌ ସହ କଥା ହେଉଛି । ମୁଁ ତାଙ୍କୁ କହିଥିଲି ଯେ ମୁଁ ଏହି ଅର୍ଡ଼ର୍‌ ଚାହୁଁ ନାହିଁ କାରଣ ଏହା ପହଞ୍ଚିବାରେ ବହୁତ ଡେରି ହୋଇଛି, କିନ୍ତୁ ସେ ଅର୍ଡ଼ର୍‌ କ୍ଯାନସଲ୍‌ କରିବାକୁ ମନା କରି ପାଟି କରିଥିଲା ।’’ ‘‘ଭୟଭୀତ ହୋଇ ମୁଁ କବାଟ ବନ୍ଦ କରିବାକୁ ଚେଷ୍ଟା କଲି, କିନ୍ତୁ ସେ କବାଟକୁ ଠେଲିଦେଇଥିଲା ଓ ଟେବୁଲ୍‌ ଉପରୁ ଫୁଡ୍‌ ପ୍ୟକେଟ୍‌ ନେଇଯାଇ ମୋତେ ଗୋଟେ ପଞ୍ଚ୍‌ ମାରିଥିଲା । ତା’ ପରେ ସେ ଦୌଡ଼ି ପଳାଇଯାଇଥିଲା,’’ ନିଜ ଦୁଃଖଦ ଅନୁଭୁତି ବିଷୟରେ କହିଛନ୍ତି ହିତେଶା । ଜୋମାଟୋ କମ୍ପାନୀ ଏହି ଘଟଣା ବିଷୟରେ ଜାଣିବାକୁ ପାଇବା ପରେ ଏକ ଟ୍ୱିଟ୍‌ କରି କହିଛି, ‘‘ଏହି ଘଟଣାରେ ଆମେ କେତେ ଦୁଃଖିତ ତାହା ଆମେ କହି ପାରିବୁ ନାହିଁ । ଆମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ ଓ ନିଶ୍ଚିତ କରିବୁ ଯେ ଭବିଷ୍ୟତରେ ଏପରି ଘଟଣା ଯେପରି ଆଉ ନ ହୁଏ ।’’ Published by:Anand S.T. Das First published: March 10, 2021, 20:44 IST ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । Zomato ଫଟୋ ଗ୍ୟାଲେରୀ ... ... ... LIVE TV ବିଭାଗ ନ୍ୟୁଜ୍ ଟ୍ରେଣ୍ଡିଙ୍ଗ୍‌ ଫଟୋ ଗ୍ୟାଲେରୀ ଭିଡିଓ ଲାଇଭ ଟିଭି ତାଜା ଖବର ଟଲିଉଡ଼ରେ ଏଣ୍ଟ୍ରି କରିବେ ବାବୁସାନ! ଦମନକୁ ପ୍ରଶଂସା କଲେ ଅଲ୍ଲୁ ଅର୍ଜୁନ ଅଭିନବ ଉପାୟରେ ବିଶ୍ଵ ଏଡସ ଦିବସ ପାଳନ କଲେ ବିଦ୍ୟାର୍ଥୀ ଏଠାରେ ମୃତ ପରେ ପୋତାଯାଏନି ଶରୀର; ବର୍ଷ ବର୍ଷ ଧରି ସାଇତି ରଖନ୍ତି ପରିବାର ଲୋକ ରାହୁଲ ଗାନ୍ଧି ଗ୍ଲାମରସ..କିନ୍ତୁ ସଦ୍ଦାମ ହୁସେନଙ୍କ ପରି ଦେଖାଯାଉଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ ଡାଉନ ହେଲା ମୁମ୍ୱାଇ ବିମାନ ବନ୍ଦର ସର୍ଭର, ଜାଣନ୍ତୁ ପୁରା ଖବର ଆମ ବିଷୟରେ ଆମ ସହିତ ଯୋଗାଯୋଗ କରନ୍ତୁ | ଗୋପନୀୟତା ନୀତି କୁକି ନୀତି | ସାଇଟମ୍ୟାପ NETWORK 18 SITES News18 India CricketNext News18 States Bangla News Gujarati News Urdu News Marathi News TopperLearning Moneycontrol Firstpost CompareIndia History India MTV India In.com Burrp Clear Study Doubts CAprep18 Education Franchisee Opportunity CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.<eos>
2022-12-01T23:23:46Z
https://odia.news18.com/news/trending/zomato-delivery-boy-attacks-woman-after-delay-1ad-100321-ad-53091.html
OSCAR-2301
<bos>ନୀଳାଦ୍ରି ବିହାର ୧୦ ଟି ବସ୍ତିରେ ଡ୍ରୋନ୍ ସର୍ଭେ ,ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାରଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତିମୃତ ମଣିଷ ଜୀବିତ ହେବେ: ବିଜ୍ଞାନପ୍ରସ୍ତାବିତ ଯୋଜନା ଅନୁସାରେ ଉପକୂଳ ଜାତୀୟ ରାଜପଥ ଯାଉ, ଉପକୂଳୀୟ ବିକାଶ ପରିଷଦ ନାଉଗାଁ ଗଠିତପଟ୍ଟାମୁଣ୍ଡାଇ ତଳ ରାସ୍ତାରେ ବସ୍ ଚଳାଚଳ ନେଇ ତେଜିଲା ଆନ୍ଦୋଳନ Home ଦେଶ ବିଦେଶ କରୋନା ପରେ ମହାଶକ୍ତି ରୂପେ ଠିଆହେବ ଭାରତ। ଦେଶ ବିଦେଶ କରୋନା ପରେ ମହାଶକ୍ତି ରୂପେ ଠିଆହେବ ଭାରତ। By Odia News On Apr 16, 2020 0 Share ଭୁବନେଶ୍ବର (ବ୍ୟୁରୋ) : କରୋନା ପ୍ରଭାବ ଶେଷ ପରେ ଭାରତ ବିଶ୍ବର ଅନ୍ୟତମ ମହାଶକ୍ତି ଭାବରେ ଉଭା ହେବ । ଏପରିକି ରୁଷ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ପରି ଦେଶର ଜିଡ଼ିପି ଠାରୁ ଭାରତର ଅଭିବୃଦ୍ଧି ହାର ଅଧିକ ରହିବ । ଭାରତ ଓ ଚୀନ ମଧ୍ୟରେ ତୀବ୍ର ଆର୍ଥନୀତିକ ପ୍ରତିଦ୍ବନ୍ଦ୍ବିତାରେ ଭାରତ ବାଜି ମାରି ପାରିବ । ଏପରି ଆକଳନ କରିଛନ୍ତି ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଜନୈକ ଅଧିକାରୀ । ତାଙ୍କ ଆକଳନ ଅନୁସାରେ ଭାରତର ଜିଡ଼ିପି ଅଭିବୃଦ୍ଧି ୨୦୨୦ରେ ୧.୯%କୁ ହ୍ରାସ ପାଇବ । ସେହିପରି ଚୀନ ଅଭିବୃଦ୍ଧି ୧.୨%କୁ କମିବ । ଅନ୍ୟପକ୍ଷରେ ବ୍ରାଜିଲ, ରୁଷ ଓ ଦକ୍ଷିଣଆଫ୍ରିକା ପରି ଦେଶର ଅଭିବୃଦ୍ଧି ନକରାତ୍ମକ ରହିବ ଓ ବିଯୁକ୍ତାତ୍ମକ ସ୍ଥିତିରେ ପହଞ୍ଚିବ । ବ୍ରାଜିଲ୍ ବିଯୁକ୍ତ ୫.୩, ରୁଷ ବିଯୁକ୍ତ ୫.୫ ଓ ଦକ୍ଷିଣ ଆଫ୍ରିକା ବିଯୁକ୍ତ ୫.୮ରେ ପହଞ୍ଚିଯିବ । ମାତ୍ର ୨୦୨୧ ବେଳକୁ ଭାରତରେ ଅର୍ଥନୈତିକ ସ୍ଥିରତା ଆସିବା ସହ ଅଭିବୃଦ୍ଧି ୭.୪% ଛୁଇଁପାରେ । ତେବେ ଭାରତ ସହ ଅନ୍ୟ ରାଷ୍ଟ୍ରଗୁଡ଼ିକ ସମକକ୍ଷ ହୋଇ ପାରିବେ ନାହିଁ । ବ୍ରାଜିଲ୍, ଚୀନ ଓ ଦକ୍ଷିଣ ଆଫ୍ରିକା ଆଦି ଦେଶର ଅଭିବୃଦ୍ଧି ଅତିବେଶରେ ୨.୯ରୁ ୪% ମଧ୍ୟରେ ରହିବ ବୋଲି ସେ ଆକଳନ କରିଛନ୍ତି ।ଅନ୍ୟପକ୍ଷରେ ଆମେରିକାର ଅଭିବୃଦ୍ଧି ୨୦୨୦ରେ ବିଯୁକ୍ତ ୫.୯%ରେ ଓ ୟୁରୋପୀୟ ଦେଶଗୁଡ଼ିକରେ ଏହା ବିଯୁକ୍ତ ୭.୫%ରେ ପହଞ୍ଚିପାରେ ବୋଲି ଆକଳନ ହୋଇଛି । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଏହା ବିଯୁକ୍ତ ୨.୮ ଓ ଲାଟିନ ଆମେରିକୀୟ ଦେଶରେ ଏହା ବିଯୁକ୍ତ ୫.୨% ହୋଇପରେ । ମାତ୍ର କରୋନାତ୍ତର ସମୟରେ ୨୦୨୧ ବେଳକୁ ଏହି ଦେଶଗୁଡ଼ିକରେ କିଛିଟା ଅଭିବୃଦ୍ଧି ଘଟିବ । ମାତ୍ର ତାହା ଦୁଇ ଏସୀୟ ମହାଶକ୍ତି ଭାରତ ଓ ଚୀନକୁ ଅତିକ୍ରମ କରି ପାରି​‌ବେ ନାହିଁ । ଏସୀୟ ଦେଶ ଭାରତ ଓ ଚୀନରେ ଏହି ସମୟରେ ସାମଗ୍ରିକ ଅଭିବୃଦ୍ଧି ହାର ୮.୫ ପର୍ଯ୍ୟନ୍ତ ରହିବ ବୋଲି ରହ ରିପୋର୍ଟରେ କୁହାଯାଇଛି । 0 Share FacebookTwitterGoogle+ReddItWhatsAppPinterestEmail Odia News Prev Post ସରପଞ୍ଚଙ୍କ ଆହ୍ବାନ ଜିତିବ ଓଡିଶା ହାରିବ କରୋନା।କକଲାରାହାଙ୍ଗ ଗାଁରେ କରୋନା ସଚେତନତା ଏବଂ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା।<eos>
2022-12-01T23:24:58Z
https://odianews.org/india-16/
OSCAR-2301
<bos>ନିୟମ ନମାନି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଆଳରେ ସାଂସଦ ଅପରାଜିତାଙ୍କ ପଦଯାତ୍ରା ରାଜନୀତି, ଟମାଟୋ ମାଡ଼ କଲା ଯୁବ କଂଗ୍ରେସ - The Sakala The Sakala - Latest Odisha News, Breaking News Today | Top Updates on Corona Home ବଡ ଖବର ଓଡ଼ିଶା ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡ଼ା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ଜଗତସିଂହପୁର ଝାରସୁଗୁଡ଼ା ଢେଙ୍କାନାଳ ଦେବଗଡ଼ ନବରଙ୍ଗପୁର ନୟାଗଡ଼ ନୂଆପଡ଼ା ପୁରୀ ବରଗଡ଼ ବଲାଙ୍ଗୀର ବାଲେଶ୍ଵର ବୌଦ୍ଧ ଭଦ୍ରକ ମୟୂରଭଞ୍ଜ ମାଲକାନଗିରି ଦେଶ- ବିଦେଶ All ଦେଶ- ବିଦେଶ ବ୍ୟାନ୍ ହେଲା ହୁକ୍କା ବାର ଦେଶ- ବିଦେଶ ଛତିଶଗଡରେ ଚୂନ ପଥର ଖଣି ଭୁଶୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି ଦେଶ- ବିଦେଶ ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି, ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ… Prev Next ବିଶେଷ ଜୀବନଚର୍ଯ୍ୟା ଧର୍ମ ବାଣିଜ୍ୟ ଅପରାଧ ଖେଳ ଖବର ମନୋରଞ୍ଜନ ରାଜନୀତି ePaper ଅଟୋମୋବାଇଲ ଆମ ରୋଷେଇ ଟେକ୍ନୋଲୋଜି ଧର୍ମ ନିଯୁକ୍ତି ବିଶେଷ ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ Home ଓଡ଼ିଶା ନିୟମ ନମାନି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଆଳରେ ସାଂସଦ ଅପରାଜିତାଙ୍କ ପଦଯାତ୍ରା ରାଜନୀତି, ଟମାଟୋ ମାଡ଼ କଲା ଯୁବ କଂଗ୍ରେସ ନିୟମ ନମାନି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଆଳରେ ସାଂସଦ ଅପରାଜିତାଙ୍କ ପଦଯାତ୍ରା ରାଜନୀତି, ଟମାଟୋ ମାଡ଼ କଲା ଯୁବ କଂଗ୍ରେସ By The Sakala SS Last updated Apr 27, 2022 ପୁରୀ : ନିୟମ ମାନୁନାହାନ୍ତି ନିଜେ ଆଇନ ପ୍ରଣୟନକାରୀ ସାଂସଦ। ସାଂସଦ ହୋଇ ଭାଙ୍ଗିଲେ ଆଇନ । ନିୟମ ନମାନି ପୁରୀରେ ପଦଯାତ୍ରା କରିଛନ୍ତି ଅପରାଜିତା । ଆଇନଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପଦଯାତ୍ରାକୁ ଅନୁମତି ଦେଇନଥିବା ବେଳେ ସାଂସଦ ତାଙ୍କ ସହ ଭୁବନେଶ୍ବରରୁ ସମର୍ଥକଙ୍କୁ ଧରି ପୁରୀରେ ପହଞ୍ଚିଥିଲେ। ଶ୍ରୀଜିଉଙ୍କୁ ଦର୍ଶନ ଆଳରେ ପଦଯାତ୍ରା ରାଜନୀତି କରିବାକୁ ଅପରାଜିତା ଉଦ୍ୟମ କରୁଥିବା ଜଣାପଡିବା ପରେ ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବାକୁ ପୁଲିସ ପକ୍ଷରୁ ସାଂସଦଙ୍କୁ ଏକାକି ଦର୍ଶନ ପାଇଁ ଅନୁରୋଧ କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ପୁରୀ ସହରରେ ୧୮ ପ୍ଲାଟୁନ୍ ଫୋର୍ସ ଓ ୫୦ରୁ ଅଧିକ ପୁଲିସ ଅଧିକାରୀଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। କିନ୍ତୁ ଏସବୁକୁ ମାନି ନଥିଲେ ସାଂସଦ। ସମର୍ଥକଙ୍କୁ ସାଙ୍ଗରେ ନେଇ ନଯିବାକୁ ଅନୁରୋଧ କରିଥିଲା ପୁଲିସ କିନ୍ତୁ, ସାଂସଦ ପୁଲିସର ଅନୁରୋଧକୁ ଭୃକ୍ଷେପ ନକରି ପଦଯାତ୍ରା ପାଇଁ ଅଡି ବସିଥିଲେ। ଏହାପରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିଲା। ଏବଂ ବୁଝାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ମାନିବାକୁ ରାଜି ନଥିଲେ ସାଂସଦ ଅପରାଜିତା। ଏକାଧିକ ଗାଡି ନେଇ ପୁରୀ ଯାଉଥିବାରୁ ଅନୁମତି ଦେଇନଥିଲା ପୁଲିସ । ତେଣୁ କିଛି ବାଟ ଚାଲି ଚାଲି ଯାଇଥିଲେ ଅପରାଜିତା ଏହା ପରେ ମାଳତୀପାଟପୁରରୁ କାରରେ ଯିବା ପାଇଁ ଅନୁମତି ଦେଇଥିଲା ପ୍ରଶାସନ । ଅପରାଜିତାଙ୍କ ସହ ଯାଇଥିବା ଅନ୍ୟ ସମସ୍ତ ଗାଡିକୁ ମଧ୍ୟ ଯିବା ପାଇଁ ଅନୁମତି ଦିଆଯାଇଥିଲା । ଅଧିକ ପଢନ୍ତୁ କେନ୍ଦୁଝର ଜିଲ୍ଲାର ବାଂଶପାଳରେ ଖୋଲିବ ‘ଆଇଟିଆଇ’, ଟାଟା ଷ୍ଟିଲ୍… Dec 2, 2022 ଏଥିସହିତ ପଢ଼ନ୍ତୁ ଆଇପିଏଲରୁ ଅବସର ଘୋଷଣା କଲେ ବ୍ରାଭୋ, ଏହି ବଡ଼ ଦାୟିତ୍ବ ଦେଲା ଚେନ୍ନାଇ… Dec 2, 2022 ସେମାନେ କେବଳ ଦର୍ଶନ ପାଇଁ ଯାଇଥିବା ପୁଲିସକୁ କହିଥିଲେ। କିନ୍ତୁ ଦର୍ଶନ ଆଳରେ ବଡଦାଣ୍ଡରେ ପଦଯାତ୍ରା କରି ହୀନ ରାଜନୀତି କରିଛନ୍ତି ସାଂସଦ।ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବାକୁ ପୁଲିସର ଅନୁରୋଧକୁ ଭୃକ୍ଷେପ ନକରି ପଦଯାତ୍ରା କରି ଆଇନ ଭାଙ୍ଗିଛନ୍ତି ଅପରାଜିତା। ଆଇନର ରକ୍ଷାକାରୀ କିଭଳି ଆଇନର ଉଲ୍ଲଂଘନ କରୁଛନ୍ତି, ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି । ପୁରୀ ଜିଲ୍ଲା ପ୍ରଶାସନ କୌଣସି ପଦଯାତ୍ରା ପାଇଁ ଅନୁମତି ପ୍ରଦାନ କରିନଥିବା ବେଳେ ଅମାନିଆ ଭାବେ ସାଂସଦଙ୍କ ଏହି ରାଲିକୁ ପୁରୀବାସୀ ଘୋର ବିରୋଧ କରିଛନ୍ତି। ଜଣେ ସାଂସଦ ହୋଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାକୁ ଅପରାଜିତା ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା। ଏଥି ସହିତ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଅପରାଜିତାଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ବିରୋଧ କରାଯାଇ ଟମାଟୋ ମାଡ କରାଯାଇଛି। ସାଂସଦ ଅପରାଜିତାଙ୍କ ପଦଯାତ୍ରା ଉପରକୁ ଟମାଟୋ ମାଡ଼ କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଯୁବ କଂଗ୍ରେସ କର୍ମୀ ଟମାଟୋ ଫିଙ୍ଗିଥିବା ଜଣାପଡିଛି। ଅନ୍ୟପଟେ ଜଣେ ସାଂସଦ ହୋଇ ଏଭଳି ଆଇନର ଉଲ୍ଲଘଂନକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବରିଷ୍ଠ ସାମ୍ବାଦିକ ରବି ଦାସ ଏନେଇ କହିଛନ୍ତି ‘ଅପରାଜିତା କେବଳ ଜଣେ ସାଂସଦ ନୁହନ୍ତି ବରଂ ଜଣେ ପୂର୍ବତନ ପ୍ରଶାସିକା। ଆଇନ କାନୁନ ବିଷୟରେ ତାଙ୍କୁ ଭଲ ଭାବେ ଜଣା। ତାଙ୍କ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନର କଟକଣାକୁ ଖାତିର କରିନାହାନ୍ତି। ଆଇ ଉଲ୍ଲଂଘନ ହୋଇଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା କଥା। କାରଣ ଆଇନ ଆଖିରେ ସମସ୍ତେ ସମାନ।’, ସେହିପରି ଏହା କେବଳ ଶସ୍ତା ରାଜନୀତି ପାଇଁ ଉଦ୍ଧିଷ୍ଟ। ଜଣେ ସାଂସଦ ସର୍ବନିମ୍ନ ସୌଜନ୍ୟ ଦେଖାଇବା ସହ ଆଇନକୁ ସମ୍ମାନ ଦେବା କଥା। ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ ଚେଲା ଚାମୁଣ୍ଡା ଧରି ଯାଇ ନ ଥାନ୍ତେ। ବୋଲି ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ ତାଙ୍କ ମନ୍ତବ୍ୟରେ ପ୍ରକାଶ କରିଛନ୍ତି।<eos>
2022-12-03T03:38:03Z
https://thesakala.in/mp-aparajita-violated-the-law/
OSCAR-2301
<bos>ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କୁ ଖୁବଶୀଘ୍ର ଏକ ଭଲ ଖବର ମିଳିବାର ସମ୍ଭାବନା ରହିଛି । ୧୮ ମାସର ମହଙ୍ଗା ଭତ୍ତା (ଡିଏ) ଏରିଅରର ରାସ୍ତା ପରିଷ୍କାର ହୋଇଯାଇଛି । ବାକିଥିବା ଏରିଅର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେବେ । ପେନସନ ସଂଗଠନ ପକ୍ଷରୁ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି । ଏଥିସହିତ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ଏନେଇ ଯଦି କିଛି ନିଷ୍ପତ୍ତି ଗ୍ରହଣ କରିନ୍ତି ତେବେ କର୍ମଚାରୀ ଓ ପେନସନଧାରୀଙ୍କୁ ଆକାଉଣ୍ଟକୁ ମୋଟା ଅଙ୍କର ଅର୍ଥରାଶି ଆସିବ । କର୍ମଚାରୀମାନେ ୧୮ ମାସର ଡିଏ ଏରିଅର ନେଇ ନିଜର ଦାବିରେ ଅଟଳ ରହିଛନ୍ତି । ଯଦି କେନ୍ଦ୍ର କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଆଧାରରେ ବକେୟା ଡିଏ ଏରିଅର ମିଳେ, ତେବେ ସେମାନଙ୍କ ଆକାଉଣ୍ଟୁ ମୋଟା ଅର୍ଥରାଶି ଆସିବ । ନ୍ୟାସନାଲ କାଉନସିଲ ଅଫ୍ ଜେସିଏମ ମୁତାବକ, ଲେବଲ-୧ କର୍ମଚାରୀଙ୍କ ଡିଏ ଏରିଅର ୧୧,୮୦୦ରୁ ୩୭,୫୫୪ ମଧ୍ୟରେ ମିଳିବ । ସେହିପରି ଲେବଲ-୧୩ କର୍ମଚାରୀଙ୍କୁ ୧,୨୩,୧୦୦ରୁ ୨,୧୫,୯୦୦ ମଧ୍ୟରେ ମିଳିବ । ଲେବଲ-୧୪ କର୍ମଚାରୀଙ୍କୁ ୧,୪୪,୨୦୦ରୁ ୨,୧୮,୨୦୦ ମଧ୍ୟରେ ମିିଳବାର ସମ୍ଭାବନା ରହିଛି । ୧୮ ମାସର ବକେୟା ଅର୍ଥ ଏକ ବଡ଼ ଅର୍ଥରାଶି ଓ ଏହା ଜଣେ କର୍ମଚାରୀଙ୍କ ଏକମାତ୍ର ଉତ୍ସ ଅଟେ । ଏହି ଅର୍ଥରାଶିକୁ ରୋକିବା କର୍ମଚାରୀଙ୍କ ହିତରେ ଯିବ ନାହିଁ ବୋଲି ପେନସନଧାରୀଙ୍କ ପକ୍ଷରୁ କୁହାଯାଇଛି । କୋଭିଡ-୧୯ ମହାମାରୀ କାରଣରୁ ୨୦୨୦ ମସିହା ମେ’ରୁ ୨୦୨୧ ଜୁନ ପର୍ଯ୍ୟନ୍ତ ଡିଏ ବୃଦ୍ଧିକୁ ରୋକା ଯାଇଥିଲା । ଏହାପରେ ୨୦୨୧ ଜୁଲାଇ ୧ରେ ଡିଏ ପୁନଃ ସ୍ଥାପିତ ହୋଇଥିଲା । ଏହା ପରଠାରୁ ପେନସନଧାରୀ ଓ କର୍ମଚାରୀଙ୍କୁ ଦୁଇଟି ଯାକ ସୁବିଧା ମିଳୁଛି । ମାତ୍ର ସେ ସମୟରେ କର୍ମଚାରୀଙ୍କୁ ୧୮ ମାସର ଡିଏର ଏରିଅର ଦିଆଯାଇ ନଥିଲା । ନିକଟରେ କେନ୍ଦ୍ର ସରକାର କର୍ମଚାରୀ ଡିଏ ୪ ପ୍ରତିଶତ ବୃଦ୍ଧି କରିଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ବକେୟା ହୋଇ ରହିଛି ।<eos>
2022-12-09T12:06:47Z
https://odishabhaskar.com/18-months-of-da-arrears-will-be-refund-to-central-govt-employees/
OSCAR-2301
<bos>ବାଗଦାଦ: ଇରାକର ନୂଆ ରାଷ୍ଟ୍ରପତି ହେଲା କୁର୍ଦିସ ନେତା ଅବଦୁଲ ଲତିଫ ରଶିଦ୍। ଗୁରୁବାର ଇରାକ ସଂସଦରେ ରଶିଦଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ବ୍ରିଟେନ୍ ଇଞ୍ଜିନୟରିଂ ପଢିଥିବା ୭୮ ବର୍ଷୀୟ ରଶିଦ ପୂର୍ବରୁ ଇରାକ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ୨୦୦୩-୨୦୧୦ରେ ରଶିଦ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ତାଙ୍କୁ ଇରାକ ସଂସଦରେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି। ଫଳରେ ରାଷ୍ଟ୍ରପତି ନିର୍ବାଚନ ନେଇ ବର୍ଷ ଭରି ଲାଗି ରହିଥିବା ଛକାପଞ୍ଝାର ଅନ୍ତ ଘଟିଛି। ଗୁରୁବାର ଇରାକ ସଂସଦରେ ରାଷ୍ଟ୍ରପତି ପଦ ପାଇଁ ଭୋଟିଂ ହୋଇଥିଲା। ସଂସଦରେ ଦୁଇ ରାଉଣ୍ଡ ବୋଟ ହେବା ପରେ ରଶିଦଙ୍କ ପକ୍ଷରେ ୧୬୦ ଭୋଟ୍ ପଡ଼ିଥିଲା। ଅନ୍ୟପଟେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ସାଲେହଙ୍କ ବିରୋଧରେ ମାତ୍ର ୯୯ ଭୋଟ୍ ପଡ଼ିଥିଲା। ରଶିଦ ସର୍ବାଧିକ ଭୋଟ ପାଇଁ ନିର୍ବାଚନ ହେବା ପରେ ତାଙ୍କ ପାଖରେ ସରକାର ଗଢ଼ିବାକୁ ଆଉ ୧୫ ଦିନ ସମୟ ରହିଛି। ପ୍ରଧାନମନ୍ତ୍ରୀ ନିଯୁକ୍ତ କରି ସରକାର ଗଠନ କରିବା ରଶିଦଙ୍କ ପାଇଁ ମୁସ୍କିଲ ହୋଇପାରେ। କାରଣ ଇରାକର ମୋଟ ୩୨୯ ସାଂସଦଙ୍କ ମଧ୍ୟରୁ ଗୁରୁବାର ମଧ୍ୟାହ୍ନରେ ହୋଇଥିବା ଭୋଟିଂରେ ୨୬୯ ସାଂସଦ ଭାଗ ନେଇଥିଲେ।<eos>
2022-12-10T01:41:47Z
https://www.prameyanews7.com/iraq-names-new-president-paving-way-for-new-government/
OSCAR-2301
<bos>ରେଢାଖୋଲ (କେନ୍ୟୁଜ୍‌) : ସମ୍ବଲପୁର ଜିଲ୍ଲା ରେଢାଖୋଲ ମେଡିକାଲରେ ଆଜି ଏକ ଅଦଭୁତ ପିଲା ଜନ୍ମ ନେଇଛି । ଏଠାକାର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅସ୍ତ୍ରୋପଚାର ପରେ ଜଣେ ମହିଳାଙ୍କ ଠାରୁ ଏହି ପିଲାଟି ଜନ୍ମ ନେଇଥିଲା । ପିଲାର ହାତ ଆଙ୍ଗୁଠି ଏବଂ ପାଦ ଆଙ୍ଗୁଠି ଅଦଭୁତ ଦିଶୁଛି । ତେବେ ଶିଶୁ…<eos>
2022-12-03T16:58:06Z
https://knewsodisha.com/tag/abnormal-baby
OSCAR-2301
<bos>ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର । ଆଉ କିଛି ଦିନ ମଧ୍ୟରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ। ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରିବା ପାଇଁ ବହୁ ବର୍ଷ ଲାଗିଥିବାରୁ ନା ନା ଗୁଜବ ସୃଷ୍ଟି ହୋଇଥିଲା। ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ, ରଣବୀର କପୁର, ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ମୌନିଙ୍କ ବ୍ୟତୀତ ସମସ୍ତେ ଫିଲ୍ମରେ ପଜିଟିଭ୍‌ ଭୂମିକାରେ ନଜର ଆସିଛନ୍ତି। କିନ୍ତୁ ମଝିରେ ଏକ ବଡ ଷ୍ଟାରଙ୍କ କ୍ୟାମିଓ ସାମ୍ନାକୁ ଆସିଛି। ମୌନି ନିଶ୍ଚିତ କରିଛନ୍ତି। ସେ କହିଛନ୍ତି କି ଏହି ଫିଲ୍ମରେ ଶାହାରୁଖଙ୍କର ଏକ ବିଶେଷ ଭୂମିକା ରହିଛି। ବଲିଉଡ ହଙ୍ଗାମାକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ମୌନି ତାଙ୍କ ବ୍ରହ୍ମାସ୍ତ୍ରର କୋ-ଷ୍ଟାରଙ୍କ ବିଷୟରେ କହିଥିଲେ। ରଣବୀର, ଆଲିଆ, ବଚ୍ଚନ ସାର୍, ନାଗାର୍ଜୁନ ସାର୍, ଶାହରୁଖ ଖାନ ସାର୍‌ଙ୍କ ସହ କାମ କରିବା ବହୁତ ମଜା ଲାଗୁଥିଲା। ଯେଉଁମାନେ ଏହି ଫିଲ୍ମରେ ଅତିଥି ଭାବେ ଅଭିନୟ କରିଥିଲେ । ମୁଁ ବ୍ରହ୍ମାସ୍ତ୍ରର ଏହି ଦୁନିଆରେ ଯୋଗ ଦେଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ମୌନି ଏହା ମଧ୍ୟ କହିଛନ୍ତି ଏବଂ ଆୟାନ ମୁଖାର୍ଜୀ ଏହାକୁ ଏକ ସୁନ୍ଦର ଗଳ୍ପ କାହାଣୀରେ ପରିଣତ କରିଛନ୍ତି। ତାଙ୍କ ଭୂମିକା ବିଷୟରେ ମୋନି କହିଛନ୍ତି, “ମୁଁ ଏପର୍ଯ୍ୟନ୍ତ ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକା ଗ୍ରହଣ କରିଛି। ଏହା ସହିତ, ମୁଁ ଏପର୍ଯ୍ୟନ୍ତ ଅଭିନୟ କରିଥିବା ଚରିତ୍ରମାନଙ୍କ ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ଅଟେ। ଯେ, ଫିଲ୍ମର ଟ୍ରେଲର ଲଞ୍ଚ ହେବା ପରଠାରୁ ପ୍ରଶଂସକମାନେ କେବଳ ଅନୁମାନ କରୁଥିଲେ ଯେ ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କର ଏକ କ୍ୟାମିଓ ଭୂମିକା ଅଛି । ଟ୍ରେଲରର କିଛି ଦୃଶ୍ୟର ଅନେକ ସ୍କ୍ରିନସଟ୍ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ମୌନି ଏହାକୁ କନଫର୍ମ କରି ପ୍ରଶଂସକଙ୍କୁ ଖୁସି କରିଛନ୍ତି। Related Posts ୭୦୦ କୋଟି ବଜେଟ୍‌ରେ ନିର୍ମାଣ ହେବ ‘ମହାଭାରତ’, ବିଶ୍ୱର ୨୦ଟି ଭାଷାରେ ହେବ ରିଲିଜ୍‌ 26 November 2022 ଆରପାରିରେ ଅଭିନେତା ବିକ୍ରମ ଗୋଖଲ, ୭୫ ବର୍ଷ ବୟସରେ ନିଧନ 26 November 2022 ମୁମ୍ୱାଇରେ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଦୀପଭୀର, ଭିଡିଓରେ ଦେଖନ୍ତୁ ଝଲକ 26 November 2022 ଶୋଭିତାଙ୍କ ସହ ଛୁଟି କାଟିବାକୁ ବିଦେଶ ଗଲେ ନାଗା ! ଆଫେୟାର୍ସଙ୍କୁ ନେଇ ଚର୍ଚ୍ଚା… 26 November 2022 ରାଜ୍ୟ ସାନଖେମୁଣ୍ଡିରେ ବ୍ୟାପୁଛି ଲମ୍ପି ସ୍କିନ୍‌ ଡିଜିଜ୍‌: ଚିକିତ୍ସା ପରେ ବି ଫଳ ଶୂନ, ଅନ୍ଧ ବିଶ୍ୱାସରେ ହେଉଛି ପୂଜାର୍ଚ୍ଚନା<eos>
2022-11-26T12:35:53Z
https://www.prameyanews7.com/mouni-roy-confirm-shah-rukh-khan-cameo-in-brahmastra/
OSCAR-2301
<bos>ବଲାଙ୍ଗୀର ଲୋକଉତ୍ସବକୁ ଇତିମଧ୍ୟରେ ୨୦ ବର୍ଷ ପୂରିଛି। ଜାନୁୟାରୀ ୩ରୁ ୬ ତାରିଖ ପର୍ଯ୍ୟନ୍ତ ବିଂଶତିତମ ଜିଲାସ୍ତରୀୟ ବଲାଙ୍ଗୀର ଲୋକ ଉତ୍ସବ ଶେଷ ହୋଇଛି। ଏହି ଉତ୍ସବରେ ଜିଲାର ବିଭିନ୍ନ ବ୍ଳକ୍‌ ଏବଂ ରାଜ୍ୟ ତଥା ଦେଶର ବହୁ ସ୍ଥାନରୁ ଆସିଥିତ୍ବା କଳାକାରମାନଙ୍କ ସମାଗମ ହୋଇଥିଲା। ଦର୍ଶକମଣ୍ଡଳୀ ନିଜ ଜିଲା ଓ ରାଜ୍ୟ ସହ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିତ୍ବା କଳାକାରଙ୍କ ପ୍ରତିଭାର ଝଲକ ଦେଖିତ୍ବାକୁ ପାଇଛନ୍ତି। ଏହି କାରଣରୁ ଲୋକ ଉତ୍ସବରେ ପ୍ରବଳ ଜନସମାଗମ ହୋଇଥିଲା। କଳା ଆକର୍ଷଣରୁ ଜନସମାଗମକୁ ଆଖି ଆଗରେ ରଖି କିଛିବର୍ଷ ହେଲା ଏହି ଲୋକ ଉତ୍ସବ ସମୟରେ ଜିଲାସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା ଆୟୋଜନ କରାଯାଉଛି। କଳା, ସଂସ୍କୃତିର ଉନ୍ନତି ସଙ୍ଗେ ସଙ୍ଗେ ଓର୍‌ମାସ୍‌ ଜରିଆରେ ବହୁ ଏସ୍‌ଏଚ୍‌ଜି ଓ କୁଟୀରଶିଳ୍ପୀ ତଥା ଛୋଟ ବ୍ୟବସାୟୀ ତାଙ୍କର ବେପାର ମଧ୍ୟ କରୁଛନ୍ତି। ଗୋଟିଏ ସ୍ଥାନରେ ଆକର୍ଷଣୀୟ ନାଚଗୀତ ଓ ଦୈନନ୍ଦିନ ତଥା ସୌଖିନ ସାମଗ୍ରୀର କିଣାବିକା ହେବା ଫଳରେ ଏହି ୪ ଦିନିଆ ଲୋକ ଉତ୍ସବ ସ୍ଥଳରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ମଞ୍ଚରେ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ଅପେକ୍ଷାରତ ସହସ୍ରାଧିକ ଲୋକଙ୍କୁ ଦେଖି ଅତିଥି ଭାବେ ଯୋଗଦେଉଥିତ୍ବା ମନ୍ତ୍ରୀ, ବିଧାୟକ, ବିଭିନ୍ନ ଦାୟିତ୍ୱରେ ଥିତ୍ବା ନିମନ୍ତ୍ରିତ ଅତିଥିମାନେ ଲମ୍ବା ଭାଷଣ ମାରିବା ସହ ଲୋକ ଉତ୍ସବ ସହ ଅପ୍ରାସଙ୍ଗିକ କଥା କହି ଦେଉଛନ୍ତି। ବେଳେବେଳେ ପରିସ୍ଥିତି ଏଭଳି ହେଉଛି ଯେ, ଅତିଥିମାନଙ୍କ ଆକର୍ଷଣହୀନ ଭାଷଣବାଜି ପାଇଁ କଳାକାର ଓ ଦର୍ଶକ ଉଭୟଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବା ପାଇଁ ଦୀର୍ଘସମୟ ଅପେକ୍ଷା କରିବାକୁ ପଡୁଛି। ଏଭଳି କାରଣରୁ ଧୀରେ ଧୀରେ ଲୋକ ଉତ୍ସବ ମଞ୍ଚ ପ୍ରକୃତ କଳାକାର ଓ ଦର୍ଶକଙ୍କଠାରୁ ଦୂରେଇ ଯାଇ ରାଜନୈତିକ ଦଳର ଅତିଥି, ଅଭ୍ୟାଗତଙ୍କ ଅଧିକ କାମରେ ଆସୁଥିତ୍ବା ଚର୍ଚ୍ଚାର ବିଷୟ ହେଉଛି। ଯେଉଁ ମହାନ୍‌ ଉଦ୍ଦେଶ୍ୟ ନେଇ ଲୋକ ଉତ୍ସବର ପରିକଳ୍ପନା କରାଯାଇଥିଲା ତାହା ବାସ୍ତବରେ ବହୁ ଦୂରରେ ରହିଗଲା ପରି ମନେହେଉଛି। ରଙ୍ଗାରଙ୍ଗ ଆଲୋକସଜ୍ଜା ଭିତରେ ଲୋକକଳାରେ ସମର୍ପିତ ଆଞ୍ଚଳିକ କଳାକାର ବା ପ୍ରତିଭା ଜଣକ ତା’ର ବାସ୍ତବ କଳାକୁ କେତେମାତ୍ରାରେ ପ୍ରଦର୍ଶିତ କରିବାର ସୁଯୋଗ ପାଉଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ଷକରେ ଥରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲୋକ ଉତ୍ସବ ଆୟୋଜନ କରାଗଲେ ମଧ୍ୟ ଏଥିରେ ଲୋକକଳାର ସମର୍ପିତ କଳାକାରଙ୍କ ପାଇଁ ସୁଯୋଗ ନ ମିଳିଲେ ଲୋକ ଉତ୍ସବ କେବଳ ଯେ ଏକ ଆଡ଼ମ୍ବରପୂର୍ଣ୍ଣ ମହୋତ୍ସବରେ ସୀମିତ ରହିଯିବ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଦିଗରେ ଲୋକ ଉତ୍ସବ ସମିତି, ଆୟୋଜକ, କଳାକାର, କଳା ଗବେଷକ ଗମ୍ଭୀରତାର ସହ ଚିନ୍ତା କରିବାର ବେଳ ଆସିଛି। Enter your email to get our daily news in your inbox. Leave this field empty if you're human: All Right Reserved By Dharitri.Com Posted inଆମ ଜିଲା ଖବର, ବଲାଙ୍ଗୀର View All ୨୫ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ ରସୁଲପୁର,୮।୪(ଡିଏନଏ): ରସୁଲପୁର ବ୍ଲକ ବ୍ରହ୍ମବରଦାକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଏପ୍ରିଲ ୧୨ ପର୍ଯ୍ୟନ୍ତ ଶଟଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏହି ଅବଧି... ମହିଳାଙ୍କଠାରୁ ୫୨ ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ କେନ୍ଦୁଝର,୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ନରଣପୁରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ନେଇ ଆସୁଥିବା ଜଣେ ମହିଳାଙ୍କଠାରୁ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି।... ହାତୀ ଶାବକର ମୃତଦେହ ଠାବ ସେରଗଡ,୧୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦା ସେକ୍ସନ ଓ ବିଟ୍‌ ପୋରଗେଲ ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀ ଶାବକର ମୃତଦେହ ଠାବ... ବଜ୍ରପାତରେ ଗୋରୁଚରାଳୀଙ୍କ ମୃତ୍ୟୁ ଭଞ୍ଜନଗର,୨୯।୪(ଡି.ଏନ.ଏ)- ତାରସିଂ ଥାନା ତୋଲଡ଼ିରେ ବୁଧବାର ବଜ୍ରପାତରେରେ ଜଣେ ଗୋରୁ ଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତୋଲାଡିର ଲକ୍ଷ୍ମଣ ବେହେରା (୩୦)। ଲକ୍ଷ୍ମଣ ଗୋରୁ... ପକ୍ଷାଘାତରେ ପୀଡ଼ିତ ଅଶୋକ: ଚିକିଛା ଲାଗି ଟଁକା ବାଧକ ଖଡିଆଳ, ୨୦।୩ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗୋଇମୁଣ୍ଡି ଗଁ। ର ଅଶୋକ ଚଲାନ(୪୨)। ସେ ଆଏଜ୍‌କେ ୧୫ ଦିନ୍‌ ତଲେ ପକ୍ଷାଘାତ ରୋଗ୍‌ରେ... ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ୨ ଲକ୍ଷ ସହାୟତା ଘୋଷଣା ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ... ଟାଙ୍ଗୀ ଗ୍ରାମ ନ୍ୟାୟାଳୟ ପକ୍ଷରୁ ଚାରାରୋପଣ ଟାଙ୍ଗୀ(ଖୋର୍ଦ୍ଧା),୧୭।୮(ଡି.ଏନ.ଏ.)-ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବନ ବିଭାଗ ସହଯୋଗରେ ଟାଙ୍ଗୀ ଗ୍ରାମ ନ୍ୟାୟାଳୟ ପ୍ରଥମ ଶ୍ରେଣୀ ବିଚାର ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ... ସମାଜ ଗଠନରେ ଗଣମାଧ୍ୟମ ଭୂମିକା ଗୁରୁତ୍ୱପୂର୍ଣ୍ଣ ବାଲୁଗଁ।, ୧ା୧୨(ଡି.ଏନ୍‌.ଏ.) ଏକ ଆଦର୍ଶ ଓ ପରିବର୍ତ୍ତନଶୀଳ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକଙ୍କ ସତ୍ୟ, ନିରପେକ୍ଷ ଏବଂ ନିର୍ଭୀକ ଲେଖନୀ ଚାଳନା ଦ୍ୱାରା... Archives Archives Select Month December 2022 November 2022 October 2022 September 2022 August 2022 July 2022 June 2022 May 2022 April 2022 March 2022 February 2022 January 2022 December 2021 November 2021 October 2021 September 2021 August 2021 July 2021 June 2021 May 2021 April 2021 March 2021 February 2021 January 2021 December 2020 November 2020 October 2020 September 2020 August 2020 July 2020 June 2020 May 2020 April 2020 March 2020 February 2020 January 2020 December 2019 November 2019 October 2019 September 2019 August 2019 July 2019 June 2019 May 2019 April 2019 March 2019 December 2018 November 2018 October 2018 August 2018 July 2018 June 2018 January 2018 December 2017 October 2017 January 2017<eos>
2022-12-04T06:12:02Z
https://www.dharitri.com/%E0%AC%B2%E0%AD%8B%E0%AC%95-%E0%AC%89%E0%AC%A4%E0%AD%8D%E0%AC%B8%E0%AC%AC/
OSCAR-2301
<bos>ଖଣ୍ଡପଡ଼ା ପ୍ରାକୃତିକ ପ୍ରାଚୁର୍ଯ୍ୟର ଗନ୍ତାଘର। ଖରାଦିନେ ଏହି ପାହାଡି ସହରଟି ଜଳେ କୋଇଲା ଇଞ୍ଜିନ୍ ଭଳି; ଶୀତଦିନେ ହାଡ଼ଭଙ୍ଗା ଶୀତରେ କଲିଜା ଥରେ।ପ୍ରାୟ ସବୁ ବର୍ଷ ଏଠି କାଳବୈଶାଖୀ ଧ୍ବଂସର ତାଣ୍ଡବ ସୃଷ୍ଟି କରେ।ବଣପାହାଡ ଘେରା ଏହି କ୍ଷୁଦ୍ର ଗଡଜାତଟି ଆମପାଇଁ ଇନ୍ଦ୍ରଙ୍କ ନନ୍ଦନ କାନନ ସହିତ ସମାନ ଥିଲା। ସୁରଧୁନୀ (ସ୍ବର୍ଗଗଙ୍ଗା) ଭଳି ଉତ୍କଳ ଗଙ୍ଗା ମହାନଦୀ ଏହାର ବକ୍ଷ ଦେଇ ପ୍ରବାହିତା। କଣ୍ଟିଲୋ ନିକଟରେ ମହାନଦୀ ତଟରେ ଉଭା ହୋଇଛି ବ୍ରହ୍ମାଦ୍ରି-ବିହିରୀ ନୀଳମାଧବଙ୍କ ପୁଣ୍ୟପୀଠ।ଉତ୍କଳ ଗଙ୍ଗା ମହାନଦୀ ଏହାର ପାଦ ଧୋଇ ଦେଉଛନ୍ତି। ମନ୍ଦିର ଉପରୁ ମହାନଦୀର ଦୁଇ କଡରେ ଥିବା ପାହାଡ଼ପର୍ବତର ଚାରୁ ଚିତ୍ରପଟ ଦେଖି ଶରୀର ରୋମାଞ୍ଚିତ ହୋଇଯାଏ,ଆଖି ପବିତ୍ର ହୋଇଯାଏ। କଣ୍ଟିଲୋ ଛଡା ସୁନାମୁହୀଁ ପ୍ରୋଜେକ୍ଟ ହେଉ କିମ୍ବା ବଡ଼ ଟାସେରା,ରାଜଗିରିର ଷୋଳଭୂଆଶୁଣୀପୀଠ,କିମ୍ବା ବାଘୁଆ ପଲ୍ଲୀର ଶୈବପୀଠ,ମାଧପୁର ନିକଟସ୍ଥ ଯଜ୍ଞପଦା,ହନୁମନ୍ତ ପ୍ରସାଦ ନିକଟସ୍ଥ ଯୋଗାଶ୍ରମ,ସାରଣ୍ଡା ଟାସରା ନିକଟସ୍ଥ ଉଗ୍ରତାରା ଠାକୁରାଣୀପୀଠ,ଓଳାସ ନିକଟସ୍ଥ ମୁଣ୍ଡିଆପଡା,ସିଧାମୂଳା ନିକଟସ୍ଥ ଗୋକୁଳାନନ୍ଦ ପୀଠ ଅଥବା ତରବାଲୁ ନିକଟସ୍ଥ ଉସ୍ମ ପ୍ରସ୍ରବଣ, ସବୁଠାରେ ଦେଖିବାକୁ ମିଳେ ପ୍ରକୃତିର ପ୍ରାଣ ପ୍ରାଚୁର୍ଯ୍ୟ। ଖଣ୍ଡପଡ଼ାର ଗିରିହନୁମାନ ପାହାଡ଼ ଉପରୁ ଗଡ଼ଟି ନିସର୍ଗ ସୁନ୍ଦରୀ ପାହାଡୀ କନ୍ୟାଟିଏ ଭଳି ଦେଖାଯାଏ।ପାଗ ଭଲ ଥିଲେ ନିରେଖି ଦେଖିଲେ ଏଠାରୁ କଣ୍ଟିଲୋ ନୀଳମାଧବ ପୀଠ ଏବଂ ମହାନଦୀ ମଧ୍ୟ ଦେଖାଯାଏ। ବିଶ୍ବର ସବୁ ସୌନ୍ଦର୍ଯ୍ୟକୁ ଏକାଠି କରି ସ୍ରଷ୍ଟା ସତେ ଯେମିତି ଏହି କ୍ଷୁଦ୍ର ପାହାଡି ଗଡଜାତ ଉପରେ ଅଜାଡି ଦେଇଛନ୍ତି। ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟିକରି ପର୍ଯ୍ୟଟନ ବିଭାଗ ଏହି କ୍ଷେତ୍ର ଗୁଡ଼ିକର ଉନ୍ନତିକରଣ କରିପାରିଲେ ପର୍ଯ୍ୟଟନ ମାନଚିତ୍ରରେ ଏହି ଅଞ୍ଚଳ ଏକ ପ୍ରମୁଖ ସ୍ଥାନ ହୋଇ ପାରନ୍ତା। ସୁଇଜରଲ୍ୟାଣ୍ଡ, ସ୍କଟଲାଣ୍ଡ ଭଳି ସ୍ଥାନ ମାନଙ୍କର ପ୍ରାକୃତିକ ଶୋଭା ଏହି ଆଖି ଦେଖିଛି; ସବୁବେଳେ ମନେହୁଏ ଆମ ଓଡ଼ିଶାରେ ତାଠାରୁ ବଳି ସୁନ୍ଦର ସ୍ଥାନ ଗୁଡ଼ିକ ଅବହେଳିତ ହୋଇ ଲୋକଲୋଚନ ଅନ୍ତରାଳରେ ରହିଯାଇଛନ୍ତି।ଛାଡ଼ନ୍ତୁ,କଣ କହିବାକୁ ଯାଇ କୁଆଡେ ପହଞ୍ଚିଲିଣି;କଥାରେ ଅଛି ନା,” କହିଁପେ ନିଗାହେଁ,କହିଁପେ ନିଶାନା”; ଖଣ୍ଡପଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟ ହିଁ ସେମିତି ମନକୁ ଚହଲାଇ ଦିଏ। ବାଡିପଟେ ଥିବା ବଗିଚାଟି ଆମର ପରିବା ହାଟ ଥିଲା । ବୋଉ ଖୋଜି ଖୋଜି କୁଆଡୁ ପାଚିଲା କଦଳୀ ସଙ୍ଗେ ସଙ୍ଗେ ବନ୍ତିଳ କଦଳୀ (ତରକାରୀ କଦଳୀ)ଗଛ ଲଗାଇଥିଲା।ଅଳ୍ପଦିନ ଭିତରେ ନଳାପାଣି ପାଇ ବିରାଟ କଦଳୀ ବୁଦା ସୃଷ୍ଟି ହେଲା।ଏତେ କଦଳୀ ହୁଏ ଯେ ଘରେ ଖାଇବା ପରେ ଯଥେଷ୍ଟ ବଣ୍ଟା ହୁଏ। ତରକାରୀ କଦଳୀର ବେସର ମାଛ ତରକାରି ଭଳି ଲାଗେ। କଦଳୀ ବେସର ଘରେ ହୋଇଥିଲେ,ନନା କହନ୍ତି ଆଜି “ଅକଣ୍ଟା ମାଛ”(କଣ୍ଟାହୀନମାଛ) ବେସର ହେଇଚି। କଦଳୀ କଥା ପଡିବାରୁ ପିଲାବେଳେ ଆମେ ଗାଉଥିବା ଗୀତଟିଏ ମନେ ପଡ଼ିଲାଣି। କଦଳୀର ଗୁଣଗାନ କରି ଆମେ ଗାଉଥିଲୁ… “ରେ କଦଳୀ ନାହିଁ କେ ତୋଠୁଁ ରସାବଳି, କଦଳୀ ପାଚିଲା, ଦେବତା ନାଚିଲା,ବ୍ରାହ୍ମଣ ମାଇଲା ତାଳି, ରେ କଦଳୀ ନାହିଁ କେ ତୋଠୁଁ ରସାବଳି.. କଦଳୀର ମଞ୍ଜା,ଘିଅ ସଙ୍ଗେ ଭଜା, ତାକୁ ଖାଆନ୍ତି ବଙ୍ଗାଳୀ ରେ କଦଳୀ…(୨) କଦଳୀର ପଟ ହୁଅଇ ମୁକୁଟ,ବାହାଘର ଯାଏ ଚଳି…(୩) କଦଳୀ ପତର ଧୋବାକରେ ଖାର, ଲୁଗାରୁ ଛାଡଇ ମଳି..(୪) କଦଳୀ ପତର ଭୋଜିରେ ଆଦର, ଗରିବର ସୁନାଥାଳୀ…(୫) ଏମିତି ଆଉ କେତେ ପଦ,କୋଉ ମନେଅଛି । ଖାତିଆ(ଛୋଟ ପୋଖରୀ) ହୁଡ଼ାରେ ଥିଲା ସଜନା ଗଛଟିଏ । ଅଳ୍ପଦିନ ଭିତରେ ତାହା ଏକ ବିରାଟ ଗଛରେ ପରିଣତ ହେଲା। ଏହା ଗୋଟିଏ ଅମୃତ ବୃକ୍ଷ।ଗଛରେ ଶଗଡେ ସରିକି ଛୁଇଁ ଆସେ। ସଜନା ଶାଗ ସପ୍ତାହରେ ଥରେ ଦି’ଥର ରୋଷେଇ ଘରେ ପଶିବା ନିଶ୍ଚିତ।ନନା କହନ୍ତି ସଜନା ଶାଗରେ ଭରପୁର୍ ଆଇରନ ଥାଏ;ମଧୁମେହ ରୋଗୀଙ୍କ ପାଇଁ ଏହା ଅମୃତ ବୋଲି କିଏ ନଜାଣେ ! ଗଛଛେଲିରୁ ନନା ଆୟୁର୍ବେଦିକ୍ ଔଷଧ ମଧ୍ୟ ତିଆରି କରନ୍ତି। ସଜନା ଗଛରେ ଚଢିବା ଆମକୁ ମନା ଥିଲା,କାରଣ ସଜନା ଗଛର ଡାଳ ମଟକା,ଗଛରୁ ପଡି ଗୋଡହାତ ଭାଙ୍ଗିବା ସମ୍ଭାବନା ଅଧିକ।ନନା ଗୋଟିଏ ଢଗ ବୋଲନ୍ତି,ଏବେ ବି ମୋର ମନେଅଛି… “ଆମ୍ବ ମଡମଡ କଇଁଆ ଚେମଡ,ବର ବୋଲେ ମୁହିଁ ଲୁହା, ସଜନା ଗଛରେ ଯିଏ ଚଢିବ,ତା’ପାଇଁ କୁଲା ମାଠିଆ।” ଅର୍ଥାତ୍ ଆମ୍ବ ଡାଳରେ ଚଢିଲେ ମଡମଡ ଶବ୍ଦ ହୁଏ, ସାବଧାନତା ଅବଲମ୍ବନ କରିବାକୁ ପଡେ;କଇଁଆ ବା ତେନ୍ତୁଳି ଗଛର ଡାଳ ଚେମେଡିଆ ଓ ସହଜେ ଭାଙ୍ଗେ ନାହିଁ;ବର ଗଛର ଡାଳ ଲୁହା ଭଳି ଟାଣ; କିନ୍ତୁ ସଜନା ଗଛର ଡାଳ ଏତେ ମଟକା ଯେ ଗଛରେ ଚଢିବା ଲୋକର ଶ୍ମଶାନ ଯାତ୍ରା ପାଇଁ କୁଲା ଓ ମାଠିଆ ଯୋଗାଡ଼ କରିବା ଆବଶ୍ୟକ। ପଛପଟ ବାଡି ବହୁତ ବଡ଼ ଥିଲା। ତେଣୁ, ଭେଣ୍ଡି ବାଇଗଣ ଜହ୍ନି ଗୁଆଁଳ ଆଦି ପରିବା ଚାଷ ଛଡ଼ା ଅନେକ ଉପାଦେୟ ଗଛ ଯଥା.. ଭୃସୁଙ୍ଗା,କାନ୍ଧିଆ (ଖଟା କମଳା),ଲେଭୁଆ(ପିଜୁଳି)ଗଙ୍ଗାକୂଳିଆ ଲେମ୍ବୁ,ଛୋଟ କିସମର ଲେମ୍ବୁ, ସପୁରୀ, ଆମ୍ବକଷି ଅଦା , ହଳଦୀ,ଦେଶୀଆଳୁ ଇତ୍ୟାଦି ଗଛବୃଛ ବୋଉ ଲଗାଇଥିଲା।ସବୁ ପରିବା ଚାହିଦା ଆମ “ବୋଉ ବଗିଚା”ରୁ ମେଣ୍ଟି ଯାଉଥିଲା। ବାଡିପଟ ବିଲର ବାଡ଼ରେ ଯେଉଁ କେତୋଟି ବାଉଁଶ ଗଛ ଲାଗିଥିଲା,ସେଥିରୁ ବର୍ଷାଦିନେ କରିଡ(ଟେଣ୍ଡର bamboo) ଅଣାଯାଇ ତାକୁ ଚୁନାଚୁନା କରି କାଟି ଭଜା ଏବଂ ତର୍କାରି ପ୍ରସ୍ତୁତ ହେଉଥିଲା। କରିଡ଼ର ମୁଶୁ ମୁଶିଆ ଭଜା ଯିଏ ଖାଇଛି, ତାହା କଦାପି ଭୁଲି ପାରିବ ନାହିଁ।କରିଡ ଦୁଇପ୍ରକାରେ ରନ୍ଧାଯାଏ:-ସଜ କରିଡ ଓ ବାସି କରିଡ।କରିଡକୁ ଚୁନୁଚୁନୁ କରି କାଟି,ପାଣିରେ ଭିଜେଇ ଗୋଟିଏ ଦିନ ରଖି ତାକୁ ମସଲା ମସଲି ଦେଇ ଭାଜିଲେ ତାର ସ୍ବାଦ ଅଲଗା।ଫର୍ମେଣ୍ଟେସନ୍ ଯୋଗୁଁ ଟିକିଏ ଆମ୍ବିଳା ଓ ବାସି ବାସ୍ନା ହୁଏ।ଆମପଟେ ଅନେକଙ୍କୁ ଏପରି ପ୍ରସ୍ତୁତି ଭଲ ଲାଗେ।ଯାହାକୁ ବାସି କରିଡ ଭଲ ନଲାଗେ,ସେ ସଜ କରିଡରେ ପ୍ରସ୍ତୁତ ବ୍ୟଞ୍ଜନ ଖାଇ ପାରିବେ। ଘର ପଛପଟ ବିଲ ବାଡ଼ରେ କେତୋଟି ଛୁମ୍ପୁଡି ବା ଛୁମ୍ପୁଲି ଗଛ ମାଡିଥାଏ।”ଟୋକେଇ ଭୋଗେଇ”ନାମକ ଏକ ପ୍ରକାର ଲତା ମଧ୍ୟ ବାଡରେ ମାଡ଼ିଥାଏ। ଏହି ଲତା ଗୁଡ଼ିକର ଫୁଲ ଜିରାବଟା ଦିଆ ପିଠୋଉ ଭଜା କଲେ ଭାରି ଭଲ ଲାଗେ। ଏସବୁ ଛଡ଼ା ବର୍ଷାଦିନେ ଆମେ ନଈପଠାରୁ ବାଲିଛତୁ ଓ ନାଡଛତୁ ସଂଗ୍ରହ କରି ଆଣୁ। ଶୀତଦିନେ ପ୍ରାୟ ସବୁଦିନେ କୁସୁମୀ ନଈରୁ, ଆମେ ତିନି ଭାଇ,ଛୋଟ ମାଛ ଧରି ଆଣୁ।ଘର ପଛପଟେ ଥିବା ଖାତିଆ (ଛୋଟ ପୋଖରୀ)ରେ “ଜାପାନୀ” ନାମକ ଗୋଟିଏ ଭେରାଇଟିର ମାଛ ଏମିତି ବଢିଥାନ୍ତି ଯେ ଥରେ ଜାଲ ପକାଇଲେ ଅଧକିଲୋ ମାଛ ପଡିବା ନିଶ୍ଚିତ। ବୋଉ ଆମର କେତେବେଳେ ଶୁଏ,ଆମେ ଜାଣିନୁ।ରାତିରେ ନିଦ ଭାଙ୍ଗିଲା ବେଳକୁ ଢିଙ୍କିରେ ଧାନ କିମ୍ବା ଚୁଡା କୁଟୁଥିବ।(ଧାନକଳ ସେତେବେଳେ ନଥିଲା)ଅଥବା ମୁଢ଼ି ବା ଚୁଡ଼ା ଭାଜୁଥିବ। କାର୍ତ୍ତିକ, ମାର୍ଗଶିର ମାସରେ ସକାଳ ପାହିଲା ବେଳକୁ ଘରଦ୍ୱାର ଲିପାପୋଛା ହୋଇ ଚିତା ପଡ଼ି ସାରିଥିବ।ପିଲାଙ୍କୁ ବଡ଼ିସକାଳୁ ଶେଯରୁ ଉଠେଇ, ରାଶି ତେଲ ଲଗାଇ ଚିକ୍କଣ ଚାକଣ କରି,ଭୋଗେଇରେ ମୁଢ଼ି ଆରିସା ଧରେଇ ବସେଇଦବ।ଆମେ ଏପରି ଚିକ୍କଣ ହେବାକୁ “କୁଆ ଚିକ୍କଣ”ବୋଲି କହୁଥିଲୁ।କାଉ ଯେପରି ସକାଳୁ ସକାଳୁ ଚିକ୍କଣ ହୋଇ ଚାଳରେ ବସି କା କା ଡାକେ, ସେମିତି ଆମ ପିଲାମାନଙ୍କ ଦେହରେ ମୁଣ୍ଡରେ ତେଲଘଷା ପରେ ଭୋଗେଇରେ ମୁଢ଼ି ଧରି,ଶୀତସକାଳ ଖରାରେ ବସି ଆମେ ଅ, ଆ ଘୋଷୁ।ମୁଣ୍ଡରେ ତେଲ ଘଷିବା ବେଳେ,ପିଲାଙ୍କ ଭିତରୁ କିଏ ଅଝଟ ହେଲେ ବୋଉ ଗୀତ ଗାଇ ଅଝଟପଣିଆ ଦୂରକରେ:… “ତା ତା ନାଡି,ବେଙ୍ଗ ଦେଲା ପାଡି, ସମସ୍ତେ ଗଲେ ଉଡ଼ି।” ବୋଉର ସେହି ତେଲଘଷା ଉପକାର ଯୋଗୁଁ ୭୨ବର୍ଷ ବୟସରେ ମଧ୍ୟ ଏଯାବତ୍ ମୋର ମୁଣ୍ଡଟି “ପ୍ରାକୃତିକ ହେଲମେଟ” ରେ ପରିଣତ ହୋଇନାହିଁ। କ୍ରମଶଃ….. Click to rate this post! [Total: 0 Average: 0] ← ମୋ ଗାଁ ମୋ ଘର(୧୪) ମୋ ଗାଁ ମୋ ଘର (୧୩) → You May Also Like ସାମନ୍ତ ସ୍ମରଣେ (୭) February 27, 2020 Kulamani 0 ନୀଳାଚଳ ବାସୀ ଶ୍ରୀଜଗନ୍ନାଥ (୧) September 7, 2022 Kulamani 0 ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ (୧୪) September 5, 2022 Kulamani 0 Leave a Reply Cancel reply Your email address will not be published. Required fields are marked * Comment Name * Email * Website Save my name, email, and website in this browser for the next time I comment. Recent Posts ମୋ ଗାଁ ମୋ ଘର (୧୬) October 12, 2022 ମୋ ଗାଁ ମୋ ଘର (୧୫) October 10, 2022 କୁଆଁର ପୁନେଇଁ ଜହ୍ନ ଗୋ October 9, 2022 ମୋ ଗାଁ ମୋ ଘର (୧୩) October 8, 2022 ମୋ ଗାଁ ମୋ ଘର (୧୨) October 8, 2022 Recent Comments Kulamani on ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମ ବୃତ୍ତାନ୍ତ Unknown on ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମ ବୃତ୍ତାନ୍ତ Unknown on ଖେଚୁଡ଼ି ୧୦ Unknown on Archives October 2022 September 2022 August 2022 March 2020 February 2020 January 2020 November 2018 October 2018 September 2018 August 2018 July 2018 Categories Devotional Poems Other Poems Palli Kabita Satire Stories Uncategorized Buy My Book – Samanta Smarane Developed & Maintained By My name is Kulamani Sarangi. I belong to the Indian State of Odisha. I retired from NABARD as Chief General Manager in 2010. I have always had a penchant for writing since childhood but never had the time during my hectic work life to dedicate to my passion of writing. Since my retirement, I have pursued my passion and tried to do justice to Odia literature. This website is dedicated to sharing my writings with people who are interested in reading my work. Hope you like what you read and encourage me to write more and better. Do leave a comment after reading a post.<eos>
2022-12-03T08:52:38Z
https://www.kulamanisarangi.in/%E0%AC%AE%E0%AD%8B-%E0%AC%97%E0%AC%BE%E0%AC%81-%E0%AC%AE%E0%AD%8B-%E0%AC%98%E0%AC%B0-%E0%AD%A7%E0%AD%A8/
OSCAR-2301
<bos>ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ମେଦିନିପୁର ଠାରେ ପାଳିତ ହୋଇଯାଇଛି ଅଗ୍ନି ଭୈରବଙ୍କ ଝାମୁଯାତ୍ରା । ଆଶ୍ବିନ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ବାଲିକଢା ଠାରୁ ୯ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇଥାଏ । ଅଧିକ ପଢନ୍ତୁ ଭବାନୀପାଟଣା: ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ମେଦିନିପୁର ଠାରେ ପାଳିତ ହେଲା ଭୈରବ ଦେବଙ୍କ ଝାମୁଯାତ୍ରା । ଆଧୁନିକତାର ଚାକଚକ୍ୟରେ ବି ବଦଳି ନାହିଁ ଆଦିବାସୀଙ୍କ ଆଦି ସଂସ୍କୃତି ଆଦି ପରମ୍ପରା । ଆଜି ବି ଆଦିବାସୀ ପରମ୍ପରାରେ ଦେଖିବାକୁ ମିଳେ ହଜାରେ ବର୍ଷ ପୁରୁଣା ରୀତିନୀତି ଓ ପରମ୍ପରା । ପରମ୍ପରା ଅନୁଯାୟୀ ରୀତିନୀତି ଅନୁସାରେ ଆଶ୍ବିନ ମାସ ଦ୍ଵାଦଶୀ ତିଥିରେ ବାଲିକଢା ଠାରୁ ୧୨ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇଥିଲା । ପରେ ବିଧିବିଧାନ ପୂର୍ବକ କଳାହାଣ୍ଡି ମହାରାଜ ମନ୍ଦିର ଗର୍ଭଗୃହ ମଧ୍ୟରେ ଗୁପ୍ତ ରୀତିନୀତିରେ ଭୈରବଙ୍କ ପୂଜାର୍ଚ୍ଚନା ସହ କାଠ ଗଣ୍ଡି ଗୁଡିକୁ ଅଗ୍ନୀ ସଂଯୋଗ କରିବା ପରେ ଆରମ୍ଭ ହୋଇଥିଲା ଭୈରବଙ୍କ ଝାମୁଯାତ୍ରା । କଳାହାଣ୍ଡି ଝାମୁଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆଦିବାସୀ ସଂସ୍କୃତି ଓ ପରମ୍ପରାର ନିଦର୍ଶନ ଏହି ଝାମୁଯାତ୍ରା । ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ । ହେଲେ ଚଳିତ ବର୍ଷ କଟକଣା କୋହଳ ହେବାରୁ ଶହଶହ ଶ୍ରଦ୍ଧାଳୁ ଭୈରବ ଦେବଙ୍କ ଝାମୁଯାତ୍ରାରେ ସାମିଲ ହୋଇଥିଲେ। ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ ଆଧୁନିକତାର ଚାକଚକ୍ୟରେ ବି ବଦଳିନାହିଁ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା । ଯୁଗ ବଦଳିବା ସହିତ ଆଧୁନିକତା ସହିତ ତାଳ ଦେଇ ବଦଳୁଛି ମଣିଷର ସ୍ଥିତି, ଗତି ଓ ଚରିତ୍ର । କିନ୍ତୁ ମଣିଷ ଆଜି ବି ମାନୁଛି ଧାର୍ମିକ ବିଶ୍ବାସ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଟି, ପାଣି, ପବନ, ଗଛ, ଲତା, ପାହାଡ, ପର୍ବତ ସମସ୍ତେ ଆଧ୍ୟାତ୍ମିକତାର ହିଲ୍ଲୋଳରେ ପରିପୁଷ୍ଟ ହୋଇଛନ୍ତି । ତେବେ ଆଜି ବି ଆଦିବାସୀ ପରମ୍ପରାରେ ଦେଖିବାକୁ ମିଳେ ହଜାରେ ବର୍ଷ ପୁରୁଣା ରୀତିନୀତି ଓ ପରମ୍ପରା। ଆଉ ଆଦିବାସୀଙ୍କ ବାଲିଯାତ୍ରା ବି ଅନନ୍ୟ । ଏଠାରେଠି ଦେଖିବାକୁ ମିଳେ ପାରମ୍ପାରିକ ପରମ୍ପରାର ଝଲକ । ପରମ୍ପରା ଅନୁଯାୟୀ ରୀତିନୀତି ଅନୁସାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ଅଗ୍ନି ଭୈରବଙ୍କ ଝାମୁଯାତ୍ରା। ଆଶ୍ବିନ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ବାଲିକଢା ଠାରୁ ୯ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇଥାଏ । ତେବେ ପଞ୍ଚମୀ ତିଥିରେ ବିଧିବିଧାନ ପୂର୍ବକ ଭୋରରୁ କାଠ ଗୁଡିକୁ ଅଗ୍ନି ସଂଯୋଗ ପାଇଁ ପୂଜାର୍ଚ୍ଚନା ସହ ଅଗ୍ନି ସଂଯୋଗ କରାଯାଇଥିଲା। ଏଥିସହ ଅପରାହ୍ନରେ ଭୈରବ ଦେବଙ୍କ କାଳିସୀ ଲାଗି ହେଲାପରେ ସହର ପରିକ୍ରମା ସାରି ମା’ ମାଣିକେଶ୍ବରୀଙ୍କ କାଳିସୀ ଲାଗି ହୋଇଥିଲା । ପରେ ଦୁହେଁ କଣ୍ଟା ଗାଦିଆରେ ବସି କଣ୍ଟାଦୋଳିରେ ଝୁଲିଥିଲେ । ଏନେଇ ପରେ ପରେ ଅଗ୍ନି ଭୈରବଙ୍କ କାଳିସୀ ଲାଗି ନିଆଁରେ ଚାଲିଥିଲେ । ଗତ ଦୁଇ ବର୍ଷ ଧରି ମହାମାରୀ କୋରୋନା ଯୋଗୁଁ କେବଳ ରୀତିନୀତି ଅନୁଯାୟୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ହେଲେ ଏବେ କଟକଣା କୋହଳ ହେବା ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଝାମୁଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରାର ଏକ ଅଲୌକିକ ଆକର୍ଷଣ ଯୋଗୁଁ ଆଜି ଅନୁଷ୍ଠିତ ଯାତ୍ରାରେ ଏଠାକୁ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଏନେଇ ଭୈରବ ଦେବଙ୍କ ଝାମୁଯାତ୍ରା ପାଇଁ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ହୋଇ ଉଠିଥିଲା ଉତ୍ସବ ମୁଖର ।<eos>
2022-11-28T18:44:11Z
https://www.etvbharat.com/oriya/odisha/state/kalahandi/agni-bhairav-jhamu-yatra-observed-with-traditional-way-in-kalahandi/or20220919105729345345889
OSCAR-2301
<bos>ମାଣ୍ଡ୍ୟା: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ବେଳେ ଅନେକ ଘଟଣା ଘଟୁଛି। କେତେବେଳେ ରାହୁଲ ଗାନ୍ଧି ବର୍ଷାରେ ଭିଜି ଲୋକଙ୍କୁ ସମ୍ବୋଧନ କରୁଛନ୍ତି ତ ଆଉ କେତେବେଳେ ଛୋଟ ଛୋଟ ପିଲା ରାହୁଲଙ୍କ ସହ ପଦଯାତ୍ରାରେ ସାମିଲ ହେଉଛନ୍ତି। କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କଶ୍ମୀର ଯାଏ ଚାଲିବ। ବର୍ତ୍ତମାନ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ବିଜେପି ଶାସିତ କର୍ଣ୍ଣାଟକାରେ ଚାଲିଛି। ଆଜି ରାହୁଲ ଗାନ୍ଧିଙ୍କୁ ସାଥ ଦେବା ପାଇଁ ମା’ ସୋନିଆ ଗାନ୍ଧି ମାଣ୍ଡ୍ୟା ଜିଲ୍ଲାରେ ପହଞ୍ଚିଥିଲେ। ଯାତ୍ରା ଆରମ୍ଭ ବେଳେ ସୋନିଆଙ୍କ ଜୋତାର ଲେସ୍‌ ଫିଟିଯିବାରୁ ରାହୁଲ ନିଜେ ଏହାକୁ ବାନ୍ଧି ଦେଇଥିଲେ। ଏବେ ଆଉ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ସୋନିଆ ଓ ରାହୁଲ ଜଣେ ଛୋଟ ଝିଅକୁ ଭିଡ଼ ମଧ୍ୟରେ କେମିତି ସହଯୋଗ କରୁଛନ୍ତି, ତା’ର ଦୃଶ୍ୟ ରହିଛି। ମା’ ଓ ପୁଅଙ୍କ ଏପରି ଆଚରଣକୁ ସୋଶାଲ ମିଡିଆରେ ସମସ୍ତେ ପ୍ରଶଂସା କରୁଛନ୍ତି। ଆହୁରି ପଢ଼ନ୍ତୁ ପଞ୍ଚାୟତ ନିର୍ବାଚନରେ ଆପ୍‌କୁ ବଡ଼ ସଫଳତା: ୨ନଂକୁ ଉଠିଲା ଦଳ 16 mins ago ଶିକ୍ଷୟିତ୍ରୀଙ୍କୁ ‘ଆଇ ଲଭ ୟୁ’ କହି ଭିଡିଓ ଶୁଟିଂ କଲେ, ପରେ… 38 mins ago ପ୍ରକୃତ ଘଟଣା ହେଉଛି ଆଜି କର୍ଣ୍ଣାଟକାର ମାଣ୍ଡ୍ୟାରେ ରାହୁଲ ଓ ସୋନିଆ ପଦଯାତ୍ରା କରୁଥିଲେ। ଏହି ସମୟରେ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଭିତରେ ଜଣେ ଛୋଟ ଝିଅ ହାତରେ ତ୍ରିରଙ୍ଗା ଧରି ଯାଉଥିବା ବେଳେ ହଠାତ୍‌ ତଳେ ପଡ଼ି ଯାଇଥିଲେ। ଏହା ଦେଖି ରାହୁଲ ଗାନ୍ଧି ତାଙ୍କୁ ଭିଡ଼ ଭିତରୁ ସୁରକ୍ଷାକର୍ମୀ କରିଥିବା କର୍ଡନ ଭିତରକୁ ନେଇ ଆସିଥିଲେ। ସୋନିଆ ମଧ୍ୟ ତୁରନ୍ତ ଝିଅଟିକୁ କୁଣ୍ଢାଇ ପକାଇବା ସହ ପିଠି ବାଡ଼େଇ ଆଉଁସି ଦେଇଥିଲେ। ରାହୁଲ ଗାନ୍ଧି ବେଶ କିଛି ସମୟ ଝିଅଟିର ହାତ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମା’ ଓ ପୁଅଙ୍କ ଏପରି ଆଚରଣକୁ ଅନେକ ଲୋକ ପ୍ରଶଂସା କରିବାରେ ଲାଗିଛନ୍ତି।<eos>
2022-11-28T08:05:38Z
https://odishareporter.in/nation-world/india/girl-falls-down-during-bharat-jodo-yatra-771898
OSCAR-2301
<bos>ଭୁବନେଶ୍ୱର, ପେବୃୟାରୀ ୧ (ଓଡିଶା ଡଟ୍ କମ୍)- ଛାତ୍ରୀ ଓ ମହିଳାମାନଙ୍କୁ ନିରାପତା ପ୍ରଦାନ ଦାବିରେ ଅଲ୍ ଇଣ୍ଡିଆ ଡି.ଏସ୍.ଓ ପକ୍ଷରୁ ସଚିବାଳୟ ସମ୍ମୁଖରେ ଏକ ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୋଷ୍ଟ ମାଷ୍ଟର ଜେନେରାଲଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଓଡିଶାର ତିରିଶ ହଜାର ଛାତ୍ରଛାତ୍ରୀଙ୍କ ଖୋଲା ଚିଠି (ପୋଷ୍ଟକାର୍ଡ) ପ୍ରଦାନ କରାଯାଇଛି । ଅଲ୍ ଇଣ୍ଡିଆ ଡି.ଏସ୍.ଓର ରାଜ୍ୟ ସଭାପତି ଅକ୍ଷୟ ଦାସ, ଉପ-ସଭାପତି ସୁବାସ ନାୟକ, ଗଣେଶ ତ୍ରିପାଠୀ, ସଂପାଦକ ଶିବାଶିଷ ପ୍ରହରାଜ, ସଂପାଦକମଣ୍ଡଳୀ ସଦସ୍ୟ କେଦାରନାଥ ସାହୁ, ସିଦ୍ଧାର୍ଥ ରଥ, ସୋମନାଥ ବେହେରା, ବବି ବଳବନ୍ତରାୟ, ଚିତ୍ତ ରଞ୍ଜନ ମିଶ୍ର, ଖଗେଶ୍ୱର ମହାନ୍ତ, ପରମାନନ୍ଦ ସାହୁ, ଜୟନ୍ତ ମହାନ୍ତି, ଦେବଯାନୀ ଦେହୁରୀ, କାର୍ତ୍ତିକ ମହାନ୍ତ, ନସିମ ସରକାର ଓ ଶାଶ୍ୱତ ସାହୁ ପ୍ରମୁଖ ଏହି ଅଭିଯାନର ନେତୃତ୍ୱ ନେଇଥିଲେ । ବିକ୍ଷୋଭ ସ୍ଥଳରୁ ଦୁଇଟି ପୃଥକ ପ୍ରତିନିଧି ଦଳ ଉପରୋକ୍ତ ଦାବି ସମ୍ବଳିତ ଦାବି ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ବେଳେ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି ସମସ୍ତ ଶିକ୍ଷାନୁଷ୍ଠାନକୁ ପୂର୍ଣ୍ଣ ଅନୁଦାନଦାବିରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ଛାତ୍ର ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଅଲ ଇଣ୍ଡିଆ ଡି.ଏସ.ଓ ପକ୍ଷରୁ ଘୋଷଣା କରାଯାଇଛି । ଧର୍ଷଣ ଓ ଅସଦାଚରଣ ବନ୍ଦ ପାଇଁ ଶିକ୍ଷାନୁଷ୍ଠାନ ମାନଙ୍କରେ ‘ଅଙ୍ଗୀକାର ପତ୍ର’ ପାଠ ଓ ଦସ୍ତଖତ ଅଭିଯାନ ଚାଲୁ ରହିବା ସହ ଉପରୋକ୍ତ ଦାବିରେ ‘ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରଦାନ’ (ଦାବି ସମ୍ବଳିତ ପୋଷ୍ଟକାର୍ଡ ପ୍ରଦାନ)ର କାର୍ଯ୍ୟକ୍ରମ ମଧ୍ୟ ଚାଲିବ । ପରବର୍ତୀ ପର୍ଯ୍ୟାୟରେ ଜିଲ୍ଲା ଓ ଆଞ୍ଚଳିକ ସ୍ତରରେ ଜି.ପି.ଓ, ମୁଖ୍ୟ ପୋଷ୍ଟ ଅଫିସ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରଦାନ କରାଯିବ । ଏହି ଆନ୍ଦୋଳନରେ ସମସ୍ତ ସାହାଯ୍ୟ ସହଯୋଗ ଦେଇ ସକ୍ରିୟ ଅଂଶ ଗ୍ରହଣ କରିବାକୁ ସମସ୍ତ ସ୍ତରର ଛାତ୍ରଛାତ୍ରୀଙ୍କୁ ଅଲ ଇଣ୍ଡିଆ ଡି.ଏସ.ଓ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଓଡିଶା ଡଟ୍ କମ୍ ଓଡିଶା ଡଟ କମ Filed Under: ଓଡିଶା ଖବର, ରାଜନୀତି Tagged With: ଛାତ୍ରଛାତ୍ରୀ, ଡି.ଏସ୍.ଓ, ଧର୍ଷଣ ଓ ଅସଦାଚରଣ, ଶିକ୍ଷାନୁଷ୍ଠାନ, ସଚିବାଳୟ Primary Sidebar ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ Tags ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ<eos>
2022-12-05T15:11:07Z
https://www.odisha.com/tag/%E0%AC%A7%E0%AC%B0%E0%AD%8D%E0%AC%B7%E0%AC%A3-%E0%AC%93-%E0%AC%85%E0%AC%B8%E0%AC%A6%E0%AC%BE%E0%AC%9A%E0%AC%B0%E0%AC%A3/
OSCAR-2301
<bos>କଟକ,୧୮/୧୧: ୨ ହଜାରରୁ ଅଧିକ ବ୍ୟବସାୟୀ, ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କ ଗହଳିଚହଳି ଏବଂ କୋଟିକୋଟି ଟଙ୍କାର କାରବାର ଭିତରେ ଶେଷ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ପ୍ରଥମଥର ଲାଗି ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ ହେଉଥିବା ପୂର୍ବ ଭାରତର ଏହି ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟିକ ସାଂସ୍କୃତିକ ମେଳା ଏଥର ବିଭିନ୍ନ କ୍ଷେତ୍ରରେ ରେକର୍ଡ ସ୍ଥାପନ କରିଛି । ବାଲିଯାତ୍ରାର ଗୌରବୋଜ୍ଜ୍ୱଳ ଇତିହାସରେ ଏଥର ‘ଗିନିଜ୍‌ ବିଶ୍ୱ ରେକର୍ଡ’ର ନୂଆ ସ୍ୱର୍ଣ୍ଣିମ ପୃଷ୍ଠା ବି ଯୋଡ଼ି ହୋଇଛି । ୨୦୧୯ ତୁଳନାରେ ଦୁଇ ଗୁଣା ଲୋକେ ଏବର୍ଷ ବାଲିଯାତ୍ରା ବୁଲିଛନ୍ତି, ଦୁଇ ଗୁଣା କିଣାବିକା ବି ହୋଇଛି । ପ୍ରଶାସନିକ ଆକଳନ କହୁଛି, ୭୦ ଲକ୍ଷରୁ ଅଧିକ ଲୋକ ଏଥର ମେଳାକୁ ଆସିଛନ୍ତି । ପାଖାପାଖି ୨ ଶହ କୋଟି ଛୁଇଁଯାଇଛି ବ୍ୟବସାୟ, କାରବାର । ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ କାଗଜ ଡଙ୍ଗା ତିଆରିରେ ଗିଜିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡ, ସର୍ବବୃହତ ବାଲୁକାକଳା, ବଲିଉଡ୍‌ ଷ୍ଟାର୍‌ ନାଇଟ୍‌, ସବୁଦିନ ସକାଳୁ ସକାଳୁ ପଥୋତ୍ସବ ଓ ଯୋଗ, ୧୦ ଦିନ ଧରି ମହାନଦୀର ନୀଳ ଜଳରାଶିରେ ଜଳକ୍ରୀଡ଼ା । ଏସବୁ ଏଥର ପାଲଟିଥିଲା ବାଲିଯାତ୍ରାର ବୈଶିଷ୍ଟ୍ୟ । କେବଳ ଏତିକି ନୁହେଁ । କଟକର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ‘କଟକ ଇନ୍‌ କଟକ’ ପ୍ୟାଭିଲିୟନ୍‌ ଏଥର ମୁଖ୍ୟ ଆକର୍ଷଣ ସାଜିଥିଲା । ବାଲିଯାତ୍ରାର ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ରେକର୍ଡ ସଂଖ୍ୟାରେ ଦର୍ଶକ ଏକଜୁଟ୍‌ ହୋଇ ରହିବା ଏବଂ ସମୟ ବିତାଇବା ଯୋଗୁଁ ଏହା ମେଳାର ସର୍ବକାଳୀନ ଶ୍ରେଷ୍ଠ ଆକର୍ଷଣ ବୋଲି କୁହାଯାଉଛି । ଏମିତି ଅନେକ ନୂଆ ବୈଶିଷ୍ଟ୍ୟ ସବୁକୁ ନେଇ ବାଲିଯାତ୍ରା-୨୦୨୨ସଫଳ ଭାବେ ସମାପନ ହେବା ସହ ଜାତୀୟ ମାନ୍ୟତା ହାସଲ ପାଇଁ ଦୃଢ଼ ଦାବି ମଧ୍ୟ ସାବ୍ୟସ୍ତ କରିଛି । ପ୍ରଚଳିତ ବ୍ୟବସ୍ଥାରେ ସଂସ୍କାର ଆଣି ବାଲିଯାତ୍ରାକୁ ବେଶ ନିଆରା ଢଙ୍ଗରେ ଏଥର ପାଳନ କରିବାକୁ ଦୀର୍ଘ ୬ ମାସ ଧରି ପ୍ରସ୍ତୁତି ଜାରି ରଖିଥିଲା କଟକ ଜିଲ୍ଲା ପ୍ରଶାସନ । ପ୍ଲଟ୍‌ ବିକ୍ରି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ସହ ମଧ୍ୟସ୍ଥି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିଲା । ସିଧାସଳଖ ବ୍ୟବସାୟୀ ନିଜ ଇଛା ମୁତାବକ ପ୍ଲଟ୍‌ କିଣିପାରିବେ ବୋଲି ନିୟମ କରାଯାଇଥିଲା । ଯଦିଓ ଘରୋଇକରଣ, ବଜାରୀକରଣ, ନିଲାମ୍‌ ବ୍ୟବସ୍ଥାକୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ରହିଥିଲା, ଛୋଟ ବ୍ୟବସାୟୀଙ୍କ ପ୍ରତି ପ୍ରଶାସନ ଅନ୍ୟାୟ କରୁଥିବା ଅଭିଯୋଗ ଉଠିଥିଲା, ତଥାପି ଜଟିଳ ପ୍ରକ୍ରିୟା ଭିତରେ ପ୍ଲଟ୍‌ ବିକ୍ରି ଶେଷ ହୋଇଥିଲା । ଏଥର ବାଲିଯାତ୍ରାରେ ପ୍ରାୟ ୧୬ ଶହ ଷ୍ଟଲ୍‌ ହୋଇଥିବା ବେଳେ ୭ ଜଣ ମୁଖ୍ୟ ପ୍ରାୟୋଜକ ରହିଥିଲେ । ପ୍ଲଟିଂ ବ୍ୟବସ୍ଥାରେ ସୁଧାର ଅଣାଯାଇଥିଲା । ଚଉଡ଼ା, ଓସାରିଆ ରାସ୍ତା କରି ମେଳା ପଡିଆକୁ ଏକାଧିକ ରାସ୍ତା ସହ ସଂଯୋଗ କରାଯାଇଥିଲା । ନବକଳେବର ରୂପରେ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ରାଜ୍ୟସ୍ତରୀୟ କଟକ ବାଲିଯାତ୍ରା ମହୋତ୍ସବ । ପ୍ରଥମଦିନ ଭିଡ଼ ଏତେ ନ ଥିଲା । ଦ୍ୱିତୀୟ ଦିନ ଅର୍ଥାତ୍‌ ୯ତାରିଖରୁ ମେଳା ପଡିଆକୁ ଲୋକେ ଗଡ଼ିବା ଆରମ୍ଭ କରିଥିଲେ । ପ୍ରତିଦିନ ହାରାହାରି ୫ରୁ ୬ ଲକ୍ଷ ଲୋକ ବାଲିଯାତ୍ରା ବୁଲିଥିଲେ । ଶନିବାର ଓ ରବିବାର ଭିଡ଼ ଦୁଇଗୁଣା ବଢିଯାଇଥିଲା । ରବିବାର ତ ଦର୍ଶକ ସଂଖ୍ୟା ୧୫ ଲକ୍ଷ ଟପିଥିବା ଆକଳନ କରାଯାଇଥିଲା । ଭିଡ଼ ଓ ଟ୍ରାଫିକ୍‌ ଜାମ୍‌ ସ୍ଥିତିରେ ସେଦିନ ସାରା ସହର ଛନ୍ଦି ହୋଇପଡିଥିଲା । ଏହା ଭିତରେ ବାଲିଯାତ୍ରା ଦୁଇ ଦିନ ବଢାଇବାକୁ ସିଏମ୍‌ସି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଦିନଟିଏ ବଢାଇବାକୁ ସରକାରଙ୍କ ସମ୍ମତି ମିଳିବା ପରେ ଗୁରୁବାର ପର୍ଯ୍ୟନ୍ତ ବାଲିଯାତ୍ରା ବଢିଥିଲା । Related Posts ଜିଲ୍ଲା ଦାବିରେ ୬ ଘଣ୍ଟିଆ ବଣାଇ ବନ୍ଦ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ତାଲା 2 December 2022 ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ 2 December 2022 ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର 2 December 2022 ବିନିକାରେ ଜମୁଛି ଗୋକୁଲାଷ୍ଟମୀ ଯାତ୍ରା, କଂସ ମହାରାଜଙ୍କ ଅଟ୍ଟହାସ୍ୟରେ କମ୍ପିଲା ରାଜ ଦରବାର 2 December 2022 ରାଜ୍ୟ ଜିଲ୍ଲା ଦାବିରେ ୬ ଘଣ୍ଟିଆ ବଣାଇ ବନ୍ଦ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ତାଲା ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର ବିନିକାରେ ଜମୁଛି ଗୋକୁଲାଷ୍ଟମୀ ଯାତ୍ରା, କଂସ ମହାରାଜଙ୍କ ଅଟ୍ଟହାସ୍ୟରେ କମ୍ପିଲା ରାଜ ଦରବାର ଚାଷୀ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ, ବିଧାନସଭା ମୁଲତବୀ ରାଜନୀତି ଚାଷୀ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ, ବିଧାନସଭା ମୁଲତବୀ ପଦ୍ମପୁର ଉପନିର୍ବାଚନ: ବର୍ଷାଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତାଳଚେର ଯିବେ କେନ୍ଦ୍ରମନ୍ତ୍ରୀ,ହନୁମାନ ମନ୍ଦିର ବିଗ୍ରହ ପ୍ରତିଷ୍ଠାରେ ଯୋଗଦେବେ ଗୁଜରାଟରେ ପିଏମ ମୋଦୀଙ୍କ ମେଗା ରୋଡ୍ ଶୋ’, ୫୪ କିଲୋମିଟର ରାସ୍ତା, ଟାର୍ଗେଟରେ ୧୪ ବିଧାନସଭା କ୍ଷେତ୍ର ୯୧ କଂଗ୍ରେସ ବିଧାୟକଙ୍କ ଇସ୍ତଫା କାହିଁକି ସ୍ୱୀକାର କରୁନାହାନ୍ତି ବାଚସ୍ପତି, ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେପି ଅପରାଧ ଧରାପଡ଼ିଲା ସିଦ୍ଧୁ ମୂସେଓ୍ବାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ! କାଲିଫୋର୍ଣ୍ଣିଆରେ ଗୋଲ୍ଡି ବରାଡ଼ ରହିଥିବା ନେଇ ସୂଚନା<eos>
2022-12-02T07:13:03Z
https://www.prameyanews7.com/baliyatra-ens-this-year/
OSCAR-2301
<bos>Personality Test – ଏମାନଙ୍କ ମଧ୍ୟରୁ ପସନ୍ଦ କରନ୍ତୁ ଗୋଟେ ଝିଅ ଏବଂ ଜାଣନ୍ତୁ ନିଜ ବିଷୟରେ ଖାସ କଥା…. – news40daily.com Publisher - Just another WordPress site ଆଶ୍କର୍ଯ୍ୟ ଘଟଣା କରୋନା ଜୀବନଚର୍ଯ୍ୟା ଦେଶ ବିଦେଶ ବ୍ୟବସାୟ ଓ ଅର୍ଥନୀତି ମନୋରଂଜନ ରାଜ୍ୟ ଲାଇଫ୍ ଷ୍ଟାଇଲ୍ life style Personality Test – ଏମାନଙ୍କ ମଧ୍ୟରୁ ପସନ୍ଦ କରନ୍ତୁ ଗୋଟେ ଝିଅ ଏବଂ ଜାଣନ୍ତୁ ନିଜ ବିଷୟରେ ଖାସ କଥା…. Share କୌଣସି ବ୍ୟକ୍ତି ପସନ୍ଦ ତାର ସ୍ଵଭାବ ଓ ଲକ୍ଷଣ ର ଆଇନା ସଦୃଶ୍ୟ ହୋଇ ଥାଏ ତାକୁ କଣ ପସନ୍ଦ କଣ ପସନ୍ଦ ନୁହଁ ର । ସେଥିରୁ ତାର ସ୍ଵଭାବ ର ବହୁତ୍ କିଛି ଜାଣିବା ପାଇଁ ମିଳିଥାଏ ।ଆମେ ଆମ ନିଜ ବିଷୟ ରେ ଯେତେ ଜାଣିଲେ ବି ଆମର ସବୁବେଳେ ନିଜ ବିଷୟ ରେ ଜାଣିବା ଇଛା ଅଧିକ ରହି ଥାଏ।ତେବେ ଆଜି ଆମେ ନିଜ ଜୀବନ ବିଷୟ ରେ କିଛି ଜାଣିବା । ତେବେ ଆମେ ପ୍ରାୟ ନିଜର ଖରାପ୍ ଗୁଣ କୁ ସମସ୍ତ ଙ୍କ ପାଖରୁ ଲୁଚାଇ ରଖି ଥାଉ ଆଉ ଆମେ ବେଳେ ବେଳେ ଏହି ଗୁଣ ବିଷୟ ରେ ଆମେ ଅଜ୍ଞାତ ଥାଉ । ତେବେ ଆଜି ଆମେ ଆପଣ ଙ୍କୁ 5 ଟି ବିଭିନ୍ନ ପ୍ରକାରର ମହିଳା ଙ୍କ ଫଟୋ ଦେଖାଇବା ଯେଉଁ ଭିତରୁ ଆପଣ ଙ୍କୁ ଗୋଟିଏ ଚୟନ କରିବାରେ ଅଛି । ଏଥିପାଇଁ ଆପଣ 5 ସେକେଣ୍ଡ ସମୟ ନିଅନ୍ତୁ ଏହା ଦ୍ଵାରା ଆମେ ଆପଣଙ୍କ ଗୋଟିଏ ଭଲ ଓ ଖରାପ୍ ଗୁଣ ବିଷୟରେ ଜାଣିବା । 1- ଯଦି ଆପଣ ପ୍ରଥମ ମହିଳା କୁ ପସନ୍ଦ କରି ଅଛନ୍ତି ତେବେ ଆପଣ ଖୁବ୍ ପରିଶ୍ରମୀ ଓ ଆତ୍ମ ବିଶ୍ବାସୀ ଅଟନ୍ତି । ନିଜ ପରିଶ୍ରମ ବଳରେ ସବୁ କିଛି କରିବା ପାଇଁ ଚେଷ୍ଟା କରନ୍ତୁ । ନିଜ ଜୀବନ ରେ ସଫଳତା ପାଇଁ ସବୁବେଳେ ଉଦ୍ୟମ କରି ଥାଆନ୍ତି । 2- ଯଦି ଆପଣ ଦ୍ଵିତୀୟ ମହିଳା କୁ ପସନ୍ଦ କରି ଅଛନ୍ତି ତେବେ ଆପଣ ସବୁବେଳେ ନିଶା ଦ୍ରବ୍ୟ ସେବନ କରିବା ପାଇଁ ପସନ୍ଦ କରି ଥାଆନ୍ତି । ତେବେ ଆପଣ ଏହି ସବୁ ଅଭ୍ୟାସ ଠାରୁ ଆପଣ ଦୂରେଇ ରୁହନ୍ତୁ । ବର୍ତ୍ତମାନ ଆପଣ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି ଏହି ସମୟ ରେ ଆପଣ ଏହି ସମୟ ରେ ବହୁତ୍ ଆଗକୁ ବଢ଼ି ପାରିବେ । Related Posts କାଲି ଗୁରୁବାର ( ଲୁଣର ଏହି ଉପାୟ ) କୋଟିପତି ବନେଇଦିଏ ଆପଣଙ୍କୁ, Salt Vastu tips Jyotisha Shastra – ଶନି ଦେବେ ବରଦାନ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ୪ ରାଶିକୁ… କେଶ ଝଡ଼ିବା ଓ ଚନ୍ଦାପଣ ( Hairfall & Baldness ) କିପରି ପାଇବେ ମୁକ୍ତି ? Dr… 3- ଯଦି ଆପଣ ତୃତୀୟ ମହିଳା କୁ ପସନ୍ଦ କରି ଅଛନ୍ତି ତେବେ ଆପଣ ଜୀବନ ରେ ବହୁତ୍ ସମସ୍ୟା ଆସିଥାଏ ଏହି ସବୁ ସମସ୍ୟା କୁ ଆପଣ ଖୁବ୍ ଧର୍ଯ୍ୟ ର ସହିତ ସାମ୍ନା କରି ଥାଆନ୍ତି । 4- ଯଦି ଆପଣ ଚତୁର୍ଥ ମହିଳା କୁ ପସନ୍ଦ କରି ଅଛନ୍ତି ତେବେ ଆପଣ ଆପଣ ସାମାନ୍ୟ ଇମୋସ୍ନାଲ୍ ସ୍ଵଭାବ ର ହୋଇ ଥାଆନ୍ତି । ଆପଣ ନିଜ ପରିବାର ସହିତ ଯୋଡ଼ି ହୋଇ ରହିବା ପାଇଁ ପସନ୍ଦ କରି ଥାଆନ୍ତି । ଆପଣ ନିଜ ଖରାପ୍ ଅଭ୍ୟାସ କୁ ବଦଳାଇବା ପାଇଁ ବହୁତ୍ ଚେଷ୍ଟା କରି ଥାଆନ୍ତି । 5- ଯଦି ଆପଣ ପଞ୍ଚମ ମହିଳା କୁ ପସନ୍ଦ କରି ଅଛନ୍ତି ତେବେ ଆପଣ ଆପଣ ନିଜ ଜୀବନ ରେ ଉନ୍ନତି କରିବା ପାଇଁ ବହୁତ୍ ଚେଷ୍ଟା କରି ଥାଆନ୍ତି । ନିଜ ଜୀବନ ରେ ସଫଳତା ପ୍ରାପ୍ତି କରିବା ପାଇଁ ସବୁବେଳେ ପରିଶ୍ରମ କରି ଥାନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 263 Share FacebookTwitterGoogle+ReddItWhatsAppPinterestEmail Prev Post ହେ ପ୍ରଭୁ ! ଖେଳୁ ଖେଳୁ ଛୋଟ ଶିଶୁଟି କେରିଦେଲା ଏମିତି କାଣ୍ଡ, ଦେଖିଲେ ଛାତି ଥରି ଉଠିବ….. Next Post ଦେଖନ୍ତୁ ଭିଡ଼ିଓ ! ବାଃ ବାଃ ରେ ଝିଅ । ୫ ବର୍ଷ ଝିଅର ମୁହଁ ରେ ବାହାରୁଛି ଅନର୍ଗଳ ଶିବ ତାଣ୍ଡବ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ……<eos>
2022-11-30T04:41:04Z
https://news40daily.com/index.php/emana-nka-madhayaru-bachhantu/
OSCAR-2301
<bos>ଭୁବନେଶ୍ୱର : କେରଳରେ ବନ୍ୟା ପରିସ୍ଥିତି ଯୋଗୁଁ ଦିନକୁ ଦିନ ଲୋକଙ୍କ ଅବସ୍ଥା ବେହାଲ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶ ମାର୍ଗରୁ କେରଳର ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହିତ ୫୦୦ କୋଟିର ଆର୍ଥିକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ କେରଳରେ ହୋଇଥିବା ବନ୍ୟାସ୍ଥିତିରେ ଏଯାଏଁ ସୁଧାର ଆସିନଥିବା ବେଳେ ୧୩ଟି ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଛି । । ସେହିପରି ମୃତ ବ୍ୟକ୍ତିଙ୍କ ପରିବାର ବର୍ଗକୁ ୨ଲକ୍ଷ ଟଙ୍କାର କ୍ଷତିପୁରଣ ସହ ଆହତ ମାନଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବା ନେଇ ସୂଚନା ମିଳୁଛି । କେରଳରେ ଏଯାଏଁ ପାଖାପାଖି ୩୨୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ସେନା, ବାୟୁସେନା, କୋଷ୍ଟ ଗାର୍ଡ ଓ ନୌସେନା ପକ୍ଷରୁ ଯୁଦ୍ଧ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବନ୍ୟା ପିଡିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଏହା ବ୍ୟତିତ ତେବେ ୧୯୨୪ ମସିହା ପରଠାରୁ ଏହା ହେଉଛି କେରଳ ପାଇଁ ସବୁଠାରୁ ଭୟଙ୍କର ବନ୍ୟା । ସୂଚନା ଅନୁଯାୟୀ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେରଳକୁ ୫କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିସାରିଛନ୍ତି ।<eos>
2022-11-30T03:13:23Z
https://odishasambad.in/pm-narendra-modi-visit-kerala/
OSCAR-2301
<bos>ଲିଡିଂ ଫିଲ୍ମ ସାଧାରଣତ plastic ପ୍ଲାଷ୍ଟିକ୍ ପାତ୍ର, କପ୍, କିମ୍ବା ଟ୍ରେରେ ବନ୍ଦ ଭାବରେ ବ୍ୟବହୃତ ହୁଏ ଯାହା ଦହି, ସୁପ୍, ମାଂସ, ପନିର ଏବଂ ଅନ୍ୟାନ୍ୟ ଅନେକ ଖାଦ୍ୟ ପଦାର୍ଥ ଧାରଣ କରିଥାଏ |ଲିଡିଂ ପ୍ରାୟତ a ଏକ ଲାମିନ୍ଟେଡ୍ ନିର୍ମାଣ, ଫଏଲ୍, କାଗଜ, ପଲିଷ୍ଟର, ପେଟିଏମ୍ କିମ୍ବା ଅନ୍ୟ ସମସ୍ତ ଧାତୁଯୁକ୍ତ ଏବଂ ଅଣ-ଧାତୁଯୁକ୍ତ ସାମଗ୍ରୀ ଯାହା ଫିଲ୍ମକୁ ତିଆରି କରେ |ଏହି ଚଳଚ୍ଚିତ୍ରଟି ଖଣ୍ଡ ଖଣ୍ଡ ନକରି ଚୋବାଇବା ପାଇଁ ସ୍ୱତନ୍ତ୍ର ଭାବରେ ଇଞ୍ଜିନିୟରିଂ ହୋଇଛି |ପିଲେବଲ୍, ମାଇକ୍ରୋୱେଭ୍-ସୁରକ୍ଷିତ, ଆଣ୍ଟି-କୁହୁଡି, ଫ୍ରିଜର୍-ନିରାପଦ, ସେଲ୍ଫ୍ ଭେଣ୍ଟିଙ୍ଗ୍, ଗ୍ରୀସ୍ ଏବଂ ତେଲ ପ୍ରତିରୋଧକ, ମୁଦ୍ରଣଯୋଗ୍ୟ, ଉଚ୍ଚ ପ୍ରତିବନ୍ଧକ ସହିତ ଏକ ବର୍ଦ୍ଧିତ ସେଲ ଲାଇଫ୍ ପାଇଁ ଏହା ଏକ ଦୃ strong ଆଡିଶିନ୍ ଏବଂ ଟାଇଟ୍ ସିଲ୍ ରଖେ |ଏଠାରେ ଏକ କଷ୍ଟମାଇଜେସନ୍ କୋଟ୍ ପାଆନ୍ତୁ! ଆମକୁ ଅନୁସନ୍ଧାନ ଇମେଲ ପଠାନ୍ତୁ | କାରଖାନାଗୁଡ଼ିକର ପରିଚୟ, କୋଟେସନ୍, MOQ, ବିତରଣ, ମାଗଣା ନମୁନା, ଚିତ୍ରକଳା ଡିଜାଇନ୍, ଦେୟ ସର୍ତ୍ତାବଳୀ, ବିକ୍ରୟ ପରେ ସେବା ଇତ୍ୟାଦି ବିଷୟରେ, ଆପଣ ଜାଣିବାକୁ ଆବଶ୍ୟକ କରୁଥିବା ସମସ୍ତ ଉତ୍ତର ପାଇବାକୁ ଦୟାକରି FAQ କ୍ଲିକ୍ କରନ୍ତୁ | ପ୍ରଶ୍ନଗୁଡିକ କ୍ଲିକ୍ କରନ୍ତୁ | ଉତ୍ପାଦ ବିବରଣୀ ଉତ୍ପାଦ ଟ୍ୟାଗ୍ସ | ଆଜି ବିଶ୍ market ବଜାରରେ ଉପଲବ୍ଧ ଏକ ବିବିଧ ଲିଡିଂ ଫିଲ୍ମ ରେଞ୍ଜ ମଧ୍ୟରୁ ଗୋଟିଏ |ସୁରକ୍ଷା, ଉପସ୍ଥାପନା ଏବଂ ସଂରକ୍ଷଣ ପାଇଁ ସ୍ developed ତନ୍ତ୍ର ଭାବରେ ବିକଶିତ ହୋଇଛି, ଆମର ବଜାର-ଅଗ୍ରଣୀ ଲିଡିଂ ଚଳଚ୍ଚିତ୍ରଗୁଡ଼ିକରେ ଉନ୍ନତମାନର କ୍ଷମତା, ଶକ୍ତି ଏବଂ ସ୍ ity ଚ୍ଛତା ସହିତ ବ୍ୟତିକ୍ରମ ପ୍ରତିବନ୍ଧକ କ୍ଷମତା ଥିବା ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ | ପ୍ରସ୍ତୁତ ଭୋଜନ | ଆମର ପିଲ୍ ଏବଂ ୱେଲ୍ଡ ସିଲ୍ ଲିଡିଂ ଚଳଚ୍ଚିତ୍ରଗୁଡିକ ପ୍ରସ୍ତୁତ ଭୋଜନ ପାଇଁ ଆଦର୍ଶ ଏବଂ ଆମର ବିସ୍ତୃତ ବିକଳ୍ପଗୁଡିକ ମାଇକ୍ରୋୱେଭ୍, ଚୁଲି, ଫ୍ରିଜ୍, ଫ୍ରିଜର୍ ଏବଂ ସେଲ୍-ଷ୍ଟୋରେଜ୍ ସହିତ ଅଧିକାଂଶ ଟ୍ରେ ଏବଂ ପ୍ରୟୋଗ ପାଇଁ ଉପଯୁକ୍ତ କରିଥାଏ | ସତେଜ ଉତ୍ପାଦନ | ଫଳ ଏବଂ ପନିପରିବାକୁ ଅଧିକ ସମୟ ସତେଜ ରଖିବା ପାଇଁ ଆମେ ଆଦର୍ଶ ଲିଡିଂ ଫିଲ୍ମ ଯୋଗାଇଥାଉ ଏବଂ ଭୁଲ୍ କମାଇବା ପାଇଁ କୁହୁଡି ବିରୋଧୀ ଟେକ୍ନୋଲୋଜି ପ୍ରଦାନ କରୁ | ମାଂସ, କୁକୁଡ଼ା ଏବଂ ସାମୁଦ୍ରିକ ଖାଦ୍ୟ | କାରଖାନା ଠାରୁ ରୋଷେଇ ଘର ପର୍ଯ୍ୟନ୍ତ ଉପଯୁକ୍ତ କେଏମ୍ ପ୍ୟାକେଜିଂରୁ ଏକ ସୁରକ୍ଷିତ ଲିଡିଂ ଫିଲ୍ମ ସହିତ ଉଚ୍ଚ ମୂଲ୍ୟର ବିଷୟବସ୍ତୁକୁ ସୁରକ୍ଷିତ କରନ୍ତୁ | ବେକେରୀ ଏବଂ ମିଠା ଆମର ଲିଡିଂ ଚଳଚ୍ଚିତ୍ରଗୁଡ଼ିକ ତୁମର ପାକ ହୋଇଥିବା ସାମଗ୍ରୀ ଏବଂ ମିଠାକୁ ସମ୍ପୂର୍ଣ୍ଣ ରୂପେ ଉପସ୍ଥାପନ କରିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଫ୍ରିଜ୍, ଫ୍ରିଜର୍, ଚୁଲି ଏବଂ ମାଇକ୍ରୋୱେଭ୍ ପାଇଁ ଉପଯୁକ୍ତ | ଦୁଗ୍ଧ ଏବଂ ପନିର ଦୁଗ୍ଧ ଏବଂ ପନିର ଉତ୍ପାଦକୁ APET ଟ୍ରେ ପାଇଁ ଉପଯୁକ୍ତ ରିସାଲ୍ ଏବଂ ମଲ୍ଟି-ପିଲ୍ ବିକଳ୍ପ ସହିତ ବିଭିନ୍ନ ଲିଡିଂ ଚଳଚ୍ଚିତ୍ର ସହିତ ଅଧିକ ସମୟ ପାଇଁ ସତେଜ ରଖନ୍ତୁ | ଉଦ୍ଭିଦ ଭିତ୍ତିକ ପ୍ରୋଟିନ୍ | ଉଦ୍ଭିଦ ଭିତ୍ତିକ ପ୍ରୋଟିନଗୁଡିକର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଉପଯୁକ୍ତ |ଆପଣଙ୍କ ଉତ୍ପାଦକୁ ନ eth ତିକ ଭାବରେ ପୂର୍ଣ୍ଣ କରିବା ପାଇଁ ଆମେ ବିଭିନ୍ନ ପ୍ରକାରର ଭେଜାନ୍ ଲିଡିଂ ଚଳଚ୍ଚିତ୍ର ମଧ୍ୟ ଯୋଗାଉ | ଗୃହପାଳିତ ପଶୁ ପିଲ୍ ଏବଂ ରିଜେଲ୍ ବିକଳ୍ପ ସହିତ ଆପଣଙ୍କ ପୋଷା ଖାଦ୍ୟ ପ୍ୟାକେଜିଂ ଆବଶ୍ୟକତା ପାଇଁ ବିଶ୍ୱ ସ୍ତରୀୟ ଲିଡିଂ ଚଳଚ୍ଚିତ୍ର ସମାଧାନର ଲାଭ ଉଠାନ୍ତୁ | ଆମର ଦଳ ଏଠାରେ ଅତ୍ୟଧିକ ଜ୍ଞାନବାନ ଏବଂ ଆପଣଙ୍କ ଆବଶ୍ୟକତାକୁ ବୁ to ିବା ଏବଂ ଆପଣଙ୍କୁ ସଠିକ୍ ସମାଧାନ ଖୋଜିବାରେ ସାହାଯ୍ୟ କରିବା ପାଇଁ ଆପଣଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରନ୍ତି | ରଙ୍ଗ-ମେଳ: ନିଶ୍ଚିତ-ନମୁନା କିମ୍ବା ପାଣ୍ଟୋନ୍ ଗାଇଡ୍ ରଙ୍ଗ ସଂଖ୍ୟା ଅନୁଯାୟୀ ମୁଦ୍ରଣ | ଲିଡିଂ ଫିଲ୍ମ କ’ଣ? ଲିଡିଂ ଚଳଚ୍ଚିତ୍ର ହେଉଛି ଏକ ପ୍ରକାର ନମନୀୟ ପ୍ୟାକେଜିଂ ଫିଲ୍ମ |ସାଧାରଣତ speaking କହିବାକୁ ଗଲେ, ସେମାନେ ସାଧାରଣତ paper କାଗଜ, ଫଏଲ୍, ପଲିଥିନ୍, ପଲିଷ୍ଟର ଏବଂ ଅନ୍ୟାନ୍ୟ ପ୍ରକାରର ନମନୀୟ ପ୍ୟାକେଜିଂ ସାମଗ୍ରୀରୁ ତିଆରି |ଲିଡିଂ ଚଳଚ୍ଚିତ୍ର ଉଭୟ ସହଜ-ପିଲ୍ ଏବଂ ଲକ୍-ଟାଇଟ୍ ସଂସ୍କରଣରେ ଉପଲବ୍ଧ | ଚଳଚ୍ଚିତ୍ର ଲିଡିଂର ଲାଭ କ’ଣ? ଆପଣଙ୍କର ଆବଶ୍ୟକତା ଉପରେ ନିର୍ଭର କରି, ଆମେ ବିଭିନ୍ନ ପ୍ରକାରର ଚଳଚ୍ଚିତ୍ର ପ୍ରଦାନ କରିପାରିବା ଯାହା ବିଭିନ୍ନ ସିଲ୍ ପଦ୍ଧତି ପାଇଁ ଅନୁମତି ଦିଏ |ଉଚ୍ଚ ମୂଲ୍ୟର ଉତ୍ପାଦଗୁଡିକ ପାଇଁ ଅତିରିକ୍ତ ସୁରକ୍ଷିତ ସିଲ୍ ଠାରୁ ଆରମ୍ଭ କରି ତାଜାତା ରକ୍ଷା କରିବାରେ କାର୍ଯ୍ୟକାରିତାକୁ ପୁନ eal ନିର୍ମାଣ କରିବା ପର୍ଯ୍ୟନ୍ତ, ଆମର ଲିଡିଂ ଚଳଚ୍ଚିତ୍ରଗୁଡ଼ିକ ଆପଣ ଆବଶ୍ୟକ କରୁଥିବା କାର୍ଯ୍ୟ କରିପାରିବେ | ମାଇକ୍ରୋୱେଭରେ ବ୍ୟବହାର ପାଇଁ ଉପଯୁକ୍ତ ଲିଡିଂ ଚଳଚ୍ଚିତ୍ର, ଏବଂ ଚୁଲି ପ୍ୟାକେଜିଂ ଯାହା ଦ୍ food ାରା ଖାଦ୍ୟ କାରଖାନାରୁ ଟେବୁଲକୁ ଯାଇ ଖାଦ୍ୟ ଖାଇବାକୁ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗ୍ରାହକଙ୍କ ସୁବିଧା ଏବଂ ନିରାପତ୍ତାରେ ଚରମ ଅଟେ |ଆମର ପ୍ରତିରକ୍ଷା ଚଳଚ୍ଚିତ୍ରଗୁଡିକ ଅତିରିକ୍ତ ଲାମିନେଟ୍ ସ୍ତର ସହିତ ମଧ୍ୟ ଉତ୍ପାଦନ କରାଯାଇପାରିବ ଯାହାକି ପରବର୍ତ୍ତୀ ପ୍ରତିରକ୍ଷା ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରେ | ତୁମର ଲିଡିଂ ଫିଲ୍ମର ପ୍ରୟୋଗ କ’ଣ? ଦୁଗ୍ଧ - କୁଟିଜ ପନିର, ଖଟା କ୍ରିମ୍ ଇତ୍ୟାଦି ସୁପ୍, ସସ୍, ଡ୍ରେସିଂ, ଡିପ୍ ଏବଂ କଣ୍ଡିମେଣ୍ଟସ୍, କଟା ଉତ୍ପାଦନ, ଦହି ଏବଂ ଜେଲି |ଆମର ଲିଡିଂ ଚଳଚ୍ଚିତ୍ରଗୁଡିକ HDPE, PP, ଏବଂ PET ପାତ୍ର, କପ୍ ଏବଂ ଟ୍ରେଗୁଡିକ ପାଳନ କରିବ | ତୁମର ଲିଡିଂ ଫିଲ୍ମର ସାମଗ୍ରୀ ଗଠନ ଏବଂ ମୁଦ୍ରଣ କ’ଣ? ଅଧିକାଂଶ ସଂରଚନା ସ୍ୱଚ୍ଛ, ଧାତୁଯୁକ୍ତ କିମ୍ବା ଧଳା ରଙ୍ଗରେ ଉପଲବ୍ଧ |ଆମେ 10 ଟି ରଙ୍ଗ ପର୍ଯ୍ୟନ୍ତ ଉଚ୍ଚ-ସଂଜ୍ଞା ପ୍ରିଣ୍ଟିଙ୍ଗ୍ ମଧ୍ୟ ପ୍ରଦାନ କରୁ | ପ୍ଲାଷ୍ଟିକ୍ ଫିଲ୍ମ ରୋଲରେ ତୁମର ଟର୍ନାରାଉଣ୍ଡ ସମୟ କ’ଣ? ତୁମର କଳାକ work ଶଳ ଅନୁମୋଦନ ହେବା ପରେ ପ୍ଲାଷ୍ଟିକ୍ ଫିଲ୍ମ ରୋଲ୍ 10 କାର୍ଯ୍ୟ ଦିନରେ ଉତ୍ପାଦିତ ହେବ | ପୂର୍ବ: ଲନ୍ ଏବଂ ଗାର୍ଡେନ୍ ପ୍ୟାକେଜିଂ | ପରବର୍ତ୍ତୀ: ଆଲୁମିନିୟମ୍ ଉଚ୍ଚ ପ୍ରତିବନ୍ଧକ ଥଳି | ଉତ୍ପାଦ ବର୍ଗଗୁଡିକ | ପ୍ଲାଷ୍ଟିକ୍ ଚଳଚ୍ଚିତ୍ର ରୋଲ୍ | ସବସ୍କ୍ରିବର୍ସ | ଠିକଣା: ବିମାନବନ୍ଦର ଇଣ୍ଡଷ୍ଟ୍ରିଆଲ୍ ଜୋନ୍, ଚେଙ୍ଗିଆଙ୍ଗ ଜିଲ୍ଲା, କଳିଙ୍ଗ, ଚୀନ୍ | ଟେଲ: + 86-13853283162 ଇମେଲ୍: [email protected] © କପିରାଇଟ୍ - 2010-2022: ସର୍ବସତ୍ତ୍ Res ସଂରକ୍ଷିତ | ଗରମ ଦ୍ରବ୍ୟ | - ସାଇଟମ୍ୟାପ୍ କଷ୍ଟମ୍ ଫୁଡ୍ ପ୍ୟାକେଜିଂ ବ୍ୟାଗ୍ |, ନମନୀୟ ପ୍ଲାଷ୍ଟିକ୍ ପ୍ୟାକେଜିଂ |, କଷ୍ଟମ କାର୍ଡବୋର୍ଡ ବାକ୍ସଗୁଡ଼ିକ |, ପ୍ଲାଷ୍ଟିକ୍ ଚଳଚ୍ଚିତ୍ର ଖାଦ୍ୟ ପ୍ୟାକେଜିଂ |, ନମନୀୟ ପ୍ୟାକେଜିଂ |, ଖାଦ୍ୟ ପ୍ୟାକେଜିଂ ପାଇଁ ପ୍ଲାଷ୍ଟିକ୍ ଚଳଚ୍ଚିତ୍ର |,<eos>
2022-12-04T09:43:17Z
http://or.advanmatchpac.com/lidding-film-product/
OSCAR-2301
<bos>ମେଷ: କାର୍ଯ୍ୟକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ବିଦ୍ୟାର୍ଥିମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇପାରିବେ। ପରିବାରଜନଙ୍କ ସମ୍ବନ୍ଧିତ କୌଣସି ଶୁଭ ସମାଚାର ଶୁଣିବେ । ବୃଷ: ପୁରୁଣା ରୋଗର ଉପଶମ ହୋଇ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ନୂତନ ବ୍ୟବସାୟର ସୁଯୋଗ ପାଇବେ ଓ ନୂତନ କାର୍ଯ୍ୟାରମ୍ଭ କରିପାରିବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ମିଥୁନ: ବ୍ୟବସାୟୀମାନେ ଆବଶ୍ୟକତାଠାରୁ ଅଧିକ ଆଦାନ ପ୍ରଦାନ କରି ଉଚିତ ଲାଭ ପାଇବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ଘଟଣାର ସମାଧାନ ହେବ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। କର୍କଟ: ଶିକ୍ଷା ପ୍ରତି ରୁଚି ବୃଦ୍ଧି ପାଇବା ସହ ପରୀକ୍ଷା ପରିଣାମ ଅନୁକୂଳ ହେବ। ତରବରିଆ ହିସାବରେ କୌଣସି କାର୍ଯ୍ୟ ନ କରି ସବୁଆଡକୁ ନଜର ଦେଇ କାମ କରିବା ଉଚିତ୍ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ସିଂହ: ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ବହୁତ ବଡ଼ ଲାଭ ଉଠେଇ ପାରିବେ । ଆପଣା ଲୋକଙ୍କ ସାହାଯ୍ୟ ପାଇ କେତେକ ସମସ୍ୟା ସୁଧାରି ନେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ। କନ୍ୟା: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବା ସହ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ବ୍ୟବସାୟରେ ଆଶାତୀତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରିପାରିବେ। ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ । ଆହୁରି ପଢ଼ନ୍ତୁ ୪ ଡିସେମ୍ବର, ରବିବାର: ଆୟ ତୁଳନାରେ ବ୍ୟୟ ଅଧିକ ହେବ 6 hours ago ୩ ଡିସେମ୍ବର, ଶନିବାର: ପୂର୍ବ ଅପେକ୍ଷା ଆୟ ବୃଦ୍ଧି ହେବ 1 day ago ତୁଳା: ସାଙ୍ଗମାନଙ୍କ ସାହାଯ୍ୟରେ, ଆପଣଙ୍କର ସମସ୍ତ କାର୍ଯ୍ୟ ସହଜ ସରଳରେ ସମାପ୍ତ କରିପାରିବେ । ଜୀବନ ସାଥୀଙ୍କ ପରାମର୍ଶରେ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ବିଚ୍ଛା: ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ କେତେକ କ୍ଷେତ୍ରରେ ପ୍ରଶଂସା ପାଇବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ । ଧନୁ: ସାଙ୍ଗ ସାଥିମାନେ ସାହାଯ୍ୟ କରିବା ଫଳରେ ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖଶାନ୍ତି ବର୍ଦ୍ଧିତ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବା ହେତୁ ସବୁ ସ୍ଥାନରେ ଭଲ ପ୍ରଦର୍ଶନ କରିପାରିବେ । ମକର: ସାହସର ସହିତ ପରିସ୍ଥିତିକୁ ସାମ୍ନା କରିପାରିବେ ଓ ସହକର୍ମୀଙ୍କଠାରୁ ପ୍ରଶଂସାବାଣୀ ଶୁଣିବାକୁ ପାଇବେ । ଅନ୍ୟମାନଙ୍କ ପରାମର୍ଶ ଅପେକ୍ଷା ନିଜ ନିଷ୍ପତ୍ତି ଉପରେ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯାଇପାରେ । କୁମ୍ଭ: କାର୍ଯ୍ୟାଳୟରେ କିଛି ଦିନ ଧରି ଚାଲିଆସୁଥିବା ଚାପଗ୍ରସ୍ତ ପରିସ୍ଥିତି ସ୍ୱାଭାବିକ ହୋଇଯିବ। ବାଦବିବାଦ ଓ ମାଲିମୋକଦ୍ଦମାରେ କୃତକାର୍ଯ୍ୟ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ମୀନ: ଶାରୀରିକ କଷ୍ଟ ଦୂରେଇ ଯିବା ସହ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ପାଇବେ । ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନ ଭ୍ରମଣ କରି ବେଶ୍ ଆନନ୍ଦ ଅନୁଭବ କରିବେ । ଗୃହ, ଜମି ଓ ପାରିବାରିକ ସମସ୍ୟାକୁ ନେଇ ବାଦବିବାଦରେ ବିଜୟୀ ହେବେ ।<eos>
2022-12-04T08:13:58Z
https://odishareporter.in/astrology/19th-october-daily-horoscope-774805
OSCAR-2301
<bos>ଭୁବନେଶ୍ୱର,୨୪ା୨(ବ୍ୟୁରୋ): ସାପ ବାହାରିବା ବେଳ ଆସିଲାଣି । ଦକ୍ଷିଣ ପଟୁ ବସନ୍ତ ପବନ ବହିଲାଣି । ଖରା ବି ଟାଣ ହେଲାଣି । ହେଲେ ସାପର ସହର କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରରେ ସାପ ନାଁ କେହି ଧରୁନାହାନ୍ତି । ବାଡ଼ିବଗିଚା, ଘରଦ୍ୱାର, ପାର୍କ କେଉଁଠି ବି ଖୋଜିଲେ ସାପ ଦେଖା ଯାଉନାହାନ୍ତି । ଏପରିକି ଦିନେ ସାପ ବଲବଲ ହେଉଥିବା କିଛି ମନ୍ଦିର ପରିସରରେ ଏବେ ଗୋଟିଏ ବି କୌଣସି ପ୍ରଜାତିର ସାପ ବାହାରୁ ନାହାନ୍ତି । ସର୍ପବହୁଳ ସ୍ଥାନରୁ ସାପ କୁଆଡ଼େଗଲେ ତାହା ଏବେ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ସଂଖ୍ୟା ଏପରି କମିଯିବା ପଛରେ ସାପ ତସ୍କରଙ୍କ ହାତ ରହିଥିବା ଆଶଙ୍କା ଉପୁଜିଛି । ଏକଦା ବଣଜଙ୍ଗଲ ଥିବା ରାଜଧାନୀରେ ଏବେ ଆଧୁନିକ ଆବହାୱା । ତେବେ ସେହି ଆବହାୱା ଭିତରେ ଖାପ ଖୁଆଇ ବନ୍ୟଜନ୍ତୁ ଭାବେ ସାପ ନିଜର ଉପସ୍ଥାନକୁ ଏଯାଏ ବଞ୍ଚାଇ ରଖିଛି । ରାଜଧାନୀରେ ଯେଉଁ ସଂଖ୍ୟାରେ ନାଗସାପ ଦେଖାଯାଆନ୍ତି ତାହା ବୋଧହୁଏ କୌଣସି ଘନଜଙ୍ଗଲ ଠାରୁ ଢେର୍‌ ଅଧିକ । ଏଠାରେ ନାଗସାପ ଲୋକଙ୍କ ଘର, ବାଡ଼ିବଗିଚା, ମନ୍ଦିର, ସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନ, ପାର୍କ କାହାକୁ ଛାଡ଼ି ନାହାନ୍ତି । ଏପରିକି କାର୍‌ ଓ ଏସି ଭିତରେ ମଧ୍ୟ ଏମାନଙ୍କ ସନ୍ଧାନ ମିଳିଛି । ନାଗ ସବୁଠି ବାସସ୍ଥାନ ବନାଇ ବଂଶବୃଦ୍ଧି ଚଳାଇଛନ୍ତି । ତେଣୁ ଅନେକ ସମୟରେ ଲୋକଙ୍କ ଡାକରାରେ ସାପ ଧରାଳିମାନେ ଅଧିକ ସଂଖ୍ୟାରେ ନାଗସାପ ଧରି ନେଉଥିବା ଦେଖାଯାଇଛି । ସଂଖ୍ୟାରେ ଏଠି ନାଗ ପ୍ରଥମରେ ରହିଲେ ଦ୍ୱିତୀୟରେ ଚନ୍ଦନ ବୋଡ଼ା ସାପ । ଏହି ବିଷଧର ସାପ ପାର୍କ, ବାଡ଼ିବଗିଚାରେ ଥିବା ଅଳିଆ ଗଦା, ଗୋଦାମ ଘର, ଇଟାପଥର ଗଦା, ପାର୍କ, ବଣବୁଦାରେ ଦେଖିବାକୁ ମିଳନ୍ତି । ତୃତୀୟ ସ୍ଥାନରେ ଢମଣା ସାପ । ଏହି ବିଷହୀନ ସାପ ଜନବସତି ନିକଟ ବଣବୁଦାରେ ରହିବା ଅଭ୍ୟାସ କରିଛି । କାରଣ ଏଠାରେ ଢମଣାର ପ୍ରିୟ ଖାଦ୍ୟ ମୂଷା ବହୁଳ ଭାବେ ମିଳନ୍ତି । ଏହାବ୍ୟତୀତ ରାଜଧାନୀର ସନ୍ତସନ୍ତିଆ ଅଞ୍ଚଳରେ ବିଷଧର ତମ୍ପ ସାପ, ବିଷହୀନ ଧଣ୍ଡ, କାଉଚିଆ ଆଦି ସାପ ଦେଖିବାକୁ ମିଳନ୍ତି । ଗଛଲଟା ଭର୍ତ୍ତି ଥିବା ଅଞ୍ଚଳରେ କାଣ୍ଡନଳୀ, ଲାଉଡଙ୍କିଆ, ଚିତି ବୋଡ଼ା ଓ ରଣା ସାପ ମଧ୍ୟ କାଁ ଭାଁ ଦେଖାଯାନ୍ତି । କିଛି ବର୍ଷ ତଳେ ରାଜଧାନୀରେ ସାପ ଭର୍ତ୍ତି ହୋଇଥିଲେ । ଜନବସତିରୁ ପ୍ରତ୍ୟହ ୪-୫ଟି ସାପ ଧରା ହେବା ଘଟଣା ସ୍ୱାଭାବିକ ଥିଲା । ତେବେ ୨୦୧୮-୧୯ରେ ସାପ ସଂଖ୍ୟା ଆଶାତୀତ ଭାବେ କମିଯାଇଛି । ଏପରିକି ନାଗସାପ ବି ଆଉ ଦେଖାଯାଉ ନାହାନ୍ତି କି ଧରାହେବା ଖବର ମିଳୁନାହିଁ । ସର୍ପ ବିଶେଷଜ୍ଞ ଏହାର ସ୍ପଷ୍ଟ କାରଣ ଖୋଜି ପାଉନାହାନ୍ତି । ପ୍ରଦୂଷଣ କିମ୍ବା ସର୍ପ ଚୋରାଚାଲାଣ ସାପ ବଂଶ ଲୋପ ପଛରେ ରହିଛି ବୋଲି ସନ୍ଦେହ କରାଯାଉଛି । ସଂଜୀବ କୁମାର ଦାସ ନାମକ ଜଣେ ସର୍ପ ବିଶେଷଜ୍ଞ କହିଛନ୍ତି, ଓଡ଼ିଶାରୁ ବହୁଳ ମାତ୍ରାରେ ବିଷଧର ସାପ ବାହାରକୁ ଚାଲାଣ ହେଉଛି । ନାଗ ସାପ ଗୋଟାକୁ ୩୦୦୦ ଓ ଚନ୍ଦନବୋଡ଼ା ପ୍ରତି ୫୦୦୦ରେ ବିକ୍ରି ହେଉଛି । ସାପ କିଣିବା ପାଇଁ ନୂଆପଲ୍ଲୀ ଅଞ୍ଚଳରେ ବାହାର ରାଜ୍ୟର ତସ୍କର ଟଙ୍କା ଧରି ବସିଛନ୍ତି । ତେଣୁ ରାଜଧାନୀରେ ସାପ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ନିକଟରେ ଚନ୍ଦ୍ରଭାନୁ ନାୟକ ନାମକ ଜଣେ ଓଡ଼ିଆ ସାପ ଧରାଳି ଓଡ଼ିଶା ଅଞ୍ଚଳର ଗୁଡ଼ାଏ ବିରଳ ସାପ ଚୋରାଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ । ମହାରାଷ୍ଟ୍ରର ଅହମ୍ମଦନଗର ରେଳଷ୍ଟେସନ ଠାରେ ତାଙ୍କ ଠାରୁ ସାପ, ପୋହଳା ଏଣ୍ଡୁଅ ଆଦି ଜବତ ହୋଇଥିଲା । ଗିରଫ ଚନ୍ଦ୍ରଭାନୁଙ୍କୁ ଜେରା ବେଳେ ସାପ ଚୋରାଚାଲାଣ ଉପରେ ଚମକପ୍ରଦ ତଥ୍ୟ ମିଳିଥିଲା । ଚନ୍ଦ୍ରଭାନୁଙ୍କ ସୂଚନା ମୁତାବକ, ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୪ଜଣ ମରାଠି ସାପଧରାଳିଙ୍କୁ ଗିରଫ କରାଯାଇଥିଲା । ଚନ୍ଦ୍ରଭାନୁଙ୍କ ଠାରୁ ସେମାନେ ନେଇଥିବା ଏକ ସାଢ଼େ ୧୦ ଫୁଟର ଓଡ଼ିଶା ଜଙ୍ଗଲର ଅହିରାଜ ସାପକୁ ମୁମ୍ବାଇରେ ଜବତ କରାଯାଇଥିଲା । ଉକ୍ତ ସାପକୁ ଆବଶ୍ୟକୀୟ ଚିକିତ୍ସା ପରେ ବିମାନରେ ଓଡ଼ିଶା ଅଣାଯାଇ ସ୍ଥାନୀୟ ବନ୍ୟଜନ୍ତୁ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣା ପରେ ସାପ ଚୋରାଚାଲାଣ କ୍ଷେତ୍ରରେ ସାପଧରାଳିମାନେ ବନବିଭାଗ ଓ ଏସ୍‌ଟିଏଫ୍‌ର ସ୍କାନରକୁ ଆସିଛନ୍ତି । ସାପ ଧରିବା ପରେ ସେମାନେ ତାକୁ ନେଇ କ’ଣ କରୁଛନ୍ତି ସେ ଦିଗରେ ତଦନ୍ତ ଚାଲିଛି । ଏହି ସବୁ କାରସାଦି ଭିତରେ ଭୁବନେଶ୍ୱରିଆ ସାପ ଛନ୍ଦି ହୋଇ ଯାଇଥିବା ସନ୍ଦେହ କରାଯାଉଛି । ହଠାତ୍‌ ସାପ ସଂଖ୍ୟା କମିଯିବା ପଛରେ ଏକ ର‌୍ୟାକେଟ୍‌ କାମ କରୁଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । କାରଣ ଭାରତୀୟ ବିରଳ ସାପ ଅନ୍ତର୍ଜାତୀୟ ବଜାରରେ ଢେର ମୂଲ୍ୟରେ ବିକ୍ରି ହେଉଛି । ଏହି ସାପ ଚାଲାଣର ଚେର ମୁମ୍ବାଇ ଠାରୁ ଆରମ୍ଭ କରି ବାଂଲାଦେଶ, ନେପାଳ ଯାଏ ଲମ୍ବିଛି । ଓଡ଼ିଶାରୁ ବଜ୍ରକାପ୍ତା ଚାଲାଣର ଗୁଢ଼ ରହସ୍ୟ ଏସ୍‌ଟିଏଫ୍‌ ଦ୍ୱାରା ପଦାକୁ ଆସି ପାରିଛି । ଏଥିରେ ସଂପୃକ୍ତ ତସ୍କରମାନେ ଓଡ଼ିଶା, ଆସାମ ଓ ନାଗାଲାଣ୍ଡରୁ ଗିରଫ ହୋଇ ଜେଲକୁ ଯାଇଛନ୍ତି । ସେହିଭଳି ମହାରାଷ୍ଟ୍ର ସାପ ଚୋରାଚାଲାଣ ଘଟଣା ପଦାକୁ ଆସିବା ପରେ ସାପ ତସ୍କରି ଉପରେ ନଜର ପକାଇଛି ଏସ୍‌ଟିଏଫ୍‌ । ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହା ଖୁବ୍‌ଶୀଘ୍ର ପର୍ଦ୍ଦାଫାସ ହେବ ବୋଲି ଏସ୍‌ଟିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସମ୍ବନ୍ଧିତ ଖବର 1 min read ଟୁଇନ୍‌ ସିଟି ଥାନାରେ ଅଦଳବଦଳ: ବଦଳିଲେ ୯ ଆଇଆଇସି, ହିମାଂଶୁ ସ୍ପେଶାଲ ସ୍କ୍ୱାଡ୍‌ ଏସିପି 4/12/2022 at 8:24 AM ରାଜ୍ୟରେ ବଢିବ ଶୀତ: ୭ ଯାଏ ଥଣ୍ଡା, ୮ରୁ ଶୀତ କମିବ 4/12/2022 at 7:40 AM 1 min read ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ମିଶନ ଶକ୍ତି ଜିଲ୍ଲା ଫେଡେରେସନ ପାଇଁ ଏକ କୋଟି ଟଙ୍କାର ଘୂର୍ଣ୍ଣନ ପାଣ୍ଠି 3/12/2022 at 4:45 PM ପାଖେଇ ଆସୁଛି ହକି ବିଶ୍ୱକପ୍‌, ଘାସ ଗାଲିଚାରେ ସଜେଇ ହୋଇଛି ରାଜଧାନୀ 3/12/2022 at 2:17 PM ଜାନୁଆରୀ ୧୩ରୁ ପୁରୁଷ ହକି ବିଶ୍ୱକପ୍‌, ୫ରୁ ଦେଶ ଭ୍ରମଣ କରିବ ହକି ବିଶ୍ୱକପ୍‌ ଟ୍ରଫି 3/12/2022 at 11:16 AM ଅର୍ଚ୍ଚନା ବ୍ଲାକ୍‌ମେଲିଂ ମାମଲା: ଜମି ମାଲିକ ପ୍ରଭାତଙ୍କୁ ୧୦ ଘଣ୍ଟା ଜେରା କଲା ଇଡି, ୫ରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା 3/12/2022 at 9:13 AM ରାଜ୍ୟ ଅସୁରକ୍ଷିତ ମାତୃତ୍ୱ ! ମେମୁ ଟ୍ରେନ୍‌ରେ ପ୍ରସବ କଲେ ମହିଳା, ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ଭାରସାମ୍ୟ ହରାଇ ଓଲଟିଲା କାର୍, ଜଣେ ମୃତ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଗ୍ରାମରେ ଶୋକାକୂଳ ପରିବେଶ ଅପରାଧ ସାରନଗରୀରେ ଷ୍ଟ୍ରିଟ୍‌ ରୋମିଓଙ୍କ ଉତ୍ପାତ, ଆତଙ୍କିତ ଛାତ୍ରୀ ଏକୁଟିଆ ଘରୁ ବାହାରିବାକୁ ଡରୁଛନ୍ତି… ୬ ବର୍ଷର ଶିଶୁ ସହ ଦୁଷ୍କର୍ମ, ବିସ୍କୁଟ ଖାଇବାକୁ ଦେଇ ଡାକିନେଇଥିଲା ନାବାଳକ ସ୍ତ୍ରୀ ମାଡ଼ରେ ସ୍ବାମୀ ମୃତ, ପୁଲିସର ତଦନ୍ତ ଜାରି ଦେଶ- ବିଦେଶ ମୋଦିଙ୍କୁ ପ୍ରଶଂସା କଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, କହିଲେ ବିଶ୍ବରେ ଶାନ୍ତି ଫେରାଇବାକୁ ସମସ୍ତ ଦେଶକୁ ଏକାଠି କରିବେ ମୋର ବନ୍ଧୁ ନରେନ୍ଦ୍ର ମୋଦି… ଭାରତୀୟ ନୌସେନା ନିର୍ମାଣ କରିବ ସଂଗ୍ରହାଳୟ, ସ୍ଥାନ ପାଇବ ବ୍ରିଟିଶ ଅମଳର ଯୁଦ୍ଧଜାହାଜ ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ସାମିଲ୍ ହେଲେ ବିବାଦୀୟ କମ୍ପ୍ୟୁଟର ବାବା, ବିଜେପି କହିଲା ଏହା କିପରି ସମ୍ଭବ…?<eos>
2022-12-04T08:20:15Z
https://www.prameya.com/uniq-snake-extinct-from-bbsr/
OSCAR-2301
<bos>ସେବା କାର୍ଯ୍ୟକାରୀ ହେଲା, ଏପଟେ ଲମ୍ବିଲା ଅବ୍ୟବସ୍ଥାର ତାଲିକା । କାମ ଦେଉନି ସ୍ମାର୍ଟ କାର୍ଡ, ପଦାକୁ ଆସୁଛି ହେଲଥ ସ୍ମାର୍ଟ କାର୍ଡର ଅବ୍ୟବସ୍ଥା । | Kanak News Likes Followers Subscribers Friends Followers Android App Saturday, November 26, 2022 କନକ ନ୍ୟୁଜ୍ ସମ୍ପର୍କରେ ଯୋଗାଯୋଗ LIVE Privacy Policy RIO Technical Info Kanak News - www.kanaknews.com Home ନ୍ୟୁଜ୍ ନ୍ୟୁଜ୍ ବୁଲେଟିନ୍ ପଦ୍ମପୁର ଫାଇଟ୍ ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ କନକ ଏକ୍ସକ୍ଲୁସିଭ୍ ଜୀବନଚର୍ଯ୍ୟା ମନୋରଂଜନ ଖଟି ଖବର ଭିଡିଓ ସେବା କାର୍ଯ୍ୟକାରୀ ହେଲା, ଏପଟେ ଲମ୍ବିଲା ଅବ୍ୟବସ୍ଥାର ତାଲିକା । କାମ ଦେଉନି ସ୍ମାର୍ଟ କାର୍ଡ, ପଦାକୁ ଆସୁଛି ହେଲଥ ସ୍ମାର୍ଟ କାର୍ଡର ଅବ୍ୟବସ୍ଥା । ନ୍ୟୁଜ୍ By Mukesh Sahu On Sep 27, 2021 - 8:36 PM 418 Share କନକ ବ୍ୟୁରୋ : ଯୋଜନା ଘୋଷଣା ହେଲା ଗୋଟିଏ ଗୋଟିଏ ଜିଲ୍ଲାରେ କାର୍ଡ ବାଣ୍ଟିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବି କରାଗଲା । ହେଲେ ଏହାର ସୁଫଳ ହିତାଧିକାରୀ ପାଉଛନ୍ତି କି ନାହିଁ ତା ଉପରେ ସତେ ଯେମିତି ସ୍ୱାସ୍ଥ୍ୟ ବିଭାଗର ନଜର ନାହିଁ । ଗୋଟିଏ ଗୋଟିଏ ଜିଲ୍ଲାରୁ କାର୍ଡର ଅବ୍ୟବସ୍ଥା ନେଇ ଅଭିଯୋଗ ଆସି ଚାଲିଛି । କେତେବେଳେ ପଇସା ନେଇ ଚିକିତ୍ସା କରାଯାଉଛି ତ କେତେବେଳେ କୋଡ ପାଇଁ ରୋଗୀ ଚିକିତ୍ସା ଆରମ୍ଭ କରାଯାଇପାରୁନାହିଁ । ରାଉରକେଲାରୁ ଏନେଇ ଅଭିଯୋଗ ଆସିବା ବ୍ୟବସ୍ଥାର ଭିନ୍ନ ଏକ ଦିଗକୁ ସାମ୍ନାକୁ ଆଣିଛି । ଆଗକୁ ପଢନ୍ତୁ ମାଓବାଦୀଙ୍କ ନଜରରେ ପଦ୍ମପୁର ଉପନିର୍ବାଚନ: ସାମ୍ନାକୁ ଆସିଲା ଧମକ… Nov 26, 2022 ଅଳସୀ ଫୁଲର ହଳଦିଆ କ୍ଷେତ । କ୍ଷେତ ଧାରେ ଧାରେ ଶୀତ ଗାଏ ଗୀତ ।… Nov 26, 2022 କୋଡ୍ ଆସୁନି, କାମ ଦେଉନି ସ୍ମାର୍ଟ କାର୍ଡ ! ପଦାକୁ ଆସୁଛି ହେଲଥ ସ୍ମାର୍ଟ କାର୍ଡର ଅବ୍ୟବସ୍ଥା । ଚାରି ଦିନ ହେବ ହସ୍ପିଟାଲ ବେଡରେ ରୋଗୀ ପଡିଛନ୍ତି । ଭୁବନେଶ୍ୱରରୁ କୋଡ୍ ଆସିନଥିବାରୁ ଚିକିତ୍ସିତ ହୋଇ ପାରୁନାହାନ୍ତି ରୋଗୀ । ଏଭଳି ଅଭିଯୋଗ ଆସିଛି ରାଉରକେଲା ହାଇଟେକ୍ ମେଡିକାଲ୍ ହସ୍ପିଟାଲରୁ । ସ୍ମାର୍ଟ କାର୍ଡ ଦେଖାଇ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ହେଲେ ଚିକିତ୍ସା ସୁବିଧା ପାଇବାରେ ଅସୁବିଧା ଭୋଗୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡରେ ମାଗଣା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ଅନୁବନ୍ଧିତ କରାଯାଇଛି । ଲୋକେ ଚିକିତ୍ସା ସୁବିଧା ପାଇବା ପାଇଁ ଦୂର ଦୂରାନ୍ତରୁ ରେଫରାଲ ଡାକ୍ତରଖାନାକୁ ଆସୁଛନ୍ତି । କାହାର ଗୋଡ ଭାଙ୍ଗିଯାଇଛି ତ ଆଉ କାହାର କାନ୍ଧ ହାଡ ଭାଙ୍ଗିଯାଇଛି । ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ମାର୍ଟ କାର୍ଡ କାମରେ ଲାଗିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ଭୁବନେଶ୍ୱରରୁ କୋଡ ଆସିନି ବୋଲି ରୋଗୀ ଏବେ ହସ୍ପିଟାଲ ବେଡରେ ପଡି ହନ୍ତସନ୍ତ ହେଉଛନ୍ତି । ନିକଟରେ ସୁନ୍ଦରଗଡ଼ରୁ ଜଣେ କ୍ୟାନସର ରୋଗୀ, ଭୁବନେଶ୍ୱର ଆପୋଲୋ ହସପିଟାଲକୁ ଆସି ମାଗଣା ଚିକିତ୍ସା ନପାଇ ଫେରି ଯାଇଥିଲେ । ସେତେବେଳେ ସୁନ୍ଦରଗଡ଼ ସିଡିଏମଓ କହିଥିଲେ, ସମନ୍ୱୟର ଅଭାଗ ଯୋଗୁଁ ଏପରି ହୋଇଛି । ତେବେ ନୂଆ ନୂଆ ଅଭିଯୋଗ ଆସୁଥିବାରୁ ଏହି ସବୁ ସମସ୍ୟା ଦୂର କରିବାକୁ ପଦକ୍ଷେପ ନିଆଯାଇନଥିବା ଜଣାପଡିଛି ।<eos>
2022-11-26T12:36:24Z
https://kanaknews.com/alligation-compiles-as-bsky-health-card-frustrates/
OSCAR-2301
<bos>Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in Home ଦେଶ- ବିଦେଶ ରାଜ୍ୟ କରୋନା Sambad EnglishNews In English ଜିଲ୍ଲା ଅନୁଗୁଳ କଟକ କନ୍ଧମାଳ କଳାହାଣ୍ଡି କେନ୍ଦୁଝର କେନ୍ଦ୍ରାପଡ଼ା କୋରାପୁଟ ଖୋର୍ଦ୍ଧା ଗଜପତି ଗଞ୍ଜାମ ଜଗତସିଂହପୁର ଝାରସୁଗୁଡ଼ା ଢେଙ୍କାନାଳ ଦେବଗଡ଼ ନବରଙ୍ଗପୁର ନୟାଗଡ଼ ନୂଆପଡ଼ା ପୁରୀ ବରଗଡ଼ ବଲାଙ୍ଗୀର ବାଲେଶ୍ଵର ବୌଦ୍ଧ ଭଦ୍ରକ ମୟୂରଭଞ୍ଜ ମାଲକାନଗିରି ଯାଜପୁର ରାୟଗଡ଼ା ସମ୍ବଲପୁର ସୁନ୍ଦରଗଡ଼ ସୁବର୍ଣ୍ଣପୁର ମହାନଗର ଖେଳ ବାଣିଜ୍ୟ ରାଜନୀତି ମନୋରଞ୍ଜନ ବିଶେଷ ଅପରାଧ ଜୀବନଚର୍ଯ୍ୟା ରାଶିଫଳ ଫୁଲଝରି ସମ୍ପାଦକୀୟ ଲୋକଙ୍କ ପ୍ରତି ଉତ୍ସାହ, ସଚ୍ଚୋଟତା ଏବଂ ସମ୍ବେଦନଶୀଳ ହୋଇ କାମ କର: ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗରେ ଯୋଗଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ Latestରାଜ୍ୟ By Sambad Digital Last updated Nov 10, 2022 ସେୟାର ଭୁବନେଶ୍ବର : ୨୫୭ ଜଣ କନିଷ୍ଠ ଯନ୍ତ୍ରୀ (ସିଭିଲ୍‌) ବୁଧବାର ଦିନ ଜଳସମ୍ପଦ ବିଭାଗରେ ଯୋଗଦେଇଛନ୍ତି। ଏଥିରେ ୮୭ଜଣ ମହିଳା ଇଞ୍ଜିନିୟର ଅଛନ୍ତି। ଏନେଇ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀମାନଙ୍କୁ ଉଜ୍ଜ୍ବଳ ଭବିଷ୍ୟତର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଲୋକଙ୍କ ପ୍ରତି ଉତ୍ସାହ, ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ସହିତ କାର୍ଯ୍ୟ କରନ୍ତୁ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳସମ୍ପଦ ବିଭାଗ କୃଷକମାନଙ୍କୁ ଜଳସେଚନ ସୁବିଧା ଯୋଗାଇବା ବ୍ୟତୀତ ଲୋକଙ୍କ ଜୀବନ ଓ ସମ୍ପଦର ସୁରକ୍ଷା ପାଇଁ ବନ୍ୟା ପରିଚାଳନା କରିବାକୁ ଉତ୍ତରଦାୟୀ। ରାଜ୍ୟରେ ଏବେ ଅଢ଼େଇ ହଜାରରୁ ଅଧିକ ଡ୍ୟାମ୍‌ ଥିବାବେଳେ ଲୋୟର ସୁକତେଲ୍‌, କାନପୁର ଏବଂ ଘଟକେଶ୍ବର ଭଳି ବଡ଼ ଡ୍ୟାମ୍ କାମ ଚାଲିଛି। ଏହାବ୍ୟତୀତ ଜଳସମ୍ପଦ ବିଭାଗ ୩୦ଟି ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ ନିର୍ମାଣ କରୁଥିବାବେଳେ ଆଉ ୧୬ଟି ପାଇଁ ୧୨ହଜାର କୋଟି ଟଙ୍କା ବରାଦ ହୋଇଛି। ଏହାଦ୍ବାରା ନଦୀର ଜଳକୁ ସଂରକ୍ଷିତ ରଖିବା ସହ ଭୂତଳ ଜଳସ୍ତର ବଢ଼ାଯାଇପାରିବ। ସେହିପରି ନୂଆ ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ତଦାରଖ, ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଏବଂ ଚାଷ ଜମିକୁ ନିଶ୍ଚିତ ଜଳସେଚନ ବ୍ୟବସ୍ଥା କରିବାରେ କନିଷ୍ଠ ଯନ୍ତ୍ରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଭାଗ ପକ୍ଷରୁ ଆଇଟି ସକ୍ଷମ ଶାସନ ମାଧ୍ୟମରେ ଅଣାଯାଇଥିବା ଅଧିକ ଉତ୍ତରଦାୟିତ୍ବ ଦକ୍ଷତା ଓ ସ୍ବଚ୍ଛତା ନେଇ ଖୁସି ବ୍ୟକ୍ତ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ବିଭାଗ ପକ୍ଷରୁ ସାମଗ୍ରୀ କିଣିବା ଦିଗରେ ସ୍ବଚ୍ଛତା ଆଣିବା ନେଇ ପ୍ରସ୍ତୁତ ହୋଇଥିବା ପ୍ରୋକ୍ୟୁରମେଣ୍ଟ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ (ପ୍ରମିସ୍‌)ର ଶୁଭାରମ୍ଭ କରିଥିଲେ। ଏହାସହ ଘୋଷଣା କରିଥିଲେ ଯେ, ୫-ଟି ଉପକ୍ରମରେ ଖୁବ୍‌ ଶୀଘ୍ର ବିସ୍ତୃତ କ‌ମ୍ପ୍ୟୁଟର ପ୍ରୟୋଗ, ପାଣି ଇଆର୍‌ପି ଲୋକାର୍ପିତ ହେବ। ଏହାଦ୍ବାରା ଆହୁରି କୁଶଳୀ ଢଙ୍ଗରେ ଜଳସେଚନ ଓ ବନ୍ୟା ପରିଚାଳନା ବ୍ୟବସ୍ଥା କରିହେବ। ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ଲୋକଙ୍କ ପ୍ରତି ଦାୟିତ୍ବବାନ ଏବଂ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରିବାକୁ ଅାହ୍ବାନ ଦେଇଥିଲେ। ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିୟାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଦେଇଥିଲେ।<eos>
2022-11-30T10:05:29Z
https://sambad.in/state/257-junior-engineers-joined-the-water-resources-department-904335/
OSCAR-2301
<bos>ଆରଡ଼ି: ଭୋଜି ଖାଇ ୧୪ଜଣଙ୍କୁ ଝାଡ଼ାବାନ୍ତି। ଭଦ୍ରକ କଜିଲା ଧୁଷୁରୀ ଥାନା ଅଧିନସ୍ଥ ସୁନ୍ଦରପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତିରେ ଗାଁରେ ଜଣଙ୍କ ଘରେ ଜଗନ୍ନାଥଙ୍କ ପୂଜା ଆୟୋଜନ ହୋଇଥିଲା। ଏହି ପୂଜାରେ ଭୋଜିଭାତର ଆୟୋଜନ କରାଯାଇଥିଲା। ଏହି ଭୋଜି ଖାଇ ୧୪ ଜଣଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସମସ୍ତ ଗୁରୁତରଙ୍କୁ ଗାଁ ଲୋକ ପ୍ରଥମେ ଆରଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ସ୍ୱାସ୍ଥ୍ୟାବସ୍ଥା ନ ସୁଧୁରିବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।<eos>
2022-11-30T10:01:56Z
https://www.odishalink.com/2021/07/16/14-ill-admitted-in-hopital/
OSCAR-2301
<bos>ନୂଆଦିଲ୍ଲୀ: ଗଣଦୁଷ୍କର୍ମ ଅଭିଯୋଗରେ ପୂର୍ବତନ ଆଣ୍ଡାମାନ ଏବଂ ନିକୋବର ମୁଖ୍ୟ ସଚିବ ଜିତେନ୍ଦ୍ର ନାରାଇନ୍‌ଙ୍କୁ ଗିରଫ କରାଯାଇଛି। ପୋର୍ଟ ବ୍ଲେୟାରରେ ତାଙ୍କୁ ପଚରାଉଚରା ପାଇଁ ସମନ କରାଯାଥିଲା। ନୋଟିସ୍‌ ପାଇ ସେ ପୁଲିସରେ ହାଜର ହୋଇଥିଲେ। ଗୁରୁବାର ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଆହୁରି ପଢ଼ନ୍ତୁ ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ: ମୋହନ ଭାଗବତ 6 hours ago ଅଫତାବକୁ ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ 8 hours ago ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜିତେନ୍ଦ୍ରଙ୍କୁ ଗତ ଅକ୍ଟୋବର ମାସରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଲମ୍ବିତ କରାଯାଇଥିଲା। ମନ୍ତ୍ରଣାଳୟ କହିଥିଲା ଯେ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ମୁଖ୍ୟ ସଚିବ ଥିବାବେଳେ ନାରାୟଣ ଏବଂ ଅନ୍ୟମାନେ ମିଶି ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ପୁଲିସରେ ଅଭିଯୋଗ ହୋଇଥିଲା। ଏହି ରିପୋର୍ଟ ଦର୍ଶାଉଛି ଯେ, ନାରାୟଣ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିପାରନ୍ତି। ଆଣ୍ଡାମାନ ଏବଂ ନିକୋବର ପୋଲିସର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏହି ମାମଲାର ପୃଥକ ଭାବେ ଅନୁସନ୍ଧାନ କରୁଛନ୍ତି। ଏହା ପରେ ନାରାୟଣଙ୍କୁ ନିଲମ୍ବନ କରାଯାଇଥିଲା। ମହିଳା ବିରୋଧୀ ଅପରାଧ ପାଇଁ କେନ୍ଦ୍ର ସରକାର ଜିରୋ ଟଲେରେନ୍ସ ନୀତି ଆପଣାନ୍ତି ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଥିଲା।<eos>
2022-11-28T22:57:06Z
https://odishareporter.in/nation-world/india/former-andaman-nicobar-chief-secretary-arrested-in-gangrape-case-780485
OSCAR-2301
<bos>ଲୋକେ PF ଜମା ଯାଞ୍ଚ କରିବା ପାଇଁ ବିଭିନ୍ନ ପଦ୍ଧତି ଗ୍ରହଣ କରନ୍ତି। ବେଳେବେଳେ ସେମାନେ ମିସ୍ କଲ୍ କିମ୍ବା SMS ସେବା ମାଧ୍ୟମରେ PF ଆକାଉଣ୍ଟ୍ ବାଲାନ୍ସ ଯାଞ୍ଚ କରନ୍ତି। ତେବେ ଏ ସମୟରେ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ। ନଚେତ ଛୋଟ ଭୁଲ ବଡ କ୍ଷତିର କାରଣ ହୋଇପାରେ। Pramod Behera India Published: Wednesday, 23 November 2022 Last updated: 23 November 2022, 05:08 PM IST Credit: OTV EPF ବାଲାନ୍ସ ଯାଞ୍ଚ କରୁଥିଲେ ଧ୍ୟାନ ଦିଅନ୍ତୁ ଦେଶରେ କୋଟି କୋଟି ଚାକିରିଆଙ୍କର କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ(EPFO)PF ଅଛି। ପ୍ରତ୍ୟେକ ମାସରେ କର୍ମଚାରୀଙ୍କ ବେତନର କିଛି ଅଂଶ କଟାଯାଇ ସେମାନଙ୍କ PF ଆକାଉଣ୍ଟରେ ଜମା କରାଯାଏ। ପ୍ରୋଭିଡେଣ୍ଟ ପାଣ୍ଠିରେ ଜମା ହୋଇଥିବା ଅର୍ଥ କର୍ମଚାରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ। ଅନେକ ସମୟରେ କର୍ମଚାରୀମାନେ ସେମାନଙ୍କର ପ୍ରୋଭିଡେଣ୍ଟ ଫଣ୍ଡ୍‌ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କାକୁ ଯାଞ୍ଚ କରନ୍ତି। ଅଧିକ ପଢ଼ନ୍ତୁ: PPF, EPF, GPF ମଧ୍ୟରେ କ’ଣ ପାର୍ଥକ୍ୟ, କ’ଣ ଫାଇଦା ସୂଚନାଯୋଗ୍ୟ ଯେ କର୍ମଚାରୀମାନେ ସେମାନଙ୍କର PF ଜମା ଯାଞ୍ଚ କରିବା ପାଇଁ ବିଭିନ୍ନ ପଦ୍ଧତି ଗ୍ରହଣ କରନ୍ତି। ବେଳେବେଳେ ସେମାନେ ‘ଉମଙ୍ଗ୍‌’ ଆପ୍ ମାଧ୍ୟମରେ ଏବଂ ବେଳେବେଳେ ମିସ୍ କଲ୍ କିମ୍ବା SMS ସେବା ମାଧ୍ୟମରେ PF ଆକାଉଣ୍ଟ୍ ବାଲାନ୍ସ ଯାଞ୍ଚ କରନ୍ତି। ତେବେ PF ବାଲାନ୍ସ ଯାଞ୍ଚ କରିବା ସମୟରେ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ। ନଚେତ ଏକ ଛୋଟ ଅସାବଧାନତା ଏକ ବଡ କ୍ଷତିର କାରଣ ହୋଇପାରେ। Also Read PPF, EPF, GPF ମଧ୍ୟରେ କ’ଣ ପାର୍ଥକ୍ୟ, କ’ଣ ଫାଇଦା Read More ୮.୫ ପ୍ରତିଶତରୁ ୮.୧କୁ କମିଲା EPF ସୁଧହାର Read More EPFରେ ନୂଆ ପରିବର୍ତ୍ତନ: ଜନ୍ମତାରିଖ ଭୁଲଥିଲେ ଅନଲାଇନ୍‌ରେ ହୋଇପାରିବ ଅପଡେଟ୍‌ Read More ମନେରଖନ୍ତୁ ଯେ ଆପଣ ଯେଉଁ ନମ୍ବରରେ କଲ୍ କିମ୍ବା ମେସେଜିଂ କରି PF ବାଲାନ୍ସ ଚେକ୍ କରୁଛନ୍ତି ତାହାକୁ ଭଲ ଭାବେ ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଏ ବିଷୟରେ ଜାଣିବା - ଯଦି ଆପଣ ଗୁଗୁଲରେ EPFO ​​ହେଲ୍ପଲାଇନ ନମ୍ବର ଖୋଜୁଛନ୍ତି ତେବେ ସେହି ନମ୍ବରକୁ ଯାଞ୍ଚ କରିବା ଜରୁରୀ। ସମ୍ପ୍ରତି ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ଗୁଗୁଲରେ EPFO ​​ର ହେଲ୍ପଲାଇନ ନମ୍ବର ଖୋଜି ପାଇଥିଲେ। ବ୍ୟକ୍ତି ଜଣକ ସେହି ନମ୍ବରକୁ କଲକରିଥିଲେ। ଏହା ପରେ ତାଙ୍କୁ ଏକ ରିମୋଟ୍ ଏକ୍ସେସ୍ କରିବାକୁ କୁହାଯାଇଥିଲା। ସାଇବର ଠକଙ୍କ କହିବାନୁସାରେ ସେ ଏହି କାମ କରିଥିଲେ। ଏହା ପରେ, ଠକ ତାଙ୍କ ଆକାଉଣ୍ଟରୁ ୧୪ ଟି ବିଭିନ୍ନ ଟ୍ରାଞ୍ଜାକ୍‌ସନ ମାଧ୍ୟମରେ ମୋଟ ୧ ଲକ୍ଷ ୨୩ ହଜାର ଟଙ୍କା ଠକିନେଇଥିଲେ। EPFO ଟ୍ୱିଟ୍: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ ସଂଗଠନ ଏହାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍‌ କରି ଏହାର ଲକ୍ଷ ଲକ୍ଷ ଆକାଉଣ୍ଟଧାରୀଙ୍କୁ ସତର୍କ କରାଇଦେଇଛି ଯେ EPFO ଆଧାର କାର୍ଡ, ପ୍ୟାନ୍‌ କାର୍ଡ, ୟୁଏଏନ୍‌ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବରର୍ ସୂଚନା ମାଗିଥାଏ କିନ୍ତୁ OTP କେବେବି ମାଗେ ନାହିଁ। ଏପରି ପରିସ୍ଥିତିରେ କୌଣସି ଅଜଣା କଲ୍ କିମ୍ବା ବାର୍ତ୍ତାକୁ କୌଣସି ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ। ପୋଲିସକୁ ସୂଚନା: ବାରମ୍ବାର ଦେଖାଯାଇଛି ଯେ ଚାକିରି ବଦଳାଇବା ସମୟରେ ଲୋକମାନେ ଏଭଳି ସ୍କାମ ପରିସ୍ଥିତିର ଶିକାର ହୁଅନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟକ୍ତିମାନେ ଆଧାର, ପାନ୍, ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନାକୁ EPFO ​​ ଅପଡେଟ୍ କରିବା ବାହାନାରେ ଚୋରି କରନ୍ତି। ଏହା ପରେ ସେମାନେ ଏହି ବିବରଣୀଗୁଡିକର ଅପବ୍ୟବହାର କରି ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ଅପବ୍ୟବହାର କରନ୍ତି। ଏନେଇ କୌଣସି ପରିସ୍ଥିତିରେ ବି କାହାକୁ ଆପଣଙ୍କର ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ। ଏହା ସହିତ, ଯଦି ଆପଣ ଠକାମୀର ଶିକାର ହୁଅନ୍ତି ତେବେ ତୁରନ୍ତ ପୋଲିସକୁ ଜଣାଇବା ଉଚିତ। EPF Account Other Stories National PPF, EPF, GPF ମଧ୍ୟରେ କ’ଣ ପାର୍ଥକ୍ୟ, କ’ଣ ଫାଇଦା ବଜାରରେ ଉପଲବ୍ଧ ବିଭିନ୍ନ ଅବସର ଯୋଜନାକୁ ନେଇ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି କି? PPF, EPF, GPFର ମାନେ କ’ଣ, ଏଥିରେ କ’ଣ ରହିଛି ସୁବିଧା ଏସବୁ ବିଷୟରେ ଅଜଣା ଅଛନ୍ତି କି? ତେବେ ଆସନ୍ତୁ ଜାଣିବା।<eos>
2022-11-28T21:54:36Z
https://otvkhabar.in/news/business/epf-account-holders-avoid-these-mistakes-while-checking-pf-balance/101207
OSCAR-2301
<bos>କଂଗ୍ରେସର ସାଂଗଠନିକ ଢାଞ୍ଚା ନେଇ ବିଧାୟକ ତାରା ପ୍ରସାଦ ବାହିନୀପତି କଲେ ବିଷୋଦଗାର : ଗଣ୍ଡା ଗଣ୍ଡା କାର୍ଯ୍ୟକାରୀ ସଭାପତି, ସମ୍ପାଦକ ରହି କ'ଣ ଆଲୁଅ କରିଦେଲେ ବୋଲି କଲେ ପ୍ରଶ୍ନ - Prameya News7 Skip to content Home Live Tv ରାଜ୍ୟ ଦେଶ- ବିଦେଶ ରାଜନୀତି ଶିକ୍ଷା ଓ ନିଯୁକ୍ତି ଖେଳ ବାଣିଜ୍ୟ ମନୋରଞ୍ଜନ ଅପରାଧ ଧର୍ମ ସ୍ପେଶାଲ୍ ରିପୋର୍ଟ ଭିଡିଓ ଅଧିକ ପାଣିପାଗ ରାଶିଫଳ ଜୀବନଚର୍ଯ୍ୟା ସାକ୍ଷାତକାର କରୋନା ଅଲିମ୍ପିକ୍ସ ChampionMaganna_WebBanner_728X90 ChampionMaganna_WebBanner_728X90 Prameya News7 Prameya News7, News7 Odia, Odisha Latest News, Odisha Current Headlines, Odisha News Online କଂଗ୍ରେସର ସାଂଗଠନିକ ଢାଞ୍ଚା ନେଇ ବିଧାୟକ ତାରା ପ୍ରସାଦ ବାହିନୀପତି କଲେ ବିଷୋଦଗାର : ଗଣ୍ଡା ଗଣ୍ଡା କାର୍ଯ୍ୟକାରୀ ସଭାପତି, ସମ୍ପାଦକ ରହି କ’ଣ ଆଲୁଅ କରିଦେଲେ ବୋଲି କଲେ ପ୍ରଶ୍ନ 19/09/2019 at 2:45 PM ଭୁବନେଶ୍ବର ୧୯|୯: ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଆଜି କଂଗ୍ରେସର ପ୍ରଚଳିତ ବ୍ୟବସ୍ଥା ନେଇ ବିଷୋଦଗାର କରିଛନ୍ତି । ପିସିସି ପୁନର୍ଗଠନ ସମ୍ପର୍କରେ ପ୍ରତିକ୍ରିୟା ଦେଇ ତାରା କହିଛନ୍ତି ଯେ, ଲକ୍ଷେ ବିଲେଇରେ ମୂଷା ମରେ ନାହିଁ, ଆଉ ଏହା ମୂଲ୍ୟହୀନ । ଜୋନାଲ କମିଟି ସଭାପତି, କର୍ଯ୍ୟକାରୀ ସଭାପତିଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି ତାରା କହିଛନ୍ତି । ଗତ ସାଧାରଣ ନିର୍ବାଚନ ବେଳେ ଗଣ୍ଡା ଗଣ୍ଡା କାର୍ଯ୍ୟକାରୀ ସଭାପତି, ସମ୍ପାଦକ ରହି କଣ ଆଲୁଅ କରିଦେଲେ ବୋଲି ତାରା ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଏହା ବରଂ ପ୍ରହସନ ହେଲା, ଦଳର ଵହୁ କ୍ଷତି ହେଲା ।ରାଜ୍ୟ ସଭାପତିଙ୍କ ଉପରେ ବିଶ୍ବାସ ରଖିଲେ କଂଗ୍ରେସ ଉଧେଇବ, ନହେଲେ ନାହିଁ ବୋଲି ମଧ୍ୟ ସେ ରାସ୍ତା ବତାଇଛନ୍ତି । କଂଗ୍ରେସ ଦଳର ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦରକାର ଏବଂ ଜୋନ୍, ଜିଲ୍ଲା ଓ ରାଜ୍ୟସ୍ତରରେ କାର୍ଯ୍ୟକାରୀ ସଭାପତି ରହିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ସ୍ପଷ୍ଟ କହିଛନ୍ତି । ତେବେ ତାରାଙ୍କ ଏହି ପରାମର୍ଶ ଓ କ୍ଷୋଭକୁ ପିସିସି ଗ୍ରହଣ କରିବ କି ନାହିଁ ତାହା ାଗାମୀ ଦିନରେ ପିସିସି ପୁନର୍ଗଠନ ବେଳେ ଜଣାପଡିବ ।<eos>
2022-11-27T02:21:53Z
https://www.prameyanews7.com/congress-mla-tara-prasad-bahinipati-expressed-discontentment-on-organisational-structure-of-pcc/
OSCAR-2301
<bos>ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ସୁନା, ରୂପା, କଂସା, ପିତ୍ତଳ, ତେଜରାତି, ଷ୍ଟେନସାରୀ, ଔଷଧ ବ୍ୟବସାୟୀ ମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ। କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ସରକାରୀ କର୍ମଚାରୀମାନଙ୍କର ଉନ୍ନତିହେବ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ଶତୃମାନେ ମିତ୍ରଭାବ ଆଚରଣ କରିବେ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ। ପ୍ରତିକାର : ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ। ବୃଷ:- ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ। ପିଲାମାନଙ୍କ ପାଇଁ ବ୍ୟସ୍ତ ବିବ୍ରତ ହେବେ। ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ। ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପୁରାତନ ରୋଗରୁ ମୁକ୍ତି ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ପ୍ରତିକାର :- ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ। ମିଥୁନ:- କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ। ବ୍ୟବସାୟରେ ପ୍ରଚୁର ଲାଭ ହେବ। ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଓ ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ। ପ୍ରତିକାର:- ଗାଈକୁ ଖାଇବାକୁ ଦିଅନ୍ତୁ। <<Vastu>>> | <<< Jataka Bichara >>> କର୍କଟ:- ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧିହେବ। ନୂତନ ନିଯୁକ୍ତିର ସୁଯୋଗ ପାଇବେ। ସରକାରୀ କର୍ମଚାରୀମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। ତେଜରାତି, ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି ବ୍ୟବସାୟୀମାନେ ଲାଭବାନ ହେବେ। ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ବିଜୟୀହେବେ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ। ସିଂହ:- ବ୍ୟବସାୟୀମାନଙ୍କର ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ। ଚାକିରୀଜୀବିମାନେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ଯାଏଁ ଆଦର୍ଶ ସ୍ଥାନ ଗ୍ରହଣ କରିବେ। ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। ପାରିବାରିକ ଜୀବନ ସୁଖମୟ ହେବ। ମାନସିକ ଅଶାନ୍ତି ଦୂର ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ ଓ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ହ୍ରାସ ହେବ। ବାଦବିବାଦ, ମାଲି ମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ମନ ଉଣାହେବ। ପ୍ରତିକାର:-ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ। କନ୍ୟା:- ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ। ବ୍ୟବସାୟରେ ଉଧାର ଦେଲେ ଫେରି ପାଇବା କଷ୍ଟ। ଅନାବଶ୍ୟକ ଧାଁଦୌଡ଼ କରିବାକୁ ପଡିବ। ବରିଷ୍ଠବ୍ୟକ୍ତି, ପଦାଧିକାରୀଙ୍କ ରୋଷରପାତ୍ର ହେବେ। ଶତୃବୃଦ୍ଧି, ସରକାରୀ କର୍ମଚାରୀଙ୍କର କର୍ମ କ୍ଷେତ୍ରରେ ବାଧା ଆସିବ। କର୍ମ ନିଯୁକ୍ତି ପାଇଁ ଚେଷ୍ଟା କରିବେ। କଥା ବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ ବିପଦର ସମ୍ମୁଖୀନ ହେବେ। ରାଜନୀତିରେ କୂଟନୀତିର ଶୀକାର ହେବେ। ମାନସିକ ଅସ୍ଥିରତା ଦେଖାଦେବ ଓ କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରନ୍ତୁ। ପ୍ରତିକାର :- ଗୋଟାମୁଗ ମନ୍ଦିରରେ ଦାନ କରନ୍ତୁ। ତୁଳା:- ସୁନା, ରୂପା, ଅଳଙ୍କାର ଇତ୍ୟାଦି ବ୍ୟବସାୟରେ ଉନ୍ନତି ହେବ। ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ। କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ମହିଳାମାନେ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ। ବିଚ୍ଛା:- କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଶାରିରୀକ ଅସୁସ୍ଥତା ଦୂରହେବ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ହେବ। ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ବିଜୟୀହେବେ। ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। ହରାଇଥିବା ଧନ ପ୍ରାପ୍ତି ହେବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ। ଆହୁରି ପଢନ୍ତୁ: ଜାଣନ୍ତୁ! ଋଣମୁକ୍ତ ହେବା ପାଇଁ କିଛି ଚମତ୍କାର ତଥ୍ୟ। ଋଣମୁକ୍ତି ମନ୍ତ୍ର ଏବଂ ସ୍ତୋତ୍ର। ଧନୁ:- କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ। କୋର୍ଟ କଚେରୀ ପ୍ରତି ବିତୃଷ୍ଣା ଜାତ ହେବ। ବ୍ୟବସାୟରେ ସ୍ୱଳ୍ପ ଲାଭସହ ବ୍ୟୟ ଅଧିକ ହେବ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଅଶାନ୍ତି ଭୋଗିବେ। ଶାରିରୀକ ଅସୁସ୍ଥତା ଦେଖା ଦେବ। ଦାମ୍ପତ୍ୟ ସୁଖରେ ବାଧା, ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ଦାଗ ଆସିବ। ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ଅଶାନ୍ତିହେବେ। ପ୍ରତିକାର : ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ। ମକର:- ବିଦେଶଯାତ୍ରାରେ ଯଶଲାଭ, ପରିବାରରେ ମାନ ମନାନ୍ତର ଦୂର ହେବ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। । ମାନସିକ ଏକାଗ୍ରତା ରଖି ପାରିବେ। ଶୁଭ ସମ୍ବାଦପାଇ ଖୁସିହେବେ। ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। କର୍ମଜୀବିମାନେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ। ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ମିଳିବ। କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ। କୁମ୍ଭ :- ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଉନ୍ନତି ହେବାସହ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ। ନୂତନ କର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ। ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ପ୍ରତିକାର: କେଶର, ହଳଦୀ ଚନ୍ଦନ ମୁଣ୍ଡରେ ଲଗାନ୍ତୁ। ମୀନ:- ବ୍ୟବସାୟୀମାନଙ୍କର ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବାସହ ବ୍ୟୟ ଅଧିକ ହେବ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖାଦେବ। ବ୍ୟବସାୟରେ ବନ୍ଧୁମାନେ ବିଶ୍ୱାସ ଘାତକତା କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେବ। ପିତା-ମାତାଙ୍କର ଶରୀର ଅସୁସ୍ଥ ରହିବ। ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ସଫଳ ହେବେ। ଦାମ୍ପତ୍ୟ ସୁଖରେ ବାଧା ଓ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବାଧା ଉପୁଜିବ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ। Jyotirbid Dr. Pramod Satapathy Jantra Jyotisha, Cuttack Jyotirbid Pandit Sudhakar Tripathy Jantra Jyotisha, Kakatpur, Puri For personalized consultation and appointment, you can connect on WhatApp @ 7008758366 or 9937551988 For more information Visit us: jantrajyotisha.com Get solution to all your problems by analyzing your birth chart, Call now for appointment ???? 7008758366 or 9937551988 Related ଶେୟାର କରନ୍ତୁ ଅନ୍ୟମାନକ ସହିତ Post navigation ବାସ୍ତୁଦୋଷ ଖଣ୍ଡନ ପାଇଁ ରେଖାପଞ୍ଚମୀରେ କରନ୍ତୁ ଏହି ଉପାୟ। ଦୈନିକ ପାଞ୍ଜି: ଅଗଷ୍ଟ ୩୦, ୨୦୧୮ Search for: Join Us Join Us Address: Jyotirbid Dr. Pramod Satapathy Office: Jantra Jyotisha , Lane-4, Chahata Nagar, Abhinav Bidanasi, Cuttack-753014 Mobile: 9937745975, 9437006746, 9861048274, 7504266161 Email: [email protected]<eos>
2022-12-03T05:16:06Z
https://jantrajyotisha.com/31-august-2018-daily-horoscope/
OSCAR-2301
<bos>ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଅବସ୍ଥାନ କରିଛନ୍ତି । ବାର୍ଷିକ ରାଶିଫଳ ମକର ୨୦୨୨ ଦୈନିକ ସାପ୍ତାହିକ ମାସିକ ବାର୍ଷିକ ବାର୍ଷିକ ଶୁଭାଶୁଭ ଫଳ: ୨୦୨୨ ମସିହା ଇଂରାଜୀ ନବବର୍ଷ କେମିତି କଟିବ ମକରରାଶିର ଆବାଳବୃଦ୍ଧ ବନିତା ମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା-ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ଏବେ ଜାଣିବା ୨୦୨୨ ମସିହାରେ ମକରରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ । ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୨ମସିହା ଏପ୍ରିଲମାସ ୧୩ତାରିଖରେ ମୀନ ରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୨ ମସିହା ଅପ୍ରେଲ ୨୯ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହେବେ ଓ ଜୁଲାଇ ୧୨ତାରିଖରେ ମକର ରାଶିକୁ ବକ୍ରହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ରାହୁ ମାର୍ଚ୍ଚ ୧୭ ତାରିଖରେ ମେଷ ରାଶିକୁ ଓ କେତୁ ତୁଳାରାଶିକୁ ବକ୍ର ସଂଚାର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ମକର- ମକରରାଶିର ଜାତକଙ୍କ ପାଇଁ ୨୦୨୨ ମସିହାରେ ଶୁଭାଶୁଭ ମିଶ୍ରିତ ଫଳ ପ୍ରାପ୍ତ ହେବ । ଜୀବେ ଦ୍ଵିତୀୟେ ଧନଧାନ୍ୟ ଭୋଗ ଦୃଷ୍ଟିରୁ ଆକସ୍ମିକ ଧନ ପ୍ରାପ୍ତି ହେବ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପହଞ୍ଚିବ । ପରିବାର ତଥା କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରିବେ । ପରିବାରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପରିବାରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ । ପରିବାରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମ କ୍ଷେତ୍ରରେ ଥିବା ସମସ୍ୟା ଆତ୍ମୀୟ ସ୍ଵଜନଙ୍କ ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ବାଦବିବାଦ, ମାଲିମକଦ୍ଦମାରେ ସଫଳତା ପ୍ରାପ୍ତି ହେବ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନୀ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟ ଦାୟକ ହେବ । ଶ୍ରମିକ ଓ କର୍ମଚାରୀମାନଙ୍କୁ ସଠିକ ପରାମର୍ଶଦେଇ ଧନମାନ ଦିଗରୁ ସୁରକ୍ଷିତ ରହିବା ସହ ସମୟ ଯୋଗପ୍ରଦ ଥିବାରୁ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ । ଶିକ୍ଷାକ୍ଷେତ୍ରରେ ମନୋବାଞ୍ଛିତ ସ୍ଥାନରେ ପଢ଼ିବାର ସୁଯୋଗ ପାଇବେ । ଉଚ୍ଚଶିକ୍ଷାପାଇଁ ବିଦେଶଯାତ୍ରା କରିବାର ଆଶାୟୀଥିବା ଛାତ୍ରଛାତ୍ରୀମାନେ ବିଦେଶଯାତ୍ରା କରି ପାରିବେ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ ଓ ସହନଶୀଳତା ଯୋଗେ ପ୍ରଶଂସା ମିଳିବ । ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହୋଇ ପ୍ରତିଦ୍ଵନ୍ଦିତା କରିବାର ସୁଯୋଗ ହାତ ପାହାନ୍ତାରେ ପାଇ ପାରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ । କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ । ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଏପ୍ରିଲ ମାସରେ ଗୁରୁ ମୀନ ରାଶିକୁ ଗୋଚର ହେବେ ବା ବିକ୍ରମ ଭାବରେ ରହିବେ, ଶନି ଧନଭାବରେ, ରାହୁ ସୁଖସୁବିଧା ସୁଯୋଗ ଭାବରେ ଅବସ୍ଥାନ କରିବା ଫଳରେ କେତେକ କାର୍ଯ୍ୟରେ ବାଧା ଦେଖାଦେବ । ବିଶେଷତଃ ଗୃହ, ବାହନ, ମାତୃସୁଖ, ଜାଗାଜମି, ପ୍ରେମ ଓ ଶିକ୍ଷା କ୍ଷେତ୍ରରେ ଅଶୁଭ ପ୍ରଭାବ ପଡିବ । ଛୋଟ ଛୋଟ ସମସ୍ୟାର ଅଣ ଦେଖା ନକରିବା ଭଲ ହେବ । ଅନେକ ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବେ ଯାହାକି ସମ୍ଭବ ହେବ ନାହିଁ । ମାଆଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ମାନସିକ ଚିନ୍ତା ଲାଗିରହିବ । ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ସେଥିପାଇଁ ଅଧିକ ପରିଶ୍ରମ କରିବା ସହିତ ଅନ୍ୟଥା ଚିନ୍ତା ନ କରିବା ଉଚିତ୍ । ସ୍ୱାସ୍ଥ୍ୟ ସମ୍ବନ୍ଧିତ କିଛି ସମସ୍ୟା ମଧ୍ୟ ଦେଖା ଦେଇପାରେ । ସେଥିପାଇଁ ପାଚନ ତନ୍ତ୍ର ଓ ପେଟ ସମସ୍ୟା ପ୍ରତି ସାବଧାନ ରହିବା ଆବଶ୍ୟକ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- ୧- ସର୍ବଦା ମୟୂର ଚନ୍ଦ୍ରିକାଟିଏ ପାଖରେ ରଖି ଯାତ୍ରା କରନ୍ତୁ ଓ ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ । ୨- ପ୍ରତ୍ୟେକ ଶନିବାର ଦିନ ନୀଳ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ଓ ଅଶ୍ୱସ୍ଥ ବୃକ୍ଷମୂଳରେ ରାଶିତେଲର ଦୀପ ଜାଳି ପ୍ରଣାମ କରନ୍ତୁ । ୩-ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ଓ ପାଣିରେ କିଛି ଅଟାଚୂନା ପକେଇ ଦିଅନ୍ତୁ । 5 Shares Search for: Join Us Join Us Address: Jyotirbid Dr. Pramod Satapathy Office: Jantra Jyotisha , Lane-4, Chahata Nagar, Abhinav Bidanasi, Cuttack-753014 Mobile: 9937745975, 9437006746, 9861048274, 7504266161 Email: [email protected]<eos>
2022-12-03T06:02:33Z
https://jantrajyotisha.com/yearly-makar-rashiphala/
OSCAR-2301
<bos>ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ୍ ପୁନାୱାଲା ଶୁକ୍ରବାର ପୁଣି ପଲିଗ୍ରାଫ୍ ପରୀକ୍ଷା ଦେଇପାରନ୍ତି। ଅଫତାବ୍ ଙ୍କ ଅସୁସ୍ଥତା ହେତୁ ଗୁରୁବାର ଦିନ ଏହି ପରୀକ୍ଷା ଶେଷ ହୋଇପାରି ନାହିଁ। ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ଅଭିଯୁକ୍ତ ଆଫତାବ୍ ପୁନାୱାଲା ଶୁକ୍ରବାର ପୁଣି ପଲିଗ୍ରାଫ୍ ପରୀକ୍ଷା ଦେଇପାରନ୍ତି । ଗୁରୁବାର ଦିନ ଅଫତାଵ୍ ଅସୁସ୍ଥତା ହେତୁ ପରୀକ୍ଷା ଶେଷ ହୋଇପାରି ନଥିଲା ଯେଉଁଥିପାଇଁ ଆଜି ପୁଣି ଥରେ ଆଫ୍ଟାବର ପଲିଗ୍ରାଫ୍ ଟେଷ୍ଟର ଦ୍ୱିତୀୟ ରାଉଣ୍ଡ ହେବା ନେଇ ଆଶଙ୍କା କରାଯାଉଛି । ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର PRO ସଞ୍ଜୀବ କେ ଗୁପ୍ତା କହିଥିଲେ ଯେ ଆଫତାବ୍ କୁ ଜ୍ୱର ହେତୁ ପଲିଗ୍ରାଫ୍ ପରୀକ୍ଷା ଶେଷ ହୋଇପାରିବ ନାହିଁ । ଯଦି ଅଫତାଵ୍ ସ୍ୱାସ୍ଥ୍ୟ ସୁସ୍ଥ ହୁଏ, ତେବେ ପୋଲିସ ଆଜି ତାଙ୍କୁ ପୁଣି ଲ୍ୟାବକୁ ଆଣି ପଲିଗ୍ରାଫି ଟେଷ୍ଟ ହୋଇପାରେ । ପଲିଗ୍ରାଫ୍ ପରୀକ୍ଷାକୁ ମିଥ୍ୟା ଡିଟେକ୍ଟର ପରୀକ୍ଷା ମଧ୍ୟ କୁହାଯାଏ । ଏହି ପରୀକ୍ଷଣରେ, ବ୍ୟକ୍ତିର ଶାରୀରିକ ଏବଂ ମାନସିକ କାର୍ଯ୍ୟକଳାପ ପଚରାଉଚରା ସମୟରେ ମାପ କରାଯାଏ । ଏହି ପରୀକ୍ଷଣରେ, ବ୍ୟକ୍ତି ନିଜର ବ୍ୟକ୍ତିଗତ ସୂଚନା ନେବା ପୂର୍ବରୁ ସାଇକୋଲୋଜିଷ୍ଟମାନେ ତାଙ୍କର ନାଡିର ହାର, ହୃଦସ୍ପନ୍ଦନ, ରକ୍ତଚାପ ନିରୀକ୍ଷି ଥାଆନ୍ତି। ପରେ ତାଙ୍କୁ ଏହି ମାମଲା ସହ ଜଡିତ ପ୍ରଶ୍ନ ପଚରାଯାଏ, ଯଦି ବ୍ୟକ୍ତି ମିଛ କହୁଛନ୍ତି ତା ହେଲେ ତାଙ୍କର ହୃଦସ୍ପନ୍ଦନ, ନାଡିର ହାରରେ ପରିବର୍ତ୍ତନ ଆସିଥାଏ । ଯାହା ଦ୍ଵାରା ଅଭିଯୁକ୍ତ ମିଛ କହୁଛି ନା ସତ କହୁଛି ତାହା ଜଣା ପଡ଼ିଥାଏ। ସୂଚନାନୁସାରେ, ଗତକାଲି ଅଫତାବ୍ କୁ ପ୍ରାୟ 40 ଟି ପ୍ରଶ୍ନ ପଚରାଯାଇଥିଲା । ପଲିଗ୍ରାଫ୍ ପରୀକ୍ଷାରେ ଅଫତାଵ୍ କୁ 50 ଟି ପ୍ରଶ୍ନ ପଚରାଉଚରା କରିବାର ଯୋଜନା ଥିଲା କିନ୍ତୁ ଅସୁସ୍ଥତା ହେତୁ ମଧ୍ୟଭାଗରେ ପଚରାଉଚରା ବନ୍ଦ ହୋଇଯାଇଥିଲା । ଏହି ସମୟରେ ଅଫତାବ୍ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ । ଅନ୍ୟପକ୍ଷରେ, ମନୋବିଜ୍ଞାନୀମାନେ ଅନୁଭବ କରନ୍ତି ଯେ ଅଫତାବ୍ ଶ୍ରଦ୍ଧାଙ୍କୁ ଘୃଣା କରନ୍ତି । ସେ କ୍ରୋଧରେ ଶ୍ରଦ୍ଧାଙ୍କୁ ହତ୍ୟା କରିନାହାଁନ୍ତି ବରଂ ସମ୍ପୂର୍ଣ୍ଣ ଯୋଜନା କରି ହତ୍ୟା କରିଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ଅଫତାବ୍ ଶ୍ରଦ୍ଧାଙ୍କୁ ମୁମ୍ବାଇରୁ ଦିଲ୍ଲୀ ଆଣିଥିଲେ । ପୋଲିସ ପଚରାଉଚରା ବେଳେ ଅଫତାବ୍ କହିଛି ଯେ ସେ ଶ୍ରଦ୍ଧାଙ୍କ ପିତାମାତାଙ୍କ ସହିତ ମଧ୍ୟ ଝଗଡା କରିଥିଲେ । ମନୋବିଜ୍ଞାନୀଙ୍କ ଦଳ ଅନୁଭବ କରୁଛନ୍ତି ଯେ ଯଦିଓ ଆଫଟାବ କୋର୍ଟରେ କହିଛି ଯେ ସବୁକିଛି ରାଗରେ ଘଟାଇଛି କିନ୍ତୁ ସେ ପ୍ରଶ୍ନର ଉତ୍ତର ଦେବା ଠାରୁ ଏହା ସ୍ପଷ୍ଟ ଯେ ସେ ପୂର୍ବରୁ ଶ୍ରଦ୍ଧା ଙ୍କୁ ମଡର କରିବାକୁ ଯୋଜନା କରିଥିଲେ। Post Views: 15 Post navigation Previous Previous post: ହାଇକୋର୍ଟ ଙ୍କ ନିର୍ଦ୍ଦେଶ :- ବିନା ଅନୁମତିରେ ମେଗାଷ୍ଟାର ଅମିତାଭ ବଚନ ଙ୍କ ସ୍ୱର, ପ୍ରତିଛବି ଲଗାଯାଇ ପାରିବ ନାହିଁ<eos>
2022-11-29T00:56:37Z
https://odishafacts.com/aftab-polygraph-test/
OSCAR-2301
<bos>ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସାଧାରଣ ସମ୍ପାଦକ ସତୀଶ ମିଶ୍ର ଏବଂ ବିଏସପି ବିଧାୟକ ଉମାଶଙ୍କର ସିଂ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ବିଏସପି ସୁପ୍ରିମୋ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଏହି ସମୟ ମଧ୍ୟରେ ସମାଜବାଦୀ ପାର୍ଟି (ଏସପି) ଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ୨୦୨୨ ୟୁପି ବିଧାନସଭା ନିର୍ବାଚନ ବିଷୟରେ ଉଲ୍ଲେଖ କରି ମାୟାବତୀ କହିଛନ୍ତି ଯେ, ୟୁପି ନିର୍ବାଚନରେ ​​ହିନ୍ଦୁ-ମୁସଲମାନ ରଙ୍ଗ ଦେବା ପାଇଁ ବିଜେପି-ଏସପିଙ୍କ ମିଳନ ହୋଇଛି। ବିଜେପିର କ୍ଷମତାକୁ ଫେରିବା ଦାୟିତ୍ୱ ସମାଜବାଦୀ ପାର୍ଟି ଏବଂ ଏହାର ମୁଖ୍ୟଙ୍କ ଉପରେ ରହିଛି। ସାମ୍ବାଦିକ ସମ୍ମିଳନୀରେ ମାୟାବତୀ ଆହୁରି କହିଛନ୍ତି ଯେ, ଏସପି ଲୋକମାନଙ୍କୁ ବିଭ୍ରାନ୍ତ କରୁଛି ଯେ ମୁଁ ରାଷ୍ଟ୍ରପତି ହେବି। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ କେବଳ ୟୁପିର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ପ୍ରଧାନମନ୍ତ୍ରୀ ହୋଇ ଦେଶର ସେବା କରିପାରିବି। କିନ୍ତୁ ରାଷ୍ଟ୍ରପତି ହେବାର ପ୍ରଶ୍ନ ଉଠୁନାହିଁ। ଯଦି ମୁସଲମାନମାନେ ବିଏସପି ପାଇଁ ଭୋଟ୍ ଦିଅନ୍ତି, ତେବେ ମୁଁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହୋଇପାରେ। ବିଏସପି ସରକାରରେ ନିର୍ମିତ ଏହି ସ୍ମାରକଗୁଡିକ ଏସପି ସରକାର ଏବଂ ବିଜେପି ସରକାରଙ୍କ ଦ୍ୱାରା ପରିଚାଳିତ ହେଉନାହିଁ। ଏହି ପ୍ରସଙ୍ଗରେ ବିଏସପି ପ୍ରତିନିଧି ସତିଶ ମିଶ୍ର ଏବଂ ଉମାଶଙ୍କର ସିଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମିଥ୍ୟା ଖବର ଏସପି ଦ୍ୱାରା ପ୍ରସାରିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଉଦ୍ଦେଶ୍ୟ କେବଳ ସ୍ମାରକୀ ବିଷୟରେ ବୋଲି ସେ କହିଛନ୍ତି। ମାୟାବତୀ କହିଛନ୍ତି ଯେ, ରମଜାନ ମାସରେ ବିଜୁଳି କାଟିବା ଠିକ୍ ନୁହେଁ ଏବଂ ସରକାର ଏହା ବିଷୟରେ କିଛି କରିବା ଉଚିତ୍। ମୁସଲମାନ ଏବଂ ଅନ୍ୟମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ପାଇଁ ଏସପି ଦଳ ଦାୟୀ। ମାୟାବତୀଙ୍କ ଅନୁଯାୟୀ, କ୍ଷମତା ଛାଡିବା ପରେ ତାଙ୍କ ଶାସନ କାଳରେ ନିର୍ମିତ ପାର୍କ ଏବଂ ସ୍ମାରକୀଗୁଡିକର ଯତ୍ନ ନିଆଯାଉ ନାହିଁ। ଏଭଳି ପରିସ୍ଥିତିରେ ସେ ଚାହୁଁଛନ୍ତି ଯେ, ରାଜ୍ୟର ବର୍ତ୍ତମାନର ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ। Tags ପ୍ରଧାନମନ୍ତ୍ରୀ, ବାହୁଜନ ସମାଜ ପାର୍ଟି, ବିଏସପି ସୁପ୍ରିମୋ, ମାୟାବତୀ, ୟୁପି ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି Categories ବିଶେଷ ଖବର ତୃତୀୟ ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ Post author By Samikhsya Bureau Post date March 29, 2022 ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି (ମାର୍ଚ୍ଚ ୨୯, ୨୦୨୨) ନୂଆଦିଲ୍ଲୀ ଠାରେ ତୃତୀୟ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତିଙ୍କ କରକମଳରେ ଜଳ ଶକ୍ତି ଅଭିଯାନ: କ୍ୟାଚ୍‌ ଦ ରେନ୍‌ କ୍ୟାମ୍ପେନ୍‌ (ବର୍ଷା ଜଳ ସଂରକ୍ଷଣ ଅଭିଯାନ) ୨୦୨୨ର ଶୁଭାରମ୍ଭ କରାଯାଇଥିଲା। ଏହି ଉପଲକ୍ଷେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ, ଆମ ଦୈନନ୍ଦିନ ଜୀବନ ଏବଂ ପୃଥିବୀ ପାଇଁ ଜଳର ଜରୁରି ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିବାର ଲକ୍ଷ୍ୟ ନେଇ ଜଳ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଉଛି। ଏଥିସହିତ ଜଳ ସଂରକ୍ଷଣ ଅଭିଯାନର ସମ୍ପ୍ରସାରଣ ହୋଇଛି। ଏପରି ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ ବୋଲି ରାଷ୍ଟ୍ରପତି କହିଥିଲେ। ସେ ଆହୁରି କହିଥିଲେ ଯେ, ଜଳ ଶକ୍ତି ଅଭିଯାନ: କ୍ୟାଚ୍‌ ଦ ରେନ୍‌ କ୍ୟାମ୍ପେନ୍‌ ୨୦୨୨ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ତାଙ୍କ ପାଇଁ ଖୁସିର ବିଷୟ। ଅଭିଯାନର ଚଳିତ ସଂସ୍କରଣ ସହ ଗଭୀର ଭାବେ ଯୋଡ଼ି ହେବା ଲାଗି ସେ ସମସ୍ତଙ୍କୁ ଆହ୍ଵାନ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ, ଜଳ ସଂରକ୍ଷଣ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ପ୍ରତ୍ୟେକ ଲୋକଙ୍କୁ ସକ୍ରିୟ ଭାବେ ସାମିଲ କରିବା ଲାଗି ଜିଲ୍ଲାପାଳ ଏବଂ ଗ୍ରାମପଞ୍ଚାୟତର ସରପଞ୍ଚମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ଭାରତରେ ଯେପରି ଭାବେ ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଦେଶ ଏ କ୍ଷେତ୍ରରେ ଇତିହାସ ରଚିଛି, ଠିକ୍‌ ସେହିପରି ଆମେ ସମସ୍ତେ ମିଶି ଇତିହାସର ସବୁଠୁ ବଡ଼ ଜଳ ସଂରକ୍ଷଣ ଅଭିଯାନକୁ କାର୍ଯ୍ୟକାରୀ କରି ପାରିବା ବୋଲି ରାଷ୍ଟ୍ରପତି କହିଥିଲେ। ରାଷ୍ଟ୍ରପତି କହିଥିଲେ ଯେ, ‘ଜଳ ହିଁ ଜୀବନ’ ଉକ୍ତି ଯଥାର୍ଥ। ଜଳ ଉତ୍ସ ଆକାରରେ ପ୍ରକୃତି ମାନବତାକୁ ଏକ ମହାନ ବରଦାନ ଦେଇଛି। ପ୍ରକୃତି ଆମକୁ ବିଶାଳ ନଦୀ ଭେଟି ଦେଇଛି, ଯାହାର ତଟରେ ମହାନ ସଭ୍ୟତା ବିକଶିତ ହୋଇଛି। ଭାରତୀୟ ସଂସ୍କୃତିରେ ନଦୀମାନଙ୍କର ବିଶେଷ ଗୁରୁତ୍ୱ ରହିଛି ଏବଂ ନଦୀକୁ ଆମ ଦେଶରେ ମା’ ରୂପରେ ପୂଜା କରାଯାଇଥାଏ। ନଦୀମାନଙ୍କର ପୂଜା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି। ଉତ୍ତରାଖଣ୍ଡରେ ଗଙ୍ଗା ଓ ଯମୁନାଙ୍କୁ ପୂଜା କରାଯାଇଥାଏ, ମଧ୍ୟପ୍ରଦେଶରେ ନର୍ମଦା ଏବଂ ପଶ୍ଚିମବଙ୍ଗରେ ଗଙ୍ଗା-ସାଗରଙ୍କୁ ପୂଜା କରାଯାଏ। ଏପରି ଧାର୍ମିକ ପ୍ରଥା ଆମକୁ ପ୍ରକୃତି ସହ ବାନ୍ଧି ରଖିଥାଏ। ପୁଷ୍କରିଣୀ ଏବ କୂଅ ଖୋଳିବା କାର୍ଯ୍ୟକୁ ପୂର୍ବରୁ ଧାର୍ମିକ ବୋଲି ବିବେଚନା କରାଯାଉଥିଲା। ଦୁର୍ଭାଗ୍ୟବଶତଃ ଆଧୁନିକତା ଏବଂ ଶିଳ୍ପ ଅର୍ଥବ୍ୟବସ୍ଥାର ଅଭ୍ୟୁଦୟ କାରଣରୁ ପ୍ରକୃତି ସହ ଆମର ଏହି ସମ୍ପର୍କ ଧୀରେ ଧୀରେ ବିଚ୍ଛିନ୍ନ ହେବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ମଧ୍ୟ ଆଉ ଏକ କାରଣ। ଆମର ଅସ୍ଥିତ୍ୱ ପାଇଁ ଜରୁରି ପ୍ରକୃତି ସହ ଆମର ସମ୍ପର୍କ ବିଚ୍ଛିନ୍ନ ହେବା ଭଳି ପ୍ରତୀୟମାନ ହେଉଛି। ଆମେ କଷ୍ଟକର ଯମୁନେତ୍ରୀ ଯାତ୍ରାରେ ଯାଇ ଯମୁନାଙ୍କ ପ୍ରତି ଆମର କୃତଜ୍ଞତା ବ୍ୟକ୍ତ କରିଥାଉ ଏବଂ ତାଙ୍କୁ ପୂଜା କରିଥାଉ। କିନ୍ତୁ ରାଜଧାନୀ ଦିଲ୍ଲୀକୁ ଆସିଲେ, ସେହି ନଦୀ ବ୍ୟାପକ ପ୍ରଦୂଷିତ ହୋଇଥିବାର ଆମେ ଦେଖିଥାଉ, ଯାହାକି ଆମର ସହରୀ ଜୀବନ ପାଇଁ ଆଦୌ ଉପଯୋଗୀ ନୁହେଁ। ରାଷ୍ଟ୍ରପତି କହିଥିଲେ ଯେ ପୁଷ୍କିରଣୀ ଏବଂ ହ୍ରଦ ଭଳି ଜଳ ଉତ୍ସ, ଯାହା ବର୍ଷ ସାରା ସହରକୁ ପାଣି ଯୋଗାଇ ଥାଏ, ସେଗୁଡ଼ିକ ମଧ୍ୟ ଦ୍ରୁତ ସହରୀକରଣ ଚାପ କାରଣରୁ ନିଶ୍ଚିହ୍ନ ହେବାକୁ ଲାଗିଲେଣି। ଏହା ଜଳ ପରିଚାଳନାକୁ ଅତ୍ୟନ୍ତ ଜଟିଳ କରି ଦେଇଛି। ଭୂତଳ ଜଳ ପରିମାଣ କମିବାରେ ଲାଗିଛି ଏବଂ ଏହାର ସ୍ତର ଧୀରେ ଧୀରେ ତଳକୁ ଖସି ଚାଲିଛି। ଗୋଟିଏ ପଟେ ସହରଗୁଡ଼ିକ ଦୂରବର୍ତ୍ତୀ ସ୍ଥାନରୁ ସେମାନଙ୍କ ଉପଯୋଗ ପାଇଁ ପାଣି ଆଣୁଛନ୍ତି, ଅନ୍ୟପଟେ ବର୍ଷା ଦିନେ ସହରର ରାସ୍ତାଘାଟ ବନ୍ୟା ଜଳରେ ବୁଡ଼ି ଯାଉଛି। ସେ କହିଥିଲେ ଯେ, ଗତ କିଛିଦିନ ହେବ ଜଳ ପରିଚାଳନାରେ ଏହି ବିରୋଧାଭାସକୁ ନେଇ ବୈଜ୍ଞାନିକ ଏବଂ ଜଳସଂରକ୍ଷଣ କର୍ମୀମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରୁଛନ୍ତି। ଭାରତରେ, ଏହି ସମସ୍ୟା ଅଧିକ ଗମ୍ଭୀର କାରଣ ଆମ ଦେଶରେ ବିଶ୍ୱ ଜନସଂଖ୍ୟାର ୧୮ ଭାଗ ଲୋକ ରହୁଛନ୍ତି, ଅନ୍ୟପଟେ ଆମ ପାଖରେ ମାତ୍ର ୪ ପ୍ରତିଶତ ମଧୁର ଜଳ ଉତ୍ସ ରହିଛି। ଜଳର ଉପଲବ୍ଧତା ଅନିଶ୍ଚିତ ଏବଂ ଏହା ବ୍ୟାପକ ପରିମାଣରେ ବର୍ଷା ଜଳ ଉପରେ ନିର୍ଭର କରିଥାଏ। ରାଷ୍ଟ୍ରପତି କହିଥିଲେ ଯେ, ଜଳ ସଙ୍କଟ ପ୍ରସଙ୍ଗ, ଜଳବାୟୁ ପରିବର୍ତ୍ତନର ସବୁଠୁ ବଡ଼ ସମସ୍ୟାର ଏକ ଅଂଶବିଶେଷ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁ, ବନ୍ୟା, ମରୁଡ଼ି ଭଳି ସ୍ଥିତି ଅଧିକ ମାତ୍ରାରେ ଏବଂ ଅଧିକ ଗମ୍ଭୀର ଭାବେ ଦେଖିବାକୁ ମିଳୁଛି। ହିମାଳୟ ଗ୍ଲେସିଅର ତରଳୁଛି ଏବଂ ସମୁଦ୍ର ସ୍ତର ବୃଦ୍ଧି ପାଉଛି। ଏଭଳି ପରିବର୍ତ୍ତନର ଗମ୍ଭୀର ପରିଣାମ ଏବେ ଦେଖିବାକୁ ମିଳୁଛି, ଏହାର ସବୁଠୁ ବିନାଶକାରୀ ପରିଣାମ ଚାଷୀ, ମହିଳା ଏବଂ ଗରିବଙ୍କ ଜୀବନ ଉପରେ ପଡ଼ୁଛି। ରାଷ୍ଟ୍ରପତି କହିଥିଲେ ଯେ, ଆଜି ଜଳ ସଙ୍କଟ ଏକ ଅନ୍ତର୍ଜାତୀୟ ସଙ୍କଟ ପାଲଟିଛି ଏବଂ ଏହାର ଆହୁରି ବିନାଶକାରୀ ପରିଣାମ ଦେଖିବାକୁ ମିଳିପାରେ। କେତେକ ପ୍ରତିରକ୍ଷା ବିଶେଷଜ୍ଞମାନେ କହିଲେଣି ଯେ ଭବିଷ୍ୟତରେ ଏହା ଏକ ବଡ଼ ଅନ୍ତର୍ଜାତୀୟ ବିବାଦର କାରଣ ହୋଇପାରେ। ଏଭଳି ବିପଦପୂର୍ଣ୍ଣ ପରିସ୍ଥିତି ଠାରୁ ସମଗ୍ର ମାନବ ଜାତିକୁ ରକ୍ଷା କରିବା ଆମର କର୍ତ୍ତବ୍ୟ। ଏ କ୍ଷେତ୍ରରେ ଭାରତ ସରକାର ପ୍ରଭାବୀ ପଦକ୍ଷେପ ଗ୍ରହଣ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା ଏବଂ ଆମ ପୃଥିବୀକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଆଗରେ ସବୁଠୁ ବଡ଼ ଆହ୍ଵାନ। ଏହି ଆହ୍ଵାନର ମୁକାବିଲା କରିବା ଲାଗି ଭାରତ ସରକାର ଏକ ନୂତନ ଦୃଷ୍ଟିକୋଣ ଏବଂ ପଦ୍ଧତି ଆପଣାଇଛନ୍ତି। ଭାରତ ସରକାର ୨୦୧୪ରେ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରିବା ସହିତ ଏଥିରେ ‘ଜଳବାୟୁ ପରିବର୍ତ୍ତନ’ ଯୋଡ଼ି ଏକ ପ୍ରାରମ୍ଭିକ ସଙ୍କେତ ଦେଇଥିଲେ। ଆଉ ପାଦେ ଆଗକୁ ଯାଇ ସରକାର ୨୦୧୯ରେ ଦୁଇଟି ମନ୍ତ୍ରଣାଳୟକୁ ମିଶାଇ ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରିଥିଲେ। ଜଳ ସଙ୍କଟ ସମସ୍ୟାର ସମନ୍ୱିତ ଏବଂ ସାମଗ୍ରିକ ଦୃଷ୍ଟିକୋଣରୁ ସମାଧାନ କରିବା ତଥା ଏଥିପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ସରକାର ଏହି ନୂଆ ମନ୍ତ୍ରଣାଳୟ ଗଠନ କରିଛନ୍ତି। ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ କରିବା ଏବଂ ଜଳ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଭାରତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରୁଛି। ଏଥିପାଇଁ ଜଳର ସୁବିନିଯୋଗ, ଜଳ ଉତ୍ସର ସଂରକ୍ଷଣ, ପ୍ରଦୂଷଣ ହ୍ରାସ ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ଦିଗରେ ପ୍ରୟାସ କରାଯାଉଛି। ସେ କହିଥିଲେ ଯେ ବିଗତ କିଛି ବର୍ଷ ହେବ ସରକାରଙ୍କ ନୀତିରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସାମିଲ କରାଯାଇଛି। ଏଥିରେ ନଦୀମାନଙ୍କର ପୁନରୁଦ୍ଧାର, ନଦୀ ଶଯ୍ୟାର ସାମଗ୍ରିକ ପରିଚାଳନା ଏବଂ ଦୀର୍ଘସ୍ଥାୟୀ ଢଙ୍ଗରେ ଜଳ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ବିଳମ୍ବିତ ଜଳସେଚନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଏବଂ ବର୍ତ୍ତମାନର ନଦୀବନ୍ଧଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ରାଷ୍ଟ୍ରପତି କହିଥିଲେ ଯେ, ଜଳ ସଂରକ୍ଷଣ ସହ ସମସ୍ତଙ୍କୁ ଯୋଡ଼ିବା ଏବଂ ଜଳ ଆନ୍ଦୋଳନକୁ ଏକ ଜନ ଆନ୍ଦୋଳନରେ ପରିବର୍ତ୍ତନ କରିବା ଲାଗି ଭାରତ ସରକାର ୨୦୧୯ରେ ଜଳ ଶକ୍ତି ଅଭିଯାନର ଶୁଭାରମ୍ଭ କରିଥିଲେ। ସେହି ବର୍ଷ ଜଳ ଜୀବନ ମିଶନର ଶୁଭାରମ୍ଭ କରାଯାଇଥିଲା। ଗତ ବର୍ଷ ମାର୍ଚ୍ଚ ୨୨ ତାରିଖ ବିଶ୍ୱ ଜଳ ଦିବସ ଉପଲକ୍ଷେ, ‘ଜଳ ଶକ୍ତି ଅଭିଯାନ: କ୍ୟାଚ୍‌ ଦ ରେନ୍‌’ (ବର୍ଷା ଜଳ ସଂରକ୍ଷଣ) କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହାକୁ ପ୍ରାକ୍‌ ମୌସୁମୀ ଏବଂ ମୌସୁମୀ ଋତୁରେ ଦେଶର ସମସ୍ତ ଗ୍ରାମାଞ୍ଚଳ ଜିଲ୍ଲା ସହିତ ସହରାଞ୍ଚଳକୁ ନିଆଯାଇଥିଲା। କରୋନା ମହାମାରୀ ସମସ୍ୟା ସତ୍ତ୍ୱେ ଅଭିଯାନର ସଫଳତା ପାଇଁ ରାଜ୍ୟ ସରକାରମାନଙ୍କ ଉଲ୍ଲେଖନୀୟ ଯୋଗଦାନକୁ ସେ ପ୍ରଶଂସା କରିଥିଲେ। ବିଭିନ୍ନ କ୍ଷେତ୍ରରେ ଜାତୀୟ ଜଳ ପୁରସ୍କାର ବିଜେତାମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟର ଉଦାହରଣ ଦେଇ ରାଷ୍ଟ୍ରପତି କହିଥିଲେ ଯେ ଏପରି ଉଦାହରଣ ଦ୍ଵାରା ଆମ ସମସ୍ତଙ୍କ ମନରେ ଏକ ଜଳ-ସୁରକ୍ଷିତ ଭବିଷ୍ୟତର ଆଶା ଜାଗ୍ରତ ହେବ। ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଏପରି କାମ ଜରିଆରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ଲାଗି ପରାମର୍ଶ ଦେଇଥିଲେ। ଏପରି ପୁରସ୍କାର ଭାରତର ଲୋକମାନଙ୍କ ମନରେ ଜଳ ସଂରକ୍ଷଣକୁ ନେଇ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କ ମଧ୍ୟରେ ଅଭ୍ୟାସଗତ ପରିବର୍ତ୍ତନ ଆଣିପାରିବ ବୋଲି ରାଷ୍ଟ୍ରପତି ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ। Tags କ୍ୟାଚ୍‌ ଦ ରେନ୍‌ କ୍ୟାମ୍ପେନ୍‌, ଜଳ ଶକ୍ତି ଅଭିଯାନ, ତୃତୀୟ ଜାତୀୟ ଜଳ ପୁରସ୍କାର, ବର୍ଷା ଜଳ ସଂରକ୍ଷଣ ଅଭିଯାନ, ରାମନାଥ କୋବିନ୍ଦ, ରାଷ୍ଟ୍ରପତି Categories ବିଶେଷ ଖବର ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ଓଡ଼ିଶାର ଶ୍ରୁତି ମହାପାତ୍ରଙ୍କୁ ମିଳିଲା ପୁରସ୍କାର Post author By Samikhsya Bureau Post date March 8, 2022 ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ଉଲ୍ଲେଖନୀୟ ଏବଂ ପ୍ରଶଂସନୀୟ ଉପଲବ୍ଧି ହାସଲ କରିଥିବା ୨୯ ଜଣ ମହିଳାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନାରୀ ସଶକ୍ତିକରଣ, ବିଶେଷ କରି ଦୁର୍ବଳ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୯ ଜଣ ମହିଳାଙ୍କୁ ମୋଟ ୨୮ଟି ପୁରସ୍କାର (୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ୧୪ ଜଣ ଲେଖାଏଁ) ରେ ସମ୍ମାନିତ କରାଯାଇଥିଲା। ମହିଳାମାନଙ୍କ ଉପଲବ୍ଧିକୁ ସମ୍ମାନ ଜଣାଇବା ଲାଗି, ନାରୀ ସଶକ୍ତିକରଣ ଓ ସମାଜ କଲ୍ୟାଣ ଦିଗରେ ଯୋଗଦାନ ତଥା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥିବା ପ୍ରଗତିଶୀଳ ମହିଳାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ସଫଳ ମହିଳା ଓ ମହିଳାଙ୍କ ଉତ୍ଥାନ ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ। କୋଭିଡ-୧୯ ମହାମାରୀ କାରଣରୁ ଦେଖା ଦେଇଥିବା ପରିସ୍ଥିତି ଯୋଗୁ ୨୦୨୦ ଏବଂ ୨୦୨୧ରେ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇପାରିନଥିଲା। ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ୍‌ କରନ୍ତୁ। Tags ଅନ୍ତର୍ଜାତୀୟ ମହିଳା ଦିବସ, ନାରୀ ଶକ୍ତି ପୁରସ୍କାର, ରାମନାଥ କୋବିନ୍ଦ, ରାଷ୍ଟ୍ରପତି, ଶ୍ରୁତି ମହାପାତ୍ର Categories ଆଜିର ଖବର ରାଜ୍ୟ ଖବର ଆସନ୍ତା ୧୯ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, କାର୍ଯ୍ୟକ୍ରମ ହେଲା ଚୁଡାନ୍ତ Post author By Samikhsya Bureau Post date February 17, 2022 ଆସନ୍ତା ୧୯ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଶ୍ରୀକ୍ଷେତ୍ର ପୁରୀସ୍ଥିତ ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବା ଲାଗି ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ଆସନ୍ତା ୧୯ ତାରିଖ ଅପରାହ୍ନରେ ପୁରୀରେ ପହଞ୍ଚିବେ । ୨୦ ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ପୁରୀସ୍ଥିତ ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କରିବେ । ଏହା ପରେ ଶରଧା ବାଲି ପଡ଼ିଆ ଠାରେ ଭକ୍ତି ସିଦ୍ଧାନ୍ତ ଗୋସ୍ୱାମୀଙ୍କର ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏହି ସମାରୋହରେ ରାଜ୍ୟପାଳ ସ୍ମରଣିକା ଉନ୍ମୋଚନ କରିବେ। ଏଥିସହିତ ଶ୍ରୀଲ ପ୍ରଭୁପାଦଙ୍କର ଏକ ଆତ୍ମଜୀବନୀକୁ ରାଜ୍ୟପାଳ ଉନ୍ମୋଚନ କରିବା ସହିତ ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିବେ । ଏହି ଦୁଇଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । Tags ଭକ୍ତି ସିଦ୍ଧାନ୍ତ ଗୋସ୍ୱାମୀ, ରାଷ୍ଟ୍ରପତି, ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ Categories ଆଜିର ଖବର ଜାତୀୟ ଖବର ରାଷ୍ଟ୍ରପତିଙ୍କ ଠାରୁ ‘ଇଚ୍ଛାମୃତ୍ୟୁ’ ଦାବି କଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପିତା, ଜାଣନ୍ତୁ କାରଣ Post author By Samikhsya Bureau Post date January 11, 2022 ରାୟପୁର: ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପିତା ରାଷ୍ଟ୍ରପତିଙ୍କ ଠାରୁ ‘ଇଚ୍ଛାମୃତ୍ୟୁ’ ଦାବି କରିଛନ୍ତି। ନନ୍ଦ କୁମାର ବଘେଲ ମଧ୍ୟ ରାଷ୍ଟ୍ରୀୟ ମତଦାତା ଜାଗୃତ ମଞ୍ଚରେ ସଭାପତି ଅଟନ୍ତି। ସେ କହିଛନ୍ତି ଯେ, ଦେଶରେ ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରାଯିବା ଉଚିତ। ଯଦି ଏହା ହେବ ନାହିଁ, ତେବେ ଜାନୁଆରୀ ୨୫ ତାରିଖ ରାଷ୍ଟ୍ରୀୟ ଭୋଟର ଦିବସରେ ତାଙ୍କୁ ‘ଇଚ୍ଛାମୃତ୍ୟୁ’ ଅନୁମତି ଦିଆଯିବା ଉଚିତ୍। ରାଷ୍ଟ୍ରୀୟ ଭୋଟର ଜାଗୃତ ମଞ୍ଚ ମାଧ୍ୟମରେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ଚିଠି ପଠାଇ ନନ୍ଦ କୁମାର ବଘେଲ ‘ଇଚ୍ଛାମୃତ୍ୟୁ’ ପାଇଁ ଅନୁମତି ଲୋଡିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖର କଥା ଯେ, ନାଗରିକମାନଙ୍କର ସମସ୍ତ ସାମ୍ବିଧାନିକ ଅଧିକାର ବହୁ ପରିମାଣରେ ଉଲ୍ଲଂଘନ ହେଉଛି। ଗଣତନ୍ତ୍ରର ତିନୋଟି ସ୍ତମ୍ଭ, ବିଧାନସଭା, ନ୍ୟାୟପାଳିକା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଅଲଗା ହୋଇ ଯାଉଛନ୍ତି। ଏହି ତିନୋଟି ସ୍ତମ୍ଭର ନିର୍ଦ୍ଦେଶରେ ଗଣମାଧ୍ୟମ ମଧ୍ୟ କାର୍ଯ୍ୟ କରୁଛି। ନାଗରିକଙ୍କ ଅଧିକାର ଶୁଣିବାକୁ କେହି ନାହାଁନ୍ତି। ଲୋକମାନଙ୍କର ପ୍ରତିନିଧୀମାନେ ସେମାନଙ୍କର ପ୍ରତ୍ୟେକ ସମସ୍ୟା ପାଇଁ ଭୋଟରଙ୍କ ଦ୍ୱାରା ମନୋନୀତ ହୁଅନ୍ତି, ସେମାନଙ୍କର ସ୍ୱର ମଧ୍ୟ କ୍ରମାଗତ ଭାବରେ ଚାପି ଦିଆଯାଉଛି। ଦେଶର ସମସ୍ତ ସରକାରୀ ବିଭାଗ ଏବଂ ଉପକ୍ରମକୁ ବିକ୍ରି କରିଦିଆଯାଉଛି। କାର୍ଯ୍ୟପାଳିକା ଦୁର୍ନୀତିରେ ଜଡିତ ଏବଂ ଏହାର ଆଗାମୀ ପିଢୀଙ୍କ ପାଇଁ ଅଧିକରୁ ଅଧିକ ଟଙ୍କା ସଂଗ୍ରହ କରି ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ନିୟୋଜିତ। ସାଧାରଣ ନାଗରିକଙ୍କ ମନରେ ଭୟ ବିସ୍ତାର କରୁଥିବା ସେ ଆହୁରି ମଧ୍ୟ କହିଛନ୍ତି। ଦେଶରେ ନ୍ୟାୟ ପାଇବା ପାଇଁ, ପିଢୀ ପରେ ପିଢୀ ଅତିକ୍ରମ କରିଯାଉଛି, କିନ୍ତୁ ନ୍ୟାୟ ମିଳୁନାହିଁ। ଚିଠିରେ ଏହା ଲେଖାଯାଇଛି ଯେ, ସରକାରୀ ଆକଳନ ଅନୁଯାୟୀ ଭୁଲ ନୀତି ଯୋଗୁଁ ୭୦୦ ରୁ ଅଧିକ ଚାଷୀଙ୍କ ମୃତ୍ୟୁ ଘଟିଛି କିମ୍ବା ହତ୍ୟା କରାଯାଇଛି। ଏହାକୁ ବୁଝିବାକୁ ହେବ। ଏଥିପାଇଁ ଦାୟିତ୍ୱ କାହା ଉପରେ ରଖାଯିବ? ଗଣତନ୍ତ୍ରର ସବୁଠାରୁ ବଡ ଅଧିକାର, ଭୋଟ୍ ଦେବାର ଅଧିକାରକୁ ଇଭିଏମ୍ ମେସିନ୍ ମାଧ୍ୟମରେ କରାଯାଉଛି। କୌଣସି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସଂଗଠନ କିମ୍ବା ସରକାରଙ୍କ ଦ୍ଵାରା ଇଭିଏମ୍ ମେସିନକୁ ୧୦୦% କାର୍ଯ୍ୟ ସଠିକତାର ପ୍ରମାଣପତ୍ର ଦିଆଯାଇ ନାହିଁ। କୌଣସି ମେସିନକୁ ବ୍ୟବହାର କରିବା ପୂର୍ବରୁ, ମେସିନର ସଠିକ୍ କାର୍ଯ୍ୟର ଏକ ସ୍ୱୀକୃତିପ୍ରାପ୍ତ ବୈଷୟିକ ଅନୁଷ୍ଠାନ କିମ୍ବା ସରକାରଙ୍କଠାରୁ ଏକ ପ୍ରମାଣପତ୍ର ପାଇବା ବାଧ୍ୟତାମୂଳକ। ତଥାପି ବିଶ୍ଵର ସର୍ବ ବୃହତ ଗଣତନ୍ତ୍ର ଭାରତରେ ଇଭିଏମ୍ ମେସିନ୍ ମାଧ୍ୟମରେ ଭୋଟ୍ ଦେଇ ସାମ୍ବିଧାନିକ ଅଧିକାର ଉଲ୍ଲଂଘନ କରାଯାଉଛି। ଇଭିଏମ୍ ମେସିନ୍ ମାଧ୍ୟମରେ ମୋର ଭୋଟ୍ ଟି ସଠିକ ଲୋକଙ୍କୁ ମିଳୁଛି କି ନାହିଁ, ତାହାର କୌଣସି ଗ୍ୟାରେଣ୍ଟି ନାହିଁ ଏବଂ ମୁଁ ଏହାର ମୂଲ୍ୟାଙ୍କନ କରିପାରିବି ନାହିଁ, ଯାଞ୍ଚ କରିପାରିବି ନାହିଁ କିମ୍ବା ଅନ୍ୟ କେହି କରିପାରିବି ନାହିଁ। ଭୋଟ୍ ଦେବାର ସବୁଠାରୁ ନିର୍ଭରଯୋଗ୍ୟ ପଦ୍ଧତି ହେଉଛି ବାଲାଟ ପେପର। ଏହା ଦ୍ୱାରା ପ୍ରତ୍ୟେକ ଭୋଟର ଭୋଟିଂର ମୂଲ୍ୟାଙ୍କନ କରିପାରିବେ। କିନ୍ତୁ ସାଧାରଣ ଲୋକ ମଧ୍ୟ ଇଭିଏମ୍ ମାଧ୍ୟମରେ କରାଯାଇଥିବା ଭୋଟିଂର ମୂଲ୍ୟାଙ୍କନ କରିପାରିବେ ନାହିଁ। କ୍ଷମତାରେ ଥିବା ରାଜନୈତିକ ଦଳ ଇଭିଏମ୍ ମେସିନରୁ ଶୀଘ୍ର ଭୋଟ୍ ଗଣନାକୁ ଦର୍ଶାଇ ଏହାକୁ ବୈଧ କରିପାରିଛି। ନନ୍ଦକୁମାର କୁମାର ବଘେଲ କହିଛନ୍ତି ଯେ, ଏପରି ପରିସ୍ଥିତିରେ ଯେତେବେଳେ ମୋର ସମସ୍ତ ଅଧିକାର ଉଲ୍ଲଂଘନ ହୁଏ, ସେତେବେଳେ ମୋର ବଞ୍ଚିବାର ଉଦ୍ଦେଶ୍ୟ ସମାପ୍ତ ହୋଇଯାଏ। ମାନ୍ୟବର ରାଷ୍ଟ୍ରପତି, ଆପଣ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେଇଛନ୍ତି। କିନ୍ତୁ ମୋର ସାମ୍ବିଧାନିକ ଅଧିକାର ସଂରକ୍ଷିତ ହେଉନାହିଁ। ଯେଉଁଥିପାଇଁ ମୁଁ ଇଚ୍ଛାମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ସୁସ୍ଥ ଗଣତନ୍ତ୍ରର ବୃହତ ସ୍ୱାର୍ଥରେ ମାନ୍ୟବର ସାରଙ୍କୁ ଅନୁରୋଧ କି, ସ୍ୱଚ୍ଛ ଢଙ୍ଗରେ ଲୋକ, ଲୋକଙ୍କ ପାଇଁ, ଶାସନ (ଗଣତନ୍ତ୍ର) ପାଇଁ ଭୋଟ୍ ଦେବା ପାଇଁ ଇଭିଏମ୍ ସ୍ଥାନରେ ବାଲାଟ୍ ପେପର ଭୋଟିଂ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଇଭିଏମ୍ ମାଧ୍ୟମରେ ଭୋଟ୍ ଦେଇ ସରକାରୀ ସମ୍ପତ୍ତି ବିକ୍ରୟ କରି ଦେଶରେ ଦାରିଦ୍ର୍ୟ ତଥା ବେକାରୀ ବୃଦ୍ଧିରେ ସରକାର ପାପ କରୁଛନ୍ତି। ମୁଁ ସେହି ପାପରେ ଅଂଶଗ୍ରହଣ କରିବାକୁ ଚାହେଁ ନାହିଁ। ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ର ଉଭୟ ବିପଦରେ। ଯଦି ଇଭିଏମ୍ ସ୍ଥାନରେ ବାଲାଟ୍ ପେପର ଏବଂ ବାଲାଟ୍ ବକ୍ସ ସହିତ ଭୋଟ୍ ଦେବା ସମ୍ଭବ ନୁହେଁ, ଦୟାକରି ମୋତେ ଜାନୁୟାରୀ ୨୫ ତାରିଖ ୨୦୨୨ରେ ଜାତୀୟ ଭୋଟର ଦିବସରେ ଇଚ୍ଚାମୃତ୍ୟୁ କରିବାକୁ ଅନୁମତି ଦିଅନ୍ତୁ। Tags ଇଚ୍ଛାମୃତ୍ୟୁ, ନନ୍ଦ କୁମାର ବଘେଲ, ଭୁପେଶ ବଘେଲ, ରାଷ୍ଟ୍ରପତି, ରାଷ୍ଟ୍ରୀୟ ମତଦାତା ଜାଗୃତ ମଞ୍ଚ Categories ଜାତୀୟ ଖବର ବିଶେଷ ଖବର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ ନେଇ ଅଡୁଆରେ ପଂଜାବ ସରକାର, ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ Post author By Samikhsya Bureau Post date January 6, 2022 ନୂଆଦିଲ୍ଲୀ: ଗତକାଲି ପଂଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳା ପ୍ରସଂଗରେ ବର୍ତ୍ତମାନ ପଂଜୀବ ସରକାର ଅଡୁଆରେ ଅଛନ୍ତି। ଏ ପ୍ରସଂଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ଏହି ଘଟଣା ନେଇ ରାଷ୍ଟ୍ରପତି ଉଦବେଗ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ରାଷ୍ଟ୍ରପତି ଭବନରେ ପହଁଚିବା ପରେ ସେ ଏହି ସୁରକ୍ଷା ବ୍ୟବସ୍ଥା ନେଇ ରାଷ୍ଟ୍ରପତିଙ୍କ ସହିତ ଦୀର୍ଘ ଆଲୋଚନା କରିଥିଲେ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହା ଆଲୋଚନା ହୋଇଥିଲା। ସେହିପରି ଏହି ଘଟଣାକୁ ନେଇ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ପ୍ରଧାମନ୍ତ୍ରୀଙ୍କ ସହିତ ଟେଲିଫୋନରେ ସେ କଥାବାର୍ତ୍ତା କରିଛନ୍ତି। ସେହିପରି ଏହି ଘଟଣା ନେଇ ଆଜି କ୍ୟାବିନେଟ ସୁରକ୍ଷା କମିଟର ଜରୁରୀ ବୈଠକ ମଧ୍ୟ ବସିଥିଲା। ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ଭଙ୍ଗ ଉପରେ ଆଲୋଚନା କରାଯାଇ କଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ନିଷ୍ପତି ନିଆଯାଇଛି। ପଢନ୍ତୁ: ପଂଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା, ଅଧାଗସ୍ତରୁ ଫେରିଲେ ମୋଦି ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଅମିତ ସାହା ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ବାରମ୍ବାର ହାରୁଥିବାରୁ ରାଗରେ ଏପରି କରିଛି। ଯେଉଁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁ ନାହିଁ, ସେଥିରେ ସାଧାରଣ ଜନତା କିପରି ସୁରକ୍ଷିତ ରହିବେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସାହା। ବର୍ତ୍ତମାନ ରାଜନୈତିକ ମହଲରେ ଏହି ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ପଂଜାବର ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ଉପରେ ବର୍ତ୍ତମାନ ଖଣ୍ଡା ଝୁଲୁଛି ବୋଲି କୁହାଯାଉଛି। ଏପରି କି ସରକାରଙ୍କ ଉପରେ ମଧ୍ୟ ବିପଦ ରହିଥିବାର ବିଭିନ୍ନ ମହଲରେ ଆଲୋଚନା ଚାଲିଛି। Tags ନରେନ୍ଦ୍ର ମୋଦି, ପଂଜାବ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ, ରାଷ୍ଟ୍ରପତି Categories ଆଜିର ଖବର ଜାତୀୟ ଖବର ପାକିସ୍ତାନର ଯୁଦ୍ଧ ବିମାନକୁ ନଷ୍ଟ କରିଥିବା ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିଲା ସମ୍ମାନଜନକ ବୀର ଚକ୍ର Post author By Samikhsya Bureau Post date November 22, 2021 ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ଵାରା ଆଜି ବାୟୁସେନା ପାଇଲଟ ଗ୍ରୁପ କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସମ୍ମାନଜନକ ବୀର ଚକ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୦୧୯ରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ସମୟରେ ପାକିସ୍ତାନର ଏକ ଯୁଦ୍ଧ ବିମାନ ଏଫ-୧୬ କୁ ଅଭିନନ୍ଦନ ତଳକୁ ଖସାଇ ଦେଇଥିଲେ। ଅବଶ୍ୟ, ଏହି ସମୟରେ ତାଙ୍କର ମିଗ୍ ୨୧ ମଧ୍ୟ ପଡିଯାଇଥିଲା ଏବଂ ପାକିସ୍ତାନ ତାଙ୍କୁ ଧରିଥିଲା। ପଡୋଶୀ ଦେଶ ଅଭିନ୍ନନ୍ଦଙ୍କୁ ତିନି ଦିନ ଧରି ବନ୍ଧକ ରଖିଥିଲା, ଯଦିଓ ଏହା ପରେ ସେ ନିରାପଦ ସହିତ ଦେଶକୁ ଫେରି ଆସିଥିଲେ। ଅଭିନ୍ଦନ ସେହି ସମୟରେ ୱିଙ୍ଗ କମାଣ୍ଡର ଥିଲେ। ତାଙ୍କର ଉତ୍ସାହ ପାଇଁ ରାଷ୍ଟ୍ରପତି ତାଙ୍କୁ ଆଜି ବୀର ଚକ୍ର ପୁରସ୍କାର ପ୍ରଦାନ କରିଛନ୍ତି। Tags ଅଭିନନ୍ଦନ ବର୍ଦ୍ଧମାନ, ପାଇଲଟ ଗ୍ରୁପ କ୍ୟାପଟେନ, ପାକିସ୍ତାନ, ରାମ ନାଥ କୋବିନ୍ଦ, ରାଷ୍ଟ୍ରପତି, ସମ୍ମାନଜନକ ବୀର ଚକ୍ର Categories ଆଜିର ଖବର ଆପଣଙ୍କ ବାପା ଜୋତା ତିଆରି କରନ୍ତି, ସନେଟରେ ଏପରି ପ୍ରଶ୍ନର କଣ ଉତ୍ତର ରଖିଲେ ଆବ୍ରାହାମ ଲିଙ୍କନ Post author By Samikhsya Bureau Post date November 5, 2021 ଆପଣଙ୍କ ବାପା ଜୋତା ତିଆରି କରନ୍ତି, ସନେଟରେ ଏପରି ପ୍ରଶ୍ନର କଣ ଉତ୍ତର ରଖିଲେ ଆବ୍ରାହାମ ଲିଙ୍କନ Dignity of labour : ଆମେରିକାର 16ତମ ରାଷ୍ଟ୍ରପତି ଆବ୍ରହାମ ଲିଙ୍କନଙ୍କ ପିତା ଜୋତା ତିଆରି କରୁଥିଲେ। ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାର ଆଭିଜାତ୍ୟ ବର୍ଗକୁ ବଡ଼ ଆଘାତ ଲାଗିଲା। ସିନେଟ ରେ ସେ ଯେବେ ନିଜର ପ୍ରଥମ ଅଭିଭାଷଣ ଦେବାକୁ ଛିଡ଼ା ହେଲେ, ଜଣେ ସିନେଟର ଉଚ୍ଚ ସ୍ୱରରେ କହିଲେ, “ମିଷ୍ଟର ଲିଙ୍କନ ମନେ ରଖ ତୁମ ବାପା ମୋର ଓ ମୋ ପରିବାରର ଜୋତା ତିଆରି କରୁଥିଲେ !” ପୁରା ସିନେଟ ଅଟ୍ଟହାସରେ ଗୁଞ୍ଜରିତ ହେଲା ! କିନ୍ତୁ ଲିଙ୍କନ ତ ଏକ ଅଲଗା ପଦାର୍ଥରେ ଗଢା ହୋଇଥିଲେ; ସେ କହିଲେ “ମୁଁ ଜାଣିଛି ଯେ ମୋ ପିତା ଜୋତା ତିଆରି କରୁଥିଲେ ! କେବଳ ଆପଣଙ୍କର ନୁହେଁ, ଏଠାରେ ଉପସ୍ଥିତ ଅନେକ ମାନନୀୟଙ୍କର ଜୋତା ସେ ତିଆରି କରିଥିବେ। ସେ ପୂର୍ଣ୍ଣ ମନୋଯୋଗ ସହ ଜୋତା ପ୍ରସ୍ତୁତ କରନ୍ତି। ତାଙ୍କ ତିଆରି ଜୋତାରେ ତାଙ୍କର ଆତ୍ମା ବାସ କରେ ! ନିଜ କର୍ମ ପ୍ରତି ପୂର୍ଣ୍ଣ ନିଷ୍ଠା କାରଣରୁ ଜୋତାରେ କେବେ କିଛି ଅଭିଯୋଗ ଆସି ନାହିଁ ! ଆପଣଙ୍କର ତାଙ୍କ କାମରେ କିଛି ଅଭିଯୋଗ ଅଛି କି ? ତାଙ୍କ ପୁତ୍ର ହୋଇ ଥିବାରୁ ମୁଁ ନିଜେ ମଧ୍ୟ ଜୋତା ପ୍ରସ୍ତୁତ କରିପାରେ, ଯଦି ଆପଣଙ୍କର କିଛି ଅଭିଯୋଗ ରହିଛି ତାହେଲେ କୁହନ୍ତୁ ମୁଁ ତାଙ୍କ ତିଆରି ଜୋତାକୁ ସଜାଡି ଦେବି ! ମୁଁ ନିଜ ପିତା ଏବଂ ତାଙ୍କ କର୍ମକୁ ନେଇ ଗର୍ବିତ।” ତାଙ୍କର ଏହି ତର୍କବାଦୀ ଭାଷଣରୁ ସିନେଟରେ ନୀରବତା ଛାଇ ହୋଇଗଲା ଓ ଏହି ଭାଷଣକୁ ଆମେରିକାର ସିନେଟ ଇତିହାସର ସବୁଠାରୁ ଉତ୍କୃଷ୍ଟ ଭାଷଣ କୁହାଯାଇଛି ଓ ଏହି ଭାଷଣରୁ ଗୋଟେ ଅର୍ଥ ବାହାରିଲା ଶ୍ରମର ମହତ୍ତ୍ଵ Dignity of labour ଓ ଏହାର ପ୍ରଭାବରେ ଯେତେ ବି ଶ୍ରମଜୀବୀ ଥିଲେ ସେମାନେ ନିଜ ପେଶାକୁ ନିଜର ଉପନାମ (surname) କରିଦେଲେ, ଯେପରି କି – ଫିସରମେନ୍, ବଟଲର୍, ଶୁମେକର, ବୁଚର, ଟେଲର, ସ୍ମିଥ, କାରପେଣ୍ଟର, ପଟର ଆଦି। ଆମେରିକାରେ ଆଜି ମଧ୍ଯ ଶ୍ରମକୁ ମହତ୍ତ୍ଵ ଦିଆଯାଏ, ସେଥିଲାଗି ସେ ଦୁନିଆର ସବୁଠୁ ବଡ ମହାଶକ୍ତି ଅଟେ। ତେବେ ଆମ ଦେଶ ଭାରତରେ ଯିଏ ଶ୍ରମ କରେ ତାକୁ କୌଣସି ସମ୍ମାନ ନାହିଁ, ସେ ତଥାକଥିତ ନୀଚ ବୋଲି ଗଣା ଯାଏ। ଆଉ ଏଠି ଯିଏ ଜମାରୁ କୌଣସି ଶ୍ରମ କରେ ନାହିଁ ତାକୁ ଉଚ୍ଚ ବୋଲି ବିଚାର କରାଯାଏ। ଯେପର୍ଯ୍ୟନ୍ତ ଆମେ ଶ୍ରମ କରୁଥିବା ବ୍ୟକ୍ତିକୁ ସମ୍ମାନ ଦୃଷ୍ଟିରେ ନ ଦେଖିବା, ସେ ପର୍ଯ୍ୟନ୍ତ ଆମ ସମାଜ କେବେ ବି ଆଗକୁ ବଢି ପାରିବ ନାହିଁ। ଉଚ୍ଚନୀଚ୍ଚର ଭେଦଭାବ ଯେକୌଣସି ରାଷ୍ଟ୍ର ନିର୍ମାଣରେ ବହୁତ ବଡ଼ ବାଧକ ଅଟେ। Tags ଆବ୍ରାହାମ ଲିଙ୍କନ, ରାଷ୍ଟ୍ରପତି Categories ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ପାରାଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ ଜିତିଲେ ଭାବୀନା ପଟେଲ: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ Post author By Samikhsya Bureau Post date August 29, 2021 ନୂଆଦିଲ୍ଲୀ: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ ଗେମ୍ସରେ ରୌପ୍ୟ ପଦକ ଜିତି ଭାରତର ଭାବୀନା ପଟେଲ ଇତିହାସ ସୃଷ୍ଟି କରିଛନ୍ତି। ଟେବୁଲ୍ ଟେନିସରେ ଭାରତ ପାଇଁ ପଦକ ଜିତିଥିବା ଭାବୀନା ପଟେଲ ହେଉଛନ୍ତି ପ୍ରଥମ ଖେଳାଳି। ଭବୀନା ପଟେଲଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଜୀବନର ଯାତ୍ରା ଯୁବକମାନଙ୍କୁ କ୍ରୀଡ଼ାକୁ ଆସିବାକୁ ପ୍ରେରଣା ଯୋଗାଇବ। ରୋପ୍ୟ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ଭାବୀନା ପଟେଲ ଇତିହାସ ସୃଷ୍ଟି କରିଛନ୍ତି। ଏହି ସଫଳତା ପାଇଁ ଭାବୀନାଙ୍କୁ ଅଭିନନ୍ଦନ। ତାଙ୍କର ଏହି ଯାତ୍ରା ଯୁବକମାନଙ୍କୁ କ୍ରୀଡା ପ୍ରତି ପ୍ରେରଣା ଯୋଗାଇବ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କହିଛନ୍ତି ଯେ, ଭାବୀନାଙ୍କ ବିଜୟ ଭାରତ ପାଇଁ ଗର୍ବର ବିଷୟ। ରାଷ୍ଟ୍ରପତି କହିଛନ୍ତି ଯେ, ଭାବୀନା ପଟେଲ ରୌପ୍ୟ ପଦକ ଜିତି ଭାରତୀୟ ଦଳକୁ ପ୍ରେରଣା ଦେଇଛନ୍ତି। ଭାବୀନାର ପଦକ ଜିତିବା ଭାରତ ପାଇଁ ଗର୍ବର ବିଷୟ। ଏହି ଅଦ୍ଭୁତ ସଫଳତା ପାଇଁ ମୁଁ ଭବୀନା ପଟେଲଙ୍କୁ ଅଭିନନ୍ଦନ ଜଣାଉଛି। Tags ପାରାଲିମ୍ପିକ୍ ଗେମ୍ସ, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ, ଭାବୀନା ପଟେଲ, ଭାରତ, ରାଷ୍ଟ୍ରପତି, ରୌପ୍ୟ ପଦକ Categories ଆଜିର ଖବର ଜାତୀୟ ଖବର ସ୍ୱାଧୀନତା ଦିବସ ଅବସରରେ ସଶସ୍ତ୍ର ବାହିନୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି Post author By Samikhsya Bureau Post date August 15, 2021 ସ୍ୱାଧୀନତା ଦିବସ ଅବସରରେ ସଶସ୍ତ୍ର ବାହିନୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀର ସମର ମେମୋରିଆଲରେ 75 ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପୁଷ୍ପମାଲ୍ୟ ଅର୍ପଣ କରି ସଶସ୍ତ୍ର ବାହିନୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ, ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ତିନି ସେନା ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ। Tags ରାମ ନାଥ କୋବିନ୍ଦ, ରାଷ୍ଟ୍ରପତି, ସଶସ୍ତ୍ର ବାହିନୀର ସହିଦ Categories ଆଜିର ଖବର ଜାତୀୟ ଖବର ଅଲମ୍ପିକ ପଦକ ବିଜେତାଙ୍କୁ ହାଇ ଟି ରେ ଆପ୍ୟାୟିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ Post author By Samikhsya Bureau Post date August 10, 2021 ଅଲମ୍ପିକ ପଦକ ବିଜେତାଙ୍କୁ ହାଇ ଟି ରେ ଆପ୍ୟାୟିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଭାରତୀୟ ଅଲିମ୍ପିକ୍ ପଦକ ବିଜେତାଙ୍କ ସମ୍ମାନରେ ଏକ ହାଇ ଟି ର ଆୟୋଜନ କରିବେ। ରାଷ୍ଟ୍ରପତିଙ୍କ ସଚିବାଳୟ ତରଫରୁ ଏ ନେଇ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ଟୋକିଓ ଅଲିମ୍ପିକ୍ସ 2020 ର ଭାରତୀୟ ବିଜେତାଙ୍କୁ ଅଗଷ୍ଟ 14 ରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ‘ହାଇ ଟି’ ରେ ଆୟୋଜନ କରିବେ। ସୂଚନାଯୋଗ୍ୟ ଯେ ଟୋକିଓ ଅଲିମ୍ପିକ୍ସ -2020 ରେ ଗୋଟିଏ ସ୍ୱର୍ଣ୍ଣ ପଦକ ସମେତ ମୋଟ ସାତୋଟି ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିଛି। Tags ଅଲମ୍ପିକ ବିଜେତା, ରାଷ୍ଟ୍ରପତି Categories ଆଜିର ଖବର ରାଜ୍ୟ ଖବର ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସରକୁ ମିଳିଲା ଅନୁମୋଦନ Post author By Samikhsya Bureau Post date May 3, 2021 ନୂଆଦିଲ୍ଲୀ/ଭୁବନେଶ୍ବର: ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସରକୁ ଅନୁମୋଦନ ମିଳିଛି। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଆଧାରରେ ଅଭୟଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟସରକାର ସୁପାରିଶ କରିଥିଲେ। ରାଜ୍ୟସରକାରଙ୍କ ଏହି ସୁପାରିଶକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି। ସେ ୧୯୮୭ ବ୍ୟାଚର ଆଇଏଫଏସ ଥିଲେ। Tags ଅନୁମୋଦନ, ଅଭୟକାନ୍ତ ପାଠକ, ଆଇଏଫଏସ, ଧ୍ୟତାମୂଳକ ଅବସର, ରାମନାଥ କୋବିନ୍ଦ, ରାଷ୍ଟ୍ରପତି, ସୁପାରିଶ Categories ଆଜିର ଖବର ଜାତୀୟ ଖବର ଫେବୃଆରୀ ୧ ରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ Post author By Samikhsya Bureau Post date January 14, 2021 ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍‌ ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟାରେ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରୀ ୨୯ ତାରିଖରେ ସାଂସଦଙ୍କୁ ସମ୍ବୋଧିତ କରିବେ। ତେବେ ଚଳିତ ଥର ବଜେଟ ବହି ପ୍ରସ୍ତୁତ କରାଯିବ ନାହିଁ। ଏଥର ଇ ବଜେଟ ମାଧ୍ୟମରେ ବଜେଟ ଉପସ୍ଥାପନ କରାଯିବ। ଯାହା ଭାରତ ଇତିହାସରେ ପ୍ରଥମ ଘଟଣା ହେବ। Tags ଉପସ୍ଥାପିତ ହେବା, ରାମନାଥ କୋବିନ୍ଦ, ରାଷ୍ଟ୍ରପତି Categories ଆଜିର ଖବର ଜାତୀୟ ଖବର ନୂଆ ବର୍ଷ ଅଭିନନ୍ଦନ ଜଣାଇ କଣ କହିଲେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି, ଜାଣନ୍ତୁ Post author By Samikhsya Bureau Post date January 1, 2021 ନୂଆଦିଲ୍ଲୀ, ଆଜି ଇଂରାଜୀ ନୂଆବର୍ଷ। ଏହି ଉପଲକ୍ଷେ ଆଜି ବିଭିନ୍ନ ମହଲରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଦିଆନିଆ ଚାଲିଛି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶବାସୀଙ୍କୁ ନୂଆବର୍ଷ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ କରି ସେ କହିଛନ୍ତି ଯେ, “ନୂତନ ବର୍ଷର ଶୁଭେଚ୍ଛା। ନୂତନ ବର୍ଷ ଏକ ନୂତନ ଆରମ୍ଭ କରିବାର ଏକ ସୁଯୋଗ ଏବଂ ବ୍ୟକ୍ତିଗତ ଏବଂ ସାମୂହିକ ବିକାଶ ପାଇଁ ଆମର ସଂକଳ୍ପକୁ ଗୁରୁତ୍ୱ ଦେଇଥାଏ। କୋଭିଡ -19 ରୁ ସୃଷ୍ଟି ଚ୍ୟାଲେଞ୍ଜ ସମୟରେ ଆମ ସମସ୍ତେ ଏକତ୍ର ହୋଇ ଆଗକୁ ବଢିବା ପାଇଁ ଏକ ସମୟ।” ସେହିପରି ଉପରାଷ୍ଟ୍ରପ ଏମ ଭେଙ୍କେୟାନଇଡୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ସେ ମଧ୍ୟ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, “ନୂତନ ବର୍ଷ 2021 ରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା! ଆମେ ସମସ୍ତେ ନୂଆ ବର୍ଷ ପାଇଁ ଅପେକ୍ଷା କରିଥାଉ। ଆସନ୍ତୁ, ବିଶ୍ୱ ମହାମାରୀ ମାଧ୍ୟମରେ ଜୀବନର ଅନେକ କିଛି ଶିକ୍ଷା ଲାଭ କରିଥିବା ଏହି ବର୍ଷକୁ ବିଦାୟ ଦିଅନ୍ତୁ ଏବଂ ନୂତନ ବର୍ଷକୁ ଆଶା ଭାବନା ସହିତ ସ୍ୱାଗତ କରିବା | # NewYear2021″ Tags ଉପରାଷ୍ଟ୍ରପତି, ନୂଆବର୍ଷ, ରାଷ୍ଟ୍ରପତି Categories ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ଖ୍ରୀଷ୍ଟମାସ ପାଇଁ ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଦେଶବାସୀଙ୍କୁ କଣ କହିଲେ ଜାଣନ୍ତୁ Post author By Samikhsya Bureau Post date December 24, 2020 ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖ୍ରୀଷ୍ଟମାସ ଅବସରରେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, “ଖ୍ରୀଷ୍ଟମାସର ଶୁଭ ଅବସରରେ ମୁଁ ସମସ୍ତ ନାଗରିକଙ୍କୁ ବିଶେଷ କରି ଆମର ଖ୍ରୀଷ୍ଟିଆନ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଖ୍ରୀଷ୍ଟମାସ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ଆନନ୍ଦର ସହ ପାଳନ କରିବାର ପର୍ବ । ଏହି ପର୍ବ ସମସ୍ତଙ୍କ ଜୀବନରେ ଶାନ୍ତି, ଶୁଭେଚ୍ଛା ଏବଂ କରୁଣାରେ ଭରି ଦେଇଥାଏ । ଏହି ପର୍ବ ଅନ୍ୟମାନଙ୍କ ପ୍ରତି ପ୍ରେମ ଏବଂ ଦୟା ଭାବ ପୋଷଣ କରିବାକୁ ପ୍ରେରଣା ପ୍ରଦାନ କରିଥାଏ । ମୁଁ ଆଶା କରୁଛି ଯେ ଏହି ପର୍ବ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବ । ଆସନ୍ତୁ ଏହି ପବିତ୍ର ପର୍ବରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ, କରୁଣା ଏବଂ ମାନବିକତାର ଶିକ୍ଷାକୁ ପୁନର୍ବାର ଗ୍ରହଣ କରିବା ଏବଂ ଆମ ଦେଶ ତଥା ସମାଜର କଲ୍ୟାଣ ପାଇଁ ନିଜକୁ ସମର୍ପଣ କରିବା” । Tags ଖ୍ରୀଷ୍ଟମାସ, ରାମନାଥ କୋବିନ୍ଦ, ରାଷ୍ଟ୍ରପତି Categories ଫଟୋ ଖବର ତିରୂମାଲସ୍ଥିତ ସ୍ବାମୀ ଭେଙ୍କେଟଶ୍ବର ମନ୍ଦିରରେ ପୂର୍ଜା ଅର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ Post author By Samikhsya Bureau Post date November 24, 2020 ତିରୂମାଲସ୍ଥିତ ସ୍ବାମୀ ଭେଙ୍କେଟଶ୍ବର ମନ୍ଦିରରେ ପୂର୍ଜା ଅର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ Tags ତିରୂମାଲ, ରାମନାଥ କୋବିନ୍ଦ, ରାଷ୍ଟ୍ରପତି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ବାମୀ ଭେଙ୍କେଟଶ୍ବର Categories ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର କ୍ରାନ୍ତି ଦିବସରେ ରାଷ୍ଟ୍ରପତିଙ୍କ ତରଫରୁ ସମ୍ବର୍ଦ୍ଧିତ ହେଲେ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ Post author By Samikhsya Bureau Post date August 9, 2020 ରମେଶ ମହାନ୍ତି ଜଗତସିଂହପୁର: ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବିଶ୍ୱନାଥ ଦାସଙ୍କୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ ଜିଲ୍ଲା ପ୍ରଶାସନ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବାଲିକୁଦା ସ୍ଥିତ ଭଗବାନ ସିଣ୍ଢୋଳ ବାସଭବନକୁ ଯାଇ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ଅଙ୍ଗବସ୍ତ୍ର ସାଲ୍ ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକ ସାଲ୍ ଓ ଫଳକ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ଦାସ ୧୭ଜୁନ୍ ୧୯୧୮ମସିହାରେ ଜନ୍ମଗ୍ରହଣ କରିଥିଲେ। ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଆହ୍ଵାନରେ ଇଂରେଜ ଶାସନ ବିରୁଦ୍ଧରେ ଯେଉଁ ଗଣ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେଥିରେ ଶ୍ରୀ ଦାସ ସାମିଲ ହୋଇଥିଲେ। ଏଥିସହିତ ଜାତୀୟ ଆନ୍ଦୋଳନରେ ଜଗତସିଂହପୁର ଜିଲ୍ଲାର ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପ୍ରିୟନାଥ ଦେ, ଗୌରୀଶ୍ୟାମ ନାୟକ, ବୀରକିଶୋର ଦାସଙ୍କ ସହ ସାମିଲ ହୋଇ ଜିଲ୍ଲାର ମାଟିକୁ ଧନ୍ୟ କରିଛନ୍ତି। ବିଶ୍ୱନାଥ ଦାସଙ୍କ ପରି ସ୍ୱାଧୀନତା ସଂଗ୍ରାମୀଙ୍କ ସେବା, ଦେଶଭକ୍ତି, ନିତୀ ଓ ଆଦର୍ଶ ସ୍ୱାଧୀନ ଭାରତ ଗଠନର ସ୍ୱପ୍ନକୁ ସାକାର କରିଥିଲେ। ଶ୍ରୀ ଦାସଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ତାଙ୍କ ଜୀବନାଦର୍ଶରୁ ଉତ୍ତରପିଢୀ ପ୍ରେରଣା ପାଇବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସମେତ ଭଗବାନ ସିଣ୍ଢୋଳ ଗ୍ରାମବାସୀ, ବାଲିକୁଦା ବିଡିଓ କଲ୍ୟାଣ ସୌରଭ ଦାସ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। Tags ଅଗଷ୍ଟ କ୍ରାନ୍ତି ଦିବସ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ରାଷ୍ଟ୍ରପତି, ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ Categories ବିଶେଷ ଖବର ଗୋପାଳପୁର ସେନା କେନ୍ଦ୍ରରେ “କଲର୍ସ ସମ୍ମାନ” ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ Post author By Samikhsya Bureau Post date September 28, 2019 GOPALPUR, SEP 28 (UNI):- President Ram Nath Kovind saluting the marching contingents of the Army Air Defence during the presentation of the President's Colours to Corps of Army Air Defence at Gopalpur,in Odisha on Saturday. UNI PHOTO-49U ସମୀକ୍ଷା ବ୍ୟୁରୋ ଭାରତର ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ଶ୍ରୀ ରାମନାଥ କୋବିନ୍ଦ ୨୮ ସେପ୍ଟେମ୍ବର ୨୦୧୯ରେ ଗୋପାଳପୁର ସେନା ଷ୍ଟେସନ ଠାରେ ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି କଲର୍ସ ସମ୍ମାନରେ ସମ୍ମାନିତ କରିଛନ୍ତି । ସ୍ୱାଧୀନ ବାହିନୀ ଭାବେ ୨୫ ବର୍ଷର ଉଲ୍ଲେଖନୀୟ ସେବା ଲାଗି ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆର୍ମୀ ଏଡି କେନ୍ଦ୍ରର ଲେଫନାଣ୍ଟ ବିବେକ ବିଜୟ ମୋରେ ସେନା ବାୟୁ ପ୍ରତିରକ୍ଷା ବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଠାରୁ କଲର୍ସ ସମ୍ମାନ ଗ୍ରହଣ କରିଥିଲେ। ଭାରତୀୟ ସ୍ଥଳ ସେନାର ଗୌରବପୂର୍ଣ୍ଣ ସମ୍ମାନ ମଧ୍ୟରେ ପ୍ରେସିଡେଂଟ କଲର୍ସ ଆୱାର୍ଡ ହେଉଛି ସର୍ବୋଚ୍ଚ ସମ୍ମାନ । ଯୁଦ୍ଧ ଏବଂ ଶାନ୍ତି ପ୍ରକ୍ରିୟାରେ ସେନାବାହିନୀର ପ୍ରଦର୍ଶନ ଏବଂ ଉପଲବ୍ଧି ଆଧାରରେ ରାଷ୍ଟ୍ରପତି କଲର୍ସ ଆୱାର୍ଡ ପ୍ରଦାନ କରାଯିବା ଲାଗି ସୈନ୍ୟ ବାହିନୀର ଚୟନ କରାଯାଇଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନା ବାୟୁ ପ୍ରତିରକ୍ଷାର ବହୁ ସୈନ୍ୟ ଦଳ ବିଭିନ୍ନ ସୈନ୍ୟ ଅଭିଯାନରେ ଭାଗ ନେଇଥିଲେ । ଏଥିମଧ୍ୟରେ ବର୍ମା ଅଭିଯାନ, ଇମ୍ଫାଲ ଓ କୋହିମା ଘେରାବନ୍ଦୀ, ରେଙ୍ଗୁନ ପୁନଃଦଖଲ, ଆରାକାନ ମାୟିତକିୟିନା, ହଂକଂ, ସିଙ୍ଗାପୁର, ମଲାୟା, ବାହାରିନ, ଇରାକ ଏବଂ ପାରସ୍ୟ ସୈନ୍ୟ ଅଭିଯାନ ସାମିଲ । ଏଥିପାଇଁ ବହୁ ବୀରତ୍ୱ ସମ୍ମାନ ମଧ୍ୟ ମିଳିଛି । ଏସବୁ ସମ୍ମାନ ମଧ୍ୟରେ ୪ଟି ମିଲିଟାରୀ କ୍ରସ, ବ୍ରିଟିଶ ସାମ୍ରାଜ୍ୟର ଏକ ପଦକ, ୭ଟି ଭାରତୀୟ ବିଶିଷ୍ଟ ସେବା ପଦକ ଏବଂ ବ୍ରିଟିଶ ସାମ୍ରାଜ୍ୟର ଦୁଇଟି ସମ୍ମାନ ପତ୍ର ସାମିଲ ରହିଛି । ସେନା ବାୟୁ ପ୍ରତିରକ୍ଷା ବାହିନୀ ୧୯୪୦ ପରଠାରୁ ଆର୍ଟିଲାରୀର ଏକ ଅଂଶବିଶେଷ ରୂପେ କାର୍ଯ୍ୟ କରିଆସୁଛି । ଏହାକୁ ୧୯୯୪ରେ ଏକ ସ୍ୱତନ୍ତ୍ର ସଶସ୍ତ୍ର ସୈନ୍ୟ ବାହିନୀ ଭାବେ ମାନ୍ୟତା ମିଳିଥିଲା । ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ୨ଟି ଅଶୋକ ଚକ୍ର, ୨ଟି କୀର୍ତି ଚକ୍ର, ୨୦ଟି ବୀର ଚକ୍ର, ୯ଟି ଶୌର୍ଯ୍ୟ ଚକ୍ର, ୧୧୩ଟି ସେନା ପଦକ ଏବଂ ୫୫ଟି ମ୍ୟାନସନ ଇନ ଡେସପ୍ୟାଚ ସହିତ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪ଟି ସମ୍ମାନଜନକ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଥିଲା । ପୂର୍ବସୂରୀମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଉଚ୍ଚ ମାନକକୁ ବଜାୟ ରଖିବା ଲାଗି ଏହା ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିଥାଏ ଯଦ୍ଦ୍ୱାରା ରାଷ୍ଟ୍ର ସେବା ସେମାନଙ୍କର ପ୍ରମୁଖ ଲକ୍ଷ୍ୟ ହୋଇ ରହିବ । ଏହି ଅବସରରେ ବ୍ରିଗେଡିୟର ରାଜୀବ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଏକ ଭବ୍ୟ ପରେଡ ମାଧ୍ୟମରେ ରାଷ୍ଟ୍ରୀୟ ଅଭିବାଦନ ପ୍ରଦାନ କରାଯାଇଥିଲା। ସେନା ବାୟୁ ପ୍ରତିରକ୍ଷା ବାହିନୀର ସୈନିକମାନଙ୍କୁ ସମ୍ମାନ ପ୍ରଦାନ କରାଯିବା ନେଇ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଥିଲେ । ନିଜ ଅଭିଭାଷଣରେ ରାଷ୍ଟ୍ରପତି ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ଭାରତୀୟ ସଶସ୍ତ୍ର ସେନାବାହିନୀ ଓ ସେନା ବାୟୁ ପ୍ରତିରକ୍ଷା ବାହିନୀର ଗୌରବଶାଳୀ ପରମ୍ପରାକୁ ସ୍ମରଣ କରିଥିଲେ । ଏଥିସହିତ ଉପସ୍ଥିତ ସମସ୍ତ ସେନା ଅଧିକାରୀ ଓ କର୍ମଚାରୀମାନଙ୍କୁୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥଳସେନା ମୁଖ୍ୟ ତଥା ଚିଫ ଅଫ ଆର୍ମୀ ଷ୍ଟାଫ ଜେନେରାଲ ବିପିନ ରାୱତ, ସେନା ବାୟୁ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଅଶ୍ୱିନୀ କୁମାରଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । Tags ଓଡିଶାରେରାଷ୍ଟ୍ରପତି, ଗୋପାଳପୁର, ରାମନାଥକୋବିନ୍ଦ, ରାଷ୍ଟ୍ରପତି Posts navigation ← Newer Posts 1 2Older Posts → Copyright © SM Network 2018 - 2022 Email: [email protected] Designed, Developed & Maintained By Ratna Technology<eos>
2022-11-29T00:46:36Z
https://thesamikhsya.com/odia/tag/%E0%AC%B0%E0%AC%BE%E0%AC%B7%E0%AD%8D%E0%AC%9F%E0%AD%8D%E0%AC%B0%E0%AC%AA%E0%AC%A4%E0%AC%BF/page/2/
OSCAR-2301
<bos>Signs of Diabetes Affecting Your Eyesଏମ୍‌ସ ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ “ସୋ ଆମ୍ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ” ସେବାଅଲ୍ ଓଡ଼ିଶା ଯୋଗ ଥେରାପି ସଙ୍ଘ, ରାଜ୍ୟ କମିଟି ଦ୍ବାରା ପ୍ରଥମ କରି ପଞ୍ଚମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ୨୦୨୨ ପାଳନଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ “ଡାର୍କ ଲାଇଟ୍‌”Dealers Meet on Uniview from Absolute Holidays Home ଜୀବନ ଚର୍ଯ୍ୟା ଅଣ୍ଡା ଆମିଷ ନା ନିରାମିଷ ! ଜାଣନ୍ତୁ ଏହି ତଥ୍ୟରୁ ଜୀବନ ଚର୍ଯ୍ୟା ଅଣ୍ଡା ଆମିଷ ନା ନିରାମିଷ ! ଜାଣନ୍ତୁ ଏହି ତଥ୍ୟରୁ By Odisha News Today On Sep 6, 2018 0 Share ଅନେକ ଲୋକ ଅଣ୍ଡାକୁ ମାଂସାହାରୀ ଖାଦ୍ୟ ଭାବେ କହିଥାନ୍ତି । କିନ୍ତୁ ଏମିତି ଅନେକ କାରଣ ଅଛି ଯାହା କି ଏହି କଥାକୁ ସମର୍ଥନ କରିବ ନାହିଁ । ଯଦି ଆମେ ଏହି ପରିଭାଷାରେ ଚାଲିବା ଯେ ,ଯେଉଁ ଲୋକ ମାଂସ ଖାଉଛନ୍ତି , ସେମାନେ ମାଂସାହାରୀ ହୋଇଥାନ୍ତି । ତାହେଲେ ଅଣ୍ଡା ନିଶ୍ଚିତ ରୂପେ ଶାକାହାରୀ ହେବ । କାରଣ ଏଥିରେ ନା କୌଣସି ମାଂସ ଅଛି ନା କୌଣସି ଜୀବନ । କୁକୁଡା ଅଣ୍ଡା ଦେଇଥାଏ । କିନ୍ତୁ ଏହି ଅଣ୍ଡାକୁ ପାଇବା ପାଇଁ କୁକୁଡାକୁ ମରାହୋଇନଥାଏ । ଜୀବଜନ୍ତୁଙ୍କ ଠାରୁ ମିଳୁଥିବା ସବୁ ଜିନିଷ ମାଂସାହାରୀ ହୋଇନଥାଏ । ଏହାର ସବୁଠୁ ଭଲ ଉଦାହରଣ ଅଟେ ଗାଈଙ୍କ ଠାରୁ ମିଳୁଥିବା ଦୁଗ୍ଧ । ଅଣ୍ଡାର ତିନୋଟି ଭାଗ ଥାଏ – ଛେଲି , ଏହାର ଧଳା ଅଂଶ ଓ ଅଣ୍ଡାର ହଳଦିଆ କେଶର । ଅଣ୍ଡା ଧଳା ଅଂଶରେ ଥିବା ତରଳରେ ପ୍ରୋଟିନର ଅଂଶ ଥାଏ । ଯେଉଁଥିରେ ଜୀବଜନ୍ତୁଙ୍କର କୌଣସି ଅଂଶ ନଥାଏ । ଏହି କାରଣରୁ ଅଣ୍ଡାର ଧଳା ଅଂଶ ଶାକାହାରୀ ଅଟେ । ଏବଂ ଏମିତି ସବୁ ଜିନିଷ ଯେଉଁଥିରେ ଅଣ୍ଡାର ଧଳା ଅଂଶ ଉପଯୋଗ ହୋଇଥାଏ , ତାହା ଶାକାହାରୀ ଅଟେ । ଅଣ୍ଡାର ଧଳା ଅଂଶ ପରି ଏହାର କେଶର ଅଂଶରେ ବି ପ୍ରୋଟିନ , କୋଲେଷ୍ଟ୍ରାଲ୍ ଓ ଫ୍ୟାଟର ମିଳିତ ଭାଗ ଥାଏ ।ବଜାରରେ ମିଳୁଥିବା ଅଧିକାଂଶ ଅଣ୍ଡା ଅନଫର୍ଟିଲାଇଜ୍ଡ ହୋଇଥାଏ । ଏଥିପାଇଁ ଯଦି ସେ ଅଣ୍ଡାକୁ ରଖିଦେବା ତ ସେଥିରୁ ମଧ୍ୟ ଛୁଆ ହେବାର ସମ୍ଭାବନା ଥାଏ ।<eos>
2022-12-03T14:50:49Z
https://odishanewstoday.com/egg-vegetarian-or-non-vegetarian-food/
OSCAR-2301